Author: Samikhsya Bureau

ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି । ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର । ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା,…

Read More

ସମୀକ୍ଷା ବ୍ୟୁରୋ ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଅସଦାଚରଣ ଅଭିଯୋଗରେ ବାରିପଦାସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂରାଜୀ ବିଭାଗ ମୁଖ୍ୟ ବିଦ୍ୟାଧର ଅଣ୍ଡିଆ ଗିରଫ ହୋଇଛନ୍ତି । କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି ରହିଥିଲା । କଲେଜ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି ରହିଥିଲେ । ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ପୁଲିସ୍‌ ଅଧ୍ୟାପକଙ୍କୁ ଗିରଫ କରି ପଚରାଉଚରା କରୁଛି ।

Read More

ସମୀକ୍ଷା ବ୍ୟୁରୋ ସାଲେପୁରରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଯାତ୍ରାପାର୍ଟି ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ୍‌ । ପରିବାର ସହ ଯାତ୍ରା ଦେଖିବାକୁ ଯାଇଥିବା ନେମାଳର ଏହି 6 ବର୍ଷୀୟା ବାଳିକାକୁ ଦୁଷ୍କର୍ମର ଅଭିଯୋଗ ଆସିଛି । ଯାତ୍ରା ପାର୍ଟିର କୌଣସି ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ୍‌ ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଛି । ନେମାଳ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Read More

ନୂଆଦିଲ୍ଲୀ,22/11  ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ ପ୍ଲସ୍‌କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିବା ପରେ ପ୍ରିୟଙ୍କା ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, 1985ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସ୍ଥାପନ କରାଯାଇଥିବା ଏସ୍‌ପିଜି 1988 ମସିହା ପର ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)

Read More

କେଦାର ମିଶ୍ର କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି,…

Read More

କୋଲକାତା : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆଜି ଇଡେନ ଗାର୍ଡେନ୍‌ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଗୋଲାପି ବଲ୍‌ ଓ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଇନ୍ଦୋରରେ ଭାରତୀୟ ପେସ୍ ବୋଲରଙ୍କ ମୁକାବିଲା କରିବାରେ ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିବା ବେଳେ ଗୋଲାପି ବଲ୍‌ରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ସେମାନେ ରହିଛନ୍ତି। ତେବେ ଫ୍ଲଡ୍‌ଲାଇଟ୍‌ରେ ଗୋଲାପି ବଲ୍‌ର ମୁକାବିଲାକୁ ନେଇ ଉଭୟ ଦଳ ସମସ୍ୟାରେ ରହିଥିବା ଜଣାପଡିଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏରୁ ଦୁଇଟି ପରିବର୍ତ୍ତନର ସମ୍ଭାବନା ରହିଛି। (ଏଜେନ୍ସୀ)

Read More

ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।

Read More

TORONTO, Sept. 13, 2019 (Xinhua) — Actress Priyanka Chopra Jonas (C) takes selfies with fans before the world premiere of the film “The Sky Is Pink” at Roy Thomson Hall during the 2019 Toronto International Film Festival (TIFF) in Toronto, Canada, on Sept. 13, 2019. (Photo by Zou Zheng/Xinhua/IANS)

Read More

ଥାଇଲାଣ୍ଡ, 21/11: ଥାଇଲାଣ୍ଡରେ ଏକ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଦିନ ଉତ୍ତର ଥାଇଲାଣ୍ଡ ଏବଂ ଲାଓସରେ ଏହି ଭୂକମ୍ପର ତାଣ୍ଡବ ଦେଖିବାକୁ ମିଳିଥିଲା । ଭୂମିକମ୍ପ ପ୍ରଭାବରେ ନାନ୍‌ ଅଞ୍ଚଳରେ ଶତାଧିକ ଘର ଭୁଷୁଡି ପଡିଛି । ଲାଓସ୍‌ରେ ଦିନ 11ଟାରେ ଏହି ଭୂକମ୍ପର ମୃଦୁ ଝଟ୍‌କା ଅନୁଭୂତ ହୋଇଥିଲା । ଏହା ସହିତ ନାନ୍‌ରେ ଏକ 5ଶହ ବର୍ଷ ପୁରୁଣା ମନ୍ଦିର ମଧ୍ୟ ଭାଙ୍ଗି ଯାଇଥିବା ଜଣା ପଡିଛି । ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Read More