Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ସେମିରେ ନିମେଇଶାପୁର ଓ ପାରାଦ୍ୱୀପ
ଆଞ୍ଚଳିକ

ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ସେମିରେ ନିମେଇଶାପୁର ଓ ପାରାଦ୍ୱୀପ

January 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,01/01 : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ 24 ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ନେତାଜୀ ଆଥେଲେଟିକ୍ ଆସୋସିଏସନ୍ ଆନୂକୁଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକର ଉଦ୍‌ଘାଟନୀ ମ୍ୟାଚରେ ମୟୁରଭଞ୍ଜ ଫୁଟବଲ୍ ଦଳକୁ 3-1ଗୋଲ୍ ବ୍ୟବଧାନରେ ପରାସ୍ତ କରି ନିମେଇଶାପୁର କଟକ ଦଳ ସେମିଫିନାଲ ପର୍ଯ୍ୟାଳୟକୁ ଉନ୍ନୀତ ହୋଇଛି । ସେହିପରି 2ୟ ମ୍ୟାଚ୍‌ରେ ସାଲେପୁରକୁ ପରାସ୍ତ କରି ପାରାଦ୍ୱୀପ ସେମିରେ ପହଞ୍ଚିଛି । ଟ୍ରାଇବେକର ଜରିଆରେ 4-1 ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ ପର୍ଯ୍ୟାକୁ ପ୍ରବେଶ କରିଛି । ନେତାଜୀ ଆସୋସିଏସନ୍ ସଭାପତି ପ୍ରଦୀପ୍ତ କୁମାର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୈଳବିଶୋଧାନାଗର ପ୍ରକଳ୍ପର ସଜିଏମ୍ ଅରୂପ କୁମାର ଭଗବତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ତୈଳବିଶୋଧାନାଗର ଡିଜିଏମ୍ ଜିକେ ସାହୁ, ପୂର୍ବତନ ସାଂସଦ ତଥା ମଙ୍ଗରାଜପୁର ଷ୍ଟାଡିୟମର ନିର୍ମାତା ଡାକ୍ତର କୁଳମଣି ସାମଲ, ପୂର୍ବତନ ସାଂସଦ ଡ. ବିଭୂ ପ୍ରସାଦ ତରାଇ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଖୋଳାଳି ନିମାଇଁ ଚରଣ ପଣ୍ଡା, କୁଳମଣି ତରାଇ, ଆସୋସିଏସସନର ସାଧାରଣ ସମ୍ପାଦକ ବିପିନ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ସମ୍ପାଦକ ଦୁଷ୍ମନ୍ତ ମାଝୀ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ମାୟାଧର ଦାସ ସଭା ପରିଚାଳନା କରିଥିଲେ । ଆସନ୍ତା କାଲିର ମ୍ୟାଚ୍ ଆୟୋଜକ ମଙ୍ଗରାଜପୁର, ଖୋର୍ଦ୍ଧା, ଧର୍ମଶାଳା ଓ ରାଜକନିକା ମଧ୍ୟରେ ଅନୁଷ୍ଠିତ ହେବ । ଏହି କ୍ରୀଡା ପ୍ରତିଯୋଗୀତାକୁ ଉପସଭାପତି ମାନସ ତରାଇ, କୋଷାଧ୍ୟକ୍ଷ ବିନ୍ଦୁସାଗର ତରାଇ, ଗ୍ୟାନଦା ପ୍ରସାଦ ତରାଇ, ସୁଶାନ୍ତ ବେହେରା, ତପନ ତରାଇ, ପ୍ରଶାନ୍ତ ତରାଇ, ପ୍ରଦୀପ୍ ପରିଡା, ଅମର ପରିଡା, ଦ୍ୱୀବେନ୍ଦୁ ହାତୀ, ଚନ୍ଦନ ସାମଲ, ବଂଟି ସ୍ୱାଇଁ, ଚିନ୍ମୟ ପ୍ରସାଦ ରାଉତ, ବୁଟୁପ୍ରସାଦ ସ୍ୱାଇଁ ଓ ଜଟାଧାରୀ ଦାସ,ସୂଦର୍ଶନ ତରାଇ, କୁମରବର ତରାଇ, ପ୍ରମୁଖ ପରିଚାଳନା କରିଥିଲେ ।

kujang
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026

ହକି ବିଶ୍ୱକପ-୨୦୨୬: ଭାରତର ପରବର୍ତ୍ତୀ ମ୍ୟାଚ୍ କେବେ ଓ କେଉଁ ଦଳ ସହିତ ମୁକାବିଲା ହେବ?

August 20, 2026
Latest News

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.