ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ଏହାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସନ୍ତୁଷ୍ଟ ରହିବା ଉଚିତ୍ ବୋଲି ରିଭଲ୍ୟୁସନାରୀ ପାର୍ଟି ଅଫ୍ ଇଣ୍ଡିଆ ମୁଖ୍ୟ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟି ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀ ସର୍ତ୍ତରେ ଆଦୌ ରାଜି ହେବ ନାହିଁ ତେଣୁ ଶିବସେନା ଆଦିତ୍ୟ ଠାକ୍ରେଙ୍କ ଉପ ମୁଖ୍ୟମନ୍ତ୍ରୀତ୍ବରେ ସନ୍ତୁଷ୍ଟ ରହିବା ଉଚିତ୍ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ କହିଛନ୍ତି ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ମିଳିଛି ତେଣୁ ବିବାଦ ପରିତ୍ୟାଗ କରି ଉଭୟ ଦଳ ସରକାର ଗଠନ କରିବା ଉଚିତ୍ ବୋଲି ଅଠାଓ୍ବଲେ ମତ ଦେଇଛନ୍ତି ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଦୀପାବଳି ଅବସରରେ ବାଣପୁରର ଗମ୍ଭାରୀମୁଣ୍ଡାରେ ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ନିଜ ଘରେ ଲିଚୁ ଲାଇଟ୍ ଲଗାଉଥିବା ସମୟରେ ଦେଓଗାଁ ପଞ୍ଚାୟତର ଘାସେଡିହ ଗ୍ରାମର ଏହି ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣଙ୍କ ମନୋଜ ପ୍ରଧାନ(୧୭) ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ତାଙ୍କୁ ଗମ୍ଭାରୀମୁଣ୍ଡା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିଥିଲେ। ମାତ୍ର ଭୁବନେଶ୍ବରରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମନୋଜଙ୍କ ଘରେ ଲାଗିଥିବା ଲିଚୁ ଲାଇଟ୍ ଖରାପ ଥିବାରୁ ଜଳୁନଥିଲା। ଏହାକୁ ସଜାଡିବାକୁ ଚେଷ୍ଟା କରିବା ସମୟରେ ଭୁଲବଶତଃ ମେନ୍ ସୁଇଚ୍ ବନ୍ଦ କରିବାକୁ ଭୁଲି ଯାଇଥିବାରୁ ଏହି ଅଘଟଣ ଘଟିଥିବା ଜଶା ପଡିଛି।
ସିରିଆରେ ଆମେରିକା ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ଆକ୍ରମଣ ସମ୍ବନ୍ଧରେ ଋଷ ସେନା ଅବଗତ ନଥିବା ନେଇ ଋଷ ପ୍ରତିରକ୍ଷା ମୁଖପାତ୍ର ଆଇଗର୍ କୋନାସେଙ୍କୋଭ୍ ପ୍ରକାଶ କରିଛନ୍ତି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଆମେରିକା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଆଇଏସ୍ ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିହତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଆମେରିକାର ପ୍ରମୁଖ ବିରୋଧୀ ରାଷ୍ଟ୍ର ଋଷ ପକ୍ଷରୁ ଏହ ଆକ୍ରମଣକୁ ଅସ୍ବୀକାର କରିବା ସହିତ ଆକ୍ରମଣ ନେଇ ଅବଗତ ନଥିବା ସ୍ପଷ୍ଟ କରିଛି । ଋଷ ମୁତାବକ ସିରିଆର ଇଡଲିବ୍ରେ ଏହି ଆକ୍ରମଣ ହୋଇଥିଲା ଯେଉଁଠି ଋଷ ସେନାବାହିନୀ ଉପସ୍ଥିତ ଥିଲେ । ଦ୍ବିତୀୟତଃ ସମସ୍ତ ରାଷ୍ଟ୍ର ଏହି ଆକ୍ରମଣକୁ ନେଇ ଅଲଗା ଅଲଗା ତଥ୍ୟ ପ୍ରଦାନ କରୁଥିବାରୁ ଏହା ଅବିଶ୍ବାସଯୋଗ୍ୟ ବୋଲି ଋଷ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲ୍ରେ ରହିଥିବା ବିଜେପି ନେତା କୁଲ୍ଦୀପ୍ ସେନ୍ଗାରଙ୍କୁ ୭୨ ଘଣ୍ଟିଆ ପାରୋଲ୍ ମିଳିଛି। ନିଜ ଭାଇଙ୍କ ଶୁଦ୍ଧକ୍ରିୟା ନିମନ୍ତେ କୁଲ୍ଦୀପ୍ ଏବଂ ଅତୁଲ୍ ସେନ୍ଗାର୍ଙ୍କୁ ୭୨ ଘଣ୍ଟାର ପାରୋଲ୍ରେ ଛଡାଯାଇଛି। ଦିଲ୍ଲୀରେ କୁଲ୍ଦୀପଙ୍କ ସାନଭାଇ ମନୋଜ ସେନ୍ଗାରଙ୍କ ଦେହାନ୍ତ ହୋଇଥିଲା। ସୋମବାର ଅପରାହ୍ନରେ ମନୋଜଙ୍କ ଶୁଦ୍ଧକ୍ରିୟା ହେବ ତେଣୁ ଉଭୟ କୁଲ୍ଦୀପ୍ ଏବଂ ଅତୁଲ୍ ସେନ୍ଗାର୍ଙ୍କୁ ୭୨ ଘଣ୍ଟାର ପାରୋଲ୍ ଅବଧି ପ୍ରଦାନ କରାଯାଇଛି। କୁଲଦୀପଙ୍କୁ ଦିଲ୍ଳୀରୁ ଉନ୍ନାଓ ଅଣାଯାଇଥିବା ବେଳେ ଲକ୍ଷ୍ନୌ ଜେଲ୍ରେ ଥିବା ଅତୁଲଙ୍କୁ ଉନ୍ନାଓ ଅଣାଯାଇଛି।
ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ଦତୁଇ ସହଯୋଗୀ ରାଜନୈତିକ ଦଳ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଏକ ଅଲଗା ସ୍ତରରେ ପହଞ୍ଚିଛି । ସୋମବାର ଉଭୟ ରାଜନୈତିକ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଜେପ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଥିବା ବେଳେ ପୂର୍ବତନ ମହାରାଷ୍ଟ୍ର ସଡକ ଓ ପରିବହନ ମନ୍ତ୍ରୀ ଦିବାକର ରାଓଟେ ଶିବସେନା ପ୍ରତିନିଧି ଭାବରେ ରାଜ୍ୟପାଳଙ୍କୁ ଭେଟିଥିଲେ । ଉଭୟ ଦଳର ପ୍ରତିନିଧି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବା ପରେ ମେଣ୍ଟକୁ ନେଇ ସଙ୍କଟ ଦେଖା ଦେଇଛି । ରାଜ୍ୟପାଳଙ୍କୁ ଭେଟିବା ସମ୍ପୂର୍ଣ୍ଣ ଅନୌପଚାରିକ ଥିଲା ଏବଂ ଦୀପାବଳିର ଶୁଭେଚ୍ଛା ପ୍ରଦାନ କରିବା ନିମନ୍ତେ ଥିଲା ବୋଲି ରାଓଟେ ପ୍ରକାଶ କରିଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ନେଇ ବିଜେପିର ଜନୈକ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,…
ସମୀକ୍ଷା ବ୍ୟୁରୋ ଗତକାଲି ରାତିରେ ବାଣପୁର ବ୍ଲକ ବାଁଳୋଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବାଣ ଫୁଟାଇବା ଦ୍ଵାରା ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଗତକାଲି ଦୀପାବଳିରେ ବାଣ ଫୁଟି ନିଆଁ ଝୁଲ ପଡିବା ଦ୍ଵାରା ଗଗନ ପ୍ରଧାନଙ୍କର ଚାଳଘର ପୋଡିଯାଇଥିଲା। ପରବର୍ତ୍ତୀ ସମୟରେ ସେହି ନିଆଁ ପଡୋଶୀ ଘରକୁ ତୁରନ୍ତ ବ୍ୟାପିଯାଇଥିଲା। ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ। ଏହି ଦୟନୀୟ ଘଟଣାରେ ଗଗନପ୍ରଧାନଙ୍କ ଏକ ବଖରା ଚାଳ ଘର ସହ ବହୁ ଆସବାବପତ୍ର ପୋଡିଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି। ସେହିପରି ଯୁଗଳ ପ୍ରଧାନଙ୍କର ଏକ ବଖରା ଚାଳ ଘର ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଅନୁଗୁଳ- ଏଟିଏମ ଚୋରମାନେ କେତେବେଳେ କଣ କରନ୍ତି ତାହା ଜାଣିବା କଷ୍ଟକର। ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଅନୁଗୁଳର ଏକ ଏଟିଏମରେ। ଅନୁଗୁଳ ଛେଣ୍ଡିପଦା ଥାନା ଅଧିନରେ ଥିବା ବଗଡିଆ ଛକରେ ରହିଛି ଏକ ଏସବିଆଇ ଏଟିଏମ। ଏହି ଏଟିଏମରୁ ଗତକାଲି ରାତିରେ ଜଣେ ଯୁବକ ପଇସା ଉଠାଇବା ପାଇଁ ଯାଇଥିଲେ। ଏଟିଏମ ଭିତରେ ପଶି ସେ ତାଙ୍କର କାର୍ଡକୁ ଭର୍ତ୍ତି କଲେ। ତାପରେ ସେ ସିଲେକସନ ବଟମ ଟିପିବା ବେଳେ ସେହି ବଟମ ବୋର୍ଡଟି ଟିକିଏ ଘୁଞ୍ଚିଗଲା। ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ। ତଥାପି ତାକୁ ଠିକରେ ରଖି ପଇସା ଉଠାଇବାକୁ ଚେଷ୍ଠା କଲେ। ହେଲେ ତାହା ଠିକରେ ରହିଲା ନାହିଁ। ଏହାପରେ ସେହି ଯୁବକଙ୍କର ସନ୍ଦେହ ହେଲା। ତା ଉପରେ ସେ ଅନୁଧ୍ୟାନ କଲେ। ଆଉ ଜାଣିପାରିଲେ ଯେ କେହି ଜଣେ ଗୋଟିଏ ଡିଭାଇସ କି-ବୋର୍ଡ ଉପରେ ଖଞ୍ଜି ଦେଇଛି। ସନ୍ଦେହ ହେବା…
କେଦାର ମିଶ୍ର ଲାଭ ଓ ଲୋଭର ମାୟାରେ ପଡି ଦଳ ବଦଳ କରୁଥିବା ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ଗତ ୨୪ ତାରିଖ ଦିନ ହରିଆଣା ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନର ଫଳ ଦଳବଦଳକାରୀ ଓ ସୁବିଧାବାଦୀ ନେତାମାନଙ୍କୁ ବଡ ଝଟକା ଦେଇଛି। ପୂର୍ବରୁ ଓଡିଶା ନିର୍ବାଚନରେ ମଧ୍ୟ ଏ ଜାତୀୟ ନେତାମାନଙ୍କ ଦୁରବସ୍ଥା ଆମେ ଦେଖିଛୁ। ନିଜ କ୍ଷମତାକୁ ନେଇ ଅଧିକ ଆତ୍ମା ବିଶ୍ଵାସ ରଖି ଯେ କୌଣସି ଦଳକୁ ଗଲେ ମଧ୍ୟ ଜିତିଯିବାର ସମ୍ଭାବନା ଏବେ ଆଉ ନାହିଁ। ଲୋକେ ଦଳ ପ୍ରତି ନେତାମାନଙ୍କର ଅନୁରକ୍ତିରୁ ସେମାନଙ୍କର ସ୍ବଚ୍ଛତାକୁ ଆକଳନ କରୁଛନ୍ତି। ଋତୁ ଦେଖି ରଙ୍ଗ ବଦଳାଉଥିବା ନେତା ଏବେ ଜନତାଙ୍କ ଜବାବ ମୁହେଁ ମୁହେଁ ପାଇଯାଉଛନ୍ତି। ଏହାର କିଛି ଉଦାହରଣ ଦେଇ ଆମେ ପୁରା ଘଟଣାକୁ ଜାଣିବାର ପ୍ରୟାସ କରିବା। ଉଦୟନ ରାଜ ଭୋଂସଲା, ମହାରାଷ୍ଟ୍ର ରାଜନୀତିରେ ଏକ…
CHANDIGARH, OCT 27 (UNI);- Haryana Chief Minister Manohar Lal and Deputy Chief Minster Dusayant Chautla at oath ceremony, oath by Haryana Governor Satyadev Narayan Arya at Haryana Raj Bhawan in Chandigarh on Sunday. UNI PHOTO-26U
CHANDIGARH, OCT 27 (UNI);- Haryana Chief Minister Manohar Lal at oath ceremony, oath by Haryana governor Satyadev Narayan Arya at Haryana Raj Bhawan in Chandigarh on Sunday. UNI PHOTO-27U
KANNUR, OCT 27 (UNI) Diya’s arranged in a pond by the devotees, adjoining to Sree Sunderaswara temple in Talap, on the occasion of Deepavali, on Sunday.
PATNA, OCT 27 (UNI):- Bihar Chief Minister Nitish Kumar lighting a candle at his official resident during celebrate Diwali festival, in Patna on Sunday.UNI PHOTO-46U
MUMBAI,OCT 27 (UNI) – Stockbrokers trades with their family during a special muhurat trading session for Diwali and Laxmi Puja at BSE in Mumbai on Sunday.UNI PHOTO-55U
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଚଳିତ ବର୍ଷ ଦଶହରା ପାଳନ କରି ନ ଥିଲେ। ନିଜର ଜନ୍ମଦିନ ମଧ୍ୟ ପାଳନ କରି ନ ଥିଲେ। ହେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏଥର ଦୀପାବଳି ପାଳନ କରିଛନ୍ତି। ଆଜି ଅପରାହ୍ନରେ ନବୀନ ଭୁବନେଶ୍ବରର କଳିଙ୍ଗନଗରରେ ଥିବା ଏସଓଏସ ଭିଲେଜରେ ଅନାଥ ପିଲାଙ୍କ ଗହଣରେ ପାଳନ କରିଛନ୍ତି ଦୀପାବଳି। ନବୀନ ସେହି ଗ୍ରାମରେ ପହଁଚିବା ପରେ ପିଲାମାନଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ସେମାନଙ୍କ ଗହଣରେ ନବୀନ ଚୁଡୁଚୁଡିଆ ବାଣ ଫୁଟାଇଥିଲେ। ଏହା ଦେଖି ସେଠାକାର ପିଲା ବେଶ୍ ଖୁସି ହୋଇ ଯାଇଥିଲେ। ସେତିକି ନୁହେଁ ବାଣଫୁଟା ପର୍ବ ସରିବା ପରେ ନବୀନ ପିଲାଙ୍କୁ ମିଠା ପ୍ୟାକେଟ ପ୍ରଦାନ କରି, ହାପି ଦିୱାଲି ବୋଲି କହିଥିଲେ। ସେଠାରେ ନବୀନ ବେଶ୍ କିଛି ସମୟ ବିତାଇଥିଲେ। ପିଲାମାନଙ୍କ ସହିତ ହସଖୁସି କରିବା ସହ ସେମାନଙ୍କୁ ବିଭିନ୍ନ କଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ…
ସମୀକ୍ଷା ବ୍ୟୁରୋ ପୁରୀ:-ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତମାନେ ବଡବଡିଆ ସଂପୂର୍ଣ୍ଣ ସିଂହଦ୍ବାର ସମ୍ମୁଖରେ ଏବଂ ମନ୍ଦିର ଚାରିପଟେ ଡାକିବାର ସୌଭାଗ୍ୟ ପାଇ ପାରିଛନ୍ତି। ପୂର୍ବରୁ ସିଂହଦ୍ବାର ସମ୍ମୁଖରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଅଳ୍ପ ଭକ୍ତ ରହିଲେ ଭିଡ ହୋଇ ଯାଉଥିଲା। ଫଳରେ ଭକ୍ତମାନେ ମନ୍ଦିରର ବହୁ ଦୂରରେ ବଡବଡିଆ ଡାକୁଥିଲେ। ହେଲେ ଚଳିତ ବର୍ଷ ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପଯ୍ୟାପ୍ତ ସ୍ଥାନ ମିଳିବାରୁ ସବୁ ଭକ୍ତ ଏକାଠି ବଡବଡିଆ ଡାକିବାର ସମର୍ଥ ହୋଇଛନ୍ତି। ମୁଖ୍ୟତଃ ଦ୍ବୀପାବଳୀ ଦିନ ପୂର୍ବପୁରୁଷଙ୍କୁ ସ୍ମରଣ କରି ବଡବଡିଆ ଡାକିବା ପାଇଁ ପୁରୀରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଓ଼ଡିଶାର ପୁରପଲ୍ଲୀରେ ଲୋକମାନେ କାଉଁରିଆ କାଠି ଜାଳି ବଡବଡିଆ ଡାକୁଥିଲେ ମଧ୍ୟ ପୂର୍ବପୁରୁଷଙ୍କ ସ୍ମରଣ କରିବାରେ ପୁରୀ ହେଉଛି ଉପଯୁକ୍ତ କ୍ଷେତ୍ର। ସେଥିପାଇଁ ପ୍ରତିବର୍ଷ ଏହି ଦ୍ବୀପାବଳୀରେ ଭକ୍ତମାନେ ଦୂରଦୂରାନ୍ତରୁ ଆସି ବଡବଡିଆ ଡାକି, ବାଇଶି ପାହାଚରେ ଶ୍ରାଦ୍ଧ ଦେଇଥାନ୍ତି।…
ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ନିଜ ଜନ୍ମଦିନରେ ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ଓ୍ବାର୍ଣ୍ଣର ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ମୁକାବିଲାକୁ ୧୩୪ ରନ୍ର ବ୍ୟବଧାନରେ ବିଜୟୀ ହୋଇଥିଲା। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ଡେଭିଡ୍ ଓ୍ବାର୍ଣ୍ଣର ପ୍ରଥମ ଓ୍ବିକେଟ୍ରେ ୧୨୨ ରନ୍ ଯୋଡିଥିଲେ। ଫିଞ୍ଚ ୩୬ ବଲ୍ର ସମ୍ମୁଖୀନ ହୋଇ ୬୪ ରନ୍ ସଂଗ୍ରହ କରିଥିବା ବେଳେ ଓ୍ବାର୍ଣ୍ଣର ୫୬ ବଲ୍ର ସମ୍ମୁଖୀନ ହୋଇ ୧୦୦ ରନ୍ ସଂଗ୍ରହ କରିଥିଲେ। ଓ୍ବାର୍ଣ୍ଣର ନିଜ ଇନିଂସରେ ୧୦ଟି ଚୌକା ଏବଂ ୪ଟି ଛକ୍କା ମାରିଥିଲେ। ମ୍ୟାକ୍ସଓ୍ବେଲ ଶେଷ ଭାଗରେ ୨୮ ବଲ୍ରୁ ୬୨ ରନ୍ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ୨୩୩ରନ୍ର ବିଶାଳ ସ୍କୋର ହାସଲ କରିଥିଲା। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୯ ଓ୍ବିକେଟ୍…
ସମୀକ୍ଷା ବ୍ୟୁରୋ ଆଜି ପବିତ୍ର ଦୀପାବଳି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକକାଳୀନ ଭାବରେ ବାଣପୁର ସ୍ଥିତ ମୁକ୍ତାଦେଇପୁର ଗ୍ରାମ ଓ ଗମ୍ଭାରୀମୁଣ୍ଡା ସ୍ଥିତ ଖଜୁରିଆ ଗ୍ରାମରେ ସଂସ୍କାର କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଣପୁର ସଂସ୍କାର କେନ୍ଦ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ କେଦାର ମେହେର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାଣପୁର ମଣ୍ଡଳ ପ୍ରମୁଖ କୈଳାଶ ଚନ୍ଦ୍ର ଖୁଣ୍ଟିଆ ଉଦ୍ଘାଟନ କରିଥିବା ବେଳେ ଗମ୍ଭାରୀମୁଣ୍ଡା ସଂସ୍କାର କେନ୍ଦ୍ରକୁ ଗମ୍ଭାରୀମୁଣ୍ଡା ଅଂଚଳର ଉଦୀୟମାନ ଯୁବ ସମାଜସେବୀ ଆଶିଷ ସାମନ୍ତସିଂହାର ଓ ପାର୍ଥସାରଥୀ ପଲାଇ ଉଦ୍ଘାଟନ କରିଥିଲେ। ଉଭୟ ସଂସ୍କାର କେନ୍ଦ୍ରରେ ଅତିଥିମାନେ ଛୋଟଛୋଟ ଶିଶୁ ଭାଇଭଉଣୀମାନଙ୍କୁ ବିଭିନ୍ନ ଶ୍ଳୋକ ଶିଖାଇବା ସହ ଶାରୀରିକ ପ୍ରଶିକ୍ଷଣ ଓ ଜ୍ଞାନ ପ୍ରଦାନ କରିଥିଲେ। ବାଣପୁର ସଂସ୍କାର କେନ୍ଦ୍ରର ନେତୃତ୍ୱ ବାଲୁଗାଁ କଲେଜ ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ଭୋଳା…

