Author: Samikhsya Bureau

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌ କରିଛି ବିରାଟ କୋହଲିଙ୍କ ଭାରତୀୟ ଦଳ। ଗତକାଲି ବିଜୟ ଠାରୁ ଦୁଇଟି ଓ୍ବିକେଟ୍‌ ଦୂରରେ ରହିଥିବା ଭାରତୀୟ ଦଳ ଆଜି ମାତ୍ର ଦୁଇ ଓଭର ମଧ୍ୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରି ଇନିଂସ ଓ ୨୦୨ ରନ୍‌ରେ ବିଜୟୀ ହୋଇଥିଲା। ଗତକାଲିର ସ୍କୋରରେ ଦକ୍ଷିଣ ଆଫ୍ରିକା ମାତ୍ର ୧ରନ୍‌ ଯୋଡି ଅଲ୍‌ଆଉଟ ହୋଇଥିଲା। ଲଗାତାର ଦୁଇ ବଲ୍‌ରେ ସ୍ଥାନୀୟ ବୋଲର ଶାହବାଜ ନଦୀମ ଏହି ଦୁଇ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଲ୍‌ଗାରଙ୍କ ବଦଳ ଖେଳାଳି ଭାବରେ ବ୍ୟାଟିଂ କରିବାକୁ ଆସିଥିବା ଥେନସ୍‌ ଡି ବ୍ରୁଇନ୍‌ ସର୍ବାଧିକ ୩୦ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୧୦ ରନ୍‌ରେ ୩ଟି ଓ୍ବିକେଟ୍‌ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଉମେଶ ଯାଦବ ଏବଂ ଶାହବାଜ ନଦୀମ୍‌ ଦୁଇଟି…

Read More

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଆଡ଼ିଆ ପଞ୍ଚାୟତର ଅଗିରାଗାଡ଼ିଆ ଗାଁରେ ଗତକାଲି ଵିଲମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 3ଟି ପରିବାରର 15 ବଖରା ଘର, 10ଟି ଛେଳି ଓ 6ଟି ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଵିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ଆଗରପଡ଼ାରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।

Read More

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ପ୍ରତିବାଦରେ ବ୍ୟାଙ୍କ କର୍ମଚାରୀ ସଂଘ ଆଜି ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି । ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ 10 ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଘ ବିରୋଧ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଶ୍ରମ ମନ୍ତ୍ରାଳୟ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବାପରେ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଛନ୍ତି । ଏହି 10ଟି ବ୍ୟାଙ୍କକୁ ମିଶାଇ 4ଟି ବୃହତ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ବ୍ୟାଙ୍କ ଧର୍ମଘଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି ।

Read More

କେଦାର ମିଶ୍ର  ଯାଜପୁର ଏସପିଙ୍କ ତଦନ୍ତକାରୀ କ୍ଷମତାକୁ ଗତ କିଛି ଦିନ ହେଲା, ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ଯେମିତି ଖିନଭିନ କରି ପକାଉଛନ୍ତି ଓ ଯାଜପୁର ପୋଲିସର ସବୁ ତଥ୍ୟକୁ ଗାଲୁଗପ ବୋଲି କହି ନିଜର କାହାଣୀ ଶୁଣାଇ ଚାଲିଛନ୍ତି, ସେଥିରୁ ଆମେ ଗୋଟିଏ ବିନମ୍ର  ପ୍ରସ୍ତାବ ରଖିବାକୁ ଚାହୁଁଛୁ- ରାଜ୍ୟ ସରକାର ଏବେ ପୋଲିସ ବଦଳରେ ବିରୋଧୀ ଦଳର ପ୍ରବକ୍ତାମାନଙ୍କୁ ଅପରାଧ ତଦନ୍ତ ଦାୟିତ୍ଵ ଦିଅନ୍ତୁ! ବିରୋଧୀ ଭାବରେ ସରକାରକୁ ଘେରିବା ଓ ପୋଲିସ ତଦନ୍ତକୁ ନିଜର ମର୍ଜି ମୁତାବକ ପ୍ରତ୍ୟାଖ୍ୟାନ କରିବା ଏକା କଥା ନୁହେଁ। ଏକଥା ଓଡିଶା ବିଜେପି ନେତାମାନେ ବୁଝିବାକୁ ନାରାଜ। ଆତ୍ମହତ୍ୟାର ଏକ ସାଧାରଣ ମନସ୍ତାତ୍ତ୍ଵିକ କାରଣ ଭାବରେ ମାନସିକ ଚାପକୁ ଗ୍ରହଣ କରା ଯାଇଥାଏ। ତେବେ ଆତ୍ମହତ୍ୟା ଯେ ଏକ ରାଜନୈତିକ ପ୍ରକ୍ରିୟା, ଏକଥା ଗତ କିଛି ଦିନ ହେଲା ଓଡିଶା ରାଜନୀତିରେ ପ୍ରମାଣିତ ହେଉଛି। ଯାଜପୁର ଜିଲ୍ଲାର ହରିଦାସପୁର ପଞ୍ଚାୟତରେ…

Read More

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଅଭିଯାନ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇ ସାରିଛି । ପୁରୀ ଜିଲ୍ଲାପାଳଙ୍କଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ମାମଲା ନେଇ ଷ୍ଟାଟସ ରିପୋର୍ଟରେ ତଥ୍ୟ ଉପସ୍ଥାପନା କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରର 75 ମିଟର ଆଖପାଖରେ ଥିବା ମଠମାନଙ୍କ ସମ୍ପର୍କରେ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ସମ୍ପନ୍ନ ମଠ ଓ ମନ୍ଦିରଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Read More

ମୁମ୍ବାଇ- ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ଏକ୍ସଟି ପୁଲ ଫଳାଫଳ। ନିର୍ବାଚନ ଶେଷ ହେବା ପରେ ଏହି ଫଳାଫଳ ପ୍ରକାଶ ପାଇଛି। ଯେଉଁସବୁ ଗଣମାଧ୍ୟମ ଏକ୍ସଟି ପୁଲ କରିଛନ୍ତି ସମସ୍ତେ ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟକୁ ବହୁମତ ପାଇବେ ବୋଲି ପୂର୍ବାନୁମାନ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଅକ୍ସଟି ପୁଲ ଫଳାଫଳ ହେଲା Times Now exit poll BJP-Shiv Sena- 230 Congress –             48 Others-                   10. India Today-My Axis BJP+SihivSena-  166-194 Congress+             72-40 CNN-Ipsos BJP+ShivSena-   243 Congress+               41 Others  –                   4…

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ବିଜୟ ଦ୍ବାରରେ ପହଞ୍ଚିଛି ଭାରତ । ସିରିଜ୍‌ କ୍ଲିନ୍‌ ସୁଇପ୍‌ରୁ ମାତ୍ର ଦୁଇ ଓ୍ବିକେଟ୍‌ ଦୂରରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଦୁଇ ଭାରତୀୟ ପେସର୍‌ ମହମ୍ମଦ ସାମି ଏବଂ ଉମେଶ ଯାଦବଙ୍କ ଅଗ୍ନିବର୍ଷୀ ବୋଲିଂ ଫଳରେ ଡ୍ରାଇଭର ସିଟ୍‌ରେ ରହିଛି ଭାରତ । 335 ରନ୍‌ ପଛରେ ରହିଥିବା ଦକ୍ଷିଣ ଆଫ୍ରିକା ସାମି ଏବଂ ଯାଦବଙ୍କ ବୋଲିଂର ସମ୍ମୁଖୀନ ହୋଇ ନପାରି ମାତ୍ର 36 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିଲା । ଏହି ଚାପରୁ ମୁକୁଳି ନପାରି ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇବା ସହିତ ଖେଳ ଶେଷ ବେଳକୁ 132 ରନ୍‌ରେ 8ଟି ଓ୍ବିକେଟ୍‌ ହରାଇଛି । ଭାରତ ପକ୍ଷରୁ ମହମ୍ମଦ ସାମି 10 ରନ୍‌ ବିନିମୟରେ 3ଟି ଏବଂ ଉମେଶ ଯାଦବ 35 ରନ୍‌ରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ ।…

Read More

ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣର ସମ୍ଭାବନା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ଏନଆଇଏ ପକ୍ଷରୁ ସୋମବାର ଏହି ସୂଚନା ପ୍ରକାଶ ପାଇଛି । ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବରୁ ଏକାଠି ହୋଇଛନ୍ତି ବୋଲି କୁହାଯାଇଛି । ଏ ନେଇ ଏନଆଇଏ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନଆଇଏକୁ କିଛି କଲ୍ ରେକର୍ଡିଂ ମିଳିଛି ଯେଉଁଥିରେ ଆତଙ୍କବାଦୀ ମାନେ ଅକ୍ଚୋବର 17 ପୂର୍ବରୁ ଦିଲ୍ଲୀରେ ଏକାଠି ହେବେ ବୋଲି ସୂଚନା ଦେଇଛନ୍ତି । ଏହି କାରଣରୁ ଏନ୍‌ଆଇଏ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Read More

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା 23 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଅକ୍ଟୋବର 23ରୁ ବର୍ଷା ଆରମ୍ଭ ହେବା ସହିତ 24 ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି ।

Read More

ରାଉରକେଲାରେ ଏକ କପଡା ଦୋକାନରେ ନିଆଁ ଲାଗିଛି । ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା ମଙ୍ଗଳା ଭବନ ନିକଟରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗି ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ 5ରୁ 7 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଦୁଇଟି ଦମକଳ ବାହିନୀ ପହ଼ଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

Read More

ଜେଲ୍‌ରେ ରହିଥିବା କଂଗ୍ରେସ ନେତା ଡି କେ ଶିବକୁମାରଙ୍କୁ ଭେଟିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ । ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ଗିରଫ କରାଯାଇଥିଲା । ଶିବକୁମାରଙ୍କୁ ଭେଟିବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି କୁମାରସ୍ବାମୀ କହିଛନ୍ତି । ଶିବକୁମାର ଜଣେ ଦୃଢମନା ବ୍ୟକ୍ତି ଏବଂ ସେ ଏହି ସମସ୍ତ ପରସ୍ଥିତିରୁ ଖୁବ୍‌ଶୀଘ୍ର ବାହାରିଯିବେ ବୋଲି ବୈଠକ ପରେ କୁମାରସ୍ବାମୀ ପ୍ରକାଶ କରିଛନ୍ତି । କୁମାରସ୍ବାମୀ କହିଛନ୍ତି, ବିଜେପି ସରକାରଙ୍କ ପକ୍ଷରୁ ଷଡଯନ୍ତ୍ର କରାଯାଇ ଅର୍ଥ ହେରଫେର ମାମଲାରେ ଶିବକୁମାରଙ୍କୁ ଫସାଇ ଦିଆଯାଇଛି । ଜୁଲାଇରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିବା ପରେ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।

Read More

୨୦୧୯  ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା କଂଗ୍ରେସ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି । ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପ୍ରକ୍ରିିୟା ଆରମ୍ଭ ହୋଇଛି କିନ୍ତୁ ଦୀପାବଳି ପର ଠାରୁ ତ୍ବରାନ୍ବିତ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆସନ୍ତା ୨୪ରେ କଂଗ୍ରେସ ଭବନରେ ପର୍ଯ୍ୟବେକ୍ଷକଙ୍କ ନେଇ ବୈଠକ ବସିବ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଗସ୍ତ କରିଥିବା ୩୩ ସାଂଗଠନିକ ଜିଲ୍ଲାର ରିପୋର୍ଟ ଦେବେ । ସେହି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଏଆଇସିସିଙ୍କ ନିକଟକୁ ପଠାଯିବ । ଅପେକ୍ଷାକୃତ ଛୋଟ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Read More

ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଚାଲିବ। ସଂସଦୀୟ ମନ୍ତ୍ରାଳୟ ପକ୍ଷରୁ ଉଭୟ ଗୃହର ସଚିବଙ୍କୁ ଅବଗତ କରାଯାଇଛି। ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିବେ। ଏହି ଶୀତକାଳୀନ ଅଧିବେଶନରେ ସରକାର ୨ଟି ମହତ୍ତ୍ବପୂର୍ଣ୍ଣ ବିଧେୟକ ଆଗତ କରିବା ସହ ୨ଟି ଗୁରୁତ୍ତ୍ବପୂର୍ଣ୍ଣ ଅଧ୍ୟାଦେଶ କାନୁନ ତିଆରି କରିବା ପାଇଁ ଯୋଜନା କରୁଛନ୍ତି। ଏଥିରୁ ଏକ ଅଧ୍ୟାଦେଶ ସେପ୍ଟେମ୍ବରରୁ ଆୟକର ଅଧିନିୟମ ୧୯୬୧, ଅର୍ଥ ଅଧିନିୟମ ୨୦୧୯ରେ ସଂଶୋଧନ ପାଇଁ ଜାରି କରାଯାଇଥିଲା। ଅନ୍ୟ ଅଧ୍ୟାଦେଶରେ ସେପ୍ଟେମ୍ବରରେ ଜାରି କରାଯାଇଥିବା ଇ-ସିଗାରେଟ ଏବଂ ଏହିଭଳି ଉପକରଣ ବିକ୍ରୀ, ନିର୍ମାଣ ଓ ମହଜୁଦ ରଖିବାକୁ ନେଇ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା ହେବ।

Read More

୨୮ ବର୍ଷୀୟା ମହିଳା ଶିକ୍ଷୟିତ୍ରୀ ୧୬ବର୍ଷୀୟ ଛାତ୍ରଙ୍କ ସହ ରଖୁଥିଲେ ସମ୍ବନ୍ଧ । ନାବାଳାକଙ୍କ ସହ ସମ୍ବନ୍ଧ ରଖିବା ଅଭିଯୋଗରେ ଶିକ୍ଷୟିତ୍ରୀଜଣଙ୍କୁ ଗିରଫ କରାଯାଇଛି । ଆମେରିକାର ଫ୍ଲୋରିଡାର ନ୍ୟୁ ସିମ୍‌ରନା ବିଚ୍‌ ହାଇସ୍କୁଲରେ ଏହି ଘଟଣା ଘଟିଛି । ୨୮ ବର୍ଷୀୟ ଏହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମେଗନ୍‌ ପେରିସ୍‌ । ଛାତ୍ରଙ୍କ ବାସ୍କେଟ୍‌ବଲ୍‌ ଟିମ୍‌ର କୋଚ୍‌ ମଧ୍ୟ ରହିଛନ୍ତି ଏହି ଶିକ୍ଷୟିତ୍ରୀ ଜଣକ । ମେଗନ୍‌ ଗଣିତ ଶିକ୍ଷାଦାନ କରୁଥିଲେ । ପୁଲିସ୍‌ କହିବାନୁସାରେ ସ୍କୁଲର ଜଣେ ଛାତ୍ର ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।  ୨୦୧୭ରେ ମେଗନ୍‌ ଏହି ସ୍କୁଲରେ ଯୋଗଦାନ କରିଥିଲେ । ନିଜେ ମଧ୍ୟ ଏହି ସ୍କୁଲରୁ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି । ଆରେଷ୍ଟ ଓ୍ବାରେଣ୍ଟ ଜାରି ହେବା ପରେ ଆତ୍ମସମର୍ପଣ କରିଛନ୍ତି ମେଗନ୍‌ । ତାଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ ହେବା ପରେ ସ୍କୁଲ ମେଗନଙ୍କୁ ପେଡ୍‌…

Read More

ଅରବିନ୍ଦ ରାଉତ  ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକବନବାସୀମାନଙ୍କୁ ନିଜଜମିଉପରେ ଜବରଦଖଲକାରୀର ରୂପ ଦିଆହୋଇ ଆସୁଛି ଉପନିବେଶ ଅମଳରୁ । ୧୯୨୭ ମସିହାରେ ଭାରତୀୟ ଜଙ୍ଗଲ ଆଇନ୍ (Indian Forest Act-1927) ଆସିଲା ।ଏହି ଆଇନରେ ଜଙ୍ଗଲ  ଭିତରେ ପ୍ରବେଶ କରିବା ଓ ଜଙ୍ଗଲକୁ ବ୍ୟବହାର କରିବା ଦିଗରେ ଅନେକ କଟକଣାମାନ ତିଆରି କରାଗଲା ।କିନ୍ତୁଏହି ଆଇନ ଲାଗୁ ହେବାର ଶହଶହବର୍ଷ ପୂର୍ବରୁ ଆଦିବାସୀମାନେ ଜଙ୍ଗଲ ଜମିକୁ ସେମାନଙ୍କ ଜୀବିକା କରି ବଞ୍ଚି ଆସୁଛନ୍ତି ।ବହୁ ଗବେଷକ କହିଛନ୍ତି କି ଆଦିବାସୀମାନେ ହିଁ ଭାରତର ମୂଳ ଅଧିବାସୀ ।ଜଙ୍ଗଲ ସେମାନଙ୍କର ମା’, ସେମାନଙ୍କ ପୂଜ୍ୟ ଦେବତା । ନିଜର ଜଙ୍ଗଲକୁ ସେମାନେ ପାରମ୍ପରିକ ଢ଼ଙ୍ଗରେ ଜଗାରଖା ଓ ପରିଚାଳନା ମଧ୍ୟ କରିଆସୁଛନ୍ତି ।ହେଲେ  ଆଶ୍ଚର୍ଯ୍ୟର କଥା ଯେ ଏହି ଆଇନ ଗୁଡ଼ିକ ପ୍ରଣିତ ହେବା ପରେ ସେମାନଙ୍କୁ ତାଙ୍କର ନିଜ ଜମିଉପରେ ଜବରଦଖଲକାରୀ ଭାବେ ବିବେଚିତ କରାଗଲା ।ଜଙ୍ଗଲ ଉପରେ  ନିର୍ଭର କରି…

Read More

ଏକତା କପୁର ଲୋକପ୍ରିୟ ଅଲୌକିକ ଶୋ’ ନାଗିନ୍‌’ର ସିଜିନ୍‌ ୪କୁ ଦର୍ଶକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରଥମ ଦୁଇ ସିଜିନ୍‌ରେ ମୌନୀ ରାୟ ନାଗିନ୍‌ ହୋଇଥିବାବେଳେ ତୃତୀୟ ସିଜିନ୍‌ରେ ଅଭିନେତ୍ରୀ ସୁରଭି ଜ୍ୟୋତି ନାଗିନ୍‌ ହୋଇ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲେ । କିନ୍ତୁ ନାଗିନ୍‌ ୪ରେ ଲିଡ୍‌ ନାୟିକା କିଏ ହେବ, ସେନେଇ ବହୁ ଦିନରୁ ଚର୍ଚ୍ଚା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଏକତାଙ୍କ ନାଗିନ୍‌ ଭାବେ ଏଥର ଦର୍ଶକଙ୍କ ସାମ୍ନାକୁ ଆସିବେ ଅଭିନେତ୍ରୀ ନିଆ ଶର୍ମା ।  ନିଆଙ୍କ କ୍ୟାରିଅରର ପ୍ରଥମ ସୁପରନାଚୁରାଲ୍‌ ଶୋ’ ଏହି ସିଜିନ୍‌ଟି ହେବ । ପୂର୍ବରୁ ଅନେକ ଲୋକପ୍ରିୟ ଧାରାବାହିକରେ ନିଆଙ୍କୁ ଦର୍ଶକେ ଦେଖିଛନ୍ତି ।  ଇଶ୍କ ମେ ମରଜାଓ୍ବାରେ ଲିଡ୍‌ ନାୟିକା ରହିଥିଲେ ନିଆ । ସୂଚନା ଅନୁସାରେ ଦିଓ୍ବାଲୀ ପରେ ପରେ ନିଆ ନାଗିନ୍‌ ୪ ପାଇଁ ଶୁଟିଂ ଆରମ୍ଭ କରିବେ ନିଆ…

Read More

ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ର ତୃତୀୟ ଦିବସର ଦକ୍ଷିଣ ଆଫ୍ରିକା 162 ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । 335 ରନ୍‌ରେ ଆଗୁଆ ରହିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍‌ ଡାକରା ଦେଇଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ସାମି, ଜାଡେଜା ଏବଂ ନଦୀମ୍‌ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଫଲୋଅନ୍‌ ପରେ ଦକ୍ଷିଣ ଆଫ୍ରିକା 16 ରନ୍‌ର ଦୁଇଟି ଓ୍ବିକେଟ୍‌ ହରାଇ ପୁନର୍ବାର ସଙ୍କଟରେ ପଡିଛି । ସାମି ଏବଂ ଉମେଶ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଏଡସ୍‌ ପରି ମାରାତ୍ମକ ରୋଗ ପରେ ଦୁନିଆରେ ତୀବ୍ର ଗତିରେ ବଢି ଚାଲିଛି ଏହି ରୋଗ। ୨୦୧୬ରେ ସାରା ଦୁନିଆରେ ନବଜାତଙ୍କ ମୃତ୍ୟୁର ପ୍ରମୁଖ କାରଣ ଏହି ରୋଗ ହିଁ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଭୟାବହ ରୋଗ ସମ୍ପର୍କରେ। ଏଡସ୍‌ ଏପରି ଏକ ଦୁରାରୋଗ୍ୟ, ଯାହାର ଚିକିତ୍ସା ଆଜି ବି ଅସମ୍ଭବ । ତେବେ ଏଡସ୍‌ଠାରୁ ଆହୁରି ମାରାତ୍ମକ ରୋଗ ଆମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଡସ୍‌ ପରି ମଧ୍ୟ ଏହି ରୋଗର ପ୍ରମୁଖ କାରଣ ଅସୁରକ୍ଷିତ ଯୌନ ସମ୍ବନ୍ଧ। ଏହି ରୋଗର ନାମ ହେଉଛି ସିଫିଲିସ୍‌। କୁହାଯାଉଛି ଯେ, ଗତ ଦଶକ ମଧ୍ୟରେ ଏହି ରୋଗର ପ୍ରକୋପ ଅଧିକ ବଢିଯାଇଛି । ଖାସ୍‌ କରି ଏହି ରୋଗ ୟୁରୋପରେ ଅଧିକ ପରିମାଣରେ ଦେଖାଯାଉଛି। ୨୦୦୦ ମସିହା ପରେ କିଛି ଦେଶରେ ଏଚ୍‌ଆଇଭି ତୁଳନାରେ ଏହି ରୋଗ ଅଧିକ ବଢିଛି। ୟୁରୋପର ରୋଗ…

Read More