Author: Samikhsya Bureau

ପୂର୍ବ ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ଶୁକ୍ରବାର ଦିନ  ମସଜିଦରେ ବୋମା ବିସ୍ଫୋରଣ ହୋଇଛି । ନଙ୍ଗରହାର ପ୍ରାନ୍ତର ଏକ ମସଜିଦ ଭିତରେ ଦୁଇଟି ବିସ୍ଫୋରଣରେ ଅତି କମରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଗୁରୁତରଭାବେ ଆହତ ହୋଇଛନ୍ତି ।  ବିସ୍ଫୋରଣରେ ଆହତ ହୋଇଥିବା ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ଚଣ୍ଡୀଗଡ଼ର ଏକ ମାଟ୍ରିମୋନିଆଲ୍‌ ସର୍ଭିସ୍‌ ପ୍ରୋଭାଇଡ ୬୨ ହଜାର ଟଙ୍କାର  କ୍ଷତିପୂରଣ ରାଶି ପ୍ରଦାନ କରିବେ । ଚଣ୍ଡୀଗଡ଼ର ଏକ ମାଟ୍ରିମୋନିଆଲ୍‌ ସର୍ଭସ୍‌ ପ୍ରୋଭାଇଡରଙ୍କୁ ଉପଯୁକ୍ତ ବର ନ ଖୋଜିବା ପାଇଁ ଦଣ୍ଡିତ ହେବାକୁ ପଡିଛି ।  ଚଣ୍ଡୀଗଡ଼ର ଉପଭୋକ୍ତା ଫୋରାମ୍‌ ‘ଓ୍ବେଡିଂ ଓ୍ବିଶ୍‌’ ନାମ ଏକ ମାଟ୍ରିମୋନିଆଲ୍‌  ସାଇଟ୍‌କୁ  ଅଭିଯୋଗକାରୀ ଗ୍ରାହକଙ୍କୁ ୬୨,୦୦ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂରା ଘଟଣାଟି ହେଉଛି ଏହିପରି: ସୁରେନ୍ଦ୍ର ପାଲ୍‌ ସିଂହ ଚହଲ୍‌ ଓ ତାଙ୍କ ପତ୍ନୀ ନରେନ୍ଦ୍ର କୌର ଚହଲ୍‌ ଚଣ୍ଡୀଗଡ ଉପଭୋକ୍ତା ଫୋରମ୍‌ରେ ୨୦୧୮ ଡିସେମ୍ବର ୬ ତାରିଖରେ ଏହି ସମ୍ପର୍କିତ ଏକ ମାମଲା ଦାଏର କରିଥିଲେ।  ଏହି ମାମଲରେ ସେ କହିଥିଲେ ଯେ, ୨୦୧୭ରେ ନିଜ ଝିଅ (ପେଶାରେ ଜଣେ ଡାକ୍ତର)ଙ୍କ ପାଇଁ ଯୋଗ୍ୟ ବର ପାଇଁ ଓ୍ବେଡିଂ ଓ୍ବିଶ୍‌ ପ୍ରାଇଭେଟ୍‌ ଲିମିଟେଡ ସହ ସେବା ପାଇଁ ସମ୍ପର୍କ କରିଥିଲେ। ଚହଲ ପରିବାରଙ୍କ…

Read More

ଏଣିକି ସୈନିକ ସ୍କୁଲରେ ପାଠ ପଢିବେ ଝିଅ । ଝିଅଙ୍କ ନାମଲେଖା ପାଇଁ ଅନୁମତି ଦେଲେ ପ୍ରତିରକ୍ଷା ମନ୍ତ୍ରୀ।  ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅଙ୍କ ନାମ ଲେଖାଯାଇ ପାରିବ ସୂଚନା ରହିଛି । ମିଜୋରାମରେ ପାଇଲଟ ପ୍ରକଳ୍ପ ସଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସୈନିକ ସ୍କୁଲରେ କେବଳ ପୁଅ ନାମ ଲେଖାଇ ପାରୁଥିଲେ ।

Read More

ସମୀକ୍ଷା ବ୍ୟୁରୋ ଆଜି ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଠାରେ ମା’ ଭଗବତୀ ମହିଳା ମିଶନ ଶକ୍ତି ମହାସଂଘ, ବାଣପୁର ଏନ୍‌ଏସି, ଖୋର୍ଦ୍ଧା ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଣପୁର ଏନଏସିର ପ୍ରାୟ ୪୦ରୁ ୫୦ ଏସ୍ଏଚ୍‌ଜି ଗ୍ରୁପ୍‌ର ପାଖାପାଖି ୩୦୦ରୁ ୪୦୦ଜଣ ସଦସ୍ୟା ଉପସ୍ଥିତ ରହିଥିଲେ। ଏହି ବୈଠକରେ ଆଗାମୀ ଦିନରେ ବାଣପୁର ବ୍ଲକ୍‌ ତରଫରୁ ‘ମା ଭଗବତୀ ମହିଳା ମିଶନ ଶକ୍ତି ମହାସଂଘ’ର ଗଠନ ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା। ଏତଦ୍‌ବ୍ୟତୀତ ଏହି ବୈଠକରେ ଏହି ମହାସଂଘର ସଭାପତି, ସମ୍ପାଦିକା ତଥା କୋଷାଧ୍ୟକ୍ଷା ଚୟନକୁ ନେଇ ମଧ୍ୟ ସମସ୍ତ ସଦସ୍ୟାଙ୍କ ସହ ଚର୍ଚ୍ଚା କରାଯାଇଥିଲା। ବାଣପୁରରେ ନୂତନ ଏସ୍‌ଏଚ୍‌ଜି ଗ୍ରୁପ୍‌ର ନିର୍ମାଣ ଓ ଏହାର ଉନ୍ନତି  ତଥା ବିକାଶ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋକପାତ କରାଯାଇଥିଲା। ଚିଲିକା ରିପୋର୍ଟର ଆସୋସିଏସନ୍‌, ବାଣପୁରର ସମସ୍ତ ସାମ୍ବାଦିକମାନେ ଏହି ବୈଠକକୁ ପ୍ରସ୍ତୁତ କରିଥିଲେ। ସାମ୍ବାଦିକ…

Read More

ରାଜ୍ୟପାଳଙ୍କ ଏସ୍‌କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦଳାରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡଇ ଦୁର୍ଘଟଣା ଗ୍ରସ୍ତ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ଗାଡି ଆଗକୁ ଜନୈକ ସାଇକେଲ ଆରୋହୀ ପଶି ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ରାଜ୍ୟପାଳ ଉଦଳାରୁ ବାରିପଦା ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ଦୁଇଟି ଯାକ ଏସ୍କର୍ଟ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ସିବିଆଇ ପକ୍ଷରୁ ଆଇଏନଏକ୍ସ ମିଡିଆ ମାମଲାକୁ ନେଇ ଆଜି ଚାର୍ଜସିଟ୍‌ ଦାଖଲ କରାଯାଇଛି । ଏହି ମାମଲା କାରଣରୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଜେଲ୍‌ରେ ରହିଥିବା ବେଳେ ତାଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କ ନାମ ଚାର୍ଜସିଟ୍‌ରେ ରହିଛି । ଚିଦାମ୍ବରମ୍‌ ଏବଂ କର୍ତ୍ତିଙ୍କ ବ୍ୟତିତ ଅନ୍ୟ 13 ଜଣଙ୍କ ନାମ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ସିବିଆଇ । ସେହିପରି ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି । ସଲଇସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଚିଦାମ୍ବରମ ବାହାରକୁ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଯୁକ୍ତି କରିବା ପରେ କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।

Read More

ରଙ୍ଗାଚରଣ ପ୍ରଧାନ ଓଡିଶା କ’ଣ ସତରେ ଭାରତଠାରୁ ଅଲଗା ହୋଇ ନିଜର ସ୍ବାଧୀନତା ଘୋଷଣା କରିସାରିଛି ? ଓଡିଶାର ଗଣମାଧ୍ୟମର ବ୍ୟବହାରକୁ ଯିଏ ଲକ୍ଷ୍ୟ କରୁଥିବ ତାକୁ ତ ତାହା ହିଁ ମନେହେବା ଉଚିତ୍ । ଏ ପ୍ରଶ୍ନ ହୁଏତ ଅନେକଙ୍କୁ ଅବାନ୍ତର ମନେ ହୋଇପାରେ । ମାତ୍ର ଏମିତି ଭାବିବାର ଅନେକ କାରଣ ରହିଛି । ନିମ୍ନରେ ତାହାର ତିନୋଟି ପ୍ରମୁଖ ଉଦାହରଣ ଦେଉଛି । ଅନ୍ୟ କେତେଗୁଡିଏ ରାଜ୍ୟ ଭଳି ଓଡିଶାରେ ବି ଚିଟଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାଶ ହେବାକୁ ପ୍ରାୟ ୧ ଦଶନ୍ଧି ହୋଇଗଲାଣି । ଏ ପର୍ଯ୍ୟନ୍ତ କୌଣସି ଜମାକାରୀ ତାଙ୍କର ବୁଡି ଯାଇଥିବା ଜମାଟଙ୍କା ଫେରି ପାଇନାହାନ୍ତି । ଯଦିଓ ତିନୋଟିଯାକ ମୂଖ୍ୟ ରାଜନୈତିକ ଦଳର ବିଭିନ୍ନ ନେତା ଏହି ଠକେଇରୁ ଲାଭାନ୍ବିତ ହୋଇଛନ୍ତି ଏବଂ ପୃଷ୍ଠପୋଷକତା ଯୋଗାଇଛନ୍ତି ବୋଲି ବିଭିନ୍ନ ସମୟରେ ଗିରଫ ହେଉଥିବା ନେତାମାନଙ୍କ ତାଲିକାରୁ ଜଣାପଡେ, ଏବଂ ଯଦିଓ ଏହାର ତଦନ୍ତର…

Read More

ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଏବଂ ସହାୟତା କରୁଥିବା କାରଣରୁ ପାକିସ୍ତାନକୁ ଏଫ୍‌ଟିଏଫ୍‌ ପକ୍ଷରୁ ଚେତାବନୀ ପ୍ରଦାନ କରାଯାଇଛି । ଆସନ୍ତା ଫେବୃୟାରୀ 2020 ସୁଦ୍ଧା ଆତଙ୍କୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଗଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବା ନେଇ ଚେତାବନୀ ଦିଆଯାଇଛି । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା 40 ମାନଦଣ୍ଡ ମଧ୍ୟରୁ ପାକିସ୍ତାନ 4ଟି ମାନଦଣ୍ଡକୁ ଆଦୌ ପାଳନ କରୁନାହିଁ ବୋଲି 228 ପୃଷ୍ଠା ରିପୋର୍ଟରେ ପ୍ରକାଶ କରିଛି ଏଫ୍‌ଟିଏଫ୍‌ । ଅଗଷ୍ଟ ମାସରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ 40ରୁ 32ଟି ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଏହି ଧାରା ଜାରି ରହିଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନେଇ ଏଫଟିଏଫ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି ।

Read More

ବିଶ୍ବର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ କ୍ୟାମେରା ଫୋନ୍‌ ବଜାରକୁ ଆସିବାକୁ ଯାଉଛି । ମୋବାଇଲ୍‌ରେ ଦିନକୁ ଦିନ ନୂତନ ପ୍ରଯୁକ୍ତି କୌଶଳର ବିକଶିତ ହେବାରେ ଲାଗିଛି । ପୂର୍ବରୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଦିନକୁ ଦିନ ଏହା କମ୍ପ୍ୟୁଟରର ବିକଳ୍ପ ଭାବରେ ଉଭା ହୋଇଛି । ଯୁବପିଢିଙ୍କ ପାଇଁ ମୋବାଇଲ୍‌ କ୍ୟାମେରା ଏବଂ ସେଲ୍‌ଫି ସଦାସର୍ବଦା ମାତ୍ରାଧିକ ଗୁରୁତ୍ବ ବହନ କରିଥାଏ । କେଉଁ ଫୋନ୍‌ରେ 3ରୁ 4ଟି କ୍ୟାମେରା ରହିଛିତ କେଉଁଥିରେ 108 ମେଗା ପିକ୍ସେଲ କ୍ୟାମେରା ରହିଛି । ଦିନକୁ ଦିନ ମୋବାଇଲ କମ୍ପାନୀ ଗୁଡିକ ଏହାକୁ ଆହୁରି ବିକଶିତ କରିବାର ଚେଷ୍ଟା କରୁଥିବା ବେଳେ ସାମସଙ୍ଗ ବିଶ୍ବର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ ଫୋନ୍‌ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ଦୁଇ ମାସ ମଧ୍ୟରେ କମ୍ପାନୀ ନିଜର ଗାଲାକ୍ସି ସିରିଜ୍‌ର ଫୋନ୍‌ ଏସ୍‌ 11ରେ ଏହି ବ୍ୟବସ୍ଥାର ଲଞ୍ଚ କରିବାକୁ ଯାଉଛି…

Read More

ଉତ୍ତର ପ୍ରଦେଶର ବାହୁବଳୀ ବିଧାୟକ ତଥା ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍‌ସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ପୋଲିସ୍‌ ୬ଟି ବନ୍ଧୁକ ଏବଂ ୪୪୩୧ ରାଉଣ୍ଡର ଗୁଳି ଜବତ କରିଛି। ଏହା ସହିତ ପୋଲିସ୍‌ ଅନ୍‌ସାରୀଙ୍କ ପୁଅ ଆବ୍ବାସ ଅନ୍‌ସାରୀଙ୍କୁ ଗିରଫ କରିଛି। ଜବତ ବନ୍ଧୁକ ମଧ୍ୟରୁ ମାତ୍ର ଗୋଟିଏ ବନ୍ଧୁକର ଲାଇସେନ୍ସ ରହିଥିବା ବେଳେ ଅନ୍ୟ କୌଣସି ବନ୍ଧୁକର ଲାଇସେନ୍ସ ନାହିଁ। ଅନ୍‌ସାରୀଙ୍କ ବସନ୍ତ କୁଞ୍ଜ ସ୍ଥିତ ଫାର୍ମ ହାଉସ୍‌ରେ ଲକ୍ଷ୍ନୌ ପୋଲିସ୍‌ ପକ୍ଷରୁ ଗୁରୁବାର ରାତିରେ ଚଢାଉ କରାଯିବା ସହିତ ଆବ୍ବାସଙ୍କୁ ଗିରଫ କରାଯାଇଛି। ଜବତ କରାଯାଇଥିବା ସମସ୍ତ ବନ୍ଧୁକ ଗୁଡିକ ଇଟାଲୀ ଏବଂ ସ୍ଲୋଭେନିଆରେ ନିର୍ମିତ ବୋଲି ପୋଲିସ୍‌ ପକ୍ଷରୁ ପ୍ରକାଶ କରାଯାଇଛି।

Read More

୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ଗ୍ରାମାଞ୍ଚଳରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ପୁରା ବ୍ୟାନ୍‌ ହେବ। ଏନେଇ ଶୁକ୍ରବାର ପରିବେଶ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏକ ବୈଠକରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।  ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସବୁ ପୌରାଞ୍ଚଳରେ ନିଷେଧ ହୋଇଛି ପ୍ଲାଷ୍ଟିକ୍‌ । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ଲାଷ୍ଟିକ୍‌ର ଡିସ୍‌ପୋଜ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।  ସବୁ ଜିଲ୍ଲାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ହେବ ।  ସ୍ବୟଂସହାୟକ ଗୋଷ୍ଠୀ କାଗଜ ବ୍ୟାଗ୍‌ ତିଆରି କରିବେ ବୋଲି ସୂଚନା ଦେଇଛନ୍ତି ।

Read More