ଅଭିନେତ୍ରୀ କୋଏନା ମିତ୍ରଙ୍କୁ ଏକ ଚେକ୍ ବାଉନ୍ସ ମାମଲାରେ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅନ୍ଧେରୀ ମେଟ୍ରୋପଲିଟାନ୍ କୋର୍ଟ ମାଜିଷ୍ଟ୍ରେଟ୍ କେତକୀ ଚଭନ୍ ରାୟରେ ମଡେଲ୍ ତଥା ଅଭିଯୋଗକାରିଣୀ ପୁନମ୍ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ର ଏହି ମାମଲା ଅନୁଯାୟୀ କୋଏନା ୨୨ ଲକ୍ଷ ଟଙ୍କା ପୁନମ୍ଙ୍କଠାରୁ କରଜ ନେଇ ପୈଠ କରି ନ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୩ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲେ। କିନ୍ତୁ ଏହାକୁ ବ୍ୟାଙ୍କ ଗ୍ରହଣ କରି ନ ଥିଲା। ମାମଲା କୋର୍ଟରେ ଗଡ଼ିବା ପରେ ଶେଷରେ କୋଏନାଙ୍କୁ ଜେଲ୍ଦଣ୍ଡାଦେଶ ମିଳିଛି। ମଡେଲ ତଥା ବଲିଉଡର ଏହି ଅଭିନେତ୍ରୀ ଜଣକ ମ୍ୟୁଜିକ ଭିଡିଓ ଓ ବଲିଉଡ ଫିଲ୍ମ ରେ କାମ କରିଛନ୍ତି। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ରୋଡ’ରେ ଅତିଥି କଳାକାର ରୂପେ…
Author: Samikhsya Bureau
କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା ଏ ପର୍ଯ୍ୟନ୍ତ ଶେଷ ହେବାର ନା ନେଉନାହିଁ। ଅନାସ୍ଥାପ୍ରସ୍ତାବ ଉପରେ ୩ ଦିନ ଚର୍ଚ୍ଚା ହେବା ପରେ ମଧ୍ୟ ସୋମବାର ବିଳମ୍ବିତ ରାତି ଯାଏଁ କୌଣସି ଫଳ ବାହାରି ପାରି ନାହିଁ। ଶେଷରେ ବାଚସ୍ପତି ବିଧାନସଭାର ଅଧିବେଶନକୁ ମଙ୍ଗଳବାର ଯାଏଁ ସ୍ଥଗିତ କରି ଦେଇଛନ୍ତି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ଶକ୍ତି ପରୀକ୍ଷା ହେବ। ବିଜେପି ଓ ଜେଡିଏସ-କଂଗ୍ରେସ ବିଧାୟକଙ୍କର ହଙ୍ଗାମା ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଗୃହରେ କହିଛନ୍ତି, ମଙ୍ଗଳବାର ଆମର କିଛି ସଦସ୍ୟଙ୍କ ସମ୍ବୋଧନ ପରେ ବହୁମତ ପରୀକ୍ଷଣ ପୂରା କରାଯିବ। ତେବେ ଆଜି କର୍ଣ୍ଣାଟକ ରାଜନୀତିରେ ସନ୍ଧ୍ୟା ସୁଦ୍ଧା କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି।
କେଦାର ମିଶ୍ର ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ…
ସମୀକ୍ଷା ବ୍ୟୁରୋ ୨୦ ଘଣ୍ଟାର ଅବଗଣନା ପରେ ଅପରାହ୍ଣ ୨ଟା ୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି ଏସଏଚଏଆର)ରୁ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ଯାନକୁ ଉତକ୍ଷେପଣ କରାଯାଇଛି। ଦୁଇଟି ଏସ ୨୦୦ କଠିନ ଷ୍ଟ୍ରାପ-ଅନ ମୋଟର ଜରିଆରେ ଏହି ଉତକ୍ଷେପଣ କରାଯାଇଛି । ମହାକାଶ ଯାନ ଉତକ୍ଷେପଣର ସମସ୍ତ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେରେ ହୋଇଥିଲା । ଭୂପୃଷ୍ଠରୁ ଉତକ୍ଷେପଣ ହେବାର ୧୬ ମିନିଟ ୧୪ ସେକେଣ୍ଡ ପରେ ଉତକ୍ଷେପଣ ଯାନ ଚନ୍ଦ୍ରୟାନ-୨ ମହାକାଶ ଯାନକୁ ଅଣ୍ଡାକୃତି ପୃଥିବୀର କକ୍ଷପଥରେ ସଫଳତାପୂର୍ବକ ଅଲଗା କରି ଅବସ୍ଥାପିତ କରାଯାଇଛି । ଉତକ୍ଷେପଣ ଯାନ ଠାରୁ ମହାକାଶ ଯାନ ଅଲଗା ହେବା ସଙ୍ଗେ ସଙ୍ଗେ ମହାକାଶ ଯାନର ସୌର ଶୃଙ୍ଖଳା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟକ୍ଷମ ହୋଇଯାଇଥିଲା । ଏଥିସହିତ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ତୁରନ୍ତ ମହାକାଶ ଯାନ ଉପରେ…
କୋଣାର୍କ ମନ୍ଦିର ନିମନ୍ତେ ଆମିକସକ୍ୟୁରୀ ନିଯୁକ୍ତ କରିଛନ୍ତି ଓଡିଶା ହାଇକୋର୍ଟ । ଏନ୍ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ନିମନ୍ତେ ଆମିକସକ୍ୟୁରୀ ଭାବରେ ନିଯୁକ୍ତ କରିଛନ୍ତି । ଦିଲ୍ଳୀପ ମହାପାତ୍ର ନାମକ ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଆମିକସକ୍ୟୁରୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପରେ ହାଇକୋର୍ଟଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବେ । ବାତ୍ୟାରେ କୋଣାର୍କ ସୂର୍ଯ୍ୟମନ୍ଦିର ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ଏହି ଯାଚିକା ଦାୟର କରାଯାଇଥିଲା ।
ଭୁବନେଶ୍ବର ଏବଂ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବାକୁ ଯାଉଛି। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ଟର ଜରିଆରେ ସୂଚନା ଦେଇଛନ୍ତି। ଭୁବନେଶ୍ବରରୁ ସୁରଟ ସିଧାସଳଖ ବିମାନ ନିମନ୍ତେ କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ପରେ ଏହି ବିଷୟରେ ଘୋଷଣା କରିଛନ୍ତି ଅପରାଜିତା। ପ୍ରାରମ୍ଭିକ ଭାବରେ ସପ୍ତାହକୁ ଏହି ବିମାନଟି ଦୁଇ ଦିନ ଚଳାଚଳ କରିବ ବୋଲି ଜଣାପଡିଛି। ଟ୍ବିଟ୍ଟର ଜରିଆରେ ଏହି ସୂଚନା ପ୍ରଦାନ କରିବା ସହିତ ହରଦୀପ ପୁରୀଙ୍କୁ ଭେଟୁଥିବାର ଏକ ଫଟୋ ସେୟାର କରିଛନ୍ତି ସାଂସଦ।
ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି 2 ଛାତ୍ର ଆହତ ହୋଇଥିଲେ। ଏହି ମାମଲାରେ ପୋଲିସ ସୋମବାର 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୂତିକୃଷ୍ଣ ପଣ୍ଡା ଏବଂ ଏସ୍. ପ୍ରତାପ ରେଡ୍ଡୀ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଡିଟୋନେଟର, ଜିଲୋପିନ ଏବଂ ୟୁରିଆ ସାର ଜବତ କରାଯାଇଛି । ସୋମବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ସୁବାଷ ଚନ୍ଦ୍ର ସେଠୀଆ, ଅତିରିକ୍ତ ତହସିଲଦାର, ଆଶୁତୋଷ ଗୌରବ କର ଏବଂ ଆସିକା ଥାନା ଅଧିକାରୀ ପୀତବାସ ଧାରୁଆଙ୍କୁ ନେଇ ଏହି ଚଢାଉ କରାଯାଇଥିଲା । ଏହି ମାମଲାରେ ପୋଲିସ୍ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି ।
ରାଜ୍ୟର ୧୨ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତର ହେବାର ସମ୍ଭାବନା ରହିଛି । ଅପରାହ୍ନ 5.45 ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ବଲାଙ୍ଗିର, ଜଗତସିଂହପୁର, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ନୂଆପଡ଼ା । ଅନ୍ୟପକ୍ଷରେ ଆଗାମୀ 3ରୁ4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା 24 ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଯାଏ ସ୍ୱାଭାବିକଠାରୁ 29 ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି ।
କଟକରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଭାରତ ତିନି ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରତିଯୋଗିତାର ଅନ୍ତିମ ଦିବସରେ ଭାରତୀୟ ମହିଳା ଖେଳାଳି ଆୟିକା ମୁଖାର୍ଜୀ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଦଳଗତ ଡବଲ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥାନ୍ତି । ପୂର୍ବରୁ ଭାରତୀୟ ମହିଳା ଦଳଗତ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏହା ଟୁର୍ଣ୍ଣାମେଣ୍ଟରେ ଭାରତର ଚତୁର୍ଥ ସ୍ବର୍ଣ୍ଣ ।
ଭାରତ ଏବଂ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ଚନ୍ଦ୍ର ଅଭିମୁଖେ ପ୍ରେରଣ କରିଛି ଚନ୍ଦ୍ରଯାନ-2 । ଏହା ସହିତ ଇତିହାସ ପୃଷ୍ଠାରେ ନିଜର ନାମ ଲିପିବଦ୍ଧ କରିବାରେ ସଫଳ ହୋଇଥିବା ଇସ୍ରୋର ବୈଜ୍ଞାନିକଙ୍କୁ ବଧାଇ ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-2 ଉତକ୍ଷେପଣ କରି ଭାରତ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛି ବୋଲି ଟ୍ବିଟ୍ କରି କହିଛନ୍ତି ମୋଦି । ଚନ୍ଦ୍ରଯାନ-2 ସର୍ବଦା ଭାରତୀୟ ମହାକାଶ ଅଭିଯାନକୁ ଏକ ନୂତନ ଦିଶା ପ୍ରଦାନ କରିବ । ସେହିପରି ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ସୌଭାଗ୍ୟ ହାସଲ କରିବ । ସୋମବାର ଅପରାହ୍ନ 2.43ରେ ମହାକାଶ ଯାନ ଜିଏସଏଲଭି ଏମକେ-3 ଚନ୍ଦ୍ରଯାନ-2କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
କଳାହାଣ୍ଡି ଜିଲ୍ଲା ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣାରେ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି। ସିଡବ୍ଲୁସିଙ୍କ ଏତଲା ଆଧାରରେ ତଦନ୍ତ କରି ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ପୋଲିସ ଗିରଫ କରିଛି। ସୂଚନାନୁସାରେ, ଆଜି ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସିଡବ୍ଲୁସିଙ୍କ ଏତଲା ଆଧାରରେ ତଦନ୍ତ କରିବା ପରେ ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଭବାନୀପାଟଣା ପୋଲିସ ଗିରଫ କରିଛି। ପୀଡ଼ିତାଙ୍କୁ ଯୌନ ନିର୍ଯାତନା ହୋଇଥିବା ପ୍ରମାଣ ମିଳିଥିବାରୁ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଥିଲେ। ଗତକାଲି ପୀଡିତା ଓ ତାଙ୍କ ମାଆଙ୍କୁ ପଚରାଉଚରା କରିବା ପରେ ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ମା ଓ ଝିଅକୁ ପଚରାଉଚରା କରିଥିଲେ।
ଭାରତ ଏବଂ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ଇତିହାସ ପୃଷ୍ଠାରେ ନିଜର ନାମ ଲିପିବଦ୍ଧ କରିଛି। ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-2। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-2 ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି କରିଛି। ନିର୍ଦ୍ଧାରିତ ସମୟ ସୋମବାର ଠିକ୍ ଅପରାହ୍ନ 2.43ରେ ମହାକାଶ ଯାନ ଜିଏସଏଲଭି ଏମକେ-3 ଚନ୍ଦ୍ରଯାନ-2କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଚନ୍ଦ୍ରଯାନ-2 ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତି କେହି ପହଞ୍ଚିପାରି ନାହାନ୍ତି। ଆସନ୍ତା ସେପ୍ଟେମ୍ବର 7 ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଅବତରଣ ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 4ର୍ଥ ଦେଶ ହେବ। ଚନ୍ଦ୍ରଯାନ-2ରେ 3ଟି ମଡ୍ୟୁଲ ଯଥା ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ…
ଫରଓ୍ବାର୍ଡ ଗେରାଥ ବାଲେ ରିଅଲ୍ ମାଦ୍ରିଦ୍ ଛାଡିବା ନେଇ ମ୍ୟାନେଜର ଜିନେଡାଇନ୍ ଜିଦାନ୍ ସୂଚନା ଦେଇଛନ୍ତି। 30 ବର୍ଷୀୟ ବାଲେ 2013ରେ ଟଟ୍ଟେନ୍ହାମ୍ ଛାଡି ଦଳରେ ଯୋଗ ଦେବା ପରଠାରୁ ଦଳକୁ 4ଟି ଚାମ୍ପିୟନ୍ସ ଲିଗ୍ରେ ଚାମ୍ପିୟନ୍ କରାଇଛନ୍ତି। 2013ରେ100 ମିଲିୟନ୍ ୟୁରୋ (112.20 ମିଲିୟନ୍ ଡଲାର) ର ଚୁକ୍ତି ସହିତ ଦଳରେ ଯୋଗ ଦେଇଥିଲେ ବାଲେ। ଶନିବାର ବାୟେର୍ନ ମ୍ୟୁନିକ୍ ବିପକ୍ଷର 3-1 ପରାଜୟ ପରେ ଜିଦାନ୍ ଏହି ସୂଚନା ଦେଇଛନ୍ତି। ଦଳର ପ୍ରମୁଖ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଦଳ ଛାଡିବା ପରଠାରୁ ବାଲେ ନିଜ ଖ୍ୟାତି ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ନିକଟରେ ସମାପିତ ସିଜିନ୍ରେ ବାଲେ ମାତ୍ର 19ଟି ଗୋଲ୍ ସ୍କୋର କରିଥିବା ବେଳେ ଦଳ ଲିଡର ବୋର୍ଡରେ ତୃତୀୟ ସ୍ଥାନ ହାସଲ କରିଥିଲା ।
ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ତାଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ? ଏ ନେଇ ଦୁଇ ଦଳର ସଦସ୍ୟ ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଏହା ପରେ ଏହି ପ୍ରସଙ୍ଗରେ ଉତ୍ତର ରଖିବାକୁ ରୁଲିଂ ଦେଇଥିଲେ । କିନ୍ତୁ ଗୃହରେ ଆଲୋଚନା ଦାବିରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଫଳରେ ପ୍ରଥମେ ବାଚସ୍ପତି ଗୃହକୁ ସାଢ଼େ 12ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଥିବା କହୁଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରି ହୋହାଲ୍ଲା କରିଥିଲା । ଫଳରେ ପୁଣି ଥରେ ଅପରାହ୍ନ 3ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି…
ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କୁ ହାଇକୋର୍ଟରେ ଜାମିନ ମିଳିଛି । ଗତ ସପ୍ତାହରୁ ଜାମିନ ଆବେଦନର ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ବାରିମୂଳ ଆଶ୍ରମରେ ମାଆ-ଝିଅଙ୍କୁ ଯୌନ ଶୋଷଣ ମାମଲାରେ ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଜାମିନ ମିଳିଛି । 2 ଲକ୍ଷ ଟଙ୍କା ଏବଂ 2 ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ମିଳିଛି । ଏହା ପୂର୍ବରୁ 2ଟି ମାମଲାରେ ସନ୍ତୋଷ ରାଉଳଙ୍କୁ ଜାମିନ ମିଳି ସାରିଥିଲା । 4 ବର୍ଷ ଧରି କଟକର ଚୌଦ୍ବାର ଜେଲ୍ରେ ଅଛନ୍ତି ସାରଥି । 2015 ଅଗଷ୍ଟ 8ରେ ଗିରଫ ହୋଇଥିଲେ ସନ୍ତୋଷ ରାଉଳ ଓରଫ ସାରଥି ।
ପାକିସ୍ତାନ ସେନାବାହିନୀ ପକ୍ଷରୁ ରଜୌରୀ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ବିଗତ ତିନି ଦିନ ଧରି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ସେନା ପକ୍ଷରୁ ସୋମବାର କୁହାଯାଇଛି । ଭାରତୀୟ ସେନାର କିଛି ପୋଷ୍ଟ ଏବଂ ନିକଟସ୍ଥ ଗ୍ରାମ ଉପରେ ମୋର୍ଟାର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ ଆକ୍ରମଣ କରାଯାଇଥିଲା । ନିକଟରେ ଥିବା ଗ୍ରାମ ସୁନ୍ଦର ବନୀରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିଲା । କୌଣସି ଯବାନ କିମ୍ବା ସାଧାରଣ ଜନତା ଏହି ଆକ୍ରମଣରେ ଆହତ ହୋଇନଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ 20 ତାରିଖରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରୂତି ଉଲ୍ଲଂଘନ କରାଯିବା ଫଳରେ ପୁଞ୍ଚରେ ଜଣେ ଯବାନ ଆହତ ହୋଇଥିଲେ ।
ସୋମବାର ଭାରତୀୟ ସେୟାର ବଜାରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୋମବାର ସେନ୍ସେକ୍ସରେ 400 ପଏଣ୍ଟ ହ୍ରାସ ଘଟିଛି । ଅନ୍ତର୍ଜାତୀୟ ବଜାର ଏହି ସମୟରେ ତଳୁଆ ରହିଥିବାରୁ ଭାରତୀୟ ସେୟାର ବଜାର ମଧ୍ୟ ତଳୁଆ ରହିଛି । ସେନସେକ୍ସ ଏହି ସମୟରେ 400.14 ପଏଣ୍ଟ ତଳକୁ ଖସିବା ସହିତ 37963.87 ପଏଣ୍ଟରେ ରହିଥିବା ବେଳେ ନିଫ୍ଟି 117.65 ପଏଣ୍ଟ ତଳକୁ ଖସି 11302.45 ପଏଣ୍ଟରେ ପହଞ୍ଚିଛି । ଶେଷଥର ପାଇଁ ଜୁଲାଇ 8 ତାରିଖରେ ବଜେଟ୍ ପରେ ସେନସେକ୍ସରେ ଏହିପରି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି ସମୟରେ ବଜାଜ ଫାଇନାନ୍ସ,, ଏଚ୍ଡିଏଫ୍ସି, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ବ୍ୟାଙ୍କ କ୍ଷତି ସହିଥିବା ବେଳେ ବେଦାନ୍ତ, ଟାଟଶ ମୋଟର୍ସ, ୟେସ୍ ବ୍ୟାଙ୍କ ଏବଂ ଏସିଆନ୍ ପେଣ୍ଟସ୍ ଲାଭ ହାସଲ କରିଛନ୍ତି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା 26 ପଇସା ଦୁର୍ବଳ ହୋଇଛି । ପୂର୍ବରୁ ଡଲାର…
କର୍ଣ୍ଣାଟକ ରାଜନୀତି ଡ୍ରାମା ଥମିବାର କୌଣସି ନାମ ନେଉନାହିଁ । ବାଚସ୍ପତିଙ୍କୁ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେବାକୁ ଦୁଇ ସ୍ବାଧୀନ ବିଧାୟକ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉଭୟ ବିଧାୟକଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ତ୍ବରିତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରିବା ସହିତ ବିଧାନସଭା ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ବାଚସ୍ପତିଙ୍କର ଏବଂ କୋର୍ଟ ଆସ୍ଥା ଭୋଟ ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହିତ ବିଦ୍ରୋହୀ ବିଧାୟକ ମାନଙ୍କୁ ବାଚସ୍ପତି କେ ଆର ରମେଶ ନୋଟିସ୍ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, 15 ଜଣ କଂଗ୍ରେସ – ଜେଡିୟୁ ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ କୁମାରସ୍ବାମୀ ସରକାର ସଂଖ୍ୟାଲଘୁ ହୋଇପଡିଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଚସ୍ପତି ଆସ୍ଥା ଭୋଟ ଗ୍ରହଣ…
ଗୁଣିଗାରେଡି ସନ୍ଦେହରେ ଝାରଖଣ୍ଡରେ ଚାରି ଜଣଙ୍କୁ ହତ୍ୟା କରାଯାଇଛି । ଝାରଖଣ୍ଡର ଗୁମ୍ଲା ଜିଲ୍ଲାରେ ରବିବାର ଦିନ ଏହି ଅମାନୁଷିକ କାଣ୍ଡ ସଙ୍ଗଠିତ ହୋଇଛି । କଳାଯାଦୁ ଅଭ୍ୟାସ କରୁଥିବା ନେଇ ଅଭିଯୋଗ ଆସିବା ପରେ 60-65 ବର୍ଷ ବୟସ୍କ ଏହି ବୃଦ୍ଧ ଏବଂ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ରହିଛନ୍ତି । ଦକ୍ଷିଣ ପଶ୍ଚିମ ଝାରଖଣ୍ଡର ନଗର ସିସ୍କାରୀ ଗ୍ରାମରେ ଏହି ଘଟଣା ଘଟିଥିଲା । ରବିବାର ଦିନ ଦୁଇଟା ସମୟରେ କଳାଯାଦୁ ଅଭ୍ୟାସ କରୁଥିବା ଅଭିଯୋଗରେ ଚାପା ଭଗତ, ପିରି ଦେବୀ, ସୁତା ଓରାଓଁ ଏବଂ ଫଘନି ଦେବୀଙ୍କୁ ଗ୍ରାମର ମଧ୍ୟଭାଗକୁ ଆଣି ମାଡ ମରା ଯାଇଥିଲା । ଉତ୍ୟକ୍ତ ଭିଡ ପ୍ରାୟ ଏକ ଘଣ୍ଟା ଧରି ଆକ୍ରମଣ କରିବା ପରେ ଚାରି ଜଣଙ୍କ ପ୍ରାଣହାନି ଘଟିଥିଲା । ପୋଲିସ୍ ପକ୍ଷରୁ ଏହି ଘଟଣାରେ 4 ଜଣଙ୍କୁ ଅଟକ…
ଅଣଗାନ୍ଧୀ ନେତୃତ୍ବରେ କଂଗ୍ରେସ 24 ଘଣ୍ଟା ତିଷ୍ଠି ପାରିବ ନାହିଁ ବୋଲି ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନଟବର ସିଂ । କଂଗ୍ରେସର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିବା ପରେ ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି କଂଗ୍ରେସର ନେତୃତ୍ବ ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ରାହୁଲଙ୍କ ଇସ୍ତଫାକୁ ବିରୋଧ କରାଯାଇଥିଲେ ମଧ୍ୟ ରାହୁଲ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ରାହୁଲଙ୍କ ପରେ ଯଦି କଂଗ୍ରେସର ନେତୃତ୍ବ କୌଣସି ଅଣଗାନ୍ଧୀଙ୍କ ହାତକୁ ଯାଏ ତେବେ 134 ବର୍ଷର ଏହି ଦଳ ବିଖଣ୍ଡିତ ହୋଇଯିବ ବୋଲି ନଟବର କହିଛନ୍ତି । ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ସମ୍ମୁଖକୁ ଆସିଥିଲା । ପ୍ରିୟଙ୍କା ବର୍ତ୍ତମାନ କଂଗ୍ରେସର ମହାସଚିବ ରହିଥିବା ବେଳେ ଉତ୍ତରପ୍ରଦେଶ ସୋନଭଦ୍ରାରେ ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଛନ୍ତି । ପ୍ରିୟଙ୍କା ସର୍ବଦା ପଛରେ ରହିଥିଲେ ମଧ୍ୟ ଦଳର ନେତୃତ୍ବ ନେବାର…
କଳାହାଣ୍ଡି ଜିଲ୍ଲା ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣାରେ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଛନ୍ତି । ଗତକାଲି ଯୌନ ନିର୍ଯାତନା ହୋଇଥିବା ନେଇ ସିଡବ୍ଲ୍ୟୁସି ନିଜ ରିପୋର୍ଟରେ ଦର୍ଶାଇଥିଲେ । ପୀଡ଼ିତାଙ୍କୁ ଯୌନ ନିର୍ଯାତନା ହୋଇଥିବା ପ୍ରମାଣ ମିଳିଥିବାରୁ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଛନ୍ତି । ଗତକାଲି ପୀଡିତା ଓ ତାଙ୍କ ମାଆଙ୍କୁ ପଚରାଉଚରା କରିବା ପରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ମା ଓ ଝିଅଙ୍କୁ ପଚରାଉଚରା କରିଥିଲେ । ଫଳରେ ପୀଡ଼ିତାଙ୍କ ଉପରେ ହୋଇଥିବା ଯୈାନ ନିର୍ଯ୍ୟାତନାର ପ୍ରମାଣ ମିଳିଥିଲା । ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ପୀଡିତାଙ୍କ ମାଆ । ଏହି ଘଟଣାରେ ପୂର୍ବରୁ ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଅଟକ ରଖାଯାଇଛି । ସିଡବ୍ଲୁସ ସେହି ଅନୁଷ୍ଠାନରୁ ସମସ୍ତ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରିବେ ବୋଲି ଜଣାପଡିଛି ।