Author: Samikhsya Bureau

ଝାରଖଣ୍ଡ ପିସିସି ମୁଖ୍ୟ ଭାବରେ ରାମେଶ୍ବର ଓରାଓଁଙ୍କୁ ନିଯୁକ୍ତ କରାଯାଇଛି । ଏହାସହିତ ଇର୍ଫାନ ଅନ୍‌ସାରୀ, ମାନସ ସିହ୍ନା ଏବଂ ସଞ୍ଜୟ ପଓ୍ବାନଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ ଓରାଓଁଙ୍କୁ ମୁଖ୍ୟ ଭାବରେ ଘୋଷଣା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବରେ ଅନ୍ୟ 4 ଜଣଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବରରେ ଝାରଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଘୋଷଣା କରାଯାଇ କର୍ମୀଙ୍କ ମନୋବଳ ବଢାଇବାର ଚେଷ୍ଟା କରାଯିବ ବୋଲି ଭେନୁଗୋପାଳ ପ୍ରକାଶ କରିଛନ୍ତି ।

Read More

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କର ବିଦେଶୀ ଆକାଉଣ୍ଟ ରହିଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି । ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ଅନୁଯାୟୀ ଚିଦାମ୍ବରମ୍‌ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ବିଶ୍ବର ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ରହିବା ସହିତ ବିଭିନ୍ନ ସ୍ଥାନରେ ସମ୍ପତ୍ତି ରହିଛି । ଇଡିର ଅର୍ଥନୈତିକ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଦାମ୍ବରମ ଏବଂ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତାଙ୍କର ସହଯୋଗୀ ମାନଙ୍କର ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବ୍ରିଟିଶ୍‌ ଭର୍ଜିନ୍‌ ଆଇଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ୍‌, ମାଲେସିଆ, ମୋନାକୋ, ଫିଲିପାଇନ୍ସ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍‌ ଏବଂ ଶ୍ରୀଲଙ୍କାରେ ଏହି ଆକାଉଣ୍ଟ ରହିଥିବା ନେଇ ସୂଚନା ମିଳିଛି । ସ୍ବୟଂ ଚିଦାମ୍ବରମ୍‌ଙ୍କର 17ଟି ଆକାଉଣ୍ଟ ରହିଥିବା ନେଇ ଇଡି ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।

Read More

ଆସନ୍ତା 28 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ଚାରିଦିନ ଧରି ବର୍ଷା ଲାଗିରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବୌଦ୍ଧ, ସୋନପୁର ଓ କଳାହାଣ୍ଡି ଆଦି ପ୍ରାୟ 13ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Read More

ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ଆରବିଆଇ 1.76 ଲକ୍ଷ କୋଟି ଟଙ୍କା ପ୍ରଦାନ କରିବ ବୋଲି ଜଣାପଡିଛି । ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିବା ପୂର୍ବକ ଆରବିଆଇ ସରକାରଙ୍କୁ ବଳକା ଅର୍ଥରୁ 1.76 ଲକ୍ଷ କୋଟି ଟଙ୍କା ପ୍ରଦାନ କରିବ ବୋଲି ସୋମବାର ସୂଚନା ପ୍ରଦାନ କରିଛି । ଆରବିଆଇର ବଳାକା ପାଣ୍ଠି (ସରପ୍ଲସ ଫଣ୍ଡ)ରୁ ସରକାରଙ୍କୁ କେତେ ଟଙ୍କା ମଳିବ ତାହା ନିର୍ଣ୍ଣୟ କରିବା ପାଇଁ ଗତ ବର୍ଷ ଡିସେମ୍ବରରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଏହି କ୍ରମରେ ଜାଲାନ କମିଟି ସୁପାରିଶ କରିଥିଲେ ଯେ 1,23,414 କୋଟି ଟଙ୍କା 2018-19 ବର୍ଷର ବଳକା ଭାବେ ଏବଂ 52637 କୋଟି ଟଙ୍କା ସଂଶୋଧିତ ଇକୋନୋମିକ କ୍ୟାପିଟାଲ ପ୍ରେମୱାର୍କ (ଇସିଏଫ) ଅନୁସାରେ ଧାର୍ଯ୍ୟ ଅତିରିକ୍ତ ପ୍ରାବଧାନରେ ପ୍ରଦାନ କରାଯିବ ।

Read More

ଚନ୍ଦ୍ରପୃଷ୍ଠର କିଛି ନୂତନ ଫଟୋ ପ୍ରେରଣ କରିଛି ଚନ୍ଦ୍ରଯାନ-2 । ଚନ୍ଦ୍ରଯାନ-2 ସହ ଯାଇଥିବ ଟେରାନ୍ ମ୍ୟାପିଙ୍ଗ କ୍ୟାମେରା ଏହି ସୁଦୃଶ୍ୟମାନ ଫଟୋକୁ ଉତ୍ତୋଳନ କରିଛି । ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ 4375 କିଲୋମିଟର ଦୂରରୁ ଏହି ଫଟୋ ଉଠାଯାଇଛି । ଅଗଷ୍ଟ 23 ତାରିଖରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ଇସ୍ରୋ ପକ୍ଷରୁ ସୋମବାର ଏହି ଫଟୋଗୁଡ଼ିକୁ ଛଡ଼ାଯାଇଛି । ଏହି ଫଟୋରେ ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହାସହ ଚନ୍ଦ୍ର ପୃଷ୍ଠରେ ଥିବା ଆହୁରି ଅନେକ ଛୋଟବଡ଼ ଗର୍ତ୍ତର ଫଟୋ ଉତ୍ତୋଳନ କରାଯାଇଛି ।

Read More

ପୁରୀ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପୁରୀ ଶ୍ରୀମନ୍ଦିର 75 ମିଟର ପରିଧି ଭିତରେ ଥିବା ନିର୍ମାଣଗୁଡ଼ିକର ଉଚ୍ଛେଦ ଆରମ୍ଭ ହୋଇଛି । ଆଜି ପ୍ରଥମେ ଲଙ୍ଗୁଳି ମଠରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମଠ ଭଙ୍ଗା ଯାଉଛି । 8 ଜଣ ମାଜିଷ୍ଟ୍ରେଟ୍‌ ଏହାର ତଦାରଖ କରୁଥିବା ବେଳେ ଆଇନ  ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ 30 ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପ୍ରକ୍ରିୟାରେ 4 ଟି ଡ୍ରୋଜର୍‌ ନିୟୋଜିତ କରାଯାଇଛି । ଲଙ୍ଗୁଳି ମଠ ପରେ ଏମ୍‌ଆର୍‌ ମଠ ଭଙ୍ଗା ଯିବାକୁ ନିଷ୍ପତ୍ତି ହୋଇଛି ।

Read More

କେଦାର ମିଶ୍ର ଅରୁଣ ଜେଟଲି ନିଶ୍ଚିତ ଭାବରେ ଜଣେ ସଫଳ ରାଜନେତା। କୌଣସି ଲୋକସଭା ନିର୍ବାଚନ ନ ଜିତି ସେ ଦେଶର ଅର୍ଥ, ପ୍ରତିରକ୍ଷା ଓ ଆଇନ ବିଭାଗ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ଜଣେ ଦକ୍ଷ କର୍ପୋରେଟ ଆଇନଜୀବୀ ଭାବରେ ମଧ୍ୟ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ। ରାଜନେତା, ଆଇନଜୀବି ଓ ପ୍ରଶାସକ ଭାବରେ ତାଙ୍କର ଅବଦାନକୁ ଅସ୍ଵୀକାର କରିବାର କିଛି କାରଣ ନାହିଁ। ହେଲେ ସାମ୍ବାଦିକତା ସହିତ ତାଙ୍କର ସମ୍ପର୍କ କଣ? ସେ କେବେ କୌଣସି ସମ୍ବାଦପତ୍ରର ସମ୍ପାଦକ ନଥିଲେ ବା କୌଣସି ଗଣମାଧ୍ୟମର ମାଲିକାନା ତାଙ୍କ ପାଖରେ ନଥିଲା। ତଥାପି ତାଙ୍କ ମୃତ୍ୟୁରେ ସାମ୍ବାଦିକମାନେ ଏତେ ଛାତି ବାଡେଇ କାନ୍ଦିବାର କାରଣ କଣ? ସାମ୍ବାଦିକତାର ମହାନାୟକ କୁଲଦୀପ ନାୟାର କିମ୍ବା ଖୁଶୱନ୍ତ ସିଂଙ୍କ ମୃତ୍ୟୁ ପରେ ଏମିତି କାନ୍ଦ ଆମେ ଶୁଣି ନଥିଲୁ। ଅତି କମରେ ୪୫ ଜଣ ଦିଲ୍ଲୀର ବରିଷ୍ଠ ସାମ୍ବାଦିକ ଲେଖିଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଆଜି ଏଆଇସିସି ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟକୁ ଭାଙ୍ଗି ଦିଆଯାଇଛି। ଏପରିକି ନିର୍ବାଚନ ପୂର୍ବରୁ ହୋଇଥିବା କେତେକ କମିଟକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ବର୍ତ୍ତମାନ କଂଗ୍ରେସରେ କେବଳ ସଭାପତି ନିରଂଜନ ପଟ୍ଟନାୟକଙ୍କ ସହିତ ଦୁଇ କାର୍ଯ୍ୟକାରୀ ସଭାପତି ରହିବେ। ଏହି ଦୁଇ ଜଣ ହେଲେ ଚିରଞ୍ଜୀବି ବିଶ୍ବାଳ ଏବଂ ପ୍ରଦୀପ ମାଝି।ଏ ନେଇ ଏଆଇସିସି ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ତେବେ ସଭାପତି ଏବଂ ଦୁଇ କାର୍ଯ୍ୟକାରୀ ସଭାପତିଙ୍କ ଭାଗ୍ୟ ମଧ୍ୟ ବେଶୀ ଦିନ ନୁହେଁ ବୋଲି ଜଣାପଡିଛି। କାରଣ ଗତ 22 ତାରିଖରେ ନୂଆଦିଲ୍ଲୀରେ ଓଡିଶାର ସମସ୍ତ କଂଗ୍ରେସ ପ୍ରତିନିଧୀଙ୍କୁ ଡାକି ଏକ ବୈଠକ କରାଯାଇଥିଲା। ସେହି ବୈଠକରେ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଅନେକ ଦାବୀ କରିଥିଲେ। ପିସିସି ସଭାପତି ପଦରୁ…

Read More

ଯେ କୌଣସି ଜଳପଥ ଆକ୍ରମଣକୁ ପ୍ରତିହତ କରି ପାରିବ ବୋଲି କହିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍‌ କରମ୍‌ବୀର ସିଂ ଲାମ୍ବା । ଜୈସ ଏ ମୁଜାହିଦ୍ଦିନି ପକ୍ଷରୁ ଆକ୍ରମଣ ଆଶଙ୍କା ଦେଖା ଦେଇଥିବାରୁ ଏହି ମନ୍ତବ୍ୟ ଦେଇଛନ୍ତି କରମବୀର ସିଂ । ଜୈସ୍‌ ଏ ମହମ୍ମଦ ନିଜର ଏକ ଜଳବାହିନୀ ତିଆରି କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ମାତ୍ର ଭାରତୀୟ ନୌସେନା ସମସ୍ତ ପରସ୍ଥିତିର ମୁକାବିଲା କରିବାରେ ସକ୍ଷମ ବୋଲି କରମବୀର ସୂଚନା ଦେଇଛନ୍ତି ।

Read More

ମାଲେସିଆ ଜାହାଜ ଜିନ୍‌ ହ୍ୱାରୁ ଖୁବ ଶୀଘ୍ର ତେଲ କଢ଼ାଯିବ । ଏ ନେଇ ଜାହାଜର ମାଲିକ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ଆଲୋଚନା କରିଛନ୍ତି । ଜାହାଜରୁ କିପରି ତେଲ ବାହାର କରିବାକୁ ହେବ ତାହା ଆଲୋଚନା ହୋଇଥିବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଜଣାଇଛନ୍ତି । ଜାହାଜରେ ପ୍ରାୟ ୩୦ ହଜାର ଲିଟର୍‌ ତେଲ ରହିଛି । ମାଲେସିଆ ଜାହାଜ ଜିନ୍‌ ହ୍ୱା ଅଗଷ୍ଟ ୨ରୁ ବାଂଲାଦେଶରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଜାହାଜରେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା । ଜାହାଜକୁ ସଜାଡ଼ିବାବେଳେ ଘୂର୍ଣ୍ଣିଝଡ଼ ହେବାରୁ ଜାହାଜଟି ବିଶାଖାପାଟଣା ଯିବା ପରିବର୍ତ୍ତେ କୃଷ୍ଣପ୍ରସାଦ ବ୍ଲକ ରାଜହଂସ ମୁହାଣରେ ଲାଗିଥିଲା । ପରେ ଜାହାଜ ମରାମତି ନ ହୋଇ ପାରିବାରୁ ଏ ଯାଏଁ ଜାହାଜଟି ସେଠାରେ ରହିଛି। ତେବେ ଜାହାଜରୁ ତେଲ ଲିକ୍‌ ହେବା ଆଶଙ୍କାରେ ସେଥିରୁ ତେଲ ବାହାର କରିବାକୁ ବ୍ୟବସ୍ଥା କରାଯାଉଛି ।

Read More

ଦ୍ବୈତ ସ୍ବାର୍ଥ ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ ଜୁନିୟର ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଆସନ୍ତା ମାସରେ ବିସିସିଆଇ ସମ୍ମୁଖରେ ହାଜର ହେବେ । ଆସନ୍ତା ସେପ୍ଟେମ୍ବର 26 ତାରିଖରେ ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ଦ୍ରାବିଡଙ୍କୁ ହାଜର ହେବାର ନିର୍ଦ୍ଦେଶ ଦେଇଛନ୍ତି ବିସିସିଆଇ ଲୋକପାଳ ଜଷ୍ଟିସ୍ ଡିକେ ଜୈନ୍ । ଦ୍ବୈତ ସ୍ବାର୍ଥ ମାମଲା ନେଇ ଦ୍ରାବିଡଙ୍କ ବିପକ୍ଷରେ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ପରେ ଲୋକପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମିଟି ସମ୍ମୁଖରେ ହାଜର ହେବା ପୂର୍ବରୁ ଦ୍ରାବିଡଙ୍କୁ ଲିଖିତ ଭାବରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜୈନ୍‌ । ଉଲ୍ଲେଖଯୋଗ୍ୟ ଯେ, ବିସିସିଆଇର ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଏକା ସାଙ୍ଗରେ ଦୁଇଟି ପଦବୀରେ ରହି ପାରିବେ ନାହିଁ । ଦ୍ରାବିଡ୍‌ ଜୁନିୟର ଦଳର ପ୍ରଶିକ୍ଷକ ଏବଂ ଏନ୍‌ସିଏର ମୁଖ୍ୟ ରହିବା ସହିତ ଇଣ୍ଡିଆ ସିମେଣ୍ଟସର…

Read More

ଫ୍ରାନ୍ସ ଜି – ୭ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ସାକ୍ଷାତ ହୋଇଛି । ଏହି ସାକ୍ଷାତକାର ଅବସରରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାଶ୍ମୀର ପ୍ରସଙ୍ଗ ଉଠାଇଥିବାବେଳେ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ସମ୍ପୂର୍ଣ୍ଣ ରୂପେ ଦ୍ବିପାକ୍ଷିକ । ଏହି ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ଆବଶ୍ୟକତା ନାହିଁ । ତେଣୁ ଏହି ପ୍ରସଙ୍ଗରେ କାହାକୁ କଷ୍ଟ ଦେବାକୁ ଚାହାଁନ୍ତିନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଦେଶ ମିଶି ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢିବା ଉଚିତ୍‌ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦାରିଦ୍ର୍ୟ ଦୂର କରିବା ଓ ଶିକ୍ଷା ନେଇ ଭାରତ ପାକିସ୍ତାନ ସହ କଥା ହୋଇଛି ବୋଲି କହିଛନ୍ତି ମୋଦି। ୧୯୪୭ ପୂର୍ବରୁ ଭାରତ – ପାକିସ୍ତାନ ଏକାଠି ଥିଲେ ଏବଂ ଏହି ସମସ୍ତ ସମାଧାନକୁ ଦୁଇ ଦେଶ ମିଶି କରି ସମାଧାନ କରାଯାଇ ପାରିବ ବୋଲି…

Read More

ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପୋଲିସ 37 ଜଣଙ୍କୁ ଗିରଫ କରିଛି । ତାମିଲନାଡୁର ବେଦଅରଣ୍ୟମ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଦୁଇ ସମ୍ପ୍ରଦାୟ ମଧ୍ୟରେ ଝଗଡା କାରଣରୁ ରବିବାର ସନ୍ଧ୍ୟାରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ୍‌ ଦୁଇ ସମ୍ପ୍ରଦାୟରୁ ବ୍ୟକ୍ତିଙ୍କୁ ଗିରଫ କରିଛି । ଦଳିତ ସମ୍ପ୍ରଦାୟରୁ 16 ଜଣଙ୍କୁ ପୋଲିସ୍‌ ଅଟକ ରଖିଥିବା ବେଳେ 21 ଜଣ ହିନ୍ଦୁଙ୍କୁ ଅଟକ ରଖିଛି । ଏକ ଦୁର୍ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ଆରମ୍ଭ ହେବା ପରେ ଏହ ସଙ୍ଘର୍ଷର ରୂପ ନେଇଥିଲା । ଏହି ସଂଘର୍ଷ ପରେ ଉତ୍‌କ୍ଷିପ୍ତ ଭିଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ସହିତ ପୋଲିସ୍‌ ଥାନା ଉପରକୁ ଢେଲାମାଡ କରିଥିଲେ । ଘଟଣା ପରେ ଧାରା 144 ଜାରି କରାଯାଇଥିବା ନେଇ ଜିଲ୍ଲାପାଳ ଏସ୍‌ ସୁରେଶ କୁମାର ସୂଚନା ଦେଇଛନ୍ତି ।

Read More

ପ୍ରଥମ ଥର ପାଇଁ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଦିଲ୍ଲୀ ସରଫା ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ ୪୦ହଜାର ପାର ହୋଇ ଏକ ନୂଆ ରେକର୍ଡ଼ କରିଛି । ସେହିପରି ରୂପା ଦର ମଧ୍ୟ ବୃଦ୍ଧି ପାଇଛି । କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ବୃଦ୍ଧି ପାଇଛି ସୁନାଦର। ସୋମବାର ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୯,୧୯୬ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇଛି। ଆଜି ପ୍ରଥମ କେଇ ଘଣ୍ଟା ମଧ୍ୟରେ ରୁପା ଦର କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କା ଛୁଇଁଥିଲା। ତେବେ କିଛି ସମୟ ମଧ୍ୟରେ ଏହା ୪୫,୦୫୮ ଟଙ୍କାକୁ ଖସି ଆସିଛି। ୨୦୧୬ ମସିହା ପରେ ଆଜି ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ…

Read More

ସମୀକ୍ଷା ବ୍ୟୁରୋ ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଅନୁଷ୍ଠାନ “ସୃଜନ” ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଗୁରୁ କେଳୁଚରଣ ପୁରସ୍କାର ସମାରୋହର ରଜତ ଜୟନ୍ତୀ ପାଳନ କରିବା ବୋଲି ଏହାର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗୁରୁଜୀଙ୍କ ଜୀବନକାଳରେ ଆରମ୍ଭ ହୋଇଥିବା ଏହି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ସମାରୋହ ଓଡିଶାର ଅନ୍ୟତମ ଶ୍ରେଷ୍ଠ ସମାରୋହ ଭାବରେ ସୁଖ୍ୟାତି ଲାଭ କରିଛି। ଗତ ୨୪ ବର୍ଷ ଧରି ଏହି ସମାରୋହରେ ଭାରତର ବହୁ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଓ ନୃତ୍ୟଶିଳ୍ପୀ ନିଜର କଳା ପରିବେଷଣ ମାଧ୍ୟମରେ ଗୁରୁଜୀଙ୍କୁ ତାଙ୍କର ଶ୍ରଦ୍ଧା ନିବେଦନ କରି ଆସୁଛନ୍ତି। ଚଳିତ ବର୍ଷ ଏହି ସମାରୋହର ୨୫ଶ ବର୍ଷ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପରେ ଭବ୍ୟ ଆୟୋଜନ କରାଯାଇଛି। ଏହି ବର୍ଷ ପାଇଁ ସମ୍ମାନଜନକ ଗୁରୁ…

Read More

ମାର୍ଭେଲ୍‌ ସୁପରହିରୋ ସିରିଜ୍‌ର ନୂତନ ଫିଲ୍ମ ବ୍ଲାକ୍‌ ଓ୍ବିଡୋର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହି ପୋଷ୍ଟରରେ ସ୍କାର୍ଲେଟ୍‌ ଜୋହାନ୍‌ସନ୍‌ ବ୍ଲାକ୍‌ ଓ୍ବିଡୋ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ଫ୍ଲୋରେନ୍ସ ପଘ୍‌, ଡେଭିଡ୍‌ ହାର୍ବର ଏବଂ ରାଚେଲ୍‌ ଓ୍ବେସ୍‌ଜ ଏହି ପୋଷ୍ଟରରେ ନଜର ଆସିଛନ୍ତି । ଫିଲ୍ମର ଭିଜୁଆଲ ଡେଭେଲପମେଣ୍ଟ ନିର୍ଦ୍ଦେଶକ ଆଣ୍ଡି ପାର୍କ ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ କରାଇଛନ୍ତି । ଏମ୍‌ସିୟୁରେ ସମସ୍ତ ସୁପର ହିରୋଙ୍କ ଫିଲ୍ମ ନିର୍ମାଣ ହୋଇଥିବା ବେଳେ ବ୍ଲାକ୍‌ ଓ୍ବିଡୋକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଫ୍ୟାନ୍‌ ଦାବି କରୁଥିଲେ । ଏହି ଫିଲ୍ମରେ ସ୍କାର୍ଲେଟ୍‌ ଜୋହାନ୍‌ସନ୍‌ଙ୍କ ଚରିତ୍ରକୁ କେଟ୍‌ ସର୍ଟଲ୍ୟାଣ୍ଡ ନିର୍ଦ୍ଦେଶନା ଦେଉଥିବା ବେଳେ ଲୋକି ଚରିତ୍ରକୁ ନିର୍ଦ୍ଦେଶନା ଦେଉଛନ୍ତି କ୍ଲୋଏ ଝାଓ ଏବଂ କେଟ୍‌ ହେରୋନ୍‌ ।

Read More

ରାଜଧାନୀରେ କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ । ରବୀନ୍ଦ୍ର ମଣ୍ଡପ-ବିମାନବନ୍ଦର ଛକ ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌ । ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ କଟକଣା । ନୋ ଓଭରଟେକିଂ ସହ ଲେନ୍‌ ଡ୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ୍‌ ମଧ୍ୟ ଦିଆଯାଇଛି । । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନିଘା ରଖିବ ଡ୍ରୋନ କ୍ୟାମେରା । ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯିବ ।ପ୍ରତି ସପ୍ତାହରେ ବିଡ଼ିଏ, ବିଏମ୍‌ସି ଓ ପୂର୍ତ୍ତ ବିଭାଗ ସହ ପୋଲିସର  ବୈଠକ ଅନୁଷ୍ଠିତ ହେବ । କଡାକଡ଼ି ଟ୍ରାଫିକ୍‌ ନିୟମ ନେଇ ଟୁଇନ ସିଟି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Read More

ଦିଲ୍ଲୀଠାରେ ନକ୍ସଲ ସମସ୍ୟା ନେଇ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଦାବି ରଖିଛନ୍ତି ।  ମାଲକାନଗିରି – ନବରଙ୍ଗପୁର  ରେଳପଥ ସଂଯୋଗ, ବ୍ୟାଙ୍କିଙ୍ଗ୍‌ ଓ ଟେଲିଯୋଗାଯୋଗ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଦାବି କରାଯାଇଛି । ମାଲକନାଗିରି –ନବରଙ୍ଗପୁର ରେଳପଥର ତ୍ବରାନ୍ବିତ କାର୍ଯ୍ୟ ପାଇଁ  ଏଥିପାଇଁ ଜମି ବିନା ମୂଲ୍ୟରେ ଓ ପ୍ରକଳ୍ପ ପାଇଁ ଅଧା ଖର୍ଚ୍ଚ ରାଜ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିବାବେଳେ ପଶ୍ଚିମବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଯୋଗ ଦେଇନାହାନ୍ତି । ସେହିପରି ତେଲେଙ୍ଗାନା ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯୋଗ ଦେଇଥିଲେ ।

Read More

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ବିଜେପି ନେତାଙ୍କ ଭଳି କାମ କରୁଛନ୍ତି ଏବଂ ବିଜେପି ନେତାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଜାମ୍ମୁ-କାଶ୍ମୀରର ବିଜେପି ସଭାପତି ଭାବେ ନିଯୁକ୍ତ କରିବା ଉଚିତ ବୋଲି ଅଧିର ରଞ୍ଜନ କହିଛନ୍ତି। ଧାରା ୩୭୦ ଉଚ୍ଛେଦ କରାଯିବା ପରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲାବେଳେ ସେମାନଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଥିଲା। ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସହରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲା। ଫଳରେ ରାହୁଲ ଏବଂ ବିରୋଧୀ ନେତାମାନେ ବିମାନବନ୍ଦରରୁ ଫେରିଆସିଥିଲେ।

Read More

ଭାରତୀୟ ଅର୍ଥନୀତି ଏକ ନୂତନ ସମସ୍ୟାର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ଅର୍ଥନୀତି ତଳୁଆ ରହିବା ପ୍ରଭାବରେ ଦୀର୍ଘ 11 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ସୋମବାର ପ୍ରକାଶିତ ସୂଚନା ଅନୁଯାୟୀ ପଇସାର ମୂଲ୍ୟ 51 ପଇସା ହ୍ରାସ ପାଇ 72.17 ପଇସାରେ ପହଞ୍ଚିଛି । ଶୁକ୍ରବାର ଡଲାରର ବିନିମୟ ମୂଲ୍ୟ 71.66 ପଇସା ରହିଥିଲା । ଏହି ସମୟରେ ଚୀନ୍‌ର ଅର୍ଥନୀତି ମଧ୍ୟ ତଳୁଆ ରହିଛି । ଡଲାର ତୁଳନାରେ ୟେନ୍‌ର ମୂଲ୍ୟ 7.1487 ୟେନ୍‌ ରହିଛି । ଶୁକ୍ରବାର ବିଭିନ୍ନ ଚିନ ଉତ୍ପାଦ ଉପରେ ଆମେରିକା ବର୍ହିଶୁଳ୍କ ବଢାଇବା ପରେ ଚୀନ୍‌ ପକ୍ଷରୁ ସମାନ ପଦକ୍ଷେପ ନିଆଯାଇ ଆମେରିକୀୟ ଉତ୍ପାଦ ଉପରେ ବର୍ହିଶୁଳ୍କ ବଢାଯାଇଥିଲା । ଏହାର ପ୍ରଭାବ ସିଧାସଳଖ ସମଗ୍ର ଅନ୍ତର୍ଜାତୀୟ ଅର୍ଥନୀତି ଉପରେ ପଡିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇ…

Read More

କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ ୨୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏମାନେ ସମସ୍ତେ ସୁପରିଣ୍ଟେଣ୍ଡେଣ୍ଟ ଓ ଏଓ ର଼୍ୟାଙ୍କର ବୋଲି ଜଣାପଡିଛି। ଏମାନଙ୍କୁ ଫଣ୍ଡାମେଣ୍ଟାଲ ଆକ୍ଟ ୫୬(ଜେ) ଆଧାରରେ ଅବସର ଦିଆଯାଇଛି। ଏମାନଙ୍କ ଉପରେ ଭ୍ରଷ୍ଟାଚାର ଓ ଅନ୍ୟ ଅଭିଯୋଗ ଥିବାରୁ ଏମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ପ୍ରକାଶ। ଏହା ପୂର୍ବରୁ ଏହି ବିଭାଗର ୧୨ ଜଣ ଅଧିକାରୀ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ କାର୍ଯ୍ୟଭାର ସମ୍ଭାଳିବା ପରେ ଅର୍ଥ ମନ୍ତ୍ରଣାଳୟ ବହୁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

Read More