Devotees light lamp in Keshev Dev temple premises at Sri Krishna Janamsthan on the occasion of Diwali Festival in Mathura
Author: Samikhsya Bureau
କେଦାର ମିଶ୍ର ଆଜି ସାରାଦେଶ ଦୀପାବଳି ପାଳନ କରୁଥିବା ବେଳେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଦ୍ଵିତୀୟ ଥର ଶପଥ ନେବେ। ହରିଆଣା ନିର୍ବାଚନ ପ୍ରଚାର ବେଳେ ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା ୭୫+ର ଏକ ମିଶନ ଘୋଷଣା କରିଥିଲେ। ତେବେ ଫଳ ବାହାରିଲା ବେଳକୁ ବିଜେପିକୁ ମିଳିଲା ମାତ୍ର ୪୦ ଆସନ। ପାଞ୍ଚ ବର୍ଷର ବିଜେପି ଶାସନ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରଚାର ଓ ଗଣମାଧ୍ୟମର ନିଃସର୍ତ୍ତ ସମର୍ଥନ ଥାଇ ମଧ୍ୟ ଖଟ୍ଟର ସରକାର ସଂଖ୍ୟା ଗରିଷ୍ଠତା ପାଇଲେ ନାହିଁ। ଅଗତ୍ୟା ସ୍ଵାଧୀନ ଓ ଜନନାୟକ ଜନତା ପାର୍ଟିର ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢୁଛି। ତେବେ କିଏ ଏହି ଜେଜେପି ଓ ଏହାର ନେତା ଦୂଷ୍ୟନ୍ତ ଚୌତାଲା? ହରିଆଣା ରାଜନୀତିରେ ଯେଉଁ ତିନି “ଲାଲ”ଙ୍କ ଉତ୍ତରାଧିକାର ରହିଆସିଛି(ବଂଶୀ ଲାଲ, ଦେବୀ ଲାଲ ଓ ଭଜନ ଲାଲ) ରହିଆସିଛି, ସେଥିରୁ ଦେବୀ ଲାଲଙ୍କ ପରିବାରର ସାନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର:-ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଟୋରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ “ମୃତ୍ତିକା ” ଶେଷ ହୋଇଛି। ଆଠ ଦିନ ଚାଲିଥିବା ଏହି ପ୍ରଦର୍ଶନୀରେ ମୋଟ ୧ କୋଟି ୨୮ ଲକ୍ଷ ଟଙ୍କାର କାରବାର ହୋଇଥିବାର ଜଣାପଡିଛି। ଗତବର୍ଷ ଏହି ପ୍ରଦର୍ଶନୀରେ ୧ କୋଟି ୧୫ ଲକ୍ଷ୍ୟ ଟଙ୍କାର କାରାବାର ହୋଇଥିଲା।ଚଳିତ ବର୍ଷ ଏହା ଦେଢ କୋଟି ରେ ପହଁଚିବାର ଥିଲା। ହେଲେ ଲଗାଣ ବର୍ଷା ଯୋଗୁଁ ଶେଷ ଦୁଇଦିନ କୌଣସି କାରବାର ହୋଇପାରି ନ ଥିଲା। ଏଥର ଏହି ପ୍ରଦର୍ଶନୀରେ ୧୦୦ ଗୋଟି ଷ୍ଟଲ୍ରେ ୧୭୭ ଜଣ କାରିଗର ସେମାନଙ୍କ ହସ୍ତଶିଳ୍ପକୁ ପ୍ରଦର୍ଶନ ଓ ବିକ୍ରୟ କରିଥିଲେ । ଏଥିରେ ଛୋଟ ମାଟି ଦ୍ବୀପଠାରୁ ଆରମ୍ଭ କରି ଟେରାକୋଟାର ବଡବଡ ହାତୀ, ଘୋଡା ସହିତ ଫୁଲ ଦାନୀ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ଏହି ମେଳାକୁ ୨ ଲକ୍ଷ ୩୦…
ସମୀକ୍ଷା ବ୍ୟୁରୋ ବାଣପୁର:-ପଞ୍ଚସଖା ଯୁଗର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 133 ତମ ଜୟନ୍ତୀ ବାଣପୁରରେ ପାଳିତ ହୋଇଯାଇଛି। ଠିକ ଆଜିର ଦିନରେ ଅର୍ଥାତ ଅକ୍ଟୋବର 26 ତାରିଖ 1886 ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ର ବାଣପୁରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମମାଟି ବାଣପୁରସ୍ଥିତ ନେହୁର ସେବା ସଂଘରେ ଏହି ଜୟନ୍ତୀ ପାଳିତ ହୋଇଛି। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ରାଜନୈତିକ ଜୀବନ ସଂପର୍କରେ ଅବଗତ କରାଇଥିଲେ। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଦେବେନ୍ଦ୍ରନାଥ ମାନସିଂହ ମଧ୍ୟ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ। ଗୋଦାବରୀଶ ମିଶ୍ରଙ୍କ ରଚିତ କାଳିଜାଈ କବିତା କିପରି ଓଡିଶାର ଜନମାନସରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି ତାହାର ଦୃଷ୍ଟାନ୍ତ ପ୍ରତିପାଦନ କରାଇଥିଲେ। ଓଡିଶା ସାହିତ୍ୟ ଏକାଡେମୀ ଏବଂ ଶାଳିଆ ସାଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଶାନ୍ତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ଆସନ୍ତା 28 ତାରିଖ ଦିନ ଯାଜପୁର ସ୍ମିତାରାଣୀ ମୃତ ଘଟଣାରେ ମହିଳା କମିଶନ ଅଫିସ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା। ତାଙ୍କ କହିବା ଅନୁସାରେ ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ଯେଉଁ ଭଳି ଭାବରେ ବଳାତ୍କାର ପରେ ହତ୍ୟାକରା ଗଲା ସେତେବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରଥମେ ଚୁପ ରହିଲେ । ଯେତେବେଳେ ଗଣମାଧ୍ୟମ ଓ ବିରୋଧୀଦଳ ମହିଳା କମିଶନର ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିଶନ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି । ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଗତ ୧୯ ତାରିଖରେସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ଯାହା ସମ୍ପୃର୍ଣ୍ଣ ମିଛ । ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତାହେଲେ…
ଜାପାନ/ଭୁବନେଶ୍ୱର, ଅକ୍ଟୋବର ୨୬ – ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ (ଜିଏଫ୍ଏସ୍ଇଏସ୍)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଭାରତରେ ଇସ୍ପାତ ବ୍ୟବହାରକୁ ବଢାଇବା ତଥା ବିଶେଷ ଭାବରେ ଇସ୍ପାତ୍ ଚାହିଦାକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ୱ ଦେଉଅଛୁ। ୨୦୩୦ ସୁଦ୍ଧା ଇସ୍ପାତ୍ର ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା ରହିଛି । ସେ କହିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ନଜରରେ ରଖି ଭାରତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ଦେଶର ଭିତିଭୂମି ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।…
ଦିଲ୍ଲୀ ସରକାର ଦୀପାବଳି ଅବସରରେ ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ସାଣ୍ଡ କି ଆଂଖ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଦେଶର ସାର୍ପ ସୁଟର ପ୍ରକାଶୀ ତୋମାର ଏବଂ ଚନ୍ଦ୍ରା ତୋମାରଙ୍କ ଏହି ଫିଲ୍ମଟି ଆଧାରିତ। କେବଳ ଦିଲ୍ଲୀ ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ସାଣ୍ଡ କି ଆଂଖରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁଙ୍କ ବ୍ୟତୀତ ପ୍ରକାଶ ଝା, ବିନୀତ କୁମାର ସିଂହ ଏବଂ ପବନ ଚୋପଡା ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକଙ୍କ ନିକଟରେ ଏହି ଫିଲ୍ମଟି ବେଶ୍ ଆଦୃତ ହୋଇଛି।
ରୋଗୀଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହୋଇଛି । ମାଲକାନଗିରି ମେଡ଼ିକାଲ୍କୁ ଏହି ମାଗଣା ବସ୍ ସେବା ଆରମ୍ଭ ହୋଇଛି । ଗୁରୁପ୍ରିୟା ଓ ମୋଟୁରୁ ମାଲକାନଗିରି ମେଡ଼ିକାଲକୁ ବିଜୁ ହେଲଥ୍ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି । ରୋଗୀଙ୍କ ପାଇଁ ମାଗଣା ବସ୍ ସେବାକୁ ଉଦ୍ଘାଟନ କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ। ଏହି ବସ୍ରେ ଉପାନ୍ତ ଅଞ୍ଚଳର ଲୋକ ଡାକ୍ତରଖାନା ଯାଇପାରିବେ।
A shop decked up with lights and decorative items on the eve of Deepavali festival at a market in Belagavi on Saturday. UNI PHOTO-36U
ବଙ୍ଗୋପସାଗରରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି ଟିକେ ପାଗ ଶିଖିଲା ରହିଛି । କିନ୍ତୁ ଏହି ଲଗାଣ ବର୍ଷା ଯୋଗୁଁ ଚାଷୀ କୂଳ ଚିନ୍ତାରେ ପଡିଯାଇଛି । ଗତ ୨୩ରୁ ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଏହି ଲଗାଣ ବର୍ଷାରେ କ’ଣ କ୍ଷୟକ୍ଷତି ହୋଇଛି ତାହାର ରିପୋର୍ଟ ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଅନୁଦାନକୁ ଅପେକ୍ଷା ନ କରି ଆଂଶିକ କ୍ଷତିଗ୍ରସ୍ତକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୪ ସୁଦ୍ଧା ରିପୋର୍ଟ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ।
SECUNDRABAD, OCT 26 (UNI)- People buying puja materials at a roadside vendor ahead of Diwali festival, in Secundrabad on Saturday.
Artists performing at a religious procession taken out as part of Deepotsav
ନିକଟରେ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ନେଇ ଉଭୟ ସରକାର ଓ ବିରୋଧୀଙ୍କ ବାକ୍ଯୁଦ୍ଧ ଚାଲିଥିବାବେଳେ ଏବେ ସ୍ୱାଧୀନତା ସଂଗ୍ରାମୀର କ୍ରାନ୍ତିକାରୀ ନେତା ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ମଧ୍ୟ ଭାରତ ରତ୍ନ ମିଳିବା ନେଇ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏ ନେଇ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ସହିଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ବିଟ୍ରିଶ ସରକାରକୁ ବିରୋଧ କରି ଦେଶରେ ଆନ୍ଦୋଳନକୁ ପ୍ରେରିତ କରିଥିଲେ । ଏହାପରେ ଏହି ତିନି ଜଣ ନିଜର ଦେଶ ପାଇଁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବଳିଦାନ ଦେଇଥିଲେ । ତେଣୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ଏହି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏହି ତିନି ସ୍ୱାଧନୀତା ସଂଗ୍ରାମୀଙ୍କୁ…
A woman preparing earthen diya for sale at her roadside workshop on the eve of the Deepawali festival, in New Delhi on Saturday. UNI PHOTO-AK6U
ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦଲାଗି ରହିଛି । ଗୋଟିଏ ପଟେ ବିଜେପି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡି ବସିଥିବା ବେଳେ ଅନ୍ୟପଟେ ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବର ଦାବି କରିଛି । ଅଢେଇ ଅଢେଇ ବର୍ଷ ଫର୍ମୁଲାରେ ବିଜେପି ଲିଖିତ ଭାବରେ ସହମତ ହେଲେ ଯାଇ ଶିବସେନା ସମର୍ଥନ ଦେବ ବୋଲି ଦଳର ବିଧାୟକ ଘୋଷଣା କରିଛନ୍ତି । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ଘର ମୋତିଶ୍ରୀରେ ଆଜି ଶିବସେନା ବିଧାୟକ ଦଳର ବୈଠକ ହୋଇଛି । ଶିବସେନା ନେତା ପ୍ରତାପ ସରନାୟକ ବୈଠକ ସରିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ।
ହରିୟାଣା ରାଜନୀତିର ଛକାପଂଝା ଭିତରେ ଏବେ ସ୍ଥିରତା ଆସିଯାଇଛି । ରବିବାର ଦିନ ବିଜେପି ନେତା ମନୋହର ଲାଲ୍ ଖଟ୍ଟର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରବିବାର ଅପରାହ୍ନ ୨ଟା ୧୫ରେ ସେ ଶପଥ ଗ୍ରହଣ କରିବେ। ମନେହାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହବୋ ପରେ ଶନିବାର ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଅନୁରୋଧ କରିଥିଲେ। ଆଉ ଏହାକୁ ରାଜ୍ୟପାଳ ଗ୍ରହଣ କରି ନେଇଥିବା ସେ କହିଛନ୍ତି। ରବିବାର ଦିନ ରାଜ ଭବନ ପରିସରରେ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶବଥ ନେବେ। ଏହାସହ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ମନ୍ତ ଚୌତାଲା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହରିୟାଣାର ୯୦ଟି ବିଧାନସଭା ଆସନରେ ବିଜେପି ୪୦ଟି ଆସିନ ଜିତିଥିବାବେଳେ ମ୍ୟାଜିକ୍ ୪୬…
ଯାଜପୁର ଜିଲ୍ଲାରେ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ବହୁ ଲୋକଙ୍କ ଠାରୁ ଏହି ଯୁବକ ଠକି ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ମାହାଙ୍ଗାର ପ୍ରିୟରଞ୍ଜନ ପଟ୍ଟନାୟକ ଓ ବଡ଼ଚଣାର ଅକ୍ଷୟ ସାମଲ । ଉଭୟଙ୍କଠାରୁ ଗୋଟିଏ ଦାମୀ କାର, ସୁନା ଗହଣା ଓ ମାରଣାସ୍ତ୍ର ଜବତ ହୋଇଛି । ବାଲେଶ୍ୱରର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତ ହେବା ପରେ ଏହି ଦୁଇ ଅଭିଯୁକ୍ତ ବହୁ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି ।

