ସମୀକ୍ଷା ବ୍ୟୁରୋ ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ସଂସ୍ଥା ତରଫରୁ ଟ୍ରାଫିକ ସଚେତନତା ପକ୍ଷ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ କଙ୍କୋରଡା ସହର ପରିକ୍ରମା କରି ଲୋକଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ଟ୍ରାଫିକ ନିୟମକୁ ମାନିବା, ହେଲମେଟ ବ୍ୟବହାର, ଧିରେ ଯାନବାହାନ ଚଳାଇବା ସହିତ ମଦ୍ୟପାନ କରି ଗାଡି ନ ଚଳାଇବା ପାଇଁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପରବର୍ତ୍ତୀ ସମୟରେ କଲେଜ ପରିସରରେ ଏକ ସଭା ଆୟୋଜନ କରି ରାଷ୍ଟ୍ରୀୟ ସେବା ସଂସ୍ଥାର ପୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାହୁ, ଆଶାଲତା ପଟ୍ଟନାୟକ ଓ ତୀର୍ଥବ୍ରତ ସାହୁ ଛାତ୍ରଛାତ୍ରୀଙ୍କ ସହିତ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଭାଗର ଅଧ୍ୟାପକ ରବିନ୍ଦ୍ର ବେହେରା,ଅର୍ଥନୀତି ବିଭାଗର ଅଧ୍ୟାପକ ଅଶୋକ କୁମାର…
Author: Samikhsya Bureau
ମୁମ୍ବାଇ : ଭାରତୀୟ ବଜାରରେ ଆସନ୍ତା 5 ବର୍ଷ ମଧ୍ୟରେ 10 ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଛନ୍ତି ଆମାଜନ୍ ସିଇଓ ଜେଫ୍ ବେଜୋସ୍ । ପ୍ରାଥମିକ ଭାବରେ ଭାରତରେ 71 ହଜାର କୋଟି ନିବେଶ ନେଇ ଘୋଷଣା କରିଥିଲେ ବେଜୋସ୍ । ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ଶୁକ୍ରବାର ନୂତନ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଆମାଜନ୍ ଭାରତରେ ନିରନ୍ତର ନିବେଶ କରିବ ଯାହା ଫଳରେ ଅନ୍ୟୁନ 10 ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହି ସମସ୍ତ ନିଯୁକ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କରାଯିବ ବୋଲି ବେଜୋସ୍ ସୂଚନା ଦେଇଛନ୍ତି । ଭାରତର ସମସ୍ତ କ୍ଷୁଦ୍ର ବ୍ୟବସାୟକୁ ମୁଖ୍ୟ ଧାରାରେ ସାମିଲ କରାଯିବା ସହିତ ଅନ୍ଲାଇନ୍ କରାଯିବାର ପ୍ରୟାସ କରାଯିବ ବୋଲି ବେଜୋସ୍ କହିଛନ୍ତି ।
ହୋବାର୍ଟ : ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଅନ୍ତର୍ଜାତୀୟ ସର୍କିଟ୍କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଟେନିସ୍ କୋର୍ଟକୁ ଫେରିଥିବା ସାନିଆ ହୋବାର୍ଟ ଇଣ୍ଟରନ୍ୟାସନାଲ ଟେନିସ୍ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଚୀନ୍ ଓପନ ସେମିଫାଇନାଲ୍ ପରଠାରୁ ଦୀର୍ଘ ଦୁଇ ବର୍ଷ ଟେନିସ୍ରୁ ଦୂରେଇ ରହିଥିବା ସାନିଆ ୟୁକ୍ରେନ୍ର ନାଦିଆ କିଚେନୋକ୍ଙ୍କ ସହିତ ଖେଳି ସେମିରେ ବିଜୟୀ ହୋଇଛନ୍ତି । ସେମି ଫାଇନାଲ ମୁକାବିଲାରେ ସାନିଆ-କିଚିନୋକ୍ ଯୋଡି ମେରୀ ବୁଜକୋଭା ଏବଂ ତମାରା ଜିଡାନ୍ସେକ୍ଙ୍କୁ 7-6(3) ଏବଂ 6-2 ସେଟ୍ରେ ପରାସ୍ତ କରିଥିଲେ । ମାତ୍ର ଏକ ଘଣ୍ଟା 24 ମିନିଟରେ ସାନିଆ-କିଚିନୋକ୍ ଯୋଡି ଏହି ମ୍ୟାଚ୍ରେ ବିଜୟୀ ହୋଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ : ନିର୍ଭୟା ମା’ଙ୍କ ଅଭିଯୋଗ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଭାରତୀୟ ଜନତା ଦଳକୁ ଟାର୍ଗେଟ କରିଛନ୍ତି। କେଜ୍ରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ପ୍ରସଙ୍ଗରେ ନିର୍ଭୟାଙ୍କ ମା’କୁ କେହି ଭ୍ରମିତ କରି ରାଜନୀତି କରୁଛନ୍ତି। ଦିଲ୍ଲୀ ସରକାର ନିଜ କାମକୁ କିଛି ଘଣ୍ଟାରେ ପୂରା କରିଛି। କିଛି ଦିନ ପୂର୍ବରୁ ଯେତେବେଳେ ପ୍ରଥମେ ଦୟା ଯାଚିକା ଆସିଥିଲା, କିଛି ଘଣ୍ଟା ଭିତରେ ଏହାକୁ ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଦୋଷୀଙ୍କ ଫାଶୀ ବିଳମ୍ବରେ ଦିଲ୍ଲୀ ସରକାରଙ୍କ କିଛି ରୋଲ୍ ନାହିଁ ବୋଲି କହିଛନ୍ତି କେଜରୀଓ୍ବାଲ। ଏହି ଘଟଣାରେ ପ୍ରକାଶ ଜାଭେଡକର ରାଜନୀତି କରୁଛନ୍ତି । କେଜରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ମା’ଙ୍କୁ କେହି ମିସ୍ ଗାଇଡ୍ କରୁଛନ୍ତି । ଆମେ ତ ଯଥାଶୀଘ୍ର ଦୋଷୀଙ୍କୁ ଫାଶୀ ମିଳୁ ବୋଲି ଚାହୁଁଛୁ। କେଜରୀଓ୍ବାଲା କହିଛନ୍ତି ଯେ, ଦିଲ୍ଲୀ ପୋଲିସ୍ ଆମ ପାଖରେ ଅଛନ୍ତି…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାଜନୀତିକରଣ କରାଯାଉଥିବାରୁ ଆଶାଦେବୀ ବିଜେପି ଏବଂ ଆପ୍କୁ ସମାଲୋଚନା କରିଛନ୍ତି । ଯେଉଁମାନେ, 2012 ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଆଜି ରାଜନୀତି କରୁଛନ୍ତି ବୋଲି କହି ଆଶାଦେବୀ ଉଭୟ ଆପ୍ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଏବଂ ଆପ୍ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ପୋଲିସ୍ ଏବଂ ନ୍ୟାୟ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି । ଏପରି ସମ୍ବେଦନଶୀଳ…
ସମୀକ୍ଷା ବ୍ୟୁରୋ କୁଜଙ୍ଗ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପା ମୌଜାର ବାଲିବିଲ ଦଣ୍ଡାରେ ୧୫ ବସ୍ତାରୁ ଉର୍ଦ୍ଧ୍ବ ଡାକ୍ତରଖାନାର ବର୍ଜ୍ୟବସ୍ତୁ ପଡି ରହିଥିବା ଦେଖିବାକୁ ମିଳିଥିଲା। ଏହି ବର୍ଜ୍ୟବସ୍ତୁଗୁଡ଼ିକ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି ସେହି ଅଞ୍ଚଳର କେତେକ ଦେଖଣାହାରୀ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଯଥା ଗଜକପଡ଼ା, ରକ୍ତପୁଜ, ଭିଜା ତୁଳା, ସିରିଂଜ, ସଲାଇଁନ୍ ବୋତଲ, ପ୍ଲାଷ୍ଟିକ ପାଇପ୍ ପ୍ରଭୁତିକୁ ପରିଚାଳନା କେନ୍ଦ୍ର ଉଲ୍ଲେଖ ଥାଇ ସ୍ଥାନ ସଂରକ୍ଷିତ ରହିଛି। ମେଡିକାଲ୍ କର୍ତ୍ତୃପକ୍ଷ ଉକ୍ତ ସ୍ଥାନରେ ଏହି ବର୍ଜ୍ୟବସ୍ତୁକୁ ନଷ୍ଟ କରିବା ବଦଳରେ ଜରି ଅଖାରେ ଭର୍ତ୍ତିକରି ସ୍ଥାନୀୟ ବାଲିଦଣ୍ଡାରେ ମୁକ୍ତ ଆକାଶ ତଳେ ଫିଙ୍ଗି ଦେଇଛନ୍ତି। ଏହାର ଦୁର୍ଗନ୍ଧ ଚର୍ତୁଦ୍ଦିଗ ପରିବ୍ୟାପ୍ତ ହେବା ଫଳରେ ସ୍ଥାନୀୟ ଗ୍ରାମର କେତକ ଯୁବକ ଏହି ଦଣ୍ଡାକୁ ଖେଳିବାକୁ ଯାଇ ଦୁର୍ଗନ୍ଧ ବାରି ବର୍ଜ୍ୟବସ୍ତୁ ନିକଟରେ ପହଞ୍ଚିଥିଲେ। ସରକାର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍ ଯତ୍ନଶୀଳ ରହିଥିବାସ୍ଥଳେ ଗୋଷ୍ଠୀ…
ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରାଜକୋଟରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ କ୍ଷେତ୍ରରକ୍ଷଣର ନିଷ୍ପତ୍ତି ନେଇଛି । ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଥିବା ବେଳେ ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆହତ ଋଷଭ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇଛି । ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧଓ୍ବନ୍, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ୍ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା । ଅଷ୍ଟ୍ରେଲିଆ ଦଳ : ଡେଭିଡ୍ ଓ୍ବାର୍ଣ୍ଣର, ଆରୋନ୍ ଫିଞ୍ଚ(ଅଧିନାୟକ), ମାର୍ନସ୍ ଲାବୁଶ୍ଚାଞ୍ଜେ, ଷ୍ଟିଭେନ୍ ସ୍ମିଥ୍, ଆଷ୍ଟନ ଟର୍ଣ୍ଣର, ଆଲେକ୍ସ କେରୀ, ଆଷ୍ଟନ ଆଗର୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, କେନ୍ ରିଚାର୍ଡସନ୍, ଆଡାମ୍ ଜାମ୍ପା ।…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦେଶେୀ ମୁକେଶଙ୍କ ଦୟା ଯାଚିକାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଦୋଷୀ ମୁକେଶର ଫାଶୀ ଦଣ୍ଡାଦେଶକୁ ଅପରିବର୍ତ୍ତିତ ରଖିବା ନେଇ ସୁପାରିଶ୍ କରିଥିଲେ। ଗୃହ ମନ୍ତ୍ରାଳୟ ଏହି ଯାଚିକା ରାଷ୍ଟ୍ରପତିଙ୍କ ନିକଟରକୁ ପଠାଇଥିଲେ। ଆଜି ଡେଥ୍ ଓ୍ବାରେଣ୍ଟ ଉପରେ କୋର୍ଟରେ ଶୁଣାଣି ହେବ। ସୂଚନାଯୋଗ୍ୟ, ଦିଲ୍ଲୀ ପଟିଆଲା ହାଉସ୍ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅପରାଧୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦଣ୍ଡ ଦେବା ପାଇଁ ଡେଥ ଓ୍ବାରେଣ୍ଟି ଜାରି କରିଥିଲେ। କିନ୍ତୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲେ ।
ନୂଆଦିଲ୍ଲୀ : ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବା ନେଇ ଏକ ଯାଚିକା ସୁପ୍ରିମ୍କୋର୍ଟରେ ଦାଏର କରାଯାଇଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ.ବୋବେଡ କହିଛନ୍ତି ଯେ, ମହାତ୍ମା ଗାନ୍ଧି ହେଉଛନ୍ତି ରାଷ୍ଟ୍ରପିତା। ଯେକୌଣସି ଔପଚାରିକ ସମ୍ମାନଠାରୁ ବହୁ ଉର୍ଦ୍ଧ୍ବରେ ରହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧି । ତେବେ ଯାଚିକାକର୍ତ୍ତା ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସାମ୍ନାରେ ଉଠାଇପାରିବେ କିନ୍ତୁ ସୁପ୍ରିମ୍କୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି । ମହାତ୍ମା ଗାନ୍ଧିଙ୍କ ଜାତିର ପିତା ବୋଲି ଆଖ୍ୟା ଦିଆଯାଇଛି । ଦେଶର ସ୍ବାଧୀନତା ଆନ୍ଦୋଳନରେ ଜନତାଙ୍କୁ ଯୋଡ଼ି ରଖିଥିବା ମହାତ୍ମା ଗାନ୍ଧିଙ୍କୁ କେବଳ ଆମ ଦେଶରେ ନୁହେଁ ବରଂ ସମଗ୍ର ଦୁନିଆରେ ତାଙ୍କୁ ସମ୍ମାନ କରାଯାଏ। ସୂଚନାଯୋଗ୍ୟ, ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ଭାରତ ରତ୍ନ। ଦେଶର ବିକାଶରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ…
ରାଜସ୍ଥାନ: ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟିଂ ଆଜି ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ 17ହଜାର 242ଜଣ ଓ 42 ହଜାର 704ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନରେ ଚର୍ଚ୍ଚାରେ ରହିଛନ୍ତି 18 ବର୍ଷ ପୂର୍ବେ ପାକିସ୍ତାନରୁ ଆସିଥିବା ନୀତା କମ୍ବର। ସେ ଚଳିତ ଥର ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି। ସେ ଟୋଙ୍କର ନଟଓ୍ବାଡା ପଞ୍ଚାୟତରୁ ପ୍ରାର୍ଥୀ ହୋଇଛନ୍ତି। ଅଠର ବର୍ଷ ପୂର୍ବେ ଭାରତ ଆସିଥିବା ନୀତାଙ୍କୁ ଗତ ଚାରିମାସ ହେବ ତାଙ୍କୁ ଭାରତର ନାଗରିକତା ମିଳିଛି। ସୂଚନାଯୋଗ୍ୟ ଯେ, ପ୍ରଥମ ଚରଣରେ ଝୁନ୍ଝୁନ୍ ଓ ଜୈସଲମର୍କୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ମତଦାନ ହେବ। ସକାଳ 8ଟାରୁ ଏହା ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା 5 ଘଟିକା ଯାଏ ଏହି ମତଦାନ କାର୍ଯ୍ୟକ୍ରମ ଚାଲୁ ରହିବ। ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରପଞ୍ଚ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନବନିର୍ମିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟ ସଚିବ, ବିଭାଗୀୟ ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହି ଅବସରରେ ଉପସ୍ଥିତ ଅଫିସରଙ୍କୁ ମାର୍ଗଦର୍ଶନ କରାଇଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଅଫିସରମାନଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସାଢେ ଚାରିକୋଟି ଓଡ଼ିଶାବାସୀ ହିଁ ତାଙ୍କର ପରିବାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକମାନେ ହିଁ ଆମର ପ୍ରଭୁ, ସେମାନଙ୍କର ସେବା କରିବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି। ସରକାରଙ୍କ ଫୋକସ୍ରେ ‘୫-ଟି’ ଓ ‘ମୋ ସରକାର’ ରହୁଥିବାରୁ ଏହାକୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ପଟ୍ଟାମୁଣ୍ଡାଇ : ଘନ କୁହୁଡ଼ିରେ ଫସିଲା ଯାତ୍ରୀବାହୀ ଲଞ୍ଚ୍। ଘନ କୁହୁଡ଼ିରେ ବାଟବଣା ହୋଇ ରାଜନଗର ନିକଟରେ ଏକ ମୋଟର ଲଞ୍ଚ୍ ସମୁଦ୍ର ମଧ୍ୟକୁ ଚାଲିଯାଇଛି। ନଦୀ ମୁହାଣରେ ଯାଉଥିବା ଲଞ୍ଚ୍ ରାସ୍ତା ଜାଣିନପାରି ସମୁଦ୍ର ମଧ୍ୟକୁ ଚାଲିଯାଇଛି। ତାଳଚୁଆରୁ ଚାନ୍ଦବାଲି ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ନିଖୋଜ ଥିବା ମୋଟର ଲଞ୍ଚରେ ପ୍ରାୟ ୩୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କୋଣସି ଦୁର୍ଘଟଣା ହୋଇଥିବା ସୂଚନା ମିଳିନାହିଁ। ଆଜି ଦ୍ବୈତନଗରୀରେ ମଧ୍ୟ ପ୍ରବଳ କୁୁହୁଡି ଅନୁଭୂତ ହୋଇଥିଲା ।
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ତରଫରୁ ଦେଶର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍-30 ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଫ୍ରେଞ୍ଚ ଗୁଏନାର କୋରୋଉ ଲଞ୍ଚପ୍ୟାଡରୁ ୟୁରୋପିଆନ ହେଭି ରକେଟ ଏରିୟନ-5 ଦ୍ୱାରା ଏହାକୁ ଶୁକ୍ରବାର ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍କ୍ଷେପଣ କରାଯାଇଛି। ଇସ୍ରୋ ତରଫରୁ ଚଳିତ ବର୍ଷର ଏହା ହେଉଛି ପ୍ରଥମ ମିଶନ । ଏହି ଉପଗ୍ରହ ଉତ୍କ୍ଷେପଣ ହେବା ପରେ ଦେଶରେ ସଞ୍ଚାର ତଥା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ। ଏହା ସାହାଯ୍ୟରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ଆସିବ ଓ ସାରା ଦେଶରେ ମୋବାଇଲ ନେଟୱର୍କ ଉପଲବ୍ଧ ହେବ। ଏହା ସହିତ ଇଣ୍ଟରନେଟ ସ୍ପିଡ ମଧ୍ୟ ବଢିବ। ସାଟେଲାଇଟ୍- ‘ଜିସାଟ୍30’ ଦ୍ୱାରା ତ୍ୱରିତ ବେଗରେ ଟେଲିଭିଜନ୍ ପ୍ରସାରଣ, ସାଟେଲାଇଟ୍ ଭିତ୍ତିକ ଖବର ସଂଗ୍ରହ ଏବଂ ପାଣିପାଗ ସୂଚନା ଆଦି କାର୍ଯ୍ୟରେ ବହୁତ ସହାୟକ ହେବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ କଳାହାଣ୍ଡି : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ବାସଭବନ ଓ ରାମପୁର ହୋଟେଲରେ ଭିଜିଲାନ୍ସ ଚଢ଼ାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ କଳାହାଣ୍ଡି ଭିଜିଲାନ୍ସ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଭବାନୀପାଟଣା ସହରର ନକଟିଗୁଡ଼ାସ୍ଥିତ ବାସଭବନରେ ପହଞ୍ଚିଥିଲେ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ କରିଛି ।
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ ପଓ୍ବନ ଗୁପ୍ତାଙ୍କୁ 22 ତାରିଖ ସକାଳ 7ଟାରେ ରେ ଫାଶୀ ଦିଆଯିବାକୁ ଥିଲା। ତେବେ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ବିଳମ୍ବ ହେବ ବୋଲି ଦିଲ୍ଲୀ ସରକାର ବୁଧବାର ହାଇକୋର୍ଟଙ୍କୁ ଜଣାଇଥିଲେ। ଏପର୍ଯ୍ୟନ୍ତ ବିନୟ ଶର୍ମା ୪ ନମ୍ବର ଜେଲ୍ରେ ରହିଥିବାବେଳେ ଅନ୍ୟ ୩ ଜଣଙ୍କୁ ୨ ନମ୍ବର ଜେଲ୍ରେ ରଖାଯାଇଥିଲା। ୪ ଅପରାଧୀଙ୍କୁ ଫାଶୀଦେବା ସମ୍ପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଫାଶୀ ବିଳମ୍ବକୁ ନେଇ ଭାଜପା – ଆପ୍ ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ଉଭୟ ଦଳ ପରସ୍ପରକୁ…
ସମୀକ୍ଷା ବ୍ୟୁରୋ କୋଡିଏ ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ଆସ୍ଥା ଭାଜନ ହେବା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି, ସେଥିରୁ ସବୁଠୁ ବଡ କାରଣ ଟି ହେଉଛି, ପୋଲିସ ଓ ରାଜନେତାଙ୍କ ସମ୍ପର୍କର ଦୂରତା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ସରକାର ରାଜ୍ୟର ଥାନାଗୁଡିକୁ ରାଜନୀତିର କେନ୍ଦ୍ରସ୍ଥଳ କରିଥିବାର ଅଭିଯୋଗ ହେତୁ, ଜାନକୀ ବାବୁ ପରବର୍ତ୍ତୀ ସମୟରେ ବେଶ ଅପ୍ରିୟ ହୋଇଥିଲେ। ୨୦୦୦ ମସିହାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ, ରାଜନେତାମାନଙ୍କର ଥାନା ଉପରେ ଯେମିତି ପ୍ରତ୍ୟକ୍ଷ ପ୍ରଭାବ ନରହେ, ତାହା ନିଶ୍ଚିତ କରିଥିଲେ। ଆପାତତଃ ଗତ ୨୦ ବର୍ଷ ଭିତରେ ଥାନା ଅଧିକାରୀ ଓ ରାଜନେତାମାନଙ୍କର ସମ୍ପର୍କ ଉପରକୁ ଦେଖାଯାଉ ନାହିଁ। ଯଦିଓ ରାଜନେତା ଓ ଥାନା ଅଧିକାରୀମାନଙ୍କର ଭିତିରିଆ ସଂପର୍କକୁ ନେଇ ଅନେକ ପ୍ରମାଣ ରହିଛି, ତଥାପି ନବୀନ ବାବୁଙ୍କ ଭୟରେ ହେଉ ବା ଉପର ସ୍ତରରେ ସୁରକ୍ଷା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣାର ତଦନ୍ତ ଭାର ରେଲଓ୍ବେ ସେପ୍ଟି କମିଶନରଙ୍କୁ ଦିଆଯାଇଛି । ଦକ୍ଷିଣ ପୂର୍ବ ସର୍କଲ ସେପ୍ଟି କମିଶନର ଅଭୟ କୁମାର ରାୟ ଏହି ତଦନ୍ତ କରିବେ । ଆସନ୍ତା 18ରୁ ତଦନ୍ତ ଆରମ୍ଭ କରିବା ନେଇ ପୂର୍ବତଟ ରେଲଓ୍ବେ ସୂଚନା ଦେଇଛି। ରେଳବାଇ ସୁରକ୍ଷା କମିଶନର ଏବଂ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହା ଯାଇଛି ଯେ କେ ୟୁ ଆର ଡିଭିଜନ ଅନ୍ତର୍ଗତ ୧୬ ଜାନୁଆରୀ ୨୦୨୦ ରିଖ ଦିନ ହୋଇଥିବା ମାଲବାହୀ ଟ୍ରେନ ଏବଂ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ହୋଇଥିବା ଧକ୍କାର ଅନୁଧ୍ୟାନ ଆସନ୍ତା ୧୮ ଜାନୁଆରୀ ୨୦୨୦ ଦିନ କଟକର ପ୍ଲାଟଫର୍ମ ନିକଟରେ ଥିବା ଅଫିସର ବିଶ୍ରାମ ଗୃହଠାରେ ଦକ୍ଷିଣ ପୂର୍ବାଞ୍ଚଳ ବିଭାଗ…
ସମୀକ୍ଷା ବ୍ୟୁରୋ କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାର ମାତା ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଘରେ କେହି ନଥିବାବେଳେ ନାବାଳିକା ଝିଅକୁ ଅଭିଯୁକ୍ତ ଜଣକ ଏକୁଟିଆ ଅବସ୍ଥାରେ ଅସଦାଚରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରୁଥିଲା। ଝିଅଟିର ମା’ ଘରେ ପହଞ୍ଚିଯିବାରୁ ଅଭିଯୁକ୍ତଜଣକ ତାଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରି ମାରଧର କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଛି। ମହିଳା ଜଣକ ଅଭିଯୁକ୍ତଙ୍କ ସମ୍ପର୍କରେ ଥାନାରେ ଏତଲା ଦେବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କୁଜଙ୍ଗ ଆଇଓ ପ୍ରମୋଦ କୁମାର ନାୟକ।
Mumbai: Debutante actress Alaia Furniturewalla during the promotions of her upcoming film “Jawaani Jaaneman” in Mumbai on Jan 14, 2020. (Photo: IANS)
Mumbai: Actor Sunny Kaushal and debutant actress Sharvari Wagh during the promotions of his upcoming film “The Forgotten Army” in Mumbai on Jan 14, 2020. (Photo: IANS)
Mumbai: Actress Kangana Ranaut during the promotions of her upcoming film “Panga” in Mumbai on Jan 14, 2020. (Photo: IANS)

