Author: Samikhsya Bureau

ରବିବାର ଠାରୁ ଚୀନ୍‌ରେ ସାମୁଦ୍ରିକ ଝଡ ଟାଇଫୁନ୍‌ ଲାଇକେମା ତାଣ୍ଡବ ମଚାଇଛି। ଏହି ଝଡରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୦୦ ଜଣରୁ ଅଧିକ ନିହତ ହୋଇଛନ୍ତି। ସାଙ୍ଘାଇରୁ ୩୦୦ କିମି ଦୂରରେ ରହିଥିବା ଓ୍ବେନ୍‌ଲିଙ୍ଗ ସହରରେ ଏହି ଝଡ ଶନିବାର ରାତି ୧.୪୫ରେ ଏହି ଝଡ ଭୂପୃଷ୍ଠକୁ ଛୁଇଁଥିଲା। ଓ୍ବେନ୍‌ଝୋଉରେ ଏକ ୩୦ ଫୁଟର ମାଟି ଅତଡା ଖସି ପଡିଥିଲା। ମାଟି ତଳେ ୧୨୦ ଜଣ ବ୍ୟକ୍ତି ଚାପି ହୋଇ ରହିଛନ୍ତି ବୋଲି ଚୀନ୍‌ ଭୂତତ୍ତ୍ବବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ପବନର ବେଗ ୧୮୭ କିମି ରହିଥିବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୃତ୍ୟୁ ସଂଖ୍ୟା ସୋମବାର ସୁଦ୍ଧା ୪୫କୁ ବୃଦ୍ଧି ପାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।

Read More

ପବିତ୍ର ଇଦ୍‌ ଉଲ୍‌ ଜୁହା ଅବସରରେ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ଅଗଷ୍ଟ 12ରେ ପାଳିତ ହେଉଥିବା ଏହି ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ବୋଲି ଟ୍ବିଟ୍‌ କରିଛନ୍ତି କୋବିନ୍ଦ । ଏହି ପର୍ବକୁ ଭଲପାଇବା ଏବଂ ଭ୍ରାତୃତ୍ବର ପର୍ବ ବୋଲି ଅଭିହିତ କରିଛନ୍ତି କୋବିନ୍ଦ । ସେହିପରି ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ମଧ୍ୟ ଇଦ୍‌ ଶୁଭେଚ୍ଛା ଜଣାଇଛନ୍ତି । ଇଦ୍‌ ଉଲ୍‌ ଜୁହା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହି ପର୍ବ ଦେଶବାସୀଙ୍କୁ ପରସ୍ପରର ନିକଟତର କରାଇବ ବୋଲି ଟ୍ବିଟ୍‌ କରିଛନ୍ତି ନାଇଡୁ ।

Read More

ଆମେରିକାର ପେନ୍‌ସିଲ୍‌ଭାନିଆର ଏକ ଡେ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି 5 ଜଣ ଶିଶୁ ପ୍ରାଣ ହରାଇଛନ୍ତି । ରବିବାର ରାତିରୁ ଏହି ସେଣ୍ଟରରେ ଅବସ୍ଥାନ କରିଥିବା ଶିଶୁ ମାନେ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଗତକାଲି ରବିବାର ଥିବାରୁ ଅଭିଭାବକ ମାନେ ନିଜ ଶିଶୁଙ୍କୁ ଛାଡିଥିଲେ । ଘଟଣାସ୍ଥଳରୁ ସିଗାରେଟ୍‌ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ଜାଏ ସାଣ୍ଟୋନେ । ମୃତ ଶିଶୁଙ୍କ ବୟସ 8 ମାସରୁ 7 ବର୍ଷ ମଧ୍ୟରେ ରହିଥିବା ଜଣାପଡିଛି । ରବିବାର ରାତି 1.15 ମିନିଟ୍‌ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

Read More

ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ଶିବାଳୟ ଗୁଡ଼ିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଶିବାଳୟ ଗୁଡ଼ିକରେ ସାଧାରଣ ଭକ୍ତଙ୍କ ସମେତ କାଉଡିଆଙ୍କ ଗହଳି ଲାଗିଛି। ଶିବଙ୍କୁ ଜଳାଭିଷେକ କରିବା ପରେ ଭକ୍ତ ଜଳ ଧାରଣ କରିବେ। ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କ ପୂଜା କଲେ ଅନେକ ଲାଭ ମିଳିଥାଏ ଏବଂ ଧନ ଓ ସନ୍ତାନ ଲାଭ ହୋଇଥାଏ। ଏଥି ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ। ତେଣୁ ଶ୍ରାବଣର ସୋମବାରରେ ଶିବଙ୍କୁ ଜଳାଭିଷେକ କରିବାକୁ ଭକ୍ତ ନ ଭୁଲିବା ଦରକାର। ଶ୍ରାବଣର ଶେଷ ସୋମବାର ଅନ୍ୟତମ ବିଶେଷତ୍ୱ ହେଉଛି ପ୍ରଦେଶ ବ୍ରତ। ସେଥିପାଇଁ ଭିନ୍ନ ରୀତି ନୀତିରେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଉଭୟ ଶୁକ୍ଲ ଓ କୃଷ୍ଣ ପକ୍ଷର ତ୍ରୟୋଦଶୀ ଦିନ ମଧ୍ୟ ଏହି ପୂଜା କରାଯାଇଥାଏ। ତେଣୁ ଏହାକୁ ତେରସ ମଧ୍ୟ…

Read More

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ 59 ରନରେ ଜିତିଛି । ଅଧିନାୟକ ବିରାଟ କୋହଲି ଏବଂ ଭୁବନେଶ୍ବର କୁମାର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁଇନ୍ସ ପାର୍କ ଓଭାଲରେ ଅନୁଷ୍ଠିତ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ 280 ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ 120 ଏବଂ ଶ୍ରେୟସ୍‌ ଆୟାରଙ୍କ 71 ରନ୍‌ ବଳରେ 279 ରନ୍‌ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା(18), କେଦାର ଯାଦବ(16) ଏବଂ ରବୀନ୍ଦ୍ର ଜାଡେଜା(16) ରନ୍‌ ସଂଗ୍ରହ କରିଥିଲେ । ବର୍ଷା ଯୋଗୁଁ ଦ୍ୱିତୀୟ ଇନିଂସକୁ 46 ଓଭର କରି ଦିଆଯାଇଥିଲା ଏବଂ ୱିଣ୍ଡିଜକୁ 270 ରନ୍‌ର ଲକ୍ଷ୍ୟ ଦିଆଯାଇଥିଲା । ଓ୍ବିଣ୍ଡିଜ୍‌ 42 ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର 210 ରନ କରିଥିଲା । ଏହା ସହିତ ଭାରତ ସିରିଜ୍‌ରେ 1-0ର…

Read More

ଭଦ୍ରକ ଜିଲ୍ଲା ଭଣ୍ଡରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆମ୍ବୁଲାନ୍ସ ଓଲଟି ପଡିବାରୁ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଓଲଟି ପଡିଥିଲା । ଆଜି ସକାଳେ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଆମ୍ବୁଲାନ୍ସ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଏଥିରେ ଥିବା ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସଟି ମୃତଦେହ ନେଇ କଟକରୁ ଧାମନଗର ଯିବା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି ।

Read More

ତେଲୁଗୁ ଅଭିନେତା ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ସାହୋର ଟ୍ରେଲର ରିଲିଜ୍‌ ହୋଇଛି । ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ପକ୍ଷରୁ ବଢିଆ ରେସପନ୍ସ ମିଳିଛି । ଫିଲ୍ମର ଟ୍ରେଲରରେ ପ୍ରଭାସ ଜଣେ ଅଣ୍ଡର କଭର ପୋଲିସ୍‌ ଭୂମିକାରେ ନଜର ଆସୁଥିବା ବେଳେ ଶ୍ରଦ୍ଧା ମଧ୍ୟ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିଛନ୍ତି । ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ୍‌ ସିନ୍‌କୁ ମଧ୍ୟ ଚମତ୍କାର ଢଙ୍ଗରେ ଦେଖିବାକୁ ମିଳିଛି । ଫିଲ୍ମରେ ଜ୍ୟାକି ଶ୍ରଫ୍‌, ନୀଲ୍‌ ନିତିନ ମୁକେଶ, ଅରୁଣ ବିଜୟ, ମହେଶ ମଞ୍ଜ୍ରେକର, ଚଙ୍କି ପାଣ୍ଡେ ଏବଂ ମନ୍ଦିରା ବେଦୀ ପ୍ରମୁଖ ନକରାତ୍ମକ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲରକୁ 21 ଘଣ୍ଟା ମଧ୍ୟରେ ହିନ୍ଦିରେ 22 ମିଲିୟନ୍‌ ଦର୍ଶକ ଏବଂ ତେଲୁଗୁରେ 13 ମିଲିୟନ୍‌ ଦର୍ଶକ ଦେଖି ସାରିଛନ୍ତି । ଫିଲ୍ମରେ ହାଇ ଅକ୍ଟେନ୍‌ ଆକ୍ସନ୍‌ ସିନ୍‌ ଗୁଡିକ ଦେଖିବାକୁ ମିଳିବ । ପୂର୍ବରୁ ଅଗଷ୍ଟ 15…

Read More

ଦେଶରେ ଆସୁଥିବା ବିଭିନ୍ନ ଇଭିଏମ୍‌ ଟ୍ୟାମ୍ପରିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ବାସ୍ତବ ଅଭିଯୋଗ ଅପେକ୍ଷା ଅପରାଧିକ ଉଦ୍ଦେଶ୍ୟ ରଖି ସର୍ବାଧିକ ଅଭିଯୋଗ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ପ୍ରକାଶ କରିଛନ୍ତି । ଆଇଆଇଏମ୍‌ କଲିକତାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନତି ମୁଖ୍ୟ ନିର୍ବାଚନ କମିଶନର । ଇଭିଏମ୍‌ ଟ୍ୟାମ୍ପର ହେବା କଷ୍ଟସାଧ୍ୟ ମାତ୍ର ଅପରାଧିକ ଉଦ୍ଦେଶ୍ୟ ରଖି ଏପରି ଅଭିଯୋଗ କରିବା ମଧ୍ୟ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ସୁନୀଲ ଅରୋରା । ଏପରି ଅଭିଯୋଗ ନିର୍ବାଚନ କମିଶନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ଏବଂ ସାଧାରଣ ଲୋକଙ୍କ ମନରେ ଏକ ଅଲଗା ଛବି ସୃଷ୍ଟି ହେଉଛି ।

Read More

ନିଜର ଅଫିସିଆଲ ଟ୍ବିଟ୍ଟର ଆକାଉଣ୍ଟ ଡିଲିଟ୍‌ କରିଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପ୍‌ । ସର୍ବଦା ଟ୍ବିଟ୍ଟରରେ କ୍ରିୟାଶୀଳ ରହୁଥିବା ତଥା ନିଜର ମତପ୍ରକାଶ କରୁଥିବା କାରଣରୁ ପରିବାରକୁ ବିଭିନ୍ନ ପ୍ରକାରର ଧମକ ମିଳୁଥିବା କାରଣରୁ ଟ୍ବିଟ୍ଟର ଛାଡିବା ନିଷ୍ପତ୍ତି ନେଇଛନ୍ତି ଏହି ଗ୍ୟାଙ୍ଗସ ଅଫ୍‌ ବାସେପୁର ନିର୍ଦ୍ଦେଶକ । ନିଜ ପିତାମାତା ଏବଂ ଝିଅକୁ ଫୋନ୍‌ କଲ୍‌ ଏବଂ ଅନ୍‌ଲାଇନ୍‌ ମେସେଜ୍‌ ଜରିଆରେ ନାନା ଧମକ ଦେଖଯାଉଥିବା ଜଣାପଡିଛି । ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର କାର୍ଯ୍ୟପନ୍ଥାକୁ ସମାଲୋଚନା କରୁଥିବା କଶ୍ୟପଙ୍କୁ ମୋଦିଚ ସମର୍ଥକଙ୍କ ଆକ୍ରୋଶର ସମ୍ମୁ୍ଖୀନ ହେବାକୁ ପଡିଥାଏ । ଆସନ୍ତା ଅଗଷ୍ଟ 15 ତାରିଖରେ କଶ୍ୟପଙ୍କ ସାକ୍ରେଡ୍‌ ଗେମ୍‌ସ-2 ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ସାୟାମୀ ଖେର୍‌ ଏବଂ ରୋଶନ ମାଥ୍ୟୁଙ୍କ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍‌ କାମ ଜାରି ରହିଛି ।

Read More

ପୁରୀ-କୋଲକାତା ଧଉଳୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ଟି ସୋର ଷ୍ଟେସନ୍‌ରେ ଅଟକିଥିବା ସମୟରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି ସୋର ଷ୍ଟେସନ୍‌ରେ ଅଟକିଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ଧୂଆଁ ବାହାରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଅପରାହ୍ନ 4ଟା ସମୟରେ ଟ୍ରେନ୍‌ଟି ସୋରରେ ପହଞ୍ଚିଥିଲା।

Read More

ମହାରାଷ୍ଟ୍ରରେ ଏକ ବସ୍‌ ଏବଂ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ରବିବାର ସକାଳୁ ରାଇଗଡ ଜିଲ୍ଲାରେ ବସ୍‌ ଏବଂ ଗ୍ୟାସ୍‌ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିଥିଲା । ପେନ୍‌ ଖୋପୋଲି ରାସ୍ତାରେ ରବିବାର ସକାଳ 8.45ରେ ଏହି ଦୁର୍ଘଟଣା ହୋଇଥିଲା । ତରଳ ଆମୋନିଆ ଯାଉଥିବା ଏହି ଟ୍ୟାଙ୍କରର ଡ୍ରାଇଭର ଗାଡି ଊପରୁ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ହୋଇ ଯାଇଥିଲା । ଦୁଇ ମୃତ ବ୍ୟକ୍ତିଙ୍କୁ ବଳରାମ ମାତ୍ରେ(50) ଏବଂ ଦୀନେଶ ଖେଡକର ଭାବରେ ଚିହ୍ନଟ କରାଯାଇଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

କଂଗ୍ରେସ ସଭାପତି ପଦକୁ ସୋନିଆ ଗାନ୍ଧୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୋନିଆଙ୍କ ପ୍ରତ୍ୟାବର୍ତ୍ତନରେ ବିରୋଧୀ ଭୟଭୀତ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରକାଶ କରିଛନ୍ତି । ସୋନିଆ ସ୍ବୟଂ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ରଖିଥିଲେ ମଧ୍ୟ ସେ ନିଜେ ପ୍ରଧାନମନ୍ତ୍ରୀ ପଦରେ ନରହି ଅନ୍ୟକୁ ବସାଇଛନ୍ତି । ତେଣୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବିରୋଧୀ ବର୍ତ୍ତମାନ ଭୀତତ୍ରସ୍ତ । ସେହିପରି ସୋନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଦଳ ଐତିହାସିକ ବିଜୟ ହାସଲ କରିବ ବୋଲି ଜୟଦେବ କହିଛନ୍ତି । ଓଡିଶାରେ ତାଙ୍କୁ ଯାହାବି ଦାୟିତ୍ବ ମିଳିବ ସୁଚାରୂ ଭାବରେ ସମ୍ପାଦନ କରିବେ ବୋଲି କହିଛନ୍ତି ଜୟଦେବ ।

Read More

ଆୟକର ବିଭାଗ ପକ୍ଷରୁ ଦେଶର 55ଟି ସ୍ଥାନରେ ଚଢାଉ କରାଯାଇଛି । ଅଗଷ୍ଟ 7 ତାରିଖରୁ ଚାରି ରାଜ୍ୟର 55ଟଇ ସ୍ଥାନରେ ଏହି ଚଢାଉ କରାଯାଇଛି । ତାମିଲନାଡୁ, କେରଳ, ଗୋଆ ଓ ଆନ୍ଧ୍ରପ୍ରଦେଶର 55 ଟି ସ୍ଥାନରେ ଚଢାଉ କରି ପ୍ରାୟ ୭୦୦ କୋଟିର କଳାଧନ ଜବତ କରିଛି । ଏହା ପୂର୍ବରୁ ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଥିଲା । ଚଢାଉରେ ଆୟକର ବିଭାଗର 180ଟି ଗାଡି ଏବଂ 570 କର୍ମଚାରୀ ନିୟୋଜିତ ହୋଇଥିଲେ ।

Read More

24 ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ 9 ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଦେବଗଡ଼ ଓ ବଲାଙ୍ଗିର ନିମନ୍ତେ ଭୁବନେଶ୍ବ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରାଯାଇଛଇ । ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଲଘୁଚାପ ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

Read More

ସମୀକ୍ଷା ବ୍ୟୁରୋ ସଂକ୍ଷିପ୍ତ 1-ଆସନ୍ତାକାଲି ମୁକେଶ ଆମ୍ବାନୀଙ୍କ ଅଧ୍ୟକ୍ଷତାରେ ବସୁଛି ରିଲାଏନସର 42 ତମ ବାର୍ଷିକ ସାଧାରଣ ବୈଠକ 2-ଏଥିରେ ବହୁ ପ୍ରତିକ୍ଷୀତ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାର ଘୋଷଣା ହୋଇପାରେ 3-ମୁକେଶ ଆମ୍ବାନୀ ପ୍ରଥମ ଥର ପାଇଁ ଦେଶରେ ଗିଗା ଟିଭି ସେବା ଆରମ୍ଭ ହେବାର ସମ୍ଭାବନା 4-ବଜାରକୁ ସ୍କ୍ରିନ ଟଚ୍ ଜିଓ ଫୋନ-3 ର ପ୍ରବେଶ ନେଇ ମଧ୍ୟ ଘୋଷଣା ସମ୍ଭାବନା ଆସନ୍ତାକାଲିକୁ ବିଶ୍ବର ଟେଲିକମ ବଜାର ଅପେକ୍ଷା କରି ରହିଛି। କାରଣ ହେଲା ବିଶ୍ବର ବଡ ଧନି ତଥା ଟେଲିକମ କଂପାନୀରେ ବିପ୍ଲବ ଆଣିଥିବା ମୁକେଶ ଆମ୍ବାନୀ ଏକ ବଡ ଘୋଷଣା କରିବାର ସମ୍ଭାବନା ରହିଛି। ପ୍ରତି ବର୍ଷ ରିଲାଏନସର ସାଧାରଣ ବାର୍ଷିକ ବୈଠକରେ ଆମ୍ବାନୀ କିଛି ନା କିଛି ଘୋଷଣା କରି ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥାନ୍ତି।  ଆସନ୍ତାକାଲି ମଧ୍ୟ ଆମ୍ବାନୀ ଏକ ବଡ ଘୋଷଣା କରୁଛନ୍ତି ବୋଲି ଜଣାପଡିଛି।…

Read More

ପାକିସ୍ତାନରେ ମହାରାଜା ରଞ୍ଜିତ ସିଂଙ୍କ ଏକ ପ୍ରତିମା ଭଙ୍ଗା ଯାଇଛି । ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି । ଲାହୋର ସ୍ଥିତ ଏକ ଦୁର୍ଗରେ ଗତ ଜୁନ୍‌ ମାସରେ ମହାରାଜା ରଞ୍ଜିତ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଉନ୍ନବିଂଶ ଶତାବ୍ଦୀର ଏହି ଶିଖ୍‌ ସମ୍ପ୍ରଦାୟ ରାଜାଙ୍କ ମୂର୍ତ୍ତିକୁ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ଭଙ୍ଗାଯାଇଛି । ଦୁଇ ଗିରଫ ବ୍ୟକ୍ତି ହେଉଛନ୍ତି ତେହରିକ୍‌ ଲବିକ୍‌ ଏବଂ ମୌଲାନା ଖୈମ୍‌ ରିଜ୍‌ଭି । ଏହି ଘଟଣା ପରେ ଲାହୋର ଦୁର୍ଗର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ତାନିଆ କ୍ୟୁରେସୀ ପ୍ରକାଶ କରିଛନ୍ତି । ଇଦ୍‌ ପରେ ପୁନର୍ବାର ଏହି ପ୍ରତିମୂର୍ତ୍ତିର ନିର୍ମାଣ ହେବ ବୋଲି ଜଣାପଡିଛି ।

Read More

ନୟାଗଡ଼ ପୋଲିସକୁ ଚକମା ଦେଇ ବିଚାରାଧୀନ କଏଦୀ ଫେରାର ହୋଇଯିବା ମାମଲାରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅବହେଳା ଯୋଗୁଁ ହାବିଲଦାରଙ୍କ ସମେତ 5 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ 9 ତାରିଖରେ ଖଣ୍ଡପଡ଼ା ଉପକାରାଗାରାରୁ ଫତେଗଡ଼ ଅଞ୍ଚଳର ତପନ ରାଉତ ଫେରାର ହୋଇଯାଇଥିଲା । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କୁ ଭାପୁର କୋର୍ଟରେ ହାଜର କରିବାକୁ ନେବାବେଳେ କୋର୍ଟ ସମ୍ମୁଖରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

Read More

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପୁନର୍ବାର ରାଜ୍ୟସଭା ଯିବା ସ୍ପଷ୍ଟ ହୋଇଛି । ଚଳିତ ଜୁନ୍‌ରେ ସିଂଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଆସନ୍ତା 13 ତାରିଖରେ ସେ ପୁନର୍ବାର ନାମାଙ୍କନ ଦାଖଲ କରିବା ସ୍ପଷ୍ଟ ହୋଇଛି । ପ୍ରାପ୍ତ ସୂଚନା ମୁତାବକ ସିଂ ରାଜସ୍ଥାନରୁ ସଂସଦକୁ ଯିବେ । ବିଜେପି ରାଜ୍ୟସଭା ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ଜୁନ୍‌ 24ରେ ସାଇନିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । 1991ରୁ 2019 ମଧ୍ୟରେ ଆସାମରୁ 5 ଥର ସାଂସଦ ରହିଥିବା ସିଂ ଶେଷରେ ରାଜସ୍ଥାନରୁ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି । ଅଗଷ୍ଟ 7ରେ ନିର୍ବାଚନ ବିଜ୍ଞପ୍ତି ବାହାରିଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ 14 ରହିଛି । 26 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସମାନ…

Read More

ପୁଅବୋହୂଙ୍କ ମାଡ଼ରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଘଷିପୁରା ଗାଁରେ। ଆହତ ବୃଦ୍ଧଙ୍କ ନାଁ ବଳରାମ ସାହୁ (60)। ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଳରାମଙ୍କ ତିନି ପୁଅ ଅଛନ୍ତି। ହେଲେ ଦୀର୍ଘ ଦିନ ହେବ ସେମାନଙ୍କ ମଧ୍ୟରେ ଘର ଭଡ଼ା ଟଙ୍କାକୁ ନେଇ ଝଗଡ଼ା ଲାଗି ରହୁଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ହେଲେ ପରେ ସମସ୍ତଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଥିଲା। ତେବେ ଆଜି ସକାଳେ ବଳରାମ ଘର ଭିତରେ ଥିବା ବେଳେ ତାଙ୍କ ମଝିଆ ପୁଅ ଭୀମ ଓ ବୋହୂ ତିଳୋତ୍ତମା ତାଙ୍କୁ ଘରୁ ଘୋଷାରି ଆଣି ବଳରାମଙ୍କ ମୁଣ୍ଡକୁ ଜୋରରେ ବାଡ଼େଇଥିଲେ।

Read More

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଗତକାଲି ଖୋର୍ଦ୍ଧାରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଥିବା ବେଳେ ଆଜି ଏହା ଉପରେ ଉଭୟ ଦଳର ବରିଷ୍ଠ ନେତା ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ପକ୍ଷରୁ ଶଶୀଭୂଷଣ ବେହେରା ଏବଂ କଂଗ୍ରେସ ପକ୍ଷରୁ ସୁର ରାଉତରାୟ ନିଜର ଜବାବ ରଖିଛନ୍ତି । କାଳିଆ ଯୋଜନାକୁ ସମାଲୋଚନାକୁ ନେଇ ଶଶୀ କହିଛନ୍ତି, ‘କାଳିଆ’ରେ ଥିବା ତ୍ରୁଟି ବିଚ୍ୟୁତିକୁ ସରକାର ସଜାଡୁଛନ୍ତି, ସରକାରଙ୍କ କାଳିଆ ଯୋଜନାକୁ ସମସ୍ତେ ପ୍ରଶଂସା କରୁଛନ୍ତି, ଜନ ସମର୍ଥନ ହିଁ ପ୍ରମାଣ କରୁଛି ବିଜେଡି କେତେ ଲୋକପ୍ରିୟ । ସେହିପରି ସୁର ରାଉତରାୟ କହିଛନ୍ତି ବିଜେପି କୌଣସି ବିକାଶମୂଳକ କାର୍ଯ୍ୟ କରିନାହାନ୍ତି କେବଳ କଂଗ୍ରେସ ସମୟରେ ହିଁ ବିକାଶ ହୋଇଛି । କଂଗ୍ରେସରେ ବଂଶବାଦ ପ୍ରସଙ୍ଗର ବାସ୍ତବତା ନାହିଁ, କେବଳ ଗାନ୍ଧି ପରିବାର ପାଇଁ ଦେଶ ତିଷ୍ଟି ପାରିଛି, ସୋନିଆ ଗାନ୍ଧି ଦାୟିତ୍ବ…

Read More

ଥାଇଲାଣ୍ଡରେ ଅଟକ ଥିବା 10 ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମଧ୍ୟରୁ 7 ଜଣ ଭାରତକୁ ଫେରିଛନ୍ତି । ବିମାନ ଯୋଗେ ସେମାନେ କୋଲକାତାରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟାରେ ସେମାନେ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଓଡ଼ିଶାରୁ 10 ଜଣ ଓଡ଼ିଆ ପର୍ଯ୍ୟଟକ ରାଜଗାଙ୍ଗପୁରର ଜଣେ ଏଜେଣ୍ଟଙ୍କ ଜରିଆରେ ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ । ମାତ୍ର ସେଠାରେ ସେମାନଙ୍କ ସହିତ 50 ଜଣ ଭାରତୀୟ ପର୍ଯ୍ୟଟକଙ୍କ ଅଟକ ରଖାଯାଇଥିଲା । 50ରୁ ଉର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡରେ ଅଟକ ଥିବା ନେଇ ଟ୍ଵିଟ ମାଧ୍ୟମରେ ବହୁ ପର୍ଯ୍ୟଟକ ସୂଚନା ଦେଇଥିଲେ । ଅଟକ ଭାରତୀୟଙ୍କ ମଧ୍ୟରେ 10 ଜଣ ଓଡ଼ିଆ ଅଛନ୍ତି । ସେମାନଙ୍କୁ ତୁରନ୍ତ ସହାୟତା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ନିବେଦନ କରିଥିଲେ ।

Read More