ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ନୀଳାଚଳ ଇସ୍ପାତ ପ୍ଲାଣ୍ଟରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି। ଏମ୍ଏମ୍ଟିସି, ଭେଲ୍ ଓ ଏନ୍ଏମଟିସି ଓ ମେକନ୍ ପରି 6ଟି ପିଏସ୍ୟୁର ଅଂଶଧନ ବିକ୍ରି ହେବା ନେଇ ସୂଚନା ରହିଛି। ସେହିପରି ଏହି ବୈଠକରେ ମୁଖ୍ୟତଃ ମାଇନ୍ସ ଆଉ କୋଇଲା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି କ୍ୟାବିନେଟ ବୈଠକରେ ମୁଖ୍ୟତଃ ପୂର୍ବତର ରାଜ୍ୟମାନଙ୍କର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର। ପୂର୍ବତର 8ଟି ରାଜ୍ୟରେ ଗ୍ୟାସ ଗ୍ରିଡ ସ୍ଥାପନ କରିବା ସହ ଭାରତୀୟ ରେଳର ଇନ୍ଧନ ପାଇଁ ଇଂଲଣ୍ଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଜଣାପଡିଛି (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ : ମାଲେସିଆ ଓପନ୍ ବ୍ୟାଡମିଣ୍ଟନରେ ଭାରତକୁ ମିଶ୍ର ଫଳ ମିଳିଛି । ଭାରତୀୟ ଷ୍ଟାର ସାଇନା ନେହ୍ବାଲ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିବା ବେଳେ କିଦାମ୍ବି ଶ୍ରୀକାନ୍ତ ଏବଂ ସାଇ ପ୍ରଣୀଥ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ବୁଧବାର ଅନୁଷ୍ଠିତ ମୁକାବିଲାରେ ସାଇନା ବେଲଜିୟମ୍ର ଲିଆନ୍ନେ ଟେନ୍ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି । ସାଇନା ମାତ୍ର 36 ମିନିଟ ସମୟ ନେଇ ଲିଆନ୍ନେଙ୍କୁ 21-15 ଏବଂ 21-17 ସେଟ୍ରେ ପରାସ୍ତ କରିଥିଲ । ଅପରପକ୍ଷରେ ଶ୍ରୀକାନ୍ତ 21-17 ଏବଂ 21-5 ସେଟ୍ରେ ଚାଇନିଜ୍ ତାଇପେର ଚୋଉ ଟିଏନ୍ଙ୍କ ନିକଟରୁ ପରାଜିତ ହୋଇଥିଲେ । ସେହିପରି ବି ସାଇ ପ୍ରଣୀଥ୍ 11-21 ଏବଂ 15-21 ସେଟ୍ରେ ଡେନ୍ମାର୍କର ରାସ୍ମସ୍ ଗେମ୍କେଙ୍କ ନିକଟରୁ ପରାସ୍ତ ହୋଇଥିଲେ । (ଏଜେନ୍ସୀ)
ପାଟନା : ବିହାର ନିର୍ବାଚନ ଚର୍ଚ୍ଚା ଏବେ ପୂରା ଜୋର୍ ଧରିଲାଣି। ଏହା ମଧ୍ୟରେ ଭାରତୀୟ ଜନତା ଦଳର ବିଧାନ ପରିଷଦ ସଦସ୍ୟ ସଞ୍ଜୟ ପାଶଓ୍ବାନ୍ ଏକ ବୟାନ ଦେଇଛନ୍ତି, ଯାହା ବିହାର ରାଜନୀତିକୁ ପୂରା ସରଗରମ କରିଛି। ସଞ୍ଜୟ ପାଶଓ୍ବାନ କହିଛନ୍ତି ଯେ, ବିହାରର ଜନତା କୌଣସି ବିଜେପି ନେତାକୁ ବିହାରର ମୁଖ୍ୟମନ୍ତ୍ରୀ ରୂପେ ଜନତା ଦେଖିବାକୁ ଚାହୁଁଛନ୍ତି । ବିଜେପି ନେତା ସଞ୍ଜୟ ପାଶଓ୍ବାନ ନିଜର ସହଯୋଗୀ ଦଳ ଜେଡେୟୁକୁ ଝଟ୍କା ଦେଇ କହିଛନ୍ତି ଯେ, ବିହାରରେ ସବୁଠାରୁ ମଜବୁତ୍ ଓ ସକ୍ରିୟ ଦଳ ବିଜେପି ରହିଛି। ତେବେ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀର ଅନ୍ତିମ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁଶୀଲ୍ ମୋଦିଙ୍କର ହିଁ ରହିବ। କିନ୍ତୁ ବିହାରରେ ବିଜେପି ନିଜ ଦମ୍ରେ ନିର୍ବାଚନ ଜିତିବା ପାଇଁ ବେଶ୍ ସକ୍ଷମ ବୋଲି କହିଛନ୍ତି ସଞ୍ଜୟ। ବିହାରରେ ଜେଡେୟୁ-ବିଜେପି ଓ ଏଲଜେପି ମେଣ୍ଟ ସରକାର ରହିଛି। ଯାହାର କମାଣ୍ଡ…
ସମୀକ୍ଷା ବ୍ୟୁରୋ ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳଠାରେ ଆଦାନୀ ଶିଳ୍ପ ସଂସ୍ଥାର ସହଯୋଗରେ ପ୍ରତିଷ୍ଠିତ କିସ୍ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିଥିଲେ। ଏହାସହିତ ମୟୂରଭଂଜ ଜିଲ୍ଲା ପାଇଁ 200 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ସହିତ 50 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକର ମଧ୍ୟରେ ରହିଛି – ପାନୀୟ ଜଳ ପ୍ରକଳ୍ପ, ସଡକ ଓ ସେତୁ ନିର୍ମାଣ ଓ ଆହୁରି ଅନେକ ପ୍ରକଳ୍ପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ 5 କୋଟି ଟଙ୍କା ଘୋଷଣା କରିଥିଲେ। ଏହାସହିତ ଖିଚିଂ, ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନର ବିକାଶ ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଦାନି ଫାଉଣ୍ଡେଶନର…
ସମୀକ୍ଷା ବ୍ୟୁରୋ କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଅରଖିଆ ଗ୍ରାମରେ ଗତକାଲି ଜନୈକ ମହିଳାଙ୍କୁ ମୃତ୍ୟୁ ହୋଇ ଯାଇଛି। ମୃତ ମହିଳାଙ୍କ ବାପା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି। ତାଙ୍କର ଝିଅକୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ନଦେଇପାରିବାରୁ ସ୍ୱାମୀ, ଶାଶୁ, ଶଶୁର ମିଶି ମାରି ଦେଇଥିବା ନେଇ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏନେଇ କୁଜଙ୍ଗ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରା ଯାଇଥିବାବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ଥାନାରେ ଭୂତମୁଣ୍ଡାଇ ଗ୍ରାମର ପ୍ରମୋଦ କୁମାର ସେଠୀ କରିଥିବା ଲିଖିତ ଅଭିଯୋଗ ଅନୁଯାଇ ତାଙ୍କର ଝିଅ ପ୍ରଭାବତୀ ସେଠୀ(୩୦)ଙ୍କୁ ଗତ ୯ ବର୍ଷତଳେ ଅରଖିଆ ଗ୍ରାମର ନୃସିଂହ ସେଠୀଙ୍କୁ ପୁତ୍ର ସୁଦାମ ସେଠୀଙ୍କ ସହିତ ବୈଦିକ ରୀତିରେ କରାଇଥିଲେ। ବିବାହ ସମୟରେ ଦାବୀ…
ଚେନ୍ନାଇ : ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମ ସୁରାରାଇ ପୋଟ୍ରୁର ଟ୍ରେଲର ରିଲିଜ୍ ହୋଇଛି । ମଙ୍ଗଳବାର ରିଲିଜ୍ ହୋଇଥିବା ଟିଜରକୁ ଦର୍ଶକ ପସନ୍ଦ କରିଥିବା ବେଳେ ପ୍ରାୟ 5 ମିଲିୟନ୍ ଲୋକ ଟ୍ରେଲରଟିକୁ ଦେଖି ସାରିଛନ୍ତି । ଏହା ସହିତ ଟିଜରଟି ୟୁଟ୍ୟୁବ୍ ଟ୍ରେଣ୍ଡରେ 34 ତମ ସ୍ଥାନରେ ରହିଛି । ଫିଲ୍ମର ଟିଜରରେ 80 ଦଶକର ପାଇଲଟ୍ ଭୂମିକାରେ ନଜର ଆସିଛନ୍ତି ସୂର୍ଯ୍ୟା । ମାତ୍ର 6 ହଜାର ଟଙ୍କାରେ ଏକ ବିମାନ କମ୍ପାନୀ ଆରମ୍ଭ କରିବାର ସ୍ବପ୍ନ ଦେଖୁଥିବା ଜଣେ ପାଇଲଟ୍ ନେଡୁମାରାନ୍ ରାଜାଙ୍ଗମ୍ଙ୍କ କାହାଣୀ ଦେଖିବାକୁ ମିଳିଛି । ଫିଲ୍ମଟି ପାଇଲଟ୍ କ୍ୟାପ୍ଟେନ୍ ଜିଆର ଗୋପୀନାଥଙ୍କ ଜିବନୀ ଉପରେ ଆଧାରିତ । ଗୋପୀନାଥ ଶସ୍ତା ବିମାନସେବା ଯୋଗାଉଥିବା ଏୟାର ଡେକାନ୍ କମ୍ପାନୀର ପ୍ରତିଷ୍ଠାତା ଥିଲେ । ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ଅପର୍ଣ୍ଣା ବାଲମୁରଲୀ, ଜ୍ୟାକି ଶ୍ରଫ୍ ଏବଂ ପରେଶ ରାଓ୍ବଲ୍ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର…
https://www.youtube.com/watch?v=LYRPGElSwME
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ବାମପନ୍ଥୀ ଦଳଙ୍କ ସମେତ 10 ଟ୍ରେଡ୍ ୟୁନିଅନ୍ ତରଫରୁ ହୋଇଥିବା ଭାରତ ବନ୍ଦକୁ ସମର୍ଥନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ଗାନ୍ଧି କହିଛନ୍ତି ଯେ, ସାର୍ବଜନିକ କ୍ଷେତ୍ରର କମ୍ପାନୀ (ପିଏସ୍ୟୁ)କୁ ସରକାର ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍। ଭାରତ ବନ୍ଦ ପ୍ରଭାବରେ ଆଜି ପଶ୍ଚିମବଙ୍ଗର କିଛି ଟ୍ରେନ୍କୁ ରୋକା ଯାଇଛି । ରାହୁଲ୍ ଗାନ୍ଧି ଟୁଇଟ୍ କରି କହିଛନ୍ତି ଯେ, ମୋଦି-ଶାହାଙ୍କ ଜନବିରୋଧୀ ନୀତି ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ଦେଶରେ ଭୟାବହ ବେରୋଜଗାରୀ ସମସ୍ୟା ସୃଷ୍ଟି ହୋଇଛି । ମୋଦି ପୁଞ୍ଜିପତି ମିତ୍ରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବାବେଳେ ଦେଶରେ ଏଭଳି ସମସ୍ୟା ଉପୁଜିଛି । ଆଜି 25 କୋଟି ଲୋକ ଏହାର ବିରୋଧ କରିଛନ୍ତି । ମୁଁ ସମସ୍ତଙ୍କୁ ସଲାମ୍ କରୁଛି ବୋଲି ରାହୁଲ୍ କହିଛନ୍ତି ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂସ୍କାର ସମ୍ବଳିତ ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଉପରେ ସର୍ବୋଚ୍ଚ କୋର୍ଟ ଆପତ୍ତି ଉଠାଇଥିଲେ । ଚାରି ସପ୍ତାହ ପରେ ପୁନର୍ବାର ଏହି ମାମଲାର ଶୁଣାଣି ହେବାକୁ ଯାଉଥିବା ବେଳେ 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ କିଛି ସୂଚନା କମ୍ ରହିଛି ବୋଲି ଆମିକସ କ୍ୟୁରୀ ରଞ୍ଜିତ କୁମାର ମତ ଦେଇଛନ୍ତି ।
ବରଗଡ- ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ବରଗଡରେ ଆୟୋଜିତ ଧନୁଯାତ୍ରା ଉତ୍ସବରେ ଯୋଗଦେଇଥିଲେ। ଏଥିପାଇଁ ତାଙ୍କୁ କଂସ ମହାରାଜ ଅତିଥୀ ଭାବେ ଡାକିଥିଲେ। ଫଳରେ ଅପରାଜିତା ଏକ ସୁସଜ୍ଜିତ ରଥରେ ବରଗଡ ସହରର ପରିକ୍ରମା କରିଥିଲେ। ଧନୁଯାତ୍ରାର ଏକ ପରଂପରା ରହିଛି କଂସ ମହାରାଜା ଯାହାକୁ ନିମନ୍ତ୍ରଣ କରି ଡାକିବେ ସେ ହେବେ ରାଜ ଅତିଥୀ। ଯଦି ସେହି ରାଜ ଅତିଥୀ ପୁରୁଷ ହୋଇଥିବେ ତେବେ ତାଙ୍କୁ ହାତୀରେ ବସି କଂସଙ୍କ ପାଖକୁ ନେବାର ପରଂପରା ରହିଛି। ହେଲେ ଯଦି ଅତିଥୀ ମହିଳା ହୋଇଥିବେ ତେବେ ସେ ଏକ ରଥରେ ଯାଇ ମହାରାଜଙ୍କ ପାଖରେ ପହଁଚିବେ। ସେହି ପରଂପରା ଅନୁସାରେ ଅପରାଜିତାଙ୍କୁ ଧନୁଯାତ୍ରାର ଏକ ପାରଂପାରିକ ରଥରେ ବସି ନିଆଯାଇଥିଲା। ଏହାକୁ ଦେଖିବା ପାଇଁ ବରଗଡ ସହରରେ ଲୋକଙ୍କର ଭିଡ ମଧ୍ୟ ବେଶ ପରିଲକ୍ଷିତ ହୋଇଥିଲା। ଶେଷରେ ସେ ଧନୁଯାତ୍ରା ମଞ୍ଚ ଉପରକୁ ଯାଇ କଂସ ମହାରାଜାଙ୍କ ପ୍ରଦତ୍ତ ଏକ…
ନୂଆଦିଲ୍ଲୀ : ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟ ଜେଏନ୍ୟୁ)ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନୀରବ ପ୍ରତିବାଦ ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅପ୍କମିଙ୍ଗ ଫିଲ୍ମ ଛପାକ୍ର ପ୍ରମୋଶନ ପାଇଁ ଦିଲ୍ଲୀରେ ରହିଥିବା ଦୀପିକା ମଙ୍ଗଳବାର ରାତିରେ ଆହତ ଛାତ୍ର ମାନଙ୍କ ସହିତ ପ୍ରତିବାଦରେ ସାମିଲ ହୋଇଥିଲେ । ଦୀପିକାଙ୍କ ପ୍ରତିବାଦ ସମ୍ପୂର୍ଣ୍ଣ ଭାବରେ ନୀରବ ପ୍ରତିବାଦ ରହିଥିଲା । ଦୀପିକାଙ୍କ ପ୍ରତିବାଦକୁ ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟରରେ ବିଭିନ୍ନ ବର୍ଗରୁ ପସନ୍ଦ କରାଯାଇଥିବା ବେଳେ କିଛି ବ୍ୟକ୍ତିବିଶେଷ ଏହାକୁ ବିରୋଧ କରିଥିଲେ । ଆଇ ସପୋର୍ଟ ଦୀପିକା,ବୟକଟ୍ ଛପାକ୍ ଏବଂ ସେମଅନ୍ ବଲିଉଡ୍ ପରି ଟ୍ୟାଗ୍ ଟ୍ରେଣ୍ଡିଂରେ ରହିଥିଲା । ବଲିଉଡ୍ କଳାକାରଙ୍କ ମଧ୍ୟରେ ଦୁଇ ନିର୍ଦ୍ଦେଶକ ଅନୁରାବ କଶ୍ୟପ ଏବଂ ନିଖିଲ ଆଡଭାନୀ ଦୀପିକାଙ୍କୁ ସମର୍ଥନ କରି ଟ୍ବିଟ୍ କରିଥିଲେ । ଦୁଇ ଦିନ ପରେ ପିଲ୍ମର ରିଲିଜ୍ ଏବଂ ଦୀପିକା ନିଜେ…
ନୂଆଦିଲ୍ଲୀ : ଭାରତୀୟ ଭାରୋତ୍ତଳିକା ସର୍ବଜିତ୍ କୌର୍ ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ନାଡା ପକ୍ଷରୁ ବୁଧବାର ଏହି ବାସନ୍ଦାଦେଶ ଜାରି କରାଯାଇଛି । ଫେବୃୟାରୀ ମାସରେ ବିଶାଖାପାଟନମ୍ରେ ଅନୁଷ୍ଠିତ 34 ତମ ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସର୍ବଜିତ୍ କୌର୍ଙ୍କ ନମୂନାରେ ନିଷିଦ୍ଧ ପଦାର୍ଥ ମିଳିଛି । ଏହି ପ୍ରତିଯୋଗିତାରେ 71 କିଗ୍ରା ବର୍ଗରେ ସର୍ବଜିତ୍ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସର୍ବଜିତ୍ଙ୍କ ନମୂନାରେ ଡାଇ ହାଇଡ୍ରୋକ୍ସି ଏଲ୍ଜିଡି-4033 ସହିତ ସାର୍ମ ଏବଂ ଅଷ୍ଟ୍ରେଇନ୍ ପରି ନିଷିଦ୍ଧ ପଦାର୍ଥ ମିଳିଥିବା ନେଇ ନାଡା ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ 2017 ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ମଧ୍ୟ ନାଡା ପକ୍ଷରୁ ଚାରି ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । (ଏଜେନ୍ସୀ)
https://www.youtube.com/watch?v=gnqPxLZncMU
ନୂଆଦିଲ୍ଲୀ : ମିସାଇଲ୍ ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ହୋଇଥିବା ନେଇ ଇରାନ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କମାଣ୍ଡର କାସି ସୋଲେମାନିଙ୍କ ହତ୍ୟା ବିରୋଧରେ ଇରାକରେ ଅବସ୍ଥାପିତ ଆମେରିକୀୟ ବେସ୍ ଉପରକୁ କରାଯାଇଥିବା ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇରାନ୍ ପକ୍ଷରୁ ଦାବି କରାଯାଇଛି । ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭେଦ୍ ଜାରିଫ୍ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଆମେରିକା ଉପରେ ନୁହେଁ ବରଂ ଆମର ସେନାଧ୍ୟକ୍ଷଙ୍କୁ ହତ୍ୟା କରିଥିବା କିଛି ଆତଙ୍କୀଙ୍କ ଉପରେ ବୋଲି ଜାରିଫ୍ ସ୍ପଷ୍ଟୀକରଣ ଦେଇଛନ୍ତି । ମିଳିତ ଜାତିସଂଘର ଧାରା 51 ଅନୁଯାୟୀ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଜାରିଫ୍ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରାତି 3.20 ମିନିଟ୍ରେ ଦୁଇ ଆମେରିକୀୟ ବେସ୍ ଉପରେ 15 କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । (ଏଜେନ୍ସୀ)
ତେହେରାନ୍ : ଇରାନ୍ରେ ଏକ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇରାନ୍ର ବୁଶେହର ଆଣବିକ ରିଆକ୍ଟର ନିକଟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ପ୍ରାକୃତିକ ପ୍ରକ୍ରିୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ କୁହାଯାଉଥିବା ବେଳେ ଇରାନ୍ ପକ୍ଷରୁ କିଛି ଆଣବିକ ପରୀକ୍ଷଣ କରାଯାଇଥିବା ଅନୁମାନ ପ୍ରକାଶ କରାଯାଉଛି । ବୁଶେହର ନ୍ୟୁକ୍ଲିୟର୍ ରିଆକ୍ଟର ଠାରୁ 70 କିମି ଦୂର ବୋରାଜାଜାନ୍ ସହରରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲେ । (ଏଜେନ୍ସୀ)
ତେହେରାନ୍ : କ୍ୟୁଡ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସି ସୋଲେମାନି ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେରିକାର ଦୁଇଟି ଏୟାର ବେସ୍ ଉପରେ ଆକ୍ରମଣ କରିଛି ଇରାନ୍ । ଇରାକ୍ରେ ଅବସ୍ଥାପିତ ଦୁଇ ଆମେରିକୀୟ ଏୟାରବେସ୍ ଉପରକୁ ମଙ୍ଗଳବାର ମଧ୍ୟରାତ୍ରରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରରେ 12ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଆକ୍ରମଣ ପରେ ଟ୍ରମ୍ପ ଟ୍ବିଟ୍ଟର ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ସବୁ ଠିକ୍ ଅଛି । ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । ପରବର୍ତ୍ତୀ ପଦକ୍ଷେପ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରୁଛନ୍ତି । (ଏଜେନ୍ସୀ)
ମୁମ୍ବାଇ : ଇରାନ୍-ଆମେରିକା ତିକ୍ତତା କାରଣରୁ ସୋମବାର ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ମଙ୍ଗଳବାର ପରସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା । ମାତ୍ର ଭାରତ ବନ୍ଦ ପ୍ରଭାବରେ ଆଜି ପୁନର୍ବାର ସେୟାର ବଜାର ତଳକୁ ଖସିବା ସହିତ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ବୁଧବାର ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେନସେକ୍ସ 342 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟୀ 100 ପଏଣ୍ଟ ତଳକୁ ଖସିଛି । ସେନ୍ସେକ୍ସ 40554.24 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ 11951.35 ପଏଣ୍ଟରେ ରହିଛି । ଏଲ୍ଆଣ୍ଡଟିର ଅଂଶଧନ ମୁଲ୍ୟରେ ସର୍ବାଧିକ 1.47 ପ୍ରତିଶତ ହ୍ରାସ ଘଟିଛି । (ଏଜେନ୍ସୀ)
ତେହେରାନ୍ : 180 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଇରାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେହେରାନ୍ ନିକଟରେ ରହିଥିବା ଇମାନ୍ ଖୋମିନେନି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିଥିବା ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ୟୁକ୍ରେନ୍ ଏୟାରଲାଇନ୍ସର ବୋଇଙ୍ଗ-737 ବିମାନଟିରେ ଯାନ୍ତ୍ରିକ ସମସ୍ୟା କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଜଣାପଡିନାହିଁ । ଏହି ଘଟଣାରେ ଇରାନ୍ର ସମ୍ପୃକ୍ତି ସନ୍ଦେହ କରାଯାଉଛି । ଘଟଣା ପରେ ଇରାନ୍ ରାଷ୍ଟ୍ରପତି ହସନ୍ ରୌହାନୀ ଟ୍ବିଟ୍ କରି1988ରେ ଆମେରିକୀୟ ବୋମାମାଡରେ ନିହତ 270 ଲୋକଙ୍କ ସମ୍ପର୍କରେ ଟ୍ବିଟ୍ କରିଥିଲେ ।
ଭୁବନେଶ୍ବର- ଆଜି ଭାରତ ବନ୍ଦ ଡାକରାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବାରେ ଲାଗିଛି। ଆଜି ସକାଳୁ ସକାଳୁ ବିକ୍ଷୋଭକାରୀମାନେ ରାସ୍ତା ରୋକ ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ଟ୍ରେଡ ୟୁନିୟନଗୁଡିକ ଏହି ଆନ୍ଦୋଳନ ଡାକରା ଦେଇଥିବାରୁ ସବୁ ସ୍ଥାନରେ ବିକ୍ଷୋଭକାରୀ ବନ୍ଦକୁ ସଫଳ କରିବା ଚେଷ୍ଠାରେ ଅଛନ୍ତି। ଆଜି ସକାଳୁ ବିକ୍ଷୋଭକାରୀ ଭୁବନେଶ୍ବର ଷ୍ଟେସନରେ ଆନ୍ଦୋଳନ କରି ବିଭିନ୍ନ ଟ୍ରେନକୁ ଅଟକାଇ ଦେଇଚନ୍ତି। ସେହିପରି ଆନ୍ଦୋଳନକାରୀମାନେ ଲୋକସେବା ଭବନଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାଲି କରି ଦାବୀ ପୁରଣ ନେଇ ସ୍ଲୋଗାନ ଦେଉଚନ୍ତି। ବନ୍ଦ ଡାକରାକୁ ଲକ୍ଷ ରଖି ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
କେଦାର ମିଶ୍ର ଦିଲ୍ଲୀ ପୋଲିସ ର ସତ୍ୟନିଷ୍ଠା ଓ ନ୍ୟାୟପରାୟଣତା ବିଷୟରେ ଜାଣିବାକୁ ହେଲେ, ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ ରେ ହୋଇଥିବା ଗୁଣ୍ଡାରାଜ ଘଟଣାକୁ ଏକ କାଳଜୟୀ ଉଦାହରଣ ଭାବରେ ଦେଖାଯାଇପାରିବ। ଗତ ରବିବାର ସନ୍ଧ୍ୟାରେ ଯେତେବେଳେ ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାନେତ୍ରୀ ଆଇଶି ଘୋଷଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ମୁଖାପିନ୍ଧା ଗୁଣ୍ଡାମାନେ ବର୍ବର ଆକ୍ରମଣ କରୁଛନ୍ତି, ଠିକ ସେହି ସମୟରେ ଦିଲ୍ଲୀ ପୋଲିସ ଆଇଶିଙ୍କ ନାମରେ ଦୁଇଟି ମାମଲା ରୁଜୁ କରୁଛି। ଏହି ମାମଲାର ସମୟକ୍ରମ ଜାଣିବା ଅତ୍ୟନ୍ତ ଜରୁରୀ। ଜାନୁଆରୀ ୫ ତାରିଖ ରବିବାର, ଅପରାହ୍ନ ୪ଟା ପରଠୁ ବିଶ୍ଵ ବିଦ୍ୟାଳୟ ପରିସରରେ ମୁଖାପିନ୍ଧା ଗୁଣ୍ଡାମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି। ଏହା ପ୍ରାୟ ରାତି ୯ ଟା ପର୍ୟନ୍ତ ଚାଲୁଥିଲେ ହେଁ, ପୋଲିସ ଓ ବିଶ୍ଵ ବିଦ୍ୟାଳୟର ସୁରକ୍ଷା କର୍ମୀ ନୀରବ ହୋଇ ତାମସା ଦେଖୁଛନ୍ତି। ବିଶ୍ଵ…
Actors Sunny Kaushal and Sharvari Jamenis during the promotions of upcoming film “The Forgotten Army” in Mumbai on Jan

