Author: Samikhsya Bureau

କଟକ ବଜ୍ରକବାଟୀ ରୋଡ଼ରେ ଥିବା ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ କଟକରେ ବିଏସଏନଏଲ ସେବା ଠପ୍ ହୋଇଯାଇଛି । କଟକ ବଜ୍ରକବାଟୀ ରୋଡ଼ର ବିଏସଏନଏଲ ଅଫିସର ଚତୁର୍ଥ ମହଲାରେ ଭୀଷଣ ଆକାରରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଏକାଧିକ ଅଗ୍ନିଶମ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି କରଛନ୍ତି । ଏହି ଅଗ୍ନିକାଣ୍ଡ କାରଣରୁ କଟକରେ ବିଏସଏନଏଲ ସେବା ଠପ୍ ହୋଇଯାଇଛି ।  ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ  ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଫିସରେ ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ ବାହାରକୁ ବାହାରି ଯାଇଥିବା ସୂଚନା ମିଳିଛି । କିନ୍ତୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ସମୟରେ ଅଫିସରେ ପ୍ରାୟ ୪୦ଜଣ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

Read More

ସେୟାର ବଜାର ନିବେଶକଙ୍କ ପାଇଁ ଖୁସି ଖବର । ଭାରତ ସରକାରଙ୍କ ପକ୍ଷରୁ କର୍ପୋରେଟ୍‌ ଟିକସ୍‌ ହ୍ରାସ ନେଇ ଘୋଷଣା କରାଯିବା ପରେ ଏହାର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି । ବିଗତ ତିନି ଦିନ ଧରି ତଳୁଆ ରହିଥିବା ସେୟାର ବଜାରରେ ଚମତ୍କାର ଅଭିବୃଦ୍ଧି ଘଟିଛି । ସପ୍ତାହର ଅନ୍ତିମ ଦିନରେ ସେନ୍‌ସେକ୍ସ 1955 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟି ଏହି ସମୟରେ 568 ପଏଣ୍ଟ ଉପରକୁ ଉଠି 11 ହଜାର ପଏଣ୍ଟ ଅତିକ୍ରମ କରିଛି । ସେନସେକ୍ସ 1955.46 ପଏଣ୍ଟ ବୃଦ୍ଧି ସହିତ 38048.93 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ 11272.80 ପଏଣ୍ଟରେ ପହଞ୍ଚିଛି । ଆଜିର ଅଭିବୃଦ୍ଧି ବିଗତ ଐକ ବର୍ଷ ମଧ୍ୟରେ ସର୍ବାଧିକ ପୂର୍ବ ଏକ ବର୍ଷ ମଧ୍ୟରେ ସେୟାର ବଜାର ଏକାଥରେ 1500 ପଏଣ୍ଟ ଅତିକ୍ରମ କରିନଥିଲା ।

Read More

ଓଡ଼ିଆ ଭାଷାଭାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗଲ୍‌ । ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ଆପ୍ଲିକେସନ୍‌ରେ ସ୍ଥାନ ପାଇଛି । ପରେ ଅନ୍ୟ ଆପ୍‌ରେ ମଧ୍ୟ ଓଡ଼ିଆ ବିକଳ୍ପ ରହିବ । ପୂର୍ବରୁ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଏବଂ ମାଲାୟଲମ୍‌ ପୂର୍ବରୁ ଗୁଗଲ ଆପ୍ଲିକେସନ୍‌ରେ ସ୍ଥାନ ପାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଆ ଭାଷାକୁ ଗୁଗୁଲ୍‌ ଆପ୍‌ରେ ସାମିଲ କରାଯାଇଛି । ଅନ୍ୟ ସବୁ ଆପ୍ଲିକେସନ୍‌ ମଧ୍ୟରେ ଗୁଗଲ୍‌ ଲେନ୍ସ ଏବଂ ଗୁଗଲ୍‌ ବୋଲୋ ଆଦି ଆପ୍ଲିକେସନ୍‌ ଆଦି ରହିଛି ।

Read More

ଭୁବନେଶ୍ବର ବ୍ୟାଙ୍କକ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ହୋଇଛି । ଉଡାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କଲେ ଏୟାର ଏସିଆ କର୍ତ୍ତୃପକ୍ଷ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି କରି ଜଣାଇଲେ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକକୁ ଉଡ଼ୁଥିବା ବିମାନ କିଛିଦିନ ପାଇଁ ବନ୍ଦ ରହିବ । ଏହି ବିମାନ ସପ୍ତାହରେ ୩ଦିନ ଉଡ଼ିବା ସହ ୧୮୦ ଜଣ ଯାତ୍ରୀ ଯିବା ସୁବିଧା ଥିଲା । ବିମାନ ଉଡ଼ାଣ ସାମୟିକ ବନ୍ଦ ରହିବା ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧ ଭାବେ ଚିଠି ପଠାଇ ଜଣାଇଛନ୍ତି । କିନ୍ତୁ ପୁଣି କେବେ ଠାରୁ ଏହି ବିମାନ ଉଡ଼ାଣ ଭରିବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସମୟ ନିଦ୍ଧାରିତ ହୋଇନାହିଁ । ଏହି ବିମାନ ଉଡ଼ାଣ ଚଳିତ ମାସ ୨୫ରୁ ବନ୍ଦ ସମ୍ଭାବନା ରହିଛି ।

Read More

ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଶେଷରେ ଗିରଫ କରାଯାଇଛି । ଏସ୍‌ଆଇଟି ଓ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଛି । ଏସ୍‌ଆଇଟି ଟିମ୍‌ ପ୍ରଥମେ ଚିନ୍ମୟାନନ୍ଦଙ୍କୁ ଟ୍ରମା ସେଣ୍ଟର୍‌ ନିଆଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବାର ରହିଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏସ୍‌ଆଇଟି ଏହି ମାମଲାର ତଦନ୍ତ ଭାର ନେଇଛି ।

Read More

ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୨୭ ତାରିଖର ଭୋଟ ଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ ଅଧିକାରୀ ପହଞ୍ଚିଛନ୍ତି । ସଭାପତି, ଉପସଭାପତି, ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ହେବ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।  ସମ୍ପାଦକ ପଦ ଦୌଡ଼ରେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ରହିଛନ୍ତି । ତେବେ ଆଶୀର୍ବାଦ ବେହେରା ନିର୍ବାଚନରେ ଭୋଟ ଦେଇପାରିବେ । ତାଲିକା ତାଙ୍କ ନାଁ ଥିବାରୁ ସେ ଭୋଟଦେବାକୁ ଯୋଗ୍ୟ । ଗତକାଲି ତାଙ୍କୁ ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଗିରଫ କରିଛି ।

Read More

ଦେଶରେ ଲଗାଗି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ ଉତ୍ପାଦନ ଉପରେ ଆୟକର ୧୫ ପ୍ରତିଶତକୁ ହ୍ରାସ କରାଯିବ । ସେହିପରି ଆମଦାନୀ ଜରିଆରେ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ବର୍ହିଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଉତ୍ପାଦନ ଉପରେ ୧୮.୫ ପ୍ରତିଶତର ଜିଏସ୍‌ଟି ଲାଗୁ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି । ଆମେରିକା ସହିତ ବାଣିଜ୍ୟ କାରବାର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତରେ ବର୍ହିଶୁଳ୍କ ହ୍ରାସ କରିବା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି । ସେହିପରି ସେନ୍‌ସେକ୍ସ ୮୦୦ ପଏଣ୍ଟ ତଳକୁ ଖସିଥିବାରୁ କର୍ପୋରେଟ୍‌ ଟିକସ ବ୍ୟବସ୍ଥାରେ ହ୍ରାସ ନେଇ ମଧ୍ୟ ଘୋଷଣା କରାଯାଇଛି । ସମସ୍ତ ଘରୋଇ କମ୍ପାନୀ ମାନଙ୍କ ପାଇଁ ଏହି ବ୍ୟବସ୍ଥା…

Read More

ଆମେରିକାର ଓ୍ବାଶିଂଟନ୍‌ରେ ଏକ ଗୁଳିକାଣ୍ଡ ଘଟିଛି । ଗୁରୁବାର ରାତିରେ ଓ୍ବାଶିଂଟନ୍‌ରେ ଘଟିଥିବା ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । 5 ଜଣ ଆହତ ହୋଇଥିଲେ ମଧ୍ୟ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାଟି ହ୍ବାଇଟ୍‌ ହାଉସ୍‌ର ମାତ୍ର ଦୁଇରୁ ତିନି କିମି ଦୂରତା ମଧ୍ୟରେ ସଙ୍ଗଠିତ ହୋଇଥିଲା । କଲମ୍ବିଆ ହାଇଟ୍‌ସ ଅଞ୍ଚଳରେ 14 ନମ୍ବର ରାସ୍ତାରେ ଜଣେ ଅଜଣା ଆତତାୟୀ ଗୁଳି ଚାଳନା କରିବାରୁ ଏହି ଦୁର୍ଘଟଣା ଘଟିଥିଲା ।

Read More

ଜମ୍ମୁ କାଶ୍ମୀରରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା 5 ରାଜନେତା ଗୃହବନ୍ଦୀରୁ ମୁକୁଳିଛନ୍ତି । ଗୃହବନ୍ଦୀରୁ ମୁକୁଳିବା ନିମନ୍ତେ ଏହି 5 ଜଣ ରାଜନେତା ଏକ ବଣ୍ଡ ସ୍ବାକ୍ଷର କରିଛନ୍ତି । ଧାରା 107 ଅନୁଯାୟୀ ଏହି ସମସ୍ତ ରାଜନେତା ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି 5 ରାଜନେତାଙ୍କ ମଧ୍ୟରେ ଜଣେ ହୁରିୟାତ ନେତା ମିରଓ୍ବେଜ୍‌ ଉମର୍‌ ଫାରୁକ୍‌ ରହିଥିବା ବେଳେ ନ୍ୟାସନାଲ କନଫରେନ୍ସର ଦୁଇ ଜଣ ନେତା, ପିଡିପି ଏବଂପିପୁଲ୍ସ କନଫରେନ୍ସର ଜଣେ ଲେଖାଏଁ ନେତାଙ୍କୁ ଗୃହବନ୍ଦୀରୁ ମୁକୁଳା ଯାଇଛି । ଏହା ସହିତ 36 ଜଣ ଅନ୍ୟ ରାଜନେତାଙ୍କୁ ମଧ୍ୟ ମୁକୁଳା ଯାଇଛି ।

Read More

କେଦାର ମିଶ୍ର ସରକାରୀ ଘର ଖଣ୍ଡିଏ ପାଇଲା ପରେ ତାକୁ ଯାବଜ୍ଜୀବନ ଜାବୁଡି ଧରିବା ଲାଗି ରାଜନୈତିକ ନେତାମାନେ ଏତେ ବିକଳ ହୁଅନ୍ତି କାହିଁକି? ସତରେ କଣ ସେମାନେ ଅଭାବୀ ନା ବାସହୀନ? ତେବେ ସବୁ ନେତା ବା ସରକାରୀ ବାବୁ ସେମିତି ନୁହନ୍ତି। ଅନେକ ସରକାରୀ କର୍ମଚାରୀ ବା ରାଜନେତା ଅଛନ୍ତି ଯେଉଁମାନେ ଚାକିରିରୁ ଅବସର ନେବା ପରେ ବା ସରକାରୀ ଦାୟିତ୍ବରୁ ଅବ୍ୟାହତି ପାଇଲା ପରେ, ତୁରନ୍ତ ସରକାରୀ ଘର ଖାଲି କରିଦିଅନ୍ତି। ସାଧାରଣ ନୈତିକତାର ଏମିତି ଏକ ଉଚ୍ଚାଙ୍ଗ ଉଦାହରଣ ପ୍ରସ୍ତୁତ କରିଥିଲେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ. ଚେଲମେଶ୍ଵର। ବିଚାରପତି ପଦରୁ ଅବସର ନେବାର ୨୪ ଘଣ୍ଟା ଭିତରେ ସେ ନିଜର ସରକାରୀ ଘର ଛାଡି ନିଜ ଗାଁକୁ ଚାଲିଆସିଥିଲେ। ରାଜନୀତିରେ ରହିଥିବା କିଛି ନେତା ମଧ୍ୟ ଏ ପ୍ରକାର ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ ନିର୍ବାଚନ ପରେ ନୂଆ ସରକାର ଗଠନ…

Read More

ମାଲକାନଗିରି ଜିଲ୍ଲାର ଯନ୍ତାପାଇରେ ଆଜି 144 ଧାରା ଜାରି କରାଯାଇଛି । ଏହା ସହିତ ସାପ୍ତାହିକ ହାଟ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜନୈକ ବ୍ୟକ୍ତି ରାଜୁ ହନ୍ତାଳଙ୍କ ମୃତ୍ୟୁକୁ କେନ୍ଦ୍ର କରି ଶତାଧିକ ଆଦିବାସୀ ମେଳି କରିଛନ୍ତି । ଯବାନ ମାନେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ 13 ତାରିଖରେ ଯନ୍ତାପାଇ ସାପ୍ତାହିକ ହାଟରେ ରାଜୁ ହନ୍ତାଳ ଥିଲେ । ଏହି ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ତାଙ୍କ ସହିତ ଥିଲେ । ଦୁଇ ଜଣ ଲୋକ ବିଏସ୍‌ଏଫ୍‌ ଯବାନ ପରିଚୟ ଦେଇ ରାଜୁଙ୍କୁ ଡାକି ନେଇଥିଲେ । ପରଦିନ ଅଙ୍ଗନବାଡି କେନ୍ଦରୁ ତାଙ୍କ ମୃତ ଦେହ ମିଳିବା ପରେ ଉତ୍ତେଜନା ଦେଖା ଦେଇଥିଲା ।

Read More

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଲିସ 5 ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରି ସେମାନଙ୍କ ଠାରୁ 15 କୋଟି ମୂଲ୍ୟର ହେରୋଇନ ଜବତ କରିଛି । ଅଭିଯୁକ୍ତ ମାନେ ହେରୋଇନ୍‌ର କ୍ୟାପ୍‌ସୁଲ୍‌ ବନାଇ ନିଜ ପାକସ୍ଥଳୀ ଜରିଆରେ ଏହାକୁ ନେଇ ଯାଉଥିଲେ । 5 ଜଣଙ୍କ ପେଟରୁ 370ଟି କ୍ୟାପ୍‌ସୁଲ୍‌ ଜବତ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଓ କଷ୍ଟମ ବିଭାଗ ଏକ ଯୁଗ୍ମ ଅପରେଶନ କରିଥିଲେ । ଡ୍ରଗ୍ସ ଚାଲାଣକାରୀମାନଙ୍କ ବାବଦରେ ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ପକ୍ଷରୁ ପୂର୍ବରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ କଷ୍ଟମ ଏୟାର ଇଣ୍ଟେଲିଜିଏନ୍ସ, କଷ୍ଟମ ପ୍ରିଭେଣ୍ଟିଭ ଓ ସ୍ପୋଶାଲ ସେଲ ମିଳିତ ଭାବେ ଚଢ଼ାଉ କରିଥିଲେ । ବିମାନବନ୍ଦରର ଟର୍ମିନାଲ 3ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Read More

ସମ୍ବଲପୁରର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଡାୟାଲିସିସ କକ୍ଷ ନିକଟରେ ରହିଥିବା ବ୍ୟାଟେରୀ ରୁମ୍‌ରେ ସର୍ଟ ସର୍କିଟ୍‌ କାରଣରୁ ଏହି ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ଡାୟାଲିସିସ କକ୍ଷ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି ।

Read More

ଢେଙ୍କାନାଳର କୁଲେଇଲରେ ଏକ ବୋମାମାଡ ଘଟଣା ସମ୍ମୁଖକୁ ଆସିଛି । ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି ଘଟଣାରେ କେହି ଆହତ ହୋଇନଥିବା ପୋଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗ୍ୟାଙ୍ଗ ଓ୍ବାର କିମ୍ବା ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା କାରଣରୁ ଏହି ବୋମାମାଡ ଘଟିଥିବା ନେଇ ପୋଲିସ ଅନୁମାନ ଲଗାଇଛି ।

Read More

ସମୀକ୍ଷା ବ୍ୟୁରୋ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ଥିବା ଏବଂ ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ ଏହି ପରୀକ୍ଷଣ କରାଯାଇଥିଲା । ୧୬ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ସମସ୍ତ ସମ୍ଭାବ୍ୟ ବିପଦକୁ ଲକ୍ଷ୍ୟ ଭେଦ କରିବା ଉଦ୍ଦେଶ୍ୟରେ ଯୁଦ୍ଧ ବିମାନକୁ ଲକ୍ଷ୍ୟ କରାଯାଇ ଭାରତୀୟ ବାୟୁସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା । ଏହି ଅବଧିରେ ଭିନ୍ନ ଭିନ୍ନ ଭାବେ କ୍ଷେପଣାସ୍ତ୍ରର ୫ଟି ପରୀକ୍ଷଣ କରାଯାଇଥିଲା । ଏହି ଅଭିଯାନ ସମୟରେ, କ୍ଷେପଣାସ୍ତ୍ରର ବିଧ୍ୱଂସୀ ସାମର୍ଥ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଯୁଦ୍ଧାସ୍ତ୍ର ବହନକାରୀ ତିନୋଟି କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ଭାବେ ଛଡ଼ାଯାଇଥିଲା ଏବଂ ଘୂର୍ଣ୍ଣାୟମାନ ଲକ୍ଷ୍ୟକୁ ବିଧ୍ୱଂସ…

Read More

ଭୁବନେଶ୍ଵରକୁ ବିଶ୍ଵସ୍ତରୀୟ ରେଳ ଷ୍ଟେସନ ପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଭୟ ପକ୍ଷ ମଧ୍ୟରେ ଏମଓୟୁ ହୋଇଛି। ଏହି ଏମଓୟୁ ସ୍ଵାକ୍ଷରିତ ହେବା ସମୟରେ  ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହି ପ୍ରକଳ୍ପ ପାଇଁ ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଖର୍ଚ୍ଚ କରିବେ। ଏଥିରେ ଦୁଇଟି ଅତିରିକ୍ତ ଲାଇନ, ଗୋଟିଏ ପ୍ଲାଟଫର୍ମ ନିର୍ମାଣ ହେବ। ଏଥିପାଇଁ ହେବାକୁ ଥିବା ୭୦ କୋଟି ଟଙ୍କା କେନ୍ଦ୍ର ଖର୍ଚ୍ଚ କରିବ। ଅନ୍ୟପଟେ ନୂଆ ଷ୍ଟେସନ ବିଲ୍ଡିଂ ପାଇଁ ୬୦ କୋଟି ଟଙ୍କା ରାଜ୍ୟ ସରକାର  ବିନିଯୋଗ କରିବେ।  ଏଥିରେ ମଲଟିମୋଡାଲ ହବରେ ନୂଆ ଟର୍ମିନାଲ ସୈାଧ ଓ ସିଟିବିସ ଟର୍ମିନାଲ ତିଆରି କରାଯିବ। ଏହା ସହିତ ଅତ୍ୟାଧୁନିକ ସୁଇମିଂ ପୁଲ, କାର ପାର୍କିଂ…

Read More

ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ ଶୋ ‘ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଫା)’ ଆୟୋଜିତ ହୋଇଯାଇଛି। ଏହା ସହିତ ଆଇଫା ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଥିଲା। ଏଥିରେ ବଲିଉଡ୍‌ର କଳାକାରଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା ଦେଖିବାକୁ ମିଳିଥିଲା। ଏଥିରେ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଫିଲ୍ମ ‘ରାଜି’କୁ ମିଳିଛି । ଆଲିଆ ରାଜି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇଥିବାବେଳେ ପଦ୍ମାବତ୍‌ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ହାତେଇଛନ୍ତି ରଣବୀର ସିଂହ ।  ସେହିପରି ଭିନ୍ନ ସ୍ବାଦର ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହ ଅଭିନେତା ପାଇଁ ବିକି କୌଶଲ୍‌ ସମ୍ମାନିତ ହୋଇଛନ୍ତି । ସାରା ଅଲ୍ଲୀ ଖାନ୍‌ ନବାଗତାର ପୁରସ୍କାର ପାଇଥିବାବେଳେ ଈଶାନ୍‌ ଖଟ୍ଟର ନବାଗତର ପୁରସ୍କାର ପାଇଙଛନ୍ତି । ହାସ୍ୟକଳାକାର ଜଗଦୀପ୍‌ ଜାଫେରୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଚଳିତ ଆଇଫା…

Read More

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବାୟୁସେନା ମୁଖ୍ୟ ଭାବରେ ଆର କେ ଏସ୍‌ ଭଦୋରିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେପ୍ଟେମ୍ବର 30 ତାରିଖରେ ଭଦୋରିଆ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି । ଆସନ୍ତା ସେପ୍ଟେମ୍ବର 30 ବର୍ତ୍ତମାନର ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଭଦୋରିଆଙ୍କ ନିଯୁକ୍ତି ନେଇ ଗୁରୁବାର ସୂଚନା ପ୍ରକାଶ ପାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ବିଟ୍ଟର ଜରିଆରେ ଘୋଷଣା କରାଯାଇଛି ।

Read More

ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କ ସହିତ କମଳାକାନ୍ତ ଦାସଙ୍କ  ଜାମିନ ମଧ୍ୟ ଖାରଜ ହୋଇଛି। ଫଳରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।  ଗିରଫ ପରେ ଆଶୀର୍ବାଦ ଓ କମଳାକାନ୍ତ ଦାସଙ୍କୁ ଭୁବନେଶ୍ଵର ସିବିଆଇ କୋର୍ଟରେ ହାଜର କରାଯାଇଥିଲା।  ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ନିର୍ବାଚନ ପୂର୍ବରୁ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗୁରୁବାର ସକାଳେ ସିବିଆଇ ତାଙ୍କୁ ଗିରଫ କରିଥିଲ।। ଏହା ସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Read More

ବଲିଉଡ୍‌ ସୁପରଷ୍ଟାର ଆମିର ଖାନ ନିଜର ଆଗାମୀ ଫିଲ୍ମ ଲାଲ ସିଂ ଚଢା ପାଇଁ 100 ଟି ସ୍ଥାନରେ ସୁଟିଂ କରିବେ ବୋଲି ଜଣାପଡିଛି । ହଲିଉଡ୍‌ କଲ୍ଟ କ୍ଲାସିକ୍‌ ଫରେଷ୍ଟ ଗମ୍ପର ଅଫିସିଆଲ୍‌ ରିମେକ୍‌ରେ ଆମିର୍‌ 100ଟି ସ୍ଥାନରେ ସୁଟିଂ କରିବେ ବୋଲି ଜଣାପଡିଛି । ଏହି ସମସ୍ତ 100ଟି ସ୍ଥାନ ଷ୍ଟୁଡିଓ ନୁହେଁ ବରଂ ପ୍ରକୃତ ସ୍ଥାନରେ ସୁଟିଂ କରାଯିବ ବୋଲି ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନ ସୂଚନା ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବ୍ୟତିରେକ ଅନ୍ୟ ସମସ୍ତ ଟାୟାର-2 ଏବଂ 3 ସହରରେ ଏହି ସୁଟିଂ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଫିଲ୍ମ ପାଇଁ ଆମିର 20 କିଗ୍ରା ଓଜନ ବୃଦ୍ଧି କରିଥିବା ବେଳେ ପଗଡି ପିନ୍ଧୁଥିବାର ନଜର ଆସିଛନ୍ତି ।

Read More