କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍କୁ ପଛରୁ ପିଟି ଦେବାରୁ 7 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇଟି ଯାକ ବସ୍ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍ଟି ଦ୍ରୁତ ଗତିରେ ଆସି ଆଗ ବସ୍ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ।
Author: Samikhsya Bureau
Hindu devotees prepare to immerse an idol of Durga Goddess into a river in Dhaka, Bangladesh, on Oct. 8, 2019. Security arrangements across Bangladesh were beefed up for the peaceful celebrations of Durga Puja festival, the festival of Hindus which ended
ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଭିଡ ହିଂସା ମନ୍ତବ୍ୟକୁ ନେଇ ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ସମାଲୋଚନା କରିଛନ୍ତି । ଆରଏସ୍ଏସ୍କୁ ସମାଲୋଚନା କରି ଓଓ୍ବେସୀ କହିଛନ୍ତି, ଯଦି ଭିଡ ହିଂସା ଭାରତୀୟ ସଂସ୍କୃତି ନୁହେଁ ତେବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଭିଡ ହିଂସା ବଢିବାର କାରଣ କଣ? ଗଡ୍ସେଙ୍କୁ ଭକ୍ତି କରୁଥିବା କିଛି ବିଜେପି ସାଂସଦ ଏପରି ଭିଡ ହିଂସାର କାରଣ ବୋଲି ଓଓ୍ବେସୀ କହିଛନ୍ତି । ଭାଗବତଙ୍କୁ ଟାର୍ଗେଟ କରି ଓଓ୍ବେସୀ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ବେଳେ ସେହି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ବିଜେପି ସାଂସଦ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରେ ଓଓ୍ବେସୀ କହିଛନ୍ତି, ଗଡକରୀ ଭିଡ ହିଂସା ରୋକିବା ପାଇଁ ଆହ୍ବାନ ଦେବା ପରିବର୍ତ୍ତେ ଏହାକୁ ଭିଡ ହିଂସା ନକହିବା ପାଇଁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଓଓ୍ବେସି କହିଛନ୍ତି ।
ଗତକାଲି ଦୁର୍ଗା ମୂର୍ତ୍ତି ଭସାଣୀ ସମୟରେ ନଦୀରେ ବୁଡ଼ି ଯାଇ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣ ଘଟିଥିଲା । ଦୁଇଟି ସ୍ଥାନରେ ମୋଟ 10 ଜଣ ନଦୀର ସ୍ରୋତରେ ଭାସି ଯାଇଥିଲେ । ଏହାପରେ ନଦୀ କୂଳରେ ଥିବା ସେପଉ ପୁଲିସ୍ ଷ୍ଟେସନ ନିକଟରୁ ଜଣଙ୍କର ଶବ ଉଦ୍ଧାର ହୋଇଥିଲା । ତା’ପରେ ପାର୍ବତୀ ନଦୀ ସହିତ ଯୋଡ଼ି ହୋଇଥିବା ଚମ୍ୱଲ ନଦୀରୁ ଆଉ 4ଟି ମୃତଦେହ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ତିନି ନିଖୋଜଙ୍କ ସନ୍ଧାନ ଜାରି ରହିଛି ।
ଗତକାଲି ଅପରାହ୍ନରେ ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡି ଘଟଣାରେ ନିଖୋଜ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ଏବେବି ଆଉ ଜଣେ ନିଖୋଜଙ୍କ ପତ୍ତା ମିଳୁନି । ଗତକାଲି ୩ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଥିଲା । ଗତକାଲି ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ । ତେବେ ଦୁଇ ନିଖୋଜଙ୍କ ମଧ୍ୟରୁ ବଟକୃଷ୍ଣ ମଲ୍ଲିକଙ୍କ ମୃତଦେହ ଆଜି ସକାଳୁ ପାରାଦୀପ ସମୁଦ୍ର କୂଳ ନିକଟରୁ ଭାସୁଥିବା ଉଦ୍ଧାର ହୋଇଥିଲା। ବର୍ତ୍ତମାନ ଲକ୍ଷ୍ମୀଧର ଦାସ ନାମକ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି ।
କେନ୍ଦୁଝର ରୁଗୁଡ଼ି ଥାନା କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ୍ ଚୋରି କରିବା ଅଭିଯୋଗରେ ପୁଲିସ୍ 8 ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ପୁଲିସ୍ 2 ଟି ଟ୍ରକ୍, ଗୋଟିଏ ବୋଲେରୋ, ଗୋଟିଏ ମୋଟର ସାଇକେଲ୍ ଏବଂ 8ଟି ମୋବାଇଲ୍ ସହ ଏକ ଲକ୍ଷ ଟଙ୍କା ଜବତ କରିଛି । ଆଜି ସକାଳେ ମାଙ୍ଗାନିଜ୍ ଚାଲାଣ ବେଳେ ପୁଲିସ୍ ଚଢ଼ାଉ କରିବା ସହ ଦୁଇଟି ଟ୍ରକ୍କୁ ଅଟକାଇଥିଲା । ଦୁଇଟି ଯାକ ଟ୍ରକ୍ ନମ୍ବର ପଶ୍ଚିମବଙ୍ଗର ଓ ବୋଲେରୋର ନମ୍ବର ଝାଡଖଣ୍ଡର ହୋଇଥିବାରୁ ଖଣି ଲୁଟେରାଙ୍କ ଲିଙ୍କ୍ ରାଜ୍ୟ ବାହାରେ ଥିବାର ଅନୁମାନ କରାଯାଉଛି ।
କେଦାର ମିଶ୍ର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଜୟା ଦଶମୀ ଉତ୍ସବ ଆଜିକାଲି ଟେଲିଭିଜନ ପର୍ଦ୍ଦାରେ ଛାଇ ହୋଇ ରହୁଛି। ଆଗରୁ ନାଗପୁରରେ ଆୟୋଜିତ ହେଉଥିବା ଏହି ଉତ୍ସବ ବିଷୟରେ ସେମିତି କିଛି ଖବର ବାହାରୁ ନଥିଲା। ଏବେ କିନ୍ତୁ ଏହା ସବୁ ଟେଲିଭିଜନ ଚାନେଲରେ ଲାଇଭ ଦେଖା ଯାଉଛି। ଚଳିତ ବର୍ଷ ତାର ବ୍ୟତିକ୍ରମ ନଥିଲା। ଏକ ପ୍ରକାର ଅର୍ଦ୍ଧ ସାମରିକ ଉତ୍ସବ ଭଳି ଏହାକୁ ପାଳନ କରିବାର ଉତ୍ସାହ ସଂଘ ଭିତରେ ରହି ଆସିଛି। ଭାରତରେ ନିର୍ବାଚିତ ସରକାର ବା ଲୋକ ପ୍ରତିନିଧିଙ୍କ ଉପରେ ମଧ୍ୟ ସଂଘର ପତିଆରା ରହିଛି, ଏକଥା ଏ ବର୍ଷ ବିଜୟା ଦଶମୀରେ ପୁଣିଥରେ ପ୍ରମାଣିତ ହୋଇଛି। ଗୈରିକ ପତାକା ଉତ୍ତୋଳନ, ହିନ୍ଦୁ ରାଷ୍ଟ୍ରର ବନ୍ଦନା ଓ ଶସ୍ତ୍ର ପୂଜା- ଏଥିରୁ କୌଣସି ଗୋଟିଏ ମଧ୍ୟ ଗଣତାନ୍ତ୍ରିକ ପରମ୍ପରା ନୁହେଁ। ନିଜକୁ ଏକ ସାଂସ୍କୃତିକ ସଂଗଠନ ବୋଲି କହୁଥିବା ଅନୁଷ୍ଠାନ ଖଣ୍ଡା, ତରୁଆଲ ବନ୍ଧୁକ…
NEW DELHI, OCT 8 (UNI):-Burning effigy of demon king Ravana during Dussehra celebrations organzed by Shri Dharmic Lila committee at Red Fort Grounds in New Delhi on Tuesday. UNI PHOTO-JA1U
LUCKNOW, OCT 7 (UNI) :- Devotees immersing an idol of Goddess Durga on the occassion of Vijayadhsmi at a pond, on bank of Gomti river in Lucknow on Tuesday. UNI PHOTO-LKWPC14U
LUCKNOW, OCT 7 (UNI) :- Mahant Divyagiri of Mankameswar temple performing shastra puja (weapan worship) on the occassion of Vijayadashmi in Lucknow on Tuesday.
Married women during Sindhur Khela on the occasion of Vijayadashmi celebration in Mumbai on Tuesday. UNI PHOTO-72U
Maharashtra Police officers performing traditional Shastra Puja (weapon worship) at the Police Station on the occasion of Vijya Dashmi, in Mumbai on Tuesday. UNI PHOTO-75U
Prime Minister Narendra Modi during the Dussehra Celebrations at DDA Ground, Dwarka Sector-10, in New Delhi on Tuesday. UNI PHOTO-RK2U
An effigy of demon king Ravana being set on fire on the occasion of Dussehra festival, at DDA Ground, Dwarka Sector-10, in New Delhi on Tuesday. UNI P
ମହାନଦୀ ମୁହାଣରେ ଟ୍ରଲର ବୁଡ଼ି 3 ଜଣ ନିଖୋଜ ହୋଇଛନ୍ତି । ନେହରୁ ବଙ୍ଗଳା ନିକଟ ମୁହାଣରେ ଏକ ମାଛଧରା ଟ୍ରଲର ବୁଡି ତେବେ 2 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 3 ଜଣ ନିଖୋଜ ଅଛନ୍ତି । ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ମାନେ 2 ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ ଉଦ୍ଧାର ପାଇଁ ମେରାଇନ ପୋଲିସ ଓ ଅନ୍ୟ ମତ୍ସ୍ୟଜୀବୀମାନେ ଲାଗିପଡ଼ିଛନ୍ତି ।
ଅବନ୍ତିପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ମୃତ ଆତଙ୍କବାଦୀର ପରିଚୟନେଇ ଖୋଳତାଡ ଆରମ୍ଭ ହୋଇଛି । ଏହାସହ ଅନ୍ୟ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପୋଲିସର କହିବାନୁସାରେ, ଅବନ୍ତିପୁରାରର ବାହ୍ୟ ଅଂଚଳରେ ଆଜି କିଛି ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିପାତ କରାଯାଇଛି । ଅନ୍ୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ ହୋଇଛି ।
ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ବିଶ୍ବର ଅଭ୍ୟୁଦୟ ଏବଂ ସୌର ମଣ୍ଡଳରେ ପୃଥିବୀର ଅବସ୍ଥିତି ନେଇ ଅଧ୍ୟୟନ ନିମନ୍ତେ ଜେମ୍ସ ପିବଲ୍ସ, ମିଚେଲ୍ ମେୟର ଏବଂ ଡିଡିଏର କ୍ବିଲୋଜ୍ଙ୍କମ ନାମ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ମଙ୍ଗଳବାର ରୟାଲ ସ୍ବିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ତିନି ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ପିବଲ୍ସ ବିଶ୍ବର ଅଭ୍ୟୁଦୟ ନେଇ ଅଧ୍ୟୟନ କରୁଥିବା ବେଳେ ମିଚେଲ ମେୟର୍ ଏବଂ ଡିଡିଏର୍ କ୍ବିଲୋଜ୍ ସୌରମଣ୍ଡଳ ପରି ଅନ୍ୟ ଏକ ନକ୍ଷତ୍ର 51 ପେଗାସୀର ଆବିଷ୍କାର କରିଥିଲେ ।
ଆଜି ଭୁବନେଶ୍ବରର 4ଟି ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ । ବରମୁଣ୍ଡା, ନୟାପଲ୍ଲୀ, ଝାରପଡା ଏବଂ ରସୁଲଗଡରେ ରାବଣ ପୋଡି ଅନୁଷ୍ଠିତ ହେବ । ଝାରପଡା ଏବଂ ବରମୁଣ୍ଡାର ରାବଣ ପୋଡି ପାଇଁ ଆତସବାଜିର ଅନୁମତି ମିଳିଥିବା ବେଳେ ନୟାପଲ୍ଲୀ ଏବଂ ରସୁଲଗଡକୁ ଅନୁମତି ପ୍ରଦାନ କରାଯାଇନାହିଁ । ସେହିପରି ରାବଣ ପୋଡି ଅନୁଷ୍ଠିତ ହେଉଥିବା ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥିବାରୁ ଟ୍ରାଫିକ କମିସନର ଏବଂ ଡିସିପି ଟ୍ରାଫିକ୍ ଦାୟିତ୍ବ ସମ୍ଭାଳିବେ । କମିସନର ବରମୁଣ୍ଡାରେ ଏବଂ ଡିସିପି ରସୁଲଗଡରେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା କରିବେ ।
ସମୀକ୍ଷା ବ୍ୟୁରୋ “ଆସନ୍ତା ୧ ଜାନୁଆରୀ ୨୦୨୦ ରୁ ଭାରତ ସରକାର ନୂଆ ଡିଜାଇନର ୧୦୦୦ ଟଙ୍କିଆ ନୋଟ ବଜାରକୁ ଛାଡିବେ। ତା ପୂର୍ବରୁ ବିମୁଦ୍ରାକରଣ ସମୟରେ ପ୍ରଚଳିତ ହୋଇଥିବା ୨୦୦୦ ଟଙ୍କିଆ ନୋଟ କୁ ପ୍ରତ୍ୟାହାର କରିନିଆଯିବ। ଆସନ୍ତା ଅକ୍ଟୋବର ୧୦ ତାରିଖ ସୁଦ୍ଧା ଯାହା ପାଖରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ ଅଛି, ସେମାନେ ତୁରନ୍ତ ତାକୁ ବ୍ୟାଙ୍କରେ ଜମା କରନ୍ତୁ”-ଏମିତି ଏକ ବାର୍ତ୍ତା ଏବେ ୱାଟ୍ସଅପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହା ପୁଣିଥରେ ଲୋକଙ୍କ ମନରେ ଭୟ, ଆଶଙ୍କା ଓ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। ଏ ସମ୍ପର୍କରେ ଦେଶର ରିଜର୍ଭ ବ୍ୟାଙ୍କ କହିଛି ଯେ, ସେମିତି କିଛି ନିଷ୍ପତ୍ତି ନିଆଯାଇନାହିଁ। ଅକ୍ଟୋବର ୧୦ ତାରିଖ ସୁଦ୍ଧା ବୋଲି ଯାହା କୁହାଯାଇଛି, ତାହା ମଧ୍ୟ ଗୁଜବ। ଏବେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ବୈଧ ଅଛି ଓ ଏହା ନିକଟ ଭବିଷ୍ୟତରେ ବନ୍ଦ…
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ବାଣପୁର ଜିଲ୍ଲା ତେନ୍ଦୁଳିଡିହି ଗ୍ରାମରେ ଏକ ଲୁହା ଗ୍ରୀଲ ସର୍ଟ ସର୍କିଟ ହୋଇଥିଲା । ସେହି ସମୟରେ ଗ୍ରୀଲକୁ ଧରି ଜଣେ ମହିଳା ଛିଡା ହୋଇଥିଲା । ତାଙ୍କୁ ପ୍ରଥମେ ବିଦ୍ୟୁତ ଆଘାତ ଲାଗିଥିଲା । ଏହା ଦେଖିବା ପରେ ଆଉ ଜଣେ ପଡୋଶୀ ମହିଳା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ । କିନ୍ତୁ ଉଭୟ ମୃତ୍ୟୁମୁଖରେ ପଡିଥିଲେ । ଘର ଲୋକ ମେନ୍ ସୁଇଚ ବନ୍ଦ କରିଥିଲେ କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଇଛି ।

