Author: Samikhsya Bureau

କେଦାର ମିଶ୍ର ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟି ଓଡିଶାରେ ଆଉ ଏକ ଲଜ୍ଜାଜନକ ପରାଜୟର ପୀଡା ଭୋଗୁଛି ସେତେବେଳେ ତାର ପ୍ରତିକ୍ରିୟାରେ ସେମାନେ ଅଧିକ ଉଗ୍ର ହେବା ସମସ୍ତଙ୍କୁ ଚକିତ କରିଛି। ଟଙ୍କା ଓ ଶାସନର ଉଲଗ୍ନ ନାଚ (ନଙ୍ଗା ନାଚ) ଯୋଗୁଁ ବିଜେପୁରରେ ବିଜେଡ଼ିର ବିପୁଳ ବିଜୟ ଘଟିଲା ବୋଲି ଓଡିଶା ସଂଗଠନ ଦାୟିତ୍ବରେ ଥିବା ବିଜେପି ପ୍ରଭାରି ଅରୁଣ ସିଂ କହିଛନ୍ତି। ତେବେ ପରାଜୟ ପରେ ଏହା ହେଉଛି ଏକ ପ୍ରକାର ଫର୍ମୁଲା ପ୍ରତିକ୍ରିୟା। ଗୋଟେ ନିର୍ବାଚନ ମଣ୍ଡଳୀର ୭୩% ଭୋଟଦାତା ଯଦି ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି, ସେଥିରେ ବିଜେତା ଦଳର ଅର୍ଥବଳ ଓ ବାହୁବଳ ଅପେକ୍ଷା ବିରୋଧୀ ପକ୍ଷର ଦୁର୍ବଳତା କିଛି କମ ଦାୟୀ ନୁହେଁ। ଦୁର୍ଭାଗ୍ୟକ୍ରମେ ଓଡିଶା ବିଜେପି ନିଜର ରାଜନୈତିକ ବିଫଳତାକୁ ଲୁଚାଇବାକୁ ଯାଇ ସେଇ ପୁରୁଣା ଢାଲ ବ୍ୟବହାର କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ପାଇଁ ସେମାନେ ଯେଉଁ…

Read More

ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । କଟକର ଚାଉଳିଆଗଞ୍ଜ ପୁଲିସ୍ କାର୍ତ୍ତିକ ରାଉତରାୟ ନାମକ ବ୍ୟକ୍ତିକୁ ଗିରଫ କରିଛି । ତାଙ୍କ ନିକଟରୁ ପୁଲିସ୍ 7ଟି ମୋବାଇଲ, 21ଟି ସିମ୍ କାର୍ଡ, 14ଟି ବ୍ୟାଙ୍କ ପାସବୁକ୍ ଓ 9ଟି ଚେକ୍ ବୁକ୍ ଜବତ କରିଛି । କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲା । ଏନେଇ ପୁଲିସ୍‌ କୌଣସି ସୂତ୍ରର ଖବର ପାଇ ଶୁକ୍ରବାର ରାତିରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

Read More

ସମୀକ୍ଷା ବ୍ୟୁରୋ ପୁଣି ଜଣେ ଓଡିଆ ଜାତୀୟ ସ୍ତରର ଏକ ଉଚ୍ଚ ପଦବରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଓଡିଶାର ଗିରୀଶ ଚନ୍ଦ୍ର ମୂର୍ମୂ। ଗିରୀଶ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଯୋଗ ଦେବା ପାଇଁ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଭବନ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗିରୀଶ ଜାମ୍ମୁର ଉପରାଜ୍ୟପାଳ ହେବେ। ସେ ପ୍ରଥମ ଉପରାଜ୍ୟପାଳ ଭାବେ ଯୋଗଦେବେ। କାରଣ ପୂର୍ବରୁ ଜାମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଥିବା ବେଳେ ସେତେବେଳଠାରୁ ସତ୍ୟପାଲ ମଲ୍ଲିକ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଧାରା 370 ଉଚ୍ଛେଦ ପରେ ଲଦାଖ ଏବଂ ଜାମ୍ମୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରୀଶ ଜାମ୍ମୁକାଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ। ସେହିପରି ସତ୍ୟପାଳ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ମୟୁରଭଂଜର ବେତନଟୀରେ ଜନ୍ମିତ ଗିରୀଶ ହେଉଛନ୍ତି 1985 ବ୍ୟାଚ…

Read More

ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପୁଣି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଅନଲାଇନରେ କରାଯିବ । ଗଣଶିକ୍ଷା ବିଭାଗ ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛି । ପ୍ରାରମ୍ଭିକ ଭାବରେ 100ଟି ବିଦ୍ୟାଳୟରେ ପାଇଲଟ୍‌ ପ୍ରକଳ୍ପ ଭାବରେ ଏହା ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ରାଜ୍ୟର ଶହେଟି ସ୍କୁଲକୁ ସ୍କୁଲ ଅଫ ଏକ୍ସଲେନ୍ସ ଭାବେ ମଧ୍ୟ ଚିହ୍ନଟ କରାଯାଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ସହିତ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର 144171 ଜାରି କରାଯାଇଛି ।

Read More

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୋକାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ 50ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କର ପ୍ରବଳ ବାନ୍ତି ହୋଇଥିଲା । ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।

Read More

ଏଣିକି ବ୍ରାଜିଲ୍‌ ଯିବା ନିମନ୍ତେ ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ ବୋଲି ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ ପ୍ରକାଶ କରିଛନ୍ତି । ଚଳିତ ବର୍ଷ କ୍ଷମତାକୁ ଆସିଥିବା ବୋଲସୋନାରୋ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସୁଦୃଢ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୁରୁବାର ଘୋଷଣା କରିଛନ୍ତି । କେବଳ ଭାରତ ନୁହେଁ ଚୀନ୍‌ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ଦ୍ବାରା ଉଭୟ ରାଷ୍ଟ୍ରର ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କୁ ସହାୟତା ମିଳିବ ବୋଲି ବୋଲସୋନାରୋ ପ୍ରକାଶ କରିଛନ୍ତି । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆର ପର୍ଯ୍ୟଟକଙ୍କୁ ବିନା ଭିସାରେ ବ୍ରାଜିଲ୍‌ ଭ୍ରମଣର ସୁଯୋଗ ମିଳୁଥିବା ବେଳେ ବର୍ତ୍ତମାନ ଭାରତ ଏବଂ ଚୀନ୍‌କୁ ଏହି ତାଲିକାରେ ସାମିଲ କରିବାର ନିଷ୍ପତ୍ତି ନେଇଛି ବ୍ରାଜିଲ୍‌ ।

Read More

ସମୀକ୍ଷା ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ବାଣପୁର ବିଜ୍ଞାପିତ ଅଞ୍ଚଳର ଚିଆଙ୍କ ସାହି, କରଞ୍ଜ ସାହି ଓ ତୋଟା ସାହି ପାଣି ଘେରରେ। ଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଏହି ସମସ୍ତ ଅଞ୍ଚଳ ଜଳମୟ ହୋଇଯାଇଛି । ଏଥିପାଇଁ ଜନସାଧାରଣ ନାହିଁ ନଥିବାର ହଇରାଣ ହେଉଛନ୍ତି। ପ୍ରାୟ ପ୍ରତ୍ୟେକ ବର୍ଷ ଏପରି ଅବସ୍ଥା ଏଠାରେ ହେଉଛି । ଶାଳିଆ ନଦୀର ଧାର ଭାଙ୍ଗି ଆଖ ପାଖ ସବୁ  ଶଙ୍ଖ ବନ୍ଦ ହୋଇଯିବା ଫଳରେ ଜଳ ନିଷ୍କାସନ ଠିକ୍‌ ସେ ହୋଇନପାରିବାରୁ ଏହି ସମସ୍ତ ଅଞ୍ଚଳରେ ପାଣିଘେରରେ। ସମ୍ପୃକ୍ତ ଗ୍ରାମବାସୀ ଶାଳିଆ ଇରିଗେସନ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଗତକାଲି ବାଣପୁର ବ୍ଲକ୍‌ ବାଲେଡିହ ରାସ୍ତାରେ ଭାସିଯାଇଥିବା ବାଇକକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ତକାଲି ବନ୍ୟାପାଣିରେ ତିନିଜଣ ଯୁବକ ଭାସିଯାଇଥିଲେ। ତିନିଜଣ ଯୁବକ ଏକ ବାଇକ୍‌ ଯୋଗେ ଏହି…

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟର ବିଜୟକୁ “ମହା ଜନାଦେଶ” ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଯାହା କହିଥିଲେ, ତାକୁ ଆଜି ମେଣ୍ଟର ସହଯୋଗୀ ଶିବସେନା ପ୍ରବଳ ସମାଲୋଚନା କରିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ଏହି ବିଜୟକୁ ନିଜର ବଡ ଉପଲବ୍ଧି ଭାବରେ ବର୍ଣ୍ଣନା କରିଥିଲେ। ଆଜି ଶିବସେନାର ମୁଖପତ୍ର “ସାମ୍ନା” ରେ ପ୍ରକାଶିତ ସଂପାଦକୀୟରେ ଏହା ମହା ଜନାଦେଶ ନୁହେଁ, ବରଂ ବିଜେପିର କ୍ଷମତା ଅହଂକାର ଉପରେ ଲୋକମତର ପ୍ରଚଣ୍ଡ ପ୍ରହାର ବୋଲି କୁହାଯାଇଛି। ବିରୋଧୀ ଦଳକୁ ଭାଙ୍ଗି ଓ କ୍ଷମତାର ଅହଂକାର ପ୍ରଦର୍ଶନ କରି ନିର୍ବାଚନ ଜିଣିହେବ ନାହିଁ ଓ ଏହି କଥା ମହାରାଷ୍ଟ୍ର ନିର୍ବାଚନରେ ପ୍ରମାଣିତ ହୋଇଛି ବୋଲି ଶିବସେନା କହିଛି। ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ବିଜେପି ଯେମିତି ଧ୍ଵଂସ କରିବାକୁ ଚେଷ୍ଟା କରିଥିଲା, ଲୋକେ ତାକୁ ସହଜରେ ଗ୍ରହଣ କଲେ…

Read More

ବିଜୟ ହଜାରେ ଟ୍ରଫିର ଫାଇନାଲ୍‌ରେ କର୍ଣ୍ଣାଟକ ପେସ୍‌ ବୋଲର ଅଭିମନ୍ୟୁ ମିଥୁନ୍‌ ଏକ ଐତିହାସିକ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ବୋଲର ଭାବରେ ଉଭୟ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍‌ ଅର୍ଜନର ଗୌରବ ହାସଲ କରିଛନ୍ତି ମିଥୁନ୍‌ । ଶୁକ୍ରବାର ନିଜର 30 ତମ ଜନ୍ମଦିବସରେ ମିଥୁନ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ରେକର୍ଡ ବୁକ୍‌ରେ ନିଜ ନାମ ସାମିଲ କରିଛନ୍ତି । ମିଥୁନ୍‌ ବିଜୟ ହଜାରେ ଟ୍ରଫିର ଫାଇନାଲ୍‌ରେ 34 ରନ୍‌ ବିନିମୟରେ 5 ଓ୍ବିକେଟ ହାସଲ କରିବା କାରଣରୁ ତାମିଲନାଡୁ 252 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଅନ୍ତିମ ଓଭରରେ ଲଗାତାର ବଲ୍‌ରେ ଶାହାରୁଖ୍‌ ଖାନ୍‌(27), ଏମ୍‌ ମହମ୍ମଦ(10) ଏବଂ ମୁରୁଗନ୍‌ ଅଶ୍ବିନ୍‌(0)ଙ୍କୁ ଆଉଟ କରି ମିଥୁନ୍‌ ଏହି କୃତିତ୍ବ ହାସଲ କରିଥିଲେ । ଏହା ମିଥୁନ୍‌ଙ୍କର ପ୍ରଥମ ପାଞ୍ଚ ଓ୍ବିକେଟ୍‌ ସଫଳତା ।

Read More

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଏକ ସମାଜ ସେବା ଶାଖାର ନାଁ ‘ଓଡ଼ିଶା-ମୋ ପରିବାର’ ନାମରେ ଘୋଷଣା କରିଛନ୍ତି ।  ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି । ସେବାର ପ୍ରତୀକ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନବୀନ ‘ଓଡ଼ିଶା-ମୋ ପରିବାର’ ନାମକ ଏକ ସମାଜ ସେବା କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବାକୁ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର ୨ରେ ଏହି ଶାଖା ଖୋଲିବାକୁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦେଶରେ କାମ କରୁଥିବା ଓଡ଼ିଆଙ୍କୁ ବିପଦରେ ସାହାଯ୍ୟ କରିବାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ପିନାକୀ ମିଶ୍ର,…

Read More

ହରିୟାଣାର ନିର୍ବାଚନୀ ଫଳାଫଳ ପରେ ଝୁଲା ସରକାରର ସମ୍ଭାବନା ସ୍ପଷ୍ଟ ହୋଇଥିବା ବେଳେ ବିଜେପି ସର୍ବବୃହତ ଦଳ ରହିଛି । ସ୍ବାଧୀନ ବିଧାୟକ ରହିଥିବା ଗୋପାଳ କାଣ୍ଡା ବିଜେପି ନିମନ୍ତେ ନିଜର ସମର୍ଥନ ଜାହିର କରିବା ପରେ ବରିଷ୍ଠ ନେତ୍ରୀ ଉମା ଭାରତୀ ଏହାର ବିରୋଧ କରି ଏକାଧିକ ଟ୍ବିଟ୍‌ କରିଛନ୍ତି । କାଣ୍ଡାଙ୍କ ବିରୋଧରେ ଜଣେ ବିମାନ ପରିଚାରିକାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଉକ୍ତ ପରିଚାରିକାଙ୍କ ଆତ୍ମହତ୍ୟା ମାମଲାରେ କାଣ୍ଡା ଜାମିନରେ ଅଛନ୍ତି । ତେଣୁ ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦଙ୍କୁ ନିବେଦନକି ସେମାନେ କାଣ୍ଡାଙ୍କ ସହିତ କୌଣସି ଚୁକ୍ତି କରିବା ପୂର୍ବରୁ ଶହେଥର ବିଚାର କରନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ବିଜେପିକୁ ସମର୍ଥନ ନେଇ ଶୁକ୍ରବାର ଘୋଷଣା କରିଥିଲେ ।

Read More