Author: Samikhsya Bureau

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନ ମାମଲାରେ 7 ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତିହାର ଜେଲ୍‌ରେ ରହିଥିବର ଚିଦାମ୍ବରମ୍‌ ବୁଧବାର ଦିନ ଜାମିନ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ଆସନ୍ତା ଏକ ସପ୍ତାହ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଅର୍ଥ ହେରଫେର ମାମଲାର ଚିଦାମ୍ବରମଙ୍କୁ ପଚରା ଉଚୁରା ପାଇଁ ଅନୁମତି ମଗାଯାଇଛି ।

Read More

ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲକୁ ସାମୟିକ ଆଶ୍ବସ୍ତି ମିଳିଛି । ମାନ୍ୟବର ଓଡିଶା ହାଇକୋର୍ଟ ଆପୋଲୋ ହସ୍ପିଟାଲକୁ 4 ସପ୍ତାହର ମହଲତ ପ୍ରଦାନ କରିଛନ୍ତି । ଆପୋଲୋ ହସ୍ପିଟାଲ୍‌ର ଲାଇସେନ୍ସ ଋଦ୍ଦ କରିବା ପାଇଁ ଏନ୍‌ଏଚ୍‌ଆରସି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ କୋର୍ଟ ଚାରି ସପ୍ତାହ ପାଇଁ ଏହା ଉପରେ ରହିତାଦେଶ ଲଗାଇଛନ୍ତି । ଚାରି ସପ୍ତାହ ପର୍ଯ୍ୟନ୍ତ ଲାଇସେନ୍ସ ଋଦ୍ଦ ନିଷ୍ପତ୍ତି ରୋକିବା ସହିତ ଆପୋଲୋ ଏହି ସମୟସୀମା ମଧ୍ୟରେ ଏନ୍‌ଏଚ୍‌ଆରସି ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ଆପୋଲୋ କର୍ତ୍ତୃପକ୍ଷ ନିଜର ମତାମତ ରଖିବା ପରେ ଏନ୍‌ଏଚ୍‌ଆରସି ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଏକ ବେଆଇନ୍‌ କୀଡ୍‌ନୀ ପ୍ରତିରୋପଣକୁ ନେଇ ଏହି ବିବାଦ ଦେଖାଦେଇଥିଲା ।

Read More

ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଭିଜିଲାନ୍ସ ଜାଲରେ ଫସିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ଘରେ ଏହି ରେଡ୍‌ କରାଯାଇଛି । ବଲାଙ୍ଗୀରର ପ୍ୟାଲେସ୍‌ ଲାଇନ୍‌ର ଦଶମତି ନଗରରେ ରହିଥିବା ମହାପାତ୍ରଙ୍କ ଘରେ ଚଢାଉ କରାଯାଇଥିଲା । ଘର ଓ ଅଫିସ୍‌ ସମେତ ଅନ୍ୟାନ୍ୟ 4ଟି ସ୍ଥାନରେ ଚଢାଉ କରାଯାଇଥିଲା ।

Read More

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନକୁ ବିଭିନ୍ନ ରାଜ୍ୟ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ନିଜର ମତ ରଖିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି ଯଦି ରାଜ୍ୟ ମାନେ ଏହି ନିୟମ ଲାଗୁ କରିବା ନେଇ କୋହଳ ମନୋଭାବ ପ୍ରଦର୍ଶନ କରନ୍ତି ତେବେ ବର୍ଦ୍ଧିତ ସଡକ ଦୁର୍ଘଟଣା ପାଇଁ ରାଜ୍ୟ ମାନେ ଦାୟୀ ରହିବେ । ଅର୍ଥ କଦାପି ମାନବ ଜୀବନଠାରୁ ମୂଲ୍ୟବାନ ନୁହେଁ ଏବଂ ସମସ୍ତ ରାଜ୍ୟ ସରକାର ଏହା ବିଚାର କରିବା ଉଚିତ୍‌ ବୋଲି ଗଡକରୀ କହିଛନ୍ତି । ଲୋକଙ୍କ ମନରେ ଆଇନ ପ୍ରତି ଭୟ ରହିବା ଉଚିତ୍‌ । ନିର୍ଭୟା ମାମଲା ପରେ ଦୁଷ୍କର୍ମକାରୀଙ୍କୁ କାହିଁକି ଫାଶୀ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ଗଡକରୀ । ଦଣ୍ଡ ଦୃଷ୍ଟାନ୍ତମୂଳକ ହେଲେ ଏହା ଉଭୟ ଭୟ ଏବଂ ସଚେତନତା ସୃଷ୍ଟି…

Read More

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ସମାଲୋଚନା କରିଛି ଶିରୋମଣୀ ଅକାଳୀ ଦଳ । ଦଳର ସାଂସଦ ହରସିମ୍‌ରତ୍‌ କୌର୍‌ ବାଦଲ୍‌ଙ୍କ ବିପକ୍ଷରେ ଅମରିନ୍ଦରଙ୍କ ମନ୍ତବ୍ୟକୁ ନେଇ ଦଳ ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି । ଅମରିନ୍ଦର ବର୍ତ୍ତମାନ ମଧ୍ୟ ସାମନ୍ତବାଦୀ ଚିନ୍ତାଧାରାରେ ବିଶ୍ବାସ ରଖନ୍ତି ବୋଲି ଶିରୋମଣୀ ଅକାଳୀ ଦଳ ପକ୍ଷରୁ କୁହାଯାଇଛି । ଜଣେ ମହିଳାଙ୍କ ବିପକ୍ଷରେ ଏପରି କୁସ୍ଚିତ ମନ୍ତବ୍ୟ ଦେବା ଅମରିନ୍ଦରଙ୍କ ମାନସିକତା ସ୍ପଷ୍ଟ କରୁଛି ବୋଲି ଶିରୋମଣୀ ଅକାଳୀ ଦଳ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ପଞ୍ଜାବ ସରକାର ଅକାଳ ସାମ୍ରଜ୍ୟକୁ ଦୁର୍ବଳ କରିବାର ପ୍ରୟାସ କରୁଛି ବୋଲି ବାଦଲ ମତ ଦେବା ପରେ ଅମରିନ୍ଦର ତାଙ୍କୁ ସମାଲୋଚନା କରି ମୋ ଜୀବନକାଳ ମଧ୍ୟରେ ଦେଖିଥିବା ସବୁଠାରୁ କୁଚ୍ସିତ ମହିଳା ହେଉଛନ୍ତି ହରସିମ୍‌ରତ୍‌ । ଏହାପରେ ଅମରିନ୍ଦରଙ୍କ ମତକୁ ବିରୋଧ କରାଯାଇ ଶିରୋମଣିୀ ଅକାଳୀ ଦଳ ପକ୍ଷରୁ କ୍ଷମା ପ୍ରାର୍ଥନା ଦାବି କରାଯାଇଛି…

Read More

ନିଷିଦ୍ଧ ଆତଙ୍କୀ ସଙ୍ଗଠନ ତେହରିକ୍‌ ଏ ତାଲିବାନ୍‌ ପାକିସ୍ତାନ(ଟିଟିପି)ର ମୁଖ୍ୟ ନୁର ଓ୍ବାଲି ମେସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଆମେରିକା । ଆତଙ୍କୀ ଚିହ୍ନଟ ପାଇଁ ନୁଆ ନିୟମ ଲାଗୁ କରିବା ପରେ ଟ୍ରମ୍ପ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । 9/11 ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣର 18 ତମ ବର୍ଷ ପୂର୍ତ୍ତି ଅବସରରେ ଆମେରିକା ଗୃହ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ମୁଲ୍ଳା ଫଜଲୁଲ୍ଲାର ଦେହାନ୍ତ ପରେ ଜୁନ୍‌ 2018ରେ ମେସୁଦ୍ ଟିଟିପିର ଦାୟିତ୍ବ ଗ୍ରହଣ କରିଥିଲା । ଭାରତ ପାଇଁ ଏହା ଏକ ବଡ ସଫଳତା କାରଣ ମିଳିତ ଜାତିସଂଘରେ ଭାରତ ପାକିସ୍ତାନକୁ ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ଭାବରେ ଘୋଷଣା କରିଥିଲା ।

Read More

କେଦାର ମିଶ୍ର “ସମାଜରେ ସବୁବେଳେ ବ୍ରାହ୍ମଣଙ୍କର ସ୍ଥାନ ଉଚ୍ଚ ରେ ରହି ଆସିଛି। ଏହା ସେମାନଙ୍କର ତ୍ୟାଗ ଓ ତପସ୍ୟାର ଫଳ। ଏହି କାରଣରୁ ବ୍ରାହ୍ମଣ ସମାଜ ସବୁବେଳେ ମାର୍ଗଦର୍ଶକର ଭୂମିକା ନିର୍ବାହ କରି ଆସିଛନ୍ତି।“ ଏହା କୌଣସି ସାଧାରଣ ବ୍ୟକ୍ତିର ବକ୍ତବ୍ୟ ନୁହେଁ। ଲୋକସଭାର ବାଚସ୍ପତି ଓମ ବିର୍ଲା ଚାରି ଦିନ ତଳେ ନିଜର ନିର୍ବାଚନ ମଣ୍ଡଳୀ କୋଟା ଗସ୍ତରେ ଥିବାବେଳେ ସେଠିକାର ବ୍ରାହ୍ମଣ ମହାସଭାରେ ଅତିଥି ଭାବରେ ଯୋଗ ଦେବା ଅବସରରେ ଏମିତି କିଛି ଟୁଇଟ କରିଛନ୍ତି। ଦେଶର ସର୍ବୋଚ୍ଚ ପ୍ରତିନିଧି ସଭାର ଅଧ୍ୟକ୍ଷ ଓ ସମତା ଭିତ୍ତିକ ଭାରତୀୟ ସମ୍ବିଧାନର ଶପଥ ନେଇଥିବା ବାଚସ୍ପତିଙ୍କ ଠାରୁ ଏପରି ଜାତିବାଦୀ ବକ୍ତବ୍ୟ ଶୁଣିଲା ପରେ, ଆମର ପ୍ରତିକ୍ରିୟା କଣ ହେବା ଉଚିତ? ଏକ ନିର୍ଦ୍ଦିଷ୍ଟ ଜାତିର ଲୋକ ଉଚ୍ଚ ଆସନରେ ସବୁବେଳେ ବସିବାର ହକଦାର ବୋଲି କହିବାର ଅଧିକାର ବାଚସ୍ପତିଙ୍କର ରହିଛି କି? ଭାରତୀୟ ସମ୍ବିଧାନର ଧାରା ୧୫…

Read More

ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସକାଳ 10.30 ଯାଏଁ 14ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମିଳିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଝାରସୁଗୁଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ବଜ୍ରପାତ ହେବାର ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

ସାମ୍ନାକୁ ଆସିଲା ଏପରି ଜଣେ ମହାନ୍‌ ଧୋକାବାଜ୍‌ଙ୍କ କଳା କାରନାମା । ଏହି ବ୍ୟକ୍ତିଜଣକ ଶତାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ କରିଛନ୍ତି ଲୁଟ୍‌ପାଟ ।  ଏପରିକି ଥରେ ଗିରଫ ହୋଇଥିଲେ ବି ଧୋକ୍କା ଦେବାର ନିଶା ତୁଟିନି । ସମ୍ପୃକ୍ତ ଯୁବକ ଜଣକ କନ୍ଧମାଳର ହୋଇଥିବାବେଳେ ଏହି ଯୁବକଙ୍କ ନାଁରେ ବହୁ ମହିଳା ଫେରାଦ ହୋଇଛନ୍ତି । ଉକ୍ତ ଯୁବକ ଜଣକ ସ୍ବାମୀ ପରିତ୍ୟକ୍ତା ଓ ବିଧବା ମହିଳାଙ୍କୁ ଟାର୍ଗେଟ୍‌ କରି ପ୍ରେମ ଜାଲରେ ପକାଇ ଶାରିରୀକ ସମ୍ପର୍କ ରଖିଥାଏ ।  ପରେ ପରେ ବେଳକାଳ ଉଣ୍ଡି ମହିଳାଙ୍କ ପାଖରେ ଥିବା ସମସ୍ତ ସମ୍ପତ୍ତିକୁ ହାତେଇ ନେଇଥାଏ ଏହି ଯୁବକ ଜଣକ । ସବୁ ପାଇଗଲା ପରେ ପୁଣି ଥରେ ଆଉ ଏକ ଶିକାରୀ ସନ୍ଧାନରେ ବାହାରିଥାଏ ଏହି ଯୁବକଜଣକ । ପୂର୍ବରୁ ଏପରି ଏକ ଅଭିଯୋଗ ମହିଳାଥାନାରେ ହୋଇଥିବା ପରେ ଗିରଫ ହୋଇଥିଲା ସମ୍ପୃକ୍ତ ଯୁବକ ଜଣକ । …

Read More

ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଆନ୍ତଃ ଧାର୍ମିକ ବିବାହ ଅର୍ଥାତ୍‌ ଅନ୍ୟ ଧର୍ମରେ ବିବାହର ଏକ ମାମଲାର ଶୁଣାଣି କରିଛନ୍ତି । ଜଣେ ହିନ୍ଦୁ ମହିଳା ଜଣେ ମୁସଲିମ ଯୁବକଙ୍କ ସହ ବିବାହ ସମ୍ବନ୍ଧୀୟ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ଶୁଣାଣି କରି କହିଛନ୍ତି ଯେ,  କୋର୍ଟ ଅନ୍ୟ ଧର୍ମରେ କିମ୍ବା ଅନ୍ୟ ଜାତିରେ ବିବାହ କରିଛନ୍ତି, ତାହା ବିରୋଧରେ ନାହାନ୍ତି, କିନ୍ତୁ ଯୁବତୀଙ୍କ ଭବିଷ୍ୟତ ନେଇ ଚିନ୍ତା ରହିଛି ।  ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆମେ କେବଳ ଯୁବତୀଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ।  ଆମେ ଆନ୍ତଃ-ଧର୍ମ କିମ୍ବା ଆନ୍ତଃ ଜାତି ବିବାହ ବିରୋଧରେ ନୁହଁ। କୋର୍ଟ କହିଛନ୍ତି ବ୍ୟକ୍ତିଙ୍କୁ ଜଣେ ବିଶ୍ଵାସଯୋଗ୍ୟ ସ୍ଵାମୀ ଏବଂ ମହାନ ପ୍ରେମୀ ହେବା ଉଚିତ୍।  ତେବେ ମହିଳାଙ୍କ ପିତାଙ୍କ ତରଫରୁ  ଓକିଲ ଜଣକ ଏହା ଯୁବତୀଙ୍କୁ ଫସାଇବାର ଏକ ଷଡ଼ଯନ୍ତ୍ର ବୋଲି କହି ଯୁକ୍ତି ବାଢିଛନ୍ତି…

Read More

ପୁଣିଥରେ ଚିକିତ୍ସା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଏହା ପୁଣି ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଘଟିଛି ।  ମିଳିଥିବା ଖବର ଅନୁସାରେ  ଝାରସୁଗୁଡା ଜିଲ୍ଲାର କାଲିମାଲ ଗାଁର ଯୁବକ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ସଂପକୀୟମାନେ ଡାକ୍ତରଖାନାକୁ ଆଣିଥିଲେ। ତେବେ ଯୁବକକୁ ତୁରନ୍ତ ଚିକିତ୍ସା ସୁବିଧା ମିଳିନଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାସହ ସମ୍ପକୀୟମାନେ ହସ୍ପିଟାଲ ନର୍ସଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣିଛନ୍ତି । ମୃତ୍ୟୁ ହେବା ପରେ ଦୋଷ ଲୁଚାଇବାକୁ ଯାଇ ଯୁବକ ଜଣ ଚିକିତ୍ସା କରାଯାଉଥିବା ଅଭିଯୋଗ କରିଛନ୍ତି । ମରଗିଲା ପରେ ଯୁବକଙ୍କୁ ସାଲାଇନ, ଇଞ୍ଜେକନ୍ସ ଦିଆଯାଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସାଲାଇନ, ଇଞ୍ଜେକ୍ସନ ଦେବା ଭିଡିଓ ମଧ୍ୟ ଭାଇରାଲ ହୋଇଛି ।  ଏହା ଉପରେ ସଫେଇ ଦେଇ ଡାକ୍ତର କହିଛନ୍ତି ଯେ ମୃତ ଘୋଷଣା ହୋଇନଥିବାରୁ ସାଲାଇନ…

Read More

ପୁଣି ଥରେ ପରଦାକୁ ଆସିବେ ଚୁଲ୍‌ବୁଲ୍‌ ପାଣ୍ଡେ । ଆଜି ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ପ୍ରଥମ ଝଲକ୍‌ ଦେଖିବାକୁ ମିଳିଛି । ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ୍‌’ର ତୃତୀୟ ସଂସ୍କରଣ ‘ଦବଙ୍ଗ୍‌ ୩’ର ଟିଜର ରିଲିଜ୍‌ ହୋଇଛି । ଏହି ଫିଲ୍ମର ମୋସନ୍‌ ପୋଷ୍ଟର ମଧ୍ୟ ଆଜି ରିଲିଜ୍‌ ହୋଇଛି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ ତାମିଲ୍‌ ଭାଷାରେ ମଧ୍ୟ ରିଲିଜ୍‌ ହେବ । ସଲମାନ୍‌ ଖାନ୍‌ ଏହି ଫିଲ୍ମର ମୋସନ୍‌ ପୋଷ୍ଟର ରିଲିଜ୍‌ କରିବା ସହିତ  ଏକ କ୍ୟାପସନ୍‌ ଲେଖିଛନ୍ତି ଯେ, ‘ଆସୁଛନ୍ତି ଚୁଲ୍‌ବୁଲ୍‌ ରବିନ୍‌ହୁଡ୍‌ ପାଣ୍ଡେ ଠିକ୍‌ ୧୦୦ ଦିନ ପରେ, ଆମର ସ୍ବାଗତ ତ କର ।’ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ କୋରିଓଗ୍ରାଫର୍‌ ତଥା କଳାକାର ପ୍ରଭୁ ଦେବା । ଦବଙ୍ଗ୍‌ ସିରିଜ୍‌ର ପ୍ରଥମ ଫିଲ୍ମଟି ୨୦୧୦ରେ ପରଦାକୁ ଆସିଥିଲା । ଯାହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ…

Read More

ତେଲୁଗୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ଅପକମିଙ୍ଗ ଫିଲ୍ମ ନିଶବ୍ଦମ୍‌ର ପୋଷ୍ଟର ରିଲିଜ୍‌ କରାଇଛନ୍ତି । ବୁଧବାର ଫିଲ୍ମର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଷ୍କା ସେଟ୍ଟୀ । ଏହି ଫିଲ୍ମରେ ଅନୁଷ୍କାଙ୍କୁ ଚରିତ୍ରର ନାମ ସାକ୍ଷୀ ରହିଥିବା ବେଳେ ସେ ଜଣେ ମୂକ ବଧିର କଳାକାରର ଚରିତ୍ରରେ ନଜର ଆସିଛନ୍ତି । ରିଲିଜ୍‌ ହୋଇଥିବା ପୋଷ୍ଟରରେ ଅନୁଷ୍କା ଏକ କାନ୍‌ଭାସ୍‌ରେ ଚିତ୍ର କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମ ଜରିଆରେ ମାଧବନ୍‌ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶାଳିନୀ ପାଣ୍ଡେ, ଅଞ୍ଜଳି ଏବଂ ହଲିଉଡ୍‌ ଅଭିନେତା ମିଚେଲ ମ୍ୟାଡସେନ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ ।

Read More