Author: Samikhsya Bureau

ରଙ୍ଗାଚରଣ ପ୍ରଧାନ ମହାରାଷ୍ଟ୍ର ଓ ହରିଆନାରେ ହୋଇଥିବା ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ରାଜ୍ୟଗୁଡିକରେ ହୋଇଥିବା ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ ହୋଇଥିବା ବେଳେ ଶୁକ୍ରବାର ଦିନ ଆଉ ଏକ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଅକ୍ଟୋବର ୨୪ ତାରିଖରେ ଜାମ୍ମୂ କାଶ୍ମୀରରେ ପ୍ରଥମ ଥର ପାଇଁ ଗଠିତ ‘ବ୍ଲକ୍ ଡେଭେଲପମେଣ୍ଟ କାଉନସିଲ’ ପାଇଁ ଭୋଟ ଦାନ ହୋଇଥିଲା । ପରଦିନ ଘୋଷଣା ହୋଇଥିବା ଫଳାଫଳରୁ ଜଣା ପଡିଛି ଯେ ସମୂଦାୟ ୩୦୭ ଟି ଆସନ ମଧ୍ୟରୁ ବିଜେପି ୮୧ଟି ଆସନରେ ବିଜୟ ଲାଭ କରିଛି ଓ ଅବଶିଷ୍ଟ ସମସ୍ତ ଆସନରେ ସ୍ବାଧୀନ ପ୍ରାର୍ଥୀମାନେ ଜିତିଛନ୍ତି । ଏହି ଫଳାଫଳକୁ ଏଥିପାଇଁ ଅସାମାନ୍ୟ କୁହାଯିବ ଯେ ଏହି ନିର୍ବାଚନକୁ ନ୍ୟାସନାଲ୍ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଓ ପିପୁଲ୍ସ କନଫରେନ୍ସ ଭଳି ସ୍ଥାନୀୟ ରାଜନୈତିକ ଦଳଗୁଡିକ ବର୍ଜନ କରିଥିଲେ । ଏହି ଦଳଗୁଡିକର ନେତାମାନେ ଏବେ ଜେଲ୍…

Read More

ସମୀକ୍ଷା ବ୍ୟୁରୋ ଚଳିତ ମହାରାଷ୍ଟ୍ର-ହରିୟାଣାର ନିର୍ବାଚନରେ ଦୁଇ ନୂଆ ରାଜନୈତିକ ଚେହେରା ସାମ୍ନାକୁ ଆସିଛନ୍ତି। ଜଣେ ହେଉଛନ୍ତି ମହାରାଷ୍ଟ୍ରର ଓ୍ବାର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍‌ରେ। ଆଉ ଜଣେ ହରିୟାଣାର ଦୁଷ୍ମନ୍ତ ଚୌତାଲା। ମହାରାଷ୍ଟ୍ର ରାଜନୀତିରେ ସର୍ବଦା ନିଜର ଦବଦବା ରଖି ଆସିଥିବା ଦଳ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ପୁତ୍ର ଆଦିତ୍ୟ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରି ମହାରାଷ୍ଟ୍ରର କିଙ୍ଗ୍‌ ବନିବା ପାଇଁ ଯୋଗାଡ଼ରେ ରହିଛନ୍ତି। ସେହିପରି ହରିୟାଣାର ଜେଜେପି ନେତା ଦୁଷ୍ମନ୍ତ ସିଂ ଚୌତାଲା ନିଜ ପରିବାରଠାରୁ ଅଲଗା ଯାଇ ଏକ ନୂତନ ଦଳ କରି ୧୦ଟି ଆସନ ଜିତି ହରିୟାଣା ରାଜନୀତିରେ କିଙ୍ଗମେକର୍‌ର ଭୂମିକା ନିଭାଇଛନ୍ତି। ଆଗାମୀ ରାଜନୀତି ପାଇଁ ଦୁହେଁ ବେଶ୍‌ ଲମ୍ବା ରାସ୍ତାର ପ୍ରସ୍ତୁତି କରିଛନ୍ତି । ପରିବାରଠାରୁ ବିରୋଧୀ ହୋଇ ପ୍ରସ୍ତୁତ କଲେ ନିଜ ରାସ୍ତା ଚୌଧୁରୀ ଦେବୀଲାଲ୍‌ଙ୍କ ପାରମ୍ପରିକ ରାଜେନୖତିକ ଉତ୍ତରାଧିକାରୀକୁ ନେଇ ଓମ୍‌…

Read More

ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ହେବ କଲ୍‌ ସେଣ୍ଟର । ଏନେଇ ସବୁ ଡିଆରଡିଓର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।  ରାଜ୍ୟସରକାରଙ୍କ ତରଫରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ବଚ୍ଛତା ପାଇଁ ପଦକ୍ଷେପ ନିଆଯାଉଛି । ଏଥିନିମେନ୍ତ ଆବାସ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ୍‌ ସେଣ୍ଟର ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ।  ହିତାଧିକାରୀଙ୍କୁ ଯାବତୀୟ ସୁବିଧା ସହ | କଣ ପାଇଁ ଅର୍ଥ ପାଇବାରେ ବିଳମ୍ବ ହେଉଛି ଫିଡବ୍ୟାକ ନେବେ ସରକାର | କଲ ସେଣ୍ଟରରୁ ପ୍ରତିଦିନ ୫୦ ହିତାଧିକାରୀଙ୍କୁ ଯିବ ଫୋନ 5-T ମାଧ୍ୟମରେ ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରିବୁ: ମନ୍ତ୍ରୀ

Read More

ଆତ୍ମସ୍ବାଭିମାନୀ ମହିଳା ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍‌ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ବିଜେପି ସର୍ବଦା ଏପରି ରାଜନୈତିକ ବ୍ୟକ୍ତିତ୍ବଙ୍କୁ ସମର୍ଥନ କରୁଛି ଯେଉଁମାନେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥାନ୍ତି । ତେଣୁ ଆତ୍ମସ୍ବାଭିମାନ ଥିବା ମହିଳା ମାନେ ବିଜେପିକୁ କଦାପି ସମର୍ଥନ କରିବା ଉଚିତ୍‌ ନୁହେଁ ବୋଲି ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ଟ୍ବିଟ୍ଟର ଜରିଆରେ ବିଜେପିକୁ ସମାଲୋଚନା କରିଥିଲେ ପ୍ରିୟଙ୍କା । ‘ପ୍ରଥମେ କୁଲଦୀପ ସେଙ୍ଗାର, ଚିନ୍ମୟାନନ୍ଦ ଏବଂ ବର୍ତ୍ତମାନ ଗୋପାଳ କାଣ୍ଡାଙ୍କୁ ସମର୍ଥନ କରି ବିଜେପି ନିଜର ଅସଲି ଚେହେରା ପଦାରେ ପକାଇଛି ବୋଲି ପ୍ରିୟଙ୍କା ଟ୍ବିଟ୍‌ କରିଛନ୍ତି । ଗତକାଲି ହରିୟାଣାର ସ୍ବାଧୀନ ବିଧାୟକ ଗୋପାଳ କାଣ୍ଡା ବିଜେପି ପ୍ରତି ନିଜର ସମର୍ଥନ ଘୋଷଣା କରିବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ଏପରିକି ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟ କାଣ୍ଡାଙ୍କ ସହଯୋଗ…

Read More

ଆସନ୍ତା କାଲି ଦୀପାବଳି ଉତ୍ସବ । ଏଥିପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଦୀପାବଳି ପ୍ରସ୍ତୁତି ନେଇ ପୋଲିସ୍‌ କମିସନର ପ୍ରେସ୍‌ ମି୍ଟ୍‌ କରିଛନ୍ତି । ଏହି ପ୍ରେସ୍‌ମିଟ୍‌ରେ ସୁରକ୍ଷିତ ବାଣ ଫୁଟାଇବା ଉପରେ ପରାମର୍ଶ ଦେଇଛନ୍ତି । ରାତି ୮ଟାରୁ ୧୦ଟା ଏଯାଏଁ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଥିବାବେଳେ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କଠୁ ବାଣ କିଣିବାକୁ ପରାମର୍ଶ ରହିଛି । ସେହିପରି ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣକୁ ନିଷେଧ କରାଯାଇଥିବାବେଳେ ଛୋଟ ପିଲାଙ୍କୁ ଏକାକୀ ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି । କିଛି ଦୁର୍ଘଟଣା ଘଟିଲେ ପୋଲିସ୍‌ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଜଣାଇବାକୁ ପୋଲିସ କମିସନର ସୁଧଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି ।

Read More

ଆସନ୍ତାକାଲି ଦୀପାବଳି । ଦୀପାବଳିରେ ବାଣ ଫୁଟାଇବା ବେଳେ ଯେପରି କୈାଣସି ଅଘଟଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ଯଦି କୈାଣସି ସ୍ଥାନରେ କିଛି ଅଘଟଣ ଘଟୁଛି ତାକୁ ଏଡ଼ାଇବା ଦାୟିତ୍ୱରେ ରହିଛନ୍ତି ଅଗ୍ନିଶମ ବିଭାଗ । ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୫ହଜାର କର୍ମଚାରୀ ନିୟୋଜିତ ହେବା ସହ ୯୦୦ଟି ଗାଡ଼ି ପ୍ରସ୍ତୁତ ରହିଛି । ଏହା ସହ ସମସ୍ତ ୩୩୭ଟି ଅଗ୍ନିଶମ କେନ୍ଦ୍ର ଆଲର୍ଟରେ ରହିବେ। ୩୫୦ଜଣ ଅଫିସର ମଧ୍ୟ ଏହି ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । କେବଳ ଏତିକି ନୁହେଁ କଟକରେ ୫ଟି, ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ସେହିପରି ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ସମ୍ବଲପୁରରେ ମଧ୍ୟ ଅସ୍ଥାୟୀ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।

Read More

ଲଘୁଚାପ ଜନିତ ବର୍ଷାରୁ ଏବେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଲଘୁଚାପ ନିଷ୍କ୍ରିୟ ହୋଇଛି। ଆଜି କାଁ ଭାଁ ବର୍ଷା ହେବ। କାଲିଠାରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।  ଆଜି ଲଘୁଚାପ ନିଷ୍କ୍ରିୟ ହୋଇଛି। ଆସାମ ଯାଏଁ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କିଛି ଅଞ୍ଚଳରେ ବର୍ଷା ହେଵ। ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲିଠୁ ପାଗ ଶୁଖିଲା ଓ ଉତ୍ତରା ପବନ ବହିବ। ଆସନ୍ତା ୨/୩ ଦିନରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Read More

ସମୀକ୍ଷା ବ୍ୟୁରୋ ଲଘୁଚାପ ବର୍ଷା ପ୍ରଭାବରେ ପାଣିଘେରରେ ରହିଛି ବାଣପୁରର ନନ୍ଦପୁର ଗ୍ରାମ । ନନ୍ଦପୁର ପଞ୍ଚାୟତର ନନ୍ଦପୁର ଗ୍ରାମର ବିଭିନ୍ନ ଘରେ ପାଣି ପଶିଯାଇଥିବା ବେଳେ ଗ୍ରାମଟି ଦୁଇ ଦିନ ଧରି ପାଣି ଘେରରେ ରହିଛି । ଏଠାରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡିଥିବାରୁ ଗ୍ରାମରେ ମହାମାରୀ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନନ୍ଦପୁର ଗ୍ରାମ ଗସ୍ତ କରିଥିଲେ । ମାତ୍ର ଜଳ ନିଷ୍କାସନ ବ୍ୟବସ୍ଥା ଅଚଳ ହୋଇ ପଡିଥିବାରୁ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ପ୍ରତ୍ୟେକ ଥର ବର୍ଷା ଆରମ୍ଭରୁ ଏହି ଗ୍ରାମଟି ଜଳାର୍ଣ୍ଣବ ହୋଇପଡୁଛି । ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ ଫାଇଲିନ୍‌ ପରଠାରୁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଠାରେ ଜଳ ନିଷ୍କାସନ ପାଇଁ ରହିଥିବା ଡ୍ରେନ୍‌…

Read More

ହରିୟାଣାରେ ସରକାର ଗଠନ ନେଇ ଜାରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟି ଜେଜେପି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ବିଜେପି ପାଖରେ ରହୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ପଦ ଜେଜେପିକୁ ଦିଆଯାଇଛି । ଜେଜେପିର ପ୍ରମୁଖ ଦୁଷ୍ୟନ୍ତ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ଆଜି ମନୋହର ଲାଲ ଖଟ୍ଟର ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି । ହରିୟାଣାରେ ସ୍ଥାୟୀ ସରକାର ଗଠନ ପାଇଁ ସେ ବିଜେପିକୁ ସମର୍ଥନ ଦେଇଛନ୍ତି ବୋଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ।

Read More

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ମାଦିଲୀ-ଭଙ୍ଗା ସମୁଦ୍ର ମୁହାଣରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କ ନାମ ତପନ ଦାସ ବୋଲି ଜଣାପଡିଛି । ଗତକାଲି ଜମ୍ବୁ ମେରାଇନ ଥାନା ଅଞ୍ଚଳର 4 ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଜୁଆରରେ ଡଙ୍ଗାକୁ ଡଙ୍ଗାଟି ଓଲଟି ପଡ଼ିଥିଲା । ତେବେ 3 ଜଣ ମତ୍ସ୍ୟଜୀବୀ ପହଁରି ପହଁରି ମୁହାଣକୁ ଆସିଥିଲେ । ମାତ୍ର ତପନ ନିଖୋଜ ଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଧାନ ଜାରି ରହିଛି ।

Read More

କେଦାର ମିଶ୍ର ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟି ଓଡିଶାରେ ଆଉ ଏକ ଲଜ୍ଜାଜନକ ପରାଜୟର ପୀଡା ଭୋଗୁଛି ସେତେବେଳେ ତାର ପ୍ରତିକ୍ରିୟାରେ ସେମାନେ ଅଧିକ ଉଗ୍ର ହେବା ସମସ୍ତଙ୍କୁ ଚକିତ କରିଛି। ଟଙ୍କା ଓ ଶାସନର ଉଲଗ୍ନ ନାଚ (ନଙ୍ଗା ନାଚ) ଯୋଗୁଁ ବିଜେପୁରରେ ବିଜେଡ଼ିର ବିପୁଳ ବିଜୟ ଘଟିଲା ବୋଲି ଓଡିଶା ସଂଗଠନ ଦାୟିତ୍ବରେ ଥିବା ବିଜେପି ପ୍ରଭାରି ଅରୁଣ ସିଂ କହିଛନ୍ତି। ତେବେ ପରାଜୟ ପରେ ଏହା ହେଉଛି ଏକ ପ୍ରକାର ଫର୍ମୁଲା ପ୍ରତିକ୍ରିୟା। ଗୋଟେ ନିର୍ବାଚନ ମଣ୍ଡଳୀର ୭୩% ଭୋଟଦାତା ଯଦି ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି, ସେଥିରେ ବିଜେତା ଦଳର ଅର୍ଥବଳ ଓ ବାହୁବଳ ଅପେକ୍ଷା ବିରୋଧୀ ପକ୍ଷର ଦୁର୍ବଳତା କିଛି କମ ଦାୟୀ ନୁହେଁ। ଦୁର୍ଭାଗ୍ୟକ୍ରମେ ଓଡିଶା ବିଜେପି ନିଜର ରାଜନୈତିକ ବିଫଳତାକୁ ଲୁଚାଇବାକୁ ଯାଇ ସେଇ ପୁରୁଣା ଢାଲ ବ୍ୟବହାର କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ପାଇଁ ସେମାନେ ଯେଉଁ…

Read More

ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । କଟକର ଚାଉଳିଆଗଞ୍ଜ ପୁଲିସ୍ କାର୍ତ୍ତିକ ରାଉତରାୟ ନାମକ ବ୍ୟକ୍ତିକୁ ଗିରଫ କରିଛି । ତାଙ୍କ ନିକଟରୁ ପୁଲିସ୍ 7ଟି ମୋବାଇଲ, 21ଟି ସିମ୍ କାର୍ଡ, 14ଟି ବ୍ୟାଙ୍କ ପାସବୁକ୍ ଓ 9ଟି ଚେକ୍ ବୁକ୍ ଜବତ କରିଛି । କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲା । ଏନେଇ ପୁଲିସ୍‌ କୌଣସି ସୂତ୍ରର ଖବର ପାଇ ଶୁକ୍ରବାର ରାତିରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

Read More

ସମୀକ୍ଷା ବ୍ୟୁରୋ ପୁଣି ଜଣେ ଓଡିଆ ଜାତୀୟ ସ୍ତରର ଏକ ଉଚ୍ଚ ପଦବରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଓଡିଶାର ଗିରୀଶ ଚନ୍ଦ୍ର ମୂର୍ମୂ। ଗିରୀଶ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଯୋଗ ଦେବା ପାଇଁ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଭବନ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗିରୀଶ ଜାମ୍ମୁର ଉପରାଜ୍ୟପାଳ ହେବେ। ସେ ପ୍ରଥମ ଉପରାଜ୍ୟପାଳ ଭାବେ ଯୋଗଦେବେ। କାରଣ ପୂର୍ବରୁ ଜାମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଥିବା ବେଳେ ସେତେବେଳଠାରୁ ସତ୍ୟପାଲ ମଲ୍ଲିକ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଧାରା 370 ଉଚ୍ଛେଦ ପରେ ଲଦାଖ ଏବଂ ଜାମ୍ମୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରୀଶ ଜାମ୍ମୁକାଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ। ସେହିପରି ସତ୍ୟପାଳ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ମୟୁରଭଂଜର ବେତନଟୀରେ ଜନ୍ମିତ ଗିରୀଶ ହେଉଛନ୍ତି 1985 ବ୍ୟାଚ…

Read More