Mumbai: Actress Tamanna Bhatia seen at Bandra, in Mumbai on Dec 19, 2019. (Photo: IANS)
Author: Samikhsya Bureau
Mumbai: Actors Kareena Kapoor and Saif Ali Khan during the preparation of their son Taimur Ali Khan’s birthday party in Mumbai on Dec 19, 2019. (Photo: IANS)
Mumbai: Actors Anil Kapoor with the co-stars of his upcoming film “Malang” – Disha Patani, Aditya Roy Kapoor and Kunal Khemu at his residence in Mumbai on Dec 19, 2019. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୦/୧୨: ଓଡିଶା ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଜିଲ୍ଲା ନିମନ୍ତେ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ୧୫ ଏବଂ ୧୬ ତାରିଖ ଦୁଇ ଦିନ ଧରି ନିର୍ବାଚନ ହେବା ପରେ ବିଜେପିର ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ଆନୁଷ୍ଠାନିକ ଭାବରେ ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଜିଲ୍ଲା ସଭାପତିଙ୍କ ତାଲିକା: ୧-ଅନୁଗୁଳ: ଦିଲେଶ୍ବର ପ୍ରଧାନ ୨-ଢେଙ୍କାନାଳ : ନରେଶ ମହାପାତ୍ର ୩-କଟକ ନଗର : ଲଲାଟେନ୍ଦୁ ବଡୁ ୪-କଟକ ସଦର : ପ୍ରକାଶ ଚନ୍ଦ୍ର ବେହେରା ୫-ଜଗତସିଂହପୁର : ସତ୍ୟବ୍ରତ ମହାପାତ୍ର ୬-କେନ୍ଦ୍ରପଡା : କିଶୋର ପଣ୍ଡା ୭-ଯାଜପୁର : ଗୌତମ ରାୟ ୮-ଭଦ୍ରକ : ହେମନ୍ତ ପାଢୀ ୯-ବାଲେଶ୍ବର : ଉମାକାନ୍ତ ମହାପାତ୍ର ୧୦-ବାରିପଦା : କାନ୍ଦରା ସୋରେନ ୧୧-ରାଇରଙ୍ଗପୁର : ନବଚରଣ ମାଝୀ ୧୨-କେନ୍ଦୁଝର : ଅଂଶୁମାନ ସବୁଜ ମହନ୍ତ ବର୍ମା ୧୩-ସୁନ୍ଦରଗଡ(ବଣାଇ) : ଅନୀଲ ବର୍ମା ୧୪-ସୁନ୍ଦରଗଡ (ପାନପୋଷ)…
ବିଶାଖାପଟ୍ଟନମ,20/12 : ଆନ୍ଧ୍ରପ୍ରଦେଶ ପୁଲିସ ପାକିସ୍ତାନୀ ଗୁପ୍ତଚର ରାକେଟ୍ର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ପୁଲିସ ଏବଂ ନୌସେନା ଗୁଇନ୍ଦା ଶାଖା ଭାରତୀୟ ନୌସେନାର 7 ଯବାନଙ୍କୁ ଗିରଫ କରିଛି । ଏହି ଯବାନ ମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହିତ ମିଶି ଅପରେଶନ ‘ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା । ଏହି ଅପରେଶନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟ୍ର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର 7 ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,20/12 : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସାଙ୍ଗଠନିକ ନିର୍ବାଚନ ନେଇ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ନିର୍ବାଚନ ଅଧିକାର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଚଳିତ ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଡିସେମ୍ବର 27ରୁ ଜାନୁୟାରୀ 13 ମଧ୍ୟରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଗ୍ରାମ ପଞ୍ଚାୟତ ସଭାପତି, କମିଟି ସଭ୍ୟ ଓ ନଗରାଞ୍ଚଳ ଓ୍ବାର୍ଡ ସଭାପତି ଘୋଷଣା କରାଯିବ । ବ୍ଲକ ସ୍ତରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 14ରୁ ଜାନୁୟାରୀ 29 ତାରିଖ ଯାଏଁ ଅନୁଷ୍ଠିତ ହେବ । ବ୍ଲକ୍ କମିଟି ସଭ୍ୟ,…
https://youtu.be/nZd0bJIeHN8
ନୂଆଦିଲ୍ଲୀ, 20/12 : ଉତ୍ତର ଭାରତରେ ଏକ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଦିଲ୍ଲୀର ଏନ୍ସିଆର ଅଞ୍ଚଳ ଏବଂ ଶ୍ରୀନଗରରେ ଏହି ଭୂକମ୍ପର ପ୍ରଭେବ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ସୃଷ୍ଟ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଅପରାହ୍ନ 5.10 ମିନିଟ୍ରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ହରିୟାଣା ଏବଂ ପଞ୍ଜାବର କିଛି ଅଂଶରେ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପ ଫଳରେ ଲୋକମାନେ ଘର ବାହାରକୁ ପଳାଇ ଆସିଥିବା ବେଳେ କିଛି କ୍ଷୟକ୍ଷତି ରିପୋର୍ଟ କରାଯାଇନାହିଁ । (ଏଜେନ୍ସୀ)
ନୂଆଦିଲ୍ଲୀ,20/12 : ନାଗରିକତ୍ବ ସଂଶୋଧନକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଦେଖିବାକୁ ମିଳିଛି । ମେଘାଳୟର ଶିଲଂରେ ଏହି ଆନ୍ଦୋଳନ ଚାଲିଥିବା କାରଣରୁ ଦୀର୍ଘ 10 ଦିନ ହେବ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଇଣ୍ଟରନେଟ୍ ଏବଂ ଫୋନ୍ ସେବା ବନ୍ଦ ରହିଥିଲେ ମଧ୍ୟ ଶୁକ୍ରବାର କର୍ଫ୍ୟୁ 16 ଘଣ୍ଟା ପାଇଁ ହ୍ରାସ କରାଯାଇଛି । ଶୁକ୍ରବାର ସକାଳ 6ଟା ପରଠାରୁ କର୍ଫ୍ୟୁ ହ୍ରାସ କରାଯାଇଛି । ଶିଲଂରେ ବର୍ତ୍ତମାନ ପରସ୍ଥିତି ଶାନ୍ତ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ପରସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ହେବା ପରେ ଇଣ୍ଟରନେଟ୍ ସେବା ଚାଲୁ କରାଯିବ ବୋଲି ଜଣାପଡିଛି । କର୍ଫ୍ୟୁ ହଟିବା ପରଠାରୁ ବିଭିନ୍ନ ଦୋକାନ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,20/12 : ଏକ ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍ । ସେମାନଙ୍କଠାରୁ 1 ଲକ୍ଷ 47 ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , 30ଟି ଏଟିଏମ୍ କାର୍ଡ , 4ଟି ମୋବାଇଲ ଫୋନ , ଲାପ୍ଟପ୍ ସମେତ ଏକ କାର୍ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଗିରଫ କରିବା ପାଇଁ 4ଟି ଟିମ୍ ଗଠନ କରାଯାଇଥିବା ସମ୍ବଲପୁର ଏସ୍.ପି ସୂଚନା ଦେଇଛନ୍ତି ।
https://youtu.be/G1Z9wM0eeaE
କେନ୍ଦୁଝର,19/12: କେନ୍ଦୁଝରରେ ଜଣେ ବିଚରାଧୀନ ବନ୍ଦୀଙ୍କର ଆଜି ମୃତ୍ୟୁ ଘଟିଛି। ବନ୍ଦୀଜଣକର ନାମ ତୁରୀ ମୁଣ୍ଡା। ନାବାଳିକା ଦୁଷ୍କର୍ମ ମାମଲାରେ ସେ ଜେଲରେ ରହିଥିଲେ। ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣି ତୁରୀ ମୁଣ୍ଡାଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି। କାରଣ ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ରହିଥିଲେ । ଗତକାଲି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣି ଡରିଯାଇଥିଲେ ତୁରୀ ମୁଣ୍ଡା। ସୁନୀଲ ନାଏକଙ୍କ ଭଳି ତାଙ୍କୁ ମଧ୍ୟ ଫାଶୀ ହେବ ଭାବି ଥିଲେ। ତେଣୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତକାଲି ପୋକ୍ସୋ ଆଇନ ଆଧାରରେ ଆଜି କେନ୍ଦୁଝର ଏଡିଜେ କୋର୍ଟ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୮ଜଣ ସାକ୍ଷୀଙ୍କ ବୟାନକୁ ବିଚାର କରି ଦୋଷୀ ସୁନିଲ ନାଏକକୁ…
ନୂଆଦିଲ୍ଲୀ, 20/12 : ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ(ଆସୋଚାମ୍) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । 5 ଟ୍ରିଲିୟନ୍ ଅର୍ଥନୀତି ହାସଲର ଲକ୍ଷ୍ୟ ସମ୍ଭବ ବୋଲି ମୋଦି କହିଛନ୍ତି । ବାଣିଜ୍ୟ ଜଗତରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଜିଏସ୍ଟି ନିୟମ ଆଣିଥିଲେ । ଏଥିରେ ସଂସ୍କାର ପାଇଁ ବିଭିନ୍ନ ସମୟରେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇଛି । ଜିଏସ୍ଟି ଲାଗୁ ସମୟରେ ଜନ ଆକ୍ରୋଶ ଦେଖା ଦେଇଥିଲେ ମଧ୍ୟ ଧୀରେ ଧୀରେ ଜନସାଧାରଣ ଏହାର ସୁଫଳ ପାଇବାକୁ ଯାଉଛନ୍ତି । ସେହିପରି 5 ଟ୍ରିଲିୟନ୍ ଅର୍ଥନୀତି ହାସଲରେ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ସରକାର ଏହି ଲକ୍ଷ୍ୟ ହାସଲରେ ସକ୍ଷମ ହେବେ ବୋଲି ମୋଦି ପ୍ରକାଶ କରିଛନ୍ତି । ଭାରତରେ ସାମର୍ଥ୍ୟ ରହିଛି । ସେହି ସାମର୍ଥ୍ୟର ଭରସାରେ ଆଗକୁ ବଢ଼ିଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ…
ମୁମ୍ବାଇ, 19/12: ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର ପାଇଁ କଙ୍ଗନା ବେଶ୍ ପରିଚିତ। ପୁଣି ଥରେ କଙ୍ଗନା ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ରେ ଏକ ଅଲଗା ଅନ୍ଦାଜ୍ରେ ନଜର ଆସିବେ । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦଲେ ଗୁରୁବାର ଦିନ ଏହି ଫିଲ୍ମର ପ୍ରଥମ ଲୁକ୍କୁ ସେୟାର କରିଛନ୍ତି। ‘ମଣି କର୍ଣ୍ଣିକା ଦ କ୍ବିନ୍ ଅଫ୍ ଝାଁସୀ’ ପରେ କଙ୍ଗନା ପୁଣିଥରେ ଏହି ଫିଲ୍ମରେ ଜଣେ ମା’ର ଚରିତ୍ର ନିଭାଇବାକୁ ଯାଉଛନ୍ତି। ଏହି ପୋଷ୍ଟରରେ କଙ୍ଗନା ପିଙ୍ଗ୍ ସୁଟ୍ ପିନ୍ଧି ଝରକା ବାହାରକୁ ଝାଙ୍କି ହୋଇଥିବାର ନଜର ଆସିଛନ୍ତି। ପଙ୍ଗାରେ କଙ୍ଗନାଙ୍କ ବ୍ୟତୀତ ଅଭିନେତ୍ରୀ ନୀନା ଗୁପ୍ତା, ଋଚା ଚଢା, ପଙ୍କଜ ତ୍ରିପାଠୀ ପ୍ରମୁଖ ମହୂତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅଶ୍ବିନୀ ଆୟର୍ ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମହିଳା କବାଡି ଖେଳାଳି ଓ ତାଙ୍କ ଦ୍ବାରା କରାଯାଇଥିବା ପରୀକ୍ଷଣ ଉପରେ ଆଧାରିତ। (ଏଜେନ୍ସି)
https://www.youtube.com/watch?v=TNMd67Eyy7w&feature=youtu.be
ନୂଆଦିଲ୍ଲୀ, 20/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜିଲ୍ଳା ଜଜ୍ ଧର୍ମେଶ ଶର୍ମା ସେନ୍ଗାରଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ସେନେଗାର ପୀଡ଼ିତାଙ୍କ ପରିବାରକୁ 25ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପକ୍ଷରୁ ସେନ୍ଗାରଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍ଗାରଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 20/12 : ରଣଜୀ ଟ୍ରଫିରେ ଓଡିଶା ନିଜର ଭଲ ପ୍ରଦର୍ଶନ ଜାରି ରଖିଛି । କ୍ରମାଗତ ଦ୍ବିତୀୟ ମ୍ୟାଚ୍ରେ ଇନିଂସ ବିଜୟ ସହିତ ଓଡିଶା ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚିଛି । ସର୍ଭିସେସ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସର୍ଭିସେସ 271 ରନ୍ ସଂଗ୍ରହ କରିଥିବା ବେଳେ ଓଡିଶା 540 ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ବସନ୍ତ ମହାନ୍ତି 69 ରନ୍ ବିନିମୟରେ 6 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ପକ୍ଷରୁ ଦେବାଶିଷ ସାମନ୍ତରାୟ (195) ଏବଂ ବିପ୍ଲବ ସାମନ୍ତରାୟ(73) ରନ୍ ସଂଗ୍ରହ କରିବାରୁ ଓଡିଶା 540 ରନ୍ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ 57 ରନ୍ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 28 ବଲ୍ରୁ 64 ରନ୍ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସରେ ସର୍ଭିସେସ୍ର ବ୍ୟାଟିଂ ମଧ୍ୟ କ୍ଲିକ୍ କରିନଥିଲା…
ସମୀକ୍ଷା ବ୍ୟୁରୋ ସମ୍ବଲପୁର,20/12 : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଦେଓଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାର ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ସହକାରୀ ଯନ୍ତ୍ରୀଙ୍କ ଘୋଷାସ୍ଥିତ ବାସଭବନ, କୁଚିଣ୍ଡାସ୍ଥିତ ବାସଭବନ ଓ ଶ୍ୱଶୁର ଘରେ ଯାଞ୍ଚ ଚାଲିଥିବା ଜଣାଯାଇଛି । ସେହିପରି ଏନଏସି କାର୍ଯ୍ୟାଳୟରେ ବି ଚଢ଼ଉ ହେବ ବୋଲି ଜଣାଯାଇଛି ।
ଆଗ୍ରା, 20/12 : ଆଗ୍ରାରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟି 15ଟି ଗାଇ ପ୍ରାଣ ହରାଇଛନ୍ତି । ସିଆଲଦାହରୁ ନୂଆଦିଲ୍ଲୀ ଯାଉଥିବା ଏହି ଟ୍ରେନ୍ଟି ବର୍ହାନ୍ ଷ୍ଟେସନ୍ ନିକଟରେ 15ଟି ଗାଇଙ୍କ ଉପରେ ଚଢି ଯାଇଥିଲା । ରାଜଧାନୀ ଏକ୍ସପ୍ରେସ୍ର ଏହି ଦୁର୍ଘଟଣା ଫଳରେ ଉକ୍ତ ରୁଟ୍ ଦେଇ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା । 13ଟି ଯାତ୍ରିବାହୀ ଟ୍ରେନ୍ ସହିତ 2ଟି ମାଲବାହୀ ଟ୍ରେନ୍ର ଚଳାଚଳ କିଛି ସମୟ ବନ୍ଦ ରହିଥିଲା । ଏହା ସହିତ ବିଗତ 2 ମାସ ମଧ୍ୟରେ ଆଗ୍ରାରେ ଗାଇଙ୍କ ମୃତ୍ୟୁ ସଂଖ୍ୟା 72 ଛୁଇଁଛି । ଏହି ସୂଚନା ପରେ ଫିରୋଜାବାଦ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂଙ୍କ ଗାଇଙ୍କ ପାଇଁ ରହିଥିବା 41ଟି ଆଶ୍ରୟସ୍ଥଳକୁ 3000 ଗାଇଙ୍କୁ ସ୍ଥାନାନ୍ତର କରିଛନ୍ତି । (ଏଜେନ୍ସୀ)
ଆସାମ, 20/12: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ବିରୋଧ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ପ୍ରଦର୍ଶନକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଆସାମ ଜନସାଧାରଣଙ୍କୁ ରାଜ୍ୟରେ ଶାନ୍ତି ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଅପିଲ୍ କରିଛନ୍ତି। ରାଜ୍ୟବାସୀ ଶାନ୍ତି ବଜାୟ ରଖି ସମସ୍ତ ପ୍ରକାର ହିଂସାରୁ ନିବୃତ୍ତ ରୁହନ୍ତୁ ବୋଲି ନିବେଦନ କରିଛନ୍ତି । ମାଟିର ପୁଅ ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ। ଆମର ଭାଷା ଓ ପରିଚୟ ନେଇ କୌଣସି ବିପତ୍ତି ନାହିଁ ବୋଲି ସୋନୱାଲ କହିଛନ୍ତି। (ଏଜେନ୍ସି)
https://youtu.be/c_UyrUP4LY4

