Author: Samikhsya Bureau
ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବରେ ଦାୟିତ୍ବଗ୍ରହଣ କରିଛନ୍ତି ଅନୁଭବ ପଟ୍ଟନାୟକ। ବିଭାଗୀୟ ସଚିବ ମନୋଜ କୁମାର ମିଶ୍ର ଉପଦେଷ୍ଟା ଭାବରେ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଇବା ସହିତ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ୫ଟି ବ୍ୟବସ୍ଥାକୁ ଆଇଟି ବିଭାଗ ସହିତ ଯୋଡିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ଏବଂ ମୋ ସରକାର ବ୍ୟବସ୍ଥାରେ ଆଇଟିର ଅଧିକ ବ୍ୟବହାର ଉପରେ ଜୋର ଦେଇଥିଲେ ଶ୍ରୀ ପଟ୍ଟନାୟକ। ଅନୁଭବ ପଟ୍ଟନାୟକଙ୍କ ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର, ଉପ ସଚିବ ଲକ୍ଷ୍ମୀପ୍ରସାଦ ଭୂୟାଁ, ବିଚିତ୍ର ମିଶ୍ର, ଓକାକ୍ର ଜେନେରାଲ୍ ମ୍ୟାନେଜର ମଧୁସ୍ମିତା ରଥ, ଓ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ବିଧାନସଭା ଗୃହ ଏବଂ ଲବିର ପୁନରୁଦ୍ଧାର ପାଇଁ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବିଧାନସଭାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାନସଭା ଗୃହ ଏବଂ ଲବିର ଭିତର ପାର୍ଶ୍ବର ପୁନରୁଦ୍ଧାର ନେଇ ଆଲୋଚନା ହୋଇଥିଲା। ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପୁନରୁଦ୍ଧାର କାର୍ଯ୍ୟ କରାଯିବ। ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିଣତ କରାଯିବା ସହିତ ସ୍ଥାୟୀ ଆଲୋକରେ ସଜ୍ଜିତ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ପୂର୍ବତନ ବିଧାୟକ ବିଧାୟିକାଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପୂର୍ତ୍ତ ବିଭାଗ କମିଶନର ଡ. କ୍ରିଷନ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଅର୍ଥବିଭାଗ ସ୍ବତନ୍ତ୍ର ସଚିବ ପିକେ ନନ୍ଦ, ମୁଖ୍ୟ ସ୍ଥପତି ବିଶ୍ବରଞ୍ଜନ…
ଅନୁବନ୍ଧିତ ବିଶ୍ବ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇବାକୁ ଯାଉଛି ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ କଳାହାଣ୍ଡି ଏକକ ବିଶ୍ବ ବିଦ୍ୟାଳୟ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବରୁ ଭବାନୀପାଟଣାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟକୁ ଏକକ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ଘୋଷଣା କାର୍ଯ୍ୟକାରୀ ହେଲେ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ସହ ସୁବର୍ଣପୁର ଏବଂ ବଲାଙ୍ଗୀରର ସମୁଦାୟ ୬୫ଟି ମହାବିଦ୍ୟାଳୟ ଅନୁବନ୍ଧିତ ହେବେ। ସେହିପରି କଳାହାଣ୍ଡି ଏବଂ ନୂଆପଡାର ସମୁଦାୟ ୫୦ଟି ମହା ବିଦ୍ୟାଳୟ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସହିତ ଅନୁବନ୍ଧିତ ହେବେ। ଦୁଇଟି ଏକକ ବିଶ୍ବ ବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ପରେ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ ଏବଂ ଛାତ୍ରଛାତ୍ରୀଙ୍କ ଆଡ୍ମିଶନ ପ୍ରକ୍ରିୟା ସୁଗମ ହୋଇ ପାରିବ ବୋଲି ଉଚ୍ଚ ଶିକ୍ଷା…
ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ 2କୃଷ୍ଣସାର ମୃଗ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀ ଗିରଫ କରିଛନ୍ତି । ବନ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ 2 ଜଣ ଶିକାରୀ ଫେରାର ଅଛନ୍ତି । ଏହି ଶିକାରୀ ମାନେ ଗେରେଡା ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ଶିକାର କରୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ପୂର୍ବତନ ଆନ୍ଧ୍ରପ୍ରଦେଶ ବାଚସ୍ପତି ଡି କୋଡେଲା ପ୍ରସାଦ ରାଓ ହାଇଦ୍ରାବାଦ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । 72 ବର୍ଷ ବୟସ୍କ ଟିଡିପିର ଏହି ବରିଷ୍ଠ ନେତାଙ୍କୁ ସୋମବାର ପୋଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଥିଲା । ପୋଲିସ୍ ଶିବ ପ୍ରସାଦଙ୍କୁ ନିକଟସ୍ଥ ବାସଭାତାରକମ୍ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 2014ରେ ଆନ୍ଧ୍ରପ୍ରଦେଶର ବାଚସ୍ପତି ରହିଥିବା କୋଡେଲା ଶିବ ପ୍ରସାଦ ନରସା ରାଓପେଟରୁ ପାଞ୍ଚଥର ଏବଂ ସଟ୍ଟେନାପଲ୍ଲୀରୁ ଥରେ ବିଧାୟକ ରହିଛନ୍ତି । ଏହା ସହିତ ସେ ଆନ୍ଧ୍ରପ୍ରଦେଶରର ଗୃହମନ୍ତ୍ରୀ ଏବଂ ପଞ୍ଚାୟତିରାଜ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ ।
ଆଜି ସୁପ୍ରିମ୍କୋର୍ଟରେ ଜମ୍ମୁକାଶ୍ମୀରର ସ୍ଥିତି ସମ୍ପର୍କରେ ଆଗତ ଯାଚିକାରେ ଶୁଣାଣି ହୋଇଛି। ଏହି ଶୁଣାଣିରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଦରକାର ପଡ଼ିଲେ ସେ ନିଜେ ଜମ୍ମୁକାଶ୍ମୀର ଗସ୍ତ କରିବେ। ଜମ୍ମୁକାଶ୍ମୀରରେ ଲାଗୁ ହୋଇଥିବା କଟକଣା ଯୋଗୁଁ ହାଇକୋର୍ଟରେ କାମ ହୋଇପାରୁନାହିଁ ବୋଲି ଯାଚିକାରେ ଆବେଦନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ସୁପ୍ରିମ୍କୋର୍ଟରେ ବାଳ ଅଧିକାର କାର୍ଯ୍ୟକର୍ତ୍ତା ଇନାକ୍ଷୀ ଗାଙ୍ଗୁଲୀ ଆବେଦନ କରିଥିଲେ। ଜାମ୍ମୁ କାଶ୍ମୀରରେ ଜେଲରେ ବନ୍ଦ ଥିବା ୧୮ରୁ କମ୍ ବର୍ଷୀୟ ଶିଶୁଙ୍କ ଗିରଫଦାରୀ ପ୍ରସଙ୍ଗରେ ସେ ଆବେଦନ କରିଥିଲେ। ଜେଲ୍ରେ ବନ୍ଦ ରହିଥିବା ଶିଶୁଙ୍କ ସମ୍ବନ୍ଧିତ ସୂଚନା ପାଇଁ ସେ କୋର୍ଟରେ ଦାବୀ କରିଥିଲେ। ଅଦାଲତ ତାଙ୍କୁ ଜାମ୍ମୁ କାଶ୍ମୀରର ହାଇକୋର୍ଟରେ ଅପିଲ କରିବା ପାଇଁ କହିଥିଲେ। ଏହାପରେ ଇନାକ୍ଷୀଙ୍କ ଓକିଲ ହୁସେଫା ଅହମଦୀ କହିଥିଲେ କି, ସେଠାରେ ଏବେ ସ୍ଥିତି ସୁଦୃଢ ନଥିବାରୁ ସାଧାରଣ ଜନତା ହାଇକୋର୍ଟରେ ପହଞ୍ଚି ପାରୁନାହାନ୍ତି। ନ୍ୟାୟ…
ପୂର୍ବତନ ବିଧାୟକ ମାନଙ୍କୁ ନିଜର ସରକାରୀ ବାସଭବନ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ପୂର୍ବତନ ବିଧାୟକ ବାସଭବନ ଛାଡିବାକୁ ଅରାଜି ହୁଅନ୍ତି ତେବେ ସରକାରୀ ବାସଭବନରୁ ପାଣି ଏବଂ ବିଦ୍ୟୁତ ସଞ୍ଜୋଗ ବନ୍ଦ କରିବା ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବେଆଇନ ଭାବେ 26ଣ ପୂର୍ବତନ ବିଧାୟକ ସରକାରୀ ବାସଭବନକୁ ମାଡି ବସି ରହିଥିବା ଜଣାପଡିଛି । ଜୁନ୍ ମାସରୁ ବିଧାୟକଙ୍କୁ ବାସଭବନ ଛାଡିବାର ଥିଲେ ମଧ୍ୟ ଏହି ବିଧାୟକ ମାନେ ବାସଭବନ ଖାଲି କରିନାହାନ୍ତି ।
ଚଳିତ ମାସରୁ ନୂତନ ଭାବରେ ଲାଗୁ କରାଯାଇଥିବା ମୋଟରଯାନ ଆଇପନକୁ ଲାଗୁ ନକରିବାର ନିଷ୍ପତ୍ତିରେ ଆହୁରି ଦୁଇ ରାଜ୍ୟ ସାମିଲ ହୋଇଛନ୍ତି । ସୋମବାର କେରଳ ଏବଂ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେରଳ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ପିନାରୀ ବିଜୟନ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ନୂତନ ଆଇନ ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ସରକାର ଏହି ଆଇନ ଲାଗୁ କରିବା ନେଇ ସ୍ପଷ୍ଟ ମନା କରିଥିଲେ ।
ସୋମବାର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ କାଶ୍ମୀର ଗସ୍ତର ଅନୁମତି ମିଳିଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଜାଦଙ୍କୁ ଆଜି ଜମ୍ମୁ କାଶ୍ମୀର ଗସ୍ତ କରିବାର ଅନୁମତି ପ୍ରଦାନ କରାଯାଇଛି । ଏହି ଗସ୍ତ ସମୟରେ ଆଜାଦ ଜମ୍ମୁ, ଅନନ୍ତନାଗ, ବାରମୂଲ୍ଲା ଏବଂ ଶ୍ରୀନଗର ଭ୍ରମଣ କରିପାରିବେ । ଏହି ଗସ୍ତରେ ଆଜାଦ୍ ସାଧାରଣ ଜନତାଙ୍କ ସହିତ ବାର୍ତ୍ତାଳାପ କରିପାରିବେ ମାତ୍ର କୌଣସି ରାଜନୈତିକ ରାଲି ଆୟୋଜନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଏସ୍ ଅବ୍ଦୁଲ୍ ନାଜୀର୍ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।
ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଜନସାଧାରଣ ସୁରକ୍ଷା ଆଇନ୍ (ପିଏସ୍ଏ) ବଳରେ ଅଟକ ରଖାଯାଇଛି । ଧାରା 370 ଉଚ୍ଛେଦ ପରଠାରୁ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯାଇଥିବା ବେଳେ ସୋମବାର ଦିନ ତାଙ୍କୁ ଅଟକ ରଖିବାର ନିଷ୍ପତ୍ତି ନିଆଯାଇଛି । ଏହି ଆଇନ ଫଳରେ ଦୁଇ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ହାଜର ନ କରାଇ ଅବଦୁଲ୍ଳାଙ୍କୁ ଗୃହବନ୍ଦୀ ଭାବରେ ଅଟକ ରଖାଯାଇ ପାରିବ । ପ୍ରଥମ ଥର ପାଇଁ ଏହି ଆଇନ୍ ଫାରୁକ୍ଙ୍କ ପିତା ଶେଖ୍ ଅବଦୁଲ୍ଲାଙ୍କ ଶାସନ କାଳରେ ଲାଗୁ କରାଯାଇଥିଲା । ଏହି ଆଇନ ଅନୁଯାୟୀ ଅବଦୁଲ୍ଳା ନିଜର ବନ୍ଧୁ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ପାରିବେ ମାତ୍ର ଗଣମାଧ୍ୟମ କର୍ମୀଙ୍କୁ ଭେଟିବା ଉପରେ ରୋକ୍ ଲଗାଯାଇଛି ।
ଭାରତୀୟ ବିଲିୟାର୍ଡସ୍ ତାରକା ପଙ୍କଜ ଆଡଭାନୀ ବିଶ୍ବରେକର୍ଡ କରିଛନ୍ତି । ନିଜ କ୍ୟାରିୟରର 22 ତମ ଟାଇଟଲ ହାସଲରେ ସଫଳ ହୋଇଛନ୍ତି ଆଡଭାନୀ । ମିଆଁମାରରେ ଅନୁଷ୍ଠିତ ବିଶ୍ବ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଆଡଭାନୀ । ବିଗତ 6 ବର୍ଷ ମଧ୍ୟରେ ଏହା ଆଡଭାନୀଙ୍କର ପଞ୍ଚମ ତଥା କ୍ରମାଗତ ଚତୁର୍ଥ ଟାଇଟଲ । ଏକ ପାଖିଆ ଫାଇନାଲ୍ରେ ସ୍ଥାନୀୟ ଖେଳାଳି ନାଏ ଥ୍ବେଙ୍କୁ 6-2 ସେଟ୍ରେ ପରାସ୍ତ କରିଛନ୍ତି ଆଡଭାନୀ । ପଙ୍କଜ 150-4, 151-66, 150-50, 7-150, 151-69, 150-0, 133-150 ଏବଂ 150-75 ପଏଣ୍ଟରେ ନାଏ ଥ୍ବେଙ୍କୁ ପରାସ୍ତ କରିଥିଲେ ।
ରାଷ୍ଟ୍ରପତି ଭବନ ସମ୍ମୁଖରେ ଡ୍ରୋନ୍ ଉଡାଇ ପିତା-ପୁତ୍ର ଗିରଫ ହୋଇଛନ୍ତି । ପର୍ଯ୍ୟଟକ ଭିସାରେ ଭାରତ ଆସିଥିବା ଏହି ପିତା ପୁତ୍ର ଦ୍ବୟଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଦୁଇ ଆମେରିକୀୟ ନାଗରିକଙ୍କ ନିକଟରୁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଅଞ୍ଚଳର କିଛି ଫଟୋ ଏବଂ ଭିଡିଓ ଜବତ କରାଯାଇଛି । ଦୁଇ ନାଗରିକଙ୍କ ନାମ ପିଟର ଜେମ୍ସ ଲିନ୍ (65) ଏବଂ ଗୁଇଲାମଲେ ଲିଡବେଟର୍ ଲିନ୍ (30) । ଉଭୟ ସେପ୍ଟେମ୍ବର 14 ତାରିଖରେ ଭାରତକୁ ପ୍ରବେଶ କରିବା ସହିତ ସମାନ ତାରିଖରେ ରାଷ୍ଟ୍ରପତି ଭବନ ପରିସରର ଫଟୋ ଉତ୍ତୋଳନ କରିଛନ୍ତି । ଉଭୟ ଏକ ଅନ୍ଲାଇନ୍ ପୋର୍ଟାଲ ପାଇଁ କାର୍ଯ୍ୟ କରନ୍ତି ଏବଂ ପୋର୍ଟାଲ ନିମନ୍ତେ ଏହି ଭିଡିଓ ବନାଇଥିବା ସ୍ବୀକାର କରିଛନ୍ତି ।
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଏବଂ ଅତ୍ୟାଚାର ବଢି ଚାଲିଥିବା ବେଳେ ଜଣେ ମହିଳାଙ୍କୁ ଦୁଷ୍କର୍ମର ଅଭିଯୋଗ ଆସିଛି। ଚଳିତ ଥର ଅଭିଯୋଗ ଆସିଛି ଖାକି ପୋଷାକ ବିରୋଧରେ। ମୟୁରଭଞ୍ଜର କପ୍ତିପଦା ଥାନର ଏଏସ୍ଆଇଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହା ସହିତ ମହିଳା ଜଣକ ଏହି ମାମଲାରେ ନବୀନ ନିବାସ ସମ୍ମୁଖରେ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି। ମହିଳା ଓ ତାଙ୍କ ଯାଆ ଅଭିଯୋଗ ପାଇଁ ଥାନାକୁ ଯାଇଥିବା ବେଳେ ଆଇଆଇସି ଅଭିଯୋଗ ନରଖି ତାଙ୍କୁ ଅଟକ ରଖିଥିଲେ।
ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ କାରଣରୁ ପାକିସ୍ତାନୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇଙ୍କୁ ସମାଲୋଚନା କରିଛନ୍ତି ଭାରତୀୟ ସୁଟର ହିନା ସିଦ୍ଧୁ। ସେପ୍ଟେମ୍ବର ୧୪ ତାରିଖରେ ମଲାଲା ଏକ ଟ୍ବିଟ୍ କରି କାଶ୍ମୀରରେ ଅବସ୍ଥା ସାଧାରଣ ନଥିବା ନେଇ ପ୍ରକାଶ କରିଥିଲେ। ମଲାଲା ଉଲ୍ଳେଖ କରିଥିଲେ କି, ଅଗଷ୍ଟ ୧୨ ତାରିଖରେ ଜଣେ ଛାତ୍ରୀ ନିଜର ପରୀକ୍ଷା ଦେଇ ପାରିନଥିଲେ। ଏହାପରେ ଟ୍ବିଟ୍ଟର ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଥିଲା କାରଣ ସେହିଦିନ ଭାରତରେ ଇଦ୍ ପାଳିତ ହେଉଥିଲା। ସୋମବାର ଦିନ ଭାରତୀୟ ସୁଟର ତଥା ଅଲମ୍ପିଆନ୍ ହିନାସିଦ୍ଧୁ ମଲାଲାଙ୍କୁ ସମାଲୋଚନା କରିଛନ୍ତି। ହିନା କହିଛନ୍ତି, ନିଜେ ମଲାଲା ପାକିସ୍ତାନରେ ଶିକ୍ଷା ଲାଭ କରିବା ଚେଷ୍ଟାରୁ ଗୁଳି ଖାଇ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି। ଏପରି ପରସ୍ଥିତିରେ କାଶ୍ମୀର ଓ ପାକିସ୍ତାନକୁ ନେଇ ମଲାଲାଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ହିନା କହିଛନ୍ତି। କାଶ୍ମିରକୁ ପାକିସ୍ତାନକୁ ପ୍ରଦାନ କରିବାର ଦାବି…
ହୀରାକୁଦ ଜଳ ଭଣ୍ଡାରର ଆଉ 2ଟି ଗେଟ୍ ବନ୍ଦ ହୋଇଛି । 2ଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ 7 ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 628 ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ 92 ହଜାର 928 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 1 ଲକ୍ଷ 18 ହଜାର 342 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଉଲ୍ଲେଖଯୋଗ୍ୟ ଯେ, ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଛି ।

