ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣିଥରେ ଭାରତ ସହ ଯୁଦ୍ଧ କରିବାର ଧମକ ଦେଇଛନ୍ତି। ତେବେ ଏହି ଧମକ ଦେବା ସହିତ ପାକିସ୍ତାନ ଭାରତ ସହିତ ପାରମ୍ପରିକ ଯୁଦ୍ଧ କଲେ ପାକିସ୍ତାନ ହାରିଯିବ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ତେବେ ଯଦି ଯୁଦ୍ଧ ଆରମ୍ଭ ହେଲା, ତେବେ ପରମାଣୁ ଆକ୍ରମଣରେ ଶେଷ ହେବ ବୋଲି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ,ପାରମ୍ପରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ। ଏହାର ଅର୍ଥ ସେ ଆତ୍ମସମର୍ପଣ କରିବ ନଚେତ ଶେଷ ଯାଏଁ ଲଢିବ। ପାକିସ୍ତାନ ଶେଷ ଯାଏଁ ଲଢିବ। କାରଣ ପରମାଣୁ ସମ୍ପର୍ଣ୍ଣ ଦେଶ ମଧ୍ୟରେ ଲଡେଇ ହେଲେ ପରିସ୍ଥିତି ଭୟାବହ ହେବ। କାଶ୍ମୀର ପ୍ରସଙ୍ଗରେ ପରମାଣୁ ଯୁଦ୍ଧ ହେବ ବୋଲି କହିଛନ୍ତି ଇମ୍ରାନ୍ ଖାନ୍। ଭାରତ ସହ ଶେଷ ନିଃଶ୍ବାସ ଯାଏଁ ଲଢିବୁ ବୋଲି କହିଛନ୍ତି…
Author: Samikhsya Bureau
ଚିତ୍ରକୋଣ୍ଡାରେ ଡଙ୍କା ବୁଡି ତିନି ଜଣ ଲୋକ ନିଖୋଜ ହୋଇଥିବାର ଖବର ମିଳିଛି। ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡି ଥିବା ଘଟଣା ଶୁଣିବାକୁ ମିଳିଛି। ଡଙ୍ଗାଟି ନାକାମାମୁଡୁରୁ ତୋଟାଗୁଡା ଯିବା ବାଟରେ ଅଘଟଣ ହୋଇଥିବାର ସୂଚନା ରହିଛି। ଏହି ଡଙ୍ଗାରେ ୪ ଜଣ ଯୁବକ ଯାତ୍ରା କରୁଥିବାବେଳେ ଅଧା ବାଟରେ ଆମ୍ବିଳିବେଢା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୪ଜଣଙ୍କ ମଧ୍ୟରୁ ତିନିଜଣଙ୍କ ସନ୍ଧାନ ମିଳୁନି। ତନ୍ମଧ୍ୟରୁ ଜଣେ ଯୁବକ ପହଁରି ପହଁରି ଆସି କୂଳରେ ଲାଗିଥିବା ଜଣାପଡିଛି।
ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ଜିଲ୍ଲାର ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତକାଲି ସୁଦ୍ଧା ଜିଲ୍ଲାରେ ହୋଇଥିବା ୨୦୦ଟି ରକ୍ତ ନମୁନାର ପରୀକ୍ଷାରେ ୩୦ଟି ପଜିଟିଭ୍ ବାହାରିଛି। ଜିଲ୍ଲାର ଖତକୁରାବାହାଲରେ ସର୍ବାଧିକ ୨୮ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସୁନ୍ଦରଗଡ ସହରରେ ଜଣେ, ବୀରମିତ୍ରପୁରରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ୨୨ ଜଣଙ୍କ ଚିକିତ୍ସା ଜିଲ୍ଲା ଚିକିତ୍ସାଳୟରେ ଜାରି ରହିଥିବା ବେଳେ ୭ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
କେଦାର ମିଶ୍ର ଆଜି ଯାଏ ବିଜୁ ଜନତା ଦଳ ଓ ଏହାର ସରକାର ପରିଚାଳନାରେ ବରିଷ୍ଠ ପ୍ରଶାସକ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ନେଇ ବହୁ ପ୍ରକାର କଳ୍ପନା ଜଳ୍ପନା, ଗୁଜବ-କାହାଣୀ ଓ ସଙ୍କେତ ସବୁ ମିଳୁଥିଲା। ସରକାର ଉପରେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ବି ହେଉଥିଲା। ହେଲେ ଖୋଲାଖୋଲି ତାଙ୍କୁ କେହି ଦେଖୁନଥିଲେ ବା ତାଙ୍କ କଥା ଶୁଣିବାକୁ ମିଳୁନଥିଲା। ଅନେକ ତ ତାଙ୍କ ଚେହେରା ମଧ୍ୟ କେବେ ଦେଖିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ଘନିଷ୍ଠ ଓ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ କେବଳ ନୁହେଁ, ସେ ଏକ ପ୍ରକାର ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ରହିଥିବା କଥା ସମସ୍ତେ ଜାଣନ୍ତି। ପାଣ୍ଡିଆନଙ୍କ ଆଗରୁ ଆହୁରି ଅନେକ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ। ହେଲେ ନବୀନ ବାବୁ କାହା ଉପରେ ଏତେଟା ନିର୍ଭରଶୀଳ କେବେ ବି ନଥିଲେ। ଏବେ ବିଜେଡ଼ିର…
ଗଞ୍ଜାମରେ ପୁଣି ଏନକାଉଣ୍ଟର ହୋଇଛି। ଗଞ୍ଜାମରେ ଗତ 24 ଘଣ୍ଟାରେ ଦୁଇଟା ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରେ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ବ୍ଲକର ପାଲୁର-କୃଷ୍ଣପ୍ରସାଦ ରୋଡରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକର ପୋଲିସ ଏନକାରଣ୍ଟର କରିଛି। ପ୍ରମୋଦର ଡାହାଣ ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ ବ୍ରହ୍ମପରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରୋମଦ ନାଁରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। ଏକ ମାମଲାରେ ପ୍ରମୋଦ ଖୋଜିବାକୁ ପୋଲିସ ଯାଇଥିଲା। ତେବେ ପୋଲିସକୁ ଦେଖି ସେ ଆଗୁଆ ଗୁଳି ଚଳାଇଥିଲା ଯାହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ପ୍ରମୋଦ ପାଖରୁ ଗୋଟିଏ ମାଉଜର, ଗୁଳି, ବାଇକ ଦବତ ହୋଇଛି। ଏହା ପୂର୍ବରୁ ଗତକାଲି ଜୟଶ୍ରୀ କ୍ୟାମିକାଲ ଫ୍ୟାକ୍ଟ୍ରି ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ କୋକ ବେହେରାକୁ ଏନକାଉଣ୍ଟର କରିଥିଲା ପୋଲିସ। ଗତକାଲି ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା…
ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ ବୋଲି ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। ଭିତରକନିକାରେ ଭିଡ ଜମାଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଅଗଷ୍ଟ ୨୩ ରୁ ୨୯ ତାରିଖ ଯାଏଁ ୭ଦିନ ଧରି ହୋଇଥାନ୍ତା। ଗଣନାକାରୀ ଟିମ ମଠଆଡିଆରେ ପହଞ୍ଚିବା ପରେ ମାତ୍ର ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ଓ ହଜାର ହଜାର ପକ୍ଷୀ ବସା ବାନ୍ଧିବା ପାଇଁ କୁଟା କାଠି ଧରି ଉଡୁଥିବା ଦେଖିବାକୁ ପାଇଥିଲେ। ଫଳରେ ଗଣନା ବନ୍ଦ ରହିଥିଲା। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମଠଆଡିଆରେ କପରଖାଇ, ପାଣିକୁଆ, ଦାବେଂଟିଆ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ତାଳିଆ, ବଡବଗ, ମଝିଆଁବଗ, ଛୋଟବଗ, ରାଣୀବଗ, ଅଂଜନା, ଖଇରା, ଦାବେଂଟିଆ ଆଦି ପକ୍ଷୀ ହଜାର ହଜାର ସଂଖ୍ୟାରେ ବସା ବାନ୍ଧିଛନ୍ତି।
ସମୀକ୍ଷା ବ୍ୟୁରୋ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା୨୭ ତାରିଖ ଦିନ ପାଇକ ବିଦ୍ରୋହ ସ୍ମାରକିର ଶିଳାନ୍ୟାସ କରିବା ପାଇଁ ଅନୁରୋଧ କରାଯାଇଛି । ଯଦି ସମ୍ମତି ମିଳେ ତେବେ ତାହା ରାଷ୍ଟ୍ରପଚିଙ୍କ ଦ୍ବାରା ଶିଳା ନ୍ୟାସ କରାଯିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ବରୁଣେଇ ପାଦଦେଶକୁ ଯାଇ ପାଇକ ସ୍ମାରକୀ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବା ଅବସରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ କରିବା ଅବସରରେ ଏଠାରେ ଗୋଟିଏ ସ୍ମାରକ ନିର୍ମାଣର ପରିକଳ୍ପନା ଭାରତ ସରକାରଙ୍କ ଥିଲା । ଏଥିପାଇଁ ରାଜ୍ୟ ସରକାର ଜାମି ଉପଲବ୍ଧ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖି ପାଇକ ସ୍ମାରକୀ ନିର୍ମାଣ ପାଇଁ ୧୦ ଏକର ଜମି ଉପଲବ୍ଧ କରାଇଥିବା ସୂଚନା ଦେଇଛନ୍ତି ।…
ଆମ ରାଷ୍ଟ୍ରଭାଷା ହିନ୍ଦୀ ପ୍ରତି ସମ୍ମାନ, ଭାଷାକୋଷର ସମୃଦ୍ଧି ଓ ଉତ୍ତମ ବ୍ୟବହାର ନିମିତ୍ତ ‘ହିନ୍ଦୀ ଦିବସ’ ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖରେ ପାଳନ କରାଯାଏ । ଡିଏଭି ପୋଖରୀପୁଟରେ ଚଳିତବର୍ଷ ‘ହିନ୍ଦୀ ଦିବସ’ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ ଉଦ୍ଘାଟନ କରିଥିଲେ ବିଦ୍ୟାଳୟର ନିରୀକ୍ଷକ / ନିରୀକ୍ଷିକା ରଞ୍ଜନ କୁମାର ସ୍ୱାଇଁ, ସ୍ମରଣିକା ପଟ୍ଟନାୟକ, ପି. ଅନୁରାଧା ଓ ସଂଘମିତ୍ରା ଶତପଥୀ। ମାତୃଭାଷା ପରି ରାଷ୍ଟ୍ରଭାଷା ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ରଖିବା ନିମନ୍ତେ ସପ୍ତମ ଶ୍ରେଣୀର ଛାତ୍ରୀ ଚକ୍ଷୁଷା ନିଜର ଅଭିଭାଷଣରେ କହିଥିଲେ । ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱସ୍ତିକା ଓ ଭୂମିକା ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଚତୁର୍ଥ ଶ୍ରେଣୀର ଛାତ୍ରୀ ପ୍ରାପ୍ତି ମିଶ୍ର ଏକ ଚିତ୍ତାକର୍ଷକ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଭକ୍ତି ସଦନର କ୍ୟାବିନେଟ୍ ସଦସ୍ୟ ତୃତୀୟରୁ…
ହରିୟାଣାର ରାଇ ଖେଳ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା କ୍ରିକେଟର କପିଲ୍ ଦେବ । ହରିୟାଣା ଖେଳମନ୍ତ୍ରୀ ଅନିଲ ଭିଜ୍ ଟ୍ୱିଟ କରି ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ସୋନିପଥର ରାଇରେ ମୋତିଲାଲ ନେହେରୁ ସ୍କୁଲ ଅଫ ସ୍ପୋଟର୍ସ କ୍ୟାମ୍ପସରେ ଏହି ଖେଳ ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟର ଅନ୍ୟ ଷ୍ଟାଫଙ୍କ ନିଯୁକ୍ତି ମଧ୍ୟ ଖୁବଶୀଘ୍ର କରାଯିବ । ନିୟମାନୁସାରେ କୌଣସି ବିଶ୍ବବିଦ୍ୟାଳୟର କୁଳପତିର ପଦ ରାଜ୍ୟର ରାଜ୍ୟପାଳଙ୍କୁ ଦିଆଯାଇଥାଏ, କିନ୍ତୁ ହରିୟାଣାରେ ନିଯୁକ୍ତିକୁ ନେଇ ଆଇନକୁ ପରିବର୍ତ୍ତନ କରାଯାଇଛି ଏବଂ ପ୍ରଥମ ଥର ପାଇଁ ଖେଳ ଦୁନିଆ ସହ ଜଡିତ ଥିବା ଜଣେ ବ୍ୟକ୍ତିକୁ ଏହି ପଦ ପାଇଁ ନିଯୁକ୍ତ କରାଯାଇଛି । କିନ୍ତୁ ରାଜ୍ୟପାଳ ସଂରକ୍ଷକଙ୍କ ଭୂମିକାରେ ରହିବେ । ହରିୟାଣା ସରକାର ଗତ ମୌସୁମୀ ଅଧିବେଶନରେ ପ୍ରଦେଶର ପ୍ରଥମ ଖେଳ ବିଶ୍ୱବିଦ୍ୟାଳୟ ସ୍ଥାପନା…
ସମୀକ୍ଷା ବ୍ୟୁରୋ ଆସନ୍ତା ଗାନ୍ଧି ଜୟନ୍ତୀଠାରୁ ନବୀନ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନ୍ଫରେନସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ଦିଗ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅକ୍ଟୋବର ୨ଠାରୁ ସେ ନିଜେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ୍ କରି ସେମାନେ ଥାନାରେ କିପରି ବ୍ୟବହାର ଓ ସେବା ପାଇଲେ, ସେ ବିଷୟରେ ପଚାରି ବୁଝିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ମୋ ସରକାର ହେଉଛି ସେମାନଙ୍କ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ…
ସମୀକ୍ଷା ବ୍ୟୁରୋ ଆଜି ସାରା ଦେଶ ରେ ହିନ୍ଦୀ ଦିବସ ପାଳିତ ହେଉଛି । ହିନ୍ଦୀ ଭାଷାର ପରିଚୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ରହିଛି । ପୃଥିବୀର ଅନେକ ଦେଶରେ ହିନ୍ଦୀ ଭାଷୀ ଲୋକ ଅଛନ୍ତି । ଏହି ଭାଷାର ପ୍ରଚାର ନିରନ୍ତର ହେଉଛି । ୧୯୪୭ ସେପ୍ଟେମ୍ବର ୧୪ରେ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା । ସେବେଠାରୁ ସବୁ ବର୍ଷ ଏହି ଦିବସକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ , କିନ୍ତୁ ଆପଣ ଜାଣନ୍ତି କି ହିନ୍ଦୀ ଦିବସ କଣ ପାଇଁ ପାଳନ କରାଯାଏ ? ଏହା ପଛରେ ଗୋଟିଏ କାରଣ ରହିଛି । ହିନ୍ଦୀ ଭାରତୀୟ ଗଣରାଜ୍ୟ ଏବଂ ମଧ୍ୟ ଭାରତୀୟ ମାନଙ୍କର ଆର୍ଯ୍ୟ ଭାଷା ଅଟେ । ୨୦୦୧ ଜନଗଣନା ଅନୁସାରେ ପ୍ରାୟ ୨୫.୭୯ କୋଟି ଭାରତୀୟ ହିନ୍ଦୀ କୁ ମାତୃଭାଷା ରୂପେ ବ୍ୟବହାର କରିଥାନ୍ତି । ୪୨.୨୦ କୋଟି…
ଅର୍ଥନୈତିକ ସ୍ଥିତି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି ଓ ମୁଦ୍ରାସ୍ଫୀତି ୪ ପ୍ରତିଶତ ତଳେ ରହିଛି ବୋଲି କହିଛନ୍ତି । ସେହିପରି ଶିଳ୍ପଜାତ ଉତ୍ପାଦନରେ ସୁଧାର ଆସିଛି । ଅର୍ଥମନ୍ତ୍ରୀ ପାର୍ସଲ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରିବା ସହିତ ଆସନ୍ତା ୧୯ ତାରିଖରେ ସବୁ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ମୁଖ୍ୟଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ୨୦୨୦ ଜାନୁଆରୀ ୧ରୁ ନୂଆ ରସ୍ତାନୀ ନିୟମ ଲାଗୁ ହେବ । ବ୍ୟାଙ୍କ ଗୁଡ଼ିକର ବୀମା ଅର୍ଥ ରାଶିକୁ ବାର୍ଷିକ ୧୭ଶହ କୋଟିକୁ ବୃଦ୍ଧି କରାଯିବ । ୨୦୨୦ ସୁଦ୍ଧା ଦେଶରେ ୪ଟି ମେଗା ସପିଂ ଫେଷ୍ଟିଭାଲ୍ ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ଳା ସୀତାରମଣ ।
ସଂସଦର ବିଭିନ୍ନ କମିଟିରେ ଓଡ଼ିଆ ସ୍ଥାନ ପାଇଛନ୍ତି । ଫାଇନାନ୍ସ କମିଟିରେ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ ସ୍ଥାନ ପାଇଥିବା ବେଳେ ବାଣିଜ୍ୟ କମିଟିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସ୍ଥାନ ପାଇଛନ୍ତି । ପ୍ରତିରକ୍ଷା କମିଟିରେ ନୀତିଶ ଗଙ୍ଗଦେବ, ରାଜଶ୍ରୀ ମଲ୍ଲିକ ସ୍ଥାନ ପାଇଛନ୍ତି । ସେହିପରି ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ରମେଶ ମାଝି, ପ୍ରସନ୍ନ ଆଚାର୍ଯ୍ୟ, ବୈଦେଶିକ ବ୍ୟାପାର କମିଟିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମାନବ ସମ୍ବଳ ବିକାଶ କମିଟିରେ ଚନ୍ଦ୍ରାଣୀ ମୁର୍ମୁ, ସସ୍ମିତ ପାତ୍ର ଓ ଓ ଗୃହ ବିଭାଗ କମିଟିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ସାର ଓ ରସାୟନ କମିଟିରେ ବିଶେଶ୍ୱର ଟୁଡ଼ୁ, ରଞ୍ଜୀବ ବିଶ୍ୱଳ ସ୍ଥାନ ପାଇଛନ୍ତି । ଏହା ସହ ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଛି। ସେହିପରି ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ପ୍ରମିଳା…

