ଇତିହାସ ରଚିଲା ତାନାଜୀ : ପ୍ରଥମଥର ପାଇଁ  ତିନି ସେନା ପ୍ରମୁଖ ମିଳିତ ଭାବରେ ଦେଖିଲେ ଏହି ଫିଲ୍ମ

Published: Jan 21, 2020, 11:46 am IST

ମୁମ୍ବାଇ : ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ ଦି ଅନସଙ୍ଗ ଓ୍ବାରିଅର ଏକ ଇତିହାସ ସୃଷ୍ଟି କରିଛି । ଦେଶର ତିନି ସେନାର ମୁଖ୍ୟ ପ୍ରଥମଥର ମିଳିତ ଭାବେ ଏହି ଫିଲ୍ମଟିକୁ ଦେଖିଛନ୍ତି ।  ଏହି ଫିଲ୍ମକୁ ଦେଶର ତିନି ସେନା ପ୍ରମୁଖ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେ, ନେଭି ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ମିଳିତ ଭାବେ ଅଜୟ ଦେବଗନ ଓ କାଜୋଲଙ୍କର ଅଭିନୀତ ଐତିହାସିକ ଚଳଚ୍ଚିତ୍ର ‘ତାନାଜୀ’କୁ ଦେଖିଛନ୍ତି ।

ଅବସରପ୍ରାପ୍ତ ନେଭି ଅଫିସର ହରିନ୍ଦର ସିକ୍କା ଟୁଇଟ୍‌ କରିଛନ୍ତିଯେ,  – ତାନାଜୀ ଇତିହାସ ରଚିଛି । ତିନି ସେନା ପ୍ରମୁଖ ଏହି ଫିଲ୍ମକୁ ଦେଖିଛନ୍ତି । ଏହି ଫିଲ୍ମକୁ ଦେଖନ୍ତୁ, ଏହା ଏହି ଦୁନିଆଠାରୁ ଅଲଗା ଅଟେ । ଏହା ସହିତ  ହରିନ୍ଦର ସିକ୍କା  ତିନି ସେନା ପ୍ରମୁଖଙ୍କ ସହ ଅଜୟ ଦେବଗନଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଟୁଇଟ୍‌କୁ ସେୟାର କରି ଅଜୟ ଦେବଗନ ଲେଖିଛନ୍ତି ଯେ, ତିନି ସେନା ପ୍ରମୁଖଙ୍କ ସହିତ ସନ୍ଧ୍ୟା ବିତାଇବାର ସମ୍ମାନ ପ୍ରାପ୍ତ କଲି । ତାନାଜୀକୁ ମିଳୁଥିବା ଭଲପାଇବା ଲାଗି ସମସ୍ତଙ୍କୁ ହୃଦୟର ସହ ଧନ୍ୟବାଦ ଅର୍ପଣ କରୁଛି’’ । ଫିଲ୍ମଟି 200 କୋଟି କ୍ଲବ୍‌ରେ ସାମିଲ୍‌ ହେବାକୁ ଯାଉଛି ।  ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ୧୬୭.୪୫ କୋଟି ଟଙ୍କା ଆୟ କରିଛି । ଫିଲ୍ମଟିର ନିର୍ଦ୍ଦେଶନା ଓମ୍‌ ରାଉତ୍‌ ଦେଇଥିବାବେଳେ ଫିଲ୍ମରେ ଅଜୟ ଦେବଗନ ମରାଠା ସାମ୍ରାଜ୍ୟର ଜଣେ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଚରିତ୍ର ନିଭାଇଛନ୍ତି । କାଜେଲ୍‌ ସାବିତ୍ରୀ ବାଇ ମାଲସୁରେ ଚରିତ୍ରରେ ରହିଥିବାବେଳେ ସୈଫ୍‌ ଅଲୀଖାନ୍‌ ଉଦୟଭାନ ରାଠୋଡ୍‌ ଭୂମିକାରେ ନଜର ଆସିଛନ୍ତି । (ଏଜେନ୍ସି)

Related posts