ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଚିଟ୍ଫଣ୍ଡ ଲିଙ୍କ ମାମଲାରେ ଆଜି ତାଙ୍କୁ ସିବିଆଇ ଗିରଫ କରିଛି । ଆଜି ଭୋରରୁ ସିବିଆଇର 4 ଜଣିଆ ଟିମ ତାଙ୍କ କଟକସ୍ଥିତ ବାସଭବନ ଉପରେ ଚଢାଉ କରିଥିଲେ। ପ୍ରାୟ 30 ମିନଟ ଧରି ସେମାନେ ଆଲୋଚନା କରିବା ପରେ ତାଙ୍କୁ ଗିରଫ କରିଥିଲେ। କୋର୍ଟର ଏନଡବ୍ଲୁ ବଳରେ ତାଙ୍କୁ ଗିରଫ କରାଯାଇଛି ବୋଲି ସିବିଆଇ ତରଫରୁ କୁହାଯାଇଛି। ଆଶିବାଦ ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ଥିବା ବେଳେ ଓପିଏଲ ଆୟୋଜନ ପାଇଁ ଅର୍ଥତତ୍ବ କଂପାନୀରୁ କୋଟିଏ ଟଙ୍କା ନେଇଥିବାର ସିବିଆଇ ଜାଣିବାକୁ ପାଇଥିଲା। ଏନେଇ ଆର୍ଶିବାଦ ପୂର୍ବରୁ ସିବିଆଇରେ ହାଜର ହୋଇ ତାଙ୍କର ପକ୍ଷ ରଖିଥିଲେ। ଏହି ଲିଙ୍କରେ ସିବିଆଇ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିବାର ଜଣାପଡିଛି । ଏହି ମାମଲାରେ ଅନ୍ୟ 8ଟି କମ୍ପାନୀ ଓ 33ଜଣଙ୍କ ବିରୋଧରେ ସିବିଆଇ…
Author: Samikhsya Bureau
ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଚୋରା ମଦ ବେପାରୀ ସୁଶାନ୍ତ ବେହେରା ଓରଫ ମଙ୍ଗୁଳିକୁ ପୋଲିସ ଗିରଫ କରି ନେଇଥିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ପଟ୍ଟାମୁଣ୍ଡାଇ ଥାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି । ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏବେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି20 ସିରିଜର ଦ୍ବିତୀୟ ମୁକାବିଲାରେ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ 7 ଓ୍ବିକେଟ୍ରେ ବିଜୟୀ ହେବା ସହିତ 1-0ରେ ଅଗ୍ରଣୀ ରହିଛି । ଟସ୍ ଜିତି ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ଓ୍ବାଶିଂଟନ୍ ସୁନ୍ଦର ଏବଂ ଦୀପକ ଚହର ମାପଚୁପ ବୋଲିଂ କରିଥିଲେ ମଧ୍ୟ ଆଫ୍ରିକା ଅଧିନାୟକ କ୍ବିଣ୍ଟନ୍ ଡିକକ୍ ଗୋଟିଏ ପଟୁ ଆକ୍ରମଣ ଜାରି ରଖିଥିଲେ । ଦଳ ପକ୍ଷରୁ ଡିକକ୍ ସର୍ବାଧିକ 52 ରନ୍ ସଂଗ୍ରହ କରିଥିଲେ । 37 ବଲ୍ର ଇନିଂସରେ ଡିକକ୍ 8ଟି ଚୌକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେମ୍ବା ବାଭୁମା 43 ବଲ୍ରୁ 49 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଦୀପକ ଚହର 22ରନ…
ଏଣିକି ସବୁ ସରକାରୀ ସ୍କୁଲ ପିଲାଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପିଲାଙ୍କୁ ଜୋତା, ଡ୍ରେସ୍ ମିଳୁଥିଲା। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଆଜି ନୂତନ ଘୋଷଣା କରିଛନ୍ତି। ଏବେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକମାନେ ଆକୃଷ୍ଟ ହେଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପିଲାମାନଙ୍କୁ ସରକାରୀ ସ୍କୁଲ ଆଡକୁ ଆକୃଷ୍ଟ କରିବାକୁ ଗଣଶିକ୍ଷା ମନ୍ତ୍ରୀ ଆଜି ଏଭଳି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ, ବହି ଆଦି ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।
ଅର୍ଜୁନ୍ ରେଡ୍ଡୀ ଷ୍ଟାର ବିଜୟ ଦେବରକୋଣ୍ଡା ନିଜର ଅପକମିଙ୍ଗ ଫିଲ୍ମର ଟାଇଟଲ୍ ଘୋଷଣା କରିଛନ୍ତି । ବିଜୟଙ୍କ ବହୁଭାଷୀ ଫିଲ୍ମ ଡିଅର କମ୍ରେଡ୍ ବକ୍ସ ଅଫିସ୍ରେ ଆଭରେଜ ପ୍ରଦର୍ଶନ କରିଥିବା ବେଳେ ମଙ୍ଗଳବାର ରାତିରେ ବିଜୟ ନିଜ ଅପ୍କମିଙ୍ଗ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଓ୍ବାର୍ଲ୍ଡ ଫେମସ୍ ଲଭର୍ ନାମରେ ଏହି ଫିଲ୍ମଟିରେ ବିଜୟଙ୍କ ବିପକ୍ଷରେ ୪ଜଣ ନାୟିକା ରହିବେ । ଫିଲ୍ମଟି ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍ ହେବ ବୋଲି ଜଣାପଡିଛି । ଫିଲ୍ମରେ ବିଜୟଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍ ଟ୍ରେସା ଏବଂ ଇଜାବେଲ୍ ଲିଟ୍ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଫାଷ୍ଟଲୁକ୍ ଆସନ୍ତା ସେପ୍ଟେମ୍ବର ୨୦ତାରିଖରେ ଲଞ୍ଚ ହେବ ବୋଲି ଜଣାପଡିଛି ।
କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର, ଏକ ଭାଷା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ରାଷ୍ଟ୍ର ଏକ ଭାଷା ନିଷ୍ପତ୍ତିକୁ ବିରୋଧ କରିବା ସହିତ ତାମିଲନାଡୁ ଅଥବା କୌଣସି ଦକ୍ଷିଣ ଭାରତୀୟ ରାଜ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ । ଗୋଟିଏ ଭାଷା ଦେଶର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ମାତ୍ର ଭାରତର ସମସ୍ତ ରାଜ୍ୟର ବିବିଧତା ଭିନ୍ନ ଏବଂ ଭାଷା ଭିନ୍ନ । ଭାରତରେ 27ଟି ମୁଖ୍ୟ ଭାଷା ରହିଛି । ଏହା ସହିତ ବିଭିନ୍ନ ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଭାଷା ରହିଛି । ଅନ୍ୟ ରାଜ୍ୟ ମାନଙ୍କରେ ହୁଏତ ହିନ୍ଦି ଭାଷାକୁ ଗ୍ରହଣ କରିପାରନ୍ତି ମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ହିନ୍ଦି ଭାଷାକୁ ଗ୍ରହଣ କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କମଲ ହାସାନ ମଧ୍ୟ ଏକ ରାଷ୍ଟ୍ର ଏକ ଭାଷା ବ୍ୟବସ୍ଥାକୁ ସମାଲୋଚନା…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ବାସଭବନରେ ମମତ ସାକ୍ଷାତ କରିଛନ୍ତି । ଏହି ଅବସରରେ ମିଠା ସହିତ ଏକ କୁର୍ତ୍ତା ଦେଇଛନ୍ତି । ସୂଚନାଯୋଗ୍ୟ, ଗତକାଲି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଥିଲା । ମମତା ବାନାର୍ଜୀ ଟୁଇଟ୍ ଜରିଆରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ବିଜେପି ତଥା ମୋଦିଙ୍କୁ ସଦାସର୍ବଦା ଟାର୍ଗେଟ୍ କରି ଆସୁଥିବା ମମତା ବାନାର୍ଜୀ ମୋଦିଙ୍କ ସହ ତାଙ୍କ ସାକ୍ଷାତକୁ ନେଇ ବେଶ୍ ଚର୍ଚ୍ଚା ରହିଛି ।
ନରେନ୍ଦ୍ର ମୋଦି ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏତତ୍ବ୍ୟତୀତ ଇ-ସିଗାରେଟ୍ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର୍ କହିଛନ୍ତି ଯେ ଚଳିତ ଥର ୧୧ ଲକ୍ଷ ୫୨ ହଜାର କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ । ଏଥିପାଇଁ ରେଳବିଭାଗକୁ ୨୦୨୪ କୋଟି ଖର୍ଚ୍ଚ ଭାର ପଡ଼ିବ । ୬ ବର୍ଷ ହେବ ଲଗାତାର ଭାବେ ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ବୋନସ୍ ଦେଉଛନ୍ତି । ସେହିପରି ଇ ସିଗାରେଟ୍ ବ୍ୟାନ୍କୁ ନେଇ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍ ଏସୁବୁ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତ୍ତି ନେଇଛି। ମୋଟ ୪୦୦ ବ୍ରାଣ୍ଡର ଇ-ସିଗାରେଟ୍ ରହିଥିବାବେଳେ ଏସବୁ ୧୫୦ ପ୍ରକାରର…
ଭାରତୀୟ ଷ୍ଟାର ସଟ୍ଲର ସାଇନା ନେହ୍ବାଲ ଚାଇନା ଓପନ୍ରୁ ବିଦା ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ସାଇନା ପରାଜିତ ହୋଇଛନ୍ତି । ନିଜର ଖରାପ ଫର୍ମ ଜାରି ରଖି ସାଇନା ଏହି ମ୍ୟାଚ୍ରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମୁର୍ଙ୍ଗାଫାନଙ୍କ ନିକଟରୁ ମାତ୍ର 45 ମିନିଟ୍ରେ ପରାଜିତ ହୋଇଥିଲେ । ବୁଧବାର ଅନୁଷ୍ଠିତ ମ୍ୟାଚ୍ରେ ସାଇନା 10-21 ଏବଂ 17-21 ସେଟ୍ରେ ପରାଜିତ ହୋଇଥିଲେ । ଲଣ୍ଡନ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ବିଶ୍ବ ମାନ୍ୟତାର 19 ତମ ସ୍ଥାନରେ ରହିଥିବା ବୁସାନାନ୍ଙ୍କ ନିକଟରୁ ପରାସ୍ତ ହୋଇଥିଲେ । କେବଳ ଇଣ୍ଡୋନେସିଆ ଓପନ୍ ବ୍ୟତିତ ସାଇନା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ପ୍ରବେଶ କରି ପାରି ନାହାନ୍ତି ସାଇନା ।
କାଳିଆକୁ ନେଇ ସରକାରୀ ଦଳ ଭିତରେ ଦ୍ବନ୍ଦ୍ବ ବଢୁଛି । ଉଭୟ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବଙ୍କ ତଥ୍ୟରେ ତାଳମେଳ ରହୁନି । ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ହିତାଧିକାରୀ ତାଲିକାରେ ସରକାରୀ ଚାକିରିଆ ଓ ବଡଚାଷୀକାଳ ରହିଥିବା କହିଥିଲେ ।ଏପରିକି ପୂର୍ବରୁ ମଧ୍ୟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ସୂଚନା ଦେଇଥିଲେ । କିନ୍ତୁ ଆଜି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ୩ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ହଜାର ଜଣ ଅଯୋଗ୍ୟ କାଳିଆ ଟଙ୍କା ପାଇଛନ୍ତି । ୩ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହଁନ୍ତି । କେବଳ ବଡ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ଅଟନ୍ତି । କେବଳ ୧୨ ହଜାର ବଡ ଚାଷୀ ଟଙ୍କା ପାଇଛନ୍ତି । ସେହିପରି ୨୦ ହଜାର ସରକାରୀ ଚାକିରିଆ ଟଙ୍କା…
ରାଜଧାନୀ ଉପକଣ୍ଠର ୬ଟି ସ୍କୁଲକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀର ଦାସ ଅଚାନକ ଗସ୍ତ କରି ବିଭିନ୍ନ ସ୍କୁଲର ବିଚିତ୍ର ସ୍ଥିତି ଦେଖିଛନ୍ତି । ସରକାରୀ ବିଦ୍ୟାଳୟର ବାସ୍ତବ ଚିତ୍ର ପଦାରେ ପଡିଛି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ୬ଟି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୬ଟି ସ୍କୁଲ ମଧ୍ୟରୁ ୪ଟି ସ୍କୁଲର ସ୍ଥିତି ବିଚିତ୍ର ଥିଲା। କେଉଁଠାରେ ୧୦ଟା ୪୦ ସୁଦ୍ଧା ଶିକ୍ଷକ ପହଞ୍ଚି ନଥିଲେ ତ କେଉଁଠାରେ ପ୍ରଧାନ ଶିକ୍ଷକ ନଥିଲେ ତ କେଉଁଠାରେ ଶିକ୍ଷକ ଶିକ୍ଷୟତ୍ରୀମାନେ କ୍ଲାସ ଆରମ୍ଭ କରିବା ବଦଳରେ ବାରଣ୍ଡାରେ ଠିଆ ହୋଇ ଗପୁଥିଲେ। ଏଭଳି ଦୂରାବସ୍ଥାର ଚିତ୍ର ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ନୂଆପାଟଣା ପ୍ରତାପ ଶାସନ ହାଇସ୍କୁଲରେ। ଏଠାରେ ୧୦ଟା ୪୦ ସୁଦ୍ଧା ମାତ୍ର ୨ଜଣ ଶିକ୍ଷକ ଉପସ୍ଥିତ ଥିଲେ। ଯାହାକୁ ଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି। ଅନୁପସ୍ଥିତ…
ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଶିବସେନା । ଲୋକସଭା ନିର୍ବାଚନରେ ବିଜେପିର ଅତୁଳନୀୟ ସଫଳତା ପରେ ଶିବସେନାର ଆସନ ସଂଖ୍ୟା ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଜେପିର ଏହି ନିଷ୍ପତ୍ତି ପରେ ସେନା ପକ୍ଷରୁ ଏହାର ବିରୋଧ କରାଯାଇଛି । ବିଜେପି ବର୍ତ୍ତମାନ ସେନାକୁ 120 ଆସନ ପ୍ରଦାନ କରିବାକୁ ଚାହୁଁଛି ମାତ୍ର ଶିବସେନା ପକ୍ଷରୁ ପୂର୍ବଭଳି 135 ଆସନର ଦାବି କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏନ୍ଡିଏ ନିଜର ଅନ୍ୟ ସହଯୋଗୀ ଦଳଙ୍କୁ 18 ଆସନ ଛାଡିଥିବା ବେଳେ ଉଭୟ ଦଳ 135 ଟି ଲେଖାଏଁ ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ନିଷ୍ପତ୍ତି ହୋଇଥିଲା ।
ରନୱେ ରିକାର୍ପିଙ୍ଗ୍ ପାଇଁ ଦୀର୍ଘ ୮ ମାସ କାଳ ପର୍ଯ୍ୟାୟ କ୍ରମେ ବିଜୁ ପଟ୍ଟନାୟକ ବିମାନବନ୍ଦର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୧ରୁ ଜୁନ ୩୦ଯାଏଁ ବିମାନବନ୍ଦର ପର୍ଯ୍ୟାୟକ୍ରମେ ରହିଵ ବୋଲି ଗତକାଲି ସୂଚନା ମିଳିଥିଲା। ଏହାଦ୍ଵାରା ଉଭୟ ଯାତ୍ରୀ ଏବଂ ବିମାନ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ତେବେ ଏନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ଆଜି ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସ୍ପଷ୍ଟ କରିଛନ୍ତି। ସୁରେଶ ଚନ୍ଦ୍ର ହୋତା କହିଛନ୍ତି କି, ବର୍ତ୍ତମାନ ସମୟରେ ବିମାନବନ୍ଦରରେ ୨ଟି ରନୱେ ରହିବା କଥା। ଏହା ପୁରୁଣା ବିମାନବନ୍ଦର ଯୋଗୁଁ ଏଠାରେ ଗୋଟିଏ ରନୱେ ରହିଛି। ୫୨୩ ମିଟର ବିକଳ୍ପ ରନୱେକୁ ଡି-କମିଶନ ପାଇଁ କହିଛନ୍ତି ଡିଡିସିଏ। ଭୁବନେଶ୍ଵର ନିକଟରେ ନୂଆ ଏୟାରପୋର୍ଟ କେବଳ ଜମି ଚିହ୍ନଟରେ ଅଟକିଛି। ରିକାର୍ପେଟିଂ ପାଇଁ ବେଶୀ ବିମାନ ଉଡାଣ ପ୍ରଭାବିତ ନହେବା ପାଇଁ ଆଶା ରଖାଯାଇଛି।…

