Author: Samikhsya Bureau

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବୁଧବାର ରାତିରେ ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ଶ୍ରୀନଗରର ଜାକୁରିଆରେ ଏହି ଘଟଣା ଘଟିଥିଲା । ଏକ ଘର ଉପରକୁ ଗ୍ରେନେଡ୍‌ ଫିଙ୍ଗା ଯାଇଥିଲେ ମଧ୍ୟ ଏହା ଘର ଉପରେ ନପଡି ରାସ୍ତାରେ ପଡିବାରୁ ବିଶେଷ କ୍ଷତି ଘଟିନଥିଲା । ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ୍‌ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବେନଶ୍ବର :  ଖରାଛୁଟିରେ ସ୍କୁଲ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ୍‌। ପାଠପଢାରେ ଦୁବର୍ଳ ଥିବା ପିଲାମାନଙ୍କୁ ଏକ୍ସଟ୍ରା କ୍ଲାସ ଦିଆଯିବ । ଏନେଇ ସୂଚନା ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ ଶିକ୍ଷକମାନଙ୍କୁ ଖରାଛୁଟି ମିଳିବ କି ନାହିଁ ବୋଲି ପଚାରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷକମାନଙ୍କର ଛୁଟି ସମୟରେ ରୋଟେସନ୍‌ ଡ୍ୟୁଟି ଥାଏ। ସେହି ସମୟରେ ଶିକ୍ଷକମାନେ ଏହି କ୍ଲାସ୍‌ ନେଇପାରିବେ । ରାଜ୍ୟରେ ଏବେ ଆକ୍ସନ ମୋଡରେ ରହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଅଚାନକ ସ୍କୁଲ ପରିଦର୍ଶନ କରିବା ସହିତ ପିଲାଙ୍କ ଶିକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଦିଲ୍ଲୀର ସ୍କୁଲ ପରିଦର୍ଶନ କରି ସେଠାରେ ଦିଆଯାଉଥିବା ଉନ୍ନତ ଶିକ୍ଷା ପ୍ରଣାଳୀକୁ ଦେଖିବା ସହିତ ରାଜ୍ୟରେ ସ୍କୁଲ ଶିକ୍ଷାର ଉନ୍ନତି ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି ।

Read More

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସିଏଏକୁ ନେଇ ସମସ୍ତ ରାଜ୍ୟ ସହିତ ଆଲୋଚନା କରିବା ସହିତ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବା ପାଇଁ ଧାଣ୍ଡାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ । ବିଲ୍‌ଟି ବୈଧ କି ଅବୈଧ ତାହା ନିର୍ଣ୍ଣୟ କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ମାତ୍ର ଏହାକୁ ଅଣସାମ୍ବିଧାନିକ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ନୁହେଁ…

Read More

ସମୀକ୍ଷା ବ୍ୟୁରୋ ବାଣପୁର : ରାଜ୍ୟସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ଆଜି ବାଣପୁରର ପ୍ରସିଦ୍ଧ ମା’ ଭଗବତୀଙ୍କ ମନ୍ଦିରଠାରେ ବିଜେଡି ବିଧାୟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡକୁ ଦେଖି ସାଧାରଣରେ ବେଶ୍‌ ଉତ୍ସାହ ସୃଷ୍ଟି ହୋଇଛି। ନିକଟରେ ମଠ, ମନ୍ଦିର ପାଇଁ ରାଜ୍ୟ ସରକାର  ଉଲ୍ଲେଖନୀୟ ପଦକ୍ଷେପ ନେଉଥିବାବେଳେ ବାଣପୁର ମନ୍ଦିରକୁ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଅଚାନକ ଗସ୍ତ ସହରରେ ବେଶ୍‌ ଉତ୍ସାହ ସୃଷ୍ଟି କରିଛି।  ଆଗାମୀ ସମୟରେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିରର ଉନ୍ନତି ନେଇ ବିଶେଷ କିଛି ଯୋଜନା କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଆଜି ବାଣପୁରର ଭଗବତୀ ମନ୍ଦିର ପରିଦର୍ଶନ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାନସଭା ଏଥିକ୍ସ କମିଟିର ଅଧ୍ୟକ୍ଷ ଅମର ଶତପଥୀ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଭୁପିନ୍ଦର ସିଂହ,  ବିଧାୟକ କିଶୋର ମହାନ୍ତି ପ୍ରମୁଖ।…

Read More

ପଶ୍ଚିମବଙ୍ଗ: ଦିଲ୍ଲୀଠାରେ ଜାନୁଆରୀ 13 ତାରିଖରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ୍‌ ହେବେ ନାହିଁ। ମମତା ଏହି ବୈଠକକୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମମତା କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଓ ସିପିଏମ୍‌ ଡାର୍ଟି ପଲିଟିକ୍ସ କରୁଛନ୍ତି। ଏହି କାରଣରୁ ସେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି) ବିରୋଧରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦେଶବ୍ୟାପୀ ହୋଇଥିବା ଭାରତ ବନ୍ଦକୁ ନେଇ ମମତା ବାମପନ୍ଥୀ ଦଳକୁ ନିଶାନା କରି କହିଛନ୍ତି ଯେ, ଏହି ଦଳ ପ୍ରଦର୍ଶନ କରି କେବଳ ଲୋକପ୍ରିୟତା ପାଇବାକୁ ଚାହୁଁଛି। କେବଳ ହିଂସ କରି ନିଜର ଉପସ୍ଥିତ ଜତାଇବାକୁ ବାମପନ୍ଥୀ ଚାହୁଁଛି। କାରଣ ସମସ୍ତେ ଦିଲ୍ଲୀରେଏହା କରିପାରିବେ ନାହିଁ। ସେଥିପାଇଁ ପଶ୍ଚିମବଙ୍ଗରେ ଆସି କରୁଛନ୍ତି। ତାଙ୍କ ଦଳର ମୁଖ୍ୟାଳୟ ଏଠାରେ ଅଛି । ଯଦି କିଛି…

Read More

ନୂଆଦିଲ୍ଲୀ : କୁଆଲାଲାମ୍ପୁରରେ ଅନୁଷ୍ଠିତ ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଚଳିତ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସାଇନା ନିଜର ଦବ୍‌ଦବା ଜାରି ରଖିଛନ୍ତି । ଦକ୍ଷିଣ କୋରିଆର ଆନ୍‌ ସେନ୍‌ ୟଙ୍ଗଙ୍କୁ ପରାସ୍ତ କରି ସାଇନା କ୍ବାର୍ଟରରେ ପହଞ୍ଚିଛନ୍ତି । ମାତ୍ର 39 ମିନିଟ୍‌ ସମୟ ନେଇ ସାଇନା ୟଙ୍ଗଙ୍କୁ ପରାସ୍ତ କରିଥିଲେ । 25-23 ଏବଂ 21-12 ସେଟ୍‌ରେ ସାଇନାଙ୍କୁ ପରାସ୍ତ କରିଥିଲେ । ପ୍ରଥମ ସେଟ୍‌ଟି ଟ୍ରାଇବ୍ରେକରକୁ ଯାଇଥିବା ବେଳେ ସାଇନା ନିଜ ଅଭିଜ୍ଞତା ବଳରେ ବିଜୟୀ ହୋଇଥିଲେ । ଦ୍ବିତୀୟ ସେଟ୍‌ଟିକୁ ସାଇନା ଅନାୟାସରେ21-12 ବ୍ୟବଧାନରେ ଜିତି ନେଇଥିଲେ । କ୍ବାର୍ଟରରେ ସାଇନା କାରୋଲିନ୍‌ ମାରିନ୍‌ଙ୍କୁ ଭେଟିବେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଉପମୁଖ୍ୟ ରାଜୀବ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି । ଫେବୃୟାରୀ 1 ତାରିଖରେ ବଜେଟ୍‌ ଆଗତ ହେବାକୁ ଥିବାରୁ ଏହି ବୈଠକରେ ଅର୍ଥନୀତି ସୁଧାରିବା ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ପ୍ରଥମେ ଶିଳ୍ପ ଜଗତର ଟାଇକୁନ୍‌ ମାନଙ୍କ ସହିତ ଆଲୋଚନାର ଦୁଇ ଦିନ ମଧ୍ୟରେ ମୋଦି ନିତି ଆୟୋଗ ସଦସ୍ୟଙ୍କୁ ଭେଟିଥିବାରୁ ଶିଳ୍ପ ବ୍ୟବସ୍ଥାରେ ସୁଧାର ଆଣିବା ସମ୍ପର୍କରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । (ଏଜେନ୍ସୀ)

Read More

କୋଲକାତା: ନୋବେଲ୍‌ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଛନ୍ତି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଅମର୍ତ୍ତ୍ୟ ସେନ କହିଛନ୍ତି ଯେ, ଏହି କାନୁନ୍‌କୁ ରଦ୍ଦ କରାଯିବା ଆବଶ୍ୟକ। ଏହା ଏକ ଅସାମ୍ବିଧାନିକ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ଏହି ଆଇନକୁ ରଦ୍ଦ କରିଦେବା ଉଚିତ୍‌ । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଛି। ବିରୋଧୀ ମଧ୍ୟ ଏହାକୁ ଜୋରସୋର୍‌ରେ ବିରୋଧ କରୁଛନ୍ତି। ଏହି କାନୁନ ସାମ୍ବିଧାନିକ ପ୍ରାବଧାନକୁ ଉଲ୍ଲଂଘନ କରୁଛି। ଧର୍ମ ଆଧାରରେ ନାଗରିକତା ମାମଲା ସମ୍ବିଧାନ ସଭାକୁ ଆସିଥିଲା ପରେ ଧର୍ମ ଆଧାରରେ ନାଗରିକତା ଦିଆ ନଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ଆଇନ୍‌ ଅସାମ୍ବିଧାନିକ, ଏହା ରଦ୍ଦ ହେବା ଉଚିତ୍‌ ବୋଲି କହିଛନ୍ତି ଅମର୍ତ୍ତ୍ୟ ସେନ। ସେହିପରି ଜେଏନ୍‌ୟୁରେ ଛାତ୍ରଙ୍କ ସମର୍ଥନ କରିବା ସହିତ ଅମର୍ତ୍ତ୍ୟ ସେନ୍‌ କହିଛନ୍ତି ଯେ, ଏହି ମାମଲାରେ ଏହିପର୍ଯ୍ୟନ୍ତ ନ୍ୟାୟ ହୋଇନାହିଁ। ଯେଉଁମାନେ ମାଡ…

Read More

ନୂଆଦିଲ୍ଲୀ- ଚଳିତ ଜାନୁୟାରୀ 31 ତାରିଖରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ଅଧିବେସନ ଜାନୁୟାରୀ 31 ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ଅଧିବେସନ ମାର୍ଚ୍ଚ 2 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ତାରିଖରେ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ ଉପସ୍ଥାପନ କରିବେ। ତେବେ ଏଥର  ସିଏଏ ନିଆଁ ଏବଂ ଜେଏନୟୁରେ ଛାତ୍ର ଆନ୍ଦୋଳନ ନେଇ ଗୃହ ସରଗରମ ରହିବ ବୋଲି ଜାଣାପଡିଛି। ସିଏଏ ନିଆଁ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଲାଗିରହିଥିବାରୁ ବିରୋଧୀ ଏହାକୁ ମୁଖ୍ୟ ପ୍ରସଂଗ କରିବେ।

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍‌ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍‌ଆଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ତିନି ଗାଡି ଅଗ୍ନି ନିର୍ବାପନରେ ବ୍ୟସ୍ତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରୋଗୀ ମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ରିଅଲ୍‌ ମାଦ୍ରିଦ୍‌ ସ୍ପାନିଶ୍‌ ସୁପର୍‌ କପ୍‌ ଫାଇନାଲ୍‌ରେ ପହଞ୍ଚିଛି । ବୁଧବାର ରାତିରେ ଅନୁଷ୍ଠିତ ସେମି ଫାଇନାଲ୍‌ରେ ଭାଲେନ୍ସିଆକୁ 3-1ରେ ପରାସ୍ତ କରି ମାଦ୍ରିଦ୍‌ ଫଶଇନାଲ୍‌ରେ ପହଞ୍ଚିଛି । ମାଦ୍ରିଦ୍‌ ପକ୍ଷରୁ ଟୋନି କ୍ରୁସ୍‌, ଇସ୍କୋ ଏବଂ ଲୁକା ମୋଡ୍ରିକ୍‌ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଫାଇନାଲ୍‌ରେ ମାଦ୍ରିଦ୍‌ ମେତ୍ସେଲାକୁ ଭେଟିବ । ଜିନେଦାଇନ୍‌ ଜିଦାନଙ୍କ ଆଘାତ ସମସ୍ୟା ଏବଂ ଦଳର ମୁଖ୍ୟ ଷ୍ଟ୍ରାଇକର ଏଡେନ୍‌ ହାଜାର୍ଡ, ଗେରାଥ୍‌ ବେଲ୍‌ ଏବଂ କରିମ୍‌ ବେଞ୍ଜାମାଙ୍କ ଅନୁପସ୍ଥିତିରେ ଲୁକା ମୋର୍ଡିକ୍‌ ଏବଂ ଟୋନି କ୍ରୁସ୍‌ ଗୋଲ୍‌ ସ୍କୋର କରିଥିଲେ । ଭାଲେନ୍ସିଆ ପକ୍ଷରୁ କୋପା ଡେଲ ରେ ପ୍ରଥମ ଗୋଲ୍‌ ସ୍କୋର କରିଥିବା ବେଳେ 28 ତମ ମିନିଟ୍‌ରେ କ୍ରୁସ୍‌ଙ୍କ ଗୋଲ୍‌ରେ ମ୍ୟାଚ୍‌ ବରାବର ସ୍ଥିତିକୁ ଆସିଥିଲା । 35 ତମ ମିନିଟ୍‌ରେ ଇସ୍କୋ ଗୋଲ୍‌ ସ୍କୋର କରିଥିବା ବେଳେ 88 ତମ ମିନିଟ୍‌ରେ ଲୁକା…

Read More