ଜାମ୍ମୁକାଶ୍ମୀରର ଡୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ୟାକ୍ସି ଖାଇ ମଧ୍ୟକୁ ଖସି ପଡ଼ିବାରୁ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପାହାଡିଆ ଅଂଚଳରୁ ଏକ ଟ୍ୟାକ୍ସି ଡୋଡା ଜିଲ୍ଲା ବଟୋତେ- କିସ୍ତୱାର ଜାତୀୟ ରାଜପଥରେ ଆସୁଥିଲା। ଯାତ୍ରୀ ଧାରଣା କ୍ଷମତାଠାରୁ ଟ୍ୟାକ୍ସିରେ ଅଧିକ ଯାତ୍ରୀ ଥିବାରୁ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ପ୍ରାୟ ୨ହଜାର ଫୁଟ ଖାଇ ମଧ୍ୟକୁ ଖସି ପଡ଼ିଛି । ଘଟଣାସ୍ଥଳରେ ହିଁ ୧୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୩ଜଣ ଗୁରୁତର ଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚିଛି।
Author: Samikhsya Bureau
Mumbai: Actress Urvashi Rautela during the promotions of her upcoming film “Pagalpanti” in Mumbai
Mumbai: Actors Arshad Warsi and Urvashi Rautela during the promotions of their upcoming film “Pagalpanti” in Mumbai
ଦୀର୍ଘ କୋଡ଼ିଏ ଦିନ ଧରି ମହାରାଷ୍ଯ୍ରରେ ଚାଲିଥିବା ରାଜନୈତିକ ଟଣାଓଟରାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ସୁପାରିଶ୍ କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଅକ୍ଟୋବର ୨୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ଭିତରେ ରାଜ୍ୟପାଳ ଆଜି ତାଙ୍କ ସାମ୍ବିଧାନିକ କ୍ଷମତାର ଉପଯୋଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି। ଚଳିତ ମହାରାଷ୍ଟ୍ର ବିଧାନସଭାରେ ବିଜେପି- ଶିବସେନା ମେଣ୍ଟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ସରକାର ଗଠନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ୫୦- ୫୦ ଫର୍ମୁଲାକୁ ନେଇ ମେଣ୍ଟ ଭାଙ୍ଗିବା ସହିତ ଏନ୍ସିପି ଓ କଂଗ୍ରେସ ସହିତ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ କରିଥିଲା । କିନ୍ତୁ ୨୪ ଘଣ୍ଟାର ସମୟ ଭିତରେ ଶିବସେନା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲା । ମହାରାଷ୍ଟ୍ରରେ…
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ରାଜନୀତିରେ ଅଦ୍ଭୁତ ସ୍ଥିତି ଉପୁଜିଛି। ଗତ କାଲି ସନ୍ଧ୍ୟାରେ ସରକାର ଗଠନ ଲାଗି ଶିବସେନାକୁ ଅଧିକ ସମୟ ଦେବାକୁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶିୟାରି ଏନସିପିକୁ ସରକାର ଗଠନ ଲାଗି ଦାବି ଜଣାଇବାକୁ ୨୪ ଘଣ୍ଟା ସମୟ ଦେଇଥିଲେ। ସେହି ସମୟ ନ ପୂରୁଣୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗି କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଆଦୌ ନୈତିକ ନୁହେଁ। ବିଭିନ୍ନ ସମୟରେ ସୁପ୍ରିମ କୋର୍ଟ ରାଷ୍ଟ୍ରପତି ଶାସନ ଜାରି ଲାଗି ସମ୍ବିଧାନର ଧାରା ୩୫୬ ଲାଗୁ କରିବା କ୍ଷେତ୍ରରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଭାଗ୍ୟକ୍ରମେ ମୋଦୀ ସରକାର ଅମଳରେ ଏହାର ବିରୋଧାଚରଣ ଖୋଲାଖୋଲି ଘଟି ଚାଲିଛି। ନୂଆ ବିଧାନସଭା ଗଠିତ ହେବା ପୂର୍ବରୁ ରାଷ୍ଟ୍ରପତି ଶାସନ ଜାରି କରିବା ଏକ ପ୍ରକାର ଜନମତ ପ୍ରତି ଅବମାନନା ବୋଲି କୁହାଯାଇପାରେ। ଶିବସେନା ସହିତ ବିଜେପିର ସମନ୍ଵୟ ନ ରହିବା ଓ ଏହାର ଏକ ବିକଳ୍ପ…
ମୁମ୍ବାଇ- ( ଏଜେନ୍ସି) ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସମ୍ଭାବନା ଦେଖାଦେଇଛି । ନିର୍ବାଚନ ଫଳାଫଳ ବାହାରିବାର ୨୦ ଦିନ ଭିତରେ ସରକାର ଗଠନ ହେବା ନେଇ ଏବେବି ସନ୍ଦେହ। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ତରଫରୁ ରାଷ୍ଟ୍ରପତି ଶାସନ ଲାଗୁ କରିବା ଅନୁରୋଧକୁ କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏହାରି ମଧ୍ୟରେ ଶିବସେନା ଏହି ଅନୁରୋଧ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଶିବସେନା ତରଫରୁ ଆଇନଜୀବୀ ସୁନିଲ ଫର୍ନାଡିଜ ଏହି ଆବେଦନ ଦାଖଲ କରିଛନ୍ତି । ଶିବସେନା ନିଜର ଆବେଦନରେ ରାଜ୍ୟପାଳଙ୍କ ତରଫରୁ ଦଳକୁ ସରକାର ଗଠନ କରିବା ପାଇଁ ଦିଆଯାଇଥିବା ସମୟକୁ ବୃଦ୍ଧି ନକରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ମିଳିଥିବା ସୂଚନା…
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ନୀରବତା କାରଣରୁ ଆପ୍ ପକ୍ଷରୁ କଂଗ୍ରେସକୁ ସମାଲୋଚନା କରାଯାଉଛି । ଆପ୍ ନେତ୍ରୀ ପ୍ରୀତି ଶର୍ମା ମେନନ କଂଗ୍ରେସ ଦଳର ନେତାମାନଙ୍କୁ ସମାଲୋଚନା କରି ଏକ ଟ୍ବିଟ୍ କରିଛନ୍ତି । କଂଗ୍ରେସ ଦଳର ନେତାମାନେ ରାଷ୍ଟ୍ର ଅପେକ୍ଷା ଦଳକୁ ଭଲ ପାଇଥାନ୍ତି । ଏହି କାରଣରୁ ମହାରାଷ୍ଟ୍ରକୁ ଏକ ପ୍ଲେଟ୍ରେ ସେମାନେ ବିଜେପକୁ ହସ୍ତାନ୍ତର କରିଛନ୍ତି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ନେତାମାନେ ଏନ୍ସିପି ଏବଂ ଶିବସେନା ମେଣ୍ଟକୁ ସହାୟତା କରିବା ଉଚିତ୍ ମାତ୍ର ଲୋକସଭା ନିର୍ବାଚନ ପରି କଂଗ୍ରେସ ପୁନର୍ବାର ବିଜେପିର ସହାୟତା କରୁଛି ବୋଲି ଶର୍ମା ଅଭିଯୋଗ କରିଛନ୍ତି ।
ସମୀକ୍ଷା ବ୍ୟୁରୋ କଂଗ୍ରେସର ମନ୍ତ୍ରଣା ଚାଲିଛି ଯେ ଚାଲିଛି। ଗୋଟେ ପରେ ଗୋଟେ ବୈଠକ ବସୁଛି, ହେଲେ ନିଷ୍ପତ୍ତି ହୋଇପାରୁନି। ଏହାହିଁ କଂଗ୍ରେସର ସଂସ୍କୃତି। ଯେ କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତୃତ୍ଵ ସମୟର ଅପଚୟ କରିବା ଫଳରେ କଂଗ୍ରେସ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗୋଆ ଏବଂ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ମଧ୍ୟ ସରକାର ଗଠନ କରି ନ ପାରିବା ତାର ଉଦାହରଣ। ସମ୍ପ୍ରତି ମହାରାଷ୍ଟ୍ରରେ କଂଗ୍ରେସ ହାତରେ ପରବର୍ତ୍ତୀ ସରକାର ଗଠନର ଚାବିକାଠି ରହିଛି। ଉଭୟ ହରିଆଣା ଓ ମହାରାଷ୍ଟ୍ରରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବୋଲି ଦଳର ଆତ୍ମବିଶ୍ଵାସ ନଥିଲା। ତେବେ ଘଟଣାକ୍ରମେ ଦୁଇଟି ଯାକ ରାଜ୍ୟରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିଛି। ତେବେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାକୁ କଂଗ୍ରେସ ନେତୃତ୍ଵ ଝୁଲାଇ ରଖିବାର ପରିଣତି, ଦଳ ଲାଗି କ୍ଷତିକାରକ ହୋଇପାରେ। ମହାରାଷ୍ଟ୍ରରେ ଆଜିର ରାଜନୈତିକ ବାସ୍ତବତା ହେଉଛି,…
କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ସ୍ମୃତି, ଐତିହ୍ୟ ଓ ପରମ୍ପରାରର ପ୍ରତୀକ ହେଉଛି କଟକର ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାଠାରୁ ବାଲିଯାତ୍ରା ଆରମ୍ଭ ହୁଏ । କଟକ ମହାନଦୀ ପଠାରେ ସାଧବ ସଂସ୍କୃତିକୁ ମନେ ପକାଇ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଏହା ଆଜିଠାରୁ ଆସନ୍ତା ୧୯ ତାରିଖ ଯାଏଁ ଚାଲିବ । କଟକର ବାଲିଯାତ୍ରା ଉତ୍ସବକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରିବେ । ଚଳିତ ଥର ବାଲିଯାତ୍ରାରେ ୪ଟି ମଂଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଯୋଗ ଦେବେ । ଏଥର ବାଲିଯାତ୍ରାକୁ ନିଆରା କରିବା ପାଇଁ ରିକ୍ସା, ପଥୋତ୍ସବ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ଆଦି ବିଭିନ୍ନ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ…
ହଲିଉଡ୍ ଅଭିନେତ୍ରୀ କ୍ରିଷ୍ଟେନ୍ ଷ୍ଟିଓ୍ବାର୍ଟ ନିଜର ଅପ୍କମିଙ୍ଗ ଫିଲ୍ମ ଚାର୍ଲିସ୍ ଏଞ୍ଜେଲ୍ସର ତୃତୀୟ ଭାଗ ପାଇଁ ଏକ ନୂଆ ଅବତାରରେ ନଜର ଆସିଛନ୍ତି । ସର୍ବଦା ନିଜର ଅଲଗା ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିଷ୍ଟେନ୍ ଏହି ଫିଲ୍ମର ପ୍ରମୋସନ ପାଇଁ ପୁଣି ଥରେ ଛୋଟ କେଶରେ ନଜର ଆସିଛନ୍ତି । ସୋମବାର ରାତିରେ ଓ୍ବେଷ୍ଟଉଡ୍ର ରିଜେନ୍ସି ଭିଲେଜ୍ ଥିଏଟରରେ କ୍ରିଷ୍ଟେନ ନିଜ ନୂଆ ଗେଟ୍ ଅପ୍ରେ ଫିଲ୍ମର ପ୍ରିମିୟରରେ ନଜର ଆସିଥିଲେ । ଆସନ୍ତା 14 ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଫିଲ୍ମରେ କ୍ରିଷ୍ଟେନ୍ଙ୍କ ବ୍ୟତୀତ ନାଓମି ସ୍କଟ୍, ଏଲ୍ଲା ବାଲିନ୍ସ୍କା ଏବଂ ହଙ୍ଗର ଗେମ୍ସ ଫେମ୍ ଏଲିଜାବେଥ୍ ବ୍ୟାଙ୍କ୍ସ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।
ଆସନ୍ତାକାଲି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି ବାଚସ୍ପତି ବିଧାନସଭା ପେପର ଲେସ୍ ହେବାକୁ ନେଇ ସୂଚନା ଦେଇଛନ୍ତି । ଏଣିକି ବିଧାୟକମାନେ ଆପ୍ ଜରିଆରେ ପ୍ରଶ୍ନ ପଚାରିବେ ।ଏଣିକି ତାରକା, ଅଣତାରକା ପ୍ରଶ୍ନ ଓ ଉତ୍ତର ମିଳିବ ଏକ ‘ଆପ୍’ରେ । ନୋଭା ଆପ୍ଲିକେଶନ ନାମକ ଏକ ଆପ୍ ଜରିଆରେ ବିଧାୟକମାନେ ପ୍ରଶ୍ନ ପଚାରିପାରିବେ । ପ୍ରଶ୍ନ ଓ ଉତ୍ତର ପାଇଁ ଅନ୍ଲାଇନ୍ରେ ଆବେଦନ କରିବେ ବିଧାୟକ। ଖୁବଶୀଘ୍ର ଓ୍ବାଇଫାଇ ହେବ ବିଧାନସଭା, ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଇ- ବିଧାନସଭା ପାଇଁ ଅତିରିକ୍ତ ବଜେଟ୍ରେ ବି ବ୍ୟୟବରାଦ ହୋଇଛି ।
ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ବି.କେ ର୍ଶମା। ବିଧାନସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇ ଡିସେମ୍ବର ୧୯ ଯାଏଁ ଚାଲିବ। ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହା ସହ ପୂରା ଗାନ୍ଧି ମାର୍ଗ ସିସିଟିଭି ନଜରରେ ରହିବ । ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ସପ୍ତମ ବାଟାଲିୟନର ସ୍ୱତନ୍ତ୍ର ଟିମ ମୁତୟନ ରହିବେ।
ଭାରତୀୟ ସଟ୍ଲର ସୌରଭ ବର୍ମା ହଂକଂ ଓପନ୍ ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହେବା ସହିତ ସୌରଭ ମୁଖ୍ୟ ଡ୍ରରେ ସାମିଲ ହୋଇଛନ୍ତି । ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି ସୌରଭ । ଥାଇଲାଣ୍ଡର ଟାନୋଙ୍ଗସାକ୍ ସାଏନ୍ସୋମ୍ବୁନ୍ସକଙ୍କୁ 21-15 ଏବଂ 21-19 ସେଟ୍ରେ ପରାସ୍ତ କରିଥିବା ବେଳେ ଫ୍ରାନ୍ସର ଲୁକାସ୍ କ୍ଲେୟାରବାଉଟ୍ଙ୍କୁ 21-19 ଏବଂ 21-19 ସେଟ୍ରେ ପରାସ୍ତ କରିଥିଲେ ସୌରଭ । ପ୍ରଥମ ମ୍ୟାଚ୍କୁ ସୌରଭ 45 ମିନିଟ୍ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହେବା ପାଇଁ 47 ମିନିଟ୍ ସମୟ ନେଇଥିଲେ । ସୌରଭଙ୍କ ବ୍ୟତିତ ସିଧାସଳଖ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଳ କରିଥିବା ଅନ୍ୟ ଭାରତୀୟ ଖେଳାଳି ହେଉଛନ୍ତି କିଦାମ୍ବୀ ଶ୍ରୀକାନ୍ତ, ବି ସାଇ ପ୍ରଣୀଥ୍, ସମୀର ବର୍ମା ଏଚ୍ ଏସ୍ ପ୍ରଣୟ ଏବଂ ପି କଶ୍ୟପ୍ ।
Women devotees offering worship after taking holy dip in Ganga river on the occasion of Kartik Purnima on in Patna Tuesday. UNI PHOTO-23U
ମହାରାଷ୍ଟ୍ର ସରକାରକୁ ନେଇ ଚାଲିଥିବା ଘଟଣାକ୍ରମରେ ପୁଣିଥରେ ଏକ ନୂଆ ମୋଡ ଆସିଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଦ୍ବିତୀୟ ସଂଖ୍ୟା ଗରିଷ୍ଠ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ୨୪ ଘଣ୍ଟାର ସମୟସୀମା ମଧ୍ୟରେ ବହୁମତ ସାବ୍ୟସ୍ତ କରି ନପାରିବାରୁ ଶିବସେନା ହାତରୁ ଏହି ସରକାର ଗଢିବାର ଅଫର୍ ଖସି ଆସି ତୃତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏନ୍ସିପି ପାଖରେ ପହଞ୍ଚିଛି । ଏନ୍ସିପିକୁ ମଧ୍ୟ ୨୪ ଘଣ୍ଟାର ମହଲତ ଦିଆଯାଇଛି । ତେବେ ଏନସିପି ରାଜ୍ୟରେସରକାର ଗଢିବାକୁ କସରତ ଚଳାଇଥିବାବେଳେ ଏବେ ଏଥିରେ ନୂଆ ପେଞ୍ଚ ଦେଖିବାକୁ ମିଳିଛି । ଏନ୍ସିପି ଏକାକୀ ସରକାର ଗଢିବାକୁ ଅସମର୍ଥ । ଏଥିପାଇଁ ତାଙ୍କୁ ଶିବସେନା ଓ କଂଗ୍ରେସର ସହଯୋଗ ଆବଶ୍ୟକ । ଶିବସେନା ଯେଉଁ ୫୦-୫୦ ଫର୍ମୁଲା ପାଇଁ ୩୦ ବର୍ଷର ସମ୍ପର୍କକୁ ଛିନ୍ନ କଲା ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର:-ଗାଁରେ ଆଉ ମନଇଚ୍ଛା ଘର କରିପାରିବେ ନାହିଁ। ଦ୍ବିତୀୟ ମହଲା ଘର କଲେ ବି ଅନୁମତି ନେବାକୁ ପଡିବ। ୫୦୦ ବର୍ଗମିଟରଠାରୁ ଅଧିକ ବା ଦୁଇ ମହଲା ଘର ତିଆରି କରିବାକୁ ପଡ଼ିଲେ ଅନୁମତି ନେବାକୁ ପଡ଼ିବ। ପଞ୍ଚାୟତ ସମିତିର ଅନୁମତି ପରେ ୨ ମହଲାରୁ ଅଧିକ ଉଚ୍ଚର ଘର ତିଆରି କରିପାରିବେ। ଯଦି ବିନା ଅନୁମତି କିମ୍ବା ସଠିକ ପ୍ଲାନିଂରେ ଘର ନକରାଯାଏ ତେବେ କଡା କାର୍ଯାନୁଷ୍ଠାନ ହେବ ବୋଲି ଗ୍ରାମ୍ୟ ଓ ନଗର ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ଗାଁ ହେଉ କି ସହର ଯେଉଁଠି ବି ‘ଜି ପ୍ଲସ ୨’ ଘର ନିର୍ମାଣ ହେବ ସେଠି ଅନୁମତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ମୁମ୍ବାଇ-ବଲିଉଡ୍ର ବୁଲ୍ବୁଲ୍ ବା ସ୍ବର ସାମ୍ରାଜ୍ଞୀ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଲୋକପ୍ରିୟ ପ୍ରଚ୍ଛଦ ପଟ୍ଟ ଗାୟିକା ଲତା ମଙ୍ଗେସକର୍ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଗତକାଲି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଥିଲା। ଡାକ୍ତରଙ୍କ ସୂଚନାନୁସାରେ, ଲତାଙ୍କୁ ନିମୋନିଆ ହୋଇଛି। ଏପରିକି ତାଙ୍କ ବାମ ବ୍ରେଟିକୁଲାର ଫେଲ ହୋଇଯାଇଛି । ତେବେ ସଦ୍ୟତମ ସୂଚନା ଅନୁସାରେ ତାଙ୍କ ସ୍ଥାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବାବେଳେ ଅବସ୍ଥା କିନ୍ତୁ ଗମ୍ଭୀର ରହିଛି । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି ଅପ୍ରତିଦ୍ୱନ୍ଦୀ ଗାୟିକା ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ସୁର ସମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ…

