Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜେଇଇ (ମେନ୍‌) ପରୀକ୍ଷା ଫଳ ଘୋଷଣା କରାଯାଇଛି । ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ଜେଇଇ ମେନ୍‌ରେ 99.99% ମାର୍କ ରଖିଛନ୍ତି ।  ସର୍ବଭାରତୀୟସ୍ତରରେ 9 ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ଶତପ୍ରତିଶତ ନମ୍ବର ରଖିଥିବା 9ଜଣଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀର ନିଶାନ୍ତ ଅଗ୍ରଓ୍ବାଲ। ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ଓ ହରିୟାଣାର ଜଣେ ପ୍ରାର୍ଥୀ ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ରାଜସ୍ଥାନା ଓ ତେଲେଙ୍ଗାନାର ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ମୋଟ୍‌ 8.69 ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଜାନୁଆରି 6 ରୁ 9 ତାରିଖ ମଧ୍ୟରେ ଏହି ପରୀକ୍ଷାରେ ଛଅଟି ସିଫ୍‌ଟ୍‌ରେ ହୋଇଥିଲା। www.jeemain.nta.inରେ ରେଜଲ୍ଟ ଉପଲବ୍ଧ ହେଉଛି ।

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର : ବାଲେଶ୍ବରଠାରେ ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରାଛକ ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ୧୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ଦୀଘାରୁ ପିକନିକ ସାରି ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେହିପରି ବାଲେଶ୍ବରର ଶେରଗଡ-ଖନ୍ତପଡ଼ା ରାସ୍ତାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗସ୍ତ ହୋଇଛି ।

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାନୁସାରେ ଟାଙ୍ଗୀ ରେଞ୍ଜର ହଜ ଓ କଲରାଝର ଗ୍ରାମରେ ଗତକାଲି ରାତିରେ ହାତୀ ପଶି ଆକ୍ରମଣ କରିଥିଲେ । ରାତିରେ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଦ୍ବୟଙ୍କ ମଧ୍ୟରୁ ଜଣେ ହଜ୍‌ ଗ୍ରାମର ଓ ଆଉ ଜଣେ କଲରାଝର ଗ୍ରାମର ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।  କ୍ଷତିପୂରଣ ଦାବିରେ ହଜ୍‌-ରଣପୁର ରାସ୍ତା ବନ୍ଦ କରିଛନ୍ତି ହଜ୍‌ ଗ୍ରାମବାସୀ ବୃନ୍ଦ ।

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର : ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଓ ଖନ୍ତାପଡ଼ା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତି ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।  ତୀର୍ଥଯାତ୍ରୀ ବସ ଏକ ଅଜଣା ଗାଡ଼ିକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛ । ଫଳରେ ଏଥିରେ ୧୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ୫ ଜଣଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗର ବୋଲି କୁହାଯାଉଛି । ତୀର୍ଥଯାତ୍ରୀ ବସ ଶ୍ରଦ୍ଧାଳୁଙ୍କୁ ନେଇ ପୁରୀ ଆସିଥିଲା ।

Read More

କେଦାର ମିଶ୍ର ଓଡିଶା କଂଗ୍ରେସକୁ ଦେଖିଲେ, ବାସ୍ତବରେ ଦୟା ଲାଗୁଛି। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ନେତା ଯେଉଁ ଦଳକୁ ଗଢିଥିଲେ, ସେ ଦଳ ଆଜି ନିଜେ ନିଜକୁ ଖାଇ ଚାଲିଛି। ଓଡିଶାର ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିବା ଅପେକ୍ଷା କଂଗ୍ରେସ ଦଳ ନିଜେ ନିଜକୁ ଖତମ କରିଦେବାକୁ ପ୍ରତିଯୋଗିତା କରୁଛି ବୋଲି କହିବା ଅଧିକ ସମୀଚୀନ ହେବ। ରାଜ୍ୟ କଂଗ୍ରେସର ନେତୃତ୍ଵ ଆଜିର ତାରିଖରେ ସବୁଠୁ ଅସହାୟ ଓ ଭୟଭୀତ। ଦଳର ନା ଅଛି କ୍ଷମତା ନା ରହିଛି ସଂଗଠନ। ତଥାପି ଦଳ ଭିତରେ ମରାମରି, ଗୋଛି କଟାକଟି, ଓ କାଦୁଅ ଫୋପଡା ଫୋପଡି ଚାଲିଛି। ଆମେ ଦେଖିଲୁ, କଂଗ୍ରେସ ଭାବନା ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ବା ବାଉନ୍ସର ଜଗିଛନ୍ତି। ଯେତେବେଳେ ଗୋଟେ ଦଳର ନେତାଙ୍କୁ ବାଉନ୍ସର ଜଗିବା ଆରମ୍ଭ…

Read More

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି…

Read More

ମୁମ୍ବାଇ : ଆସନ୍ତା ଅଟୋ ଏକ୍ସପୋ 2020ରେ ଏକକାଳୀନ 14ଟି କାର୍‌ର ଲଞ୍ଚ କରିବାକୁ ଯାଉଛି । ଚଳିତ ବର୍ଷ ଭାରତୀୟ ବଜାରରେ ଦୁଇଟି ଏସ୍‌ୟୁଭି କାର ଲଞ୍ଚ କରିଥିବା ଏମ୍‌ଜି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରିଛି । ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ଅଟୋ ଏକ୍ସପୋରେ ଏମ୍‌ଜି ପକ୍ଷରୁ ଏକ ଚାଳକ ବିହୀନ କାର୍‌ ଲଞ୍ଚ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । 14ଟି ପ୍ରୋଟୋଟାଇପ୍‌ ମଧ୍ୟରୁ 12ଟି ଏସ୍‌ୟୁଭି ଏବଂ ବିଳାସପୂର୍ଣ୍ଣ ବର୍ଗର କାର ରହିଥିବା ବେଳେ 2ଟି ସ୍ବୟଂଚାଳିତ ଏମ୍‌ଭିପି ଶ୍ରେଣୀର କାର ରହିବ । ଏହା ସହିତ ସ୍ବୟଂଚାଳିତ କାର୍‌ ମଧ୍ୟରୁ ଗୋଟିଏ ଏବଂ ସମୁଦାୟ 7ଟି ବିଦ୍ୟୁତ୍‌ଚାଳିତ ପ୍ରୋଟୋଟାଇପ୍‌ ରହିବ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସାଙ୍ଘାଇରେ ବିଶ୍ବ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ ।

Read More

ଲକ୍ଷ୍ନୌ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଜଣେ 6 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହଜାରା ବାଘ କୋର୍ଟଙ୍କ ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଅଭିଯୁକ୍ତ ବବ୍‌ଲୁ ନାବାଳିକା ଜଣକୁ ଖେଳାଇବା ପାଇଁ ନେଇ ଦୁଷ୍କର୍ମ କରିବା ସହିତ ଗଳାକାଟି ହତ୍ୟା କରିଥିଲା । ହଜାରା ବାଗ ପୋଲିସ ଅଭିଯୁକ୍ତର ଘର ତଲାସ କରି ଖଟତଳୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହିତ ବବ୍‌ଲୁକୁ ଗିରଫ କରିଥିଲା । ପୋକ୍ସୋ ଆଇନ୍‌ ଆଧାରରେ ଅଭିଯୁକ୍ତ ବବ୍‌ଲୁକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।

Read More

ମୁମ୍ବାଇ : ହଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ଗାୟିକା ଆରିଆାନା ଗ୍ରାଣ୍ଡେ ନିଜ ପୂର୍ବତନ ବୟଫ୍ରେଣ୍ଡଙ୍କ ସ୍ମୃତିରେ ଏକ ଗୀତ ଗାଇବାକୁ ଯାଉଛନ୍ତି । ଆରିଆନାଙ୍କ ପୂର୍ବ ବୟଫ୍ରେଣ୍ଡ ମ୍ୟାକ୍‌ ମିଲରଙ୍କ ଦେହାନ୍ତର ଦେଢ ବର୍ଷ ପରେ ଆରିଆନା ଏହି ଗୀତଟିକୁ ଗାଇବାର ନିଷ୍ପତ୍ତି ନେଇଛନ୍ତି । ମିଲରଙ୍କ ଲିଖିତ ଗୀତ ‘ଆଇ କ୍ୟାନ୍‌ ସି’ ଗାଇବା ନେଇ ଆରିଆନା ଶୁକ୍ରବାର ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରିଛନ୍ତି । ମିଲରଙ୍କ ଆସନ୍ତା ମୃତ୍ୟୁ ବାର୍ଷିକୀରେ ଏହି ଗୀତ ରିଲିଜ୍‌ କରିବାକୁ ଯାଉଥିବା ନେଇ ଆରିଆନା ଗ୍ରାଣ୍ଡେ ସୂଚନା ଦେଇଛନ୍ତି ।

Read More

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଶୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଫେବୃୟାରୀ 1 ତାରିଖରେ ଫାଶୀ ଦଣ୍ଡାଦେଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ 1 ସକାଳ 6ଟା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଅଭିଯୁକ୍ତ ବିନୟ ଏବଂ ମୁକେଶ ସିଂଙ୍କ ପକ୍ଷରୁ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାରର ନାବାଳକ ହେବା ନେଇ ଆବେଦନ କରିଥିଲେ । ପୂର୍ବରୁ ଦୁଇ ଅଭିଯୁକ୍ତ ମୁକେଶ ଏବଂ ବିନୟ ରାଜକ୍ଷମା ଆବେଦନ କରିଥିବା ବେଳେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । (ଏଜେନ୍ସୀ)

Read More

ରାଞ୍ଚି : ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ ହୋଇଥିବା ଜଣାପଡିଛି । ଝାରଖଣ୍ଡରେ ଏହି ଘଟଣା ଘଟିଥିବା ଜଣାପଡିଛି । ହଜାରିବାଘର ପଦ୍ମାରେ ରହିଥିବା ପୋଲିସ୍‌ ପ୍ରଶିକ୍ଷଣ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ଯବାନ ମାନେ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ରାତ୍ରଭୋଜନ ପରେ ଯବାନ ମାନେ ଅସୁସ୍ଥ ହୋଇ ପଡିଥିଲେ । ଖାଇ ସାରିବା ପରେ ଯବାନ ମାନେ ବାନ୍ତି କରିବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜଣକ ପରେ ଜଣେ ଯବାନ ଅସୁସ୍ଥ ହେବାରୁ ସମସ୍ତ ଯବାନଙ୍କୁ ହଜାରିବାଘ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ 22 ତାରିଖରେ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ଏହାକୁ ନେଇ ନାଟକର ଅବସାନ ଘଟୁନାହିଁ । ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ନାଟକୀୟ ଭାବରେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 2012 ମସିହାରେ ଦୁଷ୍କର୍ମ ସମୟରେ ସେ ନାବାଳକ ରହିଥିବା ନେଇ ପଓ୍ବନ୍‌ କୁମାର ଅଭିଯୋଗ କରିଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ବନ୍‌ଙ୍କ ସମାନ ଆବେଦନକୁ ଖାରଜ କରି ଦେଇଥିଲେ । ପୀଡିତାଙ୍କ ଓକିଲ ସୀମା କୁଶଓ୍ବାହା ଏହା ବିରୋଧରେ ଅପିଲ୍‌ କରିବା ସହିତ ଆବେଦନକୁ ଖାରଜ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ରାମହରି ଦାସ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋମ୍ୟା ବୋଷଙ୍କ ଦ୍ୱାରା ପ୍ରଥମେ ରାଗ-ରାଗମାଳିକା ଓ ତାଳ-ତାଳମାଳିକା ଉପରେ ନିବଦ୍ଧ ଅଭିନୟ ରାବଣକୃତ ଶିବ ତାଣ୍ଡବ ପରେ ପରେ ରାଗ-ଆରଭୀ ଓ ତାଳ-ଏକତାଳୀ ଉପରେ ପର୍ଯ୍ୟବେସିତ ଅଭିନୟ କୃଷ୍ଣ ତାଣ୍ଡବ ନାଚନ୍ତି ରଙ୍ଗେ ଶ୍ରୀ ହରୀ ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ସୁଜାତା ମହାପାତ୍ର । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ…

Read More