ଶିବସେନା ସହିତ ମେଣ୍ଟ ନେଇ ଅମିତ ଶାହା ଆଶାବାଦୀ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ସଂସଦର ଶୀତକାଳୀନ ବୈଠକ ପୂର୍ବରୁ ଏନ୍ଡିଏର ବୈଠକ ଅବସରରେ ଶାହା ଏହା କହିଥିବା ନେଇ ଅଠାଓ୍ବଲେ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ରରେ ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ସୃଷ୍ଟି ହେବା ସହିତ ମେଣ୍ଟ ଭାଙ୍ଗି ଯାଇଥିଲା । ସାମାଜିକ ନ୍ୟାୟ ବିଭାଗର ମନ୍ତ୍ରୀ ରହିଥିବା ଅଠାଓ୍ବଲେଙ୍କ ଏହି ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ନୂତନ ଚର୍ଚ୍ଚା ଆସିଛି । ଉଭୟ ଦଳ ସରକାର ଗଠନ କରିବେ ମାତ୍ର 50-50 ଫର୍ମୁଲାରେ ସରକାର ଗଠନ ହେବ ନାହିଁ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।
Author: Samikhsya Bureau
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ସୋମବାର ଏବେ ରାଜଧାନୀରେ ଆଉ ଅଡ୍-ଇଭିନ୍ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଚଳିତ ବର୍ଷ ରାଜଧାନୀ ଦିଲ୍ଳୀର ବାୟୁ ପ୍ରଦୂଷଣ ସାଧାରଣ ଜୀବନଯାତ୍ରା ଉପରେ ବିଶେଷ ପ୍ରଭାବ ପକାଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ଅଡ୍-ଇଭିନ୍ର ଆରମ୍ଭ କରାଯାଇଥିଲା । ଏବେ ଦିଲ୍ଲୀଠାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩ଶହକୁ ଖସି ଆସଛି । ଦୀପାବଳିଠାରୁ ଦିଲ୍ଳୀରେ ବାୟୁ ପ୍ରଦୂଷଣ ହେବା ସହିତ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସି ଆସିଥିଲା । ତେବେ ବାୟୁ ପ୍ରଦୂଷଣରେ ସୁଧାର ଆସିବାରୁ କେଜରୀଓ୍ବାଲା ଅଡ୍-ଇଭିନ୍ ଆବଶ୍ୟକତା ନାହିଁ ବୋଲଇ କହିଛନ୍ତି । ଏହା ସହିତ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ନ କରି ଉଚିତ୍ ମାର୍ଗରେ ସମସ୍ତଙ୍କୁ ମିଶି କରି କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରୀଓ୍ବାଲ ।
ବର୍ଦ୍ଧିତ ଫି’କୁ ନେଇ ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଛାତ୍ରଙ୍କ ବିକ୍ଷୋଭ ଆରମ୍ଭ ହେବା ସହିତ ଏକ ବିଶାଳ ରାଲି ସଂସଦ ଅଭିମୁଖେ ବାହାରିଛି । ପାଖାପାଖି ଦୁଇରୁ ତିନି ହଜାର ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ୍ ହୋଇଛନ୍ତି । ଏଥିପାଇଁ ସେମାନେ ଜେଏନ୍ୟୁର ଗେଟ୍ ସମ୍ମୁଖରେ ଲାଗିଥିବା ୩ଟି ବ୍ୟାରିକେଡ୍କୁ ଭାଙ୍ଗି ଶେଷ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହାରି ଭିତରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ସଂସଦ ବାହାରେ ୧୪୪ ଧାରା ଲାଗୁ କରାଯାଇଛି।
191 କୋଟିର ବିମାନ କିଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରବିବାର ରିଠାଲାର ରୋହିଣୀରେ ଏକ ସଡକ ପ୍ରକଳ୍ପ ଉଦ୍ଘାଟନ ଅବସରରେ କେଜ୍ରିଓ୍ବାଲ ଏହି ମତ ଦେଇଛନ୍ତି । ଦିଲ୍ଲୀରେ ମହିଳାଙ୍କୁ ମାଗଣା ଯାତ୍ରା ବ୍ୟବସ୍ଥା ପ୍ରଚଳନ କରିଥିବା କେଜ୍ରିଓ୍ବାଲଙ୍କୁ ବିପକ୍ଷ ଦଳଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହାକୁ ନେଇ କେଜ୍ରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ସମାଲୋଚନା କରିଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ 191 କୋଟିର ବିମାନ ବ୍ୟକ୍ତିଗତ ବ୍ୟବହାର ପାଇଁ କିଣିଛନ୍ତି । ମାତ୍ର ମୁଁ ବ୍ୟକ୍ତିଗତ ଭାବରେ ବିମାନ ବ୍ୟବହାର କରେ ନାହିଁ ତେଣୁ ଉକ୍ତ ଅର୍ଥରେ ମୁଁ ଦିଲ୍ଲୀର ମା ଏବଂ ଭଉଣୀ ମାନଙ୍କୁ ମାଗଣା ବସ୍ ଯାତ୍ରାର ସୁବିଧା ପ୍ରଦାନ କରୁଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।
ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖାଦେଇଛି । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୋଟିଏ ପଟେ ବିରୋଧୀ ବିଜେପି ଦଳ ଗୃହକୁ ନ ଆସିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କଂଗ୍ରେସ ନେତା ମାନେ ଚାଷୀ ପ୍ରସଙ୍ଗ ନେଇ ଗୃହ ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ । ମଣ୍ଡିରୁ ଚାଷୀର ଧାନ ଉଠୁନି । ଟୋକନ୍ ବ୍ୟବସ୍ଥାରେ ଚାଷୀଙ୍କୁ ଟୋକନ ଲାଗୁ ହୋଇ ନାହିଁ । ଏହି ସବୁ ପ୍ରଶ୍ନ ନେଇ କଂଗ୍ରେସ ହୋହଲ୍ଲା କରିଥିଲା । ଏହା ସହ ବିଜେପି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗତ ଶନିବାର ଭଳି…
ଅପକମିଙ୍ଗ ବଲିଉଡ୍ ଫିଲ୍ମ ତାନାଜୀର ନୂତନ ପୋଷ୍ଟର ରିଲିଜ୍ ହୋଇଛି । ତାନାଜୀ ମାଲୁସାରେଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ କାଜୋଲଙ୍କ ଚରିତ୍ର ସାବିତ୍ରୀ ବାଇ ମାଲୁସାରେଙ୍କ ପୋଷ୍ଟର ରିଲିଜ୍ କରାଯାଇଛି । ସୋମବାର ଅଜୟ ଦେବଗନ ଫିଲ୍ମର ନୂତନ ପୋଷ୍ଟର ରିଲିଜ୍ କରାଯାଇଛନ୍ତି । ପୋଷ୍ଟରରେ କାଜୋଲଙ୍କୁ ସମ୍ପୂର୍ଣ୍ଣ ମରାଠୀ ମହିଳା ଭୂମିକାରେ ଦେଖିବାକୁ ମିଳିଛି । ଏହା ସହିତ ପୋଷ୍ଟରରେ ଜଣଙ୍କୁ ମରାଠା ପତାକା ଧରିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମରେ ଅଜୟ ଦେବ୍ଗନ୍ ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ଚରିତ୍ରର ପୋଷ୍ଟର ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ଆସନ୍ତା 10 ଜାନୁୟାରୀ 2020ରେ ରିଲିଜ୍ ହେବାକୁ ଯାଉଛି ।
ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବା ଫଳରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ25 ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବିକାନେର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା 11 ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି 10 ଜଣ ପ୍ରାଣ ହରାଇଛନ୍ତି । ଏହାସହ ପ୍ରାୟ 25 ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଗୋଟାବାୟା ରାଜପକ୍ଷା । ରବିବାର ଅନୁଷ୍ଠିତ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ସରକାରୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ସଜିଥା ପ୍ରେମଦାସାଙ୍କୁ ପରାସ୍ତ କରିଛନ୍ତି । ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ କଲୋନେଲ୍ ରାଜପକ୍ଷା ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷାଙ୍କ ସାନ ଭାଇ । ମହିନ୍ଦ୍ରା ରାଜପକ୍ଷାଙ୍କୁ 53-54 ପବ୍ରତିଶତର ଭୋଟ ମିଳିଥିବା ଜଣାପଡିଛି । ସୋମବାର ରାଜପକ୍ଷା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ବୋଲି ଦଳୀୟ ମୁଖପାତ୍ର ଖେଲିୟା ରାମ୍ବୁକେଓ୍ବାଲା ପ୍ରକାଶ କରିଛନ୍ତି । ସରକାରୀ ଦଳ ଦୃଢ ସ୍ଥିତିରେ ରହିଥିଲେ ମଧ୍ୟ ଗୁଇନ୍ଦା ବିଫଳତା କାରଣରୁ ଇଷ୍ଟରରେ ଶ୍ରୀଲଙ୍କା ବିସ୍ଫୋରଣ ଘଟି 269 ଜଣଙ୍କର ପ୍ରାଣହାନି ଘଟିଥିଲା । ଏହି ବିସ୍ଫୋରଣ ଶ୍ରୀଲଙ୍କା ନିର୍ବାଚନକୁ ପ୍ରଭାବିତ କରିଥିଲା । ନିର୍ବାଚନରେ ପରାଜୟ ପରେ ଶ୍ରୀଲଙ୍କା ମୁଖ୍ୟମନ୍ତ୍ରୀ ରେନିଲ ବିକ୍ରମସିଙ୍ଘେଙ୍କୁ ନିଜ ପଦବୀରୁ ଓହରିବା ପାଇଁ ଶ୍ରୀଲଙ୍କା କ୍ୟାବିନେଟ୍ର ସଦସ୍ୟ ପରାମର୍ଶ ଦେଇଛନ୍ତି ।
ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ଏସ୍ ଏ ବୋବଡେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ଶପଥ ପାଠ କରାଇଥିଲେ । ସୋମବାର ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର 47 ତମ ମୁଖ୍ୟ ବିଚାରପତି ଭାବରେ ବୋବଡେ ଶପଥ ଗ୍ରହଣ କରିଛନ୍ତି । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସହିତ 2013ରେ ସୁପ୍ରିମୋକୋର୍ଟରେ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ଆସନ୍ତା ଏପ୍ରିଲ 23, 2021 ପର୍ଯ୍ୟନ୍ତ ବୋବଡେ ମୁଖ୍ୟ ବିଚାରପତି ଭାବରେ ଅବସ୍ଥାନ କରିବେ ।
ଜାମ୍ମୁ-କାଶ୍ମୀରର ପଲାମ୍ବାଲା ସେକ୍ଟର ଅନ୍ତର୍ଗତ ସୀମାନ୍ତରେ ଏକ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି । ପାଲାମ୍ବାଲା ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ପାକିସ୍ତାନ ବିଛାଇଥିବା ଆଇଇଡି ବିସ୍ଫୋରଣ ଘଟିବାରୁ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ରବିବାର ଅପରାହ୍ନ ପ୍ରାୟ 4ଟା ବେଳେ ଭାରତୀୟ ସେନାର ଏକ ଗାଡ଼ି ନିୟନ୍ତ୍ରଣ ରେଖା ନିକଟରେ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବାରିପଦା-ଆଜି ସକାଳେ ବାରିପଦାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୟୂରଭଞ୍ଜ ଜିଲ୍ଲା ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୋଲ ତଳକୁ ଏକ ଟ୍ରକ ଖସି ପଡିବା କାରଣରୁ 2 ଜଣ ପ୍ରାଣ ହରାଇଛନ୍ତି । ସକାଳ 6ଟା ବେଳେ ଟ୍ରକଟି ଦ୍ୱାରଶୁଣି ଘାଟି ରାସ୍ତା ଦେଇ ଯାଉଥିଲା । ସେହିସମୟରେ ଏହା ଘାଟି ନିକଟରେ ଥିବା ଏକ ପୋଲ ତଳକୁ ଖସି ପଡିଥିଲା । ଫଳରେ 2 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟଜଣେ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
କେଦାର ମିଶ୍ର ଅର୍ଥନୀତି ଏ ମାସର ସବୁଠୁ ଚିନ୍ତାର ବିଷୟ। କାରଣ ଯଥାଶୀଘ୍ର ଜିଡିପିର ତିନିମାସିଆ ଅଙ୍କ ପ୍ରକାଶ ପାଇବ ଓ ଏହା ୪.୨% ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଉଛି। ଏହାର ଅର୍ଥ ହେଉଛି, ଆମେ ପୁଣିଥରେ ୫୦ ଓ ଷାଠିଏ ଦଶକର ଅର୍ଥନୈତିକ ଅତୀତକୁ ଫେରି ଯାଉଛି। ଗୋଟେ ସମୟରେ ପ୍ରାୟ ଅଢେଇ ରୁ ସାଢେ ତିନି ପ୍ରତିଶତ ହାରରେ ଆମର ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିଲା ଓ ଏହାକୁ ସେତେବେଳେ କଟାକ୍ଷ କରି କୁହାଯାଉଥିଲା ହିନ୍ଦୁ ରେଟ ଅଫ ଗ୍ରୋଥ। ମନମୋହନ ସିଂ ଆସିଲା ପରେ ଅର୍ଥନୀତି ବଦଳିଲା ଓ ଗୋଟେ ସମୟରେ ଆମେ ଅଭିବୃଦ୍ଧି ହାରରେ ଦୁଇ ଅଙ୍କ ହାସଲ କରିବାର ବିରଳ ସଫଳତା ପାଇଲୁ। ୨୦୧୦ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୧୦.୩% ରେ ପହଞ୍ଚିଥିଲା। ସେଥିଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜିର ଶାସକ ଦଳ ଯେତେ ଗାଳି କାଲେ…
Jharkhand Chief Minister Raghubar Das pays homage to Hazrat Kutubuddin Rashalbar Baba Mazar in Ranchi on Sunday.UNI PHOTO-20U
MUMBAI, NOV 17 Shiv Sena party workers pay tribute at the memorial of Shiv Sena founder Balasaheb Thackeray on his 7th death anniversary in Mumbai on Sunday. UNI PHOTO-34U

