ସମୀକ୍ଷା ବ୍ୟୁରୋ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଏହି ବିବାଦୀୟ ଜମି ମାମଲାର ଅନ୍ତିମ ଶୁଣାଣି ଆଜି କରିବା ପାଇଁ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଲଗାତାର ୩୯ଦିନର ଶୁଣାଣି ପରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଏହି ମାମଲାର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୂଚନା ଦେଇଛନ୍ତି। ଏହି ମାମଲାର ବିଚାର ପାଇଁ କୋର୍ଟଙ୍କର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇ ସାରିଛି ତେଣୁ ଅଧିକ ସମୟ ନଷ୍ଟ କରାଯିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବାର ଥିବାରୁ ଏହା ପୂର୍ବରୁ ଏହି ମାମଲାର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ମଙ୍ଗଳବାର ହିନ୍ଦୁଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କେ ପରସାରନ୍ ନିଜର ଯୁକ୍ତି ରଖିଥିଲେ। ରାମ ଜନ୍ମଭୂମି ହାସଲ ପାଇଁ ହିନ୍ଦୁ…
Author: Samikhsya Bureau
ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଓଡ଼ିଶା ରାଜନୀତି ବେଶ୍ ସରଗରମ ହୋଇଯାଇଛି। ଦାମ ବିଜେପି ଛାଡ଼ିଲେ ଦଳ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଦାମଙ୍କ ଇସ୍ତଫା ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ଅରୁଣ କହିଛନ୍ତି ଯେ ଦଳରେ କାହାକୁ ଅଣଦେଖା କରାଯାଇ ନାହିଁ। ସମସ୍ତ ବୈଠକରେ ତାଙ୍କୁ ଡକାଯାଇଛି। ଦାମଙ୍କର ରାଜନୀତି ଛାଡ଼ିବା ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି। ତାଙ୍କର ବୟସ ଅଧିକ ହୋଇଗଲାଣି। ସେ ରାଜନୀତି ଛାଡ଼ି ସମାଜ ସେବା କରିବାକୁ ଚାହୁଁଥିବାରୁ ସେଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ସେ ଆଉ ପ୍ରତ୍ୟକ୍ଷ ରାଜନୀତି କିମ୍ବା ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଚଳିତ ଲୋକସଭା…
ବୁଧବାର ସକାଳୁ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଥିଲା। ଏହି ସଙ୍ଘର୍ଷରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ପୁଲଓ୍ବାମାରେ ସୁରକ୍ଷା କର୍ମୀଙ୍କ ଉପରକୁ ଗ୍ରେନେଡ୍ ମାଡ କରାଯାଇଥିଲା। ଏହି ଘଟଣା ପଛରେ ଇଣ୍ଡିଆନ ମୁଜାହିଦ୍ଦିନର ହାତ ରହିଥିବା ସନ୍ଦେହ କରାଯାଇଥିଲା। ବୁଧବାର ସକାଳୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ହେବା ସହିତ ତିନି ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କବାଦୀଙ୍କର ପରିଚୟ ମିଳିନଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି।
ସମୀକ୍ଷା ବ୍ୟୁରୋ ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ରାଜ୍ୟ ବିଜେପିରେ ସମସ୍ତେ ମିଳିତ ଭାବରେ ନିଷ୍ପତ୍ତି ନିଅନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପିରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ଦଳରୁ ଇସ୍ତଫା ପ୍ରଦାନ କରିଥିଲେ। ରାଜ୍ୟ ବିଜେପିରେ ସମସ୍ତ କର୍ମୀ ଜଣେ ଜଣେ ନେତା, କାହାକୁ ଅଧିକ ବା କମ୍ ସମ୍ମାନ ନୁହେଁ ସମସ୍ତଙ୍କୁ ସମାନ ଭାବରେ ବିବେଚନା କରାଯାଏ ବୋଲି ମତ ରଖିଛନ୍ତି ବସନ୍ତ ପଣ୍ଡା।
ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୪ ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଉଭୟ ଇଂରାଜୀ ଏବଂ ଓଡିଆରେ ଟ୍ବିଟ୍ କରି ମୋଦୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ବୋଲି ଟ୍ବିଟ୍ କରି ମୋଦି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସମୀକ୍ଷା ବ୍ୟୁରୋ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ବିଜେପିର ଦଳୀୟ ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ରହିଥିବା ରାଉତ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ବିଭିନ୍ନ ସମୟରେ ବିଜେପିର କାର୍ଯ୍ୟଧାରାକୁ ନେଇ ଦାମ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଜେପିରେ ତାଙ୍କୁ କୋଣ ଠେସା କରି ରଖାଯାଉଥିବା ନେଇ ସେ ସଦାସର୍ବଦା ଗଣମାଧ୍ୟମରେ ବିଜେପି ନେତାଙ୍କ ବିରୋଧରେ ମତ ଦେଉଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଜେଡିରୁ ବହିଷ୍କୃତ ହେବା ପରେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଶ୍ରୀ ରାଉତ।
କେଦାର ମିଶ୍ର ଓଡିଶା ଗଣମାଧ୍ୟମରେ ଅନ୍ତତଃ ଏ ପ୍ରକାର ଭୟଙ୍କର ରୋଗ ଏଯାଏ ଗ୍ରାସି ନଥିଲା। ଜାତୀୟ ଗଣମାଧ୍ୟମରେ ପାଖଣ୍ଡି ବାବା ଓ ମାତାମାନଙ୍କର ପ୍ରବଳ ପ୍ରଭାବ ରହିଥିବା ବେଳେ, ଓଡିଶାରେ କେବଳ ପ୍ରବଚନ ଓ ଧର୍ମ ମାମଲାରେ ଏମାନେ ସୀମିତ ରହୁଥିଲେ। ତେବେ ଗତ ଦୁଇଦିନ ହେଲା ହଠାତ ଓଡିଶାର କିଛି ପ୍ରମୁଖ ଟେଲିଭିଜନ ଚାନେଲ ଗୁଡିକ ଏ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ନିଜର ପାଖଣ୍ଡି ଚରିତ୍ର ଓ ଦୁର୍ବ୍ୟବହାର ପାଇଁ ପ୍ରସିଦ୍ଧ କେହି ଜଣେ ଓମ ବାବା ବିଷୟରେ ନିରନ୍ତର ଖବର ଓ ସ୍ଵତନ୍ତ୍ର ଆଲୋଚନା ଚାଲିଛି। ଏହାର କାରଣ କଣ? ଏକଥା ଠିକ ଯେ, ଏହି ତଥାକଥିତ ବାବାଜିକୁ ଆମର ସାମ୍ବାଦିକମାନେ କଠିନ ପ୍ରଶ୍ନ ସବୁ ପଚାରୁଛନ୍ତି। ହେଲେ ଏ ଲୋକ ତ ପ୍ରଶ୍ନର ଉତ୍ତର ଦେବାକୁ ଆସିନାହିଁ। ଗୁଡାଏ ମିଛ ଓ ବାଜେ କଥା ଗପି ସେ ଲୋକଙ୍କୁ ଭୁତାଇବାକୁ ଚାହୁଁଛି।…
ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରୁ ଆଜି ଭୋରରୁ ଅବକାରୀ ବିଭାଗ 1 କିଲୋଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି । ଏହାର ଅନ୍ତର୍ଜାତୀୟ ମୂଲ୍ୟ 1 କୋଟି ଟଙ୍କା ହେବ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ । ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଆଜି ଭୋରରୁ ଷ୍ଟେସନ ବଜାରସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘର ଉପରେ ଚଢଉ କରିଥିଲେ । ବ୍ରାଉନ୍ ସୁଗାର ସହିତ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି ।
Congress leader Rahul Gandhi addressing a public meeting at Krida Sthal, Arvi, in Wardha district of Maharashtra on Tuesday. UNI PHOTO-66u
NEW DELHI, OCT 15 (UNI):- Defence Minister Rajnath Singh paying homage to former President Bharat Ratna Dr A P J Abdul Kalam on the occasion of his 88th birth anniversary, in New Delhi on Tuesday
ଏକ ଘରୋଇ କଳିର ଶିକାର ହୋଇଛି ୮ ମାସର ଶିଶୁ କନ୍ୟା। କେନ୍ଦୁଝରର ଆନନ୍ଦପୁରରେ ଏହି ବର୍ବର କାଣ୍ଡ ଘଟିଛି। ମାତା ପିତାଙ୍କ ଝଗଡାରେ ପ୍ରାଣ ହରାଇଛି ୮ ମାସର ଶିଶୁ କନ୍ୟା। ଉଭୟଙ୍କ ଝଗଡା ପରେ ପତ୍ନୀଙ୍କୁ ମାରିବା ପାଇଁ ଗୋଡାଉଥିବା ବେଳେ ଶିଶୁ କନ୍ୟାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଶିଶୁକନ୍ୟାଟିକୁ କଟକ ନେଇ ଯାଉଥିବା ବେଳେ ଅଧାରାସ୍ତାରେ ଶିଶୁ କନ୍ୟାଟି ପ୍ରାଣ ହରାଇଥିଲା।
ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଡୁଆରେ ପଡିଛନ୍ତି ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ୍। ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସହିତ ସମ୍ପତ୍ତି କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଜଣେ ଡ୍ରଗ୍ ବ୍ୟବସାୟୀଙ୍କ ପତ୍ନୀଙ୍କ ନିକଟରୁ ଏକ ଘର କିଣିବା କାରଣରୁ ଏହି ନୋଟିସ୍ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ସ ବ୍ୟବସାୟୀ ଇକ୍ବାଲ ମିର୍ଚ୍ଚି ୨୦୧୩ରେ ଲଣ୍ଡନରେ ପ୍ରାଣ ହରାଇଥିଲା। ଇକ୍ବାଲ ଦାଉଦ୍ର ଘନିଷ୍ଠ ସହଯୋଗୀ ରହିଥିବାରୁ ଇଡି ପକ୍ଷରୁ ପଟେଲ୍ଙ୍କୁ ନୋଟିସ୍ ଜାରି କରାଯାଇଛି। ରାଜନୈତିକ ଅଭିସନ୍ଧି ରଖି ବିଜେପି ପକ୍ଷରୁ ଏହା କରାଯାଇଛି ବୋଲି ଏନ୍ସିପି ନେତା ଶରଦ ପଓ୍ବାର ଅଭିଯୋଗ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଭିଡିଓ କନ୍ପରେନ୍ସିଂ ଜରିଆରେ ନୟାଗଡକୁ ରେଳସେବାର ଶୁଭାରମ୍ଭ କଲେ ପୀୟୁଷ ଗୋୟଲ। ରାଜଧାନୀ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପିନାକୀ ମିଶ୍ର ଭୁବନେଶ୍ବର ରେଳ ଷ୍ଟେସନରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଟ୍ରେନ୍ଟି ସନ୍ଧ୍ୟା ୬.୪୦ରୁ ଭୁବନେଶ୍ବରରୁ ବାହାରି ୮.୪୫ରେ ନୟାଗଡରେ ପହଞ୍ଚିବ ଏବଂ ନୟାଗଡରୁ ସକାଳ ୬.୩୦ରେ ବାହାରି ସକାଳ ୯ଟାରେ ଭୁବନେଶ୍ବରରେ ପହଞ୍ଚିବ।
ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ନବୀନଙ୍କ ୭୪ ତମ ଜନ୍ମ ଦିନ। ବର୍ତ୍ତମାନ ସେ ୭୪ ବର୍ଷ ପୁରଣ କରି ୭୫ ବର୍ଷରେ ପାଦଦେବେ। ତେବେ ଚଳିତ ବର୍ଷ ନିଜର ଜନ୍ମଦିବସ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଫନୀ ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଥିବାରୁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ଋଣୀ କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜନ୍ମଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ନିଜର ଦଳର କର୍ମୀ ଭାଇଭଉଣୀ ତଥା ଶୁଭେଚ୍ଛୁ ମାନଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ବର, ନବୀନ ନିବାସ ନ ଆସି ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନେ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ…
ସମୀକ୍ଷା ବ୍ୟୁରୋ ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ରୋକିବାକୁ ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନରେ ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ରେଲୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବା ନେଇ ଗତକାଲି ନୂଆଦିଲ୍ଲୀରେ ବସିଥିବା ବୈଠକରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ସୂଚନା ଦେଇଥିଲେ। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଥିଲେ। ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବାରୁ ତାକୁ ପ୍ରତିହତ କରିବା ପାଇଁ ରେଳ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧିସହିତ କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ୍ ସିକ୍ୟୁରିଟି ସ୍କିମ୍ ଅନୁସାରେ ସୁରକ୍ଷା ବଢାଯିବା ଉପରେ ଆଲୋଚନା…
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଏବଂ ଭଉଣୀଙ୍କୁ ଅଟକ ରଖିଛି ଜମ୍ମୁ କାଶ୍ମୀର ପୋଲିସ୍। ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଏବଂ ଝିଅ ସାଫିୟାକୁ ପୋଲିସ୍ ଅଟକ ରଖିଛି। ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଶ୍ରୀନଗରରେ ଧାରଣା ଅବସରରେ ପୋଲିସ୍ ଉଭୟଙ୍କୁ ଅଟକ ରଖିଛି। କାଶ୍ମୀର ମହିଳାଙ୍କୁ ଅନ୍ୟ ରାଜ୍ୟରେ ବିବାହ ଅନୁମତିର ବିରୋଧ କରି କିଛି ମହିଳାଙ୍କ ସହିତ ପ୍ଲା କାର୍ଡ ଧରି ଉଭୟ ବିରୋଧ ପ୍ରଦର୍ଶନ କରୁଥିଲେ। କାଶ୍ମୀର ଜନସାଧାରଣ ଖୁସିଥିବା ନେଇ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ଜନସାଧାରଣଙ୍କ ବାସ୍ତବ ଅବସ୍ଥା କେହି ଦେଖାଉ ନାହାନ୍ତି ବୋଲି ଉଭୟ ପ୍ରକାଶ କରିଛନ୍ତି।