ସମୀକ୍ଷା ବ୍ୟୁରୋ ପୁରୀ, 1/1: ପୁରୀ ସଦର ଥାନା ଷଣ୍ଢପୁର ଗାଁରେ ବୋମାମାଡ ଘଟିଛି। ବୋମାମାଡରେ ଗୋଟିଏ ପରିବାରର ୨ ମହିଳା ସମେତ ୫ ଜଣ ଆହତ ହୋଇଛନ୍ତି। ଜମିଜମା ବିବାଦକୁ ନେଇ ସଂପୃକ୍ତ ପରିବାର ସହ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।
Author: Samikhsya Bureau
ମୁମ୍ବାଇ, 1/1:ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବଲାନ୍ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ମୁମ୍ବାଇର ଚେମ୍ବୁରଠାରେ 1979 ମସିହା ଜାନୁଆରୀ 1 ତାରିଖରେ ଜନ୍ମଗ୍ରହଣ କରିଥିଲେ । 1995ରେ ଫିଲ୍ମ ‘ହମ୍ ପାଞ୍ଚ’ ଜରିଆରେ ପ୍ରଥମେ ଅଭିନୟ କରିଥିବାବେଳେ 2005 ମସିହାରେ ‘ପରୀଣିତା’ ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ପରବର୍ତ୍ତୀ ସମୟରେ ବିଦ୍ୟାଙ୍କୁ ‘ଲଗେ ରହୋ ମୁନ୍ନାଭାଇ’, ‘ବେବି’, ‘କିସମତ୍ କନେକସନ୍’, ‘ଭୁଲ୍ ଭୁଲେୈୟାଁ, ‘ପା’, ‘ଇଶ୍କିୟା’, ‘ନୋ ଓ୍ବାନ୍ କିଲ୍ଡ ଜେସିକା’, ‘କାହାନୀ’ ସିରିଜ୍, ‘ତୁମ୍ହାରୀ ସୁଲ୍ଲୁ’, ‘ମିଶନ୍ ମଙ୍ଗଲ୍’ ଆଦି ଫିଲ୍ମରେ ବେଶ୍ ଉଚ୍ଚକୋଟୀର ଅଭିନୟ କରିଛନ୍ତି । ତେବେ ବିଦ୍ୟା ବଲାନ୍ ସାଉଥ୍ ଫିଲ୍ମ ଷ୍ଟାର୍ ସିଲ୍କ ସ୍ମିଥାଙ୍କ ଜୀବନୀକୁ ନେଇ ଫିଲ୍ମ ‘ଦ ଡାର୍ଟି ପିକ୍ଚର’ରେ ଭିନ୍ନ ଧରଣର ଅଭିନୟ କରି ବଲିଉଡ୍ରେ ବେଶ୍ ଚହଳ ସୃଷ୍ଟି କରିଥିଲେ । ବିଦ୍ୟା ପ୍ରତ୍ୟେକ ଫିଲ୍ମରେ ନିଜର ନିଆରା ଅଭିନୟ ପ୍ରଦର୍ଶନ କରିଥା’ନ୍ତି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 1/1: ମୋ’ ସରକାରରେ ସାମିଲ୍ ହେବ ଗ୍ରାମୀଣ ବିକାଶ ବିଭାଗ। ଶିକ୍ଷା କୃଷି ପରେ ଏବେ ମୋ ସରକାର ଅଧିନକୁ ଯିବ ଗ୍ରାମୀଣ ବିକାଶ ବିଭାଗ। ଫେବ୍ରୁଆରୀ ପହିଲାରୁ ଗ୍ରାମୀଣ ବିକାଶ ବିଭାଗ ମୋ ସରକାରରେ ସାମିଲ ହେବ । ଏନେଇ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଯେଉଁ ଗାଁକୁ ରାସ୍ତା ନଥିବା, ରାସ୍ତା ସଂଯୋଗୀକରଣ କରାଯିବ। କିଛି ରାସ୍ତା ପ୍ଲାନର ପୁଣି ସଂଶୋଧନ କରାଯିବ। ବର୍ତ୍ତମାନ ସୁଦ୍ଧା ୪୩୦୦ ଅଧିକ ଗାଁକୁ ରାସ୍ତା ନାହିଁ। ତେବେ ରାସ୍ତା ନଥିବା ଗ୍ରାମର ସଂଖ୍ୟା ଅଧିକ ହୋଇପାରେ, ଏନେଇ ସମୀକ୍ଷା ଚାଲିଛି। ଜିଲ୍ଲା ସଂଯୋଗୀକରଣ ପ୍ଲାନ ୨୦୦୩କୁ ସଂଶୋଧନ କରି ୧୦୦ରୁ ଅଧିକ ଲୋକସଂଖ୍ୟା ଥାଇ ରାସ୍ତା ନଥିଲେ, ନୂଆ ପ୍ଲାନରେ ସାମିଲ କରି ସଂଯୋଗ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା କହିଛନ୍ତି ।
ମୁମ୍ବାଇ, 1/1: ପଳାତକ ଘୋଷିତ ୟୁବିଗ୍ରୁପ୍ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍କା ମିଳିଛି। ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ଦେଇଛନ୍ତି ମୁମ୍ବାଇସ୍ଥିତ ମନି ଲଣ୍ଡରିଂ କୋର୍ଟ । ମୁମ୍ବାଇସ୍ଥିତ ମନି ଲଣ୍ଡରିଂ ଆକ୍ଟ କୋର୍ଟ ଦେଲେ ଅନୁମତି । ବାଜ୍ୟାପ୍ତ ସମ୍ପତ୍ତିରୁ ବକେୟାର ଟଙ୍କା ଭରଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁମତି । ମୁମ୍ବାଇର ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ନିଲାମ ପାଇଁ ଏସ୍ବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲାମ ଟଙ୍କାରେ ମାଲ୍ୟାଙ୍କ ଅନାଦେୟ ଋଣର ପୈଠ ହେବ। ତେବେ ଏହି ରାୟ ପିଏମ୍ଏଲ୍ଏ କୋର୍ଟ ପକ୍ଷର ଉପରେ ଜାନୁୟାରୀ ୧୮ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏହି ସମୟ ମଧ୍ୟରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅପିଲ୍ କରିପାରିବେ। ସୂଚନାଯୋଗ୍ୟ, ଚଳିତ ମାସରେ ଲଣ୍ଡନ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ରାୟ ଦେବେ ବୋଲି କୁହାଯାଉଛି। (ଏଜେନ୍ସି)
ନୂଆଦିଲ୍ଲୀ, ୧/୧: ନୂତନ ବର୍ଷର ପ୍ରଥମ ଦିନରେ ଗ୍ରାହକଙ୍କୁ ଝଟ୍କା ମିଳିଛି। ରନ୍ଧନ ଗ୍ୟାସ୍ର ଦର ୧୯ ଟଙ୍କାବଢିଛି। ଦିଲ୍ଲୀରେ ଅଣ-ସବସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡରର ଦାମ ୭୧୪ ଟଙ୍କା ହୋଇଛି। ସେହିପରି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ୨୯ଟଙ୍କା ୫୦ ପଇସା ବୃଦ୍ଧି ହୋଇ ୧୨୪୧ ଟଙ୍କାରେ ପହଞ୍ଚିଛି। ଏହାଦ୍ୱାରା ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ କୋଲକାତାରେ ୭୪୭ ଟଙ୍କା, ମୁମ୍ବାଇରେ ୬୮୪ ଟଙ୍କା ଏବଂ ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ସେହିପରି କମର୍ସିଆଲ ସିଲିଣ୍ଡର ଦାମ୍ କୋଲକାତାରେ ୧୩୦୮ ଟଙ୍କା, ମୁମ୍ବାଇରେ ୧୧୯୦ଟଙ୍କା ଏବଂ ଚେନ୍ନାଇରେ ୧୩୬୩ ଟଙ୍କାରେ ପହଞ୍ଚିଛି। ଡିସେମ୍ବରରେ ଦିଲ୍ଲୀରେ ୧୪.୨ କିଲୋର ଅଣସବସିଡି ଗ୍ୟାସ ସିଲିଣ୍ଡର ଉପରେ ୬୯୫ ଟଙ୍କା ଭରିବାକୁ ପଡ଼ୁଥିଲା । କୋଲକାତାରେ ଏହା ୭୨୫.୫୦ ଓ ମୁମ୍ବାଇରେ ୬୬୫ ଏବଂ ଚେନ୍ନାଇରେ ୭୧୪ ଟଙ୍କା ରହିଥିଲା । (ଏଜେନ୍ସି)
ଶ୍ରୀନଗର, 01/01 : ଜମ୍ମୁ କାଶ୍ମୀରର ନୌସେରା ନିୟନ୍ତ୍ରଣରେଖାରେ 2 ଯବାନ ଶହିଦ ହୋଇଛନ୍ତି । ନୌଶୋରାର ରଜୌରୀ ଅଞ୍ଚଳରେ ବୁଧବାର ଏହି ଏନକାଉଣ୍ଟର ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ ହୋଇଥିବା ବେଳେ ବୁଧବାର ସକାଳୁ ଦୁଇ ଯବାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଭାରତୀୟ ସେନା ମଧ୍ୟରେ ଏନ୍କାଉଣ୍ଟର ଘଟି 2 ଯବାନ ଶହିଦ ହୋଇଛନ୍ତି । ଏହି ଘଟଣାରେ ଆତଙ୍କୀଙ୍କ ସମ୍ପୃକ୍ତି ସନ୍ଦେହ କରି ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଜାରି ରହିଛି । ବର୍ତ୍ତମାନ କାଶ୍ମୀର ଉପତ୍ୟାକାରେ 250 ଆତଙ୍କୀ ସକ୍ରିୟ ରହିଥିବା ନେଇ ପୋଲିସ କମିଶନର ଦିଲବାଗ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ,01/01 : ଭାରତୀୟ ଅଲମ୍ପିକ ସଂଘ (ଆଇଓସି) ଶେଷରେ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବାର ନିଷ୍ପତ୍ତି ନେଇଛି । ବର୍ମିଂହାମ୍ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀରେ ସୁଟିଂକୁ ବାଦ ଦିଆଯାଇଥିବାରୁ ଭାରତ ରାଜ୍ୟ ଗୋଷ୍ଠୀ କ୍ରୀଡା ବର୍ଜନର ଧମକ ଦେଇଥିଲା । ଅଲମ୍ପିକ୍ସ ସଂଘ ପକ୍ଷରୁ ମଙ୍ଗଳବାର ବୈଠକ ପରେ ସଂଘର ସମ୍ପାଦକ ରାଜୀବ ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଏହା ସହିତ ମେହେଟ୍ଟା କହିଛନ୍ତି ଭାରତ 2026 ଏବଂ 2030 ରାଜ୍ୟ ଗୋଷ୍ଠୀ କ୍ରୀଡା ଆୟୋଜନ ନିମନ୍ତେ ବିଡ୍ ଦାଖଲ କରିବ । ଉଲ୍ଲେଖଯୋଗ୍ୟ ଯେ, ଭାରତ ଏହାର ସର୍ବାଧିକ ପଦକ ସୁଟିଂରୁ ହାସଲ କରିଥାଏ । ଭାରତୀୟ ସଂଘ ପକ୍ଷରୁ ଏନେଇ ସିଡବ୍ଲ୍ୟୁଜେକୁ ଏକ ପତ୍ର ଲେଖାଯାଇଥିବା ଜଣାପଡିଛି । (ଏଜେନ୍ସୀ)
ନୂଆଦିଲ୍ଲୀ,01/01 : ଦରବୃଦ୍ଧି ପ୍ରଭାବରେ ବ୍ୟତିବ୍ୟସ୍ତ ଜନତାଙ୍କୁ ସରକାରଙ୍କ ଆଉ ଏକ ମହଙ୍ଗା ମାଡର ସମ୍ମୁଖୀନ ହେବାକୁ ପଡିଛି । ପିଆଜ ଏବଂ ଆଳୁର ଦରବୃଦ୍ଧି ପରେ ବର୍ତ୍ତମାନ ଟ୍ରେନ୍ ଯାତ୍ରା ମଧ୍ୟ ମହଙ୍ଗା ହୋଇଛି । ଗତକାଲି ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଦରବୃଦ୍ଧି ନେଇ ଘୋଷଣା କରାଯାଇଥିବା ବେଳେ ବୁଧବାର ଜାନୁୟାରୀ1ରୁ ଏହି ଦରବୃଦ୍ଧି ଲାଗୁ କରାଯିବ ବୋଲି ଜଣାପଡିଛି । ନନ୍ ଏସିର ଦ୍ବିତୀୟ ଶ୍ରେଣୀ ଯାତ୍ରା ନିମନ୍ତେ 1 ପଇସା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ମେଲ୍ ଏକ୍ସପ୍ରେସ୍ରେ ଏହା ଦୁଇ ପଇସା ଏବଂ ଏସି ଚେୟାର କାର ପାଇଁ 4 ପଇସା ବଢାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ କୁଜଙ୍ଗ,01/01 : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ 24 ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ନେତାଜୀ ଆଥେଲେଟିକ୍ ଆସୋସିଏସନ୍ ଆନୂକୁଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକର ଉଦ୍ଘାଟନୀ ମ୍ୟାଚରେ ମୟୁରଭଞ୍ଜ ଫୁଟବଲ୍ ଦଳକୁ 3-1ଗୋଲ୍ ବ୍ୟବଧାନରେ ପରାସ୍ତ କରି ନିମେଇଶାପୁର କଟକ ଦଳ ସେମିଫିନାଲ ପର୍ଯ୍ୟାଳୟକୁ ଉନ୍ନୀତ ହୋଇଛି । ସେହିପରି 2ୟ ମ୍ୟାଚ୍ରେ ସାଲେପୁରକୁ ପରାସ୍ତ କରି ପାରାଦ୍ୱୀପ ସେମିରେ ପହଞ୍ଚିଛି । ଟ୍ରାଇବେକର ଜରିଆରେ 4-1 ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ ପର୍ଯ୍ୟାକୁ ପ୍ରବେଶ କରିଛି । ନେତାଜୀ ଆସୋସିଏସନ୍ ସଭାପତି ପ୍ରଦୀପ୍ତ କୁମାର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୈଳବିଶୋଧାନାଗର ପ୍ରକଳ୍ପର ସଜିଏମ୍ ଅରୂପ କୁମାର ଭଗବତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ତୈଳବିଶୋଧାନାଗର ଡିଜିଏମ୍ ଜିକେ ସାହୁ, ପୂର୍ବତନ ସାଂସଦ ତଥା ମଙ୍ଗରାଜପୁର ଷ୍ଟାଡିୟମର ନିର୍ମାତା ଡାକ୍ତର କୁଳମଣି ସାମଲ,…
ସମୀକ୍ଷା ବ୍ୟୁରୋ ପୁରୀ,01/01 : ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଦେଇଛି । ନବବର୍ଷ ଅବସରରେ ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ବାର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିରକୁ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ସଜାଯାଇଛି । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଭଜନ ଓ ଜଣାଣର ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡଲାଇନ ଜାରି କରାଯାଇଛି । ପାର୍କିଂ ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହିତ ଶ୍ରୀଜଗନ୍ନାଥଙ୍କ ଦର୍ଶନ…
ନୂଆଦିଲ୍ଲୀ,01/01 : ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା କାଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ପାକିସ୍ତାନ ଆତଙ୍କବାଦକୁ ମାଧ୍ୟମ ଭାବରେ ବାଛିଥିବା ବେଳେ ଧାରା 370 ଉଚ୍ଛେଦ ଆତଙ୍କବାଦ ମୁକାବିଲାର ଏକ ସଫଳ ସଫଳ ମାଧ୍ୟମ ସାବ୍ୟସ୍ତ ହୋଇଛି । ଉଲ୍ଳେଖଯୋଗ୍ୟ ଯେ, ଭାରତର 28 ତମ ସ୍ଥଳସେନା ମୁଖ୍ୟ ଭାବରେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିବା ପରେ ଏହି ମତ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ କଳାହାଣ୍ଡି,01/01 : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ବିଜମରାରଏକ ଅଘଟଣ ଘଟିଯାଇଛି। ନିଜ ସ୍ତ୍ରୀର ଶାଢୀ ସହିତ ଜଣେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମିନି ଷ୍ଟାଡିୟମ୍ ନିକଟରେ ଥିବା ମଶାଣି ନିକଟରେ ଜଣେ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ଦୁର୍ଯ୍ୟୋଧନ ବାଗ(35)। ତିନି ମାସ ପୂର୍ବରୁ ତାଙ୍କ ପତ୍ନୀ ରୋଗ ଗ୍ରସ୍ତହୋଇ ପ୍ରାଣ ହରାଇଥିଲେ। ଏହା ପରଠାରୁ ଦୁର୍ଯ୍ୟୋଧନ ମାନସିକ ଭାବରେ ଚାପଗ୍ରସ୍ତ ଥିଲେ ବୋଲି ତାଙ୍କ ମା କହିଛନ୍ତି। ଦୁର୍ଯ୍ୟୋଧନଙ୍କ ମୃତ୍ୟୁପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଅପରାହ୍ନ 5ଟାରୁ ଘରୁ ଯାଇଥିବା ବେଳେ ଦୁର୍ଯ୍ୟୋଧନ ଘରକୁ ଫେରିନଥିଲେ। ଜୟପାଟଣା ଓ କୁଟୁରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
ଇନ୍ଦୋର ,01/01 : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଦୁର୍ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି । ପାଟଲପନୀର ଜନୈକ ବ୍ୟବସାୟୀଙ୍କ ଫାର୍ମ ହାଉସ୍ରେ ଲିଫ୍ଟ ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି । ବ୍ୟବସାୟୀ ପୁନୀତ ଅଗ୍ରଓ୍ବାଲଙ୍କ ଘରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,01/01 : ଦେଶବାସୀଙ୍କୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଟ୍ବିଟ୍ଟର ଜରିଆରେ ଏକ ଫଟୋ ସେୟାର କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 2020 ନବବର୍ଷ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ବୋଲି ଓଡିଆ, ହିନ୍ଦି ଏବଂ ଇଂରାଜୀରେ ଲେଖାଥିବା ଏକ ଫଟୋ ଟ୍ବିଟ୍ କରିଛନ୍ତି ଧର୍ମେନ୍ଦ୍ର ।
ନୂଆଦିଲ୍ଲୀ,01/01 : ଶେଷ ହୋଇଛି ବର୍ଷ 2019 ଏବଂ 2020 ଆଗମନ କରିଛି । ଇଂରାଜୀ ନବବର୍ଷର ଆଗମନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣୁ । ସମସ୍ତଙ୍କର ସ୍ୱପ୍ନ ସାକାର ହେଉ । ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରି ମୋଦି 2020 ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦି ଉଭୟ ଇଂରାଜୀ ଏବଂ ହିନ୍ଦିରେ ଟ୍ବିଟ୍ କରିଥିଲେ ।
ସମୀକ୍ଷା ବ୍ୟୁରୋ ଗଞ୍ଜାମ,01/01 : ଥାନା ଅଧିକାରୀଙ୍କୁ ମାଡ ଅଭିଯୋଗରେ ଗଞ୍ଜାମର ପାଟପୁର ଥାନା ଏସ୍ଆଇ ପ୍ରିତୀମଞ୍ଜରୀ ଗଡନାୟକଙ୍କୁ ନିଲମ୍ବନ କରାଯାଇଛି । ଥାନା ଅଧିକାରୀ ଅଜୟ ବାରିକଙ୍କୁ ମାଡ ମାରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ଅତିରିକ୍ତ ଏସ୍ପି ଏହି ମାଡମରା ଘଟଣାର ଯାଞ୍ଚ କରିଥିବା ବେଳେ ନିଲମ୍ବିତ ଏସ୍ଆଇ ପ୍ରିତୀମଞ୍ଜରୀ ଏବଂ ତାଙ୍କ ସ୍ବାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।
କେଦାର ମିଶ୍ର ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ ଦେଶର ସଜ୍ଞା କଥା ଟିକେ ମନେପକାଇବା। ବେଦରେ ରାଷ୍ଟ୍ରର ପରିକଳ୍ପନା ମଣିଷର ଏକତାକୁ ଭିତ୍ତି କରି ତିଆରି ହୋଇଥିଲା। ଦେଶ କୌଣସି ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ମଣିଷର ସଂକଳ୍ପ ଓ ଅଭିଳାଷକୁ ସୁଯୋଗ ଦେଉଥିବା ଏକ ଭୂମି। ତେଣୁ ବେଦରେ ଜଗତ ସହିତ ରାଷ୍ଟ୍ରର ସମାବେଶ ଘଟିଛି। ରାଷ୍ଟ୍ର ପାଇଁ ଯଜୁର୍ବେଦରେ ପ୍ରାର୍ଥନା କଲାବେଳେ କୁହାଯାଇଛି- ରାଷ୍ଟ୍ରରେ ବ୍ରାହ୍ମଣ ତେଜସ୍ବୀ ହେଉ। (ମନେରଖନ୍ତୁ, ବେଦରେ କୌଣସି ସ୍ଥାନରେ ବ୍ରାହ୍ମଣ ଜାତିର ସୂଚକ ନୁହେଁ), ରାଜାମାନେ ସାହସୀ ଓ ବୀର ହୁଅନ୍ତୁ। ପଶୁଧନର ବିକାଶ ହେଉ। ନାରୀ ରାଷ୍ଟ୍ର ଶକ୍ତିର ଆଧାର ହେଉ। କାଳ ଓ ଚାହିଦା ଅନୁପାତରେ…
ସମୀକ୍ଷା ବ୍ୟୁରୋ ଘଟଗାଁ: ଆଜି ହଠାତ ଓଡିଶାକୁ ଆସିଥିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ତେବେ ସେ ଭୁବନେଶ୍ବର ଆସି ନ ଥିଲେ। ଆସିଥିଲେ କେଉଁଝର। ତେବେ କାରଣ ଥିଲା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଏବଂ ନୂଆ ବର୍ଷ ଉପଲକ୍ଷେ ମା ତାରେଣୀଙ୍କୁ ଦର୍ଶନ କରିବା। ସେଥିପାଇଁ ବାଘେଲ ଏକ ହେଲିକାପ୍ଟରରେ ଆସି କେଉଁଝରର ଘଟଗାଁର ମନି ଷ୍ଟାଡିୟମରେ ଓହ୍ଲାଇଥିଲେ। ତେବେ ସେ ଆସିବେ ବୋଲି ପୂର୍ବରୁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଖବର ପାଇଥିଲେ। ସେଥିପାଇଁ ନିରଂଜନଙ୍କ ସହିତ ଅନେକ କଂଗ୍ରେସ ନେତା ସେଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ। ବାଘେଲ ଠିକ୍ ଗୋଟିଏ ବେଳେ ଘଟଗାଁରେ ପହଁଚିଥିଲେ। ସେଠାରୁ ନିରଂଜନଙ୍କ ସହ କଂଗ୍ରେସ କର୍ମିମାନେ ତାଙ୍କୁ ମା ତାରେଣୀ ମନ୍ଦିରକୁ ପାଛୋଟି ନେଇଥିଲେ। ବାଘେଲ ସେଠାରେ ପ୍ରାୟ ଘଣ୍ଟାଏ କାଳ ରହି ପୂଜା ଅର୍ଚ୍ଚନା କରିଥିଲେ। 2020 ମସିହା କିପରି ଭଲରେ କଟିବ…
New Delhi: General Manoj Mukund Naravane takes over as the Chief of Indian Army, in New Delhi on Dec 31, 2019. (Photo: IANS/DPRO)
Amritsar: A kite-maker shows new year-themed kites to bid adieu to the outgoing year 2019 and to welcome the upcoming year 2020, at his workshop in Amritsar on Dec 31, 2019. (Photo: IANS)
ନୂଆ ବର୍ଷ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥଙ୍କୁ କଲେ ଦର୍ଶନ

