Author: Samikhsya Bureau

ଆସନ୍ତା କାଲି ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନର ନିର୍ବାଚନ । ନାମାଙ୍କନ ପତ୍ର ଦାଖଲ ସରିଥିବା ବେଳେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଜେଲ୍‌ରେ ରହିଥିବା ଆଶୀର୍ବାଦ ବାଲାଟ ପେପର ଜରିଆରେ ନିଜର ମତଦାନ ପ୍ରଦାନ କରିବେ ବୋଲି ଜଣାପଡିଛି । ଏଥି ନିମନ୍ତେ ଓଡିଶା କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ଝାରପଡା ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟକୁ 4ଟି ବାଲାଟ ପେପର ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର 19 ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଥିଲେ । ଓପିଏଲ୍‌ ପାଇଁ ଅର୍ଥତତ୍ବ ନିକଟରୁ ପଇସା ଆଣିଥିବା ଅଭିଯୋଗରେ ଆଶୀର୍ବାଦଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଥିଲା ।

Read More

ବରଗଡର ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରହିଥିବା ଅମିତ ଦାସକୁ ପୋଲିସ୍‌ ଗିରଫ କରିଛି । ବରଗଡର ସମରଧାରା ନିକଟରେ ପୋଲିସ ସହିତ ମୁହାଁମୁହିଁ ସମୟରେ ଅମିତକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ୍ । ପୋଲିସ୍‌ ସହିତ ଏନ୍‌କାଉଣ୍ଟର ସମୟରେ ଅମିତ୍‌ ପୋଲିସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସି ଯିବାର ଉଦ୍ୟମ କରିଥିଲେ ମଧ୍ୟ ପୋଲିସ୍‌ ତାକୁ କାବୁ କରି ନେଇଛି । ବରଗଡ ଓ ବଲାଙ୍ଗୀର ଥାନାରେ ଅମିତ ନାମରେ ଏକାଧିକ ମାମଲା ରହିଥିବା କାରଣରୁ ସେ ପୋଲିସ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରହିଥିଲା । ଅମିତ୍‌ ନିକଟରୁ ପୋଲିସ୍‌ ଏକ ବାଇକ୍‌ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ।

Read More

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍‌ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ମଥାନି ଠାରେ ବିପଦ ସଙ୍କେତ 5.50 ମିଟର ରହିଥିବା ଜଳସ୍ତର ବୃଦ୍ଧି ପାଇ 6.55 ମିଟରରେ ପ୍ରବାହିତ ହେଉଛି। ଘଣ୍ଟା ପ୍ରତି 0.05 ମିଟର ଜଳସ୍ତର ବଢୁଥିବା ସୂଚନା ମିଳିଛି । ଜଳକା ନଦୀର ଉପର ମୁଣ୍ତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢିବାରେ ଲାଗିଛି । ଏଭଳି ଭାବେ ଲଗାଣ ବର୍ଷା ଜାରି ରହିଲେ ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି ।

Read More

ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦିନ 10.30 ଯାଏ ସତର୍କ ରହିବାକୁ 11ଟି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି । ବାଲେଶ୍ୱର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Read More

Samikhsya Bureau ଏଆଇସିସି ଓଡିଶାର ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ବିଜେପୁର ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାଥୀ ଚୟନ ନେଇ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ବୈଠକରେ ଆସିଥିବା ଆବେଦନ ଓ ବିଜୟ ସଂଭାବନା ଥିବା ପ୍ରାଥୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇ ଜଣେ ମହିଳା ପ୍ରାଥୀଙ୍କ ସମେତ ୪ ଜଣଙ୍କ ନାମ ବଛାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏଆଇସିସିକୁ ୩ ଜଣଙ୍କ ନାମ ପଠାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଗତ ନିର୍ବାଚନରେ ଦଳୀୟ ପ୍ରାଥୀ ହୋଇଥିବା ରିପୁନାଥ ସେଠଙ୍କ ପୁଅଙ୍କ ନାମ ସହ ଦିଲ୍ଲୀପ ପଣ୍ଡା ଓ ଅନ୍ୟ ଜଣଙ୍କ ନାମ ସୁପାରିଶ କରାଯାଇଥିଲା। କିନ୍ତୁ ଏଆଇସିସି ଦିଲ୍ଲୀପ ପଣ୍ଡାଙ୍କ ନାମକୁ ଅନୁମୋଦନ ଦେଇଛନ୍ତି। କଂଗ୍ରେସ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ପିସିସି ଏକ ୯ ଜଣିଆ…

Read More

ସମୀକ୍ଷା ବ୍ୟୁରୋ ଖୁବ ଶିଘ୍ର ଭାରତୀୟ ବଜାରରେ ମିଳିବ ମଞ୍ଜି ବିହିନ ଆର୍ଜେଣ୍ଟିନା ଲେମ୍ବୁ। ଏ ନେଇ ଆଜି ଭାରତ ସରକାର ଆଇ.ଜି ଇଣ୍ଟରନ୍ୟାସନାଲ କଂପାନୀକୁ ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଆର୍ଜେଣ୍ଟିନା ଲେମ୍ବୁର ସାରା ବିଶ୍ବରେ ବେଶ୍ ଚାହିଦା ରହିଛି। କାରଣ ଏହି ଲେମ୍ବୁ ଦେଖିବାକୁ ବେଶ୍ ଆକର୍ଷଣୀୟ। ସାମାନ୍ୟ ହଲଦୀ ରଂଗର ଏହି ଲେମ୍ବୁର ରସ ମଧ୍ୟ ହଲଦିଆ ଦେଖାଦେଇଥାଏ। ଏହା ଅଣ୍ଡାକୃତିର ଏବଂ ଉପରି ଭାଗ ତେଲିଆ ପରି ଦେଖାଯାଇଥାଏ। ଏହାର ବିଶେଷତ୍ବ ହେଲା ଯେ, ଏହି ଲେମ୍ବୁକୁ କାଟି ଜୁସ ତିଆରି କଲେ ଏଥିରୁ କୌଣସି ମଂଜି ବାହାରି ନ ଥାଏ। ଫଳରେ ବିଶ୍ବ ବଜାରରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। କଂପାନୀ ଭାରତକୁ ପ୍ରାୟ 5ଶହ ମେଟ୍ରିକ ଟନ ଲେମ୍ବୁ ଆମଦାନୀ କରିବ ବୋଲି ଲକ୍ଷ୍ୟ ରଖିଛି। ସେଥିପାଇଁ ଆର୍ଜେଣ୍ଟିନାର ଏକ ପ୍ରତିଷ୍ଠିତ କଂପାନୀ ସାନ ମିଗୁଲ ସହିତ ଆଇ ଜି ଇଣ୍ଟରନ୍ୟାସନାଲ…

Read More

ନ୍ୟାସନାଲ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାଓ୍ଵାର ନିଜ ଉପରେ ଲାଗିଥିବା ମହାରାଷ୍ଟ୍ର କପେରେଟିଭ ବ୍ୟାଙ୍କ ଦୁର୍ନୀତି ଆରୋପ ଉପରେ ଜବାବ ରଖିଛନ୍ତି। ସେ ମୁମ୍ଵାଇରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ। ଏହା ସହିତ ସେପ୍ଟେମ୍ବର ୨୭ରେ ଖୋଦ୍ ଇଡି ଦପ୍ତରରେ ହାଜର ହେବେ ବୋଲି କହିଛନ୍ତି। ଇଡି ଶରଦ ପାଓ୍ଵାର ସମେତ ୭୦ ଅନ୍ୟ ଲୋକଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ସହିତ ଅନ୍ୟ ମାମଲାରେ କେସ୍ ରୁଜୁ କରିଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିରେ ମୁମ୍ବାଇ ପୋଲିସ ପକ୍ଷରୁ ଏଫଆଇଆର ରୁଜୁ କରାଯାଇଥଲା। ପାଓ୍ଵାର କହିଛନ୍ତି ଯେ ସେ ମିଡିଆରୁ ଜାଣିବାକୁ ପାଇଲି ଯେ କେନ୍ଦ୍ର ସରକାରଙ୍କ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋତେ କହିବାରେ ଏହା କୌଣସି ଅସୁବିଧା ନାହିଁ ଯେ ଆଜି ପର୍ଯ୍ୟନ୍ତ ମୁଁ କୌଣସି…

Read More

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପତିଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଥିବା ହିନ୍ଦୁ ଓ ମୁସଲିମ ମହିଳାଙ୍କୁ ବାର୍ଷିକ ୬ହଜାର ଟଙ୍କା ସହାୟତା ଦେବେ ବୋଲି ଯୋଗୀ କହିଛନ୍ତି । ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ସୂଚନା ଦେଇଛନ୍ତି। ହିନ୍ଦୁ ସମାଜରେ ବିବାହ କରି ଅନ୍ୟ ଜଣେ ମହିଳାଙ୍କୁ ପାଖରେ ରଖିଥିବା ପୁରୁଷଙ୍କ ଦଣ୍ଡିତ କରାଯିବା ଲାଗି ଆଇନର ଆବଶ୍ୟକତା ରହିଛି ବୋଲି ଯୋଗୀ କହିଛନ୍ତି। ତିନି ତଲାକ୍‌ ପୀଡ଼ିତାଙ୍କ ମାମଲା ସରକାର ଲଢ଼ିବେ। ଏହା ସହିତ ସେମାନଙ୍କୁ ୬ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। ବାସଗୃହ ନ ଥିବା ମହିଳା ରହିବା ପାଇଁ ଘର, ପିଲାଙ୍କ ପାଠପଢ଼ା…

Read More

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଟାର୍ଗେଟ୍‌ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜୈଶ୍‌ରେ ହିଟ୍‌ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ୍‌ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଛି ଯେଉଁଥିରେ ଲେଖାଅଛି ଏହି ଆତଙ୍କୀ ସଂଗଠନ ମୋଦି,ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଷଡ଼ଯନ୍ତ୍ର କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ସୂତ୍ରରୁ ଜଣାପଡ଼ିଛି ଜୈଶ ଭାରତର ୩୦ଟି ପ୍ରମୁଖ ସହରକୁ ମଧ୍ୟ ଆକ୍ରମଣ ତାଲିକାରେ ରଖିଛି। ଏଥିରେ ଜମ୍ମୁ, ପଠାନ୍‌କୋଟ୍‌, ଅମୃତସର, ଜୟପୁର, ଗାନ୍ଧିନଗର, କାନପୁର ଏବଂ ଲକ୍ଷ୍ନୌ ଆଦି ସହର ରହିଛି। ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା…

Read More

ତେଲୁଗ ଫିଲ୍ମ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷ ବୟସରେ ପରଲୋକ ଘଟିଛି। ହାଇଦ୍ରାବାଦ ସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ସେ ଯକୃତ ଓ ବୃକକଜନୀତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ତେଲୁଗ ଦେଶମ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ଵିଟ୍ କରି ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି।  ବେଣୁ ମାଧବ ଜଣେ ମିମିକ୍ରି କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଜଣେ ହାସ୍ୟ ଅଭିନେତା ଭାବେ ଫିଲ୍ମରେ ପାଦ ଦେଇଥିଲେ। ସେ ଫିଲ୍ମ ସଂପ୍ରଦାୟମ ଜରିଆରେ ତେଲୁଗ ଫିଲ୍ଜ ଜଗତରେ ପ୍ରବେଶ କରିଥିଲେ। ଏହି ଫିଲ୍ମ ୧୯୯୬ରେ ରିଲିଜ୍ ହୋଇଥିଲା। ସେ ତାମିଲ ଓ ତେଲୁଗରେ ପ୍ରାୟ ୨୦୦ ଫିଲ୍ମରେ ଅଭିନୟ କରିଛନ୍ତି।  ତାଙ୍କର ଶେଷ ଫିଲ୍ମ…

Read More

ଆସନ୍ତା ୩ ମାସ ଯାଏ ରାଜ୍ୟରେ ଯାନବାହନଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୋହରାଇଛନ୍ତି। ଅକ୍ଟୋବର ପହିଲାରୁ ଅନଲାଇନ୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ। ନୂଆ ମୋଟରଯାନ ଆଇନକୁ ନେଇ ସାଧାରଣରେ ଅସନ୍ତୋଷ ହେବା ପରେ ଏହାକୁ ୩ ମାସ କୋହଳ କରିଦିଆହୋଇଛି ।

Read More

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ଦୁଷ୍କର୍ମ ଘଟଣାରେ ୪ ଜଣ ଓ ଭିଡ଼ିଓ ଭାଇରାଲ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି । ସୂଚନା ଅନୁସାରେ, ଗତ ୧୪ ତାରିଖରେ ପୀଡ଼ିତା ଜଣକ ଭବାନୀପାଟଣାରୁ ନିଜ ଘରକୁ ଜଣଙ୍କ ସହ ଫେରୁଥିଲେ । ଏହି ସମୟରେ ଜାରିଙ୍ଗ ଜଙ୍ଗଲ ଭିତରେ ୫ରୁ ୬ ଜଣ ଯୁବକ ତାଙ୍କୁ ଛୁରି ଦେଖାଇ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ସେହି ସମୟର ଘଟଣାକୁ ମୋବାଇଲରେ ସୁଟିଂ କରି ଭିଡ଼ିଓ ଭାଇରାଲ କରିଛନ୍ତି । ଯୁବତୀଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ମୁଖ୍ୟ ସାକ୍ଷୀ ରହିଛି । ଡ୍ରାଇଭରର ଏ ମାମଲାରେ କୌଣସି ସଂପୃକ୍ତି ନ ଥିବା ଏସ୍‌ପି ସ୍ପଷ୍ଟ…

Read More

ଭଦ୍ରକ ଜିଲ୍ଲା ଧାମରାରୁ ଏକ ‘ହ୍ୱେଲ ସାର୍କ’ ମାଛ ଧରାଯାଇଛି। ଏହାର ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହି ମାଛକୁ  କିଲୋ ପ୍ରତି ୭ ହଜାର ଟଙ୍କାରେ ବିକ୍ରି କରାଯାଇଛି। ଏହି ମାଛକୁ ଚେନ୍ନାଇର ଜଣେ ବ୍ୟବସାୟୀ କିଣିଛନ୍ତି। ମାଛଟିକୁ ଆଜି ତାଙ୍କ ନିକଟକୁ ପଠାଯାଇଛି। ଏହାକୁ ସେ ୭ ଲକ୍ଷ ୪୯ ହଜାର ଟଙ୍କାରେ କିଣିଥିବା ସୂଚନା ମିଳିଛି। ଗତକାଲି ରାତିରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଥିବା ବେଳେ ଏହି ମାଛ ଧରିଥିଲେ। ଆଜି ସକାଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ମାଛଟିକୁ କୂଳକୁ ଆଣିବା ଲାଗି ୧୫ରୁ ୧୬ ଜଣ ମତ୍ସ୍ୟଜୀବୀ ନିୟୋଜିତ ହୋଇଥିଲେ।

Read More

ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାରର ଶୁଭାରମ୍ଭ କରିଛନ୍ତି ।   ସବୁ ସ୍କୁଲରେ ସ୍ବଚ୍ଛତା ବ୍ୟବସ୍ଥା ସୁଧାରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।  ଅକ୍ଟୋବର ୧୪ ସୁଦ୍ଧା ସ୍କୁଲଗୁଡ଼ିକ ଅନ୍‌ଲାଇନ୍‌ ଆବେଦନ କରିପାରିବେ । ଏଥିରେ ରାଜ୍ୟର ସବୁ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଭାଗ ନେଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ।  ଅକ୍ଟୋବର ୩୧ ସୁଦ୍ଧା ଆବେଦନର ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ସ୍କୁଲକୁ ନଭେମ୍ବର ୧ରୁ ୧୦ ମଧ୍ୟରେ ପୁରସ୍କାର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ

Read More

ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶିତ । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସି ପାଖକୁ ପଠାଇଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା,ସୁରେନ୍ଦ୍ର ପାତ୍ର,  ସ୍ବାଧୀସ୍ମିତା ସୁଆର ଓ ଅବସରପ୍ରାପ୍ତ  ମୁଖ୍ୟ ମନ୍ତ୍ରୀ ରବୀନ୍ଦ୍ର ପଣ୍ଡା । ଅଭିଷେକ ଟିକେଟ ପାଇବା ନେଇ ସମେସ୍ତ ମତ ରଖୁଛନ୍ତି ।

Read More