Author: Samikhsya Bureau

ଅତି ପ୍ରବଳ ବର୍ଷାକୁ ନେଇ ୫ଟି ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା – ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସମସ୍ତ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଓ୍ବାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି – ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ପ୍ରମୁଖ । ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି  ଜିଲ୍ଶାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Read More

ବିଜେପୁର ଉପନିର୍ବାଚନରେ ରେକର୍ଡ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ସାଧାରଣ ନିର୍ବାଚନର ବିଜୟ  ବ୍ୟବଧାନକୁ ଟପି ରେକର୍ଡ କରିଛନ୍ତି ରୀତା । ୨୧ ରାଉଣ୍ଡ ସୁଦ୍ଧା ରୀତା ୯୭,୯୯୪ ଭୋଟ୍‌ରେ ଆଗୁଆ ରହିଛନ୍ତି । ରୀତା ଆଗୁଆ ରହିବା ସହ ସୌମ୍ୟ ପଟ୍ଟନାୟକଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଗତ ନିର୍ବାଚନରେ ସୌମ୍ୟ ସର୍ବାଧିକ ବ୍ୟବଧାନରେ ଜିତିଥିଲେ । ଖଣ୍ଡପଡ଼ାରୁ ସୌମ୍ୟ ୮୧,୪୩୦ ଭୋଟରେ ଜିତିଥିଲେ । କିନ୍ତୁ ରୀତା ସୌମ୍ୟଙ୍କୁ ଟପି ଯାଇଛନ୍ତି । ଏପରିକି ଏହି ଆସନରୁ ଗତ ନିର୍ବାଚନରେ ନବୀନ ପାଇଥିବା ଭୋଟ୍‌ଠାରୁ ମଧ୍ୟ ଅଧିକ ସଂଖ୍ୟାରେ ଭୋଟ ପାଇଛନ୍ତି ରୀତା । ବିଜେପୁରୁର ନବୀନ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ  ୫୭,୧୨୨ ଭୋଟରେ ଜିତିଥିଲେ ।

Read More

ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ପାହାଡ଼ ଧସି ୨୦ଟି ଘର ଭାଙ୍ଗିଯାଇଛି। ଖୋଲା ଆକାଶ ତଳେ ବର୍ଷାରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ହେଉଛି। ଏହାରି ମଧ୍ୟରେ ଆଜି ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତିପିସିଂ- କୁଲମ ମଧ୍ୟରେ ଥିବା ପାହାଡ଼ ଧସି ଯାଇଛି। ଫଳରେ ପାହାଡ଼ ତଳେ ଓ ତାର ଆଖ ପାଖରେ ଥିବା ୨୦ଟି ଘର ଭାଙ୍ଗିଯାଇଛି। ଏହା ସହ ୬୦ରୁ ଅଧିକ ଘର ଆଂଶିକ ନଷ୍ଟ ହୋଇଯାଇଛି। ଫଳରେ ଖୋଲା ଆକାଶ ତଳେ ଲଗାଣ ବର୍ଷାରେ ଲୋକ ରହିଥିବା ଜଣାପଡ଼ିଛି। ପାହାଡ଼ ଧସିବା ଖବର ପାଇଁ ସେଠାରେ ସଙ୍ଗେ ସଙ୍ଗେ ଗୁମ୍ମା ବିଡିଓ ପହଂଚି ତଦାରଖ କରୁଛନ୍ତି। ପ୍ରଭାବିତ ଅଂଚଳରୁ ଲୋକଙ୍କୁ…

Read More

ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ପୁଣି ଲୋକପ୍ରିୟ ହୋଇଛନ୍ତି । ୧୬ଟିି ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ୧୦୩୩୧୮ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ବିଜେଡି ପ୍ରାଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ପ୍ରାୟ ୮୦ହଜାର ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୮,୦୭୧ ଭୋଟ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡା  ୪,୨୮୭ଟି ଭୋଟ ପାଇଛନ୍ତି । ବତ୍ତର୍ମାନ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ୧୬ଟି ରାଉଣ୍ଡ ସୁଦ୍ଧା ଭୋଟ ଗଣତିକୁ ଦେଖିବାକୁ ଗଲେ ରୀତା ସାହୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗୁଆ ରହିଛନ୍ତି ।

Read More

ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି । ୧୨ଟିି ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ୮,୮୯୩ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଇଥିବା ଭୋଟରେ ସେ ଗତ ଥର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବିଜେପୁରରୁ ପାଇଥିବା ଭୋଟ ଠାରୁ ଟପି ଯାଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସନତ ଗଡତିଆଙ୍କଠାରୁ ୫୭ହଜାର ୧୨୨ ଭୋଟ ବ୍ୟବଧାନରେ ଜିତିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ୧ଲକ୍ଷ ୧୦ହଜାର ୩୦୮ ମିଳିଥିବା ବେଳେ ସନତଙ୍କୁ ୫୩ହଜାର ୪୮୨ ଖଣ୍ଡ ଭୋଟ ମିଳିଥିଲା ।   ବିଜେଡି ପ୍ରାଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ପ୍ରାୟ ୫୯,୬୬୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ସାରା ଓଡିଶାର ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବଙ୍ଗୋବ ସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ଏହି ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ସୁଦ୍ଧା ପୁରୀରେ ସର୍ବାଧିକ ବର୍ଷାର ପରିମାଣ ରେକର୍ଡ କରାଯାଇଛି। ସେହିପରି ଦ୍ବିତୀୟରେ ରହିଛି ଗଂଜାମ ଜିଲ୍ଲା, ତୃତୀୟରେ ରହିଛି ଖୋର୍ଦ୍ଧା। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବରର ଶତାଦ୍ଦୀ ନଗର, ନୟାପଲ୍ଲୀ, ଇସ୍କନ ମନ୍ଦିର, ସହୀଦ ନଗର ପ୍ରଭୃତି ସ୍ଥାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସକାଳ ସୁଦ୍ଧା ବିଭିନ୍ନ ସ୍ଥାନରେ ଯେଉଁ ବର୍ଷାର ପରିମାଣ ରେକର୍ଡ କରାଯାଇଛି ତାହା ହେଲା ପୁରୀ- 138.3 ମିଲିମିଟର ଗଂଜାମ-125.2 ମିଲିମିଟର ଖୋର୍ଧା-105.7 ମିଲିମିଟର ଭୁବନେଶ୍ବର-103.6 ମିଲିମିଟର ଟାଙ୍ଗି-104.6 ମିଲିମିଟର କାକାଟପୁର-101.5 ମିଲିମିଟର ଜିଉଦୟଗିରି-105.0…

Read More

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବା ପରେ ରାଜ୍ୟରେ ବର୍ଷା ଲାଗିରହିଛି। ଗତ ରାତିରୁ କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେଓଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୂରଭଞ୍ଜ ଓ ଅନୁଗୁଳରେ ପ୍ରବଳ ବର୍ଷା ହୋଇପାରେ। ଗତକାଲିଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା…

Read More

ସମୀକ୍ଷା ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନିଆ ଲଗାଣ ବର୍ଷା ଯୋଗୁଁ ଶାଳିଆ ଡ୍ୟାମର ଜଳସ୍ତରରେ ବୃଦ୍ଧି ହୋଇଥିବାର ସୂଚନା ରହିଛି  ଏହା ଦ୍ୱାରା ଶାଳିଆ ନଦୀ ତଟରେ ଥିବା ଗାଁଗୁଡ଼ିକରେ ପାଣି ପସିବା ଆରମ୍ଭ ହୋଇଯାଇଛି। ଏପରିକି ବାଣପୁର ଏନଏସିର ଓ୍ବାର୍ଡ ନଂ ୧, ୨, ୩,୪,୧୧,୧୨,୧୩,୧୪ରେ ଘର ଭିତରେ ପାଣି ପସିଥିବାର ଖବର ମିଳିଛି । ବାଣପୁର ଠାରୁ ବାଲୁଗାଁ ମଧ୍ୟରେ ମା ମେଘାମ୍ବରୀ ରାସ୍ତାରେ ଗତ ରାତିରୁ ପାଣି ରାସ୍ତା ଉପରେ ଅତିକ୍ରମ କରୁଛି। ତେଣୁ ଏହି ମୁଖ୍ୟ ରାସ୍ତାରେ ଯାତାୟାତ କରିବାରେ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ମିଳିଥିବା ସୂଚନା ଅନୁସାରେ ପୂର୍ବପଟୁ ବାଣପୁର ବାଲୁଗାଁ ରାସ୍ତା, ପଶ୍ଚିମରେ ଭେଟେଶ୍ବର ରାସ୍ତା, ଉତ୍ତରରେ ସାନ ହନ୍ତୁଆଡ଼ ରାସ୍ତାରେ ପାଣି ଅତିକ୍ରମ କରିବାକୁ ଆରମ୍ଭ କରିଛି। ଆଉ କିଛି ସମୟ ପରେ ଏହି ରାସ୍ତାରେ ଯାତାୟାତ କରିବା…

Read More

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ଆଗୁଆ ରହିଛି । ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ବିଜେପି-ଶିବସେନା ମେଣ୍ଟ ୧୬୬ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍‌ସିପି ମେଣ୍ଟ ୮୫ଟି ଆସନରେ ଓ ଅନ୍ୟାନ୍ୟ ଦଳ ୩୮ଟି ଆସନରେ ଆଗରେ ରହିଛନ୍ତି। ଫଳରେ ଏଠାରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ବାଜିମାତ୍‌ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ହରିଆଣାରେ ୯୦ଟି ଆସନରୁ ବିଜେପି ୩୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୯ଟି ଆସନ, ଜନନାୟକ ଜନତା ପାର୍ଟି(ଜେଜେପି) ୧୨ଟି ଆସନ, ଓ ଅନ୍ୟାନ୍ୟ ଦଳ ୧୧ଟି ଆସନରେ ଆଗୁଆ ରହିଛି। ତେବେ ହରିୟାଣାରେ ଜେଜେପି କିଙ୍ଗମେକର୍‌ ସାଜିବ । କଂଗ୍ରେସ…

Read More

ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳ ସେବା ବାଧାପ୍ରାପ୍ତ ହୋଇଛି । ବର୍ଷା ପାଣି ଜମି ରହିବା କାରଣରୁ ପଲାସା ଓ ବିଜୟନଗରମ୍‌ରେ ବହୁ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ସେହିପରି କିଛି ଟ୍ରେନ୍‌ର ଗତିପଥକୁ ବଦଳାଯାଇଥିବାବେଳେ ବାତିଲ ମଧ୍ୟ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ପଲାସା ଓ ବିଜିୟନଗରମ୍‌ ଷ୍ଟେସନ୍‌ ମଧ୍ୟରେ ଟ୍ରାକ୍‌ ଉପରେ ପାଣି ଜମି ରହିଛି । ଫଳରେ ବହୁ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ସେହିପରି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସର ଗତିପଥକୁ ବଦଳାଯାଇଛି । ଏହା ଶ୍ରୀକାକୁଲମ ନିକଟରେ ଗତି ପଥ ବଦଳାଇ ବିଶାଖାପାଟଣା ଯିବ । ସେହିପରି ଫେରିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣା-ବ୍ରହ୍ମପୁର ଏବଂ ଆସନ୍ତାକାଲି ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ଓ୍ବାନ୍‌ ପେୟାର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି । ଏହା ସହିତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ୍‌ ବାତିଲ ହୋଇଥିବା ପୂର୍ବତଟ ରେଳ ବିଭାଗ…

Read More

ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି । ମିଳିଥିବା ଖବର ଅନୁଯାୟୀ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କରଠାରୁ ପ୍ରାୟ  ୨୮,୮୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପୁର ଫଳାଫଳ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି । ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୪୭୮୮ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ରୀତାଙ୍କୁ ୩୮,୩୧୮ ଭୋଟ ପାଇଥିବା ବେଳେ ସନତଙ୍କୁ ୯୫୦୭ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୧୪୩୫ ଖଣ୍ଡ ଭୋଟ୍ ମିଳିଛି।

Read More

ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି । ମିଳିଥିବା ଖବର ଅନୁଯାୟୀ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କରଠାରୁ ପ୍ରାୟ  ୪୭୮୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପୁର ଫଳାଫଳ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି । ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୪୭୮୮ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ରୀତାଙ୍କୁ ୭୦୦୫ ଖଣ୍ଡ ଭୋଟ ପାଇଥିବା ବେଳେ ସନତଙ୍କୁ ୨୨୧୭ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଛି।

Read More

ସମୀକ୍ଷା ବ୍ୟୁରୋ ବରଗଡ-ବିଜେପୁର ଉପନିର୍ବାଚନର ଭୋଟ ଗଣତି କାମ ସୁରୁଖୁରରେ ସକାଳ ୮ଟାରୁ ଆରମ୍ଭ ହୋଇଛି। ପଦ୍ଣପୁରରେ ଚାଲିଥିବା ଏହି ଗଣତିରେ ବର୍ତ୍ତମାନ ସୁଦ୍ଧା ଦୁଇ ରାଉଣ୍ଡ ଶେଷ ହୋଇଛି। ଏହି ଦୁଇ ରାଉଣ୍ଡରେ ବିଜେଡି ଢେର ଆଗରେ ରହିଛି। ବିଜେଡିକୁ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୭ ହଜାର ୨୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୨ହଜାର ୧୬୧ ଖଣ୍ଡ ଭୋଟ। ତେବେ କଂଗ୍ରେସ ଏହି ଦୁଇ ଦଳରୁ ଢେରେ ପଛରେ ପଡିଯାଇଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସକୁ ମିଳିଛି ମାତ୍ର ୨୫୨ ଖଣ୍ଡ ଭୋଟ।

Read More

କେଦାର ମିଶ୍ର  ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁଛି। ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା…

Read More

ଲଗାଣ  ବର୍ଷା ପାଇଁ ସ୍କୁଲ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି।  ଗଞ୍ଜାମ, ଗଜପତି, ଭଦ୍ରକ ଜିଲ୍ଲା ରେ ସବୁ ସ୍କୁଲ ଓ ଅଙ୍ଗନବାଡି ସବୁ କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣ ରୁ  ଏହାର ପ୍ରଭାବରେ ଗତ କାଲିଠାରୁ ବର୍ଷା ଆରମ୍ଭ ହୋଇଯାଇଛି ।  ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ଏହି ଲଘୁଚାପ ଫଳରେ  ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ 1997 ବ୍ୟାଚ ଆଇପିଏସ ଅଧିକାରୀ ଧିରେନ୍ଦ୍ର ସାଂଭାଜୀ କୁଟ୍ଟେ ବା ଡି.ଏସ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ 2017 ମସିହାରୁ ଏହି ଦାୟିତ୍ବରେ ରହିଛନ୍ତି। ଏହି ଆଇପିଏସ ଅଧିକାରୀ ପୂର୍ବରୁ ଓଡିଶା ପରିବହନ ବିଭାଗର କମିଶନର ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ଆଇଜି ଅପରେସନ ଭାବେ ମଧ୍ୟ ଗୁରୁ ଦାୟିତ୍ବ ତୁଲାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ସେ ନିଜର ଦକ୍ଷତା ମଧ୍ୟ ପ୍ରତିପାଦନ କରାଇପାରିଛନ୍ତି। ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ବେଶ ରହିଛି। ବିଭିନ୍ନ ଯୋଜନାରେ କାଯ୍ୟକାରିତା ପାଇଁ ସେ ମୁଖ୍ୟମନ୍ତ୍ରଙ୍କ ଶୁଭ ଦୃଷ୍ଟିରେ ରହି ଆସିଛନ୍ତି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁଣି ଥରେ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ୍‌, ବାଙ୍କୀ ତହସିଲ୍‌, ମୁଣ୍ଡୁ ମୁହାଣ ନୋଡାଲ୍‌ ସ୍କୁଲ ଓ ବାଙ୍କୀସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ମାର୍ଣ୍ଡି କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ତହସିଲ୍‌ ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ବସୁନ୍ଧରା ଅନ୍ତର୍ଗତ ଘରଡିହ ପଟ୍ଟା ଆବଣ୍ଟନ, ମୁ୍ୟଟେସନ୍‌ କେସ୍‌ ଫଇସଲା, ବିଭିନ୍ନ ପ୍ରମାଣ ପତ୍ର ଯୋଗାଇ ଦେବା, ସରକାରୀ ଜମି ସୁରକ୍ଷା ଆଦି କାଯ୍ୟର ୫ ‘ଟି’ ଆଧାରରେ ସଂ ପାଦନ ଉ ପରେ ମନ୍ତ୍ରୀ ଗୁରୁତ୍ୱ ଆରୋ ପ କରିଥିଲେ। ତହସିଲ୍‌ଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ମନ୍ତ୍ରୀ ମାର୍ଣ୍ଡି ନିଷ୍ଠା ଓ ସ୍ୱଚ୍ଛତାର ସହ କାଯ୍ୟ କରିବା ପାଇଁ କହିଥିଲେ। ଏଥିସହିତ ସମୟାନୁବର୍ତ୍ତୀ ସେବା ପ୍ରଦାନ ପୂର୍ବକ ଓଡ଼ିଶା…

Read More