Author: Samikhsya Bureau

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ବସ୍ତା ମଥାନିଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି ଜଳକା । ଫଳରେ ଜଳେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜଳକା ନଦୀର ବିପଦ ସଙ୍କେତ 5.50 ମିଟର ରହିଥିବା ବେଳେ ବର୍ତ୍ତମାନ ଏହା 6.50 ମିଟରରେ ପ୍ରବାହିତ ହେଉଛି । ଫଳରେ ବସ୍ତା ବ୍ଲକର ମଥାନି,ବାହାର୍ଦ୍ଦ।, ଦଦହଂସା, ଗଡପଦା, ରାଉତପଡା, ବରୁଣଗଡିଆ, ଚକୁରାଇ, ଦରଡା ଏବଂ ସଦର ବ୍ଲକର ଶ୍ରୀରାମପୁର, ରସଲପୁର ପ୍ରଭୃତି ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଫଳରେ ବସ୍ତା-ବାଲିଆପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଉପରେ 2-3 ଫୁଟ ପାଣି ପ୍ରବାହିତ ହେଉଛି।

Read More

ତେଲୁଗୁ ସେନ୍‌ସେସନ୍‌ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ କପୁର । ଆଇ ସ୍ମାର୍ଟ ଶଙ୍କର ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଅପ୍‌କମିଙ୍ଗ ଫିଲ୍ମରେ ବିଜୟ ଏବଂ ଜାହ୍ନବୀଙ୍କ ଯୋଡି ଦେଖିବାକୁ ମିଳିବ । ଡିଅର କମ୍ରେଡ୍‌ର ରିଲିଜ୍‌ ପରେ ବିଜୟ ଦେବରକୋଣ୍ଡା ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଥିଲେ । ପୂର୍ବରୁ ଡିଅର କମ୍ରେଡ୍‌ର ହିନ୍ଦି ରିମେକ୍‌ରେ ଜାହ୍ନବୀ ନଜର ଆସିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନିଜର ତେଲୁଗୁ ପଦାର୍ପଣ କରିବାକୁ ଯାଉଛନ୍ତି ଜାହ୍ନବୀ । ଏହି ଫିଲ୍ମ ବ୍ୟତୀତ ଜାହ୍ନବୀ ରୁହ୍‌ ଆଫ୍‌ଜାରେ ନଜର ଆସିବେ । ଏହି ଫିଲ୍ମ ବ୍ୟତୀତ ଅଜିତ୍‌ କୁମାରଙ୍କ 60 ତମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ ।

Read More

ଉତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି । ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁସାରେ, କେନ୍ଦୁଝର ସମେତ ସୁନ୍ଦରଗଡ, ଦେବଗଡ, ବରଗଡ ଓ ଝାରସୁଗୁଡାରେ ବର୍ଷାର ପରିମାଣ ଅଧିକ ରହିବ । ଏହି ସବୁ ଜିଲ୍ଲା ବ୍ୟତୀତ ଅନ୍ୟ କେତେକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧରେ ବର୍ଷା ହେବ । ଆହୁରି ମଧ୍ୟ ସୋନପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡା ଓ କୋରପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Read More

ପାକିସ୍ତାନ ସହିତ କେବଳ ପିଓକେକୁ ନେଇ ଆଲୋଚନା ହେବ ବୋଲି ମତ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହ ଏବେ ଯାହା ବି ଆଲୋଚନା ହେବ ତାହା ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ । ପ୍ରତିରକ୍ଷା ମନ୍ତ୍ରୀ ରବିବାର ହରିୟାଣାର କାଲକାରେ ଏକ ସାଧାରଣ ସଭାକୁ ସମ୍ଵୋଧିତ କରି ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ଅଞ୍ଚଳ 1947 ପରଠାରୁ ପାକିସ୍ତାନ ନିଜ ଜବରଦଖଲରେ ରଖିଛି । ତେଣୁ ବର୍ତ୍ତମାନ ଭାରତ ପାକିସ୍ତାନ ଦ୍ବିପାକ୍ଷିକ ଆଲୋଚନା ହେଲେ ଏହା କାଶ୍ମୀର ପ୍ରସଙ୍ଗରେ ନୁହେଁ ବରଂ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହେବ ବୋଲି ରାଜନାଥ କହିଛନ୍ତି । ସେହିପରି ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରିବା ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ଆଲୋଚନା ଅସମ୍ଭବ ବୋଲି ରାଜନାଥ କହିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା…

Read More

ଭାଇରାଲ୍‌ ପୋଷ୍ଟର ମାମଲାରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ପପୁ ପମ୍‌ପମ୍‌ । ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଜରିଆରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ପପୁ । ଏହି ପୋଷ୍ଟର ସମ୍ପର୍କରେ ସେ କିଛି ବି ଜାଣିନାହାନ୍ତି ଏବଂ ପ୍ରଯୋଜନା ସଂସ୍ଥା ପକ୍ଷରୁ ମଧ୍ୟ ଏହି ପୋଷ୍ଟର ରିଲିଜ୍‌ କରାଯାଇନାହିଁ ବୋଲି ନିଜ ଭିଡିଓରେ ପ୍ରକାଶ କରିଛନ୍ତି ପପୁ । ସମସ୍ତ ପ୍ରକାରର ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି ପପୁ କହିଛନ୍ତି । ସେହିପରି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଛି । ପ୍ରଥମେ ପ୍ରଯୋଜନା ସଂସ୍ଥାକୁ ନୋଟିସ୍‌ ପ୍ରଦାନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

Read More

ଜାତୀୟ ପତାକାଙ୍କୁ ଅସମ୍ମାନ କରି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନଲମ୍ବିତ ହୋଇଛନ୍ତି । ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ 15 ଦିନ ସ୍ୱାଧୀନତା ଦିବସ ଅବସରରେ ପ୍ରତି ଶିକ୍ଷାନୁଷ୍ଠାନ ଭଳି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟରେ 73 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ସେଠାରେ ଭାରତୀୟ ଧ୍ୱଜା ସଂହିତା ନିୟମର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ନିୟମ ଅନୁସାରେ, ସୂର୍ଯ୍ୟାସ୍ତ ପରେ ପତାକା ଅବତରଣ କରିବା ଆବଶ୍ୟକ । ଏଭଳି ନକଲେ ରାଷ୍ଟ୍ରୀୟ ପତାକା ପ୍ରତି ଏହା ଅପମାନ ବୋଲି ନିୟମ ରହିଛି । ତେବେ ସରାଡିହା ପ୍ରାଥମିକ ବିଦ୍ୟାଳୟର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବାଲିଆପାଳ…

Read More

ରବିବାର ସକାଳୁ ପୁନର୍ବାର ଜମ୍ମୁର ପାଞ୍ଚ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଅଗଷ୍ଟ 4 ତାରିଖରୁ ଜମ୍ମୁ ଏବଂ କାଶ୍ମୀରରୁ ଇଣ୍ଟରନେଟ ସେବା ଉଠାଯାଇଥିଲା । ଧାରା 370 ଉଚ୍ଛେଦ ପରଠାରୁ ଶୁକ୍ରବାର ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବାର ଘୋଷଣା କରାଯାଇଥିଲା । ଶନିବାର ଦିନ 2ଜି ସ୍ପିଡ୍‌ର ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଇଥିବା ବେଳେ ପୁନର୍ବାର ରବିବାର ସକାଳୁ ଏହାକୁ ଉଠାଇ ନିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏହାକୁ ବିଭାଜିତ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା ।

Read More

କର୍ଣ୍ଣାଟକର ବିଦ୍ରୋହୀ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଫୋନ୍‌ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା । ବିରୋଧୀ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ବିରୋଧରେ ଶନିବାର ଦିନ ଏହି ଅଭିଯୋଗ ଆସିଥିଲା । କଂଗ୍ରେସ-ଜେଡିଏସ୍‌ର ମିଳିତ ସରକାର ରହିଥିବା ସମୟରେ ଏହି ଫୋନ୍‌ ଟ୍ୟାପିଂ କରାଯାଇଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳର ନେତର ସିଦ୍ଧରମୈୟା ଅଭିଯୋଗ କରିଥିଲେ । ଏହି ମାମଲାର ସଠିକ୍‌ ତଦନ୍ତ କରାଯିବା ସହିତ ଦୋଷୀ ସମ୍ମୁଖକୁ ଆସିବା ଉଚିତ୍‌ ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିବା ନେଇ ୟେଦୁରପ୍ପା ସୂଚନା ଦେଇଛନ୍ତି । ଜେଡିଏସ୍‌ର ନିଲମ୍ବିତ ବିଧାୟକ ଏଏଚ୍‌ ବିଶ୍ବନାଥ ଗତ ସପ୍ତାହରେ ଜେଡିଏସ୍‌ ପକ୍ଷରୁ ଫୋନ୍‌ ଟ୍ୟାପିଂ କରାଯାଇଥିବାର ଅଭିଯୋଗ ଆଣିଥିଲେ ।

Read More

ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା । ରଣଜିତ ଗୁରୁ ରାଜ୍ୟର ଜଣେ ଦକ୍ଷ ସାମ୍ବାଦିକ ଭାବେ ଜଣାଶୁଣା । ଓଡିଶା ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅନେକ ଗୁରୁତ୍ୱ ରହିଛି । ରାଜନୈତିକ ବିଷାରଦ ଭାବେ ସେ ବିଭିନ୍ନ ସମୟରେ ଟିଭି ତର୍କ ବିତର୍କରେ ଅଂଶଗ୍ରହଣ କରିଛନ୍ତି । ଗତ 1 ତାରିଖରେ ସେ ତାଙ୍କ ପୈତୃକ ଗ୍ରାମ ବରଗଡର ମହଖଣ୍ଡରୁ ଫେରିବା ପରେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା । ସେ ସଂକ୍ରମଣଜନିତ ଜ୍ୱରରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ଗତକାଲି ମଧ୍ୟ ରାତ୍ରରେ…

Read More

ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ଜଣେ କମାଣ୍ଡର ସମେତ ତିନିଜଣ ମାଓବାଦୀ ବିଶାଖାପାଟଣା ଏସ୍‍.ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।ଆନ୍ଧ୍ର ଓଡ଼ିଶା ବର୍ଡର ଗାଲିକୋଣ୍ଡା ଦଳମର ବିସିଏମ୍‍ ନବୀନ ଓରଫ ଲିଙ୍ଗାୟା ଯିଏ କି ଦୀର୍ଘ 15 ବର୍ଷ ଧରି ଏହି ଦଳରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ । ନବୀନଙ୍କ ନାମରେ 6 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେହିପରି କୋରା ଭେଙ୍କଟ ରାଓ ଏବଂ ସିନ୍ଧାରି କଣ୍ଡାରି ମଧ୍ୟ ଆତ୍ମ ସମର୍ପଣ କରିଛନ୍ତି । ଉଭୟ ଦୀର୍ଘ ସାତବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ବହୁ ହିଂସାରେ ସମ୍ପୃକ୍ତ ।

Read More

ଆଫଗାନିସ୍ତାନର କାବୁଲରେ ଏକ ବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣରେ 63 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 182 ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏହି ବିସ୍ଫୋରଣ ଘଟିଥିଲା । ଆଫଗାନିସ୍ତାନ ଗୃହମନ୍ତ୍ରୀ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଲିବାନ୍‌ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ସହିତ ଶୁକ୍ରବାରର ମସ୍‌ଜିଦ୍‌ ବିସ୍ଫୋରଣ ପାଇଁ ତାଲିବାନ୍‌ ନିଜକୁ ଦାୟୀ କରିଛି । ଶୁକ୍ରବାରର ବିସ୍ଫୋରଣରେ 4ଜଣଙ୍କ ପ୍ରାଣହାନି ସହିତ 20 ଜଣ ଆହତ ହୋଇଥିଲେ ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଟାନ ଗସ୍ତର ଦ୍ବିତୀୟ ଦିନରେ ଥିମ୍ପୁସ୍ଥିତ ରୟାଲ ୟୁନିଭର୍ସିଟିରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୋଦି କହିଥିଲେ, ଭାରତ ସହିତ ଭୂଟାନର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଅବର୍ଣ୍ଣନୀୟ। ଭାରତରେ ଏବେ ଐତିହାସିକ ପରିବର୍ତ୍ତନ ଆସିଛି। ଦେଶରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣରୂପେ ହଟାଇବାକୁ ଭାରତ ବଡ଼ ପଦକ୍ଷେପ ନେଇଛି। ଯୁବଶକ୍ତି ଏବଂ ଆଧ୍ୟାତ୍ମିକତା ଆମର ପ୍ରକୃତ ଶକ୍ତି ବୋଲି ମୋଦି କହିଥିଲେ। ଯୁବଶକ୍ତି ନିମନ୍ତେ ଏହା ସବୁଠାରୁ ଉତ୍କୃଷ୍ଟ ସମୟ ବୋଲି ମୋଦି କହିଥିଲେ। ସେ ଆହୁରି କହିଥିଲେ ଯେ, ଭଗବାନ ଗୌତମ ବୁଦ୍ଧ ସମସ୍ତଙ୍କର ପ୍ରେରଣାର ଉତ୍ସ। ତାଙ୍କ ଜୀବନୀ ଅନନ୍ୟ। ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦି ପରାମର୍ଶ ଦେଇଥିଲେ। ସେହିପରି ଭାରତର ଐତିହାସିକ ଚନ୍ଦ୍ରଯାନ-2 ଅଭିଯାନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଥିଲେ।

Read More

ସମୀକ୍ଷା ବ୍ୟୁରୋ ଆପଣ କାମ କରିବାକୁ ନିଜ ଡେସ୍କରେ ପହଞ୍ଚିଲା ବେଳକୁ, ଆପଣଙ୍କୁ ଆପଣଙ୍କ ଏଚଆର ଅଧିକାରୀ ଡାକି କହିବେ- ଆପଣଙ୍କ ବହୁମୂଲ୍ୟ ସେବା ପାଇଁ ଧନ୍ୟବାଦ ସାର, କମ୍ପାନୀ ଲାଗି ଲାଗି ଆଜିଠୁ ଆଉ ଆପଣଙ୍କ ସେବାର ଆବଶ୍ୟକତା ନାହିଁ। ବାସ, ଆପଣଙ୍କ ଜୀବିକାର ସୂତ୍ର ସେଇଠି ଛିଣ୍ଡିଗଲା। ଆପଣଙ୍କୁ ଦୁଇ ମାସର ନୋଟିସ ବା ଅଗ୍ରୀମ ଦରମା ମିଳିବାର ମଧ୍ୟ ସମ୍ଭାବନା ନାହିଁ। କାରଣ ନୂଆ କର୍ପୋରେଟ ନିୟମ ଅଧିନରେ ଆପଣ “ହାୟାର ଆଣ୍ଡ ଫାୟାର” ବ୍ୟବସ୍ଥାର କ୍ରୀତଦାସ। ଗତ ସପ୍ତାହରେ ଓଡିଶାର ଏକ ପ୍ରମୁଖ ଟିଭି ଚାନେଲ ନ୍ୟୁଜ ୧୮ ଓଡିଆ ୧୮ ଜଣ କର୍ମଚାରୀଙ୍କୁ ବିଦା କରିଛି। ମୁକେଶ ଅମ୍ବାନୀ ଗୃପର ମାଲିକାନାରେ ରହିଥିବା ଏହି ଟିଭି କମ୍ପାନୀ ଏବେ ଦେଶବ୍ୟାପୀ ନିଜର ଚ୍ୟାନେଲ ଗୁଡିକରୁ ବ୍ୟାପକ କର୍ମଚାରୀ ଛଟେଇ କରି ଚାଲିଛି। ଓଡିଶାରେ ଥିବା ଏହାର ଚ୍ୟାନେଲରୁ ତୁରନ୍ତ ୧୮ ଜଣଙ୍କୁ ବିଦା କରାଯାଇଥିବା…

Read More

କଟକ ଜିଲ୍ଲା ସାଲେପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଦୁଇ ଭଉଣୀ ନଦୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ସାଲେପୁର ନିକଟସ୍ଥ କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ଗ୍ରାମରେ ତିନି ଭଉଣୀ ଆଜି ସକାଳେ ଫୁଲ ତୋଳିବାକୁ ଯାଇଥିଲେ । ଖୁଦୁରିକୁଣୀ ଓଷା ଥିବାରୁ ସେମାନେ ଫୁଲ ସଂଗ୍ରହ ପାଇଁ ସ୍ଥାନୀୟ ସୁକୁପାଇକା ନଦୀ କୂଳକୁ ଯାଇଥିଲେ । ସେଠାରେ ଫୁଲ ତୋଳିବା ବେଳେ କୌଣସୀ କାରଣରୁ ସେମାନେ ନଦୀରେ ବୁଡି ଯାଇଥିଲେ । ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଉ ଜଣେ ଭଉଣୀ ବର୍ତି ଯାଇଥିବା ଜଣାପଡିଛି । ଖବର ପ୍ରସାରିତ ହେବା ପରେ ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି ।

Read More

ଭାରତୀୟ ମହିଳା ହକି ଦଳ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଜାପାନକୁ ପରାସ୍ତ କରିଛି । ଜାପାନକୁ 2-1ରେ ପରାସ୍ତ କରିଛି ଭାରତୀୟ ମହିଳ ଦଳ । ଭାରତ ପକ୍ଷରୁ ଗୁରଜିତ୍‌ କୌର୍‌ ଦୁଇଟି ଗୋଲ୍‌ ସ୍କୋର କରିଥିବା ବେଳେ ଜାପାନ ପକ୍ଷରୁ ଆକି ମିଟ୍‌ସୁଆସି ଗୋଟିଏ ଗୋଲ୍‌ ସ୍କୋର କରିଥିଲେ । ପେନାଲ୍‌ଟି କର୍ଣ୍ଣର ସ୍ପେଶିଆଲିଷ୍ଟ ଗୁର୍‌ଜିତ୍‌ କୌର ମ୍ୟାଚ୍‌ର ନବମ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ମାତ୍ର 7 ମିନିଟ୍‌ ପରେ ଆୟୋଜକ ଜାପାନର ଆକି ମିଟ୍‌ସୁଆସି ଫିଲ୍‌ଡ ଗୋଲ୍‌ ଜରିଆରେ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ମ୍ୟାଚ୍‌ର 35 ତମ ମିନିଟ୍‌ରେ ଭାରତକୁ ଦ୍ବିତୀୟ ପେନାଲ୍‌ଟି କର୍ଣ୍ଣର ମିଳିଥିଲା । ଗୁର୍‌ଜିତ୍‌ ଏହାକୁ ଗୋଲ୍‌ରେ ରୂପାନ୍ତରିତ କରି ଭାରତକୁ ବିଜୟୀ କରିଥିଲେ ।

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର, ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୋଳ, ସୋନପୁର, ଦେବଗଡ ଓ ବୌଦ୍ଧ ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ଆଜି ଏହି ସବୁ ଜିଲ୍ଲାରେ ସକାଳ 10.30 ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

ଭୁବନେଶ୍ବର:ଅଧିକାରୀମାନେ ସବୁବେଳେ ଲୋକଙ୍କ ପାଇଁ କାମ କରିବା ଉଦ୍ଦେଶ୍ୟ ରଖିବା ଆବଶ୍ୟକ। କାରଣ ସେମାନେ ହେଉଛନ୍ତି ଲୋକସେବକ। ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଏହା କହିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ମୁଖ୍ୟ ଶାସନ ସଚିବ ପଦବୀରୁ ବିଦାୟ ନେଉଥିବାରୁ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ସଭାରେ ବିଦାୟୀ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଅଧିକାରୀମାନେ ଲୋକ ବିଶ୍ବାସରେ ବାନ୍ଧି ହୋଇ ରହିଛନ୍ତି। ଲୋକମାନେ ସରକାର ତିଆରି କରିଛନ୍ତି। ସେଥିପାଇଁ ସରକାରଙ୍କ ଦ୍ବାରା ନିଯୁକ୍ତ ଅଧିକାରୀମାନେ ସବୁବେଳେ ସେହି ଲୋକଙ୍କ ସେବା କରିବା ଆବଶ୍ୟକ। ଲୋକସେବା ଭବନର ଆୟୋଜିତ ଏହି ସଭାରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ଅଧ୍ୟକ୍ଷତା କରିଥିଲେ। ଆଦିତ୍ୟ ପାଢୀ ହେଉଛନ୍ତି ଉତ୍ସର୍ଗୀକୃତ ସେବା, ନ୍ୟାୟବନ୍ତ ଏବଂ ସଚ୍ଚୋଟତାର ଏକ ବଳିଷ୍ଠ ଉଦାହରଣ…

Read More

ବନ୍ୟା ପ୍ରପୀଡିତ କେରଳର ଓ୍ବାୟାନାଡର ସଫେଇ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବେ । ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ସଫେଇ କାର୍ଯ୍ୟକ୍ରମରେ ଏକାଧିକ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ରବିବାର ସକାଳ 9ଟାରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିକଟରେ ଘଟିଥିବା ବନ୍ୟା ଏବଂ ଭୂସ୍ଖଳନରେ ଓ୍ବାୟାନାଡ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିଲା । ଶୁକ୍ରବାର ଏକ ବୈଠକ ପରେ ରବିବାର ଏହି ସଫେଇ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର ହୋଇଥିଲା ।

Read More

ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳ ବଦଳରେ ଗଗନ ଧଳଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଏଣିକି ଏହି ପଦବୀ ମୁଖ୍ୟ ଶାସନ ସଚିବଙ୍କ ପଦବୀ ସହିତ ସମାନ ରହିବ । ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବରେ ଦାୟିତ୍ବ ପ୍ରଦାନ କରାଯିବା ସହିତ ଅତିରିକ୍ତ ଭାବରେ ଯୋଜନା ଓ ସମନ୍ବୟ ବିଭାଗ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି । ସୁଦର୍ଶନ ପାଲ୍‌ଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ନ୍ୟସ୍ତ କରାଯାଇଛି । ମୋନା ଶର୍ମାଙ୍କୁ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଶିଳ୍ପ ସଚିବ ରହିଥିବା ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ମନୋଜ ମିଶ୍ରଙ୍କୁ ଆଇଟି ବିଭାଗର ଅତିରିକ୍ତ…

Read More

ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ଡାକ୍ତରଖାନାର ପ୍ରଥମ ଦୁଇ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ କରିବା ନିମନ୍ତେ 7ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ପ୍ରାଣହାନି ଘଟିନାହିଁ । ସର୍ଟ ସର୍କିଟ୍‌ କାରଣରୁ ଜରୁରୀ କାଳୀନ ବିଭାଗ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

Read More

ତିରୁମାଳା ତିରୁପତି ଦେବସ୍ଥଳମ୍‌ ମ୍ୟୁଜିୟମ୍‌ ବିକାଶରେ 40 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । 1980ରୁ ଏହି ସଂଗ୍ରହାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଏହାର ବିକାଶ ଅଧୁରା ରହିଛି । ଏହି ସଂଗ୍ରହାଳୟରେ ଅନେକ ପୁରୁଣା ମୂର୍ତ୍ତି ପଥର, ପୁରାତନ ପାଣ୍ଡୁଲିପି ଏବଂ ପୁରାତନ ଧାତବ ପଦାର୍ଥ ମହଜୁଦ ରହିଛି । 1ଲକ୍ଷ 25 ହଜାର ବର୍ଗଫୁଟ ସ୍ଥାନରେ ପରିବ୍ୟାପ୍ତ ଏହି ସଂଗ୍ରହାଳୟକୁ ଦୈନିକ 5 ହଜାରରୁ ଅଧିକ ପର୍ଯ୍ୟଟକ ଭ୍ରମଣ କରିଥାନ୍ତି । ଏହି ସଂଗ୍ରହାଳୟରେ 1296ଟି ଅଳଙ୍କାରର 3ଡି ପ୍ରତିକୃତି ରହିଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଏ ଭି ଧର୍ମା ରେଡ୍ଡୀ ସୂଚନା ଦେଇଛନ୍ତି ।

Read More