ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ -2 ମଙ୍ଗଳବାର ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ସକାଳ 9.30 ମିନିଟ୍ ସମୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-2 । ଭାରତର ଏହି ଐତିହାସିକ ମୂହୁର୍ତ୍ତରେ ଇସ୍ରୋର 200 କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଚନ୍ଦ୍ରରେ ଅବତରଣର ଅନ୍ତିମ 30 ମିନିଟ୍ ଅତ୍ୟନ୍ତ ଚିନ୍ତାଜନକ ରହିଥିଲା ବୋଲି ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ନାୟାର ପ୍ରକାଶ କରିଛନ୍ତି । ଏହି 30 ମିନିଟ୍ ଇସ୍ରୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା ଏବଂ ସମସ୍ତ କର୍ମଚାରୀଙ୍କ ହୃତସ୍ପନ୍ଦନ ରୋକି ହୋଇଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ । ସେହିପରି ଭାରତର ମନୁଷ୍ୟ ମହାକାଶ ମିଶନ ଗଗନାୟନ ଉପରେ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଶିବନ୍ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ -2 ଚନ୍ଦ୍ରର ଚାରିଥର ପରିକ୍ରମା ପରେ…
Author: Samikhsya Bureau
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମଜୟନ୍ତୀ ଅବସରରେ ମନମୋହନ ସିଂହ କହିଛନ୍ତି ଯେ, ‘ଦେଶରେ ବଢୁଥିବା ଅସହିଷ୍ଣୁତା ଓ ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ମୁବ୍ ଲିଚିଂ ପରି ଘଟଣାଗୁଡ଼ିକ ଆମ ରାଜନୀତି ଓ ସମାଜକୁ କ୍ଷତି ପହଞ୍ଚାଉଛି । ଆମେ ରାଜୀବ ଗାନ୍ଧିଙ୍କ ମାର୍ଗରେ ଚାଲିବା ଉଚିତ୍ । ସ୍ବର୍ଗତ ରାଜୀବ ଗାନ୍ଧି ଶାନ୍ତି, ଏକୀକରଣ ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଗୁରୁତ୍ବ ଦେଉଥିଲେ । ଭାରତ ଅବିଭାଜ୍ୟ ଓ ଧର୍ମନିରପେକ୍ଷ ଆମର ରାଷ୍ଟ୍ରବାଦର ଆଧାର । କୌଣସି ଧର୍ମ ବିଦ୍ବେଷ ତଥା ଅସହିଷ୍ଣୁତାର ଶିକ୍ଷା ଦିଏ ନାହିଁ ବୋଲି କହିଛନ୍ତି ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ସୋମବାର ଦିନ ରାଜସ୍ଥାନରୁ କଂଗ୍ରେସର ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନର୍ବାଚିତ ହୋଇଛନ୍ତି। ସେ ଅଗଷ୍ଟ ୧୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ…
କେନ୍ଦ୍ର ସରକାରଙ୍କ ପକ୍ଷରୁ “ଓ୍ବାନ୍ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରାଯିବ । ସେହି ବ୍ୟବସ୍ଥା ଅନୁସାରେ ଏଣିକି ଯେକୌଣସି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମଧ୍ୟ ଏହାର ଅନ୍ତର୍ଗତ ହେବେ। ଯୋଗ୍ୟ ହିତାଧିକାରୀ ବ୍ୟବସ୍ଥାରେ ଯେକୌଣସି ସ୍ଥାନରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଏହା ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ଅଲମ୍ପିକ୍ସ ଟେଷ୍ଟ ଇଭେଣ୍ଟର ଏକ ଅଭ୍ୟାସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ 6-3ରେ ପରାସ୍ତ କରିଛି । ଭାରତ ପକ୍ଷରୁ ମନ୍ଦୀପ୍ ସିଂ ଏହି ମ୍ୟାଚ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ନିଜର ପ୍ରଥମ ମ୍ୟାଚ୍ରେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ 1-2 ଗୋଲ୍ରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଛି ଭାରତ । ମନ୍ଦୀପ୍ଙ୍କ ବ୍ୟତୀତ ନୀଲକଣ୍ଠ ଶର୍ମା, ନୀଲମ ସଞ୍ଜୀବ ଖେସ୍ ଏବଂ ଗୁରଜାଣ୍ଟ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଜାପାନ ପକ୍ଷରୁ କେଣ୍ଟାରୋ ଫୁକୁଡା, କେଣ୍ଟା ଟାନାକା ଏବଂ କାଜୁମା ମୁରାଟା ପ୍ରତ୍ୟୋକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ନୀଳକଣ୍ଠ ଶର୍ମା ମ୍ୟାଚ୍ର ତୃତୀୟ ମିନିଟ୍ରେ ଗୋଲ୍ ସ୍କୋର କରି ଅଗ୍ରଣୀ ପ୍ରଦାନ କରିଥିଲେ । ନୀଲମ ସଞ୍ଜୀବ ଖେସ୍ ମ୍ୟାଚ୍ର ସପ୍ତମ ମିନିଟ୍ରେ ଗୋଲ ସ୍କୋର କରି ଭାରତକୁ 2-0ର ଅଗ୍ରଣୀ…
ବିବଦୀୟ ଇସ୍ଲାମିକ ଧର୍ମଗୁରୁ ତଥା ଭାରତରୁ ଫେରାର ହୋଇଯାଇଥିବା ଜାକିର ନାଏକଙ୍କ ଅଡ଼ୁଆ ବଢ଼ିଛି। ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମାଲେସିଆ ସରକାର ତାଙ୍କ ଉପରେ କଟକଣା ଜାରି କରିଛନ୍ତି। ଅର୍ଥାତ ଜାକିର ନାଏକ ଏଣିକି ଆଉ ସର୍ବସାଧାରଣରେ ଭାଷଣ ଦେଇପାରିବ ନାହିଁ। ଏହା ପୂର୍ବରୁ ମ୍ୟାଲେସିୟା ପୁଲିସ୍ ତାକୁ ବିବାଦୀୟ ବୟାନ ଘଟଣାରେ ଜେରା କରିଥିଲା। ଏହି ବିବାଦୀୟ ବୟାନବାଜୀ ପାଇଁ ଭାରତରେ ମଧ୍ୟ ତାକୁ ବ୍ୟାନ୍ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନିଲଣ୍ଡରିଂରେ ସେ ସାମିଲ ଥିବା ଜଣାପଡ଼ିବା ପରେ ଭାରତର ତଦନ୍ତକାରୀ ସଂସ୍ଥା ତା’କୁ ଖୋଜିବା ଆରମ୍ଭ କରିଥିଲେ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ମଙ୍ଗଳବାର ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । 17 ଜଣ କ୍ୟାବିନେଟ୍ ମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭାଜୁ ଭାଇ ଭାଲ୍ଲା ଏହି ସମସ୍ତ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ କେ ଏସ୍ ଇଶ୍ବରପ୍ପା, ଜଗଦୀଶ ସେଟ୍ଟାର, ସିଟି ରବି ଏବଂ ବାସଭରାଜ ବୋମ୍ମାଇ ପ୍ରମୁଖ ରହିଛନ୍ତି । କ୍ୟାବିନେଟ୍ର ସମ୍ପ୍ରସାରଣ ନେଇ ୟେଦୁରପ୍ପା ସୋମବାର ଦିନ ସୂଚନା ପ୍ରଦାନ କରିଥିଲେ । ଶପଥ ଗ୍ରହଣର ତିନି ସପ୍ତାହ ପର୍ଯ୍ୟନ୍ତ ୟେଦୁରପ୍ପା ନିଜର ମନ୍ତ୍ରୀମଣ୍ଡଳ ଗଠନ କରିନଥିଲେ । ସେହିପରି ମନ୍ତ୍ରୀ ଭାବରେ ଗୋବିନ୍ଦ ମକ୍ଥାପ୍ପା କାରାଜୋଲ୍, ଡ. ଅଶ୍ବତ୍ଥ ନାରାୟଣ, ଲକ୍ଷ୍ମଣ ସାଙ୍ଗପ୍ପା, ଆର୍ ଅଶୋକା, ବି ଶ୍ରୀରାମୁଲୁ, ଏସ୍ ସୁରେଶ କୁମାର, ଭି ସୋମାନ୍ନା, କୋଟା ଶ୍ରୀନିବାସ ପୂଜାରୀ, ଜେସି ମୁଧୁସ୍ବାମୀ, ଚନ୍ନାପ୍ପାଗୌଡା ପାଟିଲ୍, ଏଚ୍…
ଦେବ ରଞ୍ଜନ ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି ନହେଲେ…
ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀ ଡାକରା ମିଳିଛି । ରାଜ୍ୟ କଂଗ୍ରେସରେ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକାଯାଇଛି । ଆସନ୍ତା 22 ତାରିଖରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏଡି ବୈଠକ ଅନୁଷ୍ଠିତ ହେବ । ସମସ୍ତ ଯୁବ ଏବଂ ବରିଷ୍ଠ ନେତୃତ୍ବ ଏହି ବୈଠକରେ ଯୋଗ ଦେବେ । ନେତା ମାନଙ୍କ ବ୍ୟତୀତ ବିଭିନ୍ନ ଜିଲ୍ଲା ସ୍ତରର ପ୍ରତିନଧି ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଓଡିଶା ପିସିସି ସଭାପତି ଚୟନ ପାଇଁ ନିଷ୍ପତ୍ତି ଏହି ବୈଠକରେ ନିଆଯିବ ବୋଲି ଜଣାପଡିଛି ।
ଚନ୍ଦ୍ର କକ୍ଷପଥର ପ୍ରବେଶ କଲା ଚନ୍ଦ୍ରଯାନ-୨ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପାଇଁ ସଫଳତା ମିଳିଛି । ଆଜି ଭାରତୀୟ ଉପଗ୍ରହ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମଙ୍ଗଳବାର ପୂର୍ବାହ୍ଣ ୮ଟା ୩୦ରୁ ୯ଟା ୩୦ ମଧ୍ୟ ଚନ୍ଦ୍ରଯାନ-୨ର ରକେଟ ଇଞ୍ଜିନ ବ୍ୟବହାର କରି ଚନ୍ଦ୍ରପୃଷ୍ଟରେ ପହଂଚାଇବା ଅଭିଯାନ ପୂରା କରିଛି। ଚନ୍ଦ୍ରଯାନ-୨ର ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଇସ୍ରୋ ପୃଷ୍ଠ ଭିତରେ ସ୍ପେସକ୍ରାଫ୍ଟରେ ୪ ଥର (ଅଗଷ୍ଟ ୨୧, ୨୮ ଓ ୩୦ ଏବଂ ସେପ୍ଟେମ୍ବର ୧) ପରିକ୍ରମ କରିବ । ଏହା ପରେ ଚନ୍ଦ୍ରର ଧୃବ ଉପର ଦେଇ ୧୦୦ କିଲେମିଟର ଦୂର ନିଜର ଅନ୍ତିମ ଲକ୍ଷ୍ୟସ୍ଥଳରେ ପହଂଚିବ ।
ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ୩୫୪.୫୧ କୋଟି ଟଙ୍କା ଠକେଇ ମାମଲାରେ ଗତ ଶନିବାର ରତୁଲ ପୁରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ରତୁଲଙ୍କ ବ୍ୟତୀତ ଏମ୍ବିଆଇଏଲ୍ର ପ୍ରବନ୍ଧ ନିର୍ଦ୍ଦେଶକ ଦୀପକ ପୁରୀ, ନୀତା ପୁରୀ, ସଞ୍ଜୟ ଜେନ୍, ବିନିତ ଶର୍ମାଙ୍କ ସହ ଆଉ କେତେକ କର୍ମଚାରୀଙ୍କ ବିରୋଧରେ ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ବ୍ୟବହାର ପରି ମାମଲାର ଦାୟର କରାଯାଇଛି। ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀ ତଦନ୍ତ ପରିସରଭୁକ୍ତ ରହିଛନ୍ତି।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ଜଜୟନ୍ତୀ । ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ଗୁଲାମ ନବୀ ଆଜାଦ୍, ଅହମ୍ମଦ ପେଟଲ୍ ସମେତ କଂଗ୍ରେସର ବହୁ ନେତାମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜୀବ ଗାନ୍ଧିଙ୍କ ସ୍ମୃତିଚାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ ଜରିଆରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସକାଳୁ ବୀର ଭୂମିରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି ।
ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ରାଜଧାନୀ ଦିଲ୍ଳୀ ଓ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯାଇଛି । ହରିୟାଣାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଦିଲ୍ଲୀ ନିକଟ ଦେଇ ଯାଇଥିବା ଯମୁନା ନଦୀର ଜଳସ୍ତର ବଢ଼ିଛି । ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଦିଲ୍ଲୀରେ ଯମୁନାର ଜଳ ବିପଦ ସଂକେତ ଦେଇ ଅତିକ୍ରମ କରୁଛି । ତଳିଆ ଅଞ୍ଚଳରୁ ପ୍ରାୟ ୧୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବନ୍ୟା ପୀଡ଼ିତ ଲୋକଙ୍କୁ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦିଆଯାଉଛି । ଦିଲ୍ଲୀରେ ବନ୍ୟା ଯୋଗୁଁ ଲୋକେ ଧନସମ୍ପତ୍ତି କ୍ଷୟକ୍ଷତିର ଶିକାର ହୋଇଛନ୍ତି । ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ଉଦ୍ଧାରକାରୀ ଟିମ ନିଜର ଅପରେଶନ ଜାରି ରଖିଛନ୍ତି । ବନ୍ୟାପୀଡ଼ିତଙ୍କ ପାଇଁ ୨୧୨୦ଟି…
କେଦାର ମିଶ୍ର ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ ଏକ ବିଶେଷ ମତ ରଖିଲେ। ମୁଖ୍ୟ ଶାସନ ସଚିବଙ୍କ କହିବା କଥା ହେଲା, ଯେତେବେଳେ ଆମର ବ୍ୟକ୍ତିଗତ ସ୍ଵାର୍ଥର କଥା ଉଠେ, ସେତେବେଳେ ଫାଇଲ ରକେଟ ବେଗରେ ଠିକଣା ଜାଗାରେ ପହଞ୍ଚି ଯାଏ। ସେ ସମାନ ବେଗ ଓ ତତ୍ପରତା ସବୁ ଫାଇଲରେ ଦେଖିବାକୁ ମିଳିବା ଉଚିତ। ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବରେ ସେ ସଠିକ ଜାଗାରେ ହାତ ମାରିଛନ୍ତି। ଫାଇଲର ବେଗ ଓ ଗତି ଉପରେ ହିଁ ପ୍ରଶାସନର ସବୁକିଛି ନିର୍ଭର କରିଥାଏ। ଯଦି ରକେଟ ବେଗରେ ଫାଇଲ ସଠିକ ଠିକଣାରେ ପହଞ୍ଚିବା ତାହେଲେ, ତୁରନ୍ତ ଓ ତ୍ଵରିତ ନିଷ୍ପତ୍ତି ନିଆ ଯାଇପାରିବ। ହେଲେ ଫାଇଲର ଗତି ରକେଟ ଭଳି ହୋଇପାରିବାର ସମ୍ଭାବନା ଥିବା ସତ୍ତ୍ୱେ ଏହା କଇଁଛ ପରି…
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ସରକାର ଏକାଥରେ 39 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଭୁବନେଶ୍ବର କଟକ ପୋଲିସ କମିଶନର ଭାବେ ନିଯୁକ୍ତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସୁଧାଶୁଂ ଷଡଙ୍ଗୀ। ବର୍ତ୍ତମାନ ପୋଲିସ କମିଶନର ଥିବା ସତ୍ୟଜିତ ମହାନ୍ତିଙ୍କୁ ପୋଲିସ ପ୍ରିଜନସ ର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି। ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର, ଆର.ପି କୋଚେ ଆଇନ ଶୃଙ୍ଖଳା ର ଅତିରିକ୍ତ ଡିଜି, ରାଜେଶ କୁମାରଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଏବଂ ଆଶିଷ ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ଦିଆଯାଇଛି। ଦୀପ୍ତେଶ ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି, ହିଂମାଶୁ ଲାଲ ଉତ୍ତରାଞ୍ଚଳ ଡିଆଇଜି, ଅମିତେନ୍ଦ୍ର ସିହ୍ନା ସିଆଇଡିର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଏହି ଅଦଳ ବଦଳରେ 12 ଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ମୟୁରଭଂଜ,କୋରାପୁଟ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ୨୦୧୯ ଜୁନ ମାସ ପାଇଁ ଜାରି କରିଥିବା ଦୂରସଂ•ର ଗ୍ରାହକ ତଥ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହି ସଫଳତାକୁ କଂପାନି ଦ୍ରୁତ ଗତିରେ ହାସଲ କରିଛି । ନିଜର ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି । ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ ସେବା ପ୍ରଦାନକାରୀ ଭାବେ ଏହାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଥିବା ବେଳେ ୨୦୧୯ ଜୁନରେ ରାଜ୍ୟରେ ୩.୬୧ ଲକ୍ଷରୁ…
କନ୍ଧମାଳ ଘାଟିରେ ଯାଉଥିବା ଏକ ଯାତ୍ରୀବାହୀ ବସ ପୋଲ ତଳକୁ ଖସି ପଡ଼ିଛି । ଏହି ଅଘଟଣରେ ୩୦ଜଣ ଗୁରୁତର ହୋଇପଡ଼ିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଆଡାରି ନିକଟ ଡଡୁମା ଘାଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ପୋଲରୁ ତଳକୁ ଖସିପଡ଼ିଛି । ଫଳରେ ବସରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି ।
ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଆଜି ମଞ୍ଜୁରି ମିଳିଛି । ରାଜ୍ୟ ହାଇଲେବଲ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଚି ନିବେଶକୁ ମଞ୍ଜୁରି ମିଳିଛି । ବିଭିନ୍ନ କ୍ଷେତ୍ରରେ ନିବେଶ ପରେ ରାଜ୍ୟରେ ୨୭୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତିର ଅବସର ମିଳିବ । ଆଜି ଭୁବନେଶ୍ୱର ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହାଇଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକ ବସିଛି । ଏହି ବୈଠକରେ ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥିରେ ୫ଟି ପେଟ୍ରୋକେମିକାଲ୍ସ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ହଳଦିଆ ପେଟ୍ରୋକେମିକାଲ୍ସ ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ । ହାଇଡ୍ରୋ କାର୍ବନ ପ୍ରସେସିଂ କମ୍ପଲେକ୍ସରେ ୭୪ହଜାର କୋଟି ଟଙ୍କା ନିବେଶ କରାଯିବ । ହଳଦିଆ କେମିକାଲ୍ସ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୧୦ହଜାର ନିଯୁକ୍ତି ସୁଯୋଗ ରହିଛି । ଏହି ମିଟିଂରେ ତୈଳ ବିଶୋଧନାଗାର ସଂପ୍ରସାରଣକୁ…
ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ ହୋଇ ଜଗଦଲପୁର ଏବଂ ଜୁନାଗଡ଼ ଯାଉଥିଲା । ଯାହା ସମସ୍ୟା ସୃଷ୍ଟି କରୁଥିଲା । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ପିୟୁଷ ଗୋଏଲ ଆଶାବ୍ୟକ୍ତ କରିଛନ୍ତି । ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍ ଚଳାଚଳ…
ଯୋଗୀ ସରକାରଙ୍କ କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ । ସୋମବାର ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଦେବ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଜେପିର ନିୟମ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ପାଇଁ କ୍ୟାବିନେଟ୍ ପଦବୀ ଛାଡିଛନ୍ତି ସ୍ବତନ୍ତ୍ର ଦେବ । ସ୍ବତନ୍ତ୍ର ଦେବଙ୍କ ଇସ୍ତଫା ପରେ ଯୋଗୀଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂଖ୍ୟା 42କୁ ହ୍ରାସ ପାଇଛି । ଦୁଇ ଥର ବିଧାୟକ ସ୍ବତନ୍ତ୍ର ଦେବ ଚଳିତ ସରକାରରେ ପରିବହନ ବିଭାଗ ଦାୟିତ୍ବରେ ରହିଥିଲେ । ଇସ୍ତଫା ପରେ ବର୍ତ୍ତମାନ ଉତ୍ତର ପ୍ରଦେଶର ବିଜେପି ମୁଖ୍ୟ ଭାବରେ ନିଜର ଦାୟିତ୍ବ ନିର୍ବାହ କରିବେ ସ୍ବତନ୍ତ୍ର ଦେବ ।
ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି ନ ହେବ ସେଥିଲାଗି ବ୍ୟବସ୍ଥା ରହିବ। କେହି କିଛି ଭୁଲ କଲେ ଏହା ଆପେ ଆପେ ଜଣାପଡ଼ିଯିବ। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାକୁ ଏଣିକି ଲାଗିବ ସ୍ମାର୍ଟ ମିଟର, ବିଦ୍ୟୁତ୍ ଚୋରି ଓ ଟାମ୍ପରିଂ ରୋକିବାକୁ ଶକ୍ତି ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ସମ୍ବଲପୁର ଓ ରାଉରକେଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ । ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭୋକ୍ତା ଏହାକୁ ରିଚାର୍ଜ କରିବେ। ଆଗୁଆ ପଇସା ପକାଇ ରିଚାର୍ଜ କରି ବିଦ୍ୟୁତ୍ ବ୍ୟବହାର କରିବେ ଗ୍ରାହକ। ଏମିତିକି ବିଲ୍ ପେମେଣ୍ଟ ନ କଲେ ବିଦ୍ୟୁତ ବିଚ୍ଛିନ୍ନ କରି…
ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଶାହା ଏବଂ ଡୋଭାଲ୍ଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଜଣଙ୍କ ବ୍ୟତୀତ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଜମ୍ମୁ କାଶ୍ମୀରରେ ଦୀର୍ଘ 10 ଦିନ ଅବସ୍ଥାନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଡୋଭାଲ ଗୃହମନ୍ତ୍ରୀଙ୍କୁ ଭେଟି ସୂଚନା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 5 ତାରିଖରୁ ଧାରା 370 ଉଚ୍ଛେଦ ପରଠାରୁ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଧୀରେ ଧୀରେ କର୍ଫ୍ୟୁ ହଟାଯାଉଛି ।

