Author: Samikhsya Bureau

କେଦାର ମିଶ୍ର “ସମାଜରେ ସବୁବେଳେ ବ୍ରାହ୍ମଣଙ୍କର ସ୍ଥାନ ଉଚ୍ଚ ରେ ରହି ଆସିଛି। ଏହା ସେମାନଙ୍କର ତ୍ୟାଗ ଓ ତପସ୍ୟାର ଫଳ। ଏହି କାରଣରୁ ବ୍ରାହ୍ମଣ ସମାଜ ସବୁବେଳେ ମାର୍ଗଦର୍ଶକର ଭୂମିକା ନିର୍ବାହ କରି ଆସିଛନ୍ତି।“ ଏହା କୌଣସି ସାଧାରଣ ବ୍ୟକ୍ତିର ବକ୍ତବ୍ୟ ନୁହେଁ। ଲୋକସଭାର ବାଚସ୍ପତି ଓମ ବିର୍ଲା ଚାରି ଦିନ ତଳେ ନିଜର ନିର୍ବାଚନ ମଣ୍ଡଳୀ କୋଟା ଗସ୍ତରେ ଥିବାବେଳେ ସେଠିକାର ବ୍ରାହ୍ମଣ ମହାସଭାରେ ଅତିଥି ଭାବରେ ଯୋଗ ଦେବା ଅବସରରେ ଏମିତି କିଛି ଟୁଇଟ କରିଛନ୍ତି। ଦେଶର ସର୍ବୋଚ୍ଚ ପ୍ରତିନିଧି ସଭାର ଅଧ୍ୟକ୍ଷ ଓ ସମତା ଭିତ୍ତିକ ଭାରତୀୟ ସମ୍ବିଧାନର ଶପଥ ନେଇଥିବା ବାଚସ୍ପତିଙ୍କ ଠାରୁ ଏପରି ଜାତିବାଦୀ ବକ୍ତବ୍ୟ ଶୁଣିଲା ପରେ, ଆମର ପ୍ରତିକ୍ରିୟା କଣ ହେବା ଉଚିତ? ଏକ ନିର୍ଦ୍ଦିଷ୍ଟ ଜାତିର ଲୋକ ଉଚ୍ଚ ଆସନରେ ସବୁବେଳେ ବସିବାର ହକଦାର ବୋଲି କହିବାର ଅଧିକାର ବାଚସ୍ପତିଙ୍କର ରହିଛି କି? ଭାରତୀୟ ସମ୍ବିଧାନର ଧାରା ୧୫…

Read More

ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସକାଳ 10.30 ଯାଏଁ 14ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମିଳିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଝାରସୁଗୁଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ବଜ୍ରପାତ ହେବାର ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

ସାମ୍ନାକୁ ଆସିଲା ଏପରି ଜଣେ ମହାନ୍‌ ଧୋକାବାଜ୍‌ଙ୍କ କଳା କାରନାମା । ଏହି ବ୍ୟକ୍ତିଜଣକ ଶତାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ କରିଛନ୍ତି ଲୁଟ୍‌ପାଟ ।  ଏପରିକି ଥରେ ଗିରଫ ହୋଇଥିଲେ ବି ଧୋକ୍କା ଦେବାର ନିଶା ତୁଟିନି । ସମ୍ପୃକ୍ତ ଯୁବକ ଜଣକ କନ୍ଧମାଳର ହୋଇଥିବାବେଳେ ଏହି ଯୁବକଙ୍କ ନାଁରେ ବହୁ ମହିଳା ଫେରାଦ ହୋଇଛନ୍ତି । ଉକ୍ତ ଯୁବକ ଜଣକ ସ୍ବାମୀ ପରିତ୍ୟକ୍ତା ଓ ବିଧବା ମହିଳାଙ୍କୁ ଟାର୍ଗେଟ୍‌ କରି ପ୍ରେମ ଜାଲରେ ପକାଇ ଶାରିରୀକ ସମ୍ପର୍କ ରଖିଥାଏ ।  ପରେ ପରେ ବେଳକାଳ ଉଣ୍ଡି ମହିଳାଙ୍କ ପାଖରେ ଥିବା ସମସ୍ତ ସମ୍ପତ୍ତିକୁ ହାତେଇ ନେଇଥାଏ ଏହି ଯୁବକ ଜଣକ । ସବୁ ପାଇଗଲା ପରେ ପୁଣି ଥରେ ଆଉ ଏକ ଶିକାରୀ ସନ୍ଧାନରେ ବାହାରିଥାଏ ଏହି ଯୁବକଜଣକ । ପୂର୍ବରୁ ଏପରି ଏକ ଅଭିଯୋଗ ମହିଳାଥାନାରେ ହୋଇଥିବା ପରେ ଗିରଫ ହୋଇଥିଲା ସମ୍ପୃକ୍ତ ଯୁବକ ଜଣକ । …

Read More

ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଆନ୍ତଃ ଧାର୍ମିକ ବିବାହ ଅର୍ଥାତ୍‌ ଅନ୍ୟ ଧର୍ମରେ ବିବାହର ଏକ ମାମଲାର ଶୁଣାଣି କରିଛନ୍ତି । ଜଣେ ହିନ୍ଦୁ ମହିଳା ଜଣେ ମୁସଲିମ ଯୁବକଙ୍କ ସହ ବିବାହ ସମ୍ବନ୍ଧୀୟ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ଶୁଣାଣି କରି କହିଛନ୍ତି ଯେ,  କୋର୍ଟ ଅନ୍ୟ ଧର୍ମରେ କିମ୍ବା ଅନ୍ୟ ଜାତିରେ ବିବାହ କରିଛନ୍ତି, ତାହା ବିରୋଧରେ ନାହାନ୍ତି, କିନ୍ତୁ ଯୁବତୀଙ୍କ ଭବିଷ୍ୟତ ନେଇ ଚିନ୍ତା ରହିଛି ।  ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆମେ କେବଳ ଯୁବତୀଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ।  ଆମେ ଆନ୍ତଃ-ଧର୍ମ କିମ୍ବା ଆନ୍ତଃ ଜାତି ବିବାହ ବିରୋଧରେ ନୁହଁ। କୋର୍ଟ କହିଛନ୍ତି ବ୍ୟକ୍ତିଙ୍କୁ ଜଣେ ବିଶ୍ଵାସଯୋଗ୍ୟ ସ୍ଵାମୀ ଏବଂ ମହାନ ପ୍ରେମୀ ହେବା ଉଚିତ୍।  ତେବେ ମହିଳାଙ୍କ ପିତାଙ୍କ ତରଫରୁ  ଓକିଲ ଜଣକ ଏହା ଯୁବତୀଙ୍କୁ ଫସାଇବାର ଏକ ଷଡ଼ଯନ୍ତ୍ର ବୋଲି କହି ଯୁକ୍ତି ବାଢିଛନ୍ତି…

Read More

ପୁଣିଥରେ ଚିକିତ୍ସା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଏହା ପୁଣି ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଘଟିଛି ।  ମିଳିଥିବା ଖବର ଅନୁସାରେ  ଝାରସୁଗୁଡା ଜିଲ୍ଲାର କାଲିମାଲ ଗାଁର ଯୁବକ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ସଂପକୀୟମାନେ ଡାକ୍ତରଖାନାକୁ ଆଣିଥିଲେ। ତେବେ ଯୁବକକୁ ତୁରନ୍ତ ଚିକିତ୍ସା ସୁବିଧା ମିଳିନଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାସହ ସମ୍ପକୀୟମାନେ ହସ୍ପିଟାଲ ନର୍ସଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣିଛନ୍ତି । ମୃତ୍ୟୁ ହେବା ପରେ ଦୋଷ ଲୁଚାଇବାକୁ ଯାଇ ଯୁବକ ଜଣ ଚିକିତ୍ସା କରାଯାଉଥିବା ଅଭିଯୋଗ କରିଛନ୍ତି । ମରଗିଲା ପରେ ଯୁବକଙ୍କୁ ସାଲାଇନ, ଇଞ୍ଜେକନ୍ସ ଦିଆଯାଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସାଲାଇନ, ଇଞ୍ଜେକ୍ସନ ଦେବା ଭିଡିଓ ମଧ୍ୟ ଭାଇରାଲ ହୋଇଛି ।  ଏହା ଉପରେ ସଫେଇ ଦେଇ ଡାକ୍ତର କହିଛନ୍ତି ଯେ ମୃତ ଘୋଷଣା ହୋଇନଥିବାରୁ ସାଲାଇନ…

Read More

ପୁଣି ଥରେ ପରଦାକୁ ଆସିବେ ଚୁଲ୍‌ବୁଲ୍‌ ପାଣ୍ଡେ । ଆଜି ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ପ୍ରଥମ ଝଲକ୍‌ ଦେଖିବାକୁ ମିଳିଛି । ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ୍‌’ର ତୃତୀୟ ସଂସ୍କରଣ ‘ଦବଙ୍ଗ୍‌ ୩’ର ଟିଜର ରିଲିଜ୍‌ ହୋଇଛି । ଏହି ଫିଲ୍ମର ମୋସନ୍‌ ପୋଷ୍ଟର ମଧ୍ୟ ଆଜି ରିଲିଜ୍‌ ହୋଇଛି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ ତାମିଲ୍‌ ଭାଷାରେ ମଧ୍ୟ ରିଲିଜ୍‌ ହେବ । ସଲମାନ୍‌ ଖାନ୍‌ ଏହି ଫିଲ୍ମର ମୋସନ୍‌ ପୋଷ୍ଟର ରିଲିଜ୍‌ କରିବା ସହିତ  ଏକ କ୍ୟାପସନ୍‌ ଲେଖିଛନ୍ତି ଯେ, ‘ଆସୁଛନ୍ତି ଚୁଲ୍‌ବୁଲ୍‌ ରବିନ୍‌ହୁଡ୍‌ ପାଣ୍ଡେ ଠିକ୍‌ ୧୦୦ ଦିନ ପରେ, ଆମର ସ୍ବାଗତ ତ କର ।’ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ କୋରିଓଗ୍ରାଫର୍‌ ତଥା କଳାକାର ପ୍ରଭୁ ଦେବା । ଦବଙ୍ଗ୍‌ ସିରିଜ୍‌ର ପ୍ରଥମ ଫିଲ୍ମଟି ୨୦୧୦ରେ ପରଦାକୁ ଆସିଥିଲା । ଯାହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ…

Read More

ତେଲୁଗୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ଅପକମିଙ୍ଗ ଫିଲ୍ମ ନିଶବ୍ଦମ୍‌ର ପୋଷ୍ଟର ରିଲିଜ୍‌ କରାଇଛନ୍ତି । ବୁଧବାର ଫିଲ୍ମର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଷ୍କା ସେଟ୍ଟୀ । ଏହି ଫିଲ୍ମରେ ଅନୁଷ୍କାଙ୍କୁ ଚରିତ୍ରର ନାମ ସାକ୍ଷୀ ରହିଥିବା ବେଳେ ସେ ଜଣେ ମୂକ ବଧିର କଳାକାରର ଚରିତ୍ରରେ ନଜର ଆସିଛନ୍ତି । ରିଲିଜ୍‌ ହୋଇଥିବା ପୋଷ୍ଟରରେ ଅନୁଷ୍କା ଏକ କାନ୍‌ଭାସ୍‌ରେ ଚିତ୍ର କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମ ଜରିଆରେ ମାଧବନ୍‌ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶାଳିନୀ ପାଣ୍ଡେ, ଅଞ୍ଜଳି ଏବଂ ହଲିଉଡ୍‌ ଅଭିନେତା ମିଚେଲ ମ୍ୟାଡସେନ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ ।

Read More

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘର ଝଟ୍‌କା । କାଶ୍ମୀର ଏକ ଦ୍ବିପାକ୍ଷିକ ସମ୍ପର୍କ ବୋଲି କହିବା ସହିତ  ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି ଜାତିସଂଘ । ଗତକାଲି ଜାତିସଂଘର ମାନବାଧିକାର ବୈଠକରେ ଭାରତ ମଧ୍ୟ କାଶ୍ମୀରକୁ ଏକ ଦ୍ବିପାକ୍ଷିକ ବୋଲି ଦର୍ଶାଇବା ସହିତ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା ଲୋଡା ନାହିଁ ବୋଲି କହିଥିଲା ।  ପାକିସ୍ତାନ କିଭଳି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି, ସେ ସମ୍ପର୍କରେ ଜାତିସଂଘକୁ ଭାରତ ଅବଗତ କରାଇଥିଲା । ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ୟ ବିଶ୍ବ ସମୁଦାୟ ଆଗରେ ନିନ୍ଦିତ ହୋଇସାରିଛି । ପୂର୍ବରୁ ଏହି ପ୍ରସଙ୍ଗକୁ ଆମେରିକା ସମେତ ଚୀନ୍‌, ରୁଷ୍‌ ସମେତ ଅନ୍ୟାନ୍ୟା ରାଷ୍ଟ୍ର ସମୂହ ମଧ୍ୟ ଏହାକୁ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିବା ସହିତ ଭାରତକୁ ସମର୍ଥନ କରିଛନ୍ତି । ଗତକାଲି ଜାତିସଂଘରେ ପାକିସ୍ତାନ ମଧ୍ୟ କାଶ୍ମୀର ଭାରତର ଏକ ଅଂଶ…

Read More

ଭୁବନେଶ୍ବର ସ୍ଥିତ ଆର୍‌ଟିଓ ପରିଦର୍ଶନ କରିଛନ୍ତି ପରିବହନ ସଚିବ ଜି ଶ୍ରୀନିବାସ । ପରିବହନ କାର୍ଯ୍ୟାଳୟକୁ ଅଚାନକ ଭ୍ରମଣ କରିବା ସହିତ କାର୍ଯ୍ୟର ତନଖି କରିଥିଲେ । ଲୋକମାନେ କିଭଳି ଶୀଘ୍ର ନିଜର କାମ କରିପାରିବେ ସେହି ବ୍ୟବସ୍ଥାର ତଦାରଖ କରିବା ପାଇଁ ପରିବହନ ସଚିବ ଆର୍‌ଟିଓ ଭ୍ରମଣ କରିଥିଲେ । ଆର୍‌ଟିଓରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ କାଉଣ୍ଟର ଖୋଲାଯାଇଥିଲେ ମଧ୍ୟ ସକାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବାକୁ ପଡୁଛି ବୋଲି ପରିବହନ ସଚିବ କହିଛନ୍ତି । ଏହା ସହିତ ଜରିମାନା ହ୍ରାସ କରାଯିବା ଉପରେ ବିଚାର କରାଯାଉଛି ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି ।

Read More

ପାକିସ୍ତାନରେ ନିତ୍ୟ ବ୍ୟବହାର୍ଯ୍ୟ ଏବେ ଆକାଶଛୁଆଁ । ଟମାଟୋ, ସୁନା ପରେ ଏବେ ସେଠାରେ କ୍ଷୀରର ଦାମ୍ ଆକାଶ ଛୁଇଁଛି। ସେଠାରେ ମହରମ ଅବସରରେ ପେଟ୍ରୋଲ ଠାରୁ ଅଧିକ ଦାମରେ କ୍ଷୀର ବିକ୍ରୀ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ କରାଚୀ ଏବଂ ସିନ୍ଧ ପ୍ରାନ୍ତରେ ଲୋକମାନେ କ୍ଷୀର ଲିଟର ପିଛା ୧୪୦ ଟଙ୍କା ଦେଇ କିଣିଛନ୍ତି।  ସେଠାରେ ଏବେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କାରେ ମିଳୁଥିବା ବେଳେ କ୍ଷୀର ଲିଟର ଦାମ୍ ୧୪୦ ଟଙ୍କା ରହିଛି। ମହରମ କାରଣରୁ ସେଠାରେ କ୍ଷୀରର ଚାହିଦା ବଢିଥିଲା। ଫଳରେ ଏହାର ଦାମ୍ ଆକାଶ ଛୁଆଁ ହୋଇଥିଲା। ଟୋପାଏ କ୍ଷୀର ପାଇଁ ଏବେ ପାକିସ୍ତାନ ଯୁଝୁଛି। ପୂର୍ବରୁ ଏଠାରେ ଟମୋଟା କିଲୋ ୩୦୦ ଟଙ୍କା ରହିଥିଲା ।  ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦକୁ ନେଇ ବିଶ୍ବ ଦରବାରେ ନିନ୍ଦିତ ହେଉଥିବାବେଳେ ଆଉ ଗୋଟିଏ ପଟେ ଆର୍ଥିକ ସଂକଟ ଦେଇ ଗତି କରୁଛି…

Read More

ସମୀକ୍ଷା ବ୍ୟୁରୋ ସେପ୍ଟେମ୍ବର ୧ରୁ ଦେଶରେ ସଂଶୋଧିତ ନୂତନ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଏହାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି । ଏହି ନିୟମ ଅନୁସାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବାର ଦ୍ବାରା ପୂର୍ବାପେକ୍ଷାଠାରୁ ୧୦ଗୁଣ ଅଧିକ ଜରିମାନା ଦେବାକୁ ପଡୁଛି । ଏହି ନୂତନ ଟ୍ରାଫିକ୍‌ ନିୟମକୁ ନେଇ ଉତ୍ତରପ୍ରଦେଶର ଆଗରା ଥାନା ନିକଟସ୍ଥ ଏତ୍ମାଦୌଲ୍ଲା କ୍ଷେତ୍ରଠାରେ ଜଣେ ପିତା ତାଙ୍କ ନାବାଳାକ ପୁତ୍ରକୁ ଘରେ ବନ୍ଦୀ କରିଛନ୍ତି । ଯଶଓ୍ବନ୍ତନଗରର ଅଞ୍ଚଳରେ ରହୁଥିବା ଧର୍ମ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କର ଏକମାତ୍ର ପୁତ୍ର ମୁକେଶର ଜିଦ୍‌ ପାଇଁ ଦୁଇ ବର୍ଷ ପୂର୍ବେ ଏକ ମୋଟରସାଇକେଲ୍‌ କିଣିଥିଲେ ।  ଘରେ ବାଇକ୍‌ ଦେଖି ତାଙ୍କ ନାବାଳିକ ପୁତ୍ର ଏହି ଗାଡ଼ି ଚଲାଉଥିଲା । ଧର୍ମ ସିଂହ କାମକୁ ଯିବା ପରେ ତାଙ୍କ ପୁତ୍ର ମୁକେଶ ଗାଡ଼ି ନେଇ ବୁଲୁଥାଏ । ହଠାତ୍‌ ସଂଶୋଧିତ…

Read More

ରଙ୍ଗାଚରଣ ପ୍ରଧାନ ନୂଆ ଟ୍ରାଫିକ୍ ନିୟମ ନେଇ ଉପୁଜିଥିବା ବିବାଦ ମଧ୍ୟରେ ସ୍ମାର୍ଟସିଟି ଭୁବନେଶ୍ବରର କେତେକ ସ୍ମାର୍ଟ ବୁଦ୍ଧିଜିବୀ ଯେଉଁ ଭଳି ତର୍କ ଦେଉଛନ୍ତି ସେଥିରେ ସେମାନଙ୍କର ସମ୍ଭ୍ରାନ୍ତୀୟ ମାନସିକତାର ଝଲକ ଦେଖିବାକୁ ମିଳୁଛି । ଲୋକେ କାହିଁକି ଗାଡି କାଗଜପତ୍ର ରଖୁ ନାହାନ୍ତି ? କାହିଁକି ରାସ୍ତାରେ ଯିବା ବେଳେ ନିୟମ କାନୁନ ମାନୁନାହାନ୍ତି ? କାହିଁକି ହଳଦିଆ ଟ୍ରାଫିକ୍ ଆଲୁଅ ଜଳୁଥିବା ବେଳେ ଛକ ଅତିକ୍ରମ କରୁଛନ୍ତି ? ତେଣୁ ସବୁ ଭୁଲ ଲୋକଙ୍କର। ଏମାନଙ୍କୁ ବାଟକୁ ଆଣିବା ପାଇଁ କେବଳ ଦଣ୍ଡା ଦରକାର। ଏହିପରି ଅନେକ କଥା ଏବେ ସେମାନଙ୍କଠାରୁ ଶୁଣିବାକୁ ମିଳୁଛି। ନିୟମ ମାନିବା ଭଲ। ଏହା ଲୋକମାନଙ୍କର ହିତ ଓ ସହରର ଉନ୍ନତ ପରିଚାଳନା ପାଇଁ ଜରୁରୀ ଅଟେ। ତେଣୁ ଆଇନ ମାନୁ ନଥିବା ଲୋକମାନଙ୍କ ବିରୁଦ୍ଧରେ କହିବା ଆଦୌ ଗର୍ହିତ ନୂହେଁ। କିନ୍ତୁ ଯେତେବେଳେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳ ହଜାର…

Read More

ଜମ୍ମୁ କାଶ୍ମୀରର ସୋପୋରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଆତଙ୍କୀ ଜଣକ ଲସ୍କର ଏ ତୋଏବା ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି । ଗତ ସପ୍ତାହରେ ସୋପୋରରେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା । ଏହି ଆତଙ୍କୀ ଜଣକ ଉକ୍ତ ଆକ୍ରମଣରେ ସମ୍ପୃକ୍ତ ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି । ମୃତ ଆତଙ୍କୀକୁ ଆସିଫ୍‌ ବୋଲି ଚିହ୍ନଟ କରାଯାଇଛି ଏବଂ ସେ ସୋପୋରରେ ଲସ୍କର ଏ ତୋଏବାର ସଦସ୍ୟ ଥିଲା ବୋଲି ଜମ୍ମୁ କାଶ୍ମୀର ପୋଲିସ୍‌ ମୁଖ୍ୟ ଦିଲବାଗ ସିଂ କହିଛନ୍ତି । ଆସିଫ୍‌ ଫଳ ବ୍ୟବସାୟୀଙ୍କୁ ଆକ୍ରମଣ ବ୍ୟତିତ କିଛି ଶ୍ରମିକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

Read More