Author: Samikhsya Bureau

ସମୀକ୍ଷା ବ୍ୟୁରୋ ଗୋଟିଏ ବାଇକର ଦାମ ହେଉଛି 5 ଲକ୍ଷ 47 ହଜାର ଶହେ 50 ଟଙ୍କା। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏପରି ବାଇକ ବଜାରରେ ଉପଲବ୍ଧ ହେଉଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ବଜାରରେ ଏହି ଗାଡି ମାତ୍ର 3 ଶହଟି ବିକ୍ରି କରିବାକୁ କମ୍ପାନୀ ନିଷ୍ପତି ନେଇଛି। ପୂର୍ବରୁ ଏପରି ଦାମିକା ଗାଡି ଅଛି ହେଲେ ତାହାର ପରିମାଣ ସୀମିତ ନ ଥିଲା। ହେଲେ ଏହି କଂପାନୀ ମାତ୍ର 3ଶହଟି ଗାଡି ଭାରତ ବଜାରକୁ ଦେବ ବୋଲି କହିଛି। ଆଉ ସେ କଂପାନୀ ହେଉଛି #HarleyDavidson। ଦାମିକା ବାଇକ ନିର୍ମାଣ କରିବାରେ ଖ୍ୟାତ ଏହି କଂପାନୀ ଭାରତ ବଜାରରେ #Street750 ମଡେଲର ଏକ ଗାଡି ଆଜି ବଜାର ପ୍ରବେଶ କରିଛି। ଭାରତରେ Harley-Davidson ତାହାର ବଜାର ପ୍ରବେଶର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ବତନ୍ତ୍ର ମଡେଲ ଗାଡି ନିର୍ମାଣ କରିଛି। ଯାହାର ଦାମ…

Read More

ଝାରଖଣ୍ଡ ସରକାର ସାମ୍ବାଦିକଙ୍କ ନିମନ୍ତେ ଅବସର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଏଣିକି ସାମ୍ବାଦିକଙ୍କୁ ମାସିକ ୭୫୦୦ ଟଙ୍କାର ପେନ୍‌ସନ୍‌ ରାଶି ମିଳିବ। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛି। ଏହା ସହିତ ସରକାର ହିନ୍ଦି ଭାଷା, ସାହିତ୍ୟ, ସାମ୍ବାଦିକତା ଏବଂ ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମଧ୍ୟ ପୁରସ୍କୃତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସରକାର ସାମ୍ବାଦିକଙ୍କୁ ପେନ୍‌ସନ୍‌ ପ୍ରଦାନର ନିଷ୍ପତ୍ତି ନେଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଝାରଖଣ୍ଡ ଏହି ସୁବିଧା ଲାଗୁ କରିବାର ନିଷ୍ପତ୍ତି ନେଇଛି।

Read More

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଛି। ଭାରତରେ ଆୟୋଜିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ଓଡିଶାରେ ଆୟୋଜିତ ହେବାକୁ ଯାଉଛି। ୨୧ ସେପ୍ଟେମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଦଳ ଭାବରେ ଭାରତ ସିଧାସଳଖ ସ୍ଥାନ ପାଇଛି। ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ।

Read More

ବରିଷ୍ଠ ନେତା ପି ଚିଦାମ୍ବରମ୍‌ଙ୍କ ଲାଇ ଡିଟେକ୍ସନ୍‌ ଟେଷ୍ଟର ଆବେଦନ କରିବ ସିବିଆଇ । ଏ ନେଇ ସିବିଆଇ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିବ ବୋଲି ଜଣାପଡିଛି । ପି ଚିଦାମ୍ବରମଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇଥିବାରୁ ସିବିଆଇ ଏହି ଆବେଦନ କରିବ ବୋଲି ଜଣାପଡିଛି । ଅଗଷ୍ଟ 21 ତାରିଖରୁ ସିବିଆଇ ରିମାଣ୍ଡରେ ରହିଥିବା ଚିଦାମ୍ବରମ୍‌ ପ୍ରତ୍ୟୋକ ପ୍ରଶ୍ନର ମୁଁ ଜାଣିନାହିଁ, କିମ୍ବା ମୋର ମନେ ନାହିଁ ପରି ଉତ୍ତର ଦେଉଛନ୍ତି । ତେଣୁ ସିବିଆଇ ପକ୍ଷରୁ ଲାଇ ଡିଟେକ୍ସନ୍‌ର ଆବେଦନ କରାଯିବ ବୋଲି କୁହାଯାଇଛି । ସିବିଆଇର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିଦାମ୍ବରମ ।

Read More

ଜମ୍ମୁ-କଶ୍ମୀର ପାଇଁ ଲଢ଼େଇ କରିବାକୁ କହୁଥିବା ଇମ୍ରାନ୍‌ ଖାନ୍‌ ସରକାର ଏବେ ପାକ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଚାପରେ ରହିଛନ୍ତି ବୋଲି କହିଛନ୍ତି ବିଲ୍‌ଓ୍ବାଲା ଭୁଟ୍ଟୋ । ପିଓକେକୁ ସୁରକ୍ଷା ଯୋଗାଇବାରେ ଇମ୍ରାନ୍‌ ଖାନ୍‌ ସରକାର ସମର୍ଥ ହେବେନାହିଁ ବୋଲି ଆଜି ପାକିସ୍ତାନ ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ମୁଖ୍ୟ ବିଲୱାଲା ଭୁଟ୍ଟୋ କହିଛନ୍ତି। ସେ କହିଛନ୍ତି, “ପାକିସ୍ତାନ ପୂର୍ବରୁ ଭାରତ ଠାରୁ ଶ୍ରୀନଗର ଛଡ଼ାଇ ଆଣିବ ବୋଲି କହୁଥିଲା। ହେଲେ ଏବେ ସମୟ ଏମିତି ହେଲାଣି ଯେ ପାକିସ୍ତାନ ମୁଜାଫରବାଦ (ପିଓକେର ରାଜଧାନୀ)କୁ ରକ୍ଷା କରିବା କଷ୍ଟକର । ଏପରି ପରିସ୍ଥିତି ଇମ୍ରାନ୍‌ ଖାନ୍‌ ସରକାରଙ୍କ ଦୁର୍ବଳ ନୀତି ପାଇଁ ହୋଇଛି ବୋଲି କହିଛନ୍ତି ବିଲ୍‌ଓ୍ବାଲା ।

Read More

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଭାରି ପଡିଛି । ଦଳୀୟ ନେତାଙ୍କ ସମାଲୋଚନାର ଶିକାର ହେବାକୁ ପଡିଛି ।  ପୂର୍ବରୁ ଦଳର ସାଂସଦମାନେ ଶଶିଙ୍କ ଏହି ବୟାନକୁ ନେଇ ସମାଲୋଚନା କରିଥିଲେ ଏବେ କେରଳ କଂଗ୍ରେସ ତାଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଛି । କେରଳ କଂଗ୍ରେସ ଅଧ୍ୟକ୍ଷ ମୁଲାପଲ୍ଲୀ ରାମଚନ୍ଦ୍ର ତାଙ୍କୁ ଏନେ ଜବାବ ମାଗିଛନ୍ତି । କନ୍ନୁରରେ ରାମଚନ୍ଦ୍ର କହିଛନ୍ତି, “ସେ ଥରୁରଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ଉପରେ ସ୍ପଷ୍ଟୀକରଣ ଚାହାନ୍ତି । ତାଙ୍କ ସ୍ପଷ୍ଟୀକରଣକୁ ଆଧାର କରି ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ନିଆଯିବ” ।  ଏହାପରେ ଥରୁର କହିଛନ୍ତି ଯେ, “ମୁଁ ମୋର କଂଗ୍ରେସ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଚିନ୍ତାଧାରାକୁ ସମ୍ମାନ ଦିଅନ୍ତୁ । ଥରୁର୍‌ ଆହୁରି ମଧ୍ୟ କହିଛନ୍ତି ଯେ, ସେ ମୋଦି ସରକାରଙ୍କ ଏକ କଠୋର ସମାଲୋଚକ ।  ଲୋକସଭା ନେତା ଅଧିର ରଞ୍ଜନ…

Read More

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦକୁ ବିରୋଧ କରି ଦାୟର ହୋଇଥିବା ଯାଚିକା ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲଙ୍କୁ ପୁରୀ ଆସି ସ୍ଥିତି ପରଖିବାକୁ କହିଛନ୍ତି କୋର୍ଟ । ଉଭୟ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୧୭ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେନ୍ଦୁ ମିଶ୍ର ।  ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ କୋଠା, ମଠ, ଦୋକାନକୁ ଭାଙ୍ଗିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାକୁ ବିରୋଧ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌ର ଦେବାଶିଷ ମିଶ୍ର ଏବଂ ଚେନ୍ନାଇର ଏକ ଏନ୍‌ଜିଓ ଜଣେ ବ୍ୟକ୍ତି ଅରବିନ୍ଦ ଲୋଚନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବାକୁ ସେମାନେ…

Read More

ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌କୁ ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମ୍‌ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି ଡିଡିସିଏ। ଶନିବାର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଦେହାନ୍ତ ପରେ ଡିଡିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜେଟ୍‌ଲୀ ଉଭୟ ଡିଡିସିଏ ଏବଂ ବିସିସିଆଇର ସଭାପତି ରହିଛନ୍ତି। ଆସନ୍ତା ସେପ୍ଟେମ୍ବର 12 ତାରିଖରେ ଜେଟ୍‌ଲୀଙ୍କ ନାମରେ ଏହି ଷ୍ଟାଡିୟମ ନାମିତ ହେବ ବୋଲି ଜଣାପଡିଛି। ଡିଡିସିଏ ପକ୍ଷରୁ ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରାଯାଇଛି। ସମାନ ଦିନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଏକ ଷ୍ଟାଣ୍ଡ ନାମିତ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ଡିଡିସିଏ ସଭାପତି ରଜତ ଶର୍ମା ଏହି ଘୋଷଣା କରିଛନ୍ତି। ଏଡି ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Read More

ଆସନ୍ତା ୧୦ ବର୍ଷ ଭିତରେ ୫୦ ହେକ୍ଟର ଟାଙ୍ଗରା ଜମିକୁ ଉତ୍ପାଦିତ ଜମିରେ ରୂପାନ୍ତରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ବୋଲି କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର୍‌ ପ୍ରକାଶ କରିଛନ୍ତି ।  ଏହା ଦ୍ୱାରା ପ୍ରାୟ ୭୫ ଲକ୍ଷ ଲୋକ ରୋଜଗାରକ୍ଷମ ହୋଇପାରିବେ । ଏଥିପାଇଁ ସରକାର ୟୁନାଇଟେଡ୍‌ ନେସନ୍‌ କନ୍‌ଭେନ୍‌ସନ୍‌ ସହ ଚୁକ୍ତି କରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରକାଶ ଜାଭେଡ଼କର । ଆସନ୍ତା ସେପ୍ଟେମ୍ବର ୨ରୁ ୧୩ ତାରିଖ ଯାଏଁ ନୂଆଦିଲ୍ଲୀର ଗ୍ରେଟର୍‌ ନୋଏଡ଼ାରେ ସଂଯୁକ୍ତ ରାଷ୍ଟ୍ର ସିସିଡି କୋପ୍‌-୧୪ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଖରାପ ହୋଇଯାଇଥିବା ଜମିକୁ କିଭଳି ଭାବେ ଚାଷ ଉପଯୋଗୀ କରିହେବ ସେଥିରେ ତମାମ ଆଲୋଚନା କରାଯିବ । ଏଥିରେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ନିଜର ମତାମତ ଦେବେ ଏବଂ ପରୀକ୍ଷାର ପ୍ରଦର୍ଶନ ମଧ୍ୟ କରିବେ ବୋଲି ଜାଭେଡ଼କର କହିଛନ୍ତି ।…

Read More

ରଙ୍ଗାଚରଣ ପ୍ରଧାନ  ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଫୋନ୍ ଆସେ । ସେସବୁକୁ କଥାବାର୍ତ୍ତା ନ କହି ଏକ ପାଖିଆ ବାର୍ତ୍ତା କୁହାଯାଇ ପାରିବ । ତେବେ ଗତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମଧ୍ୟ ପୁଣି ଥରେ ଓଡିଶାର ଲୋକମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫୋନ୍ ଆସିବ । ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ” ମୁଁ ଆପଣମାନଙ୍କର ମୁଖ୍ୟମନ୍ତ୍ରୀ । ମୁଁ ସିଧାସଳଖ ଆପଣମାନଙ୍କ ପାଖକୁ ଫୋନ୍ କରିବି ଏବଂ ହସପିଟାଲ୍, ପୋଲିସ୍ ଥାନା ଏବଂ ଅନ୍ୟ ସରକାରୀ ଅଫିସରେ ଆପଣମାନେ କି ପ୍ରକାର ବ୍ୟବହାର ପାଉଛନ୍ତି, ସେ ବିଷୟରେ ପଚାରି ବୁଝିବି ।” ପରେ ସେ ଏହାକୁ ବୁଝାଇବାକୁ ଯାଇ କହିଛନ୍ତି କେବଳ ସେ ନୁହେଁ, ତାଙ୍କର ମନ୍ତ୍ରୀଗଣ ଏବଂ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ଭଳି ଫୋନ୍ କରିବେ ଏବଂ ସବୁ ହସପିଟାଲ୍…

Read More

ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ଆରବିଆଇ 1.76 ଲକ୍ଷ କୋଟି ଟଙ୍କା ପ୍ରଦାନ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ନାମରେ ସରକାର ରାଷ୍ଟ୍ରାୟତ ବ୍ୟାଙ୍କକୁ ଲୁଟୁଛନ୍ତି ବୋଲି ଟ୍ବିଟ୍‌ କରିଛନ୍ତି ରାହୁଲ୍‌ ଗାନ୍ଧୀ । ଏନ୍‌ଡିଏ ସରକାରଙ୍କ ଅର୍ଥବ୍ୟବସ୍ଥାକୁ ସମାଲୋଚନା କରି ରାହୁଲ କହିଛନ୍ତି, ସରକାରଙ୍କ ବଜେଟ୍‌ରେ ନିଅଣ୍ଟ ରହିଥିବା 1 ଲକ୍ଷ 76 ହଜାର କୋଟି ଟଙ୍କା ଆରବିଆଇ ପ୍ରଦାନ କରିବା ନିହାତି ଆଶ୍ଚର୍ଯ୍ୟଜନକ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି । ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ରାହୁଲ । ଏଭଳି ଦାୟିତ୍ବହୀନ ପଦକ୍ଷେପ ଭାରତୀୟ ଅର୍ଥନୀତି ଏବଂ ବ୍ୟାଙ୍କିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦେବାଳିଆ କରିଦେବ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି । ଆରବିଆଇରୁ ଅର୍ଥ ନେବା ଏକ ବଡ କ୍ଷତରେ ବ୍ୟାଣ୍ଡଏଡ୍‌ ଲଗାଇବା ସଦୃଶ ବୋଲି କହିଛନ୍ତି…

Read More

ସାଗରିକା  କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ନାଟକୀୟ ଢଙ୍ଗରେ ଗିରଫ ହେଲା ପରେ ପୁଣି ଥରେ ବିରୋଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କଂଗ୍ରେସ ବିରୋଧରେ ପ୍ରତିଶୋଧ ନେଉଛି କାରଣ ପି ଚିଦମ୍ବରମ ଗୃହମନ୍ତ୍ରୀ ଥିବା ବେଳେ ଶୋହରାବୁଦ୍ଦିନ ମିଛ ଗୁଳିକାଣ୍ଡ ମାମଲାରେ ବର୍ତ୍ତମାନ ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସିବିଆଇ ଗିରଫ କରିଥିଲା  । ନରେନ୍ଦ୍ର ମୋଦି ସରକାର ଗଠନ କଲା ପରେ ଏହିଭଳି ମାମଲାର ସଂଖ୍ୟା ବଢି ବଢି ଚାଲିଛି । କେତେକ ମାମଲାରେ ତିନି ପ୍ରମୁଖ ବିରୋଧୀ ଦଳର ନେତା ସମ୍ପୃକ୍ତ ଥିବା ବେଳେ ଦୁଇ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମାନଙ୍କ ଭିତରେ କେତେକ ପୂର୍ବ କେନ୍ଦ୍ରମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି । ଏଇ ନିକଟ ଅତୀତରେ କର୍ଣ୍ଣାଟକ ଶକ୍ତି ମନ୍ତ୍ରୀ ଡି କେ ଶିବାକୁମାରଙ୍କ ଉପରେ ପ୍ରବର୍ତ୍ତନ ଆୟକର ବିଭାଗ  ଚଢାଉ କରିବା ପରେ ବିଜେପି ଅଣ…

Read More

ଭାରତୀୟ ଟେନିସ୍‌ ଖେଳାଳି ସୁମିତ୍‌ ନାଗଲ ୟୁଏସ୍‌ ଓପନ୍‌ରେ ପଦାର୍ପଣ କରିଛନ୍ତି । ପ୍ରଥମ ରାଉଣ୍ଡରେ ସ୍ବିସ୍‌ ତାରକା ରୋଜର ଫେଡେରରଙ୍ ମୁକାବିଲା କରିଥିବା ସୁମିତ୍‌ ନାଗଲ କଡା ସଂଘର୍ଷ ସତ୍ତ୍ବେ ପରାଜୟ ବରଣ କରିଛନ୍ତି । ଏହି ମ୍ୟାଚ୍‌ର ପ୍ରଥମ ରାଉଣ୍ଡରେ ସୁମିତ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଫେଡେରରଙ୍କୁ ପରାସ୍ତ କରିଥିଲେ । ମାତ୍ର ପରବର୍ତ୍ତୀ ତିନି ସେଟ୍‌ରେ ନିଜ ଅଭିଜ୍ଞତାର ବ୍ୟବହାର କରି ବିଜୟୀ ହୋଇଥିଲେ ଫେଡେରର । 22 ବର୍ଷୀୟ ନାଗଲ ବିଶ୍ବ ମାନ୍ୟତାର 190 ତମ ସ୍ଥାନରେ ରହିଥିବା ବେଳେ ତିନି ନମ୍ବର ସ୍ଥାନରେ ରହିଥିବା ଫେଡେରରଙ୍କୁ କଡା ଟକ୍କର ଦେଇଥିଲେ । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ନାଗଲ 4-6, 6-1,6-2 ଏବଂ 6-4 ସେଟ୍‌ରେ ପରାଜିତ ହୋଇଥିଲେ ।

Read More

ଜମ୍ମୁ କାଶ୍ମୀରର ମେହେବୁବା ମୁଫ୍‌ତିଙ୍କ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି । ଦଳର ପରିଚିତ ଚେହେରା ଅନାୟତ୍‌ ଅଲ୍ଲୀଙ୍କ ସମେତ ଆଠ ଜଣ ନେତା ବିଜେପିରେ ସାମିଲ୍‌ ହୋଇଛନ୍ତି । ଜମ୍ମୁକାଶ୍ମୀର ବିଧାନ ପରିଷଦର ସଭାପତି ହାଜି ଅନାୟତ ଅଲ୍ଲୀଙ୍କ ସମେତ କାରଗିଲ୍‌ର ପ୍ରମୁଖ ନେତା ସୋମବାର ଦିନ ବିଜେପିରେ ସାମିଲ୍‌ ହୋଇଛନ୍ତି । ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କଙ୍କ ସାକ୍ଷାତ କରି ବିଜେପିରେ ଯୋଗଦାନ କରିଛନ୍ତି ପିଡିପିର ଏହି ନେତାମାନ । ପିଡିପିର ଏହି ନେତାମାନଙ୍କୁ ବିଜେପିରେ ଯୋଗଦେବା ନେଇ ସ୍ବାଗତ ଜଣାଇଛନ୍ତି ଲଦାଖର ବିଜେପି ସାଂସଦ ନାମଗୟାଲ୍‌ ।

Read More

ବାଂଲାଦେଶର ସୁପ୍ରିମ୍‌କୋର୍ଟ ମହିଳାଙ୍କ ପାଇଁ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ସୁପ୍ରିମ୍‌କୋର୍ଟଙ୍କ ଆଦେଶାନୁସାରେ ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍‌ ଶବ୍ଦକୁ ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶର ସୁପ୍ରିମ୍‌କୋର୍ଟରେ ଏପରି ଏକ ଅପମାନଜନକ ତଥା ଭେଦଭବାପୂର୍ଣ୍ଣ ଶବ୍ଦ ହଟାଇବା ନିମେନ୍ତ ଯାଚିକା ଦିଆଯାଇଥିଲା ।  ଦକ୍ଷିଣ ଏସିଆର ମୁସଲିମ୍‌ ଦେଶରେ ବିବାହକୁ ନେଇ ରହିଥିବା ନିୟମରେ ମୁଖ୍ୟତଃ ତିନୋଟି ବିକଳ୍ପ ରହିଥାଏ । ଏହି ତିନି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ପଡ଼ିଥାଏ । ତିନି ବିକଳ୍ପଗୁଡ଼ିକ ହେଲା – ‘ଭର୍ଜିନ୍‌ (କୁମାରୀ)’, ‘ବିଧୁର‘ ‘ଓ୍ବିଡୋ’ ଓ ‘ ସ୍ବାମୀ ପରିତ୍ୟକ୍ତା (ଡିଭୋର୍ସି) । ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍‌ ବିକଳ୍ପଟି ଗୋପନୀୟତାର ଉଲ୍ଲଂଘନ କରିବା ସହିତ ଏହା ଅପମାନଜନକ ବୋଲି ଯାଚିକା କର୍ତ୍ତା ଯାଚିକାରେ ଦର୍ଶାଇଥିଲେ ।  କୋର୍ଟ ଏହି ମାମଲାର ନିଷ୍ପତ୍ତି ଶୁଣାଇ ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍‌ (କୁମାରୀ) ବିକଳ୍ପଟିକୁ ଅବିବାହିତ…

Read More

ବଲିଉଡ୍‌ର ଦୁଇ ଆକ୍ସନ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍‌ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ଓ୍ବାରର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରଟିରେ ଜବରଦସ୍ତ ଆକ୍ସନ୍‌ ସିନ୍‌ ଏବଂ ବାଇକ୍‌ ଏବଂ କାର୍‌ ଚେଜ୍‌ ସିନ୍‌ ଦେଖିବାକୁ ମିଳିଛି । କାହାଣୀର ପୃଷ୍ଠ ଭୂମି ଅନୁଯାୟୀ ଉଭୟ ହ୍ରିତିକ୍‌ ଏବଂ ଟାଇଗର୍‌ ଆର୍ମି ଅଫିସର ଭୂମିକାରେ ନଜର ଆସିଛନ୍ତି । ହ୍ରିତିକ୍‌ ଦେଶ ବିରୋଧୀ ପାଲଟି ଯାଇଥିବା ବେଳେ ହ୍ରିତିକଙ୍କୁ ଖୋଜିବାରେ ନିୟୋଜିତ ହୋଇଛନ୍ତି ଟାଇଗର୍‌ । ଟ୍ରେଲରଟିକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ବାଣୀ କପୁର ସମ୍ପୂର୍ଣ୍ଣ ସେକ୍ସି ଅବତାରରେ ନଜର ଆସିଛନ୍ତି ଏହି ଫିଲ୍ମରେ । ଏହି ତିନି ଜଣଙ୍କ ବ୍ୟତିତ ଆଶୁତୋଷ ରାଣା ଏବଂ ଅନୁପ୍ରିୟା ଗୋଏଙ୍କା ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ବ୍ୟାଙ୍ଗ ବ୍ୟାଙ୍ଗ ପରେ ଏହା ସିଦ୍ଧାର୍ଥ-ହ୍ରିତିକ୍‌ ଯୋଡିଙ୍କର ପ୍ରଥମ ଫିଲ୍ମ…

Read More

ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ରୋଜ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଶାହାଜାହାନ ଜିଲ୍ଲାର ରୋଜ ଥାନା ଅଂଚଳ ଅନ୍ତର୍ଗତ ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥ ଉପରେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ସେହି ରାସ୍ତାରେ ଯାଉଥିବା ଏକ ଅଟୋ ଓ ଟାଟା ମେଜିକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଅନ୍ୟ ୫ଜଣ ଗୁରୁତରଙ୍କୁ ଉଦ୍ଧାର କରି ଆନନ କାନନ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Read More

ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପରମାଣୁ ଆକ୍ରମଣର ଧମକ ଦେଇଥିବା ବେଳେ ଆଜି ପାକିସ୍ତାନ ରେଳବାଇ ମନ୍ତ୍ରୀ ପୁନର୍ବାର ସମାନ ମତ ଦେଇଛନ୍ତି । ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦ୍‌ ମଙ୍ଗଳବାର ଦିନ କାଶ୍ମୀର ସମସ୍ୟା ଉଭୟ ରାଷ୍ଟ୍ର ମଧ୍ୟର ପରମାଣୁ ଆକ୍ରମଣର କାରଣ ବନିପାରେ ବୋଲି ମତ ଦେଇଛନ୍ତି । କାଶ୍ମୀର ଉଭୟ ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାରେ ପ୍ରମୁଖ କାରଣ ତେଣୁ ଏହି ସମସ୍ୟାର ସମାଧାନ ହେବା ଉଚିତ୍‌ ବୋଲି ରଶିଦ୍‌ ସୂଚନା ଦେଇଛନ୍ତି । ପରମାଣୁ ଆକ୍ରମଣ କଦାଚିତ୍‌ କାଶ୍ମୀର ସମସ୍ୟାର ସମାଧାନ ନୁହେଁ ବୋଲି ମଧ୍ୟ କହିଛନ୍ତି ଶେଖ୍‌ ରଶିଦ୍‌ ।

Read More

ଡ. ଅଶ୍ବିନୀ ପୂଜାହାରୀଙ୍କୁ ପୁଣି ବଢିଲା ଅଡୁଆ । ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର(ଭିମସାର)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ଅଶ୍ୱିନୀ ପୂଜାହାରୀଙ୍କୁ ଲୁଣ ଚିକିତ୍ସ ନେଇ ନୋଟିସ ଜାରି କରାଯାଇଛି । ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଦୀର୍ଘଦିନ ହୋଇଗଲେ ମଧ୍ୟ ଲୁଣ ଚିକିତ୍ସା ବିବାଦ ପିଛା ଛାଡ଼ୁନି । ଲୁଣ ଚିକିତ୍ସା ଦ୍ୱାରା ରୋଗୀଙ୍କ ମାନବାଧିକାର ଉଲଂଘନ ଅଭିଯୋଗରେ ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ ରେଜିଷ୍ଟ୍ରେସନ ପକ୍ଷରୁ ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୬ତାରିଖରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହୋଇ ନୋଟିସ ଲୁଣ ଚିକିତ୍ସା ସମ୍ପର୍କରେ ନିଜ ପକ୍ଷ ରଖିବାକେୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ଗତକାଲି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ଫେରିବା ପରେ ଅନ୍ତରଙ୍ଗ ବନ୍ଧୁ ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କୈଳାଶ କଲୋନୀ ସ୍ଥିତ ତାଙ୍କର ବାସଭବନରେ ପହଞ୍ଚିଛନ୍ତି । ମୋଦି ଅରୁଣଙ୍କ ପରିବାରଙ୍କ ସାକ୍ଷାତ କରି ସାନ୍ତ୍ବନା ଦେଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଅରୁଣ ଜେଟ୍‌ଲୀ ଗତ ଅଗଷ୍ଟ ୨୩ରେ ପରଲୋକ ଗମନ କରିଛନ୍ତି । ଏହି ସମୟରେ ମୋଦୀ ବିଦେଶ ଗସ୍ତରେ ଥିଲେ । ସେ ବିଦେଶରୁ ଫୋନ ଯୋଗେ ଜେଟଲୀଙ୍କ ପତ୍ନୀ ସଙ୍ଗୀତାଙ୍କୁ ସମବେଦନା ଜଣାଇଥିଲେ ଓ ତାଙ୍କ ପୁଅ ରୋହନକୁ ସାନ୍ତ୍ୱନା ଦେଇଥିଲେ ।  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଜେଟ୍‌ଲୀଙ୍କ ଘରେ ଉପସ୍ଥିତ ରହିଥିଲେ ।

Read More

ତାମିଲନାଡୁରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରିକ୍‌ ବସ୍‌ ସେବା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ସୋମବାର ଏହି ବସ୍‌ ସେବାର ଉଦ୍‌ଘାଟନ କରିଛନ୍ତି । ଏହି ବସ୍‌ଟି ପ୍ରାଥମିକ ଭାବରେ ଏମ୍‌ଜି ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେସନ୍‌ରୁ ଥିରୁଭାୟୁନ୍‌ମୁର୍‌ ମଧ୍ୟରେ ଯାତ୍ରା କରିବ । ବସ୍‌ଟି ମାଇଲାପୁର ଏବଂ ଆଡ୍ୟାର ମଧ୍ୟ ଦେଇ ଯାତ୍ରା କରିବ । ବସ୍‌ର ସର୍ବନିମ୍ନ ଯାତ୍ରା ଦେୟ 11 ଟଙ୍କା ଏବଂ ସର୍ବାଧିକ ଯାତ୍ରା ଦେୟ 25 ଟଙ୍କା ରହିଛି । ଗୋଟିଏ ଥର ଚାର୍ଜ ହେଲେ ଏହି ବ୍ୟାଟେରୀ 40 କିମି ଯାତ୍ରା କରିବ ଏବଂ ଏହାପରେ ବ୍ୟାଟେରୀ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ବସ୍‌ଟି 32 ସିଟ୍‌ ବିଶିଷ୍ଟ ରହିଥିବା ବେଳେ ଆସନ୍ତା 10 ଦିନ ମଧ୍ୟରେ ନୂତନ ଇଲେକ୍ଟ୍ରିକ୍‌ ବସ୍‌ ଚଲାଯିବ ବୋଲି ପଲାନିସ୍ବାମୀ ସୂଚନା ଦେଇଛନ୍ତି ।

Read More