JAMMU, NOV 9 (UNI):- A colourful Nagar Kirtan is being taken out on 550th Birth Anniversary of Guru Nanak Dev Ji in Jammu on Saturday.
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଶେଷରେ ସମୟ ସୀମା 4 ଘଣ୍ଟା ବାକି ଥିବା ବେଳେ ମହାରାଷ୍ଟ୍ର ରାଜ୍ୟପାଳ ବି.ଏସ କୋସାୟାରୀ ବିଜେପି ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଯେହେତୁ ବିଜେପି ବର୍ତ୍ତମାନ ସର୍ବ ବୃହତ ଦଳ ସେଥିପାଇଁ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ରାଜଭବନ ସୁତ୍ରରୁ ଜଣାପଡିଛି। ଗତ ଅକ୍ଟୋବର 24 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଫାଟ ଯୋଗୁଁ ସରକାର ଗଠନ ହୋଇପାରୁ ନାହିଁ। ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ପଚାଶ ପଚାଶ ପଦ୍ଧତିରେ କରିବା ପାଇଁ ବିଜେପିକୁ ଦାବୀ କରି ଆସୁଛି। ହେଲେ ସେଥିରେ ବିଜେପି ତରଫରୁ କୌଣସି ସବୁଜ ସଙ୍କେତ ପ୍ରଦାନ କରାଯାଉ ନାହିଁ। ଯେ ପର୍ଯ୍ୟନ୍ତ ବିଜେପି ଏହି ପଚାଶ ପଦ୍ଧତିରେ ରାଜି ନ ହୋଇଛି ସେ ପର୍ଯ୍ୟନ୍ତ ସରକାର ଗଠନରେ ଶିବସେନା ସାହାର୍ଯ୍ୟ କରିବ ନାହିଁ ବୋଲି…
ସମୀକ୍ଷା ବ୍ୟୁରୋ ଅତିପ୍ରବଣ ବାତ୍ୟା ବୁଲୁବୁଲୁ ପ୍ରଭାବରେ ଉପକୂଳ ଓଡିଶାରେ ବେଶି କିଛି କ୍ଷତି ଘଟିଯାଇଛି। ଅନେକ ସ୍ଥାନରେ ପ୍ରବଳ ପବନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଫଳରେ ଏଥିରେ କେତେକ ଘର ଭାଙ୍ଗି ରୁଜି ଯାଇଥିବାର ଜଣାପଡିଛି। ଖବର ପାଇବା ପରେ ରାଜ୍ୟ ଅଗ୍ନିଶମ ବିଭାଗ ସହିତ ଓଡ୍ରାଫ ଟିମ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି।
ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି। ବୁଲବୁଲ ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ସନ୍ଧ୍ୟା ୭ଟାରୁ ରାତି ୧୧ଟା ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। କିନ୍ତୁ ଆଉ କିଛି ଘଣ୍ଟା ମଧ୍ୟରେ ଏହି ପ୍ରକୋପ କମିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି। ଓଡ଼ିଶାରେ ଆହୁରି ୪,୫ଘଣ୍ଟା ବର୍ଷା ହେବ। ଏହି…
ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କ ଐତିହାସିକ ନିଷ୍ପତ୍ତି ପରେ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟା ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ପଛରେ ରହିଛି କେଇ ଶହ ବର୍ଷର ଇତିହାସ। ବିଗତ କିଛି ବର୍ଷ ଧରି ଚାଲିଆସିଥିବା ଏହି ନ୍ୟାୟିକା ପ୍ରକ୍ରିୟାର ଆଜି ସମାପନ ହୋଇଛି। ଦୁନିଆ ମାନିଛି ଯେ, ଭାରତ ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶ। ଅଯୋଧ୍ୟା ନିଷ୍ପତ୍ତିକୁ ଯେପରି ଭାବରେ ସବୁ ବର୍ଗର ଲୋକେ ହୃଦୟର ସହ ଯେପରି ଭାବରେ ଅଯୋଧ୍ୟା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, ସେଥିରୁ ଆମ ଭାରତର ପରମ୍ପରା ଜଣାପଡୁଛି। ଦେଶ ପାଇଁ ଖୁସିର କଥା ହେଉଛି ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଆସିଛି। ଆଜି ହେଉଛି ୯ ନଭେମ୍ବର । ଆଜିର ତାରିଖରେ ବର୍ଲିନ୍ର ପାଚେରୀ ଭାଙ୍ଗିଥିଲା। ଦୁଇ ବିପରୀତ ଧାରା ଏକଜୁଟ୍ ହୋଇ…
ସମୀକ୍ଷା ବ୍ୟୁରୋ ଆଜି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ବିରାଟ ପଟୁଆର ସହ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା। ଦାଶରଥିପୁର ଗ୍ରାମ ସ୍ଥିତ ପବିତ୍ର ଶାଳିଆ ନଦୀରୁ ଭକ୍ତମାନଙ୍କ ଦ୍ୱାରା କଳସ ଜଳ ସଂଗ୍ରହ କରାଯାଇ ପରିଶେଷରେ ଏହି କଳସ ଶୋଭାଯାତ୍ରା ଅଧିବାସ ସ୍ଥଳ ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିରରେ ପହଂଚିଥିଲା। ଶୁକ୍ରବାର ପ୍ରାତଃରୁ ଅଷ୍ଟ ପ୍ରହରବ୍ୟାପୀ ଆଧ୍ୟାତ୍ମିକ ପରିବେଶରେ ନାମଯଜ୍ଞ ଓ ସଂକୀର୍ତ୍ତନ ହେବା ସହ ଆଜି ଶନିବାର ସକାଳେ ନଗରକୀର୍ତ୍ତନ, ନଗର ଭିକ୍ଷା ଓ ମଧ୍ୟାହ୍ନରେ ଭକ୍ତମାନେ କଳସ ବିସର୍ଜନ କରି ଯମୁନାସ୍ନାନ କରିଥିଲେ। ଅପରାହ୍ନ ଏକ ଘଟିକାରେ ବିରାଟ ଆନନ୍ଦ ବଜାର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ପାଖାପାଖି ସାତ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ। ଉକ୍ତ ନାମଯଜ୍ଞ ହୋମରେ କର୍ତ୍ତା…
ସମୀକ୍ଷା ବ୍ୟୁରୋ ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ ପାଇଲା । ମୁଖ୍ୟ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଏହି ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ,ଏସ ଏ ବୋବଡେ, ଡି ୱାଇ ଚନ୍ଦ୍ରଚୂଡ ,ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ରହିଥିଲେ । ଏହି ଖଣ୍ଡପୀଠ ଧର୍ମୀୟ ଭାବନା ଅନୁସାରେ ନିଜର ରାୟ ପ୍ରକାଶ ନ କରି ପ୍ରତ୍ନତାତ୍ତ୍ବିକ ବିଭାଗର ରିପୋର୍ଟ ଅନୁସାରେ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ବିବାଦୀୟ ସ୍ଥଳକୁ ହିନ୍ଦୁଙ୍କ ସପକ୍ଷରେ ରାୟ ଦେଇ ଏହି ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଯୋଧ୍ୟାରେ ଏକ ପ୍ରମୁଖ ସ୍ଥାନରେ ମୁସଲିମ୍ ପକ୍ଷଙ୍କୁ ମସଜିଦ୍ ନିର୍ମାଣ କରିବାକୁ ୫ ଏକର ଜମି ଦେବାକୁ ରାୟରେ ଉଲ୍ଲେଖ…
ଭାରତୀୟ ନ୍ୟାୟାଳୟ ଇତିହାସର ଦ୍ବିତୀୟ ଦୀର୍ଘ ମାମଲାର ଆଜି ଶୁଣାଣି ହୋଇଯାଇଛି । ଦୀର୍ଘ ୭୦ ବର୍ଷ ଧରି ଚାଲିଥିବା ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଆଜି ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟ ପକ୍ଷରୁ ବହୁ ପ୍ରତୀକ୍ଷିତ ରାୟ ଆସିଛି। ନିର୍ଣ୍ଣୟ ଆସିବା ପରେ ରାମଜନ୍ମ ଭୂମି-ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ସ୍ଵାଗତ କରିଛି। ଦିଲ୍ଲୀସ୍ଥିତ ଜାମା ମସଜିଦ୍ର ଶାହୀ ଇମାମ ସୈୟଦ୍ ଅହମ୍ମଦ ବୁଖାରୀ କହିଛନ୍ତି ଯେ, ଅଯୋଧ୍ୟା ମାମଲାକୁ ଆଉ ଆଗକୁ ବଢାଯିବା ଉଚିତ୍ ନୁହେଁ ଏବଂ ଏଥି ସହିତ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ପୁର୍ନବିଚାର ଯାଚିକା ଦାଏର କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ସେହିପରି ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ନାହିଁ ବୋଲି ସ୍ପଷ୍ଟ କରି ବୋର୍ଡର ଅଧ୍ୟକ୍ଷ ଜୁଫର…
ଅଯୋଧ୍ୟା ମାମଲାର ଐତିହାସିକ ରାୟ ଆସିବା ପରେ ଭିନ୍ନ ଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ ଏଆଇଏମ୍ଆଇଏମ୍ର ଅଧ୍ୟକ୍ଷ ଅସସିଦ୍ଦୁନ୍ ଓ୍ବଓ୍ବେସୀ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଓ୍ବଓେସି କହିଛନ୍ତି ଯେ, ମୁସଲିମ୍ ପର୍ସନାଲ୍ ଲ୍ ବୋର୍ଡ ପରି ସେ ମଧ୍ୟ ଉଚ୍ଚତମ ନ୍ୟାୟଳୟଙ୍କ ନିଷ୍ପତ୍ତିରେ ସହମତ ନୁହଁନ୍ତି । ନ୍ୟାୟାଳୟଙ୍କ ଦ୍ବାରା ଭୁଲ୍ ମଧ୍ୟ ହୋଇପାରେ । ଯିଏ, ବାବ୍ରୀ ମସ୍ଜିଦ୍ ଭାଙ୍ଗିଥିଲେ, ତାଙ୍କୁ ଟ୍ରଷ୍ଟ କରି ରାମ ମନ୍ଦିର ନିର୍ମାଣ ଦାୟିତ୍ବ ଦିଆଯାଇଛି । ଆମକୁ ଭାରତୀୟ ସମ୍ବିଧାନ ଉପରେ ଭରସା ଅଛି । ଆମେ ଆମ ଅଧିକାର ପାଇଁ ଲଢେଇ କରୁଥିଲୁ । ୫ଏକର ଜମିର ସହାୟତା ଆବଶ୍ୟକ ନାହିଁ । ଓ୍ବଓେସୀ କହିଛନ୍ତି ଯେ, ଦେଶର ମୁସଲମାନ ଉତ୍ତରପ୍ରଦେଶରେ ପାଞ୍ଚ ଏକର ଜମି କିଣିପାରିବେ । ଆମର ଲଢେଇ ନ୍ୟାୟ ପାଇ ଥିଲା, ଆମକୁ ସହାୟତା ଆବଶ୍ୟକତା ନାହିଁ । ମୁସଲିମ୍ ପର୍ସନାଲ ଲ…
AYODHYA, NOV 9 (UNI):- Devotees coming out of Hanuman Ghari temple after offering puja, in Ayodhya on Saturday.
NEW DELHI, NOV 9 (UNI):-A Lawyer wearing a chadar printed the slogans RAM while coming out of the Supreme Court after the judgment in the Ramjanmabhoomi-Babri Masjid land dispute case, in New Delhi on Saturday. UNI PHOTO-AK16U
NEW DELHI, NOV 9 (UNI):- Security beefed up near the Jama Masjid before the Supreme Court’s verdict on Ramjanambhumi- Babri Masjid land dispute case,in New Delhi on Saturday.
ଦୀର୍ଘ ସତୁରୀ ବର୍ଷର ପ୍ରତୀକ୍ଷା ପରେ ଆଜି ଶିଖ୍ ସମ୍ପ୍ରଦାୟର ଆଶା ପୂରଣ ହୋଇଛି । ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ କର୍ତ୍ତାରପୁର ସାହିବ କରିଡରକୁ ଆଜି ଭାରତୀୟ ଶିଖ୍ ଶ୍ରଦ୍ଧାଳୁମାନଙ୍କୁ ପାଇଁ ଖୋଲାଯାଇଛି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ତ୍ତାରପୁର କରିଡରର ଉଦଘାଟନ୍ କରିବା ଅବସରରେ ମୋଦି କହିଛନ୍ତି, ଦେଶକୁ କର୍ତ୍ତାରପୁର ସାହିବ କରିଡର ସମର୍ପିତ କରିବା ତାଙ୍କର ସୌଭାଗ୍ୟ ଅଟେ । ଏହା ସହ ଦେଶ ଦୁନିଆର ସମସ୍ତ ଶିଖ୍ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ନରେନ୍ଦ୍ର ମୋଦି । ଏହି ଉଦ୍ଘାଟନୀ ଉତ୍ସବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସମେତ ସାଂସଦ, ମନ୍ତ୍ରୀ ଓ ବିଧାୟକଗଣ ଉପସ୍ଥିତ ରହିଥିଲେ ।
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୦୪୫ ପୃଷ୍ଠାର ଏକ ପୃଥୁଳ ରାୟରେ ରାମ ଜନ୍ମଭୂମି ଭାବରେ ବିବେଚିତ ଜମିକୁ ରାମଲାଲାଙ୍କ ନାମରେ ଫଇସଲା କରିଛନ୍ତି। ଏହି ରାୟକୁ ଭାରତୀୟ ନ୍ୟାୟିକ ଇତିହାସରେ ସବୁଠୁ ଜଟିଳ ରାୟ ବୋଲି କୁହାଯାଇପାରିବ। ସମାଧାନର ଏକ ସୂତ୍ର ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ଏହି ଜମିକୁ ରାମଲାଲାଙ୍କ ନାମରେ ଡିକ୍ରି ଦେଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଜମି ଜମି ଉପରେ ରହିଥିବା ମସଜିଦର ଅସ୍ତିତ୍ଵକୁ ଅସ୍ଵୀକାର କରିନାହାନ୍ତି। ଅନୈତିକ ଓ ବେଆଇନ ଉପାୟରେ ବାବ୍ରୀ ମସଜିଦ ଭିତରେ ଶ୍ରୀରାମ ମୂର୍ତ୍ତି ସ୍ଥାପନା କରି ୨୨/୨୩ ଡିସେମ୍ବର, ୧୯୪୯ରେ ଏହାକୁ ଅପବିତ୍ର କରାଯାଇଥିଲା ଓ ୬ ଡିସେମ୍ବର ୧୯୯୨ ରେ ଏହାକୁ ବେଆଇନ ଭାବରେ ଭଙ୍ଗା ଯାଇଥିଲା ବୋଲି ଦେଶର ସର୍ବ ଶ୍ରେଷ୍ଠ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି। ଉଭୟ ଧାର୍ମିକ ଆସ୍ଥା ଭିତରେ ଏକ ସମନ୍ବୟର ବାତାବରଣ କରିବାକୁ…
ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇ କହିଛନ୍ତି ଯେ, ଏବେ ଆମେ ପୁରୁଣା ଲଢେଇ ଝଗଡା ଭୁଲି ଭବ୍ୟ ରାମମନ୍ଦିର ନିର୍ମାଣ କରିବା ଉଚିତ୍ । ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଏହି ମାମଲାର ରାୟରେ ଦେଶର ଜନଭାବନା ଓ ଆସ୍ଥାକୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି। ଏହି ନିଷ୍ପତ୍ତିକୁ କୌଣସି ବିଜୟ ବା ପରାଜୟ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଭାଗବତ । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ଭାଗବତ। ସେହିପରି ଉଚ୍ଚତମ ନ୍ୟାୟାଳୟଙ୍କ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୋହନ ଭାଗବତ…
ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ସୁପ୍ରିମ୍କୋର୍ଟଙ୍କ ଐତିହାସିକ ଶୁଣାଣି ପରେ ରାମ ମନ୍ଦିର ନିର୍ମାଣ ହେବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମ୍କୋର୍ଟଙ୍କ ଏହି ଶୁଣାଣି ପରେ ରାଜନୈତିକ ବ୍ୟକ୍ତିବିଶେଷ ଏହି ନିଷ୍ପତ୍ତିକୁ ସମର୍ଥନ କରି ଦେଶରେ ଶାନ୍ତି ବ୍ୟବସ୍ଥା କାଏମ ରଖିବାକୁ ଅପିଲ୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛି । ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ସହିତ ଦଳର ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ମନ୍ଦିର ନିର୍ମାଣ ନେଇ ଦଳ ସମର୍ଥନ ଜଣାଉଛି । ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ମନ୍ଦିର ନିର୍ମାଣ ପାଇଁ ରାସ୍ତା ଫିଟିଥିବାବେଳେ ଏହାକୁ ନେଇ ବିଜେପି ତଥା ଅନ୍ୟମାନଙ୍କ ରାଜନୀତିକରଣ କରିବାର ବାଟ ବନ୍ଦ ହୋଇଯାଇଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ତେଜସ୍ବୀ ଯାଦବ କହିଛନ୍ତି ଯେ, ଅଯୋଧ୍ୟା ମାମଲାର ନିଷ୍ପତ୍ତି ସର୍ବମାନ୍ୟ, କିନ୍ତୁ ରାଜନୈତିକ ଦଳଙ୍କୁ ମନ୍ଦିର ମସଜିଦ୍ ନିର୍ମାଣ…
ବେନ୍ ଆଫ୍ଲେକ୍ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ନିକଟରେ ଡିସିର ସୁପରହିରୋ କମିକ୍ ଚରିତ୍ର ବ୍ୟାଟମ୍ୟାନ୍ରୁ ଓହରିଥିବା ବେନ୍ ଆଫ୍ଲେକ୍ ନିଜର ଆଗାମୀ ଫିଲ୍ମରେ ଜଣେ ଡିଟେକ୍ଟିଭ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଟ୍ବିଟ୍ଟର ଜରିଆରେ ନିଜେ ଆଫ୍ଲେକ୍ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ହିପ୍ନୋଟିକ୍ ରଖାଯାଇଥିବା ବେଳେ ଏହା ଆକ୍ସନ୍/ଥ୍ରୀଲର ଶ୍ରେଣୀର ବୋଲି ଦୁଇ ଥର ଓସ୍କାର ବିଜୟୀ ଆଫ୍ଲେକ୍ ସୂଚନା ଦେଇଛନ୍ତି । ରବର୍ଟ ରଡ୍ରିଗ୍ବେଜ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମଟି ଏକ ବ୍ୟାଙ୍କ ଲୁଟ୍ ପୃଷ୍ଠଭୂମି ଉପରେ ଆଧାରିତ ବୋଲି ଜଣାପଡିଛି । ରବର୍ଟ ରଡ୍ରିଗ୍ବେଜ୍ ପୂର୍ବରୁ ଥ୍ରୀଲର ଫିଲ୍ମ ସିନ୍ ସିଟିର ନିର୍ଦ୍ଦେଶନା ଦେଇଛନ୍ତି । ଏପ୍ରିଲ୍ 2020ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡିଛି ।
ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବା ପରେ ଏହାକୁ ନେଇ ଶିବସେନା ଏକ ବଡ଼ ବୟାନ ଦେଇଛି । ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ପରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବା ରାସ୍ତା ସଫା ହୋଇଯାଇଛି । କୋର୍ଟ ତିନି ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପୂର୍ବରୁ ପ୍ରଥମେ ମନ୍ଦିର ନିର୍ମାଣର ନାରା ଦେଇଛି । ଶିବସେନାର ନେତା ସଞ୍ଜୟ ରାଉତ ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ଆସିବା ପରେ ଟୁଇଟ୍ କରି କହିଛନ୍ତି ଯେ, ‘ପ୍ରଥମେ ମନ୍ଦିର, ପରେ ସରକାର !!! ଅଯୋଧ୍ୟାରେ ମନ୍ଦିର, ମହାରାଷ୍ଟ୍ରରେ ସରକାର… ଜୟଶ୍ରୀରାମ ।’ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ମେଣ୍ଟ ଏବେ ଭାଙ୍ଗିବାର ଦ୍ବାରଦେଶରେ ପହଞ୍ଚିଛି…