https://www.youtube.com/watch?v=L-UxYgKuKfk Actress Janhvi Kapoor says she likes mens perfume a lot. She added that she often wears a mix of mens and womens perfumes when she goes out at night.
Author: Samikhsya Bureau
ଝାଡଖଣ୍ଡ, ୭/୧୨ : ୮୧ ଆସନ ବିଶିଷ୍ଟ ଝାଡଖଣ୍ଡର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ମତଦାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ୬୨.୨୪ ପ୍ରତିଶତ ମତଦାନ ହୋଇଥିବାର ସୂଚନା ରହିଛି। ଏଠାରେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। କେବଳ ଗୋଟିଏ ବୁଥ୍ରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି। ଏହି ପର୍ଯ୍ୟାୟରେ ଜାମସେଦପୁରର ପୂର୍ବ ଆସନରେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ସରୟୁ ରାୟ । (ଏଜେନ୍ସି)
ଉତ୍ତରପ୍ରଦେଶ, ୭/୧୨ : ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡ଼ିତାଙ୍କ ପରିାବରକୁ ଘର ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ଗତକାଲି ରାତ୍ରି ୧୧ଟା ୪୦ ମିନିଟ୍ରେ ପୀଡ଼ିତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଘଟଣାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଅଭିଯୁ୍କ୍ତମାନେ ଜାମିନ୍ରେ ଆସି ପୀଡ଼ିତାଙ୍କୁ ମାରପିଟ୍ କରିବା ସହ ଜଳାଇଦେଇଥିଲେ । ପୀଡ଼ିତା ଜଣକ ୯୦ ପ୍ରତିଶତ ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃ୍ତ୍ୟୁବରଣ କରିଥିଲେ। (ଏଜେନ୍ସି)
ଓ୍ବାୟନାଡ,୭/୧୨: ରାହୁଲ୍ ଗାନ୍ଧି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦେଶରେ ଏବେ ବଢି ଚାଲିଥିବା ହିଂସା ଓ ଦୁଷ୍କର୍ମ ପାଇଁ ସରକାର ଦାୟୀ। ଏଠାରେ ଜନତା ଆଇନକୁ ନିଜ ହାତକୁ ନେଲେଣି। କାରଣ ଏଠି ଦେଶ ଚଳାଉଥିବା ଲୋକ ହିଂସାରେ ବିଶ୍ୱାସ ରଖନ୍ତି। ଏବେ ଭାରତ ବିଶ୍ୱର ଦୁଷ୍କର୍ମକାରୀଙ୍କ କ୍ୟାପିଟାଲ ପାଲଟି ଯାଇଛି ବୋଲି ରାହୁଲ କହିଛନ୍ତି। ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାଁରେ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦି ଏହାକୁ ନେଇ ଗୋଟିଏ ଶବ୍ଦ କହୁ ନାହାନ୍ତି ବୋଲି ରାହୁଲ କହିଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧି ମଧ୍ୟ ଉତ୍ତରପ୍ରଦେଶ ଉନ୍ନାଓର ପୀଡ଼ିତାଙ୍କ ମୃତ୍ୟୁ ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିବା ସହ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ,୭/୧୨ : ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ବୟାନ ଦେଇଛନ୍ତି ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବେଡ୍। ସେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରକୁ ଘଟଣାକୁ ଆଲୋଚନା କରିଛନ୍ତି। ଯୋଧପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ବୋବେଡ୍ କହିଛନ୍ତି ଯେ, ନ୍ୟାୟ କେବେ ବି ତରତରିଆ ଭାବେ ନେଇହେବ ନାହିଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ପ୍ରତିଶୋଧର ଭାବନାକୁ ନେଇ ଯଦି ନ୍ୟାୟ କରାଯିବ, ତେବେ ତାହା ମୂଳ ଚରିତ୍ରକୁ ହଜାଇ ଦେବ। ଯୋଧପୁରଠାରେ ରାଜସ୍ଥାନ ହାଇକୋର୍ଟର ଏକ ନୂତନ ବିଲିଡିଂ ଉଦ୍ଘାଟନ ଅବସରରେ ବିଚାରପତି ଏନେଇ ନେଇ ନିଜର ମତ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ୪ ଗଣଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ୍ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି । ସାଧାରଣରେ ପୋଲିସ୍ର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାବେଳେ ମାନବାଧିକାରୀ କର୍ମୀ, ସାମାଜିକ କର୍ମୀ ତଥା…
Mumbai: Actress Amruta Khanvilkar on the red carpet of Filmfare Glamour And Style Awards 2019 in Mumbai on Dec 3, 2019. (Photo: IANS)
Hyderabad: Venky Mama Pre Release Khammam Tour Flag off Event. (Photo: IANS)
Bengaluru: A view of 75 feet tall Christmas Tree which was unveiled at Phoenix Marketcity ahead of the Christmas, in Bengaluru on Dec 6, 2019. (Photo: IANS)
New Delhi: Artistes perform during the 9th edition of the Youth Festival at Central Park in New Delhi on Dec 6, 2019. (Photo: IANS)
Kolkata: Kolkata Audition winners during Miss Diva 2020 Kolkata audition in Kolkata on Nov 24, 2019. (Photo: IANS)
Hyderabad: India’s Rohit Sharma’s attempt for the catch during the first T20I match between India and West Indies at the Rajiv Gandhi International Stadium in Hyderabad on Dec 6, 2019. (Photo: Surjeet Yadav/IANS)
Mumbai: Actors Salman Khan and Sonakshi Sinha seen at Bandra in Mumbai on Dec 5, 2019. (Photo: IANS)
ଭୁବନେଶ୍ବର, ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ‘ମୋ ସରକାର’। ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍ର ଗସ୍ତ ପରେ ରୋଗୀମାନଙ୍କ ଫିଡ୍ବ୍ୟାକ୍ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ…
https://www.youtube.com/watch?v=Nw0L6UScNZE&t=11s Hyderabad rape-murder case of the veterinarian were shot dead by police on Friday morning. As the news of the ‘encounter’ poured in, politicians and celebrities were divided over Hyderabad police’s action.
କଟକ, ୭/୧୨: କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ନିଆଁ ଲାଗିଛି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର ଅଡିଟୋରିୟମ୍ରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ପାଖ ରୁମ୍କୁ ବ୍ୟାପି ଯାଇଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧାନ ଗବେଷଣା କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ଧନଜୀବନ ରକ୍ଷା ହୋଇପାରିଛି। (ଏଜେନ୍ସି)
ପଟ୍ଟାମୁଣ୍ଡାଇ, ୭/୧୨: ରାସ୍ତାରେ ଅଟୋ ଓଲଟି ପଡ଼ିବାରୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି। ଏହି ଘଟିଣାରେ ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଓଲଟି ପଡ଼ିଥିଲା ଅଟୋ। ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ କନ୍ୟାର ନାମ ଶୁଭସ୍ମିତା ହୋଇଥିବାବେଳେ ସେ ଔପଦା ସରସ୍ବତୀ ଶିଶୁ ମନ୍ଦିରରେ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ।ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଟୋରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। (ଏଜେନ୍ସି)
ହାଇଦ୍ରାବାଦ, ୭/୧୨: ହାଇଦ୍ରାବାଦରେ ଡାକ୍ତରାଣୀ ପ୍ରିୟଙ୍କାଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଚାରି ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଛି। ସାରା ଦେଶରେ ଏହି ଘଟଣାକୁ ଜନ ସମର୍ଥନ ମିଳୁଥିବା ବେଳେ କିଛି ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଟିମ ହାଇଦ୍ରାବାଦ ପହଞ୍ଚିଛି। ଟିମ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରି ମହବୁବାନଗରର ସରକାରୀ ହସ୍ପିଟାଲ ଗସ୍ତ କରିବ ଯେଉଁଠାରେ ଅଭିଯୁକ୍ତମାନଙ୍କ ଶବକୁ ରଖାଯାଇଛି। କେନ୍ଦ୍ର ସରକାର ପୋଲିସ ହେପାଜତରେ ହୋଇଥିବା ଏନକାଉଣ୍ଟର ଉପରେ ତେଲଙ୍ଗାନା ସରକାରଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। (ଏଜେନ୍ସି)
ଉତ୍ତରପ୍ରଦେଶ , ୭/୧୨: ଉନ୍ନାଓ ଘଟଣାକୁ ନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ହଲ୍ଲା ବୋଲିଛନ୍ତି। ନ୍ୟାୟ ଦାବି କରି ଅଖିଳେଶ ବିଧାନସଭା ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ନରେଶ ଉତ୍ତମ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ବସିଛନ୍ତି। ଅଖିଳେଶ କହିଛନ୍ତି ଯେ, ଉନ୍ନାଓ ଘଟଣା ଅତ୍ୟନ୍ତ ଭୟାବହ। ବିଜେପି ସରକାରରେ ଏହା ପ୍ରଥମ ଘଟଣା ନୁହେ କିନ୍ତୁ ହଜାର ଚେଷ୍ଟା କରିବା ପରେ ବି ସେ ଝିଅକୁ ବଞ୍ଚାଇ ହେଲା ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧ ନିୟନ୍ତ୍ରଣ କରିବାରେ ଅସଫଳ ଥିବା ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ଅପରାଧୀମାନେ ଭୟ କରୁ ନ ଥିବାବେଳେ ଜାମିନ୍ରେ ଆସି ମଧ୍ୟ ହତ୍ୟା କରୁଥିବାର ଦେଖାଯାଉଛି ବୋଲି ସମାଜବାଦୀ ପାର୍ଟିର ନେତାମାନେ କହିଛନ୍ତି। ପୀଡ଼ିତାଙ୍କ ପାଇଁ କାଲି ସବୁ ଜିଲ୍ଲାରେ ଶୋକସଭା କରିବା ନେଇ ଅଖିଳେଶ ଘୋଷଣା କରିଛନ୍ତି ।…
ଉତ୍ତରପ୍ରଦେଶ, ୭/୧୨: ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରିବା ପରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କଲା ପରି ଉନ୍ନାଓ ଅଭିଯୁକ୍ତଙ୍କୁ ମଧ୍ୟ ସେହିପରି ଦଣ୍ଡ ଦିଆଯାଉ ବୋଲି ସମଗ୍ର ଦେଶରେ ଲୋକମାନେ ଆକ୍ରୋଶ ପ୍ରକାଶ କରିଛନ୍ତି । ଉନ୍ନାଓ ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି । ଏହି ମାମଲାର ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଫାଷ୍ଟ ଟ୍ରାକ୍ କୋର୍ଟରେ ଏହାର ବିଚାର କରାଯିବ ବୋଲି ଯୋଗୀ କହିଛନ୍ତି। ସୂଚନାଯୋଗ୍ୟ, ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଦୁଷ୍କର୍ମକାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ…
ହାଇଦ୍ରାବାଦ, ୭/୧୨: ହାଇଦ୍ରାବାଦ୍ ଏନକାଉଣ୍ଟର କେଶ୍ରେ ପୋଲିସ୍ ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ ଯାଚିକା ଦାଏର କରାଯାଇଛିି। ଏହି ଯାଚିକାରେ ଏନକାଉଣ୍ଟରରେ ସାମିଲ୍ ରହିଥିବା ସମସ୍ତ ପୋଲିସ୍ କର୍ମୀଙ୍କ ଉପରେ ଏଫଆଇଆର କରାଯାଇଛି। ଏହି ଘଟଣାର ଯାଞ୍ଚ ହେବା ସହିତ ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯିବା ନେଇ ଏଫଆଇରରେ ଉଲ୍ଲେଖ ରହିଛି। ସୁପ୍ରିମ୍କୋର୍ଟର ଓକିଲ ଜିଏସ୍ ମଣି ଓ ପ୍ରଦୀପ କୁମାର ଯାଦବ ଏହି ଯାଚିକାରେ ୨୦୧୪ରେ ସୁପ୍ରିମ୍କୋର୍ଟ ଦେଇଥିବା ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରାଯାଇଛି ବୋଲି କହିଛନ୍ତି। (ଏଜେନ୍ସି)
ଭୁବନେଶ୍ବର, ୭/୧୨: ଆଜି ଅଭିଭାବକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଅଭିଭାବକମାନେ ତାତିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ବିନା କାରଣରେ ପିଇଟି ଶିକ୍ଷୟିତ୍ରୀ ଛାତ୍ରୀଜଣଙ୍କୁ ଗାଳିଗୁଲଜ କରିବା ସହ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟ ଛାତରୁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବିରୋଧରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଭାବକ ଦାବି କରିଛନ୍ତି। ଏହା ସହ ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ଡେପୁଟି କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଶୁକ୍ରବାର ଦିନ ଶିକ୍ଷୟିତ୍ରୀଜଣକ ଛାତ୍ରୀଙ୍କୁ ସାମାନ୍ୟ କୌଣସି ଏକ କଥାକୁ ନେଇ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଗତକାଲି ଅପରାହ୍ନରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ…

