ଗଞ୍ଜେଇ ଚାଲାଣ ବେଳେ ଓଡିଶା ପୋଲିସ୍କୁ ବଡ ସଫଳତା ମିଳିଛି । ସୁନ୍ଦରଗଡରୁ ଅବକାରୀ ବିଭାଗ 20 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ବୁଧବାର ସକାଳୁ ସୁନ୍ଦରଗଡ ପୋଲିସ୍ ଏବଂ ଅବକାରୀ ବିଭାଗର ବିଳିତ ଚଢାଉରେ ଏହି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇକୁ ଟ୍ରକ୍ରେ ବିହାର ଚାଲାଣ କରାଯାଉଥିବା ବେଳେ ରାଣୀବଗିଚା ନିକଟରେ ଟ୍ରକ୍କୁ ଜବତ କରାଯାଇଥିଲା ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । 30 କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନର ପ୍ରଥମରୁ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କରିଛନ୍ତି । ବିଜେପି ପକ୍ଷରୁ ରାଜ୍ୟରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ବାଚସ୍ପତି ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିବା ଦାବୀ କରି ଉଭୟ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ତାଗିତ କରିବା ସତ୍ବେ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ 3ଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅପରାହ୍ନରେ ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।
ପୁରୀ ଜିଲ୍ଲା ବ୍ରହ୍ମଗିରି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ବସ ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ପୁରୀ-ସାତପଡା ରାସ୍ତା ମେଡିକାଲ ଛକରେ ଏକ ବସ ବ୍ରହ୍ମଗିରି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ବସଟି ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା 3ଜଣ ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ । ସେମାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଦୁର୍ଘଟଣା ପରେ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
କେଦାର ମିଶ୍ର ଓଡିଶାରେ ସର୍ବାଧିକ ଥର ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ବିଶେଷ ଖ୍ୟାତି ରହିଛି। ସେ ଓଡିଶାର ପ୍ରାୟ ସବୁ ରାଜନୈତିକ ଦଳରେ କିଛି କିଛି ଦିନ ରହି ସାରିଛନ୍ତି। କଂଗ୍ରେସ, ବିଜେପି, ଏନସିପି ଓ ବିଜେଡି ଭଳି ଦଳରେ ତାଙ୍କର ଯୋଗଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଥିଲା, ସେସବୁ ଦଳକୁ ଛାଡିବାରେ ମଧ୍ୟ ସେ ଇତିହାସ ତିଆରି କରିଛନ୍ତି।ସେ ନିଜେ ଏକ ଆଞ୍ଚଳିକ ଦଳ ଗଢି ତାକୁ ଭାଙ୍ଗି ମଧ୍ୟ ସାରିଛନ୍ତି। ଏବେ ଅବଶ୍ୟ ସେ ବିଜେଡିରେ ଅଛନ୍ତି ଓ ବିଭିନ୍ନ ସଭା ସମିତିରେ ଆଜି ମଧ୍ୟ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି। ତେବେ ସୌମ୍ୟ ବାବୁଙ୍କର ଲେଖାଲେଖି ଓ ତାଙ୍କର ସାଧାରଣ ସଭା ଗୁଡିକର ଭାଷଣରେ ଏବେ ବିଜେଡି ପ୍ରତି ମୋହଭଙ୍ଗର ଆଭାସ ସ୍ପଷ୍ଟ ବାରି ହୋଇପଡୁଛି। ତାଙ୍କ ଅଧୀନରେ ରହିଥିବା ଓଡିଶାର ସର୍ବାଧିକ ପ୍ରସାରିତ ଖବର କାଗଜ ସମ୍ବାଦ…
ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି 5 ଜଣ ଆହତ ହୋଇଛନ୍ତି । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ବିଳମ୍ବିତ ରାତିରେ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ ଉଭୟ ପକ୍ଷର 5 ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡତିଆ ଏବଂ ସମାରୁ ପଧାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଇଁନ୍ତଲା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
KOLKATA, NOV 12 (UNI) Thousands lighten earthen lamps during Dev Deepawali on the bank of the River Ganga at Nimtala Ghat in Kolkata on Tuesday. UNI PHOTO CAL 5
Devotees having langar on the occasion of Guru Nanak Dev ji Jayanti in Kolkata on Tuesday.UNI PHOTO CAL7
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଲିମ୍କା ରେକର୍ଡ ବୁକ୍ରେ ସ୍ଥାନ ପାଇଛି ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଜଗା-କାଳିଆଙ୍କ ଅସ୍ତ୍ରୋପଚାର। କନ୍ଧମାଳର ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା । ପ୍ରଥମ ସଫଳ କ୍ରାନିଓପାଗସ୍ ସର୍ଜରୀ ଭାବେ ଲିମିକ୍ ବୁକ୍ରେ ସ୍ଥାନିତ ହୋଇଛି। ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତର ଟିମ୍ ଉଭୟ ଶିଶୁଙ୍କୁ ଅଲଗା କରିବାକୁ ଅଗଷ୍ଟ ୨୯ରେ ବିରଳ ଅସ୍ତ୍ରୋପଚାରର ନିଷ୍ପତ୍ତି ନେଇଥିଲେ। ଏଭଳି ଅସ୍ତ୍ରୋପଚାରରେ ସଫଳତା ହାର ଖୁବ୍ କମ୍ ଥିବାରୁ ସମସ୍ତଙ୍କ ମନରେ ଆଶା ସହ ଥିଲା ଆଶଙ୍କା। ହେଲେ ଡାକ୍ତରୀ ଦଳର ୩୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଥିଲା ପ୍ରଥମ ପର୍ଯ୍ୟାୟ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର। ୨ଟି ଦେହକୁ ୨ଟି ଅଲଗା ଅଲଗା ମୁଣ୍ଡ ମିଳିଥିଲା। ଡାକ୍ତରୀ ଟିମକୁ ମିଳିଥିଲା ବଡ଼ ସଫଳତା। ରାଜ୍ୟ ସରକାର ଶିଶୁଙ୍କ ଚିକିତ୍ସାର ସମସ୍ତ ଭାର ନେଇଥିଲେ । ଦୁହିଁଙ୍କ…
Odisha Speaker Suryanarayan Patra joined Guru Nanak Jayanti at Lodi of Sultanapur
କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅଡୁଆ ବଢିଛି । ତାଙ୍କ ବିରୋଧରେ ବିଛା ବୟାନ ପାଇଁ ଓ୍ବାରେଣ୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଥରୁର ଦେଇଥିବା ବିବାଦୀୟ ବୟାନ ମାମଲାରେ ଦିଲ୍ଲୀ ରୋଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଥରୁରଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ଓ୍ବାରେଣ୍ଟ ଜାରି ହେବା ପରେ ଥରୁରଙ୍କ ଅଡୁଆ ବଢ଼ିଯାଇଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ ବେଙ୍ଗାଲୁରୁ ସାହିତ୍ୟ ସମାରୋହରେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ, ମୋଦି ହେଉଛନ୍ତି ଶିବଲିଙ୍ଗ ଉପରେ ବସିଥିବା ଏକ କଙ୍କଡା ବିଛା ସଦୃଶ। ଏହାକୁ ନା ହାତ ମାରିହେବ ନା ଚପଲରେ ମାରିହେବ ବୋଲି ଥରୁର କହିଥିଲେ। ଏହି ବୟାନ ପରେ ରାଜନୈତିକ ସରଗରମ ହୋଇଥିଲା। ବିଜେପି ନେତା ରାଜୀବ ବବ୍ବର ଏନେଇ ଥରୁରଙ୍କ ବିରୋଧରେ ଏକ ଅପରାଧିକ ମାନହାନି ମୋକଦ୍ଦମା ରୁଜୁ କରିଥିଲେ। ସେ କହିଥିଲେ, ଥରୁରଙ୍କ…
Bengaluru: Actress Pranitha Subhash walks the ramp during a fashion show organised by Jewels of India, in Bengaluru
Amritsar: A model walks the ramp during “FLO Fashion Fest Season 2” fashion show organised by FICCI (Federation of Indian Chambers of Commerce and Industry) Ladies Organisation (FLO) in Amritsar
ଜାମ୍ମୁକାଶ୍ମୀରର ଡୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ୟାକ୍ସି ଖାଇ ମଧ୍ୟକୁ ଖସି ପଡ଼ିବାରୁ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପାହାଡିଆ ଅଂଚଳରୁ ଏକ ଟ୍ୟାକ୍ସି ଡୋଡା ଜିଲ୍ଲା ବଟୋତେ- କିସ୍ତୱାର ଜାତୀୟ ରାଜପଥରେ ଆସୁଥିଲା। ଯାତ୍ରୀ ଧାରଣା କ୍ଷମତାଠାରୁ ଟ୍ୟାକ୍ସିରେ ଅଧିକ ଯାତ୍ରୀ ଥିବାରୁ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ପ୍ରାୟ ୨ହଜାର ଫୁଟ ଖାଇ ମଧ୍ୟକୁ ଖସି ପଡ଼ିଛି । ଘଟଣାସ୍ଥଳରେ ହିଁ ୧୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୩ଜଣ ଗୁରୁତର ଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚିଛି।
Mumbai: Actress Urvashi Rautela during the promotions of her upcoming film “Pagalpanti” in Mumbai
Mumbai: Actors Arshad Warsi and Urvashi Rautela during the promotions of their upcoming film “Pagalpanti” in Mumbai
ଦୀର୍ଘ କୋଡ଼ିଏ ଦିନ ଧରି ମହାରାଷ୍ଯ୍ରରେ ଚାଲିଥିବା ରାଜନୈତିକ ଟଣାଓଟରାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ସୁପାରିଶ୍ କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଅକ୍ଟୋବର ୨୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ଭିତରେ ରାଜ୍ୟପାଳ ଆଜି ତାଙ୍କ ସାମ୍ବିଧାନିକ କ୍ଷମତାର ଉପଯୋଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି। ଚଳିତ ମହାରାଷ୍ଟ୍ର ବିଧାନସଭାରେ ବିଜେପି- ଶିବସେନା ମେଣ୍ଟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ସରକାର ଗଠନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ୫୦- ୫୦ ଫର୍ମୁଲାକୁ ନେଇ ମେଣ୍ଟ ଭାଙ୍ଗିବା ସହିତ ଏନ୍ସିପି ଓ କଂଗ୍ରେସ ସହିତ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ କରିଥିଲା । କିନ୍ତୁ ୨୪ ଘଣ୍ଟାର ସମୟ ଭିତରେ ଶିବସେନା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲା । ମହାରାଷ୍ଟ୍ରରେ…
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ରାଜନୀତିରେ ଅଦ୍ଭୁତ ସ୍ଥିତି ଉପୁଜିଛି। ଗତ କାଲି ସନ୍ଧ୍ୟାରେ ସରକାର ଗଠନ ଲାଗି ଶିବସେନାକୁ ଅଧିକ ସମୟ ଦେବାକୁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶିୟାରି ଏନସିପିକୁ ସରକାର ଗଠନ ଲାଗି ଦାବି ଜଣାଇବାକୁ ୨୪ ଘଣ୍ଟା ସମୟ ଦେଇଥିଲେ। ସେହି ସମୟ ନ ପୂରୁଣୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗି କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଆଦୌ ନୈତିକ ନୁହେଁ। ବିଭିନ୍ନ ସମୟରେ ସୁପ୍ରିମ କୋର୍ଟ ରାଷ୍ଟ୍ରପତି ଶାସନ ଜାରି ଲାଗି ସମ୍ବିଧାନର ଧାରା ୩୫୬ ଲାଗୁ କରିବା କ୍ଷେତ୍ରରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଭାଗ୍ୟକ୍ରମେ ମୋଦୀ ସରକାର ଅମଳରେ ଏହାର ବିରୋଧାଚରଣ ଖୋଲାଖୋଲି ଘଟି ଚାଲିଛି। ନୂଆ ବିଧାନସଭା ଗଠିତ ହେବା ପୂର୍ବରୁ ରାଷ୍ଟ୍ରପତି ଶାସନ ଜାରି କରିବା ଏକ ପ୍ରକାର ଜନମତ ପ୍ରତି ଅବମାନନା ବୋଲି କୁହାଯାଇପାରେ। ଶିବସେନା ସହିତ ବିଜେପିର ସମନ୍ଵୟ ନ ରହିବା ଓ ଏହାର ଏକ ବିକଳ୍ପ…