Author: Samikhsya Bureau

ମୁମ୍ବାଇରେ ଅନୁଷ୍ଠିତ ହାରିସ୍‌ ସିଲ୍‌ଡ ଟୁର୍ଣ୍ଣାମେଣ୍ଟରେ ଚିଲ୍ଡ୍ରେନ୍ସ ଏକାଡେମୀ ଅନ୍ଧେରୀ ଏକ ଅଲୋଡା ରେକର୍ଡ ହାସଲ କରିଛି। 16 ବର୍ଷରୁ କମ୍‌ ବିଭାଗର ଏକ ମ୍ୟାଚ୍‌ରେ ଦଳ ମାତ୍ର 7 ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ଦଳର ଜଣେ ବି ଖେଳାଳି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ। ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ(ଏସ୍‌ଭିଆଇଏସ୍‌) ବୋରିଭଲି ଏହି ମ୍ୟାଚ୍‌ରେ 754 ରନ୍‌ରେ ବିଜୟୀ ହୋଇଛି। ଆଜାଦ ମୈଦାନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଏସ୍‌ଭିଆଇଏସ୍‌ ପକ୍ଷରୁ ମିତ୍‌ ମାୟେକର୍‌ 134 ବଲ୍‌ରୁ 338 ରନ୍‌ ସଂଗ୍ରହ କରିଥିଲେ। ଏସ୍‌ଭିଆଇଏସ୍‌ 39 ଓଭରରେ 4 ଓ୍ବିକେଟ ହରାଇ 605 ରନ୍‌ ସଂଗ୍ରହ କରିଥିବା ବେଳେ ଓଭର ପୂରା ନ କରିବା କାରଣରୁ ଚିଲ୍ଡ୍ରେନ୍ସ ଏକାଡେମୀକୁ 156 ରନ୍‌ର ପେନାଲ୍ଟି ମିଳିଥିଲା। ଏସ୍‌ଭିଆଇଏସ୍‌ ପକ୍ଷରୁ ଆଲୋକ ପାଲ 3 ରନ୍‌ରେ 6ଟି ଏବଂ ଭେରୋଡ ଭେଜ୍‌ 3 ରନ୍‌ରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ। 7 ରନ୍‌…

Read More

ଆଜି ସିକିମ୍‌ ବିଜେପି ସଭାପତି ଡ.ବି. ଚୌହ୍ବାନ ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଦେଶର ଉତ୍ତର-ପୂର୍ବାଞ୍ଚଳର ବିକାଶ ପ୍ରସଙ୍ଗରେ ପ୍ରତିନିଧିମାନେ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । ଦେଶର ଉତ୍ତର-ପୂର୍ବାଞ୍ଚଳର ବିକାଶରେ ସରକାର ନେଉଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା। ଦେଶର କୃଷି ଓ ବିଭିନ୍ନ ଉତ୍ପାଦନ କ୍ଷେତ୍ରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏବଂ ବିଶେଷ କରି ଉତ୍ତର-ପୂର୍ବାଞ୍ଚଳର ଅର୍ଥନୈତିକ ସ୍ଥିତି ଧ୍ୟାନ ଦେଇ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରିତା (ଆରସିଇପି) ଚୁକ୍ତିକୁ ସ୍ବାକ୍ଷର କରିବାକୁ ପ୍ରଧାନମନ୍ତ୍ରୀ ମନା କରିଦେଇଥିଲେ ବୋଲି ପଣ୍ଡା କହିଥିଲେ। ସେହିପରି ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ବିଜେପି ଏବେ ବିଶ୍ବର ଅନ୍ୟତମ ବୃହତ୍ତ ଦଳ ହୋଇଛି । ବିଜେପିର ଉନ୍ନତି ସମ୍ପର୍କରେ ପଣ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି…

Read More

ସମୀକ୍ଷା ବ୍ୟୁରୋ ପୋଲିସ ବିଭାଗର ମୁଖିଆ କିଏ ହେବେ, କେମିତି ହେବେ, ତାର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେମିତି ତାଙ୍କୁ କେମିତି ବଦଳି କରାଯିବ ବା ବିଦା କରାଯିବ, ସେ ସମ୍ପର୍କିତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ଅଧିକାରଭୁକ୍ତ। ତେଣୁ  ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବଦଳି କରିବାରେ ମୁଖ୍ୟମନ୍ତ୍ରୀଙ୍କର ଅଧିକାରକୁ ନେଇ ପ୍ରଶ୍ନ ଉଠାଇବାର କୌଣସି କାରଣ ନାହିଁ। ସେହିପରି କେତେବେଳେ ଓ କେମିତି ତାଙ୍କର ବଦଳି ଆଦେଶ ବାହାରିବ, ତାହା ମଧ୍ୟ ପ୍ରଶାସନର ନିଜସ୍ଵ ବ୍ୟାପାର। ପୋଲିସ ମହା ନିର୍ଦ୍ଦେଶକ ଭାବରେ ନୂଆ ନିଯୁକ୍ତି ପାଇଥିବା ଶ୍ରୀ ଅଭୟ ଅତ୍ୟନ୍ତ ଯୋଗ୍ୟ ଅଧିକାରୀ ଓ ତାଙ୍କର ସଚ୍ଚୋଟତା ସପକ୍ଷରେ ମଧ୍ୟ ଅନେକ ପ୍ରମାଣ ରହିଛି। ଅପରପକ୍ଷରେ ବିଦାୟୀ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଯେଉଁ ଅଭିଯୋଗରେ ବିଦା କରାଯାଇଛି, ତାହା ଅତ୍ୟନ୍ତ ସଙ୍ଗୀନ। ତେବେ ଆମର ପ୍ରଶ୍ନ ହେଉଛି, ବିଜୟ କୁମାର ଶର୍ମାଙ୍କ ଟ୍ରାକ ରେକର୍ଡ ବିଷୟରେ ରାଜ୍ୟ ସରକାର ପୂର୍ବରୁ…

Read More

ଆକାଶରୁ ବର୍ଷିଲା ଟଙ୍କା । କଲିକତାରେ ଏକ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପୂର୍ବରୁ ଏହି ଘଟଣା ଦେଖିବାକୁ ମିଳିଥିଲା । ଏକ କୋଠାର ଷଷ୍ଠ ମହଲାର ଝରକା ମଧ୍ୟ ଦେଇ ଏହି ନୋଟ ଫିଙ୍ଗା ଯାଇଥିଲା । ଉଡା ଯାଇଥିବା ନୋଟ ଗୁଡିକ ମଧ୍ୟରେ 2 ହଜାର, 5 ଶହ ଟଙ୍କିଆ ଏବଂ ଶହେ ଟଙ୍କିଆ ସାମିଲ ଥିଲା । ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ଆୟକର ଠକିଥିବା ଅଭିଯୋଗରେ ଏକ ଘରୋଇ କମ୍ପାନୀ ଉପରେ ଏହି ଚଢାଉ କରାଯାଉଥିଲା । ଟ୍ବିଟ୍ଟରରେ ଏହି ଭିଡିଓ ଜାରି କରାଯାଇଥିଲେ ମଧ୍ୟ ଉଡାଯାଇଥିବା ଟଙ୍କା ଏବଂ କମ୍ପାନୀ ମଧ୍ୟରେ ସମ୍ପର୍କ ଅଛି କି ନା ତାହା ଇଡି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

Read More

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହି ନିୟମ ଦ୍ବାରା ସରକାର ଦେଶବାସୀଙ୍କୁ ଲୁଟୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ସରକାର ପରିଚାଳିତ ହେଉଛି । ଏଥିରେ ଦୁର୍ନୀତିର କୌଣସି ଅବକାଶ ନାହିଁ…

Read More

ଦିଲ୍ଲୀ ଆଇଟିଓରେ ଥିବା ସେଲ୍‌ ଟ୍ୟାକ୍ସ ଅଫିସରେ ଗୁରୁବାର ସକାଳେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଅଫିସ୍‌ର ୧୩ ମହଲାରୁ ଧୂଆଁ ବାହାରୁଥିବାର ସୂଚନା ରହିଥିଲା। ଏହି ରୁମ୍‌ରେ ଅଫିସର କିଛି ଜିନିଷପତ୍ର ରହୁଥିବାର ସୂଚନା ରହିଛି।  ଏହି ଖବର ମିଳିବା ପରେ ସେଠାରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ପ୍ରାୟ ୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ମୃତାହତ ହେବାର ସୂଚନା ମିଳି ନାହିଁ। ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଥିବାବେଳେ ଏହାର ତଦନ୍ତ କରାଯାଉଛି।

Read More

ଭାରତୀୟ ସୁଟର ମାନୁ ଭାକେର ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି । ଏହି 17 ବର୍ଷୀୟ ସୁଟିଂ ସେନ୍‌ସେସନ ଗୁରୁବାର ଦିନ ନିଜର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହିତ ଏହି ଅବସରରେ ମାନୁ ଜୁନିୟର ବର୍ଗରେ ରହିଥିବା ବିଶ୍ବ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ହିନା ସିଦ୍ଧୁଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍‌ରେ ସ୍ବର୍ଣ୍ଣ ଜିତିଥିବା ଭାକେର 244.7 ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ଯଶଶ୍ବିନୀ ଦେଶାଇ ଷଷ୍ଠ ସ୍ଥାନରେ ରହିଥିଲେ । ସର୍ବିଆର ଜୋରାନା ଅରୁଣୋଭିକ୍‌ 241.9 ପଏଣ୍ଟ ସହିତ ଦ୍ବିତୀୟ ଏବଂ ଚୀନ୍‌ର କ୍ବି ଆନ୍ ଓ୍ବାଙ୍ଗ 221.8 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ଭାକେର ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ଏବଂ ଯୁବ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସବହିତ ଙଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି…

Read More

ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର୍‌ଙ୍କୁ  ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସ୍ଥାନ ମିଳିଛି । ସାଧ୍ବୀ ପ୍ରଜ୍ଞା ଏହି କମିଟିର ସଦସ୍ୟ ହୋଇଛନ୍ତି । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସାଧ୍ବୀ ପ୍ରଜ୍ଞା ନିର୍ବାଚନରେ ବଡ ଜିତ୍‌ ହାସଲ କରିଥିଲେ । ଲୋକସଭା ପରେ ମଧ୍ୟ ସେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ରକ୍ଷା ମାମଲାରେ ଏହି କମିଟିରେ ମୋଟ ୨୧ ଜଣ ସଦସ୍ୟ ରହିଛନ୍ତି । ଏହି ସଦସ୍ୟଙ୍କ ମଧ୍ୟରେ ସାଧ୍ବୀ ପ୍ରଜ୍ଞା ସିଂହଙ୍କ ନାମ ସାମିଲ୍‌ ହୋଇଛନ୍ତି । ଏହି କମିଟିର ସଭାପତି ରାଜନାଥ ସିଂହ ରହିଥିବାବେଳେ ଏହି କମିଟିରେ ଫାରୁକ୍‌ ଅବଦୁଲ୍ଲା, ଏ.ରାଜା, ସୁପ୍ରିୟା ସୁଲେ, ମୀନାକ୍ଷୀ ଲେଖି, ରାକେଶ ସିଂ, ଶରଦ ପାଓ୍ବାର, ଜେପି ନଡ୍ଡା ପ୍ରମୁଖ ସାମିଲ୍‌ ରହିଛନ୍ତି । ତେବେ ସ୍ବାଧୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ୍‌ କରିବାକୁ ନେଇ…

Read More

ସମୀକ୍ଷା ବ୍ୟୁରୋ ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ଆଜି ବିିଭିନ୍ନ ସମସ୍ୟାଘେରରେ। ୧୯୩୦ ମସିହା ବ୍ରିଟିଶ୍‌ ଅମଳରେ ଓଡ଼ିଶାର ବାଣପୁରଠାରେ ସ୍ଥାପିତ ହୋଇଥିବା ଗୋଦାବରୀଶ ବିଦ୍ୟାପୀଠ ହେଉଛି ଓଡ଼ିଶାର ପ୍ରଥମ ବିଦ୍ୟାଳୟ। ୮୯ବର୍ଷର ଏହି ସର୍ବପୁରାତନ ବିଦ୍ୟାଳୟଟି ଆଜି ଅବହେଳିତ ଅବସ୍ଥାରେ। ଏହି ବିଦ୍ୟାଳୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାଠ ପଢି ଭାରତର ବିଶିଷ୍ଟ ପଦ ପଦବୀରେ ଅବସ୍ଥାପିତ ହୋଇ ଆମ ଜାତିର ଟେକ ରଖିଥିବାବେଳେ ସେହି ବିଦ୍ୟାଳୟ ଆଜି ସମସ୍ୟାଘେରରେ। ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର, ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ମିଶ୍ର,  ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିଦ୍ୟାଳୟରେ ପାଠ ପଢିଥିବାବେଳେ ଅନେକ ଆଇଏଏସ୍‌ ଓ ଓଏଏସ୍‌ ଏହି ବିଦ୍ୟାଳୟରୁ ପାଠ ପଢିଛନ୍ତି। ଶିକ୍ଷାଦାନର ଅନନ୍ୟ ନିଦର୍ଶନ ସ୍ବରୂପ ଏହି ବିଦ୍ୟାଳୟଟି ମଣିଷ ତିଆରି କାରଖାନା ରୂପେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା, ମାତ୍ର ସରକାରୀ ଉଦାସୀନତା କାରଣରୁ ଏହି ବିଦ୍ୟାଳୟ ବିଭିନ୍ନ…

Read More

କେଦାର ମିଶ୍ର  କେତେ ହଜାର ଥର ଆମେ ବୋଲିଥିବୁ- କହେ ସାଲବେଗ ହୀନ ଜାତିରେ ଯବନ। ଜାତିରେ ଯବନ ସାଲବେଗଙ୍କ ଓଡିଆ ରଚନାରେ ଭାବ ଓ ଭକ୍ତିର ସବୁଠୁ ମାର୍ମିକ ଅନୁଭବ ପାଇଥିବା ଜଣେ ଭାରତୀୟ ଭାବରେ ମୋତେ ଯେତେବେଳେ ଖବର ମିଳେ ଯେ, ବାରାଣସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ଫିରୋଜ ଖାଁ ନାମକ ଜଣେ ମେଧାବୀ ସଂସ୍କୃତ ବିଦ୍ଵାନ ପାଠ ପଢାଇପାରିବେ ନାହିଁ ବୋଲି ଆନ୍ଦୋଳନ ହେଉଛି, ସେତେବେଳେ ମୋତେ ଲାଗିଲା, ମୁଁ ଯେଉଁ ଭାରତରେ ଜନ୍ମ ହୋଇଛି, ଇଏ ସେଇ ଭାରତ ନୁହେଁ। ମୋର ଭାରତ ହେଉଛି ଯବନ ସାଲବେଗ ଓ ହରି ଦାସଙ୍କର ଭାରତ। ମୋର ଭାରତ ହେଉଛି କାଳିଦାସ ଓ ଅମିର ଖୁସ୍ରୋଙ୍କର ଭାରତ। ମୋର ଭାରତରେ ସଂସ୍କୃତ ଯେତିକି ଦେବତାମାନଙ୍କର ଭାଷା, ସେତିକି ପରିମାଣରେ ଜନଗଣଙ୍କର ମଧ୍ୟ ଭାଷା। ସଂସ୍କୃତ ଭାଷା କେବଳ ହିନ୍ଦୁ ଧର୍ମର (ତାହା ପୁଣି କେବଳ ବ୍ରାହ୍ମଣଙ୍କର) ଭାଷା ବୋଲି…

Read More

ଅନ୍ତରୀଣ ଡିଜି ଭାବରେ ସତ୍ୟଜିତ୍‌ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ଜେଲ୍‌ ବିଭାଗ ଡିଜି ଥିବା ସତ୍ୟଜିତ୍‌ ମହାନ୍ତି ପୂର୍ବରୁ ମଧ୍ୟ ପୁଲିସ୍‌ କମିଶନର ଦାୟିତ୍ବ ତୁଲାଇସାରିଛନ୍ତି । ସତ୍ୟଜିତ୍‌ ମହାନ୍ତି ବର୍ତ୍ତମାନ ଜେଲ୍‌ ବିଭାଗ ଡିଜି ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଭାବେ ମଧ୍ୟ ନିଯୁକ୍ତି ମିଳିଛି ।  ରାଜ୍ୟସରକାର ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ବଦଳି କରିବା ପରେ ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର ଅଭୟଙ୍କୁ ରାଜ୍ୟର ନୂଆ ପୁଲିସ୍‌ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ନୂଆ ଡିଜିପି ଅଭୟ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ହାଇଦ୍ରାବାଦରେ ଜାତୀୟ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେଠାରୁ ସେ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରାୟ ଏକ ସପ୍ତାହ ଲାଗିଯିବ। ସେଥିପାଇଁ ସରକାର ତୁରନ୍ତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର:20/11- ଏକ ବିବାଦୀୟ ପରିସ୍ଥିତିରେ ରାଜ୍ୟ ସରକାର ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ପୂର୍ଣ୍ଣକାଳୀନ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ବିଜୟ ଶର୍ମାଙ୍କୁ ଅଗ୍ନି ସୁରକ୍ଷା ସାର୍ଟିଫିକେଟ ପ୍ରଦାନରେ ଅନିୟମିତତା ଅଭିଯୋଗରେ ହଟାଇ ଦିଆଯାଇଥିବାର ଜଣାପଡିଛି। କାରଣ ଏହି ସାର୍ଟିଫିକେଟ ପ୍ରଦାନରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି କଡା ପଦକ୍ଷେପ ନେଇଛନ୍ତି। ଏପରିକି ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଏକ ତିନିଜଣିଆ କମିଟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତିନିଜଣିଆ କମିଟରେ ଉନ୍ନୟନ କମିଶନର ଏବଂ ଗୃହ ବିଭାଗର ସଚିବ ସଦସ୍ୟ ଅଛନ୍ତି। ବିଜୟ କୁମାର ଅସ୍ଥାୟୀ ଡିଜି ଭାବେ ନିଯୁକ୍ତି ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଭାବେ…

Read More