Author: Samikhsya Bureau

କେଦାର ମିଶ୍ର ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ),  ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Read More

ସମୀକ୍ଷାବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି। ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।…

Read More

ସୁନ୍ଦରଗଡ଼ ମେଡିକାଲ ରୋଡ଼ରେ ଥିବା ଏକ ବେଆଇନ ପାଥୋ ଲ୍ୟାବକୁ ସିଲ କରାଯାଇଛି। ଲ୍ୟାବର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚାଲୁଥିବାରୁ ତହସିଲଦାର ସିଲ୍ କରିଛନ୍ତିା “ମୋ ସରକାର” କାର୍ଯ୍ୟକାରିତାକୁ ଗୁରୁତ୍ବର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲା ଗସ୍ତ କରି ୫ଟି ସଚିବ ଭ.କେ ପାଣ୍ଡିଆନ ବୁଲି ରୋଗୀଙ୍କ ସୁବିଧା ସମ୍ପର୍କରେ ବୁଝିଥିଲେ। ଆଜି ଭ.କେ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ “ମୋ ସରକାର” କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜଣେ ରୋଗୀଙ୍କ ବ୍ଲଡ଼ ରିପୋର୍ଟ ମେଡିକାଲ ରୋଡ଼ରେ ଥିବା ଏକ ପାଥୋ ଲ୍ୟାବରେ ଯାଂଚ କରାଯାଇଥିଲା। ସେହି ଲ୍ୟାବର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ନଥାଇ ବେଆଇନ ଭାବେ ଚାଲୁଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଲ୍ୟାବଟିକୁ ସିଲ କରିଛନ୍ତି।

Read More

ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ଓ ୧୩୭ ରନରେ ହରାଇଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜକୁ ୨-୦ରେ ହାତେଇନେଇଛି। ପ୍ରଥମ ଇନିଂସରେ ଭାରତର ୬୦୧ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ୟ ଦିବସ ଶେଷ ସୁଦ୍ଧା ୨୭୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ଭାରତ ଭ୍ରମଣକାରୀ ଦଳକୁ ଫଲୋଅନ୍‌ ଦେଇଥିଲା। ଫଳରେ ୪ର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଦୁଇଟି…

Read More

ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଚାଲିଛି ଏବେ ନିର୍ବାଚନୀ ପ୍ରଚାର। ଆଜି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜଲଗାଁବରେ ପ୍ରଚାର କରିଛନ୍ତି ମୋଦୀ। ଦେଶର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ନିର୍ବାଚନୀ ପ୍ରଚାର ଅବସରରେ ଚଳିତ ଲୋକସଭା ନିର୍ବାଚନ ଫଳାଫଳକୁ ଦୋହରାଇଛନ୍ତି ମୋଦି। ନିର୍ବାଚନରେ ଯେଉଁ ଜନାଦେଶ ଆସିଲା ୧୨୦ କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସମ୍ଭବ କରିବାକୁ ଏକ ପ୍ରୟାସ। ଆଜି ସାରା ଦୁନିଆ ନୂଆ ଭାରତର ଉତ୍ସାହ ଦେଖୁଛି। ସେ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିନସେନା ମିଳିତଭାବେ ଏନ୍‌ସିପି ଓ କଂଗ୍ରେସ ସହିତ ଲଢ଼ୁଛନ୍ତି। କଂଗ୍ରେସ ତରଫରୁ ଆଜି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ରାହୁଲ୍‌…

Read More

ନେଦରଲାଣ୍ଡର ରାଜା ୱିଲିୟମ-ଆଲେକଜେଣ୍ଡର ଏବଂ ରାଣୀ ମୌକ୍ସିମା  ପାଞ୍ଚଦିନିଆ ଭାରତ ଗସ୍ତ କରୁଛନ୍ତି। ରବିବାର ଦିନ ଏହି ଗ୍ରସ୍ତ ଆରମ୍ଭ କରିବେ ନେଦରଲାଣ୍ଡ ରାଜ ଦମ୍ପତି। ୧୪ ଅକ୍ଟୋବରରୁ ୧୮ ଅକ୍ଟୋବରର ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଯୋଗ ଉପରେ ଭାରତର ଶୀର୍ଷ ନେତୃତ୍ୱଙ୍କ ବୈଠକ କରିବେ। ୨୦୧୩ମସିହାରେ ରାଜ ସିଂହାସନ ସମ୍ଭାଳିବା ପରେ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କ ଏହା ପ୍ରଥମ  ଭାରତ ଗସ୍ତ ହେବ। ନେଦରଲାଣ୍ଡର ରାଜଦମ୍ପତିଙ୍କ ସହ ତାଙ୍କର କ୍ୟାବିନେଟର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିବେ।

Read More

ଜୁଇରୁ ଜୀଇଁଲେ ବ୍ୟକ୍ତି। ଗଂଜାମ ଜିଲ୍ଲା ସୋରଡା ଅଂଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜୁଇରେ ଶୋଇଥିବା ଜଣେ ବ୍ୟକ୍ତି ଉଠି ଆସିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସୂଚନାନୁସାରେ, ସୋରଡା ବ୍ଲକ ହରିପୁର ଗ୍ରାମର ସୀମାଂଚଳ ନାୟକ ନାମକ ଜଣେ ବ୍ୟକ୍ତି ଗତକାଲିଠାରୁ ନିଖୋଜ ଥିଲେ। ଛେଳି ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଆଜି ପରିବାର ଲୋକେ ସେ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାସହ ସୀମାଂଚଳ ମୃତ୍ୟୁବରଣ କରିଥିବା ସେମାନେ ଭାବି ନେଇଥିଲେ। ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରିଥିଲେ। ରୀତିନୀତିରେ ସାମାଂଚଳକୁ ଜୁଇରେ ରଖି ପୋଡୁଥିବା ସମୟରେ ଚକିତ କଲାଭଳି ଘଟଣା ଘଟିଥିଲା। ହଠାତ ସାମାଞ୍ଚଳ ଜୁଇରୁ ଉଠିଥିଲେ। ଏହା ପରେ ତାଙ୍କୁ ପରିବାର ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ସୀମାଂଚଳ ସୁସ୍ଥ ଥିବା ଜଣାପଡିଛି।

Read More

୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ସହିତ ୫ଟି ସଚିବଙ୍କ ଟିମ୍ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ମଧ୍ୟ ଗସ୍ତ କରିଥିଲେ। ଏହି ଟିମ୍ ବହୁ ସମୟ ଧରି ସେଠାରେ ରହିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ। ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ  ‘ମୋ ସରକାର’ର କାର୍ଯ୍ୟକାରିତା ଯାଞ୍ଚ ସହ ମତ ମଧ୍ୟ ନେଇଛନ୍ତି ୫ଟି ସଚିବ।

Read More

କଟକ ଚୌଦ୍ବାରରେ କମିସନରେଟ ପୋଲିସ ଏନ୍‌କାଉଣ୍ଟର କରିଛି। ଏହି  ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଜିତୁ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିତୁ ପାଖରୁ ଗୋଟିଏ ବନ୍ଧୁକ ସହିତ ଗୁଳି ଜବତ କରାଯାଇଛି। ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସେ ସଂପୃକ୍ତ ଥିବା ପୁଲିସ୍ କହିଛି। ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ମିଳିଥିବା ସୂଚନା ଅନୁସାରେ ଜିତୁ ଚୌଦ୍ୱାର ନିକଟସ୍ଥ ଜଙ୍ଗଲରେ ଥିବା ଖବର ପାଇ ଆଜି ସକାଳେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ ତରଫରୁ ସେଠାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜିତୁ ପୁଲିସ୍ ଉପରକୁ ଗୁଳି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ଜିତୁ ଆହତ ହୋଇଥିଲା ଓ ଧରାପଡ଼ିଥିଲା।

Read More

ରଙ୍ଗାଚରଣ ପ୍ରଧାନ ଶ୍ରୀମାନ୍ ରବିଶଙ୍କର ପ୍ରସାଦଙ୍କ ବକ୍ତବ୍ୟକୁ ହସରେ ଉଡାଇ ହେବନାହିଁ। ସେ ଜଣେ ନାମକରା ଓକିଲ। ପଢାଲେଖା ଲୋକ। ଉଭୟ ବାଜପେୟୀ ଓ ମୋଦୀ ସରକାରରେ ସେ ବହୁତ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି। ତେଣୁ ଗତ ଶନିବାର ଦିନ ଯେତେବେଳେ ସେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ବା ସ୍ଲୋଡାଉନ୍ ନାହିଁ ବୋଲି କହିବା ପାଇଁ ତିନୋଟି ଫିଲିମ୍ ର ଟିକେଟ ବିକ୍ରି ଉଦାହରଣ ଦେଲେ ତାହାକୁ ଆମେ ଗୁରୁତ୍ବର ସହ ବିଚାର କରିବା ଉଚିତ୍। ମନେ ରଖନ୍ତୁ, ରବିଶଙ୍କର ପ୍ରସାଦ ଏ କଥା କୌଣସି ଥଟ୍ଟା ପରିହାସରେ କହି ନାହାନ୍ତି। କାରଣ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିବା ପାଇଁ ତାଙ୍କୁ ଏକ କାଗଜର ନୋଟ୍ ଧରାଇ ଦିଆଯାଇଥିଲା ଯାହାକୁ ପଢି ସେ କହୁଥିଲେ। ସେ ମୁମ୍ବାଇରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହୁଥିବା ବେଳେ ତାଙ୍କରି ସରକାରଙ୍କର ପରିସଂଖ୍ୟାନ ବିଭାଗ ଘୋଷଣା କଲା ଯେ…

Read More

ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିଜର ସଂକଳ୍ପ ପତ୍ର ଜାରି କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା, ହରିୟାଣା ପ୍ରଭାରୀ ଅନୀଲ ଜୈନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଦି ଉପସ୍ଥିତ ଥିଲେ। ୩୨ ପୃଷ୍ଠାର ଏହି ଇସ୍ତାହାରକୁ ‘ଆମ ସ୍ବପ୍ନର ହରିୟାଣା’ ବୋଲି ନାମ ଦେଇଛି। ଏଥିରେ କୃଷକ, ଗରିବ, ଯୁବକ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ନାଗରିକ ସୁବିଧାକୁ ବୃଦ୍ଧି କରିବା ଉପରେ ଫୋକସ ରଖାଯାଇଛି। ପୂର୍ବରୁ ଅକ୍ଟୋବର ୧୧ରେ କଂଗ୍ରେସ ହରିୟାଣା ପାଇଁ ଘୋଷଣାପତ୍ର ଜାରି କରିଥିଲା। ଆସନ୍ତା ଅକ୍ଟୋବର ୨୧ ତାରିଖରେ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Read More

ରାଜଧାନୀ ଭୁବନେଶ୍ୱର ଭିଏସଏସ ନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଭିଏସଏସ ନଗରର ଏକ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଆଜି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ପରେ ସେଠାକୁ ଯାଇ ସ୍ଥାନୀୟ ଲୋକେ ସେହି ଘର ଭିତରେ ଜଣେ ଯୁବକଙ୍କ ମୃତଦେହ ଦେଖିଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୁନାଖଳାର ଅବକାଶ ପାଇକରାୟ। ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ ଚାକିରି କରୁଥିଲେ ଅବକାଶ।

Read More

KATHMANDU, Oct. 13, 2019 (Xinhua) — Chinese President Xi Jinping attends a welcome ceremony held by Nepali President Bidya Devi Bhandari upon his arrival at the airport in Kathmandu, Nepal, Oct. 12, 2019. Xi Jinping arrived in Kathmandu on Saturday for a state visit to Nepal. Xinhua/UNI PHOTO-4F

Read More

ସମୀକ୍ଷା ବ୍ୟୁରୋ କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦର ସିଡିଏମ୍‌ଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।  ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ ନିଲମ୍ବିତ ।  ‘ମୋ ସରକାର’ କାର୍ଯ୍ୟକାରିତାରେ ଅବହେଳା ଅଭିଯୋଗ ହୋଇଛି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁଁ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ କାରଣ ଦର୍ଶାଆ ନୋଟିସ୍‌ ଜାରି କରିଛନ୍ତି ।  ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟ ସରକାର  ୫ଟିକୁ ଭିତ୍ତିକରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫୋକ୍‌ସ୍‌ରେ ରହିଛି ରହିଛି ଥାନା ଓ ଡାକ୍ତରଖାନା । ନିକଟରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରାସ୍ତାରେ ପ୍ରସବକୁ ନେଇ ‘ମୋ ସରକାର’ ଯୋଜନାକୁ ନେଇ ପ୍ରଶ୍ନବାଚୀ ଉଠିଥିବାବେଳେ  । ଏହି କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ…

Read More