Author: Samikhsya Bureau

ସୋମବାର ଦିନ ମଧ୍ୟପ୍ରଦେଶର ଇନ୍ଦୋରର ଏକ ହୋଟେଲର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଜୟ ନଗର ଥାନା କ୍ଷେତ୍ରର ଗୋଲ୍ଡେନ ଗେଟ୍‌ ହୋଟେଲ୍‌ରେ ନିଆଁ ଲାଗିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଥିରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

Read More

ହାଇଦ୍ରାବାଦର ଏଲବି ନଗରର ଏକ ଡାକ୍ତରଖାନାରେ ନିଆଁ ଲାଗିଛି । ସଟ୍‌ଶର୍କିଟ୍‌ କାରଣରୁ ଏହି ନିଆଁ ଲାଗିଥିବାବେଳେ  ଏହି ନିଆଁ ଘେରରେ ଆସିଛନ୍ତି ଡର୍ଜନରୁ ଅଧିକ ଶିଶୁ । ଏହି ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ- ଡାକ୍ତରଖାନାର ଆଇସିୟୁ ୟୁନିଟରେ ପ୍ରଥମେ ଶର୍ଟସର୍କିଟ୍‌ କାରଣରୁ ନିଆଁ ଲାଗିଯାଇଥିଲା । ଏଥିରେ ୯ମାସର ଏକ ଶିଶୁର ମୃତ୍ୟୁ ହୋଇଛି । ଅନ୍ୟ ୪ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।  ଏହି ଦୁର୍ଘଟଣାରେ ସମୟରେ  ଏହି ଡାକ୍ତରଖାନାରେ ମୋଟ ୪୨ ଜଣ ଶିଶୁ ରହିଥିଲେ । ଆହତଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ସହ ଶିଶୁଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଡାକ୍ତରଖାନାରେ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।…

Read More

ଆଜି ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ମହାରାଷ୍ଟ୍ରର ୨୮୮ଟି ଆସନରେ ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ  ଓ  ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଦୁଇ ରାଜ୍ୟରେ ମୁଖ୍ୟତଃ କଂଗ୍ରେସ ଏବଂ ଭାଜପା ମଧ୍ୟ କଡା ମୁକାବିଲା ହେଉଛି। ରାଜନୀତିକ ବ୍ୟକ୍ତିବିଶେଷଙ୍କଠାରୁ କଳାକାର ସମେସ୍ତ  ମତଦାନ ସାବ୍ୟସ୍ତ କରିବାକୁ ଆସିଛନ୍ତି। ମତଦାନ ପାଇ ଭୋଟିଂ ବୁଥ୍‌ ନିକଟକୁ ନେତାମାନେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ ଓ ଅନ୍ଦାଜ୍‌ରେ ପହଞ୍ଚୁଛନ୍ତି। ହରିୟାଣାରେ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଟ୍ରାକ୍ଟର ଯୋଗେ ମତଦାନ କରିବାକୁ ଆସିଥିବାବେଳେ ମନୋହର ଲାଲ ଖଟ୍ଟର ସାଇକେଲ ଯୋଗେ ବୁଥ୍‌ ନିକଟରେ ପହଞ୍ଚିଥିଲେ।

Read More

ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ବସ୍‌ରେ ୪୫ ଜଣଙ୍କ ଯାତ୍ରୀ ଥିଲେ। ବସ୍‌ଟି ମୁମ୍ବାଇର କରାଡକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।

Read More

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି। ଏହି କ୍ୟାବିନେଟ୍ ବୈଠକ ଗତ ୧୯ ତାରିଖରେ ବସିବାର ଥିଲା। ମାତ୍ର ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ମନ୍ତ୍ରୀ ପ୍ରଚାରରେ ଯାଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Read More

ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ପୋଲିଂ ବୁଥ୍‌ ଆଗରେ ଲମ୍ବା ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ରାଜନୀତି, ମନୋରଞ୍ଜନ, ଓ ଖେଳର କିଛି ଲୋକପ୍ରିୟ ତଥା ବରିଷ୍ଠ ଆଜି ସକାଳୁ ନିଜ ନିଜ ବୁଥ୍‌ରେ ପହଞ୍ଚି ମତଦାନ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ନାଗପୁରଠାରେ ଭୋଟ ଦେଇଛନ୍ତି । ସେହିପରି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିଜ ପତ୍ନଙ୍କ ସହିତ ଭୋଟ ଦେଇଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ମହାରାଷ୍ଟ୍ରରେ ଭୋଟ ଦେଇଛନ୍ତି । ହରିୟାଣାର ଆଦାମପୁରରେ ବିଜେପିର ପ୍ରାର୍ଥୀ ତଥା ଟିକ୍‌ଟକ ଷ୍ଟାର ସୋନାଲି ଫାଗୋଟ ନିଜ ଭୋଟ ଦେଇଛନ୍ତି । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାରୀ ଶୈଲଜା ଭୋଟ ଦେଇଛନ୍ତ । ସେହିପରି ମହାରାଷ୍ଟ୍ରରେ ଏନସିପି ନେତା ସୁପ୍ରିୟା ସୁଲେ, ହରିୟାଣାର ବରୋଦାରେ…

Read More

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ମହାରାଷ୍ଟ୍ରରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଲୋକ ଭୋଟ ଦେବେ । ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୪ କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ରାଜ୍ୟରେ ମତଦାନ ପାଇଁ ୯୬ ହଜାର ୬୬୧ ବୁଥ କରାଯାଇଛି । ନିର୍ବାଚନରେ ୨୩୫ ଜଣ ମହିଳାଙ୍କ ସମେତ ୩୨୩୭ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି ।  ସେହିପରି ହରିୟାଣାରେ ୯୮.୭ ଲକ୍ଷ ପୁରୁଷ ଓ ୮୫.୧ ଲକ୍ଷ ମହିଳା ଭୋଟର ଥିବାବେଳେ ତୃତୀୟ ଲିଙ୍ଗ ୨୫୨ ଜଣ ରହିଛନ୍ତି । ମହାରାଷ୍ଟ୍ରରେ ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮.୯ କୋଟି ଭୋଟର ।…

Read More

ସମୀକ୍ଷା ବ୍ୟୁରୋ ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ସନ୍ଦେହ ଜନକ ମୃତ୍ୟୁ ବିରୋଧରେ ବନ୍ଦ ଡାକରା ଦିଆଯାଇଛି।  ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲିବ। ମହିଳା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ୍‌ରେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରାଯାଇଛି। ମଧୁସ୍ମିତାଙ୍କ ସ୍ୱାମୀ ରୂପେଶ ଏଥିରେ ସଂପୃକ୍ତ ଅଛନ୍ତି। କିନ୍ତୁ ଏସ୍‌ପି ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବିଜେପି ଅଭିଯୋଗ କରିଛି। ତେଣୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି। ଯେଉଁଥିପାଇଁ ବିଜେପି ଆନ୍ଦୋଳନ କରୁଛି। ଷ୍ଟେସନ୍‌ଠାରୁ ଆରମ୍ଭ କରି ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। କର୍ମୀମାନେ ପିକେଟିଂ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ସାଧାରଣ ଜୀବନ…

Read More

ମହାରାଷ୍ଟ୍ର ଓ ହରିୟାଣାର ୨୮୮ ବିଧାନସଭା ଆସନ ସହିତ ଦେଶର ବିଭିନ୍ନ ରାଜ୍ୟର ୫୧ଟି ବିଧାନସଭା ଆସନରେ ସୋମବାର ଉପନିର୍ବାଚନ ପାଇଁ ମତଦାନ ହେଉଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନରେ ମଧ୍ୟ ଭୋଟିଂ ହେଉଛି। ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଏଠାରେ ପୁଣି ଥରେ ଉପନିର୍ବାଚନ ହେଉଛି। ବିଜେପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ତେବେ ମିଳିଥିବା ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ବିଜେପୁରରେ ୧୧% ମତଦାନ ହୋଇଥିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

Read More

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ। ଏହା ବ୍ୟତୀତ ଦେଶର ୧୮ଟି  ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାତା ଭୋଟ ଦେଉଛନ୍ତି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ ‘ଶିବସେନା’ ଜିତିଥିବାବେଳେ ମହାରାଷ୍ଟ୍ରରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ଶିବସେନା ପାଇଁ ବିଶେଷ ଗୁରୁତ୍ବ ରଖୁଛନ୍ତି। ଚଳିତ ଥର ପ୍ରଥମ ଥର ପାଇଁ ଠାକ୍‌ରେ ପରିବାର ତରଫରୁ ଆଦିତ୍ୟ ଠାକରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଠାକରେ ବର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ହରିୟାଣାରେ ମଧ୍ୟ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ପୁଣି ଥରେ କ୍ଷମତାକୁ ଫେରିବା…

Read More

କେଦାର ମିଶ୍ର ଆଜି ଯେତେବେଳେ ଦେଶର ଦୁଇଟି ପ୍ରମୁଖ ରାଜ୍ୟ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଲୋକେ ଭୋଟ ଦେବାକୁ ଯିବେ, ସେତେବେଳେ ତାଙ୍କ ଆଗରେ ମୁଖ୍ୟ ପ୍ରସଙ୍ଗ ତାଙ୍କ ନିଜର ଅଭାବ ବା ସମସ୍ୟା ନୁହଁ, ବରଂ ପଡୋଶୀ ଶତ୍ରୁ ପାକିସ୍ତାନ ହିଁ ଥିବ ଏକମାତ୍ର ଖବରର ପ୍ରସଙ୍ଗ। ଏ ନିର୍ବାଚନ ପ୍ରଚାରରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଆମକୁ ବୁଝାଇ ଦେଇଛନ୍ତି, କାଶ୍ମୀରରେ ୭୦ ଲକ୍ଷ ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବା ଏକ ଜାତୀୟ ସଫଳତା। ସେହିପରି ଆହୁରି ମଧ୍ୟ ଆମକୁ ବୁଝାଇ ଦିଆ ଯାଇଛି ଯେ, ଆମେ ପ୍ରତିଦିନ ପାକିସ୍ତାନ ସହିତ ଯୁଦ୍ଧ ଲଢୁଛୁ। ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନର ଠିକ ୨୪ ଘଣ୍ଟା ଆଗରୁ ଆମର ସେନାବାହିନୀ ପାକ ଅଧିକୃତ କାଶ୍ମୀରରେ ଆଉ କିଛି ସନ୍ତ୍ରାସବାଦୀ ଶିବିରକୁ ଉଡାଇ ଦେଇଛନ୍ତି। ଏହା ବୀରତ୍ବର କାମ ନିଶ୍ଚୟ। ତେବେ ପୃଥିବୀରେ ଥିବା…

Read More

ସମୀକ୍ଷା ବ୍ୟୁରୋ ଲେଡି ଗାଗାଙ୍କ ଏକ ଟୁଇଟ୍‌ ୟୁଜର୍ସଙ୍କୁ କନ୍‌ଫ୍ୟୁଜ କରିଛି। ହଲିଉଡ୍‌ ସେଲିବ୍ରିଟି ଲେଡି ଗାଗା ନିଜ ଟୁଇଟ୍‌ର ଆକାଉଣ୍ଟରେ ଏକ  ସଂସ୍କୃତ ଶ୍ଲୋକ୍‌  ଟୁଇଟ୍‌ କରିଛନ୍ତି। ହଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗାଙ୍କ ଏକ ଟୁଇଟ୍‌ ଏବେ ଇଣ୍ଟରନେଟ୍‌ରେ ହଲ୍‌ଚଲ ମଚାଇଛି। ଲେଡିଗାଗା ନିଜ ଟୁଇଟର୍‌ରେ ଏକ ସଂସ୍କୃତ ମନ୍ତ୍ର ଲେଖି ପୋଷ୍ଟ କରିଛନ୍ତି। ଯାହାକୁ ପଢି ଭାରତୀୟ ୟୁଜର୍ସ ତ ବହୁତ ଖୁସି ହୋଇଛନ୍ତି କିନ୍ତୁ ବାକି ଦୁନିଆ ଏହାକୁ ଦେଖି କନଫ୍ୟୁଜ୍‌ ହୋଇଛନ୍ତି। ଲେଡି ଗାଗା ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ। ଏହି ଟୁଇଟ୍‌କୁ ପଢି ଲୋକେ ଏହାର ଅର୍ଥ ତଥା ଏହାର ବାର୍ତ୍ତା ସମ୍ପର୍କରେ ଜାଣିବା ପାଇଁ ଲାଗିପଡିଛନ୍ତି। ତେବେ ‘ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ’ ହେଉଛି ସଂସ୍କୃତର ଲୋକପ୍ରିୟ ମନ୍ତ୍ରର କିଛି ଶବ୍ଦ । ଯାହା ଦୁନିଆରେ ପ୍ରେମ ଓ ଖୁସିର ଭାବନାକୁ ବ୍ୟାପକ କରେ। ଏହାର…

Read More

ରାଜ୍ୟରେ  ଦୁଷ୍କର୍ମ ଭଳି ନିନ୍ଦନୀୟ ଓ ଘୃଣ୍ୟ ଅପରାଧ ଥମିବାର ନାଁ ଧରୁନି। ରାଉରକେଲାରୁ ପୁଣି ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ ଜଣେ ଯୁବତୀ ଜନୈକା ମହିଳାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ସେଠାରେ ଘର ମାଲିକାଣୀଙ୍କ ପୁଅ ଓ ତାଙ୍କ ସାଙ୍ଗ ଗତ କିଛି ବର୍ଷ ହେଲା ଯୁବତୀଙ୍କୁ ଭୟଭୀତ କରି ଗଣଦୁଷ୍କର୍ମ କରି ଆସୁଥିଲେ। ଯୁବତୀଜଣକ ପ୍ରତିବାଦ କରିଲେ ତାଙ୍କୁ  ଦୁଇ ଅଭିଯୁକ୍ତ ଧମକଚମକ ଦେଉଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଏନେଇ ଆଜି ନିଜର ୨ମାସର ଶିଶୁ କନ୍ୟାକୁଧରି ଥାନାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।

Read More

ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ରାଜନୀତି ଏବେ ବେଶ୍‌ ସରଗରମ । ବିଜେପି ଏହି ପ୍ରଦୂଷଣ ପାଇଁ କେଜ୍‌ରୀଓ୍ବାଲା ସରକାରଙ୍କୁ ଦାୟୀ କରିଛି । ପ୍ରଦୂଷଣ ପାଇଁ ଦିଲ୍ଲୀଠାରେ ଆଶୋକ ରୋଡ୍‌ଠାରୁ ରାଜଘାଟ ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରା କରାଯାଇଛି । ଏହି ଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍‌ ଅବ୍ବାସ୍‌ ନକ୍‌ଭୀ ଓ ବିଜେପି ରାଜ୍ୟସଭା ସାଂସଦ ବିଜୟ ଗୋଏଲ୍‌ ସାମିଲ୍‌ ହୋଇଥିଲେ । ସାଇକେଲ ଯାତ୍ରା ଅବସରରେ ଏହି ଦୁଇ ନେତା ମୁହଁରେ ମାସ୍କ ପିନ୍ଧି ରାଜଘାଟ ପର୍ଯ୍ୟନ୍ତ ସାଇକେଲ ଚଲାଇଛନ୍ତି । ବିଜୟ ଗୋଏଲ୍‌ ପ୍ରଦୂଷଣ ପାଇଁ କେଜ୍‌ରୀଓ୍ବାଲ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ, ସରକାର ପାଞ୍ଚ ବର୍ଷ ଭିତରେ ପ୍ରଦୂଷଣ ରୋକିବା ପାଇଁ କିଛି କାମ କରିନାହାନ୍ତି । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ଥଣ୍ଡା ସମୟରେ ଦିଲ୍ଲୀଠାରେ ପ୍ରଦୂଷଣର ସ୍ତର ବହୁ ମାତ୍ରାରେ ବଢିଯାଉଛି । ସେହିପରି ଦିଲ୍ଲୀ ସରକାରଙ୍କ ଅଡ – ଇଭିନ୍‌…

Read More

ବଲିଉଡ୍‌ ଆକ୍ସନ ଡ୍ୟାନ୍ସିଂ ଷ୍ଟାର୍‌ ହ୍ରିଥିକ୍‌ଙ୍କୁ ରିମେକ୍‌ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଦେଖିବାକୁ ମିଳିବ। ତେବେ ଡୁଗୁଙ୍କ ବିପକ୍ଷରେ ନଜର ଆସିବେ ଅନୁଷ୍କା। ତେବେ ମିଳିଥିବା ସୂଚନା ଅନୁସାରେ ଅନୁଷ୍କା ବେଶ୍‌ କିଛି ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ଶୁଣିବାକୁ ମିଳିଛି ଯେ, ଅନୁଷ୍କା ଏହି ଫିଲ୍ମ ଜରିଆରେ ପୁଣି ଥରେ ବଡ଼ ପରଦାରେ ନଜର ଆସିବେ। ଯଦି ସତରେ ଅନୁଷ୍କା ଏହି ଫିଲ୍ମରେ ନଜର ଆସନ୍ତି, ତେବେ ବଲିଉଡରେ ପ୍ରଥମ ଥର ପାଇଁ ହ୍ରିଥିକ୍‌ ଓ ଅନୁଷ୍କାଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ। ରୋହିତ ସେଟ୍ଟି ଓ ଫରହାନ୍‌ ଅଖତରଙ୍କ ଏହି ରିମେକ୍‌ ଫିଲ୍ମରେ ହ୍ରିଥିକ୍‌ଙ୍କ ହିରୋଇନ୍‌ କିଏ ହେଉଛି, ତାହା ଦେଖିବାକୁ ବାକି ରହିଲା। ନିକଟରେ ହ୍ରିଥିକ୍‌ଙ୍କ ଅଭିନୀତ ‘ଓ୍ବାର୍‌’ ବକ୍ସ ଅଫିସ୍‌ରେ ଚହଳ ପକାଇଛି।

Read More

ହିନ୍ଦୁ ସମାଜର ପାର୍ଟିର ନେତା କମଲେଶ ତିୱାରୀଙ୍କ ମାଆ, ପତ୍ନୀ ଏବଂ ପୁଅ ରବିବାର ଦିନ ଲକ୍ଷ୍ନୌରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରି  କମଲେଶ ତିୱାରୀଙ୍କ ପତ୍ନୀ କିରଣ ନିଜର ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡର ଦାବି କରିଛନ୍ତି । ଏହି ମାମଲାରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଯିଏ ବି ଏହି ଘଟଣାରେ ସାମିଲ ଥିବ ତାକୁ କୌଣସି ପ୍ରକାରେ ଛଡାଯିବନି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା କରାଯାଇଥିଲା। କମଲେଶଙ୍କ ସ୍ତ୍ରୀ ଦେଇଥିବା ଏତଲା ଆଧାରରେ ଉତ୍ତରପ୍ରଦେଶର ବିଜନୁର ଜିଲାରୁ ୨ ଜଣ ଓ ଗୁଜରାଟର ସୁରଟରୁ ତିନିଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ.ପି. ସିଂ ସୂଚନା ଦେଇଥିଲେ।

Read More