Author: Samikhsya Bureau

ପିଆଜର ବଢୁଥିବା ଦର ଦାମକୁ କାବୁ କରିବା ପାଇଁ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ପିଆଜ ରପ୍ତାନୀ ଉପରେ ଆଇନ ସଂଶୋଧନ କରିଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ଏବଂ ପିଆଜର ରପ୍ତାନୀ ବନ୍ଦ ରହିବ। ଗତ କିଛି ଦିନ ଭିତରେ ଆକାଶ ଛୁଆଁ ହୋଇଛି ପିଆଜ ଦର। ଦେଶର ଅଧିକାଂଶ ମହାନଗରରେ ୨୦ରୁ ୩୦ ଟଙ୍କା ପ୍ରତି କିଲୋରୁ ବଢି ୬୦ରୁ ୮୦ ଟଙ୍କାରେ ପହଞ୍ଚିଛି ।

Read More

ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ୍‌ ବାଜିସାରିଛି । ବିଜେଡ଼ି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଆଜି ସନତ ଗଡ଼ତିଆଙ୍କୁ ନିଜର ପ୍ରାର୍ଥୀ ଭାବେ ଘାେଷଣା କରିଛି । ବିଜେଡ଼ି ତରଫରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ତରଫରୁ ଦିଲ୍ଲୀପ ପଣ୍ଡା ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ।  ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନତଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ ସନତ ଗଡ଼ତିଆ ।  ତେବେ ପାଟକୁରା ନିର୍ବାଚନ ପରି ବିଜେପୁର ଉପନିର୍ବାଚନର ଫଳାଫଳ ସମାନ ରହିବ ନା ଅଙ୍କ କିଛି ବଦଳିବ, ତାହା ଆଗାମୀ ସମୟରେ ଜଣାପଡ଼ିବ ।

Read More

ବିଦେଶଗସ୍ତରୁ ଫେରିବା ପରେ ମୋଦିଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି । ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଏହା ସହିତ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନବରାତ୍ରୀର ଶୁଭକାମନା ଜଣେଇବା ସହ ଏହି ପର୍ବରେ ଗରିବ ଲୋକମାନଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ସବୁ ପର୍ବପର୍ବାଣୀରେ ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଳିକାମାନଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଦେଶର କନ୍ୟା ସନ୍ତାନମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ୍ମୀ ଭାବେ ସମ୍ବୋଧନ କରିଛନ୍ତି। ଭାରତର ଲକ୍ଷ୍ମୀ’ ଅଭିଯାନ ଚଳାଇ ଝିଅମାନଙ୍କୁ ସମ୍ବର୍ଦ୍ଧିତ କରାଯାଉ ବୋଲି କହିଛନ୍ତି । ଅରୁଣାଚଳପ୍ରଦେଶର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ର ପ୍ରସଙ୍ଗ ଉତଥାପନ କରି ମୋଦୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ପରୀକ୍ଷା ବିଷୟରେ ମତାମତ ଜଣାଇବାକୁ…

Read More

ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ କରିବା ଉଦ୍ଦେଶ୍ୟରେ ଏଣିକି  ପ୍ରତି ରବିବାର ଥାନାରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ପ୍ରତି ରବିବାର ଦିନ ଥାନା ଆଇଆଇସିଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଅପରାହ୍ନ ୪ରୁ ୫ଟା ଯାଏଁ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏଥିରେ ବରିଷ୍ଠ ନାଗରିକମାନେ ଯୋଗଦେବେ। ସେମାନେ ତାଙ୍କ ଅଂଚଳର ସମସ୍ୟା ଆଇଆଇସିଙ୍କୁ ଜଣାଇବେ । ’ସହାୟତା’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଉପଦେଶ ଦିଆଯାଇଥିବାବେଳେ ଏହି ଆପ୍ ବ୍ୟବହାର କରିବା ଦ୍ୱାରା ବାରମ୍ବାର ଥାନାକୁ ଆସିବାକୁ ପଡିବ ନାହିଁ ଏବଂ  ଏହାଦ୍ବାରା ଅଭିଯୋଗ ମଧ୍ୟ କରିହେବ ।  ଏତତ୍ ବ୍ୟତୀତ ଘରେ ସିସିଟିଭି ଲଗାଇବାକୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ନେଇ ହୋଇଥିବା ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ରାଜଧାନୀ ଉପକଣ୍ଠ ଜାମୁକୋଳି ଅଂଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । କିଛି ଦୁର୍ବୃତ୍ତ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି । ଜଟଣୀ ଥାନା ଅଧିନରେ ଥିବା ଜାମୁକୋଳି ନିକଟବର୍ତ୍ତୀ ପାଂଚଗାଁ ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଏଥିରେ ଯୁବକଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ  ତାଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି । ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

Read More

ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ  ହୋଇଛି ।  ସୂଚନାନୁସାରେ, ଗତ ୨୨ ତାରିଖରେ ରାଉରକେଲା ସେକ୍ଟର ୭ ଅଂଚଳର ଜଣେ ନାବାଳିକା ଏକ ପୂଜାରେ ଯୋଗ ଦେବାକୁ ଯାଉଥିଲେ । ସେହି ସମୟରେ ତାଙ୍କୁ ଏକୁଟିଆ ପାଇଁ ପ୍ରାୟ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଏହାସହ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଏନେଇ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସତ ସାମ୍ନାକୁ ଆସିଥିଲା । ପରିବାର ଲୋକେ ଏହି ଘଟଣାକୁ ନେଇ ତାନାରେ ଅଭିଯୋଗ କରିଥିଲ । ପୋଲିସ ଏହି ଘଟଣାରେ ୩ଜଣ ଯୁବକଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ଏହି ଦୁଷ୍କର୍ମ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Read More

ବାଲେଶ୍ୱର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ଅପରିଷ୍କାର ପାଣି ପ୍ରଭାବରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ଫଳରେ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏତତ୍ ବ୍ୟତୀତ, ଡେଙ୍ଗୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହରର ବିଭିନ୍ନ ସ୍ଥାନକୁ ପରିଷ୍କାର କରାଯିବା ସହ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

Read More

କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରୁ ଦୁଇ ଭାଇଙ୍କ ମୁଣ୍ଡ ଅଲଗା ହୋଇ କଟକ ଆସିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିଛି । କିନ୍ତ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । କାଳିଆ ଏବେ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରହିଛି । ତେବେ କାଳିଆର ସ୍ୱାସ୍ଥ୍ୟାବସ୍ଥା ନେଇ ଏସସବି ପକ୍ଷରୁ ଏମ୍ସ ଡାକ୍ତରଙ୍କ ପରାମର୍ଶ ନିଆଯାଇଛି । ଏସସିବି ଡାକ୍ତରଙ୍କ କହିବାନୁସାରେ, ଏମ୍ସ ଡାକ୍ତରଙ୍କ ପରାମର୍ଶରେ ଜଗା-କାଳିଆର ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଓ ନିମୋନିଆ ମଧ୍ୟ ହୋଇଛି । ଯାହା ଫଳରେ ତାକୁ ଭେଂଟିଲେଟରରେ ରଖାଯାଇଛି। ତେବେ ବର୍ତ୍ତମାନ କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।  ସୂଚନାଯୋଗ୍ୟ, ଏକ ୧୪ ଜଣିଆ ଡାକ୍ତରୀ ଟିମ୍ କାଳିଆର ଅବସ୍ଥା ଉପରେ ନଜର ରଖିଛନ୍ତି । ଗତକାଲି କାଳିଆର ସ୍ୱାସ୍ଥ୍ୟାରେ ଅବନତି ଘଟିବା ପରେ ଏମ୍ସ ଡାକ୍ତରଙ୍କ ନିକଟକୁ ଚିଠି ଲେଖାଯାଇଥିଲା…

Read More

ବିହାରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ରବିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୫ଟି ଜିଲାକୁ ରେଡ଼ ଆଲର୍ଟ ଜାରି କରିଥିବା ବେଳେ ୧୦ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ହେବା କାରଣରୁ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି କିଛି ଜିଲାର  ସ୍କୁଲ ଓ ଅଙ୍ଗନବାଡ଼ିକୁ ଆଗାମୀ ୨ ଦିନ ପାଇଁ ବନ୍ଦ ରଖାଯାଇଛି। ସେହିଭଳି ବିହାରକୁ ଆସୁଥିବା ଓ ଯାଉଥିବା କିଛି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଏନଡ଼ିଆରଏଫ ଓ ସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ବନ୍ୟା ଯୋଗୁ ଗତ ୨ ଦିନ ମଧ୍ୟରେ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶନିବାର ରାଜ୍ୟରେ ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ଏବଂ ମହାରାଷ୍ଟ୍ରରେ…

Read More

ବ୍ରହ୍ମପୁର ବିଦ୍ୟୁତପୁର କଲୋନୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ କୂଅରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ୨ ଦିନ ହେବ ନିଖୋଜ ଥିଲେ। ଯୁବକଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଆଜି ଉଦ୍ଧାର ହୋଇଥିବା ମୃତଦେହ ସେହି ନିଖୋଜ ଯୁବକଙ୍କର ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ଯୁବକଙ୍କୁ କେହି ହତ୍ୟା କରି କୂଅରେ ପକାଇ ଦେଇଛି ବୋଲି ପୁଲିସ ସନ୍ଦେହ କରୁଛି ଓ ଘଟଣାର ତଦନ୍ତ ଜାରି ରଖିଛି।

Read More

ସମୀକ୍ଷା ବ୍ୟୁରୋ କାଶତଣ୍ଡୀର ଫୁଲେ ଫୁଲେ ଶରତ ଆସିସାରିଛି । ଆଉ ଚାରିଆଡେ ପାର୍ବଣର ମାହୋଲ୍‌ । ମା’ ଆସୁଛନ୍ତି । ଧରା ସୁସଜ୍ଜିତ ହୋଇ ଅପେକ୍ଷା କରିଛି । ଶାରଦୀୟ ଦୁର୍ଗାପୂଜାର ପ୍ରସ୍ତୁତି ହୋଇସାରିଲାଣି । ଆଜିଠାରୁ ଶାରଦୀୟ ନରବାତ୍ରି ଆରମ୍ଭ ହୋଇଯାଇଛି । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରୀ ଆରମ୍ଭ ହୋଇଛି । ମା’ ଦୁର୍ଗା ନବରାତ୍ରୀ କାଳରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।  ଏହି ନବରାତ୍ରି…

Read More

ସମୀକ୍ଷା ବ୍ୟୁରୋ ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ରାଜ୍ୟ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ତାହା ହେଲା କୋଣାର୍କରେ ପ୍ରାୟ 40 ଏକ ପରିମିତ ସ୍ଥାନରେ ନିର୍ମାଣ ହେବ ଆସ୍ଥାୟୀ ଟେଣ୍ଟ ହାଉସ। ଏହି ଆକର୍ଷଣୀୟ ଟେଣ୍ଟ ହାଉସରେ ରହିବାର ମଜ୍ଜା ସହିତ ଓଡିଶାର କଳା ସଂସ୍କୃତି ଉପରେ ପର୍ଯ୍ୟଟକଙ୍କୁ ଅବଗତ କରାଇବାକୁ ପ୍ରୟାସ କରାଯିବ। ଜାନୁୟାରୀ ମାସରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ପ୍ରାୟ ତିନିମାସ ଧରି ଚାଲିବ। ଏହି ଟେଣ୍ଟ ହାଉସରେ ରହିବା ପାଇଁ ପର୍ଯ୍ୟଟକ ଭଡା ପ୍ରଦାନ କରିବେ। ସେଥିପାଇଁ ଏହି ଘରଗୁଡିକ ସଂପୂର୍ଣ୍ଣ ଆତ୍ୟାଧୁନିକ ରୂପରେ ନିର୍ମାଣ କରାଯିବ। ଲାଗିବ ଯେପରି ଟେଣ୍ଟ ହାଉସ ନୁହେଁ ସତ ଘରେ ଅବସ୍ଥାନ କରୁଛନ୍ତି। ମୁଖ୍ୟତଃ କୋଣାର୍କରେ ଦିନବେଳା ପର୍ଯ୍ୟଟକ ଆସିଥାନ୍ତି। ହେଲେ ରାତିରେ ସେଠାରେ ଦେଖିବାର କୌଣସି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ।…

Read More

ଚୀନ୍‌ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ  ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ରବିବାର ଜଣାପଡ଼ିଛି । ସଡ଼କ ଦୁର୍ଘଟଣାରେ ଅନ୍ୟ ୩୬ ଜଣ ଗୁରୁତର ଥିବା ଗଣମାଧ୍ୟମର ଖବରରୁ ଜଣାପଡ଼ିଛି । ପୂର୍ବ ଚୀନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ଏକ୍ସପ୍ରେସ ୱେରେ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଯାତ୍ରୀବାହୀ ବସ ପୂର୍ବ ଜିଆନସୁ ରାଜ୍ୟରେ ଶନିବାର ୬୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ବସ ଯାତ୍ରା କରୁଥିବା ବେଳେ ଏହାର ଏକ ଟାୟାରରେ କ୍ଷତି ପହଞ୍ଚିଥିଲା । ସେହି ସମୟରେ ଏକ ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ଟ୍ରକକୁ ଧକ୍କା ଦେଇଥିଲା ।

Read More

କେଦାର ମିଶ୍ର ଏମିତି କୌଣସି ସରକାରୀ କାର୍ଯ୍ୟାଳୟ ନାହିଁ, ଯେଉଁଠି ଦଲାଲ ନାହାନ୍ତି। ସେ ସରକାରୀ ଡାକ୍ତରଖାନା ହେଉ ଅଥବା ପରିବହନ ଅଧିକାରୀଙ୍କ କାର୍ୟାଳୟ, ସେ ଜମିଜମା ନିବନ୍ଧକଙ୍କ ଅଫିସ ହେଉ ବା ସଚିବାଳୟ, ସବୁଠି ଦଲାଲ ଅଛନ୍ତି। ସାଧାରଣ ଲୋକ ସରକାରୀ ବାବୁଙ୍କୁ ସିଧା ସିଧା ଭେଟି ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ କମ ପାଇଥାଏ। ଅନ୍ତତଃ କେତୋଟି ନିର୍ଦ୍ଦିଷ୍ଟ ସରକାରୀ ବିଭାଗ ରହିଛି, ଯେଉଁଠି ବିନା ଦଲାଲରେ କାମ କରିବା ସମ୍ଭବ ନୁହେଁ। ତାର ଏକ ବଡ ଉଦାହରଣ ହେଉଛି ପରିବହନ ବିଭାଗ। ଆରଟିଓ ନାମରେ କୁଖ୍ୟାତ ଏହି ଅଫିସରେ ଶହ ଶହ ଦଲାଲ ଦୋକାନ ଖୋଲି ବସିଥାନ୍ତି। ବାବୁଙ୍କ ସଂଖ୍ୟା ତୁଳନାରେ ଦଲାଲଙ୍କ ସଂଖ୍ୟା ଢେର ବେଶୀ। ରାଜ୍ୟ ସରକାରୀ କର୍ମଚାରୀଙ୍କ ଭିତରେ ରହିଥିବା ଗୋଟେ ଅଜବ ମାନସିକତା ଏଥିପାଇଁ ଦାୟୀ। ବଡଭାଗ ସରକାରୀ କର୍ମଚାରୀ ଭାବନ୍ତି ସେମାନେ ଲୋକଙ୍କର ସେବକ ନୁହନ୍ତି, ବରଂ ନିଜ…

Read More