THIRUVANANTHAPURAM- A elderly women coming with support of her family members cast a vote,during Vattiyourkave byelection in Thiruvanathapuram on Monday.UNI PHOTO-29U
Author: Samikhsya Bureau
THIRUVANANTHAPURAM, OCT 21 (UNI)- Women voters queue for cast their votes, during Vattiyourkave byelection in Thiruvanathapuram on Monday. UNI PHOTO-30U
ବିଜେପୁରରେ ଅନୁଷ୍ଠିତ ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଉତ୍ସାହଜନକ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପ୍ରଦାନ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଉପ ନିର୍ବାଚନରେ ଅପରାହ୍ନ 1ଟା ସୁଦ୍ଧା 37.10 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ 1ଟା ସୁଦ୍ଧା 37.10 ପ୍ରତିଶତ ମତଦାନ ହୋଇଛି ।
ସମୀକ୍ଷା ବ୍ୟୁରୋ ଦୀପାବଳି ପୂର୍ବରୁ ଧନତେରାସ୍ ପାଳନ କରାଯାଇଥାଏ। ଚଳିତ ଥର ଅକ୍ଟୋବର ୨୫ ତାରିଖରେ ଧନତେରାସ୍ ପର୍ବ ପାଳନ କରାଯିବ। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସି କୃପା ବର୍ଷା କରିଥା’ନ୍ତି। ସେହିପରି ଏହି ଦିନରେ ନୂତନ ଜିନିଷ କ୍ରୟ କରିବାର ମହତ୍ତ୍ବ ବେଶ୍ ରହିଥାଏ। ଏହି ଦିନ ଏହି ୫ଟି ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ୫ଟି ସାମଗ୍ରୀ ଭିତରୁ ଗୋଟିଏ ଜିନିଷ ଆଣିବା ଦ୍ବାରା ଲକ୍ଷ୍ମୀ ଓ କୁବେରଙ୍କୁ କୃପା ପାଇପାରିବେ। ଏହାସହିତ ଆପଣଙ୍କୁ ଆଉ ଧନର ଅଭାବ ପରିଲକ୍ଷିତ ହେବ ନାହିଁ। ତେବେ ସେହି ପାଞ୍ଚଟି ଜିନିଷ ଭିତରେ ରହିଛି- ସୁନା ଓ ରୂପା : ଧନତେରାସ୍ରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭ ମନାଯାଇଥାଏ। ତେବେ ଏହି ଦିନରେ ଆପଣ ଅତ୍ୟଧିକ ମୂଲ୍ୟବାନ ଗହଣା କିଣିଯଦି ନପାରୁଛନ୍ତି।…
ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ପ୍ରଦାନ କରିଛନ୍ତି । ନିଜ ପରିବାର ସହିତ ବାନ୍ଦ୍ରା ଓ୍ବେଷ୍ଟରେ ସଚିନ୍ ନିଜର ଭୋଟ୍ ପ୍ରଦାନ କରିଥିଲେ । ସଚିନ୍ଙ୍କ ସହିତ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଏବଂ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ସହିତ ସଚିନ୍ ପହଞ୍ଚି ଭୋଟ ପ୍ରଦାନ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ପାଇଁ 288 ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଅକ୍ଟୋବର 24 ତାରିଖରେ ନିର୍ବାଚନ ଫଳାଫଳ ଆସିବ ।
ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ର ତୃତୀୟ ଦିବସର ପ୍ରଥମ ସେସନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 6 ଓ୍ବିକେଟ୍ ହରାଇ 129 ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା ଆଫ୍ରିକା 129 ରନ୍ରେ ଅଧା ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇ ସାରିଥିବା ବେଳେ 368 ରନ୍ ପଛରେ ରହିଛି । ଦ ଆଫ୍ରିକା ପକ୍ଷରୁ ଜୁବେର୍ ହାମ୍ଜା ସର୍ବାଧିକ 62 ରନ୍ ସଂଗ୍ରହ କରିଥିବା ବେଳେ ତେମ୍ବା ବାଭୁମା 32 ରନ୍ ସଂଗ୍ରହ କରିଛନ୍ତି । ଉଭୟ ଲଗାତାର ଓଭରରେ ଜାଡେଜା ଏବଂ ନଦୀମ୍ଙ୍କ ଦ୍ବାରା ଆଉଟ୍ ହେବା ପରେ ଦଳ ବ୍ୟାକ୍ଫୁଟ୍କୁ ଯାଇଥିଲା । ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ଜାଡେଜା 2ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ସାମି ଏବଂ ନଦୀମ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଭିନ୍ନ ସିନେ ତାରକା ଭୋଟ ପ୍ରଦାନ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସକାଳ ୬ଟାରୁ ମତଦାନ ଆରମ୍ଭ ହୋଇଥିବା ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ନିର୍ବାଚନରେ ବିଭିନ୍ନ ବଲିଉଡ୍ କଳାକାର ଭୋଟଦାନ କରିଛନ୍ତି । ବଲିଉଡ୍ ଅଭିନେତା ଆମିର ଖାନ୍ ଏବଂ ପତ୍ନୀ କିରଣ ରାଓ ମୁମ୍ବାଇରେ ନିଜର ମତଦାନ କରିଛନ୍ତି । ମତଦାନ ପରେ ଉଭୟ ନିଜର ଫଟୋ ଇନ୍ଷ୍ଟାଗ୍ରାମ୍ ଜରିଆରେ ସେୟାର କରିଛନ୍ତି । ସେହିପରି ଅନ୍ୟତମ ଦମ୍ପତି ମହେଶ ଭୂପତି ଏବଂ ଲାରା ଦତ୍ତା ମଧ୍ୟ ନିଜ ଭୋଟପ୍ରଦାନର ଫଟୋ ସେୟାର କରି ସାଧାରଣ ଜନତାଙ୍କୁ ଭୋଟଦାନ ପାଇଁ ଅନୁରୋଧ କରିଛନ୍ତି । ସେହିପରି ଅନ୍ୟତମ ଅଭିନେତା ଦମ୍ପତି ରୀତେଶ ଦେଶମୁଖ ଏବଂ ଜେନେଲିଆ ଡିସୌଜା ମଧ୍ୟ ମତଦାନ କରିଛନ୍ତି । ଉଭୟ ଲାତୁର୍ରେ ନିଜର ଭୋଟ ପ୍ରଦାନ କରିଛନ୍ତି । ବାନ୍ଦ୍ରାରେ ଭୋଟ ପ୍ରଦାନ କରିବା ପରେ…
ବିଜେପୁରରେ ଅନୁଷ୍ଠିତ ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଉତ୍ସାହଜନକ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପ୍ରଦାନ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଉପନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି। ସମୁଦାୟ ୫ ଜଣ ପ୍ରାର୍ଥୀ ମଇଦାନରେ ରହିଥିବା ବେଳେ ବିଜେପି, ବିଜଡି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣା ପଡିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି।
ସୋମବାର ଦିନ ମଧ୍ୟପ୍ରଦେଶର ଇନ୍ଦୋରର ଏକ ହୋଟେଲର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଜୟ ନଗର ଥାନା କ୍ଷେତ୍ରର ଗୋଲ୍ଡେନ ଗେଟ୍ ହୋଟେଲ୍ରେ ନିଆଁ ଲାଗିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଥିରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।
ହାଇଦ୍ରାବାଦର ଏଲବି ନଗରର ଏକ ଡାକ୍ତରଖାନାରେ ନିଆଁ ଲାଗିଛି । ସଟ୍ଶର୍କିଟ୍ କାରଣରୁ ଏହି ନିଆଁ ଲାଗିଥିବାବେଳେ ଏହି ନିଆଁ ଘେରରେ ଆସିଛନ୍ତି ଡର୍ଜନରୁ ଅଧିକ ଶିଶୁ । ଏହି ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ- ଡାକ୍ତରଖାନାର ଆଇସିୟୁ ୟୁନିଟରେ ପ୍ରଥମେ ଶର୍ଟସର୍କିଟ୍ କାରଣରୁ ନିଆଁ ଲାଗିଯାଇଥିଲା । ଏଥିରେ ୯ମାସର ଏକ ଶିଶୁର ମୃତ୍ୟୁ ହୋଇଛି । ଅନ୍ୟ ୪ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଏହି ଦୁର୍ଘଟଣାରେ ସମୟରେ ଏହି ଡାକ୍ତରଖାନାରେ ମୋଟ ୪୨ ଜଣ ଶିଶୁ ରହିଥିଲେ । ଆହତଙ୍କୁ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ସହ ଶିଶୁଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଡାକ୍ତରଖାନାରେ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।…
ଆଜି ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ମହାରାଷ୍ଟ୍ରର ୨୮୮ଟି ଆସନରେ ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ଓ ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଦୁଇ ରାଜ୍ୟରେ ମୁଖ୍ୟତଃ କଂଗ୍ରେସ ଏବଂ ଭାଜପା ମଧ୍ୟ କଡା ମୁକାବିଲା ହେଉଛି। ରାଜନୀତିକ ବ୍ୟକ୍ତିବିଶେଷଙ୍କଠାରୁ କଳାକାର ସମେସ୍ତ ମତଦାନ ସାବ୍ୟସ୍ତ କରିବାକୁ ଆସିଛନ୍ତି। ମତଦାନ ପାଇ ଭୋଟିଂ ବୁଥ୍ ନିକଟକୁ ନେତାମାନେ ଭିନ୍ନ ଭିନ୍ନ ଷ୍ଟାଇଲ୍ ଓ ଅନ୍ଦାଜ୍ରେ ପହଞ୍ଚୁଛନ୍ତି। ହରିୟାଣାରେ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଟ୍ରାକ୍ଟର ଯୋଗେ ମତଦାନ କରିବାକୁ ଆସିଥିବାବେଳେ ମନୋହର ଲାଲ ଖଟ୍ଟର ସାଇକେଲ ଯୋଗେ ବୁଥ୍ ନିକଟରେ ପହଞ୍ଚିଥିଲେ।
ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ବାଟରେ ସୋମବାର ସକାଳୁ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ବସ୍ରେ ୪୫ ଜଣଙ୍କ ଯାତ୍ରୀ ଥିଲେ। ବସ୍ଟି ମୁମ୍ବାଇର କରାଡକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି। ଏହି କ୍ୟାବିନେଟ୍ ବୈଠକ ଗତ ୧୯ ତାରିଖରେ ବସିବାର ଥିଲା। ମାତ୍ର ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ମନ୍ତ୍ରୀ ପ୍ରଚାରରେ ଯାଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ପୋଲିଂ ବୁଥ୍ ଆଗରେ ଲମ୍ବା ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ରାଜନୀତି, ମନୋରଞ୍ଜନ, ଓ ଖେଳର କିଛି ଲୋକପ୍ରିୟ ତଥା ବରିଷ୍ଠ ଆଜି ସକାଳୁ ନିଜ ନିଜ ବୁଥ୍ରେ ପହଞ୍ଚି ମତଦାନ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ନାଗପୁରଠାରେ ଭୋଟ ଦେଇଛନ୍ତି । ସେହିପରି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିଜ ପତ୍ନଙ୍କ ସହିତ ଭୋଟ ଦେଇଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍ ମହାରାଷ୍ଟ୍ରରେ ଭୋଟ ଦେଇଛନ୍ତି । ହରିୟାଣାର ଆଦାମପୁରରେ ବିଜେପିର ପ୍ରାର୍ଥୀ ତଥା ଟିକ୍ଟକ ଷ୍ଟାର ସୋନାଲି ଫାଗୋଟ ନିଜ ଭୋଟ ଦେଇଛନ୍ତି । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାରୀ ଶୈଲଜା ଭୋଟ ଦେଇଛନ୍ତ । ସେହିପରି ମହାରାଷ୍ଟ୍ରରେ ଏନସିପି ନେତା ସୁପ୍ରିୟା ସୁଲେ, ହରିୟାଣାର ବରୋଦାରେ…
ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ମହାରାଷ୍ଟ୍ରରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଲୋକ ଭୋଟ ଦେବେ । ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୪ କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ରାଜ୍ୟରେ ମତଦାନ ପାଇଁ ୯୬ ହଜାର ୬୬୧ ବୁଥ କରାଯାଇଛି । ନିର୍ବାଚନରେ ୨୩୫ ଜଣ ମହିଳାଙ୍କ ସମେତ ୩୨୩୭ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ସେହିପରି ହରିୟାଣାରେ ୯୮.୭ ଲକ୍ଷ ପୁରୁଷ ଓ ୮୫.୧ ଲକ୍ଷ ମହିଳା ଭୋଟର ଥିବାବେଳେ ତୃତୀୟ ଲିଙ୍ଗ ୨୫୨ ଜଣ ରହିଛନ୍ତି । ମହାରାଷ୍ଟ୍ରରେ ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮.୯ କୋଟି ଭୋଟର ।…
ସମୀକ୍ଷା ବ୍ୟୁରୋ ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ସନ୍ଦେହ ଜନକ ମୃତ୍ୟୁ ବିରୋଧରେ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲିବ। ମହିଳା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ୍ରେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରାଯାଇଛି। ମଧୁସ୍ମିତାଙ୍କ ସ୍ୱାମୀ ରୂପେଶ ଏଥିରେ ସଂପୃକ୍ତ ଅଛନ୍ତି। କିନ୍ତୁ ଏସ୍ପି ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବିଜେପି ଅଭିଯୋଗ କରିଛି। ତେଣୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି। ଯେଉଁଥିପାଇଁ ବିଜେପି ଆନ୍ଦୋଳନ କରୁଛି। ଷ୍ଟେସନ୍ଠାରୁ ଆରମ୍ଭ କରି ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। କର୍ମୀମାନେ ପିକେଟିଂ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ସାଧାରଣ ଜୀବନ…
ମହାରାଷ୍ଟ୍ର ଓ ହରିୟାଣାର ୨୮୮ ବିଧାନସଭା ଆସନ ସହିତ ଦେଶର ବିଭିନ୍ନ ରାଜ୍ୟର ୫୧ଟି ବିଧାନସଭା ଆସନରେ ସୋମବାର ଉପନିର୍ବାଚନ ପାଇଁ ମତଦାନ ହେଉଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନରେ ମଧ୍ୟ ଭୋଟିଂ ହେଉଛି। ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଏଠାରେ ପୁଣି ଥରେ ଉପନିର୍ବାଚନ ହେଉଛି। ବିଜେପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ତେବେ ମିଳିଥିବା ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ବିଜେପୁରରେ ୧୧% ମତଦାନ ହୋଇଥିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ। ଏହା ବ୍ୟତୀତ ଦେଶର ୧୮ଟି ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାତା ଭୋଟ ଦେଉଛନ୍ତି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ ‘ଶିବସେନା’ ଜିତିଥିବାବେଳେ ମହାରାଷ୍ଟ୍ରରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ଶିବସେନା ପାଇଁ ବିଶେଷ ଗୁରୁତ୍ବ ରଖୁଛନ୍ତି। ଚଳିତ ଥର ପ୍ରଥମ ଥର ପାଇଁ ଠାକ୍ରେ ପରିବାର ତରଫରୁ ଆଦିତ୍ୟ ଠାକରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଠାକରେ ବର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ହରିୟାଣାରେ ମଧ୍ୟ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ପୁଣି ଥରେ କ୍ଷମତାକୁ ଫେରିବା…

