Author: Samikhsya Bureau

ନୂଆଦିଲ୍ଲୀ, ୧୨/୧୨: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା ଦେଖାଯାଇଥିବାବେଳେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଡିସେମ୍ବର ୧୨ରୁ ୧୪ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଥିଲା ।  ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ଆଜି ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିରୋଧୀ ଦଳମାନେ ଏହା ବିରୋଧରେ ପ୍ରଦର୍ଶନ କରିବା ସହିତ ସମ୍ବିଧାନର ଆର୍ଟିକିଲ୍ ୧୪ର ଉଲ୍ଲଂଘନ ବୋଲି କହିଛନ୍ତି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ୧୨/୧୨: ନିର୍ଭୟା ଗଣ ଦୁଷ୍କର୍ମର ଚାରି ଅଭିଯୁକ୍ତଙ୍କୁ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବା । ଭିଡିଓ କନ୍‌ଫରେନ୍ସ ଜରିଆରେ ଅଭିଯୁକ୍ତମାନେ ହାଜର ରହିବେ । ଏହି ମାମଲାର ଶୁଣାଣି ଭିଡିଓ କନ୍‌ଫରେନ୍ସି ଜରିଆରେ କରାଯିବ । ପଟିଆଲା ହାଉସ୍‌ କୋର୍ଟର ବିଚାରପତି ସତୀଶ କୁମାର କହିଛନ୍ତି ଯେ, ଆସନ୍ତାକାଲି ସକାଳ ୧୦ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣୀ ହେବା ନେଇ ତିହାର୍‌ ଜେଲ୍‌କୁ ସୂଚନା ଦିଆଯାଇଛି । ଏହି ଶୁଣାଣୀ ସମୟରେ ନିର୍ଭୟାର ମାତା-ପିତା ଓ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିବେ। ଗତ ଶୁଣାଣୀରେ ନିର୍ଭୟାଙ୍କ ମା’ ଦୋଷୀଙ୍କ ଫାଶୀ କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ଏହି ଚାରି ଦୋଷୀଙ୍କ ମଧ୍ୟରୁ ଜଣେ ରାଷ୍ଟ୍ରପତିଙ୍କ ପାଖକୁ ଦୟା ଯାଚିକାର ନିବେଦନ କରିଛନ୍ତି । ରାଷ୍ଟ୍ରପତି ଏହା ଉପରେ ନିଷ୍ପତ୍ତି ନେବେ । ବିଚାରପତି ସମସ୍ତ ଦୋଷୀଙ୍କୁ ଡିସେମ୍ବର ୧୩ ତାରିଖରେ…

Read More

ନୂଆଦିଲ୍ଲୀ, ୧୨/୧୨: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦାବି କରି ଦିଲ୍ଲୀର ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲ୍‌ ଆମରଣ ଅନଶନ କରିଛନ୍ତି । ସ୍ବାତୀଙ୍କର ଏହି ଅନଶନ ୧୦ ଦିନରେ ପହଞ୍ଚିଛି । ମହିଳାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ କିଛି ଦାବି ରଖିଛନ୍ତି। ଆଉ ସେହି ଦାବି ପୂରଣ ନ ହେଲେ ସେ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତିକମ୍‌ରେ ୬ମାସ ମଧ୍ୟରେ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବି ମାନି ନେଇ ନାହାନ୍ତି ସେପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି କହିଛନ୍ତି।  ସୂଚନାଯୋଗ୍ୟ, ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସ୍ବାତୀ ମହିଳାଙ୍କ ସୁରକ୍ଷା ଦାବି କରି ଅନଶନରେ ବସିଛନ୍ତି। (ଏଜେନ୍ସି)

Read More

ଜ୍ୟୋତି ନନ୍ଦ ” ମୁଁ ଆସାମର ସମସ୍ତ ଭାଇ ଓ ଭଉଣୀଙ୍କୁ ଆଶ୍ୱସ୍ତ କରୁଅଛି ଯେ ସଂପ୍ରତି ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଥିବା କାରଣରୁ ସେମାନେ କୌଣସି ପ୍ରକାର ବିବ୍ରତ ହେବାର ଆବଶ୍ୟକତା ନାହିଁ I ମୁଁ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁବି,କେହି ସେମାନଙ୍କର ଅଧିକାର, ଅସ୍ମିତା ଏବଂ ସୁନ୍ଦର ସଂସ୍କୃତିକୁ ଛିନ୍ନ କରିବ ନାହିଁ।ଏହା ନିରନ୍ତର ବିକଶିତ ଓ ବର୍ଦ୍ଧିତ ହେଉଥିବ।” ଏହି ନିବେଦନ ଟି ଭାରତର ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମାସ୍ତ୍ର ରେ ଅର୍ଥାତ୍ ଟ୍ୱିଟରରେ ଲିପିବଦ୍ଧ ହୋଇ ରହିଅଛି।ଏହି ଲିପିବଦ୍ଧ କଥାଟି ସର୍ବକାଳୀନ ସ୍ୱର୍ଣ୍ଣାକ୍ଷର ରେ ରହିଥାଉ ବୋଲି ଆମର ଏକାନ୍ତ କାମନା।ଆସାମବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ  ନିବେଦନ କୁ ଆମର ପରମ ସୌଭାଗ୍ୟ ଆମେ ଏଠାରେ ପଢିପାରିବା କାରଣରୁ ସଂପୂର୍ଣ୍ଣ ଆଶ୍ୱସ୍ତ ରହିଛୁ।ଆମର ଏଠିକାର ଶାଗୁଆ ସମ୍ରାଟ ବି ଏହି ଲେଖାକୁ ପଢି ଆମ ଠାରୁ ଯଥେଷ୍ଟ ଖୁସି ଅଛନ୍ତି।ଶାଗୁଆ ସମ୍ରାଟଙ୍କର ସେହି ପ୍ରିୟ ଓ ପବିତ୍ର…

Read More

ଝାଡଖଣ୍ଡ, ୧୨/୧୨: ଝାଡଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ସକାଳ ୭ଟାରୁ ଅନୁଷ୍ଠିତ ହୋଇଛି। ଅପରାହ୍‌ଣ ୧ଟା ସୁଦ୍ଧା ୪୫.୧୪% ମତଦାନ ରେକର୍ଡ କରାଯାଇଛି। ଖିଜାରୀଠାରେ ୩୭.୬୫ ପ୍ରତିଶତ ମତଦାନ ହୋଇଥିବାବେଳେ ରାଞ୍ଚିରେ ସର୍ବନିମ୍ନ ୧୯.୩୫ ମତଦାନ ହୋଇଥିବାର ସୂଚନା ରହିଛି। ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୩୦୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ମହିଳା ପ୍ରାର୍ଥୀ ୩୨ ଜଣ ରହିଛନ୍ତି ।  ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮ଟି ଜିଲ୍ଲାର ୫୬ ଲକ୍ଷରୁ ଅଧିକ ଭୋଟର। (ଏଜେନ୍ସି)

Read More

https://youtu.be/-huyqbNUiDY Actor Dulquer Salmaan says his hands shake while doing intimate scenes, adding that he sometimes feel naked while shooting for such scenes. “My hands shake (while doing intimate scenes). One of my tricks when I do intimate scenes, I always tuck women’s hair behind their ear. I find it very endearing, in real life also. But in real life, it’s easier because the person is familiar. I share a familiarity with my wife, even with my sister or mother.

Read More

ମୁମ୍ବାଇ, ୧୨/୧୨: ଅଭିନେତା ରଜନୀକାନ୍ତ ଆଜି ୬୯ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୫୦ ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍‌ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ  ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍‌ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା । ତାମିଲ ଚଳଚ୍ଚିତ୍ର “ଶିବାଜୀ” ପାଇଁ ସେ୨୬ କୋଟି ଟଙ୍କାର ପାରିଶ୍ରମିକ ନେଇଥିଲେ। ଏହା ପରେ ସେ ଜାକି ଚାନଙ୍କ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୧୨/୧୨: ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ୫ଟିରେ ଉଚ୍ଚଶିକ୍ଷା ଏବଂ କୃଷି ବିଭାଗକୁ ସାମିଲ କରାଯାଇଛି। କୃଷି ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ତଥା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କୃଷି ବିଭାଗକୁ ୫ଟିରେ ସାମିଲ କରାଯାଇଛି ବୋଲି କୃଷି ବିଭାଗ ସଚିବ ସୌରଭ ଗର୍ଗ ପ୍ରକାଶ କରିଛନ୍ତି। ଚାଷୀ ମାନଙ୍କ ଅଭିଯୋଗ ଶୁଣିବା ସହିତ ଚାଷୀଙ୍କ ମତାମତ ନିଆଯିବ ବୋଲି ଗର୍ଗ ପ୍ରକାଶ କରିଛନ୍ତି। ପୋଖରୀ ଖନନ କରାଯାଇ ଚାଷୀ ମାନଙ୍କୁ ସ୍ବାବଲମ୍ବୀ କରାଯିବା ସହିତ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରାଯିବ ବୋଲି ଗର୍ଗ ପ୍ରକାଶ କରିଛନ୍ତି । ସେହିପରି ଶିକ୍ଷା ବିଭାଗକୁ ୫ଟିରେ ସାମିଲ କରାଯାଇଥିବା ନେଇ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ୫ଟିରେ ସାମିଲ ହେବା ସହିତ ବିଭିନ୍ନ ଆକ୍ସନ୍‌ ପ୍ଲାନ୍‌ ସମ୍ପର୍କରେ ପ୍ରକାଶ କରିଥିଲେ ଶିକ୍ଷାମନ୍ତ୍ରୀ। ଉଚ୍ଚଶିକ୍ଷା ବିଭାଗରେ ମେଧାବୃତ୍ତି ପରିଷଦ…

Read More

ନୂଆଦିଲ୍ଲୀ, ୧୨/୧୨: ହାଇଦ୍ରାବାଦଠାରେ ଭେଟେନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହୋଇଥିବା ଏନକାଉଣ୍ଟର ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି। ଏନକାଉଣ୍ଟର କରିଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିବା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଏହି ମାମଲାର ସ୍ୱତନ୍ତ୍ର ଯାଂଚ କରାଯିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଲୋକଙ୍କୁ ସତ୍ୟ ଜାଣିବାର ଅଧିକାର ରହିଛି। ଆମେ ଏହି ମାମଲାର ନିଷ୍ପକ୍ଷ ତଦନ୍ତ ଚାହୁଁଛୁ। ସୁପ୍ରିମ୍‌କୋର୍ଟ ଏହି ମାମଲା ପାଇଁ ତିନି ସଦ୍ୟସୀୟ ତଦନ୍ତ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ବିଏସ୍‌ ସିରପୁରକରଙ୍କ ନେତୃତ୍ବରେ ତିନିଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟିରେ ଅନ୍ୟତମ ସଦସ୍ୟ ଭାବେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରେଖା ବଲଦୋଟା ଓ ସିବିଆଇର ପୂର୍ବ ନିର୍ଦ୍ଦେଶକ କାର୍ତ୍ତିକେୟନ୍‌ ସାମିଲ୍‌ ରହିଛନ୍ତି। ଏହି କମିଟି ୬ ମାସ ମଧ୍ୟରେ ନିଜ ରିପୋର୍ଟ ଉପସ୍ଥାପନା କରିବେ। ଏହି…

Read More

ହାଇଦ୍ରାବାଦ,୧୨/୧୨ : କୋରିଆନ୍‌ କପଡା ନିର୍ମାଣକାରୀ କମ୍ପାନୀ ୟୋଙ୍ଗୋନ୍‌ ତେଲେଙ୍ଗାନାରେ ୯ ଶହ କୋଟି ନିବେଶ କରିବାକୁ ଯାଉଛି। ତେଲେଙ୍ଗାନା ସରକାରଙ୍କ ସହିତ ୟୋଙ୍ଗୋନ୍‌ କମ୍ପାନୀ ଏ ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଓ୍ବାରାଙ୍ଗଲରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା କାକତ୍ତୀୟ ମେଗା ଟେକ୍ସଟାଇଲ୍‌ ପାର୍କ ପ୍ରକଳ୍ପରେ ଏହି ଅର୍ଥ ନିବେଶ କରାଯିବ ବୋଲି ଜଣାପଡିଛି। ବୁଧବାର ହୋଇଥିବା ରାଜିନାମା ଅନୁଯାୟୀ ୨୯୦ ଏକର ସ୍ଥାନରେ ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠିତ ହେବ। କେଏମ୍‌ଟିପି ଦ୍ବାରା ୧୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ୟୋଙ୍ଗୋନ୍‌ ୧୩ ଟି ଦେଶରେ ନିଜର କାରଖାନା ପ୍ରତିଷ୍ଠା କରିଥିବା ବେଳେ ୯୦ ହଜାର ଲୋକଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରିଛି। (ଏଜେନ୍ସୀ)

Read More

https://youtu.be/B2Rrbthf1uE Actress Priyanka Chopra is proud of her husband-actor Nick Jonas, and has congratulated him for his forthcoming film ”Jumanji: The Next Level”. Priyanka missed the film”s premiere in Los Angeles as she is shooting for her next ”The White Tiger” in Delhi. She showed her support for Nick through Instagram.In a special message on her Instagram Story, Priyanka called Nick her ”love” and said that she is proud of him while congratulating him for the movie.So proud of you my love! So much fomo! Congratulations on #JumanjiNextLevel,” she wrote.

Read More

ମୁମ୍ବାଇ,12/12 : ତେଲୁଗୁ ଫିଲ୍ମ ଅଭିନେତ୍ରୀ ଶାଲିନୀ ପାଣ୍ଡେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ୟଶ୍‌ରାଜ୍‌ ବ୍ୟାନରର ଚଳଚିତ୍ର ଜୟେଶ ଭାଇ ଜୋରଦାର୍‌ ଜରିଆରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି ଶାଲିନୀ । ଫିଲ୍ମରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ବୁଧବାର ଶାଲିନୀ ଲିଡିଂ ଲେଡି ଭୂମିକାରେ ନଜର ଆସିବାକୁ ଯାଉଥିବା ଜଣାପଡିଛି । ଏହି ଫିଲ୍ମରେ ଦିବ୍ୟାଙ୍ଗ ଠକ୍କର ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିବାକୁ ଯାଉଛନ୍ତି । ମନୀଷ ଶର୍ମା ଏବଂ ୟଶରାଜ ବ୍ୟାନର ମିଳିତ ଭାବରେ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ରଣବୀରଙ୍କ ବିପକ୍ଷରେ ଅଭିନୟ ପାଇଁ ଅତ୍ୟନ୍ତ ଉତ୍ସାହିତ ବୋଲି ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି ଶାଲିନୀ । ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀରେ ନିଜର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଶାଲିନୀ ଆଗକୁ ତାମିଲ ଫିଲ୍ମ 100% କାଧାଲରେ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସୀ)

Read More