Author: Samikhsya Bureau

ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା କାରଣରୁ ମୋଟର ଯାନ ବିକ୍ରି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚଳିତ ଅଗଷ୍ଟ ମାସ ମାନ୍ଦାବସ୍ଥା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଦୁଇ ଚକିଆ ଯାନର ବିକ୍ରି ବିଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସମୁଦାୟ ମୋଟର ଯାନ ବିକ୍ରି 1997-98 ଆର୍ଥିକ ବର୍ଷ ପରଠାରୁ ସର୍ବନିମ୍ନ ସ୍ତର ଛୁଇଁଛି । ସମୁଦାୟ ଯାତ୍ରୀବାହୀ ଯାନ ବିକ୍ରିରେ 31.57 ପ୍ରତିଶତ ହ୍ରାସ ପାଇଛି । ଅଗଷ୍ଟ 2018ରେ 2 ଲକ୍ଷ87 ହଜାର 198ଟି ଗାଡି ବିକ୍ରି ହୋଇଥିବା ବେଳେ ଚଳିତ ଅଗଷ୍ଟରେ 1 ଲକ୍ଷ 96 ହଜାର 524ଟି ୟୁନିଟ୍‌ ବିକ୍ରି ହୋଇଛି । ପାସେଞ୍ଜର କାର ବିକ୍ରିରେ ଅଗଷ୍ଟ ମାସରେ 41.09 ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ ସମୁଦାୟ 1 ଲକ୍ଷ 15 ହଜାର 957ଟି କାର୍‌ ବିକ୍ରି ହୋଇଥିବା ବେଳେ ଗତବର୍ଷର ଏହି ସମୟରେ…

Read More

ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଜନଜୀବନ ବେଶ୍‌ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏହି ଆଇନ୍‌ ଆଧାରରେ ଆଦାୟ ହେଉଥିବା ଜରିମାନା କୋହଳ ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।  ଏହି ନୂତନ ନିୟମ ଅନୁସାରେ ଅତ୍ୟଧିକ ଜରିମାନା ଆଦାୟ ହେଉଥିବାରୁ ଏଥିରେ କିଛିଟା କୋହଳ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ ।  ତେବେ ଏହି ସଂଶୋଧିତ ମୋଟର ଯାନ ଆଇନ୍‌ ଓ ଅହେତୁକ ଜରିମାନା ପ୍ରସଙ୍ଗରେ ଏହା କେନ୍ଦ୍ରୀୟ ଆଇନ୍, ଆମେ ପରିବତ୍ତର୍ନ କରିପାରିବୁ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ତେବେ ଆଇନ୍‌ର କିଛି ଧାରରେ ବଦଳ ନେଇ ରାଜ୍ୟର କିଛି କ୍ଷମତା ରହିଛି । ଏହା ଆଧାରରେ କିଛି କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କାଲି ଏହି ସମ୍ବନ୍ଧୀୟ ଏକ ବୈଠକ ଡକାଯାଇଛି, ଏହି ବୈଠକରେ ଜରିମାନା କୋହଳ ନେଇ…

Read More

ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ରବିବାର ରାତିରେ ବିଦେଶ ଗସ୍ତ କରିଥିବା କୋବିନ୍ଦ ଏହି ସମୟରେ ତିନିଟି ରାଷ୍ଟ୍ର ଭ୍ରମଣ କରିବେ ବୋଲି ଜଣାପଡିଛି । ଏହି ସମୟରେ କୋବିନ୍ଦ ଆଇସ୍‌ଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ସ୍ଲୋଭେନିଆ ଗସ୍ତରେ ଯିବେ ବୋଲି ଜଣାପଡିଛି । ଉକ୍ତ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ରାଷ୍ଟ୍ରପତି କୋବିନ୍ଦ ସେପ୍ଟମ୍ବର 9-11 ପର୍ଯ୍ୟନ୍ତ ଆଇସଲ୍ୟାଣ୍ଡ, 11-15 ପର୍ଯ୍ୟନ୍ତ ସ୍ବିଜରଲ୍ୟାଣ୍ଡ ଏବଂ ସେପ୍ଟେମ୍ବର 15ରେ ସ୍ବିଜରଲ୍ୟାଣ୍ଡ ଗସ୍ତ କରିବେ । ଏହି ଗସ୍ତ ସମାପ୍ତ ହେବା ପରେ ସେପ୍ଟେମ୍ବର 17 ତାରିଖରେ ରାଷ୍ଟ୍ରପତି ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ୍‌ କୁମାର ସୂଚନା ଦେଇଛନ୍ତି ।

Read More

ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆସେସ୍‌ ସିରିଜ୍‌ ସମାପନ ପୂର୍ବରୁ ଆସେସ୍‌ ଉପରେ କବ୍‌ଜା କରି ନେଇଛି କଙ୍ଗାରୁ ଦଳ । ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦଳ ଚତୁର୍ଥ ମ୍ୟାଚ୍‌ରେ 185 ରନ୍‌ରେ ବିଜୟୀ ହେବା ସହିତ ଆସେସ୍‌ ନିଜ ନିକଟରେ ରଖିଛି । 383 ରନ୍‌ ବିଜୟ ଲକ୍ଷ୍ୟମର ପିଛା କରୁଥିବା ଇଂଲଣ୍ଡ ମାତ୍ର 197 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ପରାଜୟର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ପକ୍ଷରୁ ଜୋ ଡେନ୍‌ଲୀ ସର୍ବାଧିକ 53 ରନ୍‌ ସଂଗ୍ରହ କରିଥିବା ବେଳେ 5 ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍‌ସ 43/4 ର ଫିଗର ହାସଲ କରିଥିବା ବେଳେ ହଜେଲଉଡ୍‌ ଏବଂ ଲିୟନ୍‌ଙ୍କୁ 2ଟି ଲେଖାଏଁ ଓ୍ବିକେଟ, ମିଚେଲ ଷ୍ଟାର୍କ ଓ ଲାବୁଷ୍ଚାଞ୍ଜେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ 211 ଏବଂ ଦ୍ବିତୀୟ ଇନିଂସରେ 82…

Read More

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ସରକାର ଗୁପ୍ତ ଭାବେ ଜେଲରୁ ମୁକୁଳାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିବା ଏହା ପଛର ମୂଳ ଉଦ୍ଦେଶ୍ୟ ବୋଲି ଗୁଇନ୍ଦା ବ୍ୟୁରୋ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛି । ଏହା ସହିତ ପାକ୍‌ ମାଟିରେ କାର୍ଯ୍ୟକ୍ଷମ ଅନ୍ୟ ଆତଙ୍କୀ ସଂଗଠନଗୁଡ଼ିକ ଅବାଧରେ କାର୍ଯ୍ୟ କରୁଥିବାବେଳେ ରାଜସ୍ଥାନ ନିକଟ ସୀମାନ୍ତରେ ପାକିସ୍ତାନୀ ସେନା ଅତିରିକ୍ତ ସୈନ୍ୟ ଠୁଳ କରିଛି ବୋଲି ଗୋଇନ୍ଦା ରିପୋର୍ଟ ମିଳିଛି । ଧାରା 370 ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି ।

Read More

ୟୁଏସ୍‌ ଓପନ୍‌ ପୁରୁଷ ବିଭାଗରେ ସ୍ପେନ୍‌ର ରାଫେଲ ନାଦାଲ ଚାମ୍ପିୟନ୍‌ ହୋଇଛନ୍ତି । ଏହି ଟାଇଟଲ ସହିତ ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍‌ ତଥା ଚତୁର୍ଥ ୟୁଏସ୍‌ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ଋଷିଆର ଡାନିଲ୍‌ ମେଦଭେଦେଭ୍‌ଙ୍କୁ ପରାସ୍ତ କରି ନାଦାଲ ଏହି କୃତିତ୍ବ ହାସଲ କରିଛନ୍ତି । 5 ସେଟ୍‌ ବିଶିଷ୍ଟ ମୁକାବିଲାରେ ନାଦାଲ 4 ଘଣ୍ଟା 50 ମିନିଟ୍‌ର ମାରାଥନ୍‌ ମୁକାବିଲା କରି ବିଜୟୀ ହୋଇଥିଲେ । 7-5, 6-3, 5-7, 4-6 ଏବଂ 6-4 ସେଟ୍‌ରେ ନାଦାଲ ମେଦଭେଦେଭ୍‌ଙ୍କୁ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲ ଏହା ସହିତ ଫେଡେରରଙ୍କ 21 ତମ ଗ୍ରାଣ୍ଡସ୍ଲାମ ବିଜୟର ଏକ ପାଦ ନିକଟତର ହୋଇଛନ୍ତି । ନାଦାଲ ନିଜ ଖ୍ୟାତି ଅନୁଯାୟୀ ପ୍ରଥମ ଦୁଇ ସେଟ୍‌ରେ ସହଜ ବିଜୟ ହାସଲ କରିଥିବା ବେଳେ ପରବର୍ତ୍ତୀ ଦୁଇ ସେଟ୍‌ରେ ବିଜୟ ହୋଇ ମେଦଭେଦେଭ୍‌ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ…

Read More

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଯାଇଛି । ତାଙ୍କର 56 ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଛି । ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଶତପଥୀଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହତ ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 1963 ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର…

Read More

ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣ ନିୟମିତ ଭାବରେ ବଢିଚାଲୁଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ଜଣ ରୋଡ ରୋମିଓ ଛେଚା ଖାଇଛନ୍ତି । ଦୁଇ ଜଣ ଯୁବକ ଝିଅଙ୍କ ପିଛା କରି କମେଣ୍ଟ ମାରୁଥିବା ବେଳେ ଧରାପଡି ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ସ୍ଥାନୀୟ ଜିଜିପି କଲୋନୀର କିଛି ଲୋକ ଯୁବକ ଦ୍ବୟଙ୍କୁ ଧରିବା ପରେ ସମ୍ପୃକ୍ତ ଯୁବତୀ ମାଡ ମାରିଥିବା ଜଣାପଡିଛି । ରସୁଲଗଡର ଜିଜିପି କଲୋନୀରେ ଏହି ଘଟଣା ଘଟିଥିବା ବେଳେ ଦୁଇ ରୋଡ୍‌ ରୋମିଓଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଜଣାପଡିଛି ।

Read More

ଭବାନୀପାଟଣାରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ମା ଓ ଦୁଇ ପୁଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କଳାହାଣ୍ଡିର ସିଝରଣ ଗାଁରେ ଏହି ବର୍ବର କାଣ୍ଡ ଘଟିଛି । ଦୁଇ ଶିଶୁଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ବେଳେ ବେଳେ ମାର ମୃତଦେହ ଗାଁର ନିକଟସ୍ଥ ରେଳ ଲାଇନ୍‌ରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍‌ ନିକଟରେ ଫୋପାଡି ଦିଆଯାଇଥିବା ପୋଲିସ୍‌ ସନ୍ଦେହ କରୁଛି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ଏବଂ ଫରେନ୍‌ସିକ୍‌ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Read More

ବାଲେଶ୍ୱର ଜିଲ୍ଲାରେ ଥିବା ବୁଢାବଳଙ୍ଗା ହଳଦିଆ ଘାଟିରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗା ପାଣି ଭିତରେ ଓଲିଟି ପଡିଥିବା ବେଳେ ଡଙ୍ଗାରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ 30 ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । କୂଳ ଛାଡିବାର କିଛି ଦୂରରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଅନ୍ଧାର ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଅଧିକ କଷ୍ଟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମାତ୍ରାଧିକ ଓଜନ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିବା ଜଣା ପଡିଛି ।

Read More