କେଦାର ମିଶ୍ର ସେଦିନ ଥିଲା ୨୫, ନଭେମ୍ବର ୧୯୫୮। ଭାରତର ରାଜଭାଷା ବା ଅଫିସିଆଲ ଭାଷା ଭାବରେ କେବଳ ହିନ୍ଦୀ ବ୍ୟବହାର ହେବ ନା ଇଂରାଜୀ ସହିତ ହିନ୍ଦୀର ବ୍ୟବହାର ଅବ୍ୟାହତ ରହିବ, ସେ ସମ୍ପର୍କରେ ରାଜଭାଷା କମିଶନ ଦେଇଥିବା ପରାମର୍ଶ ବିଷୟରେ ଏକ ସଂସଦୀୟ କମିଟି ଚୂଡାନ୍ତ ନିଷ୍ପତ୍ତି ନେବାର ଥାଏ। ସେଦିନ ମାତ୍ର ଗୋଟିଏ ଭୋଟରେ ହିନ୍ଦୀ ଏକମାତ୍ର ରାଜଭାଷା ହେବାର ପ୍ରସ୍ତାବ କାଟ ଖାଇ ଯାଇଥିଲା। କମିଟିର ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ତତ୍କାଳୀନ ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଉପରେ ରାଗିଯାଇ କମିଟିର ଅନ୍ୟତମ ସଦସ୍ୟ ପୁରୁଷୋତ୍ତମ ଦାସ ଟଣ୍ଡନ କହିଲେ- “ଆପଣ ଜଣେ ବିଶ୍ଵାସଘାତକ। ହିନ୍ଦୀ ଭାଷା ପ୍ରତି ଆପଣଙ୍କର କୌଣସି ଅନୁରାଗ ନାହିଁ, ଏକଥା ଆଜି ସ୍ପଷ୍ଟ ହୋଇଗଲା।“ ଟଣ୍ଡନଙ୍କର ଗାଳିରେ ଆଦୌ ବିଚଳିତ ନ ହୋଇ ଗୃହମନ୍ତ୍ରୀ ପନ୍ତ କହିଥିଲେ- “ ମୋ ପାଇଁ ଭାରତର ଏକତା ହିନ୍ଦୀ ଠାରୁ ଅଧିକ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଆଜି ଛାତ୍ର କଂଗ୍ରେସରୁ ପ୍ରାଥମିକ ସଭ୍ୟରୁ ନିଲମ୍ବିତ ହୋଇଛନ୍ତି ଇତିଶ ପ୍ରଧାନ। ଜାତୀୟ ଛାତ୍ର କଂଗ୍ରେସର ଓଡିଶା ପ୍ରଭାରୀ ମୋଥା ରୋହିତ ତାଙ୍କୁ ନିଲମ୍ବିତ କରିଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଏହି ନିଲମ୍ବନ କରାଯାଇଛି। ଇତିଶ କିଛି ଦିନ ତଳେ କଂଗ୍ରେସ ଭବନରେ ନିରଂଜନ ପଟ୍ଟନାୟକଙ୍କ ବିରୋଧରେ ବିବୃତି ଦେଇଥିଲେ। କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ନିରଂଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ବହିସ୍କାର କରାଯାଉ ବୋଲି ଖୋଲିଖୋଲି କହିଥିଲେ। ସେତେବେଳେ ପିସିିିସି ସଭାପତି ନିରଂଜନ ପଟ୍ଟନାୟକ ନୂଆଦିଲ୍ଲୀରେ ଚାଲିଥିବା ଏଆଇସିସିର ବୈଠକରେ ଦଳକୁ କିପରି ସୁଦଢ କରାଯିବ ସେ ନେଇ ଆଲୋଚନା କରୁଥିଲେ। ସେହିସମୟରେ ଇତିଶ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନେଇ ଦଳ ଭିତରେ ବିରୋଧ ହୋଇଥିଲା। ଜାତୀୟ ଛାତ୍ର କଂଗ୍ରେସ ଏ ଖବର ଜାଣିବା ପରେ ଇତିଶଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେବେ କେନ୍ଦ୍ର ସରକାର ଏହା ଧାରକୁ ଉଠାଇ ଠିକ କରିଛନ୍ତି ବୋଲି ବିଜେପି ତରଫରୁ ଚାଲିଛି ଏକ ପ୍ରଚାର ଅଭିଯାନ। ବିଭିନ୍ନ ନେତାମାନେ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ଏହି ଉଚ୍ଛେଦ ସଂପର୍କରେ ଅବଗତ କରାଇବା ସହ ପ୍ରଚାର ପୁସ୍ତିକା ମଧ୍ୟ ପ୍ରଦାନ କରୁଛନ୍ତି। ସେହି ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା। ସେ ଆଜି ଭୁବନେଶ୍ବରରେ ପ୍ରତିଷ୍ଠିତ ଶିଶୁ ବିଶେଷଜ୍ଞ ଡାକ୍ତର ପି.ଏନ.ଗୋବିନ୍ଦରାଜୁଲୁଙ୍କୁ ସାକ୍ଷାତ କରି ଏହି ଧାରା ଉଚ୍ଛେଦ ସଂପର୍କରେ ଅବଗତ କରାଇଛନ୍ତି। ଡାକ୍ତର ଗୋବିନ୍ଦରାଜୁଲୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ ପାଇଁ ମ୍ୟାଲେରିଆ ପ୍ରତିକାର ଏବଂ ଚିକିତ୍ସା ଉପରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଅଖିଳ ଭାରତ ଭାସଭି ପେନୁଗୋଣ୍ଡା ମନ୍ଦିର ଟ୍ରଷ୍ଟର ସଭାପତି ଅଛନ୍ତି। ତାଙ୍କୁ ଜୟ…
ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍କଟନମ୍ରେ ବଡ଼ ଅଘଟଣ ଘଟିଛି। ରାଜମହେନ୍ଦ୍ରୀରୁ ପାପିକୋଣ୍ଡାଲୁ ଯାଉଥିବେଳେ ଲଞ୍ଚଟି ବୁଡ଼ିଯାଇଛି। ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିବାବେଳେ ଅଘଟଣ। ମୋଟର ଲଞ୍ଚରେ ୧୧ ଷ୍ଟାଫ୍ ସମେତ ୬୨ ଯାତ୍ରୀ ଥିଲେ। ଏନ୍ଡିଆରଏଫ୍ ଟିମ୍ଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାରକୁ ଆନ୍ଧ୍ର ସରକାରଙ୍କ ୧୦ ଲକ୍ଷର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।
ସମୀକ୍ଷା ବ୍ୟୁରୋ ଦେଶରେ ଜାରି ହୋଇଥିବା ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ପରେ ଲାଇସେନ୍ସ, ପଲ୍ୟୁସନ୍ ଓ ଇନ୍ସ୍ୟୁରାନ୍ସ ଆଦିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ତେବେ ନୂତନ ନିୟମ ଟିକେ ଅଧିକ କଡ଼ା ହୋଇଥିବାରୁ ରାଜ୍ୟସରକାର ଏହି କ୍ଷେତ୍ରରେ ତିନିମାସର କୋହଳ କରିଛନ୍ତି। କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ଦ୍ବାରା ମୋଟା ଅଙ୍କର ଜରିମାନା ସହିତ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ନୂତନ ସଡକ ନିୟମ ଆସିବା ପରେ ଏବେ ସମେସ୍ତ ଡ୍ରାଇଭିଂ ଲାଇସେନ୍ସ ପଞ୍ଜିକରଣ ଓ ନବୀକରଣ କରିବାରେ ଲାଗିପଡିଛନ୍ତି। ତେବେ ଆସନ୍ତୁ ଜାଣିବା ଆମେ କିପରି ଡ୍ରାଇଭିଂ ଲାଇସେନ୍ସ କରିପାରିବା। ଯାନର ପ୍ରକାରକୁ ଦେଖି ଭିନ୍ନ ଭିନ୍ନ ଲାଇସେନ୍ସ ଜାରି କରାଯାଇଥାଏ। ତେବେ ବିଭିନ୍ନ ଡ୍ରାଇଭିଂ ଲାଇସେନ୍ସଗୁଡ଼ିକ ମଧ୍ୟରେ ରହିଛି – ବିନା ଗିୟର ବାଲା ମୋଟରସାଇକେଲ ଲାଇସେନ୍ସ ଗିୟରବାଲା ମୋଟରସାଇକେଲ ଲାଇସେନ୍ସ ଇନ୍ଭାଲିଡ୍ କ୍ୟାରେଜ୍ ହାଲୁକା ମୋଟର ଯାନ ମଧ୍ୟମ ଗୁଡସ୍ ଯାନ…
ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ମୋଟର ଲଞ୍ଚ ବୁଡ଼ି ୨୩ ଜଣ ନିଖୋଜ ହୋଇଛନ୍ତି। ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍ଟନମ୍ରେ ବଡ଼ ଅଘଟଣ ଘଟିଯାଇଛି। ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ଏହି ମୋଟର ଲଞ୍ଚରେ ୧୧ ଷ୍ଟାଫ୍ଙ୍କ ସମେତ ୫୦ ଜଣ ଯାତ୍ରୀ ରହିଥିଲେ। ୨୭ ଜଣ ଯାତ୍ରୀ ପହଁରି ପହଁରି କୂଳରେ ଲାଗିଥିବାର ସୂଚନା ରହିଛି। ପୋଲିସ୍ ଓ ଉଦ୍ଧାରକାରୀ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଦେଶର ଯୁବଶକ୍ତିଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏବେ ବିରୋଧୀଙ୍କ ଟାର୍ଗେଟରେ ଆସିଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ସନ୍ତୋଷ ଗଙ୍ଗଓ୍ବାରଙ୍କ ବୟାନକୁ ନେଇ ଆକ୍ରମଣ କରି କହିଛନ୍ତି ଯେ, ପାଞ୍ଚ ବର୍ଷ ଭିତରେ ଆପଣଙ୍କ ସରକାର ଚାକିରି ସୃଷ୍ଟି କରି ପାରିଲା ନାହିଁ । ଆଉ ଯାହା ଚାକିରି ଥିଲା ତାହା ଆର୍ଥିକ ମାନ୍ଦବାସ୍ଥା ସବୁ ଛଡେଇ ନେଉଛି । ସନ୍ତୋଷ ଗଙ୍ଗଓ୍ବାର ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ କହିଥିଲେ ଯେ, ଦେଶରେ ରୋଜଗାରର ସମସ୍ୟା ନାହିଁ, ବରଂ ଉତ୍ତର ଭାରତୀୟଙ୍କ ଯୋଗ୍ୟତାରେ କମି ରହିଛି । ପ୍ରିୟଙ୍କା ଗଙ୍ଗଓ୍ବାରଙ୍କ ଏହି ବୟାନର ଜବାବ ଦେବା ସହିତ କହିଛନ୍ତି ଯେ, ଦେଶର ଯୁବକ ସରକାର କିଛି କରିବେ ବୋଲି ରାସ୍ତା ଦେଖୁଥିବାବେଳେ, ଆପଣ ଉତ୍ତର ଭାରତୀୟଙ୍କୁ ଅପମାନ କରି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛ, ଯାହା ଏବେ…
ସମୀକ୍ଷା ବ୍ୟୁରୋ ସାଧାରଣତଃ କର୍ମଜୀବୀ ମହିଳାମାନେ ଘର, ଅଫିସ୍ ଆଦିରେ ଦୌଡ଼ି ଦୌଡ଼ି ନିଜ ଶରୀରକୁ ଅଣଦେଖା କରିଥା’ନ୍ତି। ବଦଳୁଥିବା ଲାଇଫ୍ଷ୍ଟାଇଲ୍ ସହିତ ଖାଦ୍ୟପେୟର ଅନିୟମତତାକୁ ନେଇ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଭୋଗ କରନ୍ତି। କିନ୍ତୁ ଯଦି ଆପଣମାନେ ନିଜ ଖାଦ୍ୟରେ ଅଲିଭ୍ ଅଏଲ୍କୁ ସାମିଲ୍ କରିବେ, ତାହେଲେ ନିଜକୁ କେତେ ପ୍ରକାରର ସମସ୍ୟାରୁ ମୁକ୍ତ ରଖି ପାରିବେ, ତେବେ ଆସନ୍ତୁ ଜାଣିବା ଡାଏଟ୍ରେ ଅଲିଭ୍ ଅଏଲ୍ର ସାମିଲ୍ ହେବା ଦ୍ବାରା କ’ଣ କ’ଣ ସବୁ ଉପକାର ହୋଇପାରୁଛି। ହୃଦୟ ପାଇଁ ଔଷଧ : ଅଲିଭ୍ ଅଏଲ୍ରେ ଓମେଗା ୬ ଓ ଓମୋଗା ୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ମିଳିଥାଏ। ହୃଦୟରୋଗ ପାଇଁ ଏହା ବେଷ୍ଟ ଟନିକ୍ ରୂପେ ଜଣାଯାଏ। ତେଣୁ ଦୈନନ୍ଦିନରେ ଅଲିଭ୍ ଅଏଲ୍ ବ୍ୟବହାର ଦ୍ବାରା ହାର୍ଟ ଔଷଧ ରୂପେ କାର୍ଯ୍ୟ କରିବ। କ୍ୟାନସରରୁ ରକ୍ଷା : ଅଲିଭ୍ ଅଏଲ୍ରେ ଓଲିକ୍ ଏସିଡ୍ ନାମକ ଫେଟି…
ଅନ୍ତର୍ରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମମତା ବର୍ତ୍ତମାନ ଦେଶର ଅବସ୍ଥାକୁ ‘ସୁପର୍ ଇମରଜେନ୍ସି’ ସହ ତୁଳନା କରିବା ସହିତ ଲୋକଙ୍କୁ ନିଜେ ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି। ମମତା କହିଛନ୍ତି ଯେ, ଅନ୍ତରାର୍ଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ସମସ୍ତେ ନିଜ ସାମ୍ବିଧାନିକ ମୂଲ୍ୟକୁ ରକ୍ଷା କରିବାର ଶପଥ ନେବା ଉଚିତ୍। ମମତା ବାନାର୍ଜୀ ଏକ ଟୁଇଟ୍ ଜରିଆରେ ଏହା କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦି ସରକାରଙ୍କ ଏକ ଦୃଢ ସମାଲୋଚକ। ନିକଟରେ କେନ୍ଦ୍ର ସରକାର ଲାଗୁ କରିଥିବା ସଂଶୋଧିତ ନୂତନ ମୋଟର ଯାନ ଆଇନ ମମତା ପଶ୍ଚିମବଙ୍ଗରେ ଜାରି କରିବାକୁ ମନା କରିବା ସହିତ କହିଛନ୍ତି ଯେ, ଏହାଦ୍ବାରା ଲୋକଙ୍କ ଉପରେ ବୋଝ ବଢିବ।
ସମୀକ୍ଷା ବ୍ୟୁରୋ ଏଣିକି ଜିଲ୍ଲାର ଯେତେସବୁ ବୈଠକ ହେଉ କିମ୍ବା ସେମିନାର, ଏଥିରେ ଆଉ ପ୍ଲାଷ୍ଟକ କିମ୍ବା ଅନ୍ୟ ପ୍ଲେଟରେ ସ୍ନାକ୍ସ ପ୍ରଦାନ କରାଯିବ ନାହିଁ। ତା ବଦଳରେ ଜିଲ୍ଲାରେ ମିଳୁଥିବା ଶାଳପତ୍ର ପ୍ଲେଟ ବ୍ୟବହାର କରାଯିବ। ଜିଲ୍ଲାରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ରୋକିବା ପାଇଁ କେଉଁଝର ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ଜିଲ୍ଲାପାଳ, ତହସିଲଦାର, ବିଡିଓ କାର୍ଯ୍ୟାଳୟରେ ଯେତେ ବୈଠକ ହେବ ସେଥିରେ ଏହି ଶାଳପ୍ଲେଟ ବ୍ୟବହାର କରାଯିବ। ଏହାଦ୍ବାରା ଆଦିବାସୀଙ୍କ ଦ୍ବାରା ତିଆରି ଏହି ପ୍ଲେଟର ଭଲ ବିକ୍ରି ହେବା ସହିତ ସେମାନଙ୍କର ଦୁଇ ପଇସା ରୋଜଗାର ହୋଇପାରିବ। ଅନ୍ୟପକ୍ଷରେ ପ୍ଲାଷ୍ଟକ ବ୍ୟବହାର ନେଇ ଯେଉଁ ସମସ୍ୟା ଉପୁଜୁଛି ଏହା ଦ୍ବାରା ସମାଧାନ ହୋଇପାରିବ ବୋଲି ପ୍ରଶାସନ ଆଶା କରିଛି। କେଉଁଝର ଜିଲ୍ଲା ଏକ ପ୍ରାକୃତିକ ସଂପଦର ଜିଲ୍ଲା ହୋଇଥିବାରୁ ସେଠାରେ ପ୍ଲାଷ୍ଟିକ ପଦାର୍ଥ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ସେଥିପାଇଁ ଜିଲ୍ଲା…
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣିଥରେ ଭାରତ ସହ ଯୁଦ୍ଧ କରିବାର ଧମକ ଦେଇଛନ୍ତି। ତେବେ ଏହି ଧମକ ଦେବା ସହିତ ପାକିସ୍ତାନ ଭାରତ ସହିତ ପାରମ୍ପରିକ ଯୁଦ୍ଧ କଲେ ପାକିସ୍ତାନ ହାରିଯିବ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ତେବେ ଯଦି ଯୁଦ୍ଧ ଆରମ୍ଭ ହେଲା, ତେବେ ପରମାଣୁ ଆକ୍ରମଣରେ ଶେଷ ହେବ ବୋଲି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ,ପାରମ୍ପରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ। ଏହାର ଅର୍ଥ ସେ ଆତ୍ମସମର୍ପଣ କରିବ ନଚେତ ଶେଷ ଯାଏଁ ଲଢିବ। ପାକିସ୍ତାନ ଶେଷ ଯାଏଁ ଲଢିବ। କାରଣ ପରମାଣୁ ସମ୍ପର୍ଣ୍ଣ ଦେଶ ମଧ୍ୟରେ ଲଡେଇ ହେଲେ ପରିସ୍ଥିତି ଭୟାବହ ହେବ। କାଶ୍ମୀର ପ୍ରସଙ୍ଗରେ ପରମାଣୁ ଯୁଦ୍ଧ ହେବ ବୋଲି କହିଛନ୍ତି ଇମ୍ରାନ୍ ଖାନ୍। ଭାରତ ସହ ଶେଷ ନିଃଶ୍ବାସ ଯାଏଁ ଲଢିବୁ ବୋଲି କହିଛନ୍ତି…
ଚିତ୍ରକୋଣ୍ଡାରେ ଡଙ୍କା ବୁଡି ତିନି ଜଣ ଲୋକ ନିଖୋଜ ହୋଇଥିବାର ଖବର ମିଳିଛି। ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡି ଥିବା ଘଟଣା ଶୁଣିବାକୁ ମିଳିଛି। ଡଙ୍ଗାଟି ନାକାମାମୁଡୁରୁ ତୋଟାଗୁଡା ଯିବା ବାଟରେ ଅଘଟଣ ହୋଇଥିବାର ସୂଚନା ରହିଛି। ଏହି ଡଙ୍ଗାରେ ୪ ଜଣ ଯୁବକ ଯାତ୍ରା କରୁଥିବାବେଳେ ଅଧା ବାଟରେ ଆମ୍ବିଳିବେଢା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୪ଜଣଙ୍କ ମଧ୍ୟରୁ ତିନିଜଣଙ୍କ ସନ୍ଧାନ ମିଳୁନି। ତନ୍ମଧ୍ୟରୁ ଜଣେ ଯୁବକ ପହଁରି ପହଁରି ଆସି କୂଳରେ ଲାଗିଥିବା ଜଣାପଡିଛି।
ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ଜିଲ୍ଲାର ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତକାଲି ସୁଦ୍ଧା ଜିଲ୍ଲାରେ ହୋଇଥିବା ୨୦୦ଟି ରକ୍ତ ନମୁନାର ପରୀକ୍ଷାରେ ୩୦ଟି ପଜିଟିଭ୍ ବାହାରିଛି। ଜିଲ୍ଲାର ଖତକୁରାବାହାଲରେ ସର୍ବାଧିକ ୨୮ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସୁନ୍ଦରଗଡ ସହରରେ ଜଣେ, ବୀରମିତ୍ରପୁରରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ୨୨ ଜଣଙ୍କ ଚିକିତ୍ସା ଜିଲ୍ଲା ଚିକିତ୍ସାଳୟରେ ଜାରି ରହିଥିବା ବେଳେ ୭ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
କେଦାର ମିଶ୍ର ଆଜି ଯାଏ ବିଜୁ ଜନତା ଦଳ ଓ ଏହାର ସରକାର ପରିଚାଳନାରେ ବରିଷ୍ଠ ପ୍ରଶାସକ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ନେଇ ବହୁ ପ୍ରକାର କଳ୍ପନା ଜଳ୍ପନା, ଗୁଜବ-କାହାଣୀ ଓ ସଙ୍କେତ ସବୁ ମିଳୁଥିଲା। ସରକାର ଉପରେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ବି ହେଉଥିଲା। ହେଲେ ଖୋଲାଖୋଲି ତାଙ୍କୁ କେହି ଦେଖୁନଥିଲେ ବା ତାଙ୍କ କଥା ଶୁଣିବାକୁ ମିଳୁନଥିଲା। ଅନେକ ତ ତାଙ୍କ ଚେହେରା ମଧ୍ୟ କେବେ ଦେଖିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ଘନିଷ୍ଠ ଓ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ କେବଳ ନୁହେଁ, ସେ ଏକ ପ୍ରକାର ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ରହିଥିବା କଥା ସମସ୍ତେ ଜାଣନ୍ତି। ପାଣ୍ଡିଆନଙ୍କ ଆଗରୁ ଆହୁରି ଅନେକ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ। ହେଲେ ନବୀନ ବାବୁ କାହା ଉପରେ ଏତେଟା ନିର୍ଭରଶୀଳ କେବେ ବି ନଥିଲେ। ଏବେ ବିଜେଡ଼ିର…

