ରଙ୍ଗାଚରଣ ପ୍ରଧାନ ଶ୍ରୀମାନ୍ ରବିଶଙ୍କର ପ୍ରସାଦଙ୍କ ବକ୍ତବ୍ୟକୁ ହସରେ ଉଡାଇ ହେବନାହିଁ। ସେ ଜଣେ ନାମକରା ଓକିଲ। ପଢାଲେଖା ଲୋକ। ଉଭୟ ବାଜପେୟୀ ଓ ମୋଦୀ ସରକାରରେ ସେ ବହୁତ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି। ତେଣୁ ଗତ ଶନିବାର ଦିନ ଯେତେବେଳେ ସେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ବା ସ୍ଲୋଡାଉନ୍ ନାହିଁ ବୋଲି କହିବା ପାଇଁ ତିନୋଟି ଫିଲିମ୍ ର ଟିକେଟ ବିକ୍ରି ଉଦାହରଣ ଦେଲେ ତାହାକୁ ଆମେ ଗୁରୁତ୍ବର ସହ ବିଚାର କରିବା ଉଚିତ୍। ମନେ ରଖନ୍ତୁ, ରବିଶଙ୍କର ପ୍ରସାଦ ଏ କଥା କୌଣସି ଥଟ୍ଟା ପରିହାସରେ କହି ନାହାନ୍ତି। କାରଣ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିବା ପାଇଁ ତାଙ୍କୁ ଏକ କାଗଜର ନୋଟ୍ ଧରାଇ ଦିଆଯାଇଥିଲା ଯାହାକୁ ପଢି ସେ କହୁଥିଲେ। ସେ ମୁମ୍ବାଇରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହୁଥିବା ବେଳେ ତାଙ୍କରି ସରକାରଙ୍କର ପରିସଂଖ୍ୟାନ ବିଭାଗ ଘୋଷଣା କଲା ଯେ…
Author: Samikhsya Bureau
ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିଜର ସଂକଳ୍ପ ପତ୍ର ଜାରି କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା, ହରିୟାଣା ପ୍ରଭାରୀ ଅନୀଲ ଜୈନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଦି ଉପସ୍ଥିତ ଥିଲେ। ୩୨ ପୃଷ୍ଠାର ଏହି ଇସ୍ତାହାରକୁ ‘ଆମ ସ୍ବପ୍ନର ହରିୟାଣା’ ବୋଲି ନାମ ଦେଇଛି। ଏଥିରେ କୃଷକ, ଗରିବ, ଯୁବକ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ନାଗରିକ ସୁବିଧାକୁ ବୃଦ୍ଧି କରିବା ଉପରେ ଫୋକସ ରଖାଯାଇଛି। ପୂର୍ବରୁ ଅକ୍ଟୋବର ୧୧ରେ କଂଗ୍ରେସ ହରିୟାଣା ପାଇଁ ଘୋଷଣାପତ୍ର ଜାରି କରିଥିଲା। ଆସନ୍ତା ଅକ୍ଟୋବର ୨୧ ତାରିଖରେ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ରାଜଧାନୀ ଭୁବନେଶ୍ୱର ଭିଏସଏସ ନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଭିଏସଏସ ନଗରର ଏକ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଆଜି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ପରେ ସେଠାକୁ ଯାଇ ସ୍ଥାନୀୟ ଲୋକେ ସେହି ଘର ଭିତରେ ଜଣେ ଯୁବକଙ୍କ ମୃତଦେହ ଦେଖିଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୁନାଖଳାର ଅବକାଶ ପାଇକରାୟ। ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ ଚାକିରି କରୁଥିଲେ ଅବକାଶ।
KAZIRANGA, OCT, 13 (UNI):- Rhino at Kaziranga National Park, in Kaziranga on Sunday. UNI PHOTO-5U
KATHMANDU, Oct. 13, 2019 (Xinhua) — Chinese President Xi Jinping attends a welcome ceremony held by Nepali President Bidya Devi Bhandari upon his arrival at the airport in Kathmandu, Nepal, Oct. 12, 2019. Xi Jinping arrived in Kathmandu on Saturday for a state visit to Nepal. Xinhua/UNI PHOTO-4F
Typhoon Hagibis made landfall on the Izu Peninsula on Japan’s main island
ସମୀକ୍ଷା ବ୍ୟୁରୋ କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦର ସିଡିଏମ୍ଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ ନିଲମ୍ବିତ । ‘ମୋ ସରକାର’ କାର୍ଯ୍ୟକାରିତାରେ ଅବହେଳା ଅଭିଯୋଗ ହୋଇଛି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁଁ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ କାରଣ ଦର୍ଶାଆ ନୋଟିସ୍ ଜାରି କରିଛନ୍ତି । ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟ ସରକାର ୫ଟିକୁ ଭିତ୍ତିକରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫୋକ୍ସ୍ରେ ରହିଛି ରହିଛି ଥାନା ଓ ଡାକ୍ତରଖାନା । ନିକଟରେ କ୍ୟାପିଟାଲ୍ ହସ୍ପିଟାଲ୍ ରାସ୍ତାରେ ପ୍ରସବକୁ ନେଇ ‘ମୋ ସରକାର’ ଯୋଜନାକୁ ନେଇ ପ୍ରଶ୍ନବାଚୀ ଉଠିଥିବାବେଳେ । ଏହି କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ…
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏକ କାର୍କୁ ଆଳୁ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଡ୍ରାଇଭର ଓ ଅନ୍ୟମାନେ ଗୋଟିଏ ପରିବାର ସଦସ୍ୟ ରହିଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆଜି ଭୋର୍ ପ୍ରାୟ ୪ଟାବେଳେ ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ଏକ ଆଳୁ ବୋଝେଇ ଟ୍ରକ୍ କାର୍କୁ ଧକ୍କା ଦେଇଥିଲା। ଫଳରେ ପାଞ୍ଚ ଜଣ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ସଂପୃକ୍ତ ଟ୍ରକ୍କୁ ଜବତ କରି ତଦନ୍ତ କରୁଛି।
ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଫଟୋଗ୍ରାଫର । ନିଜ ଜୀବନକୁ ବାଜିରେ ଲଗାଇ ସମୁଦ୍ରରେ ବୁଡ଼ି ଯାଉଥିବା ଲୋକକୁ ପାଣିରୁ ଉଦ୍ଧାର କରିଛନ୍ତି । ଜଣେ ମହିଳା ପର୍ଯ୍ୟଟକ ଆନ୍ଧପ୍ରଦେଶ କାକିନାଡ଼ାରୁ ପୁରୀ ବୁଲିବାକୁ ଆସିଛନ୍ତି । ଆଜି ସକାଳେ କୋଣାର୍କ ଚନ୍ଦ୍ରଭାଗାରେ ଗାଧୋଉଥିଲେ । ଏହି ସମୟରେ ସେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ତୁରନ୍ତ ପାଣିକୁ ଡେଇଁ ପଡ଼ିଥିଲେ । ସେ ମହିଳାଙ୍କୁ ପାଣିରୁ ଉଦ୍ଧାର କରି କୋଣାର୍କ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଜନୈକା ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି ।
ବ୍ରହ୍ମପୁର ସହରରେ ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ ଜୋରଦାର କରୁଛି । ଅନେକ ଜୁଆଡି ଗିରଫ ମଧ୍ୟ ହେଉଛନ୍ତି । ଆଜି ମଧ୍ୟ ବ୍ରହ୍ମପୁର ପୋଲିସ କିଛି ଜୁଆ ଆଡ୍ଡାରେ ଚଢାଉ କରି ୬୮ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁର ସହରରେ ଅନେକ ଦିନ ଧରି ଜୁଆ ଆଡ୍ଡା ସକ୍ରିୟ ରହୁଥିବା ଖବର ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇ ଅନେକ ଜୁଆଡିଙ୍କୁ ଗିରଫ କରାଯାଇଥିଲା । ଆଜି ମଧ୍ୟ ଟାଉନ ଥାନା ପୋଲିସ ୭ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ଏହି ଚଢାଉ ବେଳେ ୬୮ଜଣଙ୍କୁ ଗିରଫ କରାଯିବା ସହ ନଗଦ ୨ଲକ୍ଷ ୪୫ହଜାର ୨୩୦ ଟଙ୍କା ଜବତ ହୋଇଛି । ଏହାସହ ୨୫ଟି ମୋବାଇଲ ମଧ୍ୟ ଜବତ ହୋଇଛି । ସେହିପରି ରାୟଗଡା ଗୁଣୁପୁରରେ ମଧ୍ୟ ଜୁଆ ଆଡ୍ଡାରେ ଚଢାଉ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ…
ସମୀକ୍ଷା ବ୍ୟୁରୋ ବଲିଉଡ୍ର ପ୍ରଥମ ସୁପରଷ୍ଟାର୍ ଅଶୋକ କୁମାରଙ୍କ ଆଜି ହେଉଛି ୧୦୮ତମ ଜନ୍ମଦିବସ । ବିହାରର ଭାଗଲପୁରଠାରେ ୧୯୧୧ ମସିହାରେ ଆଜିର ଦିବସରେ ଜନ୍ମଗ୍ରହଣ କରିଥିଲେ ଅଶୋକ କୁମାର । ସ୍ବପ୍ନର ସହର ମୁମ୍ବାଇ ଜଣେ ଟେକ୍ନିସିଆନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ବଲିଉଡର ପ୍ରଥମ ସୁପରଷ୍ଟାର ପାଲଟି ଯାଇଥିଲେ । ଏହି ସୁପରଷ୍ଟାରଙ୍କର ଷ୍ଟାଇଲ୍, ଡାଇଲଗ୍ ଲୋକଙ୍କ ଭାଷା ପାଲଟି ଯାଇଥିଲା । ଜନ୍ମ ସମୟରେ ଅଶୋକ କୁମାରଙ୍କ ନାମ ‘କୁମୁଦଲାଲ୍ ଗାଗୁଲିଙ୍କ ଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକେ ତାଙ୍କୁ ସ୍ନେହରେ ଦାଦା ମୁନି (ବଡ଼ ଭାଇ) ବୋଲି ଡାକୁଥିଲେ । ଅଶୋକ କୁମାର ପ୍ରାରମ୍ଭରେ ବମ୍ବେ ଟକିଜ୍ରେ ଲାବ୍ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ । ୧୯୩୬ ମସିହାରେ ବମ୍ବେ ଟକିଜ୍ରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୀବନ ନୈୟା’ ର ଶୁଟିଂ ଆରମ୍ଭ ହେବା ପୂର୍ବରୁ ଏହି ଫିଲ୍ମର ଲିଡ୍ ଆକ୍ଟେ୍ରସ୍ ଦେବିକା…
ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଜିକୁ ଆଉ ଆଠ ଦିନ ବାକି ରହିଲା । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟ ପାଇଁ ଭୋଟପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ମତଦାତାଙ୍କୁ ଆକର୍ଷଣ କରିବା ପାଇଁ କଂଗ୍ରେସ ଓ ବିଜେପି ସମେତ ସମସ୍ତ ରାଜନୖେତିକ ଦଳମାନେ ପୂରା ଅଣ୍ଟା ଭିଡ଼ି ସାରିଲେଣି । ଆଜି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ୍ ଗାନ୍ଧି ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ପିଏମ୍ ମୋଦି ଆଜି ଦ୍ବିପ୍ରହର ୧୨ଟାରେ ଉତ୍ତର ମହାରାଷ୍ଟ୍ରର ଜଲଗାଓ୍ବଠାରେ ଏକ ରାଲିର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ପରେ ସନ୍ଧ୍ୟା ୪ ଘଟିକା ସମୟରେ ବିଦର୍ଭର ଭଣ୍ଡାରା ଝିଲ୍ଲାର ସକୋଲିଠାରେ ଆଉ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ବାଚନୀ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ମୋଟ ୯ଟି ରାଲିକୁ ସମ୍ବୋଧିତ କରିବେ ।…
ଜାପାନରେ ଶନିବାର ଭୟଙ୍କର ବାତ୍ୟା ‘ହୋଜିବିସ’ ଆସିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଗତ ୬୦ ବର୍ଷ ମଧ୍ୟରେ ଏଭଳି ବାତ୍ୟା କେବେ ଦେଖାଯାଇ ନ ଥିଲା । ଏହି ଭୟଙ୍କର ବାତ୍ୟାରେ ଶହ ଶହ ଲୋକ ଆହତ ହୋଇଥିବା ବେଳେ ୭୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଭୟରେ ଜାପାନ ରେଳଷ୍ଟେସନ ଗୁଡ଼ିକ ବନ୍ଦ ହୋଇଯାଇଛି । ଜାପାନର ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଶନିବାର ସନ୍ଧ୍ୟାରେ ଏଠାରେ ଘଣ୍ଟାପ୍ରତି ପବନର ବେଗ ୧୪୪ କିଲୋମିଟର ଥିଲା । ଦୀର୍ଘ ୬ ଦଶନ୍ଧି ମଧ୍ୟରେ ଜାପାନ୍ରେ ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଟୋକିଓ ଇଜୁ ଦ୍ବୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଟୋକିଓ, ଇଜୁ ଓ ସିଲୁଓକାରେ ବନ୍ୟା ସ୍ଥିତି ସହ ଭୂସ୍ଖଳନ…
KULLU, OCT 12 (UNI)- Three thousand women participating in Mahanati on the fifth day of Kullu Dussehra. in Kullu on Saturday.
କେଦାର ମିଶ୍ର ଗତ ଦୁଇ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଜି ଜିଂପିଙ୍ଗଙ୍କ ମଧ୍ୟରେ ଦୀର୍ଘ ସମୟର ଆଲୋଚନା ହୋଇଛି। ଭାରତର ବୈଦେଶିକ ବ୍ୟାପାର ବିଭାଗ ସଚିବ ବିଜୟ ଗୋଖଲେଙ୍କ କହିବା ଅନୁଯାୟୀ ଉଭୟ ନେତା କେବଳ ରାତ୍ରି ଭୋଜନ ବେଳେ ଅଢେଇ ଘଣ୍ଟା ପରଷ୍ପର ସହିତ କଥା ହୋଇଛନ୍ତି। ପ୍ରାୟ ଦଶ ଘଣ୍ଟାରୁ ଅଧିକ ସମୟ ଦୁଇ ରାଷ୍ଟ୍ର ମୁଖ୍ୟ ନିବିଡ ଭାବରେ ବୁଲାବୁଲି କରିଛନ୍ତି। ଭାରତର ବୈଦେଶିକ ବ୍ୟାପାର ବିଭାଗ ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ ଓ ଦ୍ଵିପାକ୍ଷିକ ସମ୍ପର୍କର ଦୃଢତା କଥା କୁହା ଯାଇଛି। ମୋଦୀ ଓ ଜି ଙ୍କ ଭିତରେ ହୋଇଥିବା ଆଲୋଚନାରେ ୧୩୦୦ ବର୍ଷ ତଳର ପଲ୍ଲବ ରାଜାମାନଙ୍କର ଇତିହାସ ବିଷୟରେ ବହୁତ କଥା ହୋଇଥିବାର କୁହାଯାଇଛି। ଅର୍ଜୁନଙ୍କ ତପସ୍ୟା ଓ ତାମିଲନାଡ଼ୁର…
ସମୀକ୍ଷା ବ୍ୟୁରୋ 1-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଅକ୍ଟୋବର ୧୧-୧୨, ୨୦୧୯ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଚେନ୍ନାଇଠାରେ ଆୟୋଜନ ହୋଇଥିଲା। ଏଥିରେ ଉଭୟ ନେତା ବୈଷୟିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ବ୍ୟାପକ ଓ ଦୀର୍ଘକାଳିନ ଏବଂ ରଣନିତି ପ୍ରସଙ୍ଗ ଉପରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଶରେ ମତ ବିନିମୟ କରିଥିଲେ। 2-ଦ୍ୱିପାକ୍ଷିକ ସମ୍ପର୍କକୁ ସେମାନେ ସକାରାତ୍ମକ ଢଙ୍ଗରେ ମୂଲ୍ୟାୟନ କରିଥିଲେ। ବିଶ୍ୱ ସ୍ତରରେ ଭାରତ-ଚୀନ ଦ୍ୱିପାକ୍ଷିକ ମତ ବିନିମୟ କିଭଳି ଆହୁରି ନିବିଡ଼ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । 3-୨୦୧୮ ଏପ୍ରିଲରେ ଚୀନର ଉହାନଠାରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ଶିଖର ସମ୍ମିଳନୀରେ ହୋଇଥିବା ସହମତିକୁ ସେମାନେ ଦୋହରାଇ ଥିଲେ। ଭାରତ ଓ ଚୀନ ବର୍ତମାନର ଅନ୍ତର୍ଜାତୀୟ ପରିଦୃଶ୍ୟରେ ସ୍ଥିରତାର କାରଣ ହୋଇଥିବାରୁ ଉଭୟ ପକ୍ଷ ସେମାନଙ୍କ ମତଭେଦ ଦୂର କରିବେ ତଥା ମତାନ୍ତରକୁ ବିବାଦ ରୂପ ନ…
KOLKATA, OCT 12 (UNI) People carrying idol of Goddess Laxmi ahead of Laxmi puja in kolkata on Saturday.UNI PHOTO CAL 4
Matteo Ortenzi (R), Chief Executive Officer Automobile Lamborghini Asia Pacific with others inaugurating a company showroom in New Delhi on Saturday. UNI PHOTO-MS3U
Prime Minister Narendra Modi exchanging the gifts with the President of the Peoples Republic of China Xi Jinping, in Mamallapuram, Tamil Nadu on Saturday.UNI PHOTO-18U
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅର୍ଥ ହେରଫେର ମାମଲାରେ ଭୂଷଣ ପାୱର ଏଣ୍ଡ ଷ୍ଟିଲ ଲିମିଟେଡ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କମ୍ପାନିର ୪,୦୨୫.୨୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରିଛି । ଆର୍ଥିକ ହେରଫେର ଅଧିନିୟମ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଟାଚ୍ ସମ୍ପତ୍ତି ମଧ୍ୟରେ ଜମି, କୋଠା ଓ କାରଖାନା ଅନ୍ତଭୁକ୍ତ ରହିଛି । ସମ୍ପତ୍ତି ଆଟାଚ୍ ନେଇ ଇଡି ଟୁଇଟ୍ ମାଧ୍ୟମରେ ଜଣାଇଛି ।

