Author: Samikhsya Bureau

ଡିଆରଡିଓର ଏକ ଚାଳକ ବିହୀନ ବିମାନ ଖସିପଡି ଧ୍ବଂସ ପାଇଛି । କୁଡାପୁରାର ଚିତ୍ରଗୁଡା ଜଙ୍ଗଲରେ ଏହି ଘଟଣା ଘଟିଛି । ମଙ୍ଗଳବାର ସକାଳ 7.50 ମିନିଟ୍‌ ସମୟରେ ଏହି ବିମାନଟି ଧ୍ବଂସ ପାଇଥିଲା । କର୍ଣ୍ଣାଟକର ଚଲକିରିତାଲୁକର ଜୋଡି ଚିକେନ୍ନାଲ୍ଲି ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା । ଦୁର୍ଘଟଣାରେ କୌଣସି କ୍ଷତି ଘଟିନଥିବା ବେଳେ ନିକଟସ୍ଥ ବିଲରେ କାମ କରୁଥିବା କିଛି ଚାଷୀ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡିଆରଡିଓ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Read More

ବିଶ୍ବକର୍ମା ପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ବିଶ୍ବକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ, କାରୀଗରୀ ଜ୍ଞାନକୌଶଳରେ ଓଡିଶା ଆହୁରି ବିକଶିତ ଓ ସମୃଦ୍ଧ ହେଉ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି ।

Read More

ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଝଟ୍‌କା । ରାଜସ୍ଥାନର 6 ଜଣ ବିଏସ୍‌ପି ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ବିଧାୟକ ମାନେ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କରେ ରହିଥିବା ଏହି 6 ବିଧାୟକ ସୋମବାର ବାଚସ୍ପତିଙ୍କୁ ଭେଟି କଂଗ୍ରସରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ବିଏସ୍‌ପି ବିଧାୟକ ରାଜେନ୍ଦ୍ର ଗୁଡ୍ଡ, ଯୋଗେନ୍ଦ୍ର ସିଂ ଅଓ୍ବାନା, ଲଖନ୍‌ ସିଂ ମୀନା, ସନ୍ଦୀପ ଯାଦବ ଏବଂ ଦୀପଚାନ୍ଦ ଖେଇରା କଂଗ୍ରେସରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି । ରାଜ ସ୍ଥାନରେ କଂଗ୍ରେସ 100 ଆସନରେ ବିଜୟୀ ହୋଇଥିବା ବେଳେ ପୂର୍ବରୁ 12 ସ୍ବାଧୀନ ବିଧାୟକ ଦଳରେ ଯୋଗ ଦେଇଥିଲେ । ବର୍ତ୍ତମାନ 6 ବିଏସ୍‌ପି ବିଧାୟକଙ୍କ ଯୋଗଦାନ ପରେ ଦଳର ସମୁଦାୟ ବିଧାୟକ ସଂଖ୍ୟା 118ରେ ପହଞ୍ଚିଛି ।

Read More

କେଦାର ମିଶ୍ର ଭାରତରେ ବୋଧହୁଏ ଅପରାଧୀଙ୍କ ଲାଗି ଦୁଇ ପ୍ରକାର ଆଇନ ରହିଛି! ଗୋଟେ ଆଇନ ସାଧାରଣ ଅପରାଧୀଙ୍କ ପାଇଁ ଓ ଆଉ ଏକ ଆଇନ ଶାସକ ବିଜେପି ଦଳର ଅଭିଯୁକ୍ତ ନେତାମାନଙ୍କ ପାଇଁ। ଅନ୍ତତଃ ଉତ୍ତର ପ୍ରଦେଶର ଦୁଇଟି ଚର୍ଚ୍ଚିତ ଧର୍ଷଣ ଘଟଣାରେ ପୋଲିସ ତଥା ଅଦାଲତର ଗତିବିଧି ଦେଖି ଏମିତି ଏକ ଦୁର୍ଭାଗ୍ୟଜନକ ସିଦ୍ଧାନ୍ତରେ ପହଞ୍ଚିବାକୁ ଆମେ ବାଧ୍ୟ ହେଉଛୁ। ଧର୍ଷଣ ବା ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କର ଅଭିଯୋଗ ମାତ୍ରେ ପୋଲିସ ତୁରନ୍ତ ଅଭିଯୁକ୍ତ ଉପରେ କାର୍ୟାନୁଷ୍ଠାନ ନେବାର ବିଧି ରହିଛି। ଉତ୍ତର ପ୍ରଦେଶରେ କିନ୍ତୁ ଏ ନିୟମ ସରକାରୀ ଦଳର ଅଭିଯୁକ୍ତ ନେତାମାନଙ୍କ କ୍ଷେତ୍ରରେ ଲାଗୁ ହେଉନାହିଁ। ଉନ୍ନାଓ ମାମଲାରେ ବିଜେପି ବିଧାୟକ କୁଳଦୀପ ସେଙ୍ଗର ପୋଲିସ ଓ ଉତ୍ତର ପ୍ରଦେଶ ପ୍ରଶାସନର ଖୋଲା ସମର୍ଥନରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ପୁରା ପରିବାରକୁ ନିପାତ କରିଦେଲେ। ଆଇନର ଲମ୍ବା ହାତ ପୀଡ଼ିତାଙ୍କୁ ସୁରକ୍ଷା ଦେଇ…

Read More

ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବରେ ଦାୟିତ୍ବଗ୍ରହଣ କରିଛନ୍ତି ଅନୁଭବ ପଟ୍ଟନାୟକ। ବିଭାଗୀୟ ସଚିବ ମନୋଜ କୁମାର ମିଶ୍ର ଉପଦେଷ୍ଟା ଭାବରେ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଇବା ସହିତ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ୫ଟି ବ୍ୟବସ୍ଥାକୁ ଆଇଟି ବିଭାଗ ସହିତ ଯୋଡିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ଏବଂ ମୋ ସରକାର ବ୍ୟବସ୍ଥାରେ ଆଇଟିର ଅଧିକ ବ୍ୟବହାର ଉପରେ ଜୋର ଦେଇଥିଲେ ଶ୍ରୀ ପଟ୍ଟନାୟକ। ଅନୁଭବ ପଟ୍ଟନାୟକଙ୍କ ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର, ଉପ ସଚିବ ଲକ୍ଷ୍ମୀପ୍ରସାଦ ଭୂୟାଁ, ବିଚିତ୍ର ମିଶ୍ର, ଓକାକ୍‌ର ଜେନେରାଲ୍‌ ମ୍ୟାନେଜର ମଧୁସ୍ମିତା ରଥ, ଓ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Read More

ବିଧାନସଭା ଗୃହ ଏବଂ ଲବିର ପୁନରୁଦ୍ଧାର ପାଇଁ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବିଧାନସଭାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାନସଭା ଗୃହ ଏବଂ ଲବିର ଭିତର ପାର୍ଶ୍ବର ପୁନରୁଦ୍ଧାର ନେଇ ଆଲୋଚନା ହୋଇଥିଲା। ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପୁନରୁଦ୍ଧାର କାର୍ଯ୍ୟ କରାଯିବ। ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିଣତ କରାଯିବା ସହିତ ସ୍ଥାୟୀ ଆଲୋକରେ ସଜ୍ଜିତ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ପୂର୍ବତନ ବିଧାୟକ ବିଧାୟିକାଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପୂର୍ତ୍ତ ବିଭାଗ କମିଶନର ଡ. କ୍ରିଷନ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଅର୍ଥବିଭାଗ ସ୍ବତନ୍ତ୍ର ସଚିବ ପିକେ ନନ୍ଦ, ମୁଖ୍ୟ ସ୍ଥପତି ବିଶ୍ବରଞ୍ଜନ…

Read More

ଅନୁବନ୍ଧିତ ବିଶ୍ବ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇବାକୁ ଯାଉଛି ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ କଳାହାଣ୍ଡି ଏକକ ବିଶ୍ବ ବିଦ୍ୟାଳୟ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବରୁ ଭବାନୀପାଟଣାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟକୁ ଏକକ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ଘୋଷଣା କାର୍ଯ୍ୟକାରୀ ହେଲେ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ସହ ସୁବର୍ଣପୁର ଏବଂ ବଲାଙ୍ଗୀରର ସମୁଦାୟ ୬୫ଟି ମହାବିଦ୍ୟାଳୟ ଅନୁବନ୍ଧିତ ହେବେ। ସେହିପରି କଳାହାଣ୍ଡି ଏବଂ ନୂଆପଡାର ସମୁଦାୟ ୫୦ଟି ମହା ବିଦ୍ୟାଳୟ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସହିତ ଅନୁବନ୍ଧିତ ହେବେ। ଦୁଇଟି ଏକକ ବିଶ୍ବ ବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ପରେ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ ଏବଂ ଛାତ୍ରଛାତ୍ରୀଙ୍କ ଆଡ୍‌ମିଶନ ପ୍ରକ୍ରିୟା ସୁଗମ ହୋଇ ପାରିବ ବୋଲି ଉଚ୍ଚ ଶିକ୍ଷା…

Read More

ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ 2କୃଷ୍ଣସାର ମୃଗ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀ ଗିରଫ କରିଛନ୍ତି । ବନ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ 2 ଜଣ ଶିକାରୀ ଫେରାର ଅଛନ୍ତି । ଏହି ଶିକାରୀ ମାନେ ଗେରେଡା ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ଶିକାର କରୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Read More

ପୂର୍ବତନ ଆନ୍ଧ୍ରପ୍ରଦେଶ ବାଚସ୍ପତି ଡି କୋଡେଲା ପ୍ରସାଦ ରାଓ ହାଇଦ୍ରାବାଦ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । 72 ବର୍ଷ ବୟସ୍କ ଟିଡିପିର ଏହି ବରିଷ୍ଠ ନେତାଙ୍କୁ ସୋମବାର ପୋଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଥିଲା । ପୋଲିସ୍‌ ଶିବ ପ୍ରସାଦଙ୍କୁ ନିକଟସ୍ଥ ବାସଭାତାରକମ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 2014ରେ ଆନ୍ଧ୍ରପ୍ରଦେଶର ବାଚସ୍ପତି ରହିଥିବା କୋଡେଲା ଶିବ ପ୍ରସାଦ ନରସା ରାଓପେଟରୁ ପାଞ୍ଚଥର ଏବଂ ସଟ୍ଟେନାପଲ୍ଲୀରୁ ଥରେ ବିଧାୟକ ରହିଛନ୍ତି । ଏହା ସହିତ ସେ ଆନ୍ଧ୍ରପ୍ରଦେଶରର ଗୃହମନ୍ତ୍ରୀ ଏବଂ ପଞ୍ଚାୟତିରାଜ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ ।

Read More

ଆଜି ସୁପ୍ରିମ୍‌କୋର୍ଟରେ ଜମ୍ମୁକାଶ୍ମୀରର ସ୍ଥିତି ସମ୍ପର୍କରେ ଆଗତ ଯାଚିକାରେ ଶୁଣାଣି ହୋଇଛି। ଏହି ଶୁଣାଣିରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଦରକାର ପଡ଼ିଲେ ସେ ନିଜେ ଜମ୍ମୁକାଶ୍ମୀର ଗସ୍ତ କରିବେ। ଜମ୍ମୁକାଶ୍ମୀରରେ ଲାଗୁ ହୋଇଥିବା କଟକଣା ଯୋଗୁଁ ହାଇକୋର୍ଟରେ କାମ ହୋଇପାରୁନାହିଁ ବୋଲି ଯାଚିକାରେ ଆବେଦନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ସୁପ୍ରିମ୍‌କୋର୍ଟରେ ବାଳ ଅଧିକାର କାର୍ଯ୍ୟକର୍ତ୍ତା ଇନାକ୍ଷୀ ଗାଙ୍ଗୁଲୀ ଆବେଦନ କରିଥିଲେ। ଜାମ୍ମୁ କାଶ୍ମୀରରେ ଜେଲରେ ବନ୍ଦ ଥିବା ୧୮ରୁ କମ୍ ବର୍ଷୀୟ ଶିଶୁଙ୍କ ଗିରଫଦାରୀ ପ୍ରସଙ୍ଗରେ ସେ ଆବେଦନ କରିଥିଲେ। ଜେଲ୍‌ରେ ବନ୍ଦ ରହିଥିବା ଶିଶୁଙ୍କ ସମ୍ବନ୍ଧିତ ସୂଚନା ପାଇଁ ସେ କୋର୍ଟରେ ଦାବୀ କରିଥିଲେ। ଅଦାଲତ ତାଙ୍କୁ ଜାମ୍ମୁ କାଶ୍ମୀରର ହାଇକୋର୍ଟରେ ଅପିଲ କରିବା ପାଇଁ କହିଥିଲେ। ଏହାପରେ ଇନାକ୍ଷୀଙ୍କ ଓକିଲ ହୁସେଫା ଅହମଦୀ କହିଥିଲେ କି, ସେଠାରେ ଏବେ ସ୍ଥିତି ସୁଦୃଢ ନଥିବାରୁ ସାଧାରଣ ଜନତା ହାଇକୋର୍ଟରେ ପହଞ୍ଚି ପାରୁନାହାନ୍ତି। ନ୍ୟାୟ…

Read More

ପୂର୍ବତନ ବିଧାୟକ ମାନଙ୍କୁ ନିଜର ସରକାରୀ ବାସଭବନ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ପୂର୍ବତନ ବିଧାୟକ ବାସଭବନ ଛାଡିବାକୁ ଅରାଜି ହୁଅନ୍ତି ତେବେ ସରକାରୀ ବାସଭବନରୁ ପାଣି ଏବଂ ବିଦ୍ୟୁତ ସଞ୍ଜୋଗ ବନ୍ଦ କରିବା ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବେଆଇନ ଭାବେ 26ଣ ପୂର୍ବତନ ବିଧାୟକ ସରକାରୀ ବାସଭବନକୁ ମାଡି ବସି ରହିଥିବା ଜଣାପଡିଛି । ଜୁନ୍‌ ମାସରୁ ବିଧାୟକଙ୍କୁ ବାସଭବନ ଛାଡିବାର ଥିଲେ ମଧ୍ୟ ଏହି ବିଧାୟକ ମାନେ ବାସଭବନ ଖାଲି କରିନାହାନ୍ତି ।

Read More

ଚଳିତ ମାସରୁ ନୂତନ ଭାବରେ ଲାଗୁ କରାଯାଇଥିବା ମୋଟରଯାନ ଆଇପନକୁ ଲାଗୁ ନକରିବାର ନିଷ୍ପତ୍ତିରେ ଆହୁରି ଦୁଇ ରାଜ୍ୟ ସାମିଲ ହୋଇଛନ୍ତି । ସୋମବାର କେରଳ ଏବଂ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେରଳ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ପିନାରୀ ବିଜୟନ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ନୂତନ ଆଇନ ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ସରକାର ଏହି ଆଇନ ଲାଗୁ କରିବା ନେଇ ସ୍ପଷ୍ଟ ମନା କରିଥିଲେ ।

Read More

ସୋମବାର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ କାଶ୍ମୀର ଗସ୍ତର ଅନୁମତି ମିଳିଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଜାଦଙ୍କୁ ଆଜି ଜମ୍ମୁ କାଶ୍ମୀର ଗସ୍ତ କରିବାର ଅନୁମତି ପ୍ରଦାନ କରାଯାଇଛି । ଏହି ଗସ୍ତ ସମୟରେ ଆଜାଦ ଜମ୍ମୁ, ଅନନ୍ତନାଗ, ବାରମୂଲ୍ଲା ଏବଂ ଶ୍ରୀନଗର ଭ୍ରମଣ କରିପାରିବେ । ଏହି ଗସ୍ତରେ ଆଜାଦ୍‌ ସାଧାରଣ ଜନତାଙ୍କ ସହିତ ବାର୍ତ୍ତାଳାପ କରିପାରିବେ ମାତ୍ର କୌଣସି ରାଜନୈତିକ ରାଲି ଆୟୋଜନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ଏସ୍‌ ଅବ୍‌ଦୁଲ୍‌ ନାଜୀର୍‌ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

Read More

ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଜନସାଧାରଣ ସୁରକ୍ଷା ଆଇନ୍‌ (ପିଏସ୍‌ଏ) ବଳରେ ଅଟକ ରଖାଯାଇଛି । ଧାରା 370 ଉଚ୍ଛେଦ ପରଠାରୁ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯାଇଥିବା ବେଳେ ସୋମବାର ଦିନ ତାଙ୍କୁ ଅଟକ ରଖିବାର ନିଷ୍ପତ୍ତି ନିଆଯାଇଛି । ଏହି ଆଇନ ଫଳରେ ଦୁଇ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ହାଜର ନ କରାଇ ଅବଦୁଲ୍ଳାଙ୍କୁ ଗୃହବନ୍ଦୀ ଭାବରେ ଅଟକ ରଖାଯାଇ ପାରିବ । ପ୍ରଥମ ଥର ପାଇଁ ଏହି ଆଇନ୍‌ ଫାରୁକ୍‌ଙ୍କ ପିତା ଶେଖ୍‌ ଅବଦୁଲ୍ଲାଙ୍କ ଶାସନ କାଳରେ ଲାଗୁ କରାଯାଇଥିଲା । ଏହି ଆଇନ ଅନୁଯାୟୀ ଅବଦୁଲ୍ଳା ନିଜର ବନ୍ଧୁ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ପାରିବେ ମାତ୍ର ଗଣମାଧ୍ୟମ କର୍ମୀଙ୍କୁ ଭେଟିବା ଉପରେ ରୋକ୍‌ ଲଗାଯାଇଛି ।

Read More