Author: Samikhsya Bureau

ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ଲଂଣ୍ଡନର ପୂର୍ବତନ ମେୟର ଏବଂ ୟୁକେର ପୂର୍ବତନ ବିଦେଶ ମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଙ୍ଗଳବାର ଦିନ କନ୍‌ଜରଭେଟିଭ୍‌ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି। ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି। ଜନସନଙ୍କୁ ୯୨,୧୫୩ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେରମି ହଣ୍ଟଙ୍କୁ ମାତ୍ର ୪୬,୬୫୬ ଭୋଟ ମିଳିଥିଲା। ବ୍ରିଟେନ ୟୁରୋପୀୟ ୟୁନିଅନ ସହ ବ୍ରିକ୍ସଜିଟ୍‍ ମାମଲାକୁ ନେଇ ଜୁନ ୭ରେ ଥେରେସା ମେ’ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋରିସ ଜନ୍‌ସନ ।

Read More

ନାରୀ ନିର୍ଯ୍ୟାତନା, ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ ଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସାରା ରାଜ୍ୟରେ ମରୁଡ଼ି ଅବସ୍ଥା ହୋଇଛି । ଏସମସ୍ତ ପ୍ରସଙ୍ଗକୁ ନେଇ କାଲି ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ ।ଏନେଇ ଏକ ପ୍ରେସମିଟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଆଜି ବିଧାନସଭା ଗୃହରେ ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ଆଜି ମୁଲତବୀ ଘୋଷଣା କରିବାକୁ ପଡ଼ିଛି ।

Read More

ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବି କରଛି ବିଜେପି। ଏହିପରି ନିନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି। ନିକଟରେ ୪ବର୍ଷ ଝିଅର ଅନୁଗୁଳ ମେଡ଼ିକାଲରେ ଆଖି ତାଡ଼ି ନେଇଥିଲେ। ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଜଣେ ବ୍ୟକ୍ତିଙ୍କର ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା। ଏପରି ଘଟଣା ବାରମ୍ବାର ଘଟୁଥିବା ହେତୁ ବିଜେପି ପକ୍ଷରୁ ଅନୁଗୁଳ ଚିକିତ୍ସାଳୟକୁ କଡ଼ା ସମାଲୋଚନା କରାଯାଇଛି। ଏହା ସହ ଜିଲ୍ଲା ବିଜେପି ଲଗାତାର ଶବଗୃହରୁ ଏହି ଆଖି ଗାଏବ ଘଟଣାର ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା। ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି…

Read More

ଗୃହ ମନ୍ତ୍ରାଳୟ ଦେଶର କେତେକ ବଡ଼ ବଡ଼ ନେତାଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ଏହି କ୍ରମରେ ରହିଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତା ରହିଛନ୍ତି । ସମ୍ପୃକ୍ତ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସମୀକ୍ଷା ବୈଠକ ପରେ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଲାଲୁଙ୍କ ବ୍ୟତୀତ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ଉତ୍ତରପ୍ରଦେଶ ବିଜେପି ନେତା ସଂଗୀତା ସୋମ, ବିଜେପି ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ସୁରକ୍ଷାରେ ହ୍ରାସ କରାଯାଇଛି। ସେହିପରି ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀ ସୁରେଶ ରାଣା ଏବଂ ଏଲପିଜି ସାଂସଦ ଚିରାକ ପାସୱାନ, ପୂର୍ବତନ ସାଂସଦ ପପୁ ଯାଦବଙ୍କ ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି।  ଏହି ତାଲିକାରେ ପଞ୍ଜାବ କେସରୀର ସମ୍ପାଦକ ଏକେ ମିନ୍‍ହା ଏବଂ ଝାଡ଼ଖଣ୍ଡରେ ଜେଭିଏମ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ମଧ୍ୟ ଅନ୍ତର୍ଭୁକ୍ତ…

Read More

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ରାଜ୍ୟ ଯୁବକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ବୋଲି କହିଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ କାରଖାନାରେ ୭୫% ଚାକିରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି। ସରକାରଙ୍କଠାରୁ କୌଣସି ସହୟତା ପାଉନଥିବା କମ୍ପାନୀ ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି। ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର  ଲୋକାଲ୍‌ କ୍ୟାଣ୍ଡିଡେଟ୍‌ ଇନ୍‌ ଇଣ୍ଡଷ୍ଟ୍ରିଜ୍‌/ ଫ୍ୟାକ୍ଟ୍ରି ଆକ୍ଟ-୨୦୧୯କୁ ପାରିତ ହୋଇଛି ।  ଏହି ଅଧିନିୟମ ଅନୁସାରେ ସମସ୍ତ ଶ୍ରେଣୀର ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫% ଆସନ ସଂରକ୍ଷିତ ରହିବ।  ଏହି ନିୟମ ପ୍ରଚଳନକୁ ନେଇ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଦାବି କରାଯାଉଛି ।

Read More

ଝାଡ଼ଖଣ୍ଡରେ ବିଜେପି ନେତାଙ୍କ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁବୃର୍ତ୍ତ ଗୁଳିକାଣ୍ଡରେ ବିଜେପି ନେତା, ତାଙ୍କ ସ୍ତ୍ରୀ ଓ ପୁତ୍ର ପ୍ରାଣ ହରାଇଛନ୍ତି । ମୃତ ବିଜେପି ନେତା ଜଣକ ହେଲେ ଖଣ୍ଟି ଅନ୍ତର୍ଗତ ହେଥେଗୋୱା ଗାଁର ମାଗୋ ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ ବିଜେପି ନେତା ମାଗୋ ମୁଣ୍ଡା, ତାଙ୍କ ସ୍ତ୍ରୀ ଓ ପୁଅକୁ ଗୁଳି କରି ହତ୍ୟା କରାଯାଇଛି । ହେଥୋଗୋୱାରେ ଥିବା ତାଙ୍କ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି ।

Read More

ଶ୍ରୀମନ୍ଦିରରେ ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଅଗଷ୍ଟ ୧୦ରେ ନିର୍ବାଚନ ହେବ । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି ନିଯୋଗର ଦାୟିତ୍ୱରେ ରହିଥାଏ । ନିଯୋଗ ମଧ୍ୟରେ ଏହା ସବୁଠାରୁ ଧନୀ । ତେଣୁ ଏହି ନିଯୋଗରେ ସାମିଲ ହେବାକୁ ରହିଥାଏ ସବୁଠାରୁ ଅଧିକ ପ୍ରତିଦ୍ୱ୍ୱନ୍ଦିତା । ନିଯୋଗର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ମିଶି ଏହି ନିଯୋର ୧୫ଜଣିଆ କମିଟି ପାଇଁ ସଦସ୍ୟ ନିର୍ବାଚନ କରିଥାନ୍ତି। ନୂଆ ବୋର୍ଡ଼ ଗଠନ ପାଇଁ ସୁଆର ମହାସୁଆର ନିଯୋଗ ନିର୍ବାଚନ ଅଗଷ୍ଟ ୧୦ରେ ହେବ । ଗତକାଲି ୩୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚାହୁଁଥିବା ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଆସନ୍ତା ୨୭ ତାରିଖରେ ପ୍ରତ୍ୟାହାର କରିପାରିବେ ।  ଅଗଷ୍ଟ ୧୦ରେ ବୈକୁଣ୍ଠ ପରିସରରେ ଥିବା ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯିବ।ସୁଆର ମହାସୁଆର ନିର୍ବାଚନ ପରେ ଏକ ବୋର୍ଡ଼ ଗଠିତ ହୁଏ ।  ସେମାନେ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ହଙ୍ଗାମା​‌ ହୋଇଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ  ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟସଭାରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ନିଜର ମନ୍ତବ୍ୟ ଗୃହରେ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହିତ ଆଲୋଚନାବେଳେ ଟ୍ରମ୍ପ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏମିତି କିଛି ବି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଅଟେ । ଆମେ ପୂର୍ବ ନିଷ୍ପତ୍ତିରେ ଅଟଳ ଅଛୁ । ଏହାର ସମାଧାନ ଭାରତ ଏବଂ ପାକିସ୍ତାନ ମିଶିକି କରିବେ । ଏହାକୁ ଶାନ୍ତିପୂର୍ଣ୍ଣ ସହକାରେ କରାଯିବ ବୋଲି ଜୟଶଙ୍କର କହିଛନ୍ତି । ସୂଚନାଯୋଗ୍ୟ,…

Read More

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ପ୍ରସଙ୍ଗକୁ ନେଇ ଏବେ ବେଶ୍‌ ବିବାଦୀୟ ସ୍ଥିତି ଉପୁଜିଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଉଭୟ ଗୃହରେ ଏହି ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରୁଥିବାବେଳେ କଂଗ୍ରେସର ରାହୁଲ୍‌ ଗାନ୍ଧି ଏହା ଉପରେ ନିଜର ବୟାନ ରଖିଛନ୍ତି ।  ରାହୁଲ୍‌ ଗାନ୍ଧି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ୍‌ ଟୁଇଟ୍‌ କରି କହିଛନ୍ତି, ଯଦି ଟ୍ରମ୍ପ୍‌ କହିଥିବା କଥା ସତ୍ୟ, ତେବେ ମୋଦି ଭାରତ ତଥା ଓ ୧୯୭୨ ଶିମଲା ଚୁକ୍ତି ସହ ବିଶ୍ବାସଘାତକ କରୁଛନ୍ତି । ବିଦେଶ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ। ଟ୍ରମ୍ପ୍‌ଙ୍କ ସହ ହୋଇଥିବା ବୈଠକରେ କ’ଣ ହୋଇଥିଲା, ସେ ସମ୍ବନ୍ଧରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ଅବଗତ କରାଇବା ଆବଶ୍ୟକ ବୋଲି ରାହୁଲ୍‌ କହିଛନ୍ତି ।

Read More

କେଦାର ମିଶ୍ର ବିଶ୍ଵର ଏଗାର ଜଣ ପ୍ରସିଦ୍ଧ ସିନେମା ନିର୍ମାତାଙ୍କୁ ଜାତିସଂଘ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ସିନେମା ତିଆରି କରିବାକୁ ଅନୁରୋଧ କରାଯାଇଛି। “ଆଇ ଆମ କଲାମ”, “କଡୱି ହାୱା” ଓ “ହଲକା” ଭଳି ପ୍ରସିଦ୍ଧ ସିନେମା ତିଆରି କରିଥିବା ଓଡିଶାର ପ୍ରଖ୍ୟାତ ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ଭାରତର ଏକମାତ୍ର ସିନେ ବ୍ୟକ୍ତିତ୍ବ ଭାବରେ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି। ବିଶ୍ଵର ବିଭିନ୍ନ ଭାଗରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଓ ତାହାର ପରିଣତି ସ୍ୱରୂପ ଆମର ପୃଥିବୀ ଯେଉଁ ଭୟଙ୍କର ସଙ୍କଟକୁ ସାମ୍ନା କରୁଛି, ସେହି ବିଷୟବସ୍ତୁକୁ ନେଇ ଏହି ନିର୍ମାତା-ନିର୍ଦ୍ଦେଶକମାନେ ନିଜର ଚିତ୍ର ନିର୍ମାଣ କରୁଛନ୍ତି। ନୀଳମାଧବଙ୍କ ସମେତ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି ମରକ୍କୋ ର ଫଉଜି ବେଂସାଦି, ଆଇସଲାଣ୍ଡର ଆସା ଏଚ, କାନ୍ସ ବିଜେତା ମହମତ ସାଲେ ହାରୁନ, ପର୍ତ୍ତୁଗାଲର ସାଲୋମେ ଲାମା, ସୁଇଜରଲାଣ୍ଡର ବେଟିନା…

Read More

ଅନୁଗୁଳ ନାଲକୋ ପ୍ଲାଣ୍ଟରେ  ଦୁର୍ଘଟଣା ଘଟିଛି । ଫ୍ଲାଶ ଓଭରରୁ ନିଆଁ ଲାଗି ୪କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ସୂଚନାନୁସାରେ, ଅନୁଗୁଳସ୍ଥିତ ଆଲୁମିନିୟମ କମ୍ପାନୀ ନାଲକୋ ପ୍ଲାଣ୍ଟରେ ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ ଓଭରରୁ ନିଆଁ ଲାଗିଛି । ଯାହା ଫଳରେ ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ନିଆଁ ଲାଗିଥିବା ଜଣାପଡିଛି । ତେବେ ନିଆଁକୁ ଆୟତ୍ତ କରାଯାଇ ଗୁରୁତର କର୍ମଚାରୀଙ୍କୁ ନାଲ୍‌କୋ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଏପରି ଘଟଣା ଘଟୁଛି । ନିକଟରେ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୭ଜଣ କର୍ମଚାରୀ ଆହତ ହୋଇଥିଲେ ।

Read More

ସମୀକ୍ଷା ବ୍ୟୁରୋ ସାର୍ଥକ ଟିଭିର ପ୍ରତିଷ୍ଠାତା ତଥା ସାର୍ଥକ ମ୍ୟୁଜିକ, ସାର୍ଥକ ଫିଲମସ ଏବଂ ସିଦ୍ଧାର୍ଥ ୟୁଟିୟୁବ ଚ୍ୟାନେଲ ମାଲିକ ସୀତାରାମ ଅଗ୍ରୱାଲା ଓଡିଶା ମନୋରଂଜନ ଜଗତରେ ଆଣୁଛନ୍ତି ଏକ ନୂଆ ବିପ୍ଳବ। 2020 ମସିହାରେ ସେ ଏକାଥରେ 4 ଟି ଚ୍ୟାନେଲ ପ୍ରସାରଣ କରିବା ପାଇଁ ନିଷ୍ପତି କରିଛନ୍ତି। ସେଗୁଡିକ ହେଲା ଜେନରାଲ ଏଣ୍ଟରଟେନମେଣ୍ଟ “ସିଦ୍ଧାର୍ଥ ଟିଭି” ଓଡିଆ ମ୍ୟୁଜିକ ଚ୍ୟାନେଲ ସିଦ୍ଧାର୍ଥ ମ୍ୟୁଜିକ, ଓଡିଆ ଆଧ୍ୟାତ୍ମକ ଚ୍ୟାନେଲ ସିଦ୍ଧାର୍ଥ ଭକ୍ତି ଏବଂ ବଙ୍ଗଳା ମନୋରଂଜନ ଚ୍ୟାନେଲ ସିଦ୍ଧାର୍ଥ ବଙ୍ଗଳା। ଏସବୁ ଚ୍ୟାନେଲ ପାଇଁ ସେ ଏକ ନୂଆ କଂପାନୀ ମଧ୍ୟ କରିଛନ୍ତି। କଂପାନୀ ନାମ ରହିଛି ସିଦ୍ଧାର୍ଥ ବ୍ରଡକାଷ୍ଟିଂ ପ୍ରାଇଭେଟ ଲିମିଟେଡ। ଏହି କଂପାନୀ ଚ୍ୟାନେଲ ଲାଇସେନସ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବେଦନ କରିଛି। ଏଥିସହିତ କଂପାନୀର ଏକ ସ୍ବତନ୍ତ୍ର ଟେଲିପୋର୍ଟ ପାଇଁ ମଧ୍ୟ ଆବେଦନ କରାଯାଇଛି। ମନ୍ତ୍ରଣାଳୟ ବର୍ତ୍ତମାନ ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ…

Read More

ରଙ୍ଗାଚରଣ ପ୍ରଧାନ ବୁଝିହୁଏନା,  ପାଟକୁରା ନିର୍ବାଚନ କାହିଁକି ଏତେ ଗୁରୁତ୍ବପୂର୍ଣ । କାହିଁକି ଏ ସମ୍ବନ୍ଧୀୟ ତମାମ ମିଛ ସତ ଓ  ଧାରାବିବରଣୀ ଶୈଳୀରେ ପରିବେଷଣ ହେଉଥିବା ଖବରକୁ ମିଡିଆ ଅଗ୍ରାଧିକାର ଦେଉଛି ? ପାଟକୁରା ନିର୍ବାଚନର ଭୋଟଦାନ ପରେ ପରେ ଭଣ୍ଡବାବା ସାରଥୀ  ଜାମିନିରେ ଜେଲ୍ ବାହାରକୁ ଆସିବା ଖବର ବି ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଅତି ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ପ୍ରଶ୍ନ ଉଠିପାରେ ଯେ ଲୋକେ ଯେଉଁ ଖବର ଜାଣିବାକୁ ଆଗ୍ରହୀ ମିଡିଆ ସେହି ବିଷୟରେ କହିବ ନା ଯେଉଁ ଖବର ବିଷୟରେ ଜାଣିବା ଲୋକଙ୍କ ପାଇଁ ଅତି ଜରୁରୀ ସେହି ଖବର ବିଷୟରେ କହିବ । ଓଡିଶାରେ ଏ ବିଷୟରେ ବ୍ୟକ୍ତିଗତ ଭାବରେ ମୋର ଏକ ଦୁଃଖଦ ଅନୁଭବ ରହିଛି, ଯେଉଁ ବିଷୟରେ ପାଠକମାନଙ୍କ ମଧ୍ୟରୁ ଅନେକଙ୍କର ଅବଶ୍ୟ ଦ୍ବିମତ ରହିପାରେ । ବିଶ୍ବକପ୍ କ୍ରିକେଟ୍ ଚାଲିଥିବା ବେଳେ ବହୁ ସଂଖ୍ୟକ ଲୋକଙ୍କର…

Read More

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍‌ ହୋଇଛି।ଏହାକୁ ନେଇ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ତେବେ ଏହାର ସଂଶୋଧନ ଦ୍ୱାରା ସାଧାରଣ ଲୋକଙ୍କ ସୂଚନା ଅଧିକାର ଦୁର୍ବଳ ହେବାର ଆଶଙ୍କା ରହିଛି ବୋଲି ସୋନିଆ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ସୂଚନା ଅଧିକାର ଆଇନ ଦ୍ୱାରା ୬୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଏହା ଅନ୍ତର୍ଗତ ଆବଶ୍ୟକ ସୂଚନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିଛି। ଫଳରେ ପ୍ରତିଟି କ୍ଷେତ୍ରରେ ସ୍ବଚ୍ଛତା ନିଶ୍ଚିତ ହୋଇପାରୁଛି। ତେବେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନର ସଂଶୋଧନ କରି ସାଧାରଣ ଜନତାଙ୍କ ଅଧିକାରର ପରିସୀମାକୁ ସଙ୍କୁଚିତ କରିବାର ଉଦ୍ୟମ କରୁଛନ୍ତି। କେନ୍ଦ୍ର ସରକାର ଆଇଟଇଆଇକୁ ଦୁର୍ବଳ କରିବା ପାଇଁ ନିଜର ବହୁମତକୁ ଉପଯୋଗ କରିଛନ୍ତି । କିନ୍ତୁ ଏହା ଦେଶର ଜନତାକୁ…

Read More

ଆମ୍ରପଲ୍ଲୀ ଗ୍ରୁପ୍‌ ମାମଲାରେ ସୁପ୍ରିମ୍‌କୋର୍ଟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୀର୍ଷ ଅଦାଲତଙ୍କ ଆଦେଶ ଅନୁସାରେ ଆମ୍ରପଲ୍ଲୀ ପ୍ରୋଜେକ୍ଟସରେ ଘର କିଣିଥିବା କ୍ରେତାଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏନବିବିସିକୁ ଅଧା ରହିଥିବା ଫ୍ଲାଟ ନିର୍ମାଣ କରିବା ପାଇଁ କହିଛନ୍ତି। ଏହାସହ ଆମ୍ରପଲ୍ଲୀ ମାଲିକଙ୍କ ବିରୋଧରେ ଇଡିକୁ ମନି ଲଣ୍ଡରିଂ ମାମଲାରେ ଯାଂଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମେ ୧୦ରେ କୋର୍ଟ ଏହି ମାମଲାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। କୋର୍ଟଙ୍କ ନିଷ୍ପତ୍ତି ଉପରେ ଆମ୍ରପଲ୍ଲୀର ହଜାରରୁ ଅଧିକ କ୍ରେତାଙ୍କ ନଜର ରହିଥିଲା। ଏହି କ୍ରେତାମାନେ ଟଙ୍କା ଦେବା ପରେ ମଧ୍ୟ ଫ୍ଲାଟ ପାଇନଥିଲେ। ବର୍ଷବର୍ଷ ଧରି ଟଙ୍କା ଦେଇଥିବା ବ୍ୟକ୍ତିମାନେ ହଇରାଣ ହେଉଥିଲେ। ଏହାପରେ ସୁପ୍ରିମକୋର୍ଟ କଠୋର ହେବା ସହ ଏହାର ଡାଇରେକ୍ଟରଙ୍କ ସମ୍ପତି ଜବତ କରିବାକୁ କହିଥିଲେ। ବର୍ତ୍ତମାନ ଏହାର ସିଏମଡି ସମେତ ଅନେକ ବ୍ୟକ୍ତି ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଏହି ମାମଲରେ ସୁପ୍ରିମକୋର୍ଟ ସରକାରୀ କମ୍ପାନୀ…

Read More

ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ହଙ୍ଗମା ହେଉଥିବା ବେଳେ ପୁଣି ଏଭଳି ଲଜ୍ଜା ଜନକ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହାରପାଲି ବସ୍ତିରେ ଗତ ୮ ତାରିଖରେ ନାବାଳିକା ନିକଟସ୍ଥ ଏକ ଜଙ୍ଗଲରେ ଗଣ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ପରିବାର ଲୋକ ଏ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରେ ୮ ରୁ ୧୦ ଜଣ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି । ବୀରମିତ୍ରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ମାମଲରେ ପୋଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁଚରା କରୁଛି ।

Read More

ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବାରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦାବି କରି ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରାଯାଉଛି । ଚିତ୍ରକୋଣ୍ଡା ଭଳି ଉପାନ୍ତ ଅଂଚଳରେ ବାସ କରୁଥିବା ହେତୁ ସେମାନେ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଦୀର୍ଘ ଦିନରୁ ଉତ୍ତମ ମୋବାଇଲ ସେବା ଯୋଗାଇବା ନେଇ ଦାବି ଜଣାଇଥିଲେ ମଧ୍ୟ ସେହି ଅଞ୍ଚଳରେ କୌଣସି ଫଳ ମିଳିନଥିଲା । ତେଣୁ ଆଜି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରାଯାଉଛି ।

Read More

ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଛନ୍ତି। ସରକାର ଏ ପ୍ରସଙ୍ଗରେ ବିବୃତ୍ତି ରଖିବା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାବାଳିକାଙ୍କ ପ୍ରତି ବଢ଼ୁଥିବା ଅପରାଧ ଭଳି ସଙ୍ଗୀନ ପ୍ରସଙ୍ଗ ପୁଣି ଥରେ ଦୋହରାଇ ଥିଲେ। ନାବାଳିକା ଦୁଷ୍କର୍ମ, ନିଖୋଜ, ହତ୍ୟା, ଅନୁଗୁଳ ଓ ଭବାନୀପାଟଣା ଘଟଣାରେ ଆଲୋଚନା ପାଇଁ ଦାବି କରିଥିଲେ। ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି ମଧ୍ୟ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ଏନେଇ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହିବାର ନୈତିକ ଅଧିକାର ହରାଇଛନ୍ତି ଓ ସେ ତାଙ୍କ ପଦରୁ…

Read More

ଅନୁଗୁଳ ମେଡ଼ିକାଲରୁ ପୁଣି ଶବରୁ ଆଖି ଗାଏବ ହେବାର ଅଭିଯୋଗ ଆସିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ଗତକାଲି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ତାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା । ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି ଗାଏବ ଥିବା ଦେଖିବାକୁ ମିଳିଥିଲା । କାଲି ରାତିରେ ମୃତଦେହରୁ ଆଖି ତାଡିନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ନେଇ ଏଯାଏଁ ଅନୁଗୁଳ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।  ଜୁଲାଇ ୧୯ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୪ବର୍ଷର ମୃତ ଶିଶୁକନ୍ୟାର ଆଖି ନଥିବା ଅଭିଯୋଗ ହୋଇଥିଲା ।

Read More

କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥି ଦାବିକୁ  ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ଖାରଜ କରିଛି । ବିଦେଶ ମନ୍ତ୍ରାଳୟ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛି, ସେଭଳି କିଛି ଅନୁରୋଧ କରାଯାଇ ନଥିଲା । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଆମେ ଆମେରିକା ରାଷ୍ଟ୍ରପତିଙ୍କର ପ୍ରେସରେ ଦିଆଯାଇଥିବା ବୟାନ ଦେଖିଛୁ, ଯେଉଁଥିରେ ସେ କହିଥିଲେ ଯେ, ଯଦି ଭାରତ ଓ ପାକିସ୍ତାନ ଦ୍ୱାରା ଅନୁରୋଧ କରାଯାଏ, ସେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଏଭଳି ଅନୁରୋଧ କରି ନଥିଲେ । ସେ କହିଥିଲେ, ଭାରତ ଚାହୁଁଛି ପାକିସ୍ତାନ ସହିତ ସବୁ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେଉ । ପାକିସ୍ତାନ ସର୍ବପ୍ରଥମେ ସୀମାରେ ଆତଙ୍କବାଦ ଶେଷ କରୁ । କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ ମଧ୍ୟସ୍ଥତାକୁ ନେଇ ଆମେରିକାର ବିଦେଶ ମନ୍ତ୍ରାଳୟ ମଧ୍ୟ ଏକ…

Read More

କେନ୍ଦ୍ର ସରକାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କଠାରୁ ଜେଡ୍ ପ୍ଲସ ସୁରକ୍ଷା ପେରସ୍ତ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆହୁରି ୨୪ରୁ ଅଧିକ ଭିଭିଆଇପିଙ୍କଠାରୁ ମଧ୍ୟ ଏହି ସୁରକ୍ଷା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଅଖିଲେଶଙ୍କୁ ଭିଭିଆଇପି ସୁରକ୍ଷା ୨୦୧୨ରେ ୟୁପିଏ ସରକାର ସମୟରେ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଅଖିଲେଶଙ୍କ ସୁରକ୍ଷାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ୨୨ଜଣ ଏନଏସଜି କମାଣ୍ଡୋ ରହିଛନ୍ତି। ଏହାପୂର୍ବରୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପରିବାର ସଦସ୍ୟଙ୍କଠାରୁ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି। ଜେଡ୍‌ପ୍ଲସ୍‌ ସୁରକ୍ଷା ଦେଶର ଭିଆଇପି ବ୍ୟକ୍ତିଙ୍କୁ ମିଳୁଥିବା ସର୍ବୋଚ୍ଚ ସୁରକ୍ଷା ଅଟେ।

Read More