Author: Samikhsya Bureau

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ପରେ ବର୍ତ୍ତମାନ ଝାରଖଣ୍ଡରେ ଦଳକୁ ସମାନ ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଚିରାଗ ପାଶ୍ବାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ବିଜେପିର ହାତ ଛାଡିଛି । ଆସନ ଆବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଥିବା ଜଣାପଡିଛି । 2014ରେ ଏଲ୍‌ଜେପି ମାତ୍ର ଗୋଟିଏ ଆସନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲା । ବିଜେପି ପକ୍ଷରୁ ଏଲ୍‌ଜେପିକୁ 6ଟି ଆସନ ପ୍ରଦାନ କରାଯାଇଥିବା ବେଳେ ଚିରାଗ ପାଶ୍ବାନଙ୍କ ଦଳ 50 ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ସୂଚନା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ଏଲ୍‌ଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣା ପଡିଛି । ଏହା ସହିତ ଅନ୍ୟତମ ସହଯୋଗୀ ଦଳ ଏଜେଏସ୍‌ୟୁ 19 ଆସନ ଦାବି କରିଥିବା ବେଳେ ବିଜେପି ପକ୍ଷରୁ 9ଟି ଆସନ ପ୍ରଦାନ କରାଯିବାର ପ୍ରସ୍ତାବ ଦିଆଯାଇଛି ।

Read More

ନୂଆଦିଲ୍ଲୀ:- ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ, ବୋଇତରେ ବସି ଯାତ୍ରା କରିଥିଲେ। ପାରଂପରିକ ରୀତିରେ ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ସମ୍ମାନୀତ ଅତିଥି ଭାବରେ ଏଲବିଆଇଏଚଏମ୍ ହୋଟେଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ଯୋଗଦେଇଥିଲେ ଏବଂ ଅନେକ ପ୍ରତିଷ୍ଠିତ ସମାଜସେବୀ ମାନେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ବିଶେଷକରି ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ…

Read More

ଜମ୍ମୁ କଶ୍ମୀରରେ ପୁଣି ଥରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ଗାନ୍ଦେରବାଲ ଠାରେ ସୁରକ୍ଷାବାହିନୀର ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲିର ଏନକାଉଣ୍ଟର ପରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନାର ଯବାନମାନେ ଆକ୍ରମଣ କରିଥିଲେ । ଲୁଡ୍ରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ।

Read More

ଗତକାଲି କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ପ୍ରଦାନ କରିଥିବା ଶିବସେନା ନେତା ଅରବିନ୍ଦ ଗଣପତ ସାଓ୍ବନ୍ତଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ସାଓ୍ବନ୍ତଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ର ପ୍ରକାଶ ଜାଭଡେକରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ପରିବେଶ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜାଭଡେକର ଅତିରିକ୍ତ ଭାବରେ ଭାଶିଶିଳ୍ବ ବିଭାଗର ଦାୟିତ୍ବ ସମ୍ଭାଳିବେ । ଉଲ୍ଲେଖଯୋଗ୍ୟ ଯେ, ସାଓ୍ବନ୍ତ ଏକମାତ୍ର ଶିବସେନା ସାଂସଦ ଭାବରେ କ୍ୟାବିନେଟ୍‌ ପାହ୍ୟା ହାସଲ କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଉଭୟ ଦଳ 30 ବର୍ଷର ସମ୍ପର୍କ ବିଛିନ୍ନ କରିବା ପରେ ସାଓ୍ବନ୍ତ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ ।

Read More

ଯାଜପୁର ଜିଲ୍ଲା ପାଣିକୋଇଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆଳୁ ବୋଝେଇ ଟ୍ରକକୁ ଓଭର ଟେକ୍ କରି 3 ଜଣ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଗୋଟିଏ ବାଇକରେ ତିନିଜଣ ଯୁବକ ଏକ ଆଳୁ ବୋଝେଇ ଟ୍ରକକୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିଲେ । ତେବେ ସେହି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇବାରୁ ବାଇକଟି ରାସ୍ତାଉପରେ ପଡିଯାଇଥିଲା । ଯୁବକମାନେ ମଧ୍ୟ ରାସ୍ତାରେ ଛିଟିକି ପଡିଥିଲେ । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ମଧ୍ୟ ମେଡିକାଲରେ ପ୍ରାଣ ହରାଇଥିଲେ ।

Read More

ପୁରୀ ଜିଲ୍ଲାର ପିପିଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପିପିଲିର ମାଛପଡା ଗ୍ରାମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 21 ବଖରା ଘର ଜଳି ଯାଇଛି । ଗତକାଲି ବିଳମ୍ବିତ ରାତ୍ରରେ ମାଛପଡା ଗ୍ରାମରେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଘରକୁ ବ୍ୟାପିଥିଲା । କିଛି ସମୟ ମଧ୍ୟରେ 21 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Read More

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । କଟକର ମହାନଦୀ ଓ କାଠଯୋଡ଼ି ନଦୀ, ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ବିଚ୍‌ରେ ପ୍ରବଳ ଭିଡ଼ ଜମିଥିଲା । ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଶ୍ରଦ୍ଧାଳୁ । ଅତୀତରେ ବ୍ୟବସାୟ ପାଇଁ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିବା ଓଡ଼ିଆ ସାଧବ ପୁଅର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ ।

Read More

ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସଙ୍ଗରେ ଅନେକ ମୋଡ଼ ଆସିଛି । ସରକାର ଗଠନ ପାଇଁ ଶିବସେନାର ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିବା ସହିତ ଏନ୍‌ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ବିଜେପି ଶିବସେନା ମେଣ୍ଟ ବିଫଳ ହେବା ପରେ ବିଜେପି ସରକାର ଗଠନରୁ ନିବୃତ ରହିଥିଲା । ରାଜ୍ୟପାଳ ଭଗତ ସିଂହ କୋସ୍ୟାରୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ମାତ୍ର ଶିବସେନା ପକ୍ଷରୁ ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି 48 ଘଣ୍ଟାର ସମୟ ମଗାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ଖାରଜ କରି ଦେଇଥିଲେ । ଏହାପରେ ରାଜ୍ୟପାଳଙ୍କ ପକ୍ଷରୁ ତୃତୀୟ ବୃହତ ଦଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି । ମଙ୍ଗଳବାର ରାତି 8.30 ପର୍ଯ୍ୟନ୍ତ ଶିବସେନାକୁ ସରକାର ଗଠନର ସମୟ ଦିଆଯାଇଛି । ଏନ୍‌ସିପି ନେତା ଅଜିତ ପଓ୍ବାର ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ସୂଚନା ପ୍ରଦାନ କରିଥିଲେ ।

Read More

କେଦାର ମିଶ୍ର  ଖଣି ଦୁର୍ନୀତି ବିଷୟରେ ଓଡିଆରେ ଲେଖା ହୋଇଥିବା ଶେଷ ଖବର ଆପଣମାନଙ୍କର ମନେ ଅଛି କି? ଏହାର ଉତ୍ତରରେ ଅବଶ୍ୟ କହିହେବ, ଖଣି ଦୁର୍ନୀତି ବୋଲି ସତରେ କିଛି ଅଛି କି? ୨୨, ନଭେମ୍ବର, ୨୦୧୦ ରେ କେନ୍ଦ୍ର ସରକାର ଦେଶର ଓଡିଶା ଓ ଗୋଆ ଭଳି ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତିର ତଦନ୍ତ କରିବା ଲାଗି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ବି.ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ଶାହା କମିଶନ ନିଜର ବ୍ୟାପକ ଅନୁସନ୍ଧାନ ପରେ ୪୮ଟି ଖଣି କମ୍ପାନୀର ବେଆଇନ ଖଣି ଖନନ ଓ ପରିବେଶ ଆଇନର ଉଲ୍ଲଙ୍ଘନ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଥିଲେ। ଶାହା କମିଶନଙ୍କ ସୁପାରିଶ ଦୀର୍ଘ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିକି ରହିବା ପରେ ଏବେ ଏହା ଅକାମୀ ହୋଇ ପଡିଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଚାରପତି ଜି.ଏସ.ସିଙ୍ଘଭି ଓ ଅନିଲ ଆର…

Read More

People attend the almsgiving activity around the That Luang Stupa in Vientiane, capital of Laos, Nov. 11, 2019. Considered as the most important religious festival in Laos, the That Luang Festival, which falls from Nov. 5 to Nov. 11 this year, concluded on Monday with a mass almsgiving activity held in and around the That Luang Stupa in Vientiane.

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଟେଲିଭିଜନ ବିତର୍କ ରେ ବିଜେପିର ବଡପାଟିଆ ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ-ମହାରାଷ୍ଟ୍ରରେ ବିଜେପିର ପ୍ରତିପକ୍ଷ କେହି ନାହାନ୍ତି। କଂଗ୍ରେସକୁ ଅପମାନିତ କଲା ଭଳି ସମ୍ବିତ କହିଥିଲେ ଯେ ଟିକଟ ଯାଚିଲେ ମଧ୍ୟ କଂଗ୍ରେସ ରୁ ଟିକଟ ନେବାକୁ କେହି ଆସୁନାହାନ୍ତି। ବିଜେପି ର ଏହି ମାତ୍ରାଧିକ ଆତ୍ମବିଶ୍ବାସ ଆଜିର ତାରିଖରେ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନୀ ସଭାଗୁଡ଼ିକରେ କଂଗ୍ରେସ ଓ ଏନସିପି ବିରୋଧରେ “ଡୁବ ମରୋ” ଭଳି ଅପଭାଷାର ପ୍ରୟୋଗ ପଛରେ ଏହି ଅତ୍ୟଧିକ ଆତ୍ମବିଶ୍ବାସ ଓ ଅହଂକାର ହିଁ ରହିଥିଲା। ଖୋଦ କଂଗ୍ରେସ ନେତୃତ୍ୱ ମଧ୍ୟ ମହାରାଷ୍ଟ୍ରରେ ଦଳର ପ୍ରଦର୍ଶନକୁ ନେଇ ବିଶେଷ ଆଶାବାଦୀ ନ ଥିଲେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଲକୁଲ ନିର୍ବାଚନ ପ୍ରଚାରକୁ ଆସିନଥିବା ବେଳେ ରାହୁଲ ଗାନ୍ଧୀ ମାତ୍ର ଦୁଇଟି ସଭା ରେ ଯୋଗ ଦେଇଥିଲେ। ତେବେ ଘଟଣାଚକ୍ର…

Read More

ଶିବସେନା ସାଂସଦ ସଞ୍ଜୟ ରାଉତ ଛାତି ଯନ୍ତ୍ରଣା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅପରାହ୍ନ 3.30 ମିନିଟ୍‌ ସମୟରେ ଛାତି ଯନ୍ତ୍ରଣା କାରଣରୁ ରାଉତଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପୂର୍ବରୁ ରାଉତ ଲୀଲାବତୀ ହସ୍ପିଟାଲକୁ ନିଜର ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ଡ. ଜଲିଲ୍‌ ପାର୍କର ରାଉତଙ୍କ ଚିକିତ୍ସା କରୁଛନ୍ତି । ହସ୍ପିଟାଲରେ ଡାକ୍ତର ସଞ୍ଜୟଙ୍କ ଆଞ୍ଜିଓଗ୍ରାଫି କରିଛନ୍ତି ।

Read More

ଚୀନ୍‌ ଅଟୋ ମୋବାଇଲ୍‌ କମ୍ପାନୀ ଗ୍ରେଟ୍‌ ଓ୍ବାଲ୍‌ ମୋଟର୍ସ ଭାରତରେ 7 ହଜାର କୋଟିର ନିବେଶ କରିବାକୁ ଯାଉଛି । ଗ୍ରେଟ୍‌ ଓ୍ବାଲ୍‌ ମୋଟର୍ସର ସହଯୋଗୀ କମ୍ପାନୀ ହାଭାଲ୍‌ ମୋଟର୍ସ ଇଣ୍ଡିଆ ଅକ୍ଟୋବରରେ ଭାରତରେ ନିଜର କମ୍ପାନୀ ମୁଖ୍ୟାଳୟ ନୋଇଡାରେ ପ୍ରତିଷ୍ଠା କରିଥିଲା । ଗୁରୁଗାଓଁରେ କମ୍ପାନୀର ପ୍ରଥମ ୟୁନିଟ୍‌ ସ୍ଥାପନ କରାଯିବାର ଯୋଜନା ରହିଛି । ନୂତନ ୟୁନିଟ୍‌ ସ୍ଥାପନ କରିଲେ ବର୍ତ୍ତମାନର ନିୟମ ଅନୁଯାୟୀ ମାତ୍ର 15 ପ୍ରତିଶତର କର୍ପୋରେଟ୍‌ ଟିକସ୍‌ ପ୍ରଦାନ କରିବାକୁ ପଡିବ । କମ୍ପାନୀ ପକ୍ଷରୁ ଗୁରୁଗାଓଁ ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜମି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କମ୍ପାନୀ ପକ୍ଷରୁ ପତ୍ର ଲେଖାଯାଇଛି ।

Read More