ସମୀକ୍ଷା ବ୍ୟୁରୋ ଭାରତୀୟ ରାଜନୀତିରେ ସବୁବେଳେ କିଛି ନା କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ରାଜନୀତିର କୂଟନୀତି ଭିତରେ ଏଠି କୌଣସି ଦଳ ଅନ୍ୟ ଦଳର ଶତ୍ରୁ ବା ମିତ୍ର ହୋଇନଥାନ୍ତି । କ୍ଷମତାର ନିଶା ଭିତରେ ସମେସ୍ତ ସମସ୍ତଙ୍କ ପ୍ରତି ଗୋଟିଏ ପ୍ରକାରର ଭାବ ପୋଷଣ କରିଥା’ନ୍ତି । ନିକଟରେ ବିଜେପି ଓ ଶିବସେନା ୩୦ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି । ଜଣେ କ୍ଷମତାର ଅହମିକାରେ ଅନ୍ଧ ହୋଇ ଅନ୍ୟକୁ ନ୍ୟୁନ କରୁଥିବାବେଳେ ଅନ୍ୟ ଜଣେ ନିଜ ଶକ୍ତିକୁ ପ୍ରମାଣିତ କରିବା ପାଇଁ ଲାଗିପଡିଛି । ମହାରାଷ୍ଟ୍ରରେ ଏହି ଦୁଇ ଦଳ ଗତ ତିନି ଦଶନ୍ଧି ମିତ୍ର ରୂପେ ରହିଥିବାବେଳେ କ୍ଷମତାର ଜଟିଳ ଗଣିତ ପାଇଁ ଦୁହିଁଙ୍କର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି । ଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜକୁ ବାହୁବଳି ରୂପେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । କ୍ଷମତାର ନିଶାରେ କେବଳ ଶିବସେନା ନୁହଁ,…
Author: Samikhsya Bureau
ପୁଣି ଥରେ ଗାଡ଼ି ଚାଳକଙ୍କ ଚିନ୍ତା ବଢିଲା । ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ । ପୂର୍ବରୁ ଯେଉଁ ପରିମାଣର ମୋଟ ଅଙ୍କର ଫାଇନ ଆଦାୟ ହେଉଥିଲା ଆଉ କୋହଳ ହେବ ନାହିଁ । ଏନେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । କିନ୍ତୁ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଯେଉଁ…
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ସମୟରେ ଏନ୍ସିପି, କଂଗ୍ରେସ ଓ ଶିବସେନା ରାଜ୍ୟରେ ସରକାର ଗଢିବାକୁ ନେଇ ପ୍ରସ୍ତୁତ ହୋଇସାରିଲେଣି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସ ଉପରୁ ବହୁ୍ ଶୀଘ୍ର ପରଦା ଉଠିବାକୁ ଯାଉଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ ହେବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଯିଏ ବି ସରକାର ଗଢିବ, ତାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ ଇତିମଧ୍ୟରେ ଶିବସେନା, ଏନ୍ସିପି ଓ କଂଗ୍ରେସର ନେତାମାନେ ଗତକାଲି ଅର୍ଥାତ୍ ଶନିବାର ଦିନ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସହ ସାକ୍ଷାତ କରି ସମୟ ମାଗିଛନ୍ତି । ଏହି ତିନି ରାଜନୈତିକ ଦଳ ଏହି ସମୟରେ ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ତିନି ଦଳଙ୍କ ମଧ୍ୟରେ ଫର୍ମୁଲା ପ୍ରସ୍ତୁତ ହୋଇଯାଇଛି । ମିଳିଥିବା ସୂତ୍ରରୁ…
ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ସମସ୍ୟା ଏବେ ଚିନ୍ତାର ବିଷୟ । ସେଠାରେ ପ୍ରଦୂଷଣ ପାଇଁ ଦିଲ୍ଲୀ ଏନ୍ସିଆର ସ୍କୁଲ ଗୁଡ଼ିକୁ ଛୁଟି ଦିଆଯାଇଛି । ଦୀପାବଳି ପରଠାରୁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ତର ଅତି ନିମ୍ନମାନକୁ ଖସିଆସିଛି । ଦିଲ୍ଲୀରେ ପ୍ରଦୂଷଣମାତ୍ରାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍-ଇଭିନ୍ ସ୍କିମ୍ ଯୋଜନା ଲାଗୁ କରାଯାଇଥିଲା । ତେବେ ଦିଲ୍ଲୀର ବାୟୁମଣ୍ଡଳରେ କୌଣସି ପରିବର୍ତ୍ତନ ଘଟିନଥିବାବେଳେ ପ୍ରଦୂଷଣର ମାତ୍ରା ମଧ୍ୟ ସେହିପରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଡ୍-ଇଭିନ୍ ସ୍କିମ୍ର ସମୟସୀମା ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ କେଜରିୱାଲ ଅଡ ଇଭିନ୍ ସ୍କିମର ସମୟସୀମା ବୃଦ୍ଧି ନେଇ କହିଛନ୍ତି ଯେ, ସମୟସୀମା ବୃଦ୍ଧି ହେବ କି ନାହିଁ ତାହା ସୋମବାର ନିଷ୍ପତ୍ତି ନିଆଯିବ। ତେବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ନଡା ଜଳାଇବା କାରଣରୁ ହେଉଛି ବୋଲି ସେ କହିଛନ୍ତି।…
ସମୀକ୍ଷା ବ୍ୟୁରୋ ଅଲାଇଡିହ ଛକଠାରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବୀର ରାଉତଙ୍କର ମୃତ୍ୟୁ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଅଲାଇଡିହ ଛକରେ ଏହି ଦୁର୍ଘଟଣା ଘଟିଥିଲା। ସାଇକେଲ ଚଲାଇ ଯାଉଥିବା ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବୀର ରାଉତଙ୍କ ଘର ବନ୍ଧମୁଣ୍ଡାଇ ଗ୍ରାମରେ। କିଛି କାମ ପାଇଁ ବାଲୁଗାଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍ବିପ୍ଟ ଡିଜାୟର୍ ତାଙ୍କୁ ଧକ୍କା ଦେଇଥିଲା।
ଏଣିକି ଟ୍ରେନ୍ରେ ଖାଇବା ହୋଇଯିବା ମହଙ୍ଗା । ରେଲ୍ଓ୍ବେ ବୋର୍ଡରେ ପର୍ଯ୍ୟଟନ ଏବଂ ଖାଦ୍ୟ ପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରୁ ଏହା ଜଣାପଡିଛି । ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍ରେ ଚା’, ଜଳଖିଆ ଓ ଖାଦ୍ୟପେୟ ମହଙ୍ଗା ହୋଇପଡ଼ିବ । ଏହି ସମସ୍ତ ଟ୍ରେନ୍ରେ ଟିକେଟ୍ କରିବା ସମୟରେ ଚା’ ଜଳଖିଆ ଏବଂ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନ୍ୟ ଟ୍ରେନ୍ରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି । ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ଅନୁସାରେ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ୍ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ସେହିପରି ଦୂରନ୍ତ ସ୍ଲିପର କ୍ଲାସରେ ନାସ୍ତା ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ତାହା ଏବେ ପରିବର୍ତ୍ତନ କରାଯାଇ…
ସମୀକ୍ଷା ବ୍ୟୁରୋ ବାଲୁଗାଁ-ଖୋର୍ଦ୍ଧ ଜିଲ୍ଲା ବାଲୁଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଅଲାଇଡିହ ଛକରେ ଏହି ଦୁର୍ଘଟଣା ଘଟିଛି। ଜନୈକ ସାଇକେଲ ଚାଳକଙ୍କୁ କାର ଧକ୍କା ଦେବା ଫଳରେ ସାଇକେଲ ଚାଳକ ଗୁରୁତର ହୋଇ ପଡିଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଜଣକ ହେଲେ ବନ୍ଧମୁଣ୍ଡାଇ ଗ୍ରାମର ବୀର ରାଉତ। କିଛି କାମ ପାଇଁ ବାଲୁଗାଁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍ବିଫ୍ଟ ଡିଜାୟର୍ ଧକ୍କା ଦେବାରୁ ବୀର ଗୁରୁତର ହୋଇ ପଡିଥିଲେ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଡ୍ରାଇଭର ସିଟ୍ରେ ରହିଛି ଭାରତ । ପ୍ରଥମ ଇନିଂସରେ ଭାରତୀୟ ଓପ୍ନର ମୟଙ୍କ ଅଗ୍ରଓ୍ବାଲ ଏବଂ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ ହାସଲ କରିଛନ୍ତି । ମୟଙ୍କ 154ଟି ବଲ୍ର ସମ୍ମୁଖୀନ ହୋଇ 83 ରନ୍ ସଂଗ୍ରହ କରିଛନ୍ତି । ଶୁକ୍ରବାର ସକାଳୁ ଭାରତ ପୂଜାରା ଏବଂ ଅଧିନାୟକ କୋହଲିଙ୍କ ଓ୍ବିକେଟ ହରାଇଥିଲେ ମଧ୍ୟ ଏହା ରନ୍ହାର ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇନଥିଲା । ଶୁକ୍ରବାର ସକାଳୁ ପୂଜାରା 64 ରନ୍ କରି ଆଉଟ ହୋଇଥିଲେ । ଏହାପରେ ଖାତା ଖୋଲିବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଆବୁ ଜାୟେଦଙ୍କ ଶିକାର ହୋଇଥିଲେ । ଆଜିଙ୍କ୍ୟ ରାହାଣେ(32)ଙ୍କ ସହିତ ମୟଙ୍କ 64 ରନ୍ର ଅବିଭାଜିତ ଭାଗିଦାରୀ କରିଛନ୍ତି । ଭାରତ ଲଞ୍ଚ ବିରତି ପୂର୍ବରୁ ତିନି ଓ୍ବିକେଟ ହରାଇ 184 ରନ୍ ସଂଗ୍ରହ କରିଛି ।
ଭଦ୍ରକ ରେଳ ଷ୍ଟେସନରେ ଅସୁରକ୍ଷିତ ପ୍ରସବ କାରଣରୁ 3 ନବଜାତ ଶିଶୁଙ୍କ ପ୍ରାଣହାନି ଘଟିଛି । ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ୍ରେ ଯାଉଥିବା ମହିଳା ଜଣଙ୍କ ଭଦ୍ରକ ରେଳ ଷ୍ଟେସନ୍ରେ ପ୍ରସବ କରିଥିଲେ । ଆସାମର ଏହି ମହିଳାଙ୍କୁ ରେଳବାଇ ପୁଲିସ୍ ପକ୍ଷରୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସୁରକ୍ଷିତ ପ୍ରସବ କାରଣରୁ ତିନି ଶିଶୁଙ୍କ ପ୍ରାଣ ହାନି ଘଟିଥିବା ବେଳେ ମହିଳା ଜଣଙ୍କ ସୁସ୍ଥ ରହିଥିବା ଜଣାପଡିଛି ।
ଆସିକା ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ପ୍ରାଣହାନି ଘଟିଛି । ମୃତ କଏଦୀଙ୍କ ନାମ ଡାକ୍ତର ସାହୁ ଓରଫ ଡାକ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅସୁସ୍ଥ କଏଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବାରୁ ପୂଜା ସାମଗ୍ରୀ, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ୱିତ ରାତିରେ ଭଣ୍ଡାର ଘରେ ହୁହୁ ହୋଇ ନିଆଁ ଜଳୁଥିବାର ମନ୍ଦିରର ରାତି ଜଗୁଆଳି ଦେଖିବାକୁ ପାଇଥିଲେ । ଏନେଇ ସେବାୟତ ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସେବାୟତ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ ଜାରି ରହିଛି ।
କେଦାର ମିଶ୍ର ରକ୍ଷା ହୋଇଛି, ୪, ଡିସେମ୍ବର, ୧୮୨୯ରୁ ଭାରତରେ ସତୀପ୍ରଥାର ବିଲୋପ ଘଟିଛି। ଯଦି ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଇଲିୟମ ବେଣ୍ଟିକ ଏ ପ୍ରଥାକୁ ଉଚ୍ଛେଦ କରିନଥାନ୍ତେ, ତାହେଲେ ଆଜି ଏହାର ନିରାକରଣ ପାଇଁ ଆମକୁ ସୁପ୍ରିମ କୋର୍ଟରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥାନ୍ତା। ସବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ଅଧିକାରକୁ ନେଇ ଗତକାଲି ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପଢିଲା ପରେ, ଆମ ମନରେ ଏଇ କଥାଟି ପ୍ରଥମେ ଆସୁଛି। ଗତ ୩୦ ବର୍ଷ ଧରି ସବରିମାଳା ମନ୍ଦିରରେ ପ୍ରବେଶ ଅଧିକାର ପାଇବାକୁ ଇଣ୍ଡିଆନ ୟଙ୍ଗ ଲୟର୍ସ ଆସୋସିଏସନ ସଂଘର୍ଷ କରୁଛି। ଗତ ୨୮, ସେପ୍ଟେମ୍ବର,୨୦୧୮ରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସବରିମାଳା ମନ୍ଦିରରେ ଯେ କୌଣସି ବୟସର ମହିଳା ପ୍ରବେଶ କରିପାରିବେ ବୋଲି ରାୟ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ…
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛପଟକୁ ଧକ୍କା ଦେବାରୁ 9 ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୋର ପ୍ରାୟ 3ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଗୁଜୁରାଟ ଆରବାଲି ଜିଲ୍ଲାରୁ 9 ଜଣ ଯାତ୍ରୀ ଏକ ୱିଙ୍ଗରରେ ପୁରୀ ଯାଉଥିଲେ । ଏହି ସମୟରେ ତାଳନଗର ନିକଟରେ ଗୋଟିଏ ଟ୍ରକ୍ ପଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Various school students performing cultural dance Children’s Day celebrating on the occasion of First Prime Minister of India Pandit Jawaharlal Nehru’s birth anniversary at Ravindra Bharati in Hyderabad on Thursday. UNI PHOTO – RJ19u

