Author: Samikhsya Bureau

ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୨୭ ତାରିଖର ଭୋଟ ଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ ଅଧିକାରୀ ପହଞ୍ଚିଛନ୍ତି । ସଭାପତି, ଉପସଭାପତି, ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ହେବ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।  ସମ୍ପାଦକ ପଦ ଦୌଡ଼ରେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ରହିଛନ୍ତି । ତେବେ ଆଶୀର୍ବାଦ ବେହେରା ନିର୍ବାଚନରେ ଭୋଟ ଦେଇପାରିବେ । ତାଲିକା ତାଙ୍କ ନାଁ ଥିବାରୁ ସେ ଭୋଟଦେବାକୁ ଯୋଗ୍ୟ । ଗତକାଲି ତାଙ୍କୁ ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଗିରଫ କରିଛି ।

Read More

ଦେଶରେ ଲଗାଗି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ ଉତ୍ପାଦନ ଉପରେ ଆୟକର ୧୫ ପ୍ରତିଶତକୁ ହ୍ରାସ କରାଯିବ । ସେହିପରି ଆମଦାନୀ ଜରିଆରେ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ବର୍ହିଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଉତ୍ପାଦନ ଉପରେ ୧୮.୫ ପ୍ରତିଶତର ଜିଏସ୍‌ଟି ଲାଗୁ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି । ଆମେରିକା ସହିତ ବାଣିଜ୍ୟ କାରବାର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତରେ ବର୍ହିଶୁଳ୍କ ହ୍ରାସ କରିବା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି । ସେହିପରି ସେନ୍‌ସେକ୍ସ ୮୦୦ ପଏଣ୍ଟ ତଳକୁ ଖସିଥିବାରୁ କର୍ପୋରେଟ୍‌ ଟିକସ ବ୍ୟବସ୍ଥାରେ ହ୍ରାସ ନେଇ ମଧ୍ୟ ଘୋଷଣା କରାଯାଇଛି । ସମସ୍ତ ଘରୋଇ କମ୍ପାନୀ ମାନଙ୍କ ପାଇଁ ଏହି ବ୍ୟବସ୍ଥା…

Read More

ଆମେରିକାର ଓ୍ବାଶିଂଟନ୍‌ରେ ଏକ ଗୁଳିକାଣ୍ଡ ଘଟିଛି । ଗୁରୁବାର ରାତିରେ ଓ୍ବାଶିଂଟନ୍‌ରେ ଘଟିଥିବା ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । 5 ଜଣ ଆହତ ହୋଇଥିଲେ ମଧ୍ୟ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାଟି ହ୍ବାଇଟ୍‌ ହାଉସ୍‌ର ମାତ୍ର ଦୁଇରୁ ତିନି କିମି ଦୂରତା ମଧ୍ୟରେ ସଙ୍ଗଠିତ ହୋଇଥିଲା । କଲମ୍ବିଆ ହାଇଟ୍‌ସ ଅଞ୍ଚଳରେ 14 ନମ୍ବର ରାସ୍ତାରେ ଜଣେ ଅଜଣା ଆତତାୟୀ ଗୁଳି ଚାଳନା କରିବାରୁ ଏହି ଦୁର୍ଘଟଣା ଘଟିଥିଲା ।

Read More

ଜମ୍ମୁ କାଶ୍ମୀରରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା 5 ରାଜନେତା ଗୃହବନ୍ଦୀରୁ ମୁକୁଳିଛନ୍ତି । ଗୃହବନ୍ଦୀରୁ ମୁକୁଳିବା ନିମନ୍ତେ ଏହି 5 ଜଣ ରାଜନେତା ଏକ ବଣ୍ଡ ସ୍ବାକ୍ଷର କରିଛନ୍ତି । ଧାରା 107 ଅନୁଯାୟୀ ଏହି ସମସ୍ତ ରାଜନେତା ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି 5 ରାଜନେତାଙ୍କ ମଧ୍ୟରେ ଜଣେ ହୁରିୟାତ ନେତା ମିରଓ୍ବେଜ୍‌ ଉମର୍‌ ଫାରୁକ୍‌ ରହିଥିବା ବେଳେ ନ୍ୟାସନାଲ କନଫରେନ୍ସର ଦୁଇ ଜଣ ନେତା, ପିଡିପି ଏବଂପିପୁଲ୍ସ କନଫରେନ୍ସର ଜଣେ ଲେଖାଏଁ ନେତାଙ୍କୁ ଗୃହବନ୍ଦୀରୁ ମୁକୁଳା ଯାଇଛି । ଏହା ସହିତ 36 ଜଣ ଅନ୍ୟ ରାଜନେତାଙ୍କୁ ମଧ୍ୟ ମୁକୁଳା ଯାଇଛି ।

Read More

କେଦାର ମିଶ୍ର ସରକାରୀ ଘର ଖଣ୍ଡିଏ ପାଇଲା ପରେ ତାକୁ ଯାବଜ୍ଜୀବନ ଜାବୁଡି ଧରିବା ଲାଗି ରାଜନୈତିକ ନେତାମାନେ ଏତେ ବିକଳ ହୁଅନ୍ତି କାହିଁକି? ସତରେ କଣ ସେମାନେ ଅଭାବୀ ନା ବାସହୀନ? ତେବେ ସବୁ ନେତା ବା ସରକାରୀ ବାବୁ ସେମିତି ନୁହନ୍ତି। ଅନେକ ସରକାରୀ କର୍ମଚାରୀ ବା ରାଜନେତା ଅଛନ୍ତି ଯେଉଁମାନେ ଚାକିରିରୁ ଅବସର ନେବା ପରେ ବା ସରକାରୀ ଦାୟିତ୍ବରୁ ଅବ୍ୟାହତି ପାଇଲା ପରେ, ତୁରନ୍ତ ସରକାରୀ ଘର ଖାଲି କରିଦିଅନ୍ତି। ସାଧାରଣ ନୈତିକତାର ଏମିତି ଏକ ଉଚ୍ଚାଙ୍ଗ ଉଦାହରଣ ପ୍ରସ୍ତୁତ କରିଥିଲେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ. ଚେଲମେଶ୍ଵର। ବିଚାରପତି ପଦରୁ ଅବସର ନେବାର ୨୪ ଘଣ୍ଟା ଭିତରେ ସେ ନିଜର ସରକାରୀ ଘର ଛାଡି ନିଜ ଗାଁକୁ ଚାଲିଆସିଥିଲେ। ରାଜନୀତିରେ ରହିଥିବା କିଛି ନେତା ମଧ୍ୟ ଏ ପ୍ରକାର ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ ନିର୍ବାଚନ ପରେ ନୂଆ ସରକାର ଗଠନ…

Read More

ମାଲକାନଗିରି ଜିଲ୍ଲାର ଯନ୍ତାପାଇରେ ଆଜି 144 ଧାରା ଜାରି କରାଯାଇଛି । ଏହା ସହିତ ସାପ୍ତାହିକ ହାଟ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜନୈକ ବ୍ୟକ୍ତି ରାଜୁ ହନ୍ତାଳଙ୍କ ମୃତ୍ୟୁକୁ କେନ୍ଦ୍ର କରି ଶତାଧିକ ଆଦିବାସୀ ମେଳି କରିଛନ୍ତି । ଯବାନ ମାନେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ 13 ତାରିଖରେ ଯନ୍ତାପାଇ ସାପ୍ତାହିକ ହାଟରେ ରାଜୁ ହନ୍ତାଳ ଥିଲେ । ଏହି ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ତାଙ୍କ ସହିତ ଥିଲେ । ଦୁଇ ଜଣ ଲୋକ ବିଏସ୍‌ଏଫ୍‌ ଯବାନ ପରିଚୟ ଦେଇ ରାଜୁଙ୍କୁ ଡାକି ନେଇଥିଲେ । ପରଦିନ ଅଙ୍ଗନବାଡି କେନ୍ଦରୁ ତାଙ୍କ ମୃତ ଦେହ ମିଳିବା ପରେ ଉତ୍ତେଜନା ଦେଖା ଦେଇଥିଲା ।

Read More

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଲିସ 5 ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରି ସେମାନଙ୍କ ଠାରୁ 15 କୋଟି ମୂଲ୍ୟର ହେରୋଇନ ଜବତ କରିଛି । ଅଭିଯୁକ୍ତ ମାନେ ହେରୋଇନ୍‌ର କ୍ୟାପ୍‌ସୁଲ୍‌ ବନାଇ ନିଜ ପାକସ୍ଥଳୀ ଜରିଆରେ ଏହାକୁ ନେଇ ଯାଉଥିଲେ । 5 ଜଣଙ୍କ ପେଟରୁ 370ଟି କ୍ୟାପ୍‌ସୁଲ୍‌ ଜବତ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଓ କଷ୍ଟମ ବିଭାଗ ଏକ ଯୁଗ୍ମ ଅପରେଶନ କରିଥିଲେ । ଡ୍ରଗ୍ସ ଚାଲାଣକାରୀମାନଙ୍କ ବାବଦରେ ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ପକ୍ଷରୁ ପୂର୍ବରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ କଷ୍ଟମ ଏୟାର ଇଣ୍ଟେଲିଜିଏନ୍ସ, କଷ୍ଟମ ପ୍ରିଭେଣ୍ଟିଭ ଓ ସ୍ପୋଶାଲ ସେଲ ମିଳିତ ଭାବେ ଚଢ଼ାଉ କରିଥିଲେ । ବିମାନବନ୍ଦରର ଟର୍ମିନାଲ 3ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Read More

ସମ୍ବଲପୁରର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଡାୟାଲିସିସ କକ୍ଷ ନିକଟରେ ରହିଥିବା ବ୍ୟାଟେରୀ ରୁମ୍‌ରେ ସର୍ଟ ସର୍କିଟ୍‌ କାରଣରୁ ଏହି ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ଡାୟାଲିସିସ କକ୍ଷ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି ।

Read More

ଢେଙ୍କାନାଳର କୁଲେଇଲରେ ଏକ ବୋମାମାଡ ଘଟଣା ସମ୍ମୁଖକୁ ଆସିଛି । ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି ଘଟଣାରେ କେହି ଆହତ ହୋଇନଥିବା ପୋଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗ୍ୟାଙ୍ଗ ଓ୍ବାର କିମ୍ବା ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା କାରଣରୁ ଏହି ବୋମାମାଡ ଘଟିଥିବା ନେଇ ପୋଲିସ ଅନୁମାନ ଲଗାଇଛି ।

Read More

ସମୀକ୍ଷା ବ୍ୟୁରୋ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ଥିବା ଏବଂ ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ ଏହି ପରୀକ୍ଷଣ କରାଯାଇଥିଲା । ୧୬ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ସମସ୍ତ ସମ୍ଭାବ୍ୟ ବିପଦକୁ ଲକ୍ଷ୍ୟ ଭେଦ କରିବା ଉଦ୍ଦେଶ୍ୟରେ ଯୁଦ୍ଧ ବିମାନକୁ ଲକ୍ଷ୍ୟ କରାଯାଇ ଭାରତୀୟ ବାୟୁସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା । ଏହି ଅବଧିରେ ଭିନ୍ନ ଭିନ୍ନ ଭାବେ କ୍ଷେପଣାସ୍ତ୍ରର ୫ଟି ପରୀକ୍ଷଣ କରାଯାଇଥିଲା । ଏହି ଅଭିଯାନ ସମୟରେ, କ୍ଷେପଣାସ୍ତ୍ରର ବିଧ୍ୱଂସୀ ସାମର୍ଥ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଯୁଦ୍ଧାସ୍ତ୍ର ବହନକାରୀ ତିନୋଟି କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ଭାବେ ଛଡ଼ାଯାଇଥିଲା ଏବଂ ଘୂର୍ଣ୍ଣାୟମାନ ଲକ୍ଷ୍ୟକୁ ବିଧ୍ୱଂସ…

Read More

ଭୁବନେଶ୍ଵରକୁ ବିଶ୍ଵସ୍ତରୀୟ ରେଳ ଷ୍ଟେସନ ପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଭୟ ପକ୍ଷ ମଧ୍ୟରେ ଏମଓୟୁ ହୋଇଛି। ଏହି ଏମଓୟୁ ସ୍ଵାକ୍ଷରିତ ହେବା ସମୟରେ  ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହି ପ୍ରକଳ୍ପ ପାଇଁ ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଖର୍ଚ୍ଚ କରିବେ। ଏଥିରେ ଦୁଇଟି ଅତିରିକ୍ତ ଲାଇନ, ଗୋଟିଏ ପ୍ଲାଟଫର୍ମ ନିର୍ମାଣ ହେବ। ଏଥିପାଇଁ ହେବାକୁ ଥିବା ୭୦ କୋଟି ଟଙ୍କା କେନ୍ଦ୍ର ଖର୍ଚ୍ଚ କରିବ। ଅନ୍ୟପଟେ ନୂଆ ଷ୍ଟେସନ ବିଲ୍ଡିଂ ପାଇଁ ୬୦ କୋଟି ଟଙ୍କା ରାଜ୍ୟ ସରକାର  ବିନିଯୋଗ କରିବେ।  ଏଥିରେ ମଲଟିମୋଡାଲ ହବରେ ନୂଆ ଟର୍ମିନାଲ ସୈାଧ ଓ ସିଟିବିସ ଟର୍ମିନାଲ ତିଆରି କରାଯିବ। ଏହା ସହିତ ଅତ୍ୟାଧୁନିକ ସୁଇମିଂ ପୁଲ, କାର ପାର୍କିଂ…

Read More

ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ ଶୋ ‘ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଫା)’ ଆୟୋଜିତ ହୋଇଯାଇଛି। ଏହା ସହିତ ଆଇଫା ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଥିଲା। ଏଥିରେ ବଲିଉଡ୍‌ର କଳାକାରଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା ଦେଖିବାକୁ ମିଳିଥିଲା। ଏଥିରେ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଫିଲ୍ମ ‘ରାଜି’କୁ ମିଳିଛି । ଆଲିଆ ରାଜି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇଥିବାବେଳେ ପଦ୍ମାବତ୍‌ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ହାତେଇଛନ୍ତି ରଣବୀର ସିଂହ ।  ସେହିପରି ଭିନ୍ନ ସ୍ବାଦର ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହ ଅଭିନେତା ପାଇଁ ବିକି କୌଶଲ୍‌ ସମ୍ମାନିତ ହୋଇଛନ୍ତି । ସାରା ଅଲ୍ଲୀ ଖାନ୍‌ ନବାଗତାର ପୁରସ୍କାର ପାଇଥିବାବେଳେ ଈଶାନ୍‌ ଖଟ୍ଟର ନବାଗତର ପୁରସ୍କାର ପାଇଙଛନ୍ତି । ହାସ୍ୟକଳାକାର ଜଗଦୀପ୍‌ ଜାଫେରୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଚଳିତ ଆଇଫା…

Read More

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବାୟୁସେନା ମୁଖ୍ୟ ଭାବରେ ଆର କେ ଏସ୍‌ ଭଦୋରିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେପ୍ଟେମ୍ବର 30 ତାରିଖରେ ଭଦୋରିଆ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି । ଆସନ୍ତା ସେପ୍ଟେମ୍ବର 30 ବର୍ତ୍ତମାନର ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଭଦୋରିଆଙ୍କ ନିଯୁକ୍ତି ନେଇ ଗୁରୁବାର ସୂଚନା ପ୍ରକାଶ ପାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ବିଟ୍ଟର ଜରିଆରେ ଘୋଷଣା କରାଯାଇଛି ।

Read More

ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କ ସହିତ କମଳାକାନ୍ତ ଦାସଙ୍କ  ଜାମିନ ମଧ୍ୟ ଖାରଜ ହୋଇଛି। ଫଳରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।  ଗିରଫ ପରେ ଆଶୀର୍ବାଦ ଓ କମଳାକାନ୍ତ ଦାସଙ୍କୁ ଭୁବନେଶ୍ଵର ସିବିଆଇ କୋର୍ଟରେ ହାଜର କରାଯାଇଥିଲା।  ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ନିର୍ବାଚନ ପୂର୍ବରୁ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗୁରୁବାର ସକାଳେ ସିବିଆଇ ତାଙ୍କୁ ଗିରଫ କରିଥିଲ।। ଏହା ସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Read More

ବଲିଉଡ୍‌ ସୁପରଷ୍ଟାର ଆମିର ଖାନ ନିଜର ଆଗାମୀ ଫିଲ୍ମ ଲାଲ ସିଂ ଚଢା ପାଇଁ 100 ଟି ସ୍ଥାନରେ ସୁଟିଂ କରିବେ ବୋଲି ଜଣାପଡିଛି । ହଲିଉଡ୍‌ କଲ୍ଟ କ୍ଲାସିକ୍‌ ଫରେଷ୍ଟ ଗମ୍ପର ଅଫିସିଆଲ୍‌ ରିମେକ୍‌ରେ ଆମିର୍‌ 100ଟି ସ୍ଥାନରେ ସୁଟିଂ କରିବେ ବୋଲି ଜଣାପଡିଛି । ଏହି ସମସ୍ତ 100ଟି ସ୍ଥାନ ଷ୍ଟୁଡିଓ ନୁହେଁ ବରଂ ପ୍ରକୃତ ସ୍ଥାନରେ ସୁଟିଂ କରାଯିବ ବୋଲି ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନ ସୂଚନା ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବ୍ୟତିରେକ ଅନ୍ୟ ସମସ୍ତ ଟାୟାର-2 ଏବଂ 3 ସହରରେ ଏହି ସୁଟିଂ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଫିଲ୍ମ ପାଇଁ ଆମିର 20 କିଗ୍ରା ଓଜନ ବୃଦ୍ଧି କରିଥିବା ବେଳେ ପଗଡି ପିନ୍ଧୁଥିବାର ନଜର ଆସିଛନ୍ତି ।

Read More

ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍‌ ପାଇ ଆଶାୟୀ ପ୍ରାର୍ଥୀଙ୍କୁ କଠିନ ପରୀକ୍ଷା ଦେବାକୁ ପଡିବ । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାର ଶୈଲଜା ଏକ ଟୁଇଟ୍‌ ଜରିଆରେ ଏକ ସର୍କୁଲାର ଜାରି କରିଛନ୍ତି । ଏଥିରେ ସୂଚନା ରହିଛି ଯେ, ଯେଉଁ ବ୍ୟକ୍ତି ମଦ୍ୟ ପାନ କରିବ ନାହିଁ ଓ ଖଦୀ ପିନ୍ଧି ସେହି ବ୍ୟକ୍ତିଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯିବ । ଏତଦ୍‌ବ୍ୟତୀତ ସାଧାରଣ ବର୍ଗଙ୍କ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୫୦୦୦ଟଙ୍କା ଓ ଏସ୍‌ସି/ଏସ୍‌ଟି ଓ ମହିଳା ଆଶାୟୀ ପ୍ରାର୍ଥୀଙ୍କ  ପାଇଁ ଦୁଇ ହଜାରଟଙ୍କା ଶୁଳ୍କ ଦେୟ ହରିୟାଣା ପ୍ରଦେଶ କଂଗ୍ରେସ କମିଟିରେ ଜମା କରିବାକୁ ପଡ଼ିବ । କୁମାରୀ ଶୈଲଜା ନିଜ ଟୁଇଟ୍‌ରେ କହିଛନ୍ତି ଯେ, ‘ହରିୟାଣା ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ୨୦୧୮-୨୨ ସଦସ୍ୟ ପାଇଁ ନୂଆ ଫର୍ମ ଓ କଂଗ୍ରେସ ଦଳରର ଟିକେଟ ଉପରେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ କଂଗ୍ରେସ ପ୍ରାର୍ଥୀଙ୍କ…

Read More

ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ର, ହରିୟାଣା, ଏବଂ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ତିନି ରାଜ୍ୟର ନିର୍ବାଚନ ପାଇଁ  ନିର୍ବାଚନ ଆୟୋଗ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିପାରନ୍ତି । ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏହି ତିନି ରାଜ୍ୟରେ ଏକା ସାଙ୍ଗରେ ନିର୍ବାଚନ ହେବନି । ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ସମ୍ଭବତଃ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।  ମହାରାଷ୍ଟ୍ର ଏବଂ ହରିୟାଣାରେ ଏକା ସାଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ରହିଥିବାବେଳେ ଝାରଖଣ୍ଡ ବିଧାନସଭା ନିର୍ବାଚନ ଅଲଗା ହେବ । ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ମହାରାଷ୍ଟ୍ରରେ ଆସନ ବୁଝାମଣାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ରାଜ୍ୟରେ ବିଜେପି ଓ ଶିବସେନା ମେଣ୍ଟ ନିର୍ବାଚନ ରଣାଙ୍ଗନ ଓହ୍ଲାଇବାକୁ ଥିବାବେଳେ ଆସନ ବୁଝାମଣାକୁ ନେଇ ସହମତି ହୋଇପାରିନାହିଁ ।…

Read More

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଜେଲ୍‌ରେ ରହିଛନ୍ତି । ସେପ୍ଟେମ୍ବର 5 ତାରିଖରୁ ଜେଲ୍‌ରେ ରହିଥିବା ଚିଦାମ୍ବରମ୍‌ଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥିବା ନେଇ ଦିଲ୍ଲୀର ଏକ କୋର୍ଟକୁ ଜଣାଇଛନ୍ତି । ଜେଲ୍‌ରେ ତାଙ୍କୁ ଚେୟାର ଏବଂ ଗଦି ମିଳୁନଥିବାରୁ ଅଣ୍ଟା ଯନ୍ତ୍ରଣା ହେଉଥିବା ନେଇ ଚିଦାମ୍ବରମଙ୍କ ଓକିଲ କପିଲ୍‌ ଶିବଲ୍‌ ଅଭିଯୋଗ କରିଥିଲେ । ଏହା ସହିତ ଚିଦାମ୍ବରମଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବାର ଆବେଦନ କରିଥିଲେ ଶିବଲ୍‌ । ଉଲ୍ଲେଖ ଯୋଗ୍ୟ ଯେ, 74 ବର୍ଷୀୟ ଚିଦାମ୍ବରମ୍‌ ସେପ୍ଟେମ୍ବର 5ରୁ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି । ପ୍ରଥମେ 14 ଦିନିଆ ସିବିଆଇ ରିମାଣ୍ଡରେ ରଖାଯିବା ପରେ ତିହାର ଜେଲ୍‌କୁ ପଠାଯାଇଛି । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର 3 ତାରିଖ ଧାର୍ଯ୍ୟ କରିଥିଲେ ।

Read More