Author: Samikhsya Bureau

ରଙ୍ଗାଚରଣ ପ୍ରଧାନ  ପୁଣି ଗୋଟିଏ ନୂଆ ଯୋଜନା । ଏଥରର ଯୋଜନା ନାଁ ହେଉଛି ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ । ଚଳିତ ମାସ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡ ଯାଇ ଏହାର ଉଦ୍ଘାଟନ କରିଛନ୍ତି । ଏଥିରେ ସାମିଲ ହେବାକୁ ଇଛୁକ ଚାଷୀ ମାନଙ୍କ ପାଇଁ ନାମାଙ୍କନ ପ୍ରକ୍ରୀୟା ଆଗରୁ ଆରମ୍ଭ ହୋଇ ସାରିଲାଣି । ଏହି ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ୬୦ ବର୍ଷ ବୟସ ହେବା ପରେ ସରକାର ସେମାନଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ୍ ଦେବେ । ଯଦି ୬୦ ବର୍ଷ ବୟସ ପରେ ସେହି ଚାଷୀର ମୄତ୍ୟୁ ହୁଏ ତେବେ ତା’ର ପତ୍ନୀକୁ ମାସିକ ୧୫୦୦ ଟଙ୍କା ପେନସନ୍ ମିଳିବ । କେନ୍ଦ୍ର କୄଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଜଣେ କୄଷକ କଠିନ ପରିଶ୍ରମ କରିବା ସତ୍ତ୍ବେ ତାକୁ ପର୍ଯ୍ୟାପ୍ତ ଆୟ ମିଳୁନାହିଁ ।…

Read More

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ପୁରୀର ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ ଜଣ ଆଇଏଏସ୍‌ ଅଫିସରମାନଙ୍କୁ ପୁରୀରେ ନିଯୁକ୍ତ କରିଛନ୍ତି । ସେମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ବରେ ରହିବେ । ୨୦୧୮ ବ୍ୟାଚ୍‌ର ଏହି ଆଇଏଏସ ଅଫିସର ହେଉଛନ୍ତି ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି, ଡ. ଶୁଭଙ୍କର ମହାପାତ୍ର, ଜେ. ସୋନାଲ୍‌, ଭୁବନେଶ ଦେବଦାସ ପାଟିଲ  ପ୍ରମୁଖ । ଏମାନେ ସମେସ୍ତ ଆଜି ପୁରୀରେ କାର୍ଯ୍ୟର ଯୋଗ ଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ…

Read More

ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ବିଷୋଦ୍‌ଗାର ଉପରେ ମୁହଁ ଖୋଲିଛନ୍ତି ଓଡିଶା କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ନିରାଶ ହୋଇ ଇତୀଶ ଏଭଳି ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମନ୍ତବ୍ୟରୁ ପିଲାଳିଆମୀ ସ୍ପଷ୍ଟ ବାରି ହୋଇପଡୁଛି । କେବଳ ଓଡିଶାରେ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଛି । ନିଜେ ଇତୀଶ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମାତ୍ର ପରାଜିତ ହୋଇଥିଲେ ତେଣୁ ଏଭଳି ମନ୍ତବ୍ୟ ତାଙ୍କୁ ଆଦୌ ଶୋଭା ଦେଉନାହିଁ । ଇତୀଶଙ୍କୁ ମିଳିଥିବା ଭୋଟର ପରିମାଣ ମଧ୍ୟ ସନ୍ତୋଷ ଜନକ ନୁହେଁ ଏହାର ଦୋଷ ସେ କାହାକୁ ଦେବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଉଲ୍ଲେଖ ଯୋଗ୍ୟ ଯେ, ନିରଞ୍ଜନ ଦଳକୁ ବିକ୍ରି କରିଛନ୍ତି ଏବଂ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନ ଦାୟୀ ବୋଲି ଗତକାଲି ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ଅଭିଯୋଗ କରିଥିଲେ…

Read More

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ମୋଟରଯାନ ଆଇନକୁ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ପରିବହନ ମନ୍ତ୍ରୀ । ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କୁ ଲୁଟିବା ନିମନ୍ତେ କେନ୍ଦ୍ର ସରକାର ଏହି ତୁଗଲକୀ ନିୟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ରାଜପୁତ କହିଛନ୍ତି । ମହମ୍ମଦ ବିନ୍‌ ତୁଗଲକ ଯେପରି କର ବ୍ୟବସ୍ଥାରେ ବୃଦ୍ଧି ଘଟାଇ ନିଜ ସାମ୍ରାଜ୍ୟର ଅନ୍ତ ଘଟାଇଥିଲେ ବର୍ତ୍ତମାନର ବିଜେପି ସରକାର ନୂତନ ମୋଟର ଯାନ ଆଇନ ଲାଗୁ କରି ଟ୍ରାଫିକ୍‌ ଜରିମାନାର ପରିମାଣରେ ବୃଦ୍ଧି ଘଟାଇ ନିଜ ଶାସନର ଅନ୍ତ ଘଟାଇବାର ପ୍ରସ୍ତୁତି ଚଳାଇଛି ବୋଲି ରାଜପୁତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 1ରୁ ଏହି ନୂତନ ମୋଟରଯାନ ଆଇନ ଲାଗୁ କରାଯାଇଥିବା ବେଳେ କେବଳ ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ବ୍ୟତିତ ସମସ୍ତ ରାଜ୍ୟ ଏହି ନିୟମ ଲାଗୁ କରିଥିଲେ ।

Read More

ମାଲକାନ୍‌ଗିରି ଜିଲ୍ଲା ଅଞ୍ଚଳରେ ମିଳୁଛି ପ୍ଲାଷ୍ଟିକ୍‌ ଅଣ୍ଡା ।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ୍ୟ । ସ୍ଥାନୀୟ ହାଇଟେକ୍‌ କଲୋନୀର ଜଣେ ବ୍ୟକ୍ତି ଏହି ଅଣ୍ଡା କିଣିଥିବାର ସୂଚନା ମିଳିଛି । ତେବେ ଏ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ହୋଇନି । ମାଲ୍‌କାନଗିରିରେ ଏହି ଅଣ୍ଡା ମିଳୁଥିବା ନେଇ ଚର୍ଚ୍ଚା ଏବେ ବେଶ୍‌ ଜୋର୍‌ରେ । ମିଳୁଥିବା ଏଇ ଅଣ୍ଡାଟି ଚେପ୍‌ଟା ହୋଇଯଉଛି, ଆସ୍ତରଣ ଦେଖାଯାଉଛି ।  ଅଣ୍ଡାର କେଶରକୁ ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି ।

Read More

ଆସନ୍ତା ୨୭ ଓ ୨୮ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୨୭ ତାରିଖ ସନ୍ଧ୍ୟା ୬ଟା୧୦ରେ ଭୁବନେଶ୍ବରରେ ପହଞ୍ଚିବେ । ୨୮ ତାରିଖରେ ଗୋପାଳପୁର ଯିବେ ରାମନାଥ କୋବିଦ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଡିଜି ଆଇନ ଶୃଙ୍ଖଳା, ଗୁଇନ୍ଦା ନିର୍ଦ୍ଦେଶକ,  ଡିଆଇଜି ସତ୍ୟବ୍ରତ ଭୋଇ, ପୋଲିସ୍‌ କମିଶନର, ଭୁବନେଶ୍ବର ଡିସିପି ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ବିଧାନସଭାର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଆଜିଠାରୁ ଦୁଇ ଦିନ ଧରି ରାଜ୍ୟର ସମସ୍ତ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ । ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଆଜି ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ବିଧାୟକଙ୍କୁ ଶାଳୀନତା ସମ୍ବନ୍ଧରେ ଉଦ୍‌ବୋଧନ ଦେଇଛନ୍ତି । ସମସ୍ତେ ସରଳ ଜୀବନ ଯାପନ କରିବା ଆବଶ୍ୟକ । ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାକୁ ସମସ୍ତେ ପ୍ରୟାସ କରନ୍ତୁ । ଲୋକଙ୍କୁ ଆଖି ଆଗରେ ରଖି ସେମାନଙ୍କ ଉନ୍ନତି କରିବା ଶିଖନ୍ତୁ । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ ବୋଲି ନବୀନ କହିଛନ୍ତି । ସାଧାରଣ ଜନତା ହେଉଛନ୍ତି ଗଣତନ୍ତ୍ରର ପ୍ରଭୁ । ତେଣୁ…

Read More

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୁଣି ଥରେ ଅଡ୍‌ ଇଭିନ୍‌ ଫର୍ମୁଲାକୁ ଆପଣାଇଛନ୍ତି । ଦିଲ୍ଲୀରେ ଚଳିତ ବର୍ଷ ପୁଣି ଥରେ ଯାନବାହନଙ୍କ ପାଇଁ ଅଡ୍‌ ଇଭିନ୍‌ ଫର୍ମୁଲାକୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲା ଏହା ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ  ଅଡ୍‌ – ଇଭିନ୍‌ ଫର୍ମୁଲା ଲାଗୁ କରାଯିବ । ଏହି ଫର୍ମୁଲା ୧୨ ଦିନ ପାଇଁ ଜାରି କରାଯିବା । ଏହା ଆଧାରରେ ୬ ଦିନ ଇଭିନ (ଯୁଗ୍ମ) ନମ୍ବର ଥିବା ଗାଡ଼ି ଚଳାଚଳା କରିବା ଓ ଶେଷ ୬ ଦିନ ଅଡ୍‌ (ଅଯୁଗ୍ମ) ନମ୍ବର ଥିବା ଗାଡ଼ି ଚଳାଚଳ ପାଇଁ ପ୍ରତିବନ୍ଧକ ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲା କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୀପାବଳି ସମୟରେ ଦିଲ୍ଳୀରେ ପ୍ରଦୂଷଣ ମାତ୍ରା ସର୍ବୋଚ୍ଚ ସ୍ତରରେ ବଢିଯାଉଛି…

Read More

ପାକିସ୍ତାନ ସହ ଆତଙ୍କବାଦୀଙ୍କ ସମ୍ପର୍କକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ୱୀକାର କରିଛନ୍ତି। ଏଥିସହ ଆମେରିକା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା(ସିଆଇଏ) ହିଁ ପାକିସ୍ତାନକୁ ଜିହାଦୀ ପାଳନ କରିବାକୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦିଏ ବୋଲି ଇମ୍ରାନ ଖାନ୍‌ କହିଛନ୍ତି। ଏହାବାଦ୍‌ ସେ ପାକିସ୍ତାନରେ ଆତଙ୍କବାଦ ବଢ଼ିବା ପଛରେ ଆମେରିକାକୁ ପରୋକ୍ଷରେ ଦାୟୀ ମଧ୍ୟ କରିଛନ୍ତି। ରୁଷର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଇମ୍ରାନ୍‌ ଖାନ୍‌ କହିଛନ୍ତି, “୮୦ ଦଶକରେ ଆଫଗାନିସ୍ତାନକୁ ରୁଷ କବଜା କରିଥିଲା। ଏହି ସମୟରେ ପାକିସ୍ତାନ ମୁଜାହିଦ୍ଦିନ ଲୋକଙ୍କୁ ରୁଷ ବିରୋଧରେ ଜିହାଦ କରିବାକୁ ଟ୍ରେନିଂ ଦେଉଥିଲା। ଅର୍ଥାତ ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ହିଁ ତାଲିମ ପାଇଛନ୍ତି। ତେବେ ଏଥିପାଇଁ ସମସ୍ତ ଅର୍ଥ ସିଆଇଏ ହିଁ ପାକିସ୍ତାନକୁ ଦେଉଥିଲା। ଏହି ଶୀତଳ ଯୁଦ୍ଧରେ ପାକିସ୍ତାନ ହିଁ ଆମେରିକାକୁ ସହଯୋଗ କରିଥିଲା। ହେଲେ ଏବେ ଆମେରିକା ସେହି ଜିହାଦୀମାନଙ୍କୁ ଆତଙ୍କବାଦୀ ଘୋଷଣା କରୁଛି। ଯେଉଁ ସଂଗଠନ…

Read More

ଛାତ୍ର ମୃତ୍ୟୁ ପରେ ଟୀକାକରଣ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ସିଡିଏମ୍‌ଓ । ରାଉରକେଲାର ଜନୈକ ଯୁବକ ଟୀକା ନେବା ପରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଏହି ଘଟଣାର ତଦନ୍ତ ନିମନ୍ତେ ଏକ ଛ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମ୍‌ଓ । ଶୁକ୍ରବାର ଠାରୁ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସ୍କୁଲରେ ଟୀକାକରଣ ବନ୍ଦ ରଖିବାକୁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି । ଏହି ଛଜଣିଆ ଦଳ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଏ ସଙ୍କ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡିଛି । ଏହା ସହିତ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ତଦନ୍ତ କମମିଟି ଗଠନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଉରକେଲାର ସେକ୍ଟର-6 ସ୍ଥିତ ଏକ ବିଦ୍ୟାଳୟରେ ଟୀକାକରଣରେ ଅସୁସ୍ଥ ହୋଇ ଜଣେ ପିଲାର…

Read More

ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଡିସିଏର ପୂର୍ବତନ ସଭାପତି ଅରୁଣ ଜେଟ୍‌ଲୀଙ୍କ ନାମରେ ନାମିତ କରାଯାଇଛି । ଏହା ସହିତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ଏକ ଷ୍ଟାଣ୍ଡ ନାମିତ କରାଯାଇଛି । ଡିଡିସିଏର ସଭାପତି ଭାବରେ ଜେଟ୍‌ଲୀ 1999ରୁ 2013 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରୋ ଭାରୋତ୍ତୋଳନ ଅଡିଟୋରିୟମ୍‌କୁ ଜଓ୍ବାହାରଲାଲ ନେହେରୁଙ୍କ ନାମରେ ନାମିତ କରାଯାଇଛି । ମାତ୍ର କ୍ରିକେଟ ଗ୍ରାଉଣ୍ଡର ନାମ ଫିରୋଜ ଶାହ କୋଟଲା ରଖାଯିବ ବୋଲି ଡିଡିସିଏ ୁସଭାପତି ରଜତ ଶର୍ମା ସୂଚନା ଦେଇଛନ୍ତି ।

Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ପୋଲିସ୍‌ ପକ୍ଷରୁ 7 ଘଣ୍ଟା ଜେରା କରାଯାଇଛି । ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସ୍‌ ପକ୍ଷରୁ ଚିନ୍ମୟାନନ୍ଦଙ୍କୁ ଜେରା କରାଯାଇଛି । ଗୁରୁବାର ସନ୍ଧ୍ୟା 6.20ରେ ପୋଲିସ୍‌ ପକ୍ଷରୁ ଆରମ୍ଭ କରାଯାଇଥିବା ଜେରା 7 ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ଏହି ଜେରା କରାଯାଇଥିଲା । 73 ବର୍ଷୀୟ ଚିନ୍ମୟାନନ୍ଦ ଉତ୍ତରପ୍ରଦେଶରେ ବିଭିନ୍ନ ଆଶ୍ରମ ଚଳାଇଥାନ୍ତି ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ଜଣେ କଲେଜ ଛାତ୍ରୀ ଚିନ୍ମୟାନନ୍ଦ ତାଙ୍କୁ ବ୍ଲାକ୍ମେଲ୍‌ ଏବଂ ବଳାତ୍କାର କରିଛନ୍ତି ବୋଲି ଅଭିଯୋଗ ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା । ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ କଲେଜରେ ଆଇନ ବିଭାଗରେ ଅଧ୍ୟୟନ କରନ୍ତି ।

Read More

ହୀରାକୁଦ ଡ୍ୟାମ୍‌ର ଆଉ ତିନୋଟି ଗେଟ୍‌ ଖୋଲା ଯାଇଛି । ଏଡି ତିନୋଟି ଗେଟ୍‌ ଖୋଲାଯିବା ପରେ ବର୍ତ୍ତମାନ ସମୁଦାୟ 8ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି । ଉପର ମୁଣ୍ଡରେ ବର୍ଷା କାରଣରୁ ଏହି ତିନୋଟି ଗେଟ୍‌ ଖୋଲାଯାଇଥିବା ଜଣାପଡିଛି । ଏହି ସମୟରେ ଘଣ୍ଟାପ୍ରତି 38 ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ 17 ହଜାର କ୍ୟୁସେକ୍‌ କଜଳ ନିଷ୍କାସିତ ହେଉଛି ।

Read More

ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ବିସର୍ଜନ ସମୟରେ ଏକ ଡଙ୍ଗାବୁଡି ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଛି । ମାତ୍ରାଧିକ ଓଜନ କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାଟି ଓଲଟିବା କାରଣରୁ 11 ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ମନ୍ତ୍ରୀ ପିସି ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପାଇଁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଭୋପାଳର ଖତଲାପୁରା ଘାଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ସ୍ଥଳରୁ 11ଟି ମୃତଦେହ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ଦେଖା ଦେଇଛି ।

Read More

କେଦାର ମିଶ୍ର ବିଜେପି ମନ୍ତ୍ରୀ ଓ ନେତାମାନଙ୍କ ଜ୍ଞାନ ଓ ବିଜ୍ଞାନ କୁ ନେଇ ଆଜିକାଲି ରୋଚକ ଖବର ସବୁ ଦେଖିବାକୁ ମିଳୁଛି। ଗଲା ସପ୍ତାହରେ ମୋଦୀ ସରକାରର ଅନ୍ତତଃ ତିନିଜଣ ମନ୍ତ୍ରିଙ୍କ ଇତିହାସ, ବିଜ୍ଞାନ ଓ ଅର୍ଥନୀତି ସମ୍ପର୍କିତ ବକ୍ତବ୍ୟ ଶୁଣି ଆମେ ମୁଣ୍ଡରେ ହାତ ଦେଇ ବସିଛୁ। ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଲେ ଯେ, ଦେଶର ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ଘଟୁନାହିଁ, କାରଣ ନୂଆ ପ୍ରଜନ୍ମର ପିଲାମାନେ ଗାଡି କିଣିବା ଅପେକ୍ଷା ଓଲା ଓ ଉବରର ଗାଡିକୁ ଭଡାରେ ନେଉଛନ୍ତି। ଅପରପକ୍ଷରେ ଓଲା ଓ ଉବରର ବ୍ୟବସାୟ ଠିକ ଚାଲୁନି ବୋଲି କମ୍ପାନୀ କହୁଛି। ତେବେ ନିର୍ମଲା ସୀତାରମଣଙ୍କ ସପକ୍ଷରେ ଓଡିଶାର ଟୁଇଟର ନେତା, ବୈଜୟନ୍ତ ପଣ୍ଡା ଯୁକ୍ତି କରି ଲୋକଙ୍କଠାରୁ ବଢିଆ ଉତ୍ତର ପାଇଛନ୍ତି। ତାଙ୍କ ପରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, “ଅର୍ଥନୀତିର ବିକାଶ କଥା ବୁଝିବାକୁ ହେଲେ ଗଣିତ ପାଲରେ ପଡନ୍ତୁ…

Read More

ସମୀକ୍ଷା ବ୍ୟୁରୋ *୬୦ ବର୍ଷରୁ ଊର୍ଦ୍ଧ ବ୍ୟବସାୟୀ ଓ ଆତ୍ମ ନିଯୁକ୍ତଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ପେନସନ *୩ କୋଟି କ୍ଷୁଦ୍ର ବ୍ୟବସାୟୀ ଯୋଜନା ଦ୍ୱାରା ହେବେ ଲାଭାନ୍ୱିତ *ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଦେଶବ୍ୟାପୀ ୪୬୨ ଏକଲବ୍ୟ ମଡେଲ ସ୍କୁଲ ଉଦଘାଟିତ କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡଠାରେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ପେନସନ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଜରିଆରେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ…

Read More