Author: Samikhsya Bureau

ସମୀକ୍ଷାବ୍ୟୁରୋ ଆଜିଠୁ ଆରମ୍ଭ ହୋଇଯାଇଛି ହବିଷ୍ୟାଳୀ କାର୍ତ୍ତିକ ବ୍ରତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ  ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ସଂସ୍କୃତି ସଚିବ, ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ, ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ହବିଷ୍ୟାଳୀମାନଙ୍କ ବ୍ରତ ପାଳନରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସେଥିପାଇଁ ତିନୋଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସଠାରେ ୯୦୦ ଏବଂ ମ୍ୟୁନିସପାଲିଟି କଲ୍ଯାଣମଣ୍ଡପରେ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ…

Read More

ଆଜି ଭୁବନେଶ୍ବରର ଏଜି ଛକଠାରେ ‘ରକ୍ଷକ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବିଜୁ ଯୁବ ବାହିନୀ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।  ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନଙ୍କୁ ସଚେତନ କରାଇବାକୁ ଦଳ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଭୁବନେଶ୍ଵରର ଏଜି ଛକରେ ରକ୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଛି। ସଡକ ସୁରକ୍ଷା ତଥା ନୂତନ ମୋଟର ଯାନ ଆଇନ୍‌କୁ ନେଇ ଲୋକମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି।

Read More

ସମୀକ୍ଷା ବ୍ୟୁରୋ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ଦପ୍ତରର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ହସପିଟାଲ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏହି ଦଳ ଗସ୍ତ କରିଥିବା ବିଭିନ୍ନ ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାର ହସପିଟାଲର ଉନ୍ନତି ପାଇଁ ନିଆଯାଇଛି। ଏଥିରେ ଏକାଥରେ ୧୩ଶହ ୫୦ ଶଯ୍ୟା ବୃଦ୍ଧି କରାଯିବା ସହିତ ଆଉ ଏକ ୨ଶହ ଶଯ୍ୟା ବିଶିଷ୍ଠ ନୂତନ ହସପିଟାଲ ଗୃହ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ରୋଗୀ କଲ୍ୟାଣ ସମିତି ପାଇଁ ୧୫ ଲକ୍ଷ ଟଙ୍କାର ମଞ୍ଜୁରୀ ଦିଆଯାଇ ଥିବା ବେଳେ ରକ୍ତଦାନ ପ୍ରୋତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ତିନୋଟି ଜିଲ୍ଲା ପାଇଁ ଯେଉଁ ଘୋଷଣା କରାଯାଇଛି ସେଥିରେ ରହିଛି.. ମାଲକାନ୍‌ଗିରି ଜିଲ୍ଲା ମେଡ଼ିକାଲ୍‌ ମେଡ଼ିକାଲରେ ଶଯ୍ୟା ସଂଖ୍ୟାରେ…

Read More

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ନାମାଙ୍କନ ଭରିଛନ୍ତି। ଏହି ପଦ ପାଇଁ ସେ ସୋମବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ନାମାଙ୍କନ ପତ୍ର ଦାଖଲ ପାଇଁ ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ପ୍ରାୟ ୨ଟା ୪୫ରେ ଅଫିସରୁ ବାହାରକୁ ଆସିଥିଲେ। ତାଙ୍କ ସହିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ପୁତ୍ର ଜୟ ଶାହା ଥିଲେ। ଶାହା ସଚିବ ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ପରେ ଗାଙ୍ଗୁଲି କହିଛନ୍ତି ଯେ, ବୋର୍ଡରେ ଅନେକ ପ୍ରସଙ୍ଗ ରହିଛି, ଯାହାର ସମାଧାନ କରିବାର ଅଛି।

Read More

ସମୀକ୍ଷା ବ୍ୟୁରୋ ବିସିସିଆଇରେ ଏବେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ନୂତନ ଅଧ୍ୟକ୍ଷ ହୋଇପାରନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି। ବିସିସିଆଇର ସଭାପତି ଦୌଡ଼ରେ ଗାଙ୍ଗୁଲି ସର୍ବାଗ୍ରେ ଥିବାବେଳେ ତାଙ୍କୁ ସଭାପତି କରିବା ନେଇ ସହମତି ପ୍ରକାଶ ପାଇଥିବାର ଜଣାପଡୁଛି। ସେହିପରି  ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ଆଇପିଏଲର ଅଧ୍ୟକ୍ଷ ଓ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସମ୍ପାଦକ ହେବା ନେଇ ଖବର ଶୁଣିବାକୁ ମିଳିଛି। ରାଜ୍ୟ କ୍ରିକେଟ ଆସୋସିଏସନ ମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି…

Read More

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ କଲେ ମହିଳା । ଅବସ୍ଥା ଗୁରୁତର କହି କଟକ ରେଫର୍‌ କରିଥିଲେ ଡାକ୍ତର ।  ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାହାରେ ପ୍ରସବ କଲେ ମହିଳା | ପ୍ରସବ ବେଳେ କେହି ଡାକ୍ତର କିମ୍ବା ନର୍ସ ଆସି ନଥିବା ଅଭିଯୋଗ ହୋଇଛି । ମହିଳାଜଣଙ୍କ ଶାଶୁ  ସ୍ଥାନୀୟ ମହିଳାଙ୍କ ସାହାଯ୍ୟରେ ପ୍ରସୂତିଙ୍କୁ ପ୍ରସବ କରାଇଥିଲେ । ମହିଳା ଜଣକ ଯମଜ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ମହିଳା ଜଣକ ତିହିଡି ବ୍ଲକ୍‌ ତଳଡୁମୁକା ଗାଁର ବୋଲି ଜଣାପଡିଛି ।

Read More

ଅର୍ଥନୀତିରେ ୩ ଜଣ ପାଇବେ ନୋବେଲ୍‌ ପୁରସ୍କାର । ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ପାଇବେ ନୋବେଲ୍‌ ପୁରସ୍କାର । ଭାରତରେ ଜନ୍ମିତ ଆମେରିକୀୟ ଅର୍ଥନୀତିଜ୍ଞ ହେଉଛନ୍ତି ଅଭିଜିତ୍‌ । ୧୯୬୧ ମସିହା ଫେବୃଆରୀ ୨୧ରେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ୍‌ । ଜବାହରଲାଲ୍‌ ୟୁନିଭରସିିଟିରେ ଶିକ୍ଷା ଗ୍ରହଣ କରିଥିଲେ ଅଭିଜିତ୍‌ ।  ଅଭିଜିତ୍‌ଙ୍କ ସହ ତାଙ୍କ ପତ୍ନୀ ଏସ୍ତର ଡୁପ୍ଲାଓ ଓ ମାଇକେଲ୍‌ କ୍ରେମର ମଧ୍ୟ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପାଇବେ ।  ଅଭିଜିତ୍‌ ବିଶ୍ବସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ କାର୍ଯ୍ୟ କରିଥିବାରୁ ତାଙ୍କୁ ନେବାେଲ୍‌ ସମ୍ମାନରେ ସମ୍ମାନିତ କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ଗତ ରବିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ରହିଥିବା ଭାରତୀୟ ସେନାବାହିନୀର ୧୨୦ ବାଟାଲିୟନ ସାମ୍ନାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅନେକାଂଶରେ ଆମର ବିବେକକୁ ଲହୁ ଲୁହାଣ କରିବାକୁ ବାଧ୍ୟ। ପ୍ରବଳ ବର୍ଷାରେ ହଜାର ହଜାର ଯୁବକ ରାଜଧାନୀର ରାଜରାସ୍ତାରେ ଠିଆ ହୋଇ ରହିଥିଲେ। ଓଡିଶାର ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ପ୍ରାୟ ପାଞ୍ଚ ହଜାର ପିଲା ସୈନିକ ପରୀକ୍ଷା ଦେବାକୁ ୧୨୦ ବାଟାଲିୟନ ଓ ଏହାର ଆଖ ପାଖରେ ଭିଡ କରିଥିଲେ। ଏମାନଙ୍କ ରହିବା ଲାଗି ବା ପାଣି ଟୋପେ ପିଇବା ଲାଗି କୌଣସି ବ୍ୟବସ୍ଥା ନଥିଲା। ଦେଶର ସେନା ବାହିନୀରେ ଭର୍ତ୍ତି ହେବାକୁ ପରୀକ୍ଷା ଦେବାକୁ ଆମ ଦେଶର ସବୁଠୁ ଦୁର୍ବଳ ବର୍ଗର ପିଲାମାନେ ଆସିଥାନ୍ତି। ସେମାନଙ୍କୁ ସାମାନ୍ୟ ମଣିଷ ଭଳି ବ୍ୟବହାର ପ୍ରଦର୍ଶନ କରିବା ପ୍ରଶାସନର ଦାୟିତ୍ଵ ନୁହେଁ କି? ଏ ସମ୍ପର୍କରେ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବରସ୍ଥିତ ୧୨୦ ବାଟାଲିୟାନରେ ଟେରିଟୋରିୟାଲ ଆର୍ମି ନିଯୁକ୍ତି ମେଳାରେ ଯୋଗଦେବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ପ୍ରାର୍ଥି ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ଏତେ ପିଲାଙ୍କୁ ବ୍ୟବସ୍ଥିତ ଭାବେ ରଖିବା ପାଇଁ ନା ୧୨୦ ବାଟାଲିୟାନ ବ୍ୟବସ୍ଥା କରିଛି ନା ପୋଲିସ ପ୍ରଶାସନ। ଫଳରେ ଏହି ପରୀକ୍ଷାର୍ଥୀ ବାଟାଲିୟନ ପାଖରେ ଥିବା ଫୁଟପାଥରେ ରାତି ବିତାଇବାରେ ଲାଗିଛନ୍ତି। ଏପରିକି ପରୀକ୍ଷାର୍ଥୀମାନେ ସେହି ରାସ୍ତା ଉପରେ ରୋଷେଇ କରି ଖାଇବା ଏବଂ ନିତ୍ୟକର୍ମ ମଧ୍ୟ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ପ୍ରଥମ କଥା ଏତେ ପରୀକ୍ଷାର୍ଥୀ ରାଜଧାନୀକୁ ଆସୁଥିବାର ଜାଣିବା ପରେ ମଧ୍ୟ ସେମାନଙ୍କ ପାଇଁ  ୧୨୦ ବାଟାଲିୟନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହି ପରୀକ୍ଷା ଦେବାକୁ ଆସୁଥିବା ପିଲାମାନେ ସେପରି ଧନୀକ ଶ୍ରେଣୀର ନୁହଁନ୍ତି ଯେ, ହୋଟେଲ ବୁକ କରି ରହିବେ। ତେବେ ଭୁବନେଶ୍ବରର ହୋଟେଲ ସଂଖ୍ୟା ଯେତେ ରହିଛି ହଠାତ…

Read More

ଭାରପ୍ରାପ୍ତ ସିଡିଏମ୍‌ଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିଧାୟିକା କୁସୁମ ଟେଟ । ଏନେଇ  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ସେହିପରି ସରକାରୀ ଡାକ୍ତରଖାନାରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଗତକାଲି ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ । ଏହାକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବିରୋଧ ପାଳନ କରୁଛି ବିଜେପି ।

Read More

ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନଗର ଗତିବିଧି ବଢିବାରେ ଲାଗିଛି । ଦେଶର ୫ଟି ରାଜ୍ୟରେ ଜମାତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍‌ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି। ଏନ୍‌ଆଇଏ ଡିଜି ଯୋଗୋଶ ଚନ୍ଦର ମୋଦି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ଏହି ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସଂଗଠନର ୧୨୫ ଜଣ ସନ୍ଦିଗ୍ଧ ସଦସ୍ୟଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଡିଜି ବଡ଼ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ୩ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କୀଙ୍କ ଗତିବିଧି ବଢିଛି। ଓଡ଼ିଶା ଆସାମ ଏବଂ ଝାଡଖଣ୍ଡରେ ଏହି ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଡିଜି କହିଛନ୍ତି ।

Read More

ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷ୍ୟାଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ମଠ, ମନ୍ଦିରରେ ବ୍ରତଧାରୀ ରହିଥିବାବେଳେ ସରକାରଙ୍କ ପକ୍ଷରୁ ୩ଟି ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ଏହି ୩ଟି ଆଶ୍ରୟସ୍ଥଳରେ ପ୍ରାୟ ୨,୬୦୦ରୁ ଊର୍ଦ୍ଧ୍ୱ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହବିଷ୍ୟାଳି ଆଶ୍ରୟସ୍ଥଳର ଉଦ୍‌ଘାଟନ କରିବେ। ଏଥିପାଇଁ ରେଳଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି। ମାସେ ପର୍ଯ୍ୟନ୍ତ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ହବିଷ୍ୟାଳିମାନଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି।

Read More

ସମୀକ୍ଷା ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଚଳିତ ଥର ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଳନ ହେବ। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ…

Read More