ସମୀକ୍ଷା ବ୍ୟୁରୋ ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ଘାସେଡିହ ଗ୍ରାମର ରାମଚଣ୍ଡୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗମ୍ଭାରୀମୁଣ୍ଡା ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ସୂଚନା ମିଳିଛି। ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଅଭିଯୋଗ ଅନୁଯାୟୀ, ରାମଚଣ୍ଡୀ ମନ୍ଦିରରୁ ସୁନାର ମଙ୍ଗଳସୂତ୍ର, ସୁନାର ଚିତଉ, ସୁନାର ଧାନମାଳି ସମେତ ରୂପାର କିରଟ ଏବଂ ୧୦୦ ଗ୍ରାମର ବେଲପତ୍ର ମାଳ ଚୋରି ହୋଇଛି। ଅପର ପକ୍ଷରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭଙ୍ଗାଯାଇ ହୁଣ୍ଡିରେ ରହିଥିବା ସମସ୍ତ ଅର୍ଥରେ କଳାକନା ବୁଲାଇଛନ୍ତି ଲୁଟେରା।…
Author: Samikhsya Bureau
କେଦାର ମିଶ୍ର ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା। ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ ବୋଲି ଆମେ ଆଶା କରୁଥିଲୁ। ତେବେ ଗତ ସତୁରୀ ବର୍ଷ ଭିତରେ ଏମିତି ଅନେକ ଉଦାହରଣ ରହିଛି,ଯେଉଁଠି ନିଜର ଦାୟିତ୍ଵ ନିର୍ବାହ କରିବାକୁ ଯାଇ ସମ୍ବାଦିକମାନେ ଲାଞ୍ଛିତ ହୋଇଛନ୍ତି। ଅନେକ ସମୟରେ ସାମ୍ବାଦିକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି। ୧୯୭୫ ମସିହାରେ ଯେତେବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ, ତା ବିରୋଧରେ ଲେଖିଥିବା ଅନେକ ସାମ୍ବାଦିକଙ୍କୁ ଜେଲରେ ଦିନ କାଟିବାକୁ ପଡିଥିଲା। ତେବେ ସରକାର ବିରୋଧରେ ଲେଖାଲେଖି କରି ଜେଲ ଭୋଗିଥିବା ସେ ସାମ୍ବାଦିକମାନେ ଥିଲେ ଆମ ପାଇଁ ମହାନାୟକ। ଆମେ କୁଲଦୀପ ନାୟାର କିମ୍ବା ପ୍ରଭାସ ଯୋଷିଙ୍କୁ ସାମ୍ବାଦିକତାର ମହାନାୟକ ବୋଲି କହିଆସିଛୁ କାରଣ ସେମାନେ ସରକାର ଓ ସତ୍ତା ବିରୋଧରେ ଲେଖିପାରିବାର ଅଦମ୍ୟ ସାହସ ପ୍ରଦର୍ଶନ…
ZAGREB, Dec. 26, 2019 (Xinhua) — African lions look into Christmas gift packages at Zagreb Zoo in Zagreb, capital of Croatia, on Dec. 26, 2019. (Tomislav Miletic/Pixsell via Xinhua/IANS)
JAKARTA, Dec. 27, 2019 (Xinhua) — Lightning is seen in the sky in Jakarta, Indonesia, Dec. 27, 2019. (Photo by Veri Sanovri/Xinhua/IANS)
CHICAGO, Dec. 27, 2019 (Xinhua) — Trees are illuminated at Illumination: Tree Lights at The Morton Arboretum in Lisle, Illinois, the United States, on Dec. 26, 2019. (Photo by Joel Lerner/Xinhua/IANS)
SHANGHAI, Dec. 27, 2019 (Xinhua) — The sixth test plane of the Chinese-produced large passenger jet, C919, takes off from Shanghai Pudong International Airport in Shanghai, east China, Dec. 27, 2019. The sixth test plane of the C919 completed its maiden flight Friday. Taking off at 10:15 a.m. at Shanghai Pudong International Airport, the jet flew for 2 hours and 5 minutes, mainly testing the cabin, lighting and external noise. n The fourth and fifth jets completed their maiden test flights in August and October. n The other five jets are carrying out test flights in Shanghai, the northwestern city…
SANYA, Dec. 27, 2019 (Xinhua) — Photo taken on Dec. 17, 2019 shows the Shandong aircraft carrier at a naval port in Sanya, south China’s Hainan Province. China’s first domestically built aircraft carrier, the Shandong, was delivered to the People’s Liberation Army (PLA) Navy and placed in active service on Dec. 17 at a naval port in Sanya. The new aircraft carrier, named after Shandong Province in east China, was given the hull number 17. (Xinhua/Li Gang/IANS)
Jodhpur: An MiG-27 fighter aircraft at the Jodhpur airbase on Dec 27, 2019. The Indian Air Force (IAF) decommissioned Mikoyan-Gurevich 27 (MiG-27), the fighter aircraft that played a stellar role during the Kargil war with Pakistan 20 years ago, on Friday. (Photo: IANS)
ZAGREB, Dec. 26, 2019 (Xinhua) — A capuchin monkey looks into a Christmas gift package at Zagreb Zoo in Zagreb, capital of Croatia, on Dec. 26, 2019. (Tomislav Miletic/Pixsell via Xinhua/IANS)
CHITWAN, Dec. 27, 2019 (Xinhua) — A mahout shows his elephant to judges during the on-spot elephant decoration competition during the 16th Elephant Festival in Sauraha, a tourism hub in southwest Nepal’s Chitwan district, Dec. 27, 2019. The annual event aims to bring humans closer with elephants, encourage wildlife protection and conservation and promote tourism in the region. This year’s event is organized in promotion of the Visit Nepal Year 2020 campaign. (Photo by Sunil Sharma/Xinhua/IANS)
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୨୮/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆରଏସଏସ୍ ଦ୍ୱାରା ଚିଲିକା ଖଣ୍ଡ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବାଲୁଗାଁ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂଘ ଚାଳକ ଲଳିତ ନାରାୟଣ ମହାପାତ୍ର ଓ ସହଜିଲ୍ଲା କାର୍ଯ୍ୟବାହ ହୃଷିକେଶ ମଲିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେରେ ଏକ ଭବ୍ୟ ପଥସଞ୍ଚଳନ କାର୍ଯ୍ୟକ୍ରମ କରାଯାଇଥିଲା। ଶହେରୁ ଉର୍ଦ୍ଧ୍ବ ସ୍ବୟଂସେବକ ପୂର୍ଣ୍ଣ ଗଣବେଶରେ ବାଲୁଗାଁ ମହାବିଦ୍ୟାଳୟରୁ ଅଡିଟରୀୟମ ହଲ ଓ ସେଠାରୁ ଗାନ୍ଧୀ ଛକ ଦେଇ ବାଲୁଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ। ଆଗାମୀ ଦିନରେ ସଙ୍ଘ କିପରି ପ୍ରତି ଗ୍ରାମରେ ସୁସମ୍ପର୍କ ସ୍ଥାପନ କରିପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ପଥ ସଂଚାଳନ ସମୟରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ, ସୂର୍ଯ୍ୟନଗର ଛକ, ପରିବା ମାର୍କେଟ, ପେଟ୍ରୋଲ ପମ୍ପ ସମ୍ମୁଖ ଓ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୮/୧୨: ଆଜି ୧୦ ଡିଗ୍ରୀ ତଳେ ରହିଛି ଓଡ଼ିଶାର ୯ଟି ସହର। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଅସହ୍ୟ ଥଣ୍ଡା ପାଇଁ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ପାହାଡି ଅଞ୍ଚଳରେ ତାପମାତ୍ରା ଶୂନକୁ ଖସିବା ନେଇ ଆକଳନ ହୋଇଛି। ତେଣୁ ୨୪ ଘଣ୍ଟାରେ ୧୮ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନଗୁଳ କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଦେଓଗଡରେ ସିଭିୟର କୋଲ୍ଡ ୱଭ୍ ଓ ଉତ୍ତର ଓଡ଼ିଶାର ସମସ୍ତ ୯ ଜିଲ୍ଲା ସମେତ ଅନୁଗୁଳ କଟକ ଖୋର୍ଦ୍ଧା ଭଦ୍ରକ ଜିଲ୍ଲାରେ କୋଲ୍ଡ ୱଭ୍ ୱର୍ଣ୍ଣିଂ। ଆସନ୍ତା ତିନି ଦିନ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅସହ୍ୟ ଥଣ୍ଡା ପାଇଁ ରାଜ୍ୟ ସରକାର ଏକ ସତର୍କମୂଳକ ପଦକ୍ଷେପ ନେଇଛନ୍ତି। ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗରିବ ଲୋକେ ରାତିରେ ରହିବାକୁ ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ୨୮/୧୨: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର୧୩୪ତମ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ପରେ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଜେଡି ସରକାର କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେଉଥିବା ବେଳେ ରାଜ୍ୟରେ ବିରୋଧ କରି ଦୋମୁହାଁ ନୀତି ଆପଣାଉଥିବାରୁ ସେ ସମାଲୋଚନା କରିଥିଲେ। ସମସ୍ତ କର୍ମୀ ଦେଶବଂଚାଅ – ସମ୍ବିଧାନ ବଂଚାଅ ପ୍ରତି ଜାଗ୍ରହ ପ୍ରହରୀ ଭାବରେ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଶ୍ରୀପଟ୍ଟନାୟକ ଭାରତର ସମ୍ବିଧାନ ପ୍ରସ୍ତାବନା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସିସଂପାଦକ ଶ୍ରୀ ରୁଦ୍ର ରାଜୁ, ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 28/12: ସମସ୍ତ ରାଜନୈତିକ ଦଳଗୁଡ଼ିକ ବାଇକ୍ ରାଲିବେଳେ ହେଲମେଟ୍ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ପୋଲିସ୍ କମିଶନର । ବାଇକ୍ ରାଲି ଉପରେ ପୋଲିସ୍ର କଡ଼ା ନଜର ରହିଛି ବୋଲି କହିବା ସହିତ ବିଭିନ୍ନଦଳର ରାଲି ସମୟର ସିସିଟିଭି ଫୁଟେଜ୍ର ଯାଞ୍ଚ ଚାଲିଛି ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ନିକଟରେ ମୋଟର ଯାନ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲା ପରେ ବିନା ହେଲମେଟ ପାଇଁ ମୋଟା ଶୁଳ୍କ ଆଦାୟ କରାଯାଉଛି। ଏହି ଆଇନ କବଳରୁ ନେତା, ରାଜନେତା, ଫିଲ୍ମ ତାରକା, ସାମ୍ବାଦିକ କି ସାଧାରଣ ଜନତା କେହି ବି ଏହି ନିୟମରୁ ଖସି ପାରିବେନି ବୋଲି କମିଶନରେଟ ପୋଲିସ୍ ନିୟମ ହୋଇଥିବା ସତ୍ତ୍ବେ ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି ନେତାମାନେ ବିନା ହେଲମେଟରେ ବାଇକ୍ ରାଲି କରିଥିଲେ। ଏହକୁ ନେଇ ବୁଦ୍ଧିଜୀବୀମାନେ ପୋଲିସ୍କୁ ସମାଲୋଚନା କରିଥିଲେ।
ଲକ୍ଷ୍ନୌ, 28/12: ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧିଙ୍କ ଜବାବ ଦେଇଛନ୍ତି । କଂଗ୍ରେସର ‘ଭାରତ ବଂଚାଓ, ସମ୍ବିଧାନ ବଂଚାଓ ରାଲିକୁ ଟାର୍ଗେଟ୍ କରି ମାୟାବତୀ କହିଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥିବାବେଳେ ଜନତାଙ୍କ ହିତ ବିଷୟରେ କ’ଣ ପାଇଁ ମନେ ପଡେ ନାହିଁ । ଅନ୍ୟମାନଙ୍କ ଚିନ୍ତା ନ କରି କଂଗ୍ରେସ ନିଜର ସ୍ଥିତି ବିଷୟରେ ଆତ୍ମଚିନ୍ତନ କରିବା ବରଂ ଭଲ ହେବ ବୋଲି ମାୟାବତୀ କହିଛନ୍ତି । ମାୟାବତୀ ଟୁଇଟ୍ରେ ଲେଖିଛନ୍ତି ଯେ, କଂଗ୍ରେସକୁ ଏବେ ଭାରତ ବଂଚାଓ, ସମ୍ବିଧାନ ବଂଚାଓ କଥା ମନେ ପଡ଼ିଲା, ଯେତେବେଳେ ସେ ସତ୍ତାରେ ରହିଥିଲେ ସେତେବେଳେଜନହିତକୁ ଅଣଦେଖା କରୁଥିଲେ । ଦଳିତ, ମୁସଲମାନ ଓ ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରୀ ମିଳିପାରିନଥିଲା, ଯେଉଁଥିପାଇଁ ଆଜି ବିଜେପି କ୍ଷମତାକୁ ଆସିଛି । ସେଥିପାଇଁ ତ ବିଏସ୍ପି ନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଲା । ସୂଚନାଯୋଗ୍ୟ, ଆଜି କଂଗ୍ରେସର…
https://www.youtube.com/watch?v=oUk645CWGU8
ସମୀକ୍ଷାବ୍ୟୁରୋ ସାନଖେମୁଣ୍ଡି,(୨୮/୧୨): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର +୩ ଏନଏସଏସ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି। ବିଗତ ସାତ ଦିନ ଧରି କଙ୍କୋରଡା ମହାବିଦ୍ୟାଳୟରେ ଚାଲିଥିବା ଏହି ଶିବିରରେ ୭୫ଜଣ ଶିବିରାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ଅଂଶଗ୍ରହଣକାରୀମାନେ ସ୍ବଚ୍ଛ ଭାରତ, ସଚେତନତା, ନଗର ପରିକ୍ରମା ସହ ସାଂସ୍କୃତିକ ଆଦି କାର୍ଯ୍ୟକ୍ରମ କରିଥିଲେ। ଶିବିରର ଅନ୍ତିମ ଦିନରେ କଲେଜ କକ୍ଷରେ ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଯାଇଛି। ଏଥିରେ ଅଧ୍ୟାପକ ସନ୍ତୋଷ ପାଢୀ ଓ ସୁଶାନ୍ତ କୁମାର ପଣ୍ଡା ସେବାର ମହତ୍ତ୍ବ ଓ ଉପକାରିତା ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଆଲୋକପାତ କରିଥିଲେ। ଉକ୍ତ ଶିବିରକୁ ତୀର୍ଥବ୍ରତ ସାହୁ,ସସ୍ମିତା ସାହୁ,ଆଶାଲତା ପଟ୍ଟନାୟକ ଆଦି ଅଧ୍ୟାପକ,ଅଧ୍ୟାପିକା ସଂଯୋଜନା କରିଥିଲେ।
https://www.youtube.com/watch?v=8gpqXBrcMXw
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୨୮/୧୨: ମା’ ଭଗବତୀ ବିକାଶ ପରିଷଦର ତ୍ରୟୋଦଶତମ ବାର୍ଷିକୀ ଉତ୍ସବ ଅବସରରେ ବାଣପୁରର ଖ୍ୟାତନାମା ହୋମିଓପ୍ୟାଥିକ ଡାକ୍ତର ପ୍ରେମଲତା ଦେବୀଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜେସବାରେ ଦୀର୍ଘ ସମୟ ଧରି ପ୍ରେମଲତା ଦେବୀ ନିଜକୁ ନିୟୋଜିତ କରିଛନ୍ତି। କେବଳ ସେବା ନୁହେଁ ରାଜନୀତି ସହ ସେବାକୁ ମଧ୍ୟ ପ୍ରମୁଖ କାର୍ଯ୍ୟ ଭାବେ ନିଭାଇଛନ୍ତି ଶ୍ରୀମତୀ ଦେବୀ। ବାଣପୁର ଅଞ୍ଚଳରେ ଜଣେ ଯୋଗ୍ୟା ସରପଞ୍ଚ ଭାବେ ବେଶ୍ ସକ୍ରିୟ ଯୋଗଦାନ କରିଥିବାବେଳେ ପଞ୍ଚାୟତ ସମିତିର ଅପ୍ରତିଦ୍ବନ୍ଦ୍ବୀ ଅଧ୍ୟକ୍ଷା ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତଦ୍ବ୍ୟତୀତ ନନ୍ଦପୁର ସେବା ସମବାୟ ସମିତିର ସଭାପତି ରୂପେ ମଧ୍ୟ ବେଶ୍ ସକ୍ରିୟତା ଦେଖାଇଛନ୍ତି ପ୍ରେମଲତା ଦେବୀ। ପ୍ରେମଲତା ଦେବୀ ବାଣପୁର ଅଞ୍ଚଳରେ ‘ସେବା ଦେବୀ’ ଭାବେ ଘରେ ଘରେ ପରିଚିତ। କେବଳ ଡାକ୍ତରୀ ସେବା ନୁହେଁ ସମାଜ ସେବାରେ ମଧ୍ୟ ବେଶ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସମାଜସେବା ସହିତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 28/12 : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କସୂଚନା ଜାରି କରାଯାଇଛି । ଶୀତର ପ୍ରକୋପ ବୃଦ୍ଧି କାରଣରୁ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ଲକ୍, ତହସିଲ୍ ଏବଂ ପଞ୍ଚାୟତକୁ ମଧ୍ୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗରିବ ଶ୍ରେଣୀର ଲୋକ ଏବଂ ଘରନଥିବା ଲୋକ ଯେପରି ରାତିରେ ଶୋଇବା ପାଇଁ ହଇରାଣ ନ ହେୁଅନ୍ତି ସେଥିପାଇଁ ସ୍କୁଲ ଏବଂ ସର୍ବସାଧାରଣ କୋଠା ଗୁଡିକ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଲକ୍ଷ୍ନୌ, 28/12: କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନାଗରିକତା ଆଇନ ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର ଉପରେ ମୋଦି ସରକାରଙ୍କୁ ବିରୋଧ କରିବା ସହିତ ଅନ୍ୟ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌଠାରେ ପ୍ରିୟଙ୍କା କହିଛନ୍ତି ଯେ, ୟୁପିରେ ଅନ୍ୟ ବିରୋଧୀ ଦଳ(ସପା, ବସପା) କିଛି କରୁନାହାନ୍ତି, କାରଣ ସେମାନେ ଡରୁଛନ୍ତି। ଆମକୁ ଏକାକୀ ଲଢିବାକୁ ପଡ଼ିବ, ଆମେ କାହାକୁ ଡରୁନୁ। ଆମେ ଏହି ପ୍ରଦେଶକୁ ମଜବୁତ୍ କରିବୁ ବୋଲି କହିଛନ୍ତି ପ୍ରିୟଙ୍କା। ଆଜି ଦେଶ ବିପଦରେ। ଆମେ ରାଜ୍ୟର ଭିନ୍ନ ଭିନ୍ନ ହିଂସାରେ ହିଂସା ହେଉଥିବାର ଦେଖୁଛୁ। ଛାତ୍ର ଓ ଯୁବସମାଜ ନିଜର ସ୍ବର ଉଠାଉଛନ୍ତି। କିନ୍ତୁ ସରକାର ସେମାନଙ୍କ ମଜାକ୍ କରୁଛି। ଦେଶରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯୁବକଙ୍କୁ ପିଟାଯାଉଛି। ଆଜି ଆମେ ଏମିତି ଏକ ବିଚାରଧାରା ସହ ଲଢୁଛୁ, ଯାହାଙ୍କର ଦେଶର ସ୍ବାଧୀନତାରେ କିଛି ଭୂମିକା ନାହିଁ। (ଏଜେନ୍ସି)

