Author: Samikhsya Bureau

ମୁମ୍ବାଇ,23/11: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶିବସେନାକୁ ସମାଲୋଚନା କରିଛନ୍ତି ଦେବେନ୍ଦ୍ର ଫଡନବିସ୍‌ । ଶପଥ ଗ୍ରହଣପରେ ଫଡ୍‌ନବିସ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଜନତା ସ୍ପଷ୍ଟ ବହୁମତ ଦେଇଥିଲେ, ସେମାନଙ୍କୁ ସମ୍ମାନ ଦେବା ଉଚିତ୍ । ମାତ୍ର ଶିବସେନା ପକ୍ଷରୁ ଜନାଦେଶର ଅବମାନନା କରାଯାଇଛି ଏବଂ ବର୍ତ୍ତମାନର ପରସ୍ଥିତି ପାଇଁ ଶିବସେନା ଦାୟୀ ବୋଲି ଫଡନବିସ୍‌ କହିଛନ୍ତି । ମହାରାଷ୍ଟ୍ରରେ ଏକ ସ୍ଥାୟୀ ସରକାରର ଆବଶ୍ୟକତା ଥିଲା ଏବଂ ଚାଷୀ ମାନଙ୍କ ସମସ୍ୟା ଦୂର ପାଇଁ ବିଜେପି ସହ ମିଶି ସରକାର ଗଠନ କରିବାର ନିଷ୍ପତ୍ତି ନିଆଯାଇଛି ବେଲି ଉପମୁଖ୍ୟମନ୍ତ୍ରୀ ଅଜିତ ପଓ୍ବାର ପ୍ରକାଶ କରିଥିଲେ । ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଡନବିସ୍‌ ଏବଂ ପଓ୍ବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ, 23/11 ( ଆଇଏଏନଏସ) : ମହାରାଷ୍ଟ୍ର ରାଜନୀତିର ମହାନାଟକରେ ଯବନିକା ପଡିଛି । ନିର୍ବାଚନ ଫଳାଫଳର ଏକ ମାସ ପରେ ମହାରାଷ୍ଟ୍ରକୁ ମିଳିଛି ଏହାର ମୁଖ୍ୟମନ୍ତ୍ରୀ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡନବିସ୍‌ ପରିଶେଷରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏନ୍‌ସିପି ସହିତ ମେଣ୍ଟ କରି ବିଜେପି ମହାରାଷ୍ଟ୍ରରେ ସରକାର ଗଠନରେ ସଫଳ ହୋଇଛି । ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଏନ୍‌ସିପି ନେତା ଅଜିତ୍‌ ପଓ୍ବାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କ ଆମନ୍ତ୍ରଣରେ ରାତି ଅଧିଆ ଶପଥ ପାଠ କରିଥିଲେ ଉଭୟ ନେତା । ବର୍ତ୍ତମାନ ବିଧାନସଭାରେ ଫଡନବିସ୍‌ଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ । ଏହାର ଗୋଟିଏ ଦିନ ପରେ କ୍ୟାବିନେଟ ସଂପ୍ରସାରଣ ହେବ ବୋଲି ଫଡନବିସ୍‌ ସୂଚନା ଦେଇଛନ୍ତି । ନିର୍ବାଚନ ପରଠାରୁ ମହାରାଷ୍ଟ୍ରରେ ସରକାର ଗଠନ…

Read More

ବାଣପୁର, ୨୨.୧୧, ସମୀକ୍ଷାବ୍ୟୁରୋ : ବାଣପୁର ମା’ ଉତ୍ତରାୟଣି ମନ୍ଦିରଠାରେ ବିଜେପି ତରଫରୁ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିରଜାଇ ମଣ୍ଡଳର ସଭାପତି ରୂପେ ଭେଟେଟଶ୍ବର ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ମଣ୍ଡଳ ସଭାପତି ନିର୍ବାଚନରେ ନିରୀକ୍ଷକ ଭାବେ ନିରଞ୍ଜନ ମିଶ୍ର ଦାୟିତ୍ବ ତୁଲାଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ,  ଭେଟେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ, ବିରଜାଇ ମଣ୍ଡଳର ପୂର୍ବତନ ସଭାପତି ଦେବଦତ୍ତ ବଡଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ବିରିଜାଇ ମଣ୍ଡଳର ପାଞ୍ଚୋଟି ପଞ୍ଚାୟତ ଯଥାକ୍ରମେ – ଭେଟେଶ୍ବର, ନିଳାଦ୍ରି ପ୍ରସାଦ, ଦାମିଆ ବରବରା, ତୁମ୍ବୁରାପୁଟ, ଭାବନୀପୁରର ବୁଥ୍‌ କମିଟିର ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ଉପସ୍ଥିତ ରହିଥିଲେ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ନଭେମ୍ବର 21: ୧୨୦ତମ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି କେଦାରଗୌରୀସ୍ଥିତ ଗୁଆଝର ପ୍ରାଙ୍ଗଣରେ ପାଇକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ଉଦଘାଟନ କରି କରିଥିଲେ। ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ଦୁଃଶାସନ ସ୍ୱାଇଁ,କେଦାରନାଥ ମହାପାତ୍ର,ସନତ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରତିଯୋଗିତା ବିଚାରକ ଭାବେ ଇଂ ସଚିଦାନନ୍ଦ ସୁନ୍ଦରାୟ,ଶରତ ଚନ୍ଦ୍ର ପାଇକରାୟ,ନୀଳମଣି ମିଶ୍ର,ଦାମୋଦର ହରିଚନ୍ଦନ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ୫୧ଟି ପାଇକ ଦଳ ଭାଗ ନେଇଥିଲେ। ଶନିବାର ଦିନ ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଉତ୍ସବରେ କୃତି ପାଇକ ଦଳକୁ ପୁରସ୍କୃତ କରାଯିବ।

Read More

ଭୁବନେଶ୍ବର, ୨୨.୧୧: ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୩୮ତମ ଓଡ଼ିଶା ଲଳିତ କଳା ଏକାଡେମୀ  ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ଶିଳ୍ପୀମାନେ ହେଉଛନ୍ତି, ହୃଷିକେଶ ବିଶ୍ବାଳ-ଚିତ୍ର ଜ୍ୟୋତି ପ୍ରକାଶନ ପ୍ରଧାନ-ଚିତ୍ର ନୀର ଜାନୀ-ଗ୍ରାଫିକ୍ ସତ୍ୟରଞ୍ଜନ ଦାସ-ଚିତ୍ର ମାୟାଧର ସାହୁ-ଭାସ୍କର୍ଯ୍ୟ ବିଶ୍ବଜିତା ମହାରଣା-ଭାସ୍କର୍ଯ୍ୟ ବରୁଣ ବେହେରା-ଟେରାକୋଟା ନିରଞ୍ଜନ ମହାପାତ୍ର-ପଟ୍ଟଚିତ୍ର ଏହି ରାଜ୍ୟସ୍ତରୀୟ ପୁରସ୍କାର ନିମେନ୍ତ ପ୍ରଥମ ପର୍ଯ୍ୟାୟରେ କଳାକୃତିର ବିଭିନ୍ନ ବିଭାଗରୁ ୩୬୮ଜଣ ଶିଳ୍ପୀଙ୍କଠାରୁ ୬୧୫ଟି କଳାକୃତି ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଚୟନ ପରେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୧୧୦ଟି କଳାକୃତିରୁ ଚୟନ କରାଯାଇ ୮ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କଳାକୃତି ନିମେନ୍ତ ବିଚାରକ ମଣ୍ଡଳୀଙ୍କ ଦ୍ବାରା ପୁରସ୍କାର ପାଇଁ ମନୋନୟନ କରାଯାଇଥିଲା। ଆସନ୍ତା ଡିସେମ୍ବରରେ ଭୁବନେଶ୍ବରଠାରେ ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ କୃତି ଶିଳ୍ପୀଙ୍କୁ ପୁରସ୍କୃତ କରାଯିବ । ୫୦,୦୦୦/-ର ପୁରସ୍କାର ରାଶି ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ…

Read More

ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଅଚଳାବସ୍ଥା ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ମହାରାଷ୍ଟ୍ରରେ ଏନ୍‌ସିପି, କଂଗ୍ରେସ ଓ ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ନେଇ ସସ୍‌ପେନ୍ସ ଜାରି ରହିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ଉଭୟ କଂଗ୍ରେସ ଓ ଏନ୍‌ସିପି ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ କରିଛନ୍ତି। ଆଜି ନେହେରୁ ସେଣ୍ଟରଠାରେଏହି ତିନି ଦଳଙ୍କ ବୈଠକରେ ଉଭୟ  ସରକାର ଗଠନକୁ ନେଇ ବୁଝାମଣା କରିଛନ୍ତି। ତେବେ ଆସନ୍ତା ଦିନେ ଦୁଇଦିନ ଭିତରେ ଏହାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି।

Read More

ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଏକ ନୂତନ କାର୍‌ ଲଞ୍ଚ କରାଇଛନ୍ତି । ଶୁକ୍ରବାର ଲଞ୍ଚ ହୋଇଥିବା ଏହି ପିକ୍‌ଅପ୍‌ କାର୍‌ଟି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍‌ ହୋଇଥିବା ବେଳେ ଏହାର ମୂଲ୍ୟ 39900 ଡଲାର ରହିଛି । କାର୍‌ଟିର ନାମ ଲୋଟସ୍‌ ଇ ସ୍ପିରିଟ୍‌-1 ରହିଛି । କାର୍‌ଟି ତିନି ଭ୍ୟାରିଆଣ୍ଟରେ ବଜାରକୁ ଆସୁଛି । ଥରେ ଚାର୍ଜ ହେଲେ ଏହି କାର୍‌ 250, 300 ଏବଂ 500 ମାଇଲ୍‌ ପର୍ଯ୍ୟନ୍ତ ଯାତ୍ରା କରିବାରେ ସକ୍ଷମ ହେବ । ଫୋର୍ଡ ଏଫ୍‌-150 ସହିତ ଏହି କାର୍‌ଟି ପ୍ରତିଦ୍ବନ୍ଦିତା କରିବ । ଏହି କାର୍‌ର ମୂଲ୍ୟ 39900 ଡଲାର ରହିଥିବା ବେଳେ ଅଲଗା ମଡେଲରେ ଏହା 50 ହଜାର ଡଲାର ପର୍ଯ୍ୟନ୍ତ ରହିଥିବା ନେଇ ଟେସ୍‌ଲା ସୂଚନା ଦେଇଛନ୍ତି ।

Read More

କେଦାର ମିଶ୍ର ଯେଉଁମାନେ ଓଡିଆ ଥିଏଟର୍ ଓ ସିନେମାର ଇତିହାସ ସହ ଜଡିତ ସେମାନଂକ ପାଇଁ ମଣିମାଳା ଦେବୀ ହୁଏତ ଏକ ପରିଚିତ ନାମ, ହେଲେ ଆଜିର ମିଲେନିଆଲ ଓଡିଆମାନେ କଣ ଜାଣନ୍ତି ସେ କିଏ?  ସେ ଥିଲେ ପଚାଶରୁ ସତୁରୀ ଦଶକ ଭିତରେ ପ୍ରସିଦ୍ଧ ଅନ୍ନପୂର୍ଣ୍ଣା  ଥିଏଟର୍ ର ମହାନାୟିକା।   ୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ  ବାନ୍ଧି ରଖିଥିଲା।  ସେ ଥିଲେ ଗୋଟେ ଯୁଗର ନାୟିକା। ଯେଉଁ ସମୟରେ ଓଡିଆ ଝିଅ ଘରର ଏରୁଣ୍ଡି ଟପିବା ଅସମ୍ଭବ ଥିଲା, ସେଇ ସମୟରେ ସାତ ବର୍ଷର ବାଳିକା ମଣିମାଳା ରଂଗମଂଚର ମୋହରେ ଘର ଛାଡ଼ି ମଂଚକୁ ସବୁଦିନ ଲାଗି ନିଜର ଜୀବନ ଭାବେ ବରଣ କରିନେଇଥିଲେ।  ଓଡିଆ ସିନେମାର ଏହି ମହାନାୟିକାଂକ କଳା ଓ ଜୀବନକୁ ନେଇ…

Read More

କୋଲକାତା,22/11 : ଇଡେନ ଗାର୍ଡେନ୍‌ରେ ଆରମ୍ଭ ହୋଇଥିବା ଭାରତ ଏବଂ ବାଂଲାଦେଶ ଐତିହାସିକ ଦିବାରାତ୍ର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ସଙ୍କଟରେ ପଡିଛି । ଭାରତୀୟ ପେସ୍‌ ବୋଲରଙ୍କ ସଫଳତା କାରଣରୁ ବାଂଲାଦେଶ 103 ରନ୍‌ରେ 8 ଓ୍ବିକେଟ ହରାଇ ସଙ୍କଟରେ ପଡିଛି । ଭାରତ ପକ୍ଷରୁ ଉମେଶ ଯାଦବ 3ଟି ଏବଂ ଇଶାନ୍ତ ଶର୍ମା 4ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ସାମି ଅନ୍ୟ ଏକ ଓ୍ବିକେଟଟି ହାସଲ କରିଥିଲେ । ଓପ୍ନର ସଦ୍‌ମାନ ଇସ୍‌ଲାମ ସର୍ବାଧିକ 29 ରନ୍‌ ସଂଗ୍ରହ କରିଥିଲେ । ଲିଟନ୍‌ ଦାସ(24) ରିଟାୟର୍ଡ ହର୍ଟ ହେବାପରେ ବଦଳ ଖେଳାଳି ନଇମ ହସନ୍‌(16) ରନ୍‌ରେ ବ୍ୟାଟିଂ କରୁଛନ୍ତି । ଏହି ତିନି ଜଣଙ୍କ ବ୍ୟତିତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପରିଜା ଲାଇବ୍ରେରୀ ଛାତରେ ଚଢିଥିବା ଯୁବକଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ତିନି ପ୍ରକାରର ବ୍ୟବସ୍ଥା ଆପଣାଯାଇଥିଲା । ଲାଇବ୍ରେରୀ ଚତୁପାର୍ଶ୍ବକୁ ଜାଲରେ ଘେରାଉ କରାଯାଇଥିବା ବେଳେ ଦୁଇଟି ବ୍ରୁଣ୍ଟୋ ସ୍କାଏ ଗାଡି ନିୟୋଜନ କରାଯାଇଛି । ବ୍ରୁଣ୍ଟୋ ସ୍କାଏରେ ଜଣେ ଅଧିକାରୀ ଉପରକୁ ଯାଇ ଯୁବକଙ୍କୁ କାବୁ କରିଥିଲେ । ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବୋଲି ଜଣାପଡିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ମୋଦୀ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ କମ୍ପାନୀ ବିରୋଧରେ ସନ୍ତ୍ରାସବାଦୀ କାର୍ୟକଳାପ ପାଇଁ  ଅର୍ଥ ଯୋଗାଉଥିବା ଅଭିଯୋଗର ତଦନ୍ତ କରୁଛି, ସେହି କମ୍ପାନୀଠାରୁ ଭାରତୀୟ ଜନତା ପାର୍ଟି ଦଶ କୋଟି ଟଙ୍କାର ଚାନ୍ଦା ନେଇଛି। ଏକଥା ଖୋଦ ବିଜେପି ସ୍ଵୀକାର କରିଛି। ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଯେଉଁ ହିସାବ ଦାଖଲ କରିଛି, ସେଥିରେ ଆରକେଡବ୍ଲୁ ଡେଭଲପର୍ସ ନାମକ ଏକ କମ୍ପାନୀଠାରୁ ୨୦୧୪-୧୫ ମସିହାରେ  ୧୦ କୋଟି ଓ ଏହାର ସହଯୋଗୀ କମ୍ପାନୀ ଦର୍ଶନ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ଠାରୁ ୭.୫ କୋଟି ଟଙ୍କା ଚାନ୍ଦା ନେଇଥିବା କଥା ସୂଚନା ଦେଇଛି। ଏହି କମ୍ପାନୀ ସହିତ ୧୯୯୩ ମୁମ୍ବାଇ ବୋମା ବିଷ୍ଫୋରଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଇକବାଲ ମେମନ ଓରଫ ଇକବାଲ ମିର୍ଚ୍ଚିର ସମ୍ପର୍କ ରହିଥିବା କଥା ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ଏ ସମ୍ପର୍କରେ ଆଜି ପ୍ରସିଦ୍ଧ ପୋର୍ଟାଲ “ଦି ୱାୟାର” ଏକ ବିଶେଷ…

Read More

କୋଲକାତା,22/11 ଇଡେନ ଗାର୍ଡେନ୍‌ରେ ଆରମ୍ଭ ହୋଇଥିବା ଭାରତ ଏବଂ ବାଂଲାଦେଶ ଐତିହାସିକ ଦିବାରାତ୍ର ମ୍ୟାଚ୍‌ରେ ଇଶାନ୍ତ ଶର୍ମାଙ୍କୁ ପ୍ରଥମ ସଫଳତା ମିଳିଛି । ଇଶାନ୍ତ ବାଂଲାଦେଶ ଓପ୍‌ନର ଇମରୁଲ କାଏସ୍‌ଙ୍କୁ ଲେଗବିଫୋର କରି ପ୍ରଥମ ସଫଳତା ହାସଲ କରିଥିଲେ । ମ୍ୟାଚ୍‌ର ସପ୍ତମ ଓଭରରେ କାଏସ୍‌ଙ୍କୁ ଆଉଟ କରିଥିଲେ ଇଶାନ୍ତ । ନବମ ଓଭର ଖେଳ ଶେଷ ସୁଦ୍ଧା ବାଂଲାଦେଶ 1 ଓ୍ବିକେଟ୍‌ ହରାଇ 16 ରନ୍‌ ସଂଗ୍ରହ କରିଛି ।(ଏଜେନ୍ସୀ)

Read More

ଉତ୍ତରପ୍ରଦେଶ,22/11 ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଲାୟମଙ୍କ ଜନ୍ମଦିନ ଖୁବ୍‌ ଆଡମ୍ବରର ସହ ପାଳନ କରାଯାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ  ଦୀର୍ଘ  ଓ ନିରାମୟ ଜୀବନ କାମନା କରିଛନ୍ତି। (ଏଜେନ୍ସୀ)

Read More

କୋଲକାତା,22/11 ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ବାଂଲା ଅଧିନାୟକ ମୋମିନୁଲ ହକ୍‌ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ଗତ ମ୍ୟାଚ୍‌ର ଏକାଦଶ ସହିତ ପଡିଆକୁ ଓହ୍ଲାଇଥିବା ବେଳେ ବାଂଲାଦେଶ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିନ୍‌ ତେନ୍ଦୁଲକର, ବାଂଲାଦେଶ ମୁଖ୍ୟମନ୍ତ୍ରୀ ଶେଖ୍‌ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଏହି ମ୍ୟାଚ୍‌ ଦେଖିବା ପାଇଁ ଉପସ୍ଥିତ ଅଛନ୍ତି । ଟସ୍‌ ପରେ ମମତା ଏବଂ ହସିନା ଉଭୟ ଦଳର ଖେଳାଳିଙ୍କ ସହିତ ହାତ ମିଳାଇଥିଲେ । (ଏଜେନ୍ସୀ)

Read More