ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,1/12: ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍ ଚେର ଲମ୍ବିବାରେ ଲାଗିଛି। ଖଣ୍ଡଗିରିର ଏମ୍ସ ନଗରର ଏକ ହୋଟେଲ୍ରରେ ଚଢାଉ କରି ପୋଲିସ 2 ଦଲାଲଙ୍କ ସମେତ 6 ଜଣଙ୍କୁ ଗିରଫ କରିଛି। ଏହା ସହିତ 6 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି। ଏହି ଘଟଣା ସହ ନିଜର ସମ୍ପୃକ୍ତିକୁ ହୋଟେଲ ମାଲିକ ଅସ୍ବୀକାର କରିଛନ୍ତି।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଆପଣଙ୍କୁ ଆଉ ଟୋଲଗେଟ୍ରେ ଟୋଲ ଫି ଦେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି। ଫାସଟ୍ୟାଗ୍ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟୋଲ୍ ଗେଟ୍ ପାଇଁ ଟଙ୍କା କଟିବ। ଫାସ ଟ୍ୟାଗ୍ ସ୍କାନ ହେବା ପରେ ଗାଡି ଚାଳକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଟୋଲ୍ ଗେ ରେ ଅପେକ୍ଷା ଦ୍ଵାରା ହେଉଥିବା ସମୟ ଅପଚୟକୁ କମ କରିବାକୁ ଏହି ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରାଯାଇଛି। ପ୍ରଥମେ ଏହି ଫାସ ଟ୍ୟାଗ କୁ ଡିସେମ୍ବର ପହିଲାରୁ ବାଧ୍ୟତାମୂଳକ କରଯାଇଥିଲା କିନ୍ତୁ ଏବେ ତାର ଅବଧି ଡିସେମ୍ବର ୧୫ ଯାଏଁ ବୃଦ୍ଧି କରା ଯାଇଛି। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜାଗୁଡିକୁ ଫାସଟ୍ୟାଗରେ ପରିଣତ କରାଯିବ। ନଗଦ ଅର୍ଥ ଦେବା ପାଇଁ ମଧ୍ୟ ଗୋଟିଏ ଲେନ ରହିବ। ଫାସ ଟ୍ୟାଗ ବ୍ୟବହାର କଲେ ନଗଦ ଅର୍ଥ ଠାରୁ ଅପେକ୍ଷାକୃତ କମ ଟଙ୍କା ପଇଠ…
ADEN (YEMEN), DEC 1 (Xinhua) — Yemeni people perform traditional dance to celebrate the national independence day on a main street in Aden city, Yemen, Nov. 30, 2019. Scores of people gathered on Saturday to mark and celebrate the anniversary of the national independence day in Yemen’s southern port city of Aden. Xinhua/UNI PHOTO-6F
BEIJING, Dec. 1, 2019 (Xinhua) — Dancers perform during the opening ceremony of the SEA Games 2019 in Bulacan Province, the Philippines, Nov. 30, 2019. Xinhua/UNI PHOTO-1F
ZAGREB, Dec. 1, 2019 (Xinhua) — Members of an ice skating club perform “Nutcracker” at the opening ceremony of an ice park at Tomislav Square in Zagreb, Croatia, on Nov. 30, 2019. Celebrations of the Advent kicked off here on Saturday. Xinhua/UNI PHOTO-
ମୁମ୍ବାଇ,1/12: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଦେବେନ୍ଦ୍ର ଫଡନବିସ୍ ନିର୍ବାଚିତ ହୋଇଛନ୍ତି । ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥୋରାଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତିଙ୍କ ବିରୋଧୀ ଘୋଷଣା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ, ୧/୧୨ : ଭାରତ ସରକାରଙ୍କ ଦୁର୍ନୀତି ବିରୋଧୀ ସଂସ୍ଥା ଲୋକପାଳ ସ୍ଥାପନକୁ ବର୍ଷେ ପୁରିଲାଣି। ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲାର ବିଚାର କରାଯାଇନାହିଁ କିନ୍ତୁ ରହଣି ବାବଦରେ ଖର୍ଚ୍ଚ ହୋଇଛି ୩.୮୫ କୋଟି। ୧୦୦୦ରୁ ଅଧିକ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବି ମାମଲାର ଶୁଣାଣି ହୋଇନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଲୋକପାଳଙ୍କ ରହଣୀ ବାବଦରେ ନୂଆଦିଲ୍ଲୀ ସ୍ଥିତ ଅଶୋକା ହୋଟେଲକୁ ମାଳସିକ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩.୮୫ କୋଟି ଟଙ୍କାର ଭଡା ପ୍ରଦାନ କରାଯାଇସାରିଛି। ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ୩୧, ୨୦୧୯ ସୁଦ୍ଧା ୧୧୬୦ଟି ମାମଲା ଲୋକପାଳଙ୍କ ନିକଟରେ ପଞ୍ଜୀକୃତ ହୋଇଛି। ଜଣେ ୧୮ ବର୍ଷୀୟ ଛାତ୍ର ଶୁଭମ୍ ଖତ୍ରୀ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ…
ଦୁଷ୍ମନ୍ତ ପଣ୍ଡା/ସମୀକ୍ଷା ବ୍ୟୁରୋ : ଚାଷୀଙ୍କ କଷ୍ଟୋପାର୍ଜିତ ଧାନର ଉଚିତ ମୂଲ୍ୟ ଯୋଗାଇ ଦେବାକୁ ସରକାର ନାନା ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ନିରୀହ ଚାଷୀ। ବିଳମ୍ବିତ ମଣ୍ଡି, ସରକାରୀ ଅବ୍ୟବସ୍ଥା ସାଙ୍ଗକୁ ମଣ୍ଡିରେ ମିଲର୍ସ ରାଜ ଚାଷୀଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି। ଚାଷୀ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହି ଧାନ ବିକ୍ରି କରି ଆଗାମୀ ରବି ଚାଷ ପାଇଁ ବ୍ୟବସ୍ଥା କରିବାକୁ ଆଶା ରଖିଥିବା ବେଳେ ମଣ୍ଡିରେ ମିଲର୍ସମାନଙ୍କ ଦୌରାତ୍ମ୍ୟର ଶିକାର ହେବାକୁ ପଡୁଛି। ମଣ୍ଡିରେ ମିଲର୍ସମାନଙ୍କ ଟାଳଟୁଳ ନୀତିରେ ବିଚାରା ଚାଷୀ ବାଧ୍ୟ ହୋଇ କ୍ବିଣ୍ଟାଲ ପିଛା ପାଞ୍ଚରୁ ଦଶ କେଜି ଅଧିକ ଶସ୍ୟ ଦେବାକୁ ବାଧ୍ୟ ହେଉଛି। ଏହା ବାଦ୍ ଚାଷୀଙ୍କ ଅଜାଣତରେ କୌଶଳ କରି ମିଲର୍ସମାନେ ଅଧିକ ଧାନ ଅଥବା ଶସ୍ୟ ନେଉଥିବାର ଅଭିଯୋଗ ହୋଇଛି। ବିଶେଷକରି ଧାନ ଓଜନ ସମୟରେ ବସ୍ତା ନାମରେ ପ୍ରତି ବସ୍ତା…
ସମୀକ୍ଷା ବ୍ୟୁରୋ ବାଣପୁର, ୧/୧୨: ଡିସେମ୍ବର ୧ ତାରିଖ ବିଶ୍ବ ଏଡସ୍ ଦିବସ ଅବସରରେ ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ବିଦ୍ୟାଳୟ ପରିସରେ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଲେବଲ୍ ସର୍ଭିସ୍ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବଜଜ୍ ତଥା ଆସିଷ୍ଟାଣ୍ଟ୍ ସେସନ୍ ଜଜ୍ ଦିଲ୍ଲୀପ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ତାଲୁକ୍ ଲେବଲ୍ର ସର୍ଭିସ୍ କମିଟିର ପାରାଲେବଲ୍ ଭଲେଣ୍ଟିଆର୍ ରାଜକିଶୋର ରଥ, ଗୋଦାବରୀଶ ସାହୁ, ଏସ୍ ମଇନୁଉଲ୍ଲ ହକ୍, ଲିଗାଲ୍ ସେଲ୍ର ସଦସ୍ୟ ଜଗଦୀଶ ପଟ୍ଟନାୟକ, ଏକତା ପରିଷଦର ମ୍ୟାନେଜିଂ ଟ୍ରଷ୍ଟ ତଥା ଲିଗାଲ୍ ସେଲ୍ ସଦସ୍ୟା ସନ୍ଧ୍ୟାରାଣୀ ଦେବୀ, ଅରଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ପାଣିଗ୍ରାହୀ, ସହକାରୀ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅରାଙ୍ଗ ପଞ୍ଚାୟତର ସରପଞ୍ଚ ଆଶାମଣି ସାହୁ, ଅରାଙ୍ଗ ଅଙ୍ଗନଓ୍ବାର୍ଡି କର୍ମୀ, ଧୂଆଁନଳି ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ,…
ସମୀକ୍ଷା ବ୍ୟୁରୋ କଳାହାଣ୍ଡି, ୧/୧୨: କଳାହାଣ୍ଡି ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ ଜଣ ବାଳିକା ପ୍ରାଣ ହରାଇଛନ୍ତି। ଶନିବାର ଘଟିଥିବା ଅଗ୍ନିକାଣ୍ଡରେ ତିନି ବାଳିକା କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। କଳାହାଣ୍ଡିର କୋକସରା ଥାନା ଅନ୍ତର୍ଗତ ମହିମା ଗ୍ରାମପଞ୍ଚାୟତର ବିଜମାରା ଗ୍ରାମରେ ଏହି ଘଟଣା ଘଟିଥିଲା। ଖେଳୁଥିବା ସମୟରେ ଦୁଇ ଜାଆଁଳା ଭଉଣୀ ରୋଜି ଏବଂ ଡେଜିଙ୍କ ସହିତ ରଚନା ରାଉତ ନାମକ ଅନ୍ୟ ଜଣେ ବାଳିକା ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପାଇଁ ତିନି ଜଣଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଳାହାଣ୍ଡି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ସମସ୍ତଙ୍କ ପ୍ରାଣହାନି ଘଟିଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୁମ୍ବାଇ,1/12 : ମହରାଷ୍ଟ୍ରର ନୂତନ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ନାନା ପଟୋଲେ । ବିଜେପିର କିଶାନ କୋଠାରୀ ବାଚସ୍ପତି ଦୌଡରୁ ଓହରିବା ପରେ ନାନା ପଟୋଲେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଗତକାଲି ସରକାର ଫ୍ଲୋର ଟେଷ୍ଟରେ ପାସ କରିବା ପରେ ବିରୋଧୀ ଦଳ ବିଜେପି ନିଜର ବାଚସ୍ପତି ପ୍ରାର୍ଥୀତ୍ବ ପ୍ରତ୍ୟାହାର କରି ନେଇଥିଲେ । କୋଠାରେଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର ପରେ ନାନା ପଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ବୋଲି ଏନ୍ସିପି ନେତା ଛଗନ ଭୁଜବଳ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନାନା ପଟୋଲେ ସକୋଲିରୁ କଂଗ୍ରେସ ବିଧାୟକ ରହିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଜଗନ୍ନାଥ ପ୍ରସାଦ, ୧/୧୨: ଉଦ୍ୟାନ କୃଷି ବିଭାଗ ତରଫରୁ ଜଗନ୍ନାଥ ପ୍ରସାଦଠାରେ କୃଷି ସଚେତନତା ଓ ପନିପରିବା ଚାଷ ସମ୍ପର୍କିତ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ କୃଷି ଓ ସୂଚନା କେନ୍ଦ୍ର ଓ ପରାମର୍ଶ କେନ୍ଦ୍ରଠାରେ ତାରା ସିଂ, କୋକଳବା, ବିଡିପୁର, ପ୍ରତାପପୁର, ଅଳସୁ, ଚଡ଼ିଆପଲ୍ଲୀ, ଅଲାଡ଼ି, ଛାମୁଣ୍ଡା ଆଦି ବିଭିନ୍ନ ଅଞ୍ଚଳର କୋଡ଼ିଏ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଆଦି ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ…
DOHA, Dec. 1, 2019 (Xinhua) — Abdulaziz AL Maqbali (R) of Oman vies with Siltan Alenezi of Kuwait during the 24th Arabian Gulf Cup 2019 Group B football match at the Abdullah bin Khalifa Stadium in Doha, capital of Qatar, Nov. 30, 2019. Xinhua/UNI PHOTO-4F
ସମୀକ୍ଷା ବ୍ୟୁରୋ ବାଣପୁର, ୧/୧୨: ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଧୀନ ନାଚୁଣୀ ବଜାରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଛି। ନାଚୁଣୀ ବଜାର ମଧ୍ୟସ୍ଥଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଆଲମାରୀ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାରମାନ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାଚୁଣୀ ବଜାରରେ ରହୁଥିବା ଗୋତପଲ୍ଲୀ ଗ୍ରାମର ଭାଗିରଥୀ ରାଉତରରାୟ ନାମକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଶନିବାର ଦିନ ଦ୍ବିପ୍ରହରରେ ଭାଗିରଥୀ ତାଙ୍କ ପତ୍ନୀଙ୍କ ସହିତ ପାଣ୍ଡବାଶୁଣୀ ମନ୍ଦିରରେ ମାନସିକ ଭୋଜିରେ ବ୍ୟସ୍ତ ଥିବାବେଳେ ତାଙ୍କ ଘର ମୁଖ୍ୟ ଦରଜା ଓ ଆଲମାରୀ ଖୋଲାଥିବା ସମ୍ପର୍କରେ ତାଙ୍କ ନାବାଳକ ପୁତ୍ର ମା’ ବାପାଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଭାଗିରଥୀ ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିବା ପରେ ତାଙ୍କ ଘର ତାଲା ଭଙ୍ଗାଯାଇଥିଲା ଓ ଆଲମାରିରୁ ନଗଦ ଟଙ୍କା ଏବଂ ସୁନାଅଳଙ୍କାର ଲୁଟ୍ ହୋଇଥିବାର ଜାଣିଥିଲେ।…
ନୂଆଦିଲ୍ଲୀ,1/12: ଦେଶର ଜିଡିପିରେ ହ୍ରାସ ଘଟିବା ନେଇ ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କୁ ବର୍ତ୍ତମାନ ନିଜ ଦଳର ସଦସ୍ୟଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ସ୍ବାମୀ । ନିର୍ମଳା ସୀତାରମଣଙ୍କୁ ଅର୍ଥନୀତି ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ହାଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ସ୍ବାମୀ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସରକାର ଜିଡିପି 4.5 ରହିଥିବା କହୁଥିଲେ ମଧ୍ୟ ବାସ୍ତବରେ ଏହା 1.5ରୁ 2 ପ୍ରତିଶତ ମଧ୍ୟରେ ରହିଛି ବୋଲି ସ୍ବାମୀ କହିଥିଲେ । ବିଗତ 6 ବର୍ଷ ମଧ୍ୟରେ ଏହା ଭାରତୀୟ ଅର୍ଥନୀତିର ଏହା ସବୁଠାରୁ ଖରାପ ପ୍ରଦର୍ଶନ ବୋଲି ସ୍ବାମୀ ମତ ଦେଇଛନ୍ତି । ସୀତାରମଣଙ୍କର ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଅଭିଜ୍ଞତାର ଅଭାବ ଦେଶର ଅର୍ଥନୀତିକୁ ନିମ୍ନଗାମୀ କରୁଛି ବୋଲି ସ୍ବାମୀ କହିଛନ୍ତି ।…
କାବୁଲ :1/12 : ଆଫଗାନିସ୍ତିାନରେ ଏକ ବିମାନ ଆକ୍ରମଣରେ ଜଣେ ନବଜାତ ଶିଶୁ ସମେତ 8 ଜଣଙ୍କ ପ୍ରାଣହାନି ଘଟିଛି । ଆଫଗାନିସ୍ତାନର ଖୋସ୍ତ ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଆମେରିକୀୟ ସେନା ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ଶୁକ୍ରବାର ଜନ୍ମ ନେଇଥିବା ଜଣେ ନବଜାତ ଶିଶୁ ପ୍ରାଣ ହରାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ମହିଳା, ଦୁଇ ଜଣ ଶିଶୁ ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିଲେ । ପରିବାରର ପାଞ୍ଚ ଜଣଙ୍କ ବ୍ୟତିତ ଅନ୍ୟ ତିନି ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ନେଇ ଖୋସ୍ତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ତାଲେବ ମଙ୍ଗଲ । (ଏଜେନ୍ସୀ)
AGRA, NOV 30 (UNI):- A painter on AIDS Day giving message through painting to bring awareness in Saturday. UNI PHOTO-113U
HYDERABAD, NOV 30 (UNI) : VSD Students & women Paying Tributes In Front of Candle Light In Front of ( Vidyarthi Seva Dal ) Organized Candle Light Program, for Justice Brutal Rape and Murder of Veterinary Dr Priyanka Reddy, in Hyderabad on Saturday. UNI PHOTO RAO19U
ବ୍ରହ୍ମପୁର,୧/୧୨: ହାଇଦ୍ରାବାଦରେ କାର୍ଯ୍ୟରତ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି। ଏପରି ପାଶବିକ ଘଟଣାର ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ବର୍ବର ଘଟଣାର ଅଭିଯୁକ୍ତକୁ ଫାଶି ଦିଆଯାଉ ବୋଲି ଛାତ୍ରୀ ସ୍ମୃତି ସୁଦ୍ଧା ସାହୁ କହିଛନ୍ତି। ଏହି ଶୋଭାଯାତ୍ରାରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ, ମୋବାଇଲ : ୭୭୮୭୯୭୩୫୬୭
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୧/୧୨: ଗଞ୍ଜାମ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ବେକରୁ ଚେନ୍ ଚୋରି ହୋଇଛି। ହିଞ୍ଜିଳିକାଟୁର ମାଣିକ ନଗରଠାରେ ବାଇକ୍ରେ ଆସି ୨ ଦୁର୍ବୃତ୍ତ ପ୍ରାୟ ୪ ଭରି ଓଜନର ୨ଟି ସୁନା ଚେନ୍ ଝାମ୍ପି ନେଇଛନ୍ତି। ଏନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମର ସସ୍ମିତା ସୁବୁଦ୍ଧିଙ୍କ ବେକରୁ ଚେନ୍ ଚୋରି ହେବାର ଅଭିଯୋଗ ହୋଇଛି । ସ୍ବାମୀ ବାଲାଜୀ ସୁବୁଦ୍ଧିଙ୍କ ସହିତ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ପଦ୍ମାବତୀ ନଗରର ଜଣେ ସମ୍ପର୍କୀୟଙ୍କ ଘରକୁ ଉଭୟ ଚାଲି ଚାଲି ଯାଉଥିଲେ।ମାଣିକ ନଗର ୫ମ ଲାଇନ୍ ନିକଟରେ ୨ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସସ୍ମିତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଆଖି ପିଛୁଲାକେ ଚମ୍ପଟ ମାରିଥିଲେ। ଏନେଇ ସସ୍ମିତା ହିଞ୍ଜିଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

