ଆଜି ଆଲୋକର ପର୍ବ ଦୀପାବଳି । ରାଜ୍ୟବାସୀଙ୍କ ଶୁଭେଚ୍ଛା ଜଣାଇବା ସହିତ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ଓ ଏସ୍ ଭିଲେଜ୍ରେ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ପଦଧିକାରୀ ଯେପରିକି ସିଏସ , ଡିସି ଏବଂ ଏ ପିସିମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେମାନେ ଶିଶୁଙ୍କ ଥଇଥାନ ଲାଗି ଉଦ୍ଦିଷ୍ଟ ଅନୁଷ୍ଠାନ ତଥା ଚାଇଲ୍ଡ କେୟାର ପ୍ରତିଷ୍ଠାନକୁ ଗସ୍ତ କରି ସେଠାରେ ଥିବା ଶିଶୁମାନଙ୍କ ସହ ଦୀପାବଳି ପାଳନ କରନ୍ତୁ। ସେହିପରି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ସେମାନଙ୍କ ଜିଲ୍ଲାରେ ଥିବା ଶିଶୁ ମଙ୍ଗଳ ସଂସ୍ଥାଗୁଡିକୁ ଯାଇ ଦୀପାବଳି ପାଳନ କରିବେ । ଡିଜିଙ୍କଠୁ ଆରମ୍ଭ କରି ଏସପିଙ୍କ ସମେତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ବାଟାଲିଆନକୁ ଯାଇ ସେଠାରେ ଯବାନ ଏବଂ ତାଙ୍କ ପରିବାରଙ୍କ ସହିତ ଦୀପାବଳି ପାଳନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି…
Author: Samikhsya Bureau
ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ର ମୁଖ୍ୟ ଅବୁ ବକର୍ ବାଗଦାଦୀ ନିହତ ହୋଇଥିବାର ଖବର ପ୍ରକାଶ ପାଇଛି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଗ୍ଦାଦୀ ଉପରେ ହୋଇଥିବା ଆକ୍ରମଣରେ ସେ ପ୍ରାଣ ହରାଇଛି । ରବିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆକ୍ରମଣ ସମୟରେ ବାଗ୍ଦାଦୀ ଏକ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛି । ସିରିଆରେ ମୁତୟନ ରହିଥିବା ଆମେରିକା ସେନାର ଏକ ପୋର୍ଟାଲ ପକ୍ଷରୁ ଏହି ସୂଚନା ରବିବାର ଦିନ ପ୍ରକାଶ ପାଇଛି । ଏହା ସହିତ ଟ୍ରମ୍ପ କୌଣସି ବଡ ଘୋଷଣା କରିବା ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ବର୍ଷ ମଧ୍ୟରେ ବାଗ୍ଦାଦୀର ମୃତ୍ୟୁ ନେଇ ଅନେକ ଖବର ପ୍ରକାଶ ପାଇଥିବା ବେଳେ ସର୍ବଦା ଏହା ମିଥ୍ୟା ପ୍ରମାଣିତ ହେଇଥିଲା ।
ସମୀକ୍ଷା ବ୍ୟୁରୋ ଆଜି ହେଉଛି ଦୀପାବଳି। ଏହି ରାତ୍ରିଟି ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ରାତ୍ରିକୁ ଦୀପାବଳି କୁହାଯାଏ। ଏହି ରାତ୍ରିରେ ବିଶେଷ ପ୍ରୟୋଗ କରିବା ଦ୍ବାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଖାସ୍ କରି ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଆଜି ରାତ୍ରିରେ କ’ଣ କଲେ ଆର୍ଥିକ ସଂକଟରୁ ମୁକ୍ତି ପାଇବା ସହିତ ନିଜ ଜୀବନରୁ ଅନ୍ଧାରକୁ ଦୂର କରିପାରିବା। ଦୀପାବଳି ରାତ୍ରିରେ କେମିତି କରିବେ ମହାପ୍ରୟୋଗ – ମଧ୍ୟ ରାତ୍ରିର ୧୧ରୁ ରାତ୍ରି ୧ଟା ପର୍ଯ୍ୟନ୍ତ ମହାପ୍ରୟୋଗ କରନ୍ତୁ – ଲାଲ କିମ୍ବା ହଳଦିଆ ବସ୍ତ୍ର ଧାରଣ କରନ୍ତୁ – ଶୁଦ୍ଧ ଘିଅର ଏକ ଏକମୁଖୀ ବଡ଼ ଦୀପ ଜଳାନ୍ତୁ – ପୂର୍ବ ଆଡକୁ ମୁହଁ କରି ପୂଜାର ଆରମ୍ଭ କରନ୍ତୁ – ମନ୍ତ୍ର ଜପ କରିବା ପାଇଁ ସ୍ପଟିକ ଓ ରୁଦ୍ରାକ୍ଷ ମାଳାର ଉପଯୋଗ କରନ୍ତୁ । ଦୀପାବଳିରେ କେମିତି…
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୮ତମ ମନ କି ବାତ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ମୋଦୀ ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ମୋଦି। ଏହି ଅବସରରେ ମୋଦି ନାରୀଶକ୍ତିର ଗୁରୁତ୍ବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦୀପାବଳି ନାରିଶକ୍ତିର ସମ୍ମାନ ଉଦ୍ଦେଶ୍ୟରେ ଏବଂ ଭାରତରେ ମହିଳାଙ୍କୁ ଲକ୍ଷ୍ମୀ ଭାବରେ ପୂଜା କରିବା ପାଇଁ ପାଳନ କରାଯାଏ ବୋଲି ମୋଦି କହିଥିଲେ। ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ବିଷୟରେ ମଧ୍ୟ ମୋଦି ନିଜ ମନ୍ କି ବାତ ସମୟରେ କହିଥିଲେ। ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବରେ ସର୍ଦ୍ଦାର ବଲ୍ଲଭାଇ ପଟେଲ ଭାରତକୁ ଏକ କରି ଗଢି ତୋଳିବା ଭଳି ଐତିହାସିକ କାମ କରିଛନ୍ତି। ଅକ୍ଟୋବର ୩୧ ତାରିଖରେ ପ୍ରତି ବର୍ଷ ଭଳି ରନ ଫର ୟୁନିଟର ଆୟୋଜନ କରାଯିବ ବୋଲି ମୋଦି କହିଥିଲେ। ସେହିପରି ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିବସ ଉପଲକ୍ଷେ କର୍ତ୍ତାରପୁର…
ପଞ୍ଜାବର ପୂର୍ବତନ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ କମଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି । ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡ଼ିଛି । ଫିରୋଜପୁର ଜିଲ୍ଲାରେ ଥିବା ତାଙ୍କ ବାସନ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସେ ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଏକ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ କମଲଙ୍କୁ ୪୮ ବର୍ଷ ହୋଇଥିଲା ।
LUXOR (EGYPT), Oct. 27, 2019 (Xinhua) — Artists perform Opera Aida in the Temple of Hatshepsut in Luxor, Egypt, on Oct. 26, 2019. Opera Aida was performed on Saturday in Luxor after a hiatus of over two decades. Photo by Radwan/Xinhua/UNI PHOTO-4F
ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଆତଙ୍କବାଦୀ ଆକ୍ରମଣ ସଙ୍ଗଠିତ ହୋଇଯାଇଛି । ଏହି ଆକ୍ରମଣରେ 6 ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଶନିବାର ଶ୍ରୀନଗରର କରଣ ନଗରରେ ଏହି ଆକ୍ରମଣ ସଙ୍ଗଠିତ ହୋଇଥିଲଶ । ଗୁରୁବାର ସେଓ ବେପାରୀଙ୍କ ଉପରେ ଆକ୍ରମଣକୁ ମିଶାଇ ଏହା ଚଳିତ ମାସର ଚତୁର୍ଥ ଆକ୍ରମଣ । ସମସ୍ତ ଆହତ ଯବାନ ସିଆରପିଏଫ୍ର 167 ବାଟାଲିୟନ୍ର ବୋଲି ଜଣାପଡିଛି । ଅଲକାଏଦାର ଜାକିର ମୁସାଙ୍କ ଅନୁସନ୍ଧାନ ସମୟରେ ଆତଙ୍କୀ ଏବଂ ସେନା ମଧ୍ୟରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା ।
ପ୍ରବଳ ବର୍ଷା କାରଣରୁ କାଲିମେଳା ଜଳଭଣ୍ଡାର ବିପଦ ସଙ୍କେତ ଛୁଇଁବା ପରେ ରବିବାର ଦିନ କାଲିମେଳାର ଦୁଇଟି ଗେଟ୍ ଖୋଲାଯାଇଛି । ଗତ 48 ଘଣ୍ଟା ମଧ୍ୟରେ ମାଲକାନଗିରିରେ ହାରାହାରି 166 ମିମି ବର୍ଷା ହୋଇଛି । ବର୍ଷା ଯୋଗୁଁ ମାଲକାନଗିରି – ମୋଟୁ ମଧ୍ୟରେ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଛି ।
ସଂପଦ ଦଳାଇ ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି ମେଟାଲ ପଦାର୍ଥ କିଣିବାର ପ୍ରଥା ରହିଛି। ବିଶ୍ବାସ ରହିଛି ଏହି ଧନତରାସ ଦିନରେ ସୁନାରୂପା କିଣିଲେ ମା ଲକ୍ଷ୍ମୀ ଆର୍ଶିବାଦ କରିଥାନ୍ତି। ଘରେ ଧନ ସଂପତ୍ତି ବୃଦ୍ଧି ଘଟିଥାଏ। ସେଥିପାଇଁ ଏହି ଧନତରାସକୁ ହିନ୍ଦୁ ଭକ୍ତମାନେ ଏବଂ ସୁନା ବେପାରୀମାନେ ଅପେକ୍ଷା କରି ରହିଥାନ୍ତି। ହେଲେ ଚଳିତ ବର୍ଷ ଧନତରାସ ସୁନା ବେପାରୀଙ୍କ ପାଇଁ ସବୁଠାରୁ “ହତୋତ୍ସାହ ଧନତରାସ” ଥିଲା। ଦେଶରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ସୁନା ବିକ୍ରିର ପରିମାଣ ଗତ ଦଶ ବର୍ଷ ବ୍ୟବସାୟକୁ ତୁଳନାରେ ସବୁଠାରୁ କମ ବ୍ୟବସାୟ ହୋଇଛି। ଅର୍ଥାତ ଚଳିତ ବର୍ଷ ୪୦ ପ୍ରତିଶତ ବିକ୍ରି ହ୍ରାସ ପାଇଛି। କନଫେଡ୍ରେସନ…
ALAPPUZHA,OCT 26 (UNI):-Artist performing Cultural programmes during Champions Boat League at Kainakary in Alappuzha on Saturday.UNI PHOTO-133U
People light earthen lamps on the banks of River Saryu during Deepotsav celebrations in Ayodhya on Saturday.
ଯାଜପୁର ଜିଲ୍ଲାରେ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 2 ଜଣ ଯୁବକ ଗିରଫ ହୋଇଛନ୍ତି । ବହୁ ଲୋକଙ୍କ ଠାରୁ ଏହି ଯୁବକ ଠକି ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଆଜି ଯାଜପୁର ପୋଲିସ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 2 ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା 2 ଜଣ ଯୁବକ ମାହାଙ୍ଗାର ପ୍ରିୟରଞ୍ଜନ ପଟ୍ଟନାୟକ ଓ ବଡ଼ଚଣାର ଅକ୍ଷୟ ସାମଲ । ଉଭୟଙ୍କ ଠାରୁ ଗୋଟିଏ ଦାମୀ କାର, ସୁନା ଗହଣା ଓ ମାରଣାସ୍ତ୍ର ଜବତ ହୋଇଛି । ବାଲେଶ୍ୱରର ଜଣେ ମହିଳାଙ୍କୁ 5 ଲକ୍ଷ ଟଙ୍କା ଠକିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା ।
ଗଞ୍ଜାମ ଜିଲ୍ଲା ପୋଲସରାରେ ସିରିଜ୍ ବୋମାମାଡ଼ ହୋଇଛି । ଗତକାଲି ରାତି ପ୍ରାୟ 9ଟା ବେଳେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ଏଠାକାର ମୁଖ୍ୟ ରାସ୍ତାରେ 5ଟି ବୋମା ଫିଙ୍ଗି ଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ପୋଲସରା ବଜାର ଛକରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଲକ୍ଷ୍ୟ କରି 2ଟି ବୋମା ଫିଙ୍ଗି ଥିଲେ । ଏହାପରେ ରାଣୀପଡ଼ା ଓ ବାଲିଘାଇ ଛକରେ ଆଉ ୩ଟି ବୋମା ଫିଙ୍ଗି ଥିଲେ । ପୋଲସରା ବଜାର ଛକରେ ହୋଇଥିବା ବୋମାମାଡ଼ରେ ଅନିଲ କୁମାର ମଲ୍ଲିକ ଓ ଶଙ୍କର ବେହେରା ନାମକ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ବୋମାମାଡ଼ର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି ।
Candles are arranged inside a cricket stadium on the eve of Diwali, the Hindu festival of lights in Prayagraj on Saturday.

