ଅଭିନେତା ପପୁ ପମ୍ପମ୍ଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନୈୟା’ଙ୍କ ପୋଷ୍ଟରକୁ ନେଇ ବିବାଦ ଏବେ ଜୋରସୋର । ଏହି ବିବାଦୀୟ ପୋଷ୍ଟର ଘଟଣା ଏବେ ଥାନାରେ । ଏହି ଫିଲ୍ମର ଅଭିନେତା ପପୁ ପମ୍ପମ୍ ଓ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ସହ ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ମଧ୍ୟ ଦାବି କରାଯାଇଛି । ଏହି ଫିଲ୍ମରେ ମହିଳାଙ୍କୁ ଅପମାନିତ କରାଯାଇଛି ବୋଲି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି । ଏହି ବିବାଦୀୟ ଫିଲ୍ମ ପୋଷ୍ଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ସହ ପପୁଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଓ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ତେବେ…
Author: Samikhsya Bureau
କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ନିଜ ଦଳର ଦଳୀୟ ଅଧ୍ୟକ୍ଷକୁ ନେଇ ଏକ ବୟାନ ଦେଇଛନ୍ତି । ଅଧୀର ରଞ୍ଜନ କହିଛନ୍ତି ଯେ, ଗାନ୍ଧି – ନେହେରୁ ପରିବାର ବାହାରୁ କୌଣସି ବ୍ୟକ୍ତି ଦଳର ଅଧ୍ୟକ୍ଷ ତଥା ଦଳର ନେତୃତ୍ବ ନେବା ବେଶ୍ କଷ୍ଟକର । କାରଣ ଏହା ହେଉଛି ଏହି ପରିବାରର ଏକ ବ୍ରାଣ୍ଡ ଇକ୍ବିଟି । ସେ କହିଛନ୍ତି କଂଗ୍ରେସ ପରି ଆଦର୍ଶ ଚିନ୍ତାଧାରା ପାର୍ଟି, ଯାହାର ସବୁ ସ୍ଥାନରେ ସଂଗଠନ ରହିଛି ସେ ହିଁ କେବଳ ବିଜେପିର ସାମ୍ପ୍ରଦାୟିକ ରଥକୁ ରୋକି ପାରିବ । ସେହିପରି ପୁନଃ ସୋନିଆଙ୍କ ଦଳ ଅଧ୍ୟକ୍ଷ ହେବାକୁ ନେଇ ଅଧୀର କହିଛନ୍ତି ଯେ, ସୋନିଆ ଗାନ୍ଧି ପାର୍ଟିର ମଙ୍ଗ ଧରିବାକୁ ଚାହୁଁ ନଥିଲେ କିନ୍ତୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ସଂଗଠନରେ ସଂକଟରେ ଦେଖି ସେ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ । ସୋନିଆ ଗାନ୍ଧି ଦଳର…
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଚତୁଃପାର୍ଶ୍ବରେ ଡ୍ରୋନ୍ କ୍ୟାମେରାକୁ ନେଇ ରାଜନୈତିକ ଝଡ ଦେଖାଦେଇଛି । କ୍ରିଷ୍ଣା ନଦୀ ଅବବାହିକାରେ ଅବସ୍ଥିତ ନାଇଡୁଙ୍କ ବାସଭବନ ଚାରି ପାଖରେ ଡ୍ରୋନ୍ କ୍ୟାମେରା ଦେଖା ଯାଇଥିଲା । ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବନ୍ୟା ପରସ୍ଥିତି ଉପରେ ନଜର ରଖିବା ପାଇଁ ଏହି ଡ୍ରୋନ୍ ମୁତୟନ କରାଯାଇଥିବା ନେଇ ସ୍ପଷ୍ଟୀକରଣ ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ନଜର ରଖିବା ପାଇଁ ଏହି ଡ୍ରୋନ୍ର ବ୍ୟବହାର କରାଯାଉଛି ବୋଲି ଟିଡିପି ପକ୍ଷରୁ ଅଭିଯୋଗ କରାଯାଇଛି । ନାଇଡୁଙ୍କ ପୁତ୍ର ନାରା ଲୋକେଶ କହିଛନ୍ତି ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ରହିଥିବା ସତ୍ତ୍ବେ କିଭଳି ଭାବରେ ଡ୍ରୋନ୍ କ୍ୟାମେରାର ବ୍ୟବହାର କରାଯାଉଛି ତାହା ଆଶ୍ଚର୍ଯ୍ୟଜନକ । ଏହି ଡ୍ରୋନ୍ର ପରିଚାଳନା କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଅଭିନେତା ପପୁ ପମପମଙ୍କ ଆଗାମୀ ଓଡିଆ ଫିଲ୍ମ ‘ମିଷ୍ଟର. କହ୍ନେୟା’ ପୋଷ୍ଟରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ବିବାଦ । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବାପରେ ଲୋକମାନେ ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ସହ ପପୁଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଓ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ତେବେ ଏଭଳି ପୋଷ୍ଟର ମହିଳାଙ୍କ ପ୍ରତି ଅପମାନ ବୋଲି ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି । ତେବେ ଏହି ସମ୍ପର୍କରେ ପପୁ କିମ୍ବା ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ଏଭଳି ପୋଷ୍ଟରକୁ ଦେଖିଲେ ଆମ ଓଡ଼ିଆ ଚଳଚ୍ଚିତ୍ରର ଗତି କୁଆଡେ, ତାହା ସ୍ପଷ୍ଟ ଜଣାପଡୁଛି । ଫିଲ୍ମଟି ଗଣେଶ ପୂଜା ଅବସରରେ ପରଦାକୁ ଆସିବ ବୋଲି ଜଣାପଡିଛି ।
ରାଜ୍ୟ ଆଦ୍ରଭୂମି ପ୍ରାଧିକରଣର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରମୁଖ ତିନି ଆଦ୍ରଭୂମି ଯଥା ଚିଲିକା, ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି । ଏଥିରେ ଆଦ୍ରଭୂମି ଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଆଦ୍ରଭୂମି ପ୍ରାଧିକରଣ ବୈଠକରେ ଚିଲିକା, ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ଅର୍ଥରାଶି ବ୍ୟୟ ଅଟକଳ କରାଯାଇଛି । ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ ହୋଇଛି । ଏହା ଦ୍ୱାରା ଚିଲିକା ଆଖପାଖରେ ଥିବା ୧୫୧ଟି ଗ୍ରାମର ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ । ସେହିପରି ଅଂଶୁପା ଆଦ୍ରଭୂମିର ଉନ୍ନତି ପାଇଁ ୨୧ କୋଟି ୨୩ ଲକ୍ଷର ଯୋଜନାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭିତରକନିକା…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକ ବାହାରେ ସାଂସଦ ସଙ୍ଗୀତା ସିଂହଦେଓ – ଲଲିତ ନାୟକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବୈଠକରୁ ସଙ୍ଗୀତା ବାହାରିବା ପରେ ଲଳିତ ଓ ତାଙ୍କ ଗୋଷ୍ଠୀ ବିରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ନାରେ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ଓ ପାଟିତୁଣ୍ଡ ହୋଇଥିଲା । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ଆକାଶ ମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା ମଧ୍ୟ କରିଥିଲେ ।
ଗତକାଲି ନିତି ଆୟୋଗ ବୈଠକରେ ଯୋଗ ଦେଇଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ତେବେ ନିତି ଆୟୋଗ ବୈଠକରୁ ଫେରିଲା ପରେ କୃଷି ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଉନ୍ନତି ପାଇଁ ହୋଇଥିବା ଏହି ବୈଠକରେ ଆଲୋଚନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ । କୃଷକଙ୍କ ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି । ଭାଗଚାଷୀ ଯେପରି ସହଜରେ କୃଷି ଋଣ ପାଇବେ ସେ ନେଇ ପ୍ରସ୍ତାବ ଦିଆଯାଇଛି । ସେହିପରି ଉଦ୍ୟାନ କୃଷି, ପଶୁପାଳନ କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ରହିଛି । ମତ୍ସ୍ୟଚାଷୀମାନଙ୍କୁ ବୀମାରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି । କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକରୀ ଫସଲକୁ ପ୍ରୋତ୍ସାହନ ପାଇଁ ପ୍ରସ୍ତାବ ମଧ୍ୟ ରହିଛି…
ପୁଣି ଥରେ ପାକିସ୍ତାନ ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ନୌଶରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ସହିଦ ହୋଇଛନ୍ତି ଯବାନ ଲାନ୍ସ ନାୟକ ସନ୍ଦୀପ ଥପ୍ପା। ସହିଦଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଗଭୀର ଆହତ ହୋଇଥିଲେ ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ସାଢ଼େ ୬ଟା ବେଳେ ସୀମାରେ ପାକିସ୍ତାନ ପଟୁ ପ୍ରବଳ ଗୁଳି ମାଡ଼ ହୋଇଥିଲା। ଯାହାର ଜବାବ ମଧ୍ୟ ଭାରତ ଦେଉଛି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ ନେଇ ନିଷ୍ପତ୍ତି ନେବା ପରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି।
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଜେଟ୍ଲୀଙ୍କୁ ଭେଟିଛନ୍ତି । ଉଭୟ ଜେଟ୍ଲୀଙ୍କ ଆରୋଗ୍ୟ କାମନା କରିଛନ୍ତି । ଶୁକ୍ରବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଅଶ୍ବିନୀ ଚୌବେ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟ୍ଲୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ନିଶ୍ବାସ ନେବାରେ ଅସୁବିଧା ହେବା କାରଣରୁ ଅଗଷ୍ଟ 9 ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜେଟ୍ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲେ ମଧ୍ୟ ସ୍ଥିର ରହିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜେଟ୍ଲୀଙ୍କ ଆରୋଗ୍ୟ କାମନା କରିଛନ୍ତି ।
ଶନିବାର ଚେନ୍ନାଇ ମେଟ୍ରୋରେ ଏକ ଭିନ୍ନ ଜିନିଷ ଦେଖିବାକୁ ମିଳିଥିଲା । ବିଭିନ୍ନ ଯାତ୍ରୀ ମାନେ ମାଗଣାରେ ମେଟ୍ରୋରେ ଯାତ୍ରା କରିଥିଲେ । ଟିକେଟ୍ ସଂଗ୍ରହ ନିମନ୍ତେ ରହିଥିବା ସ୍ବୟଂଚାଳିତ ବ୍ୟବସ୍ଥା ଅଚଳ ହୋଇ ପଡିବାରୁ ଯାତ୍ରୀ ମାନଙ୍କୁ ମାଗଣା ଯାତ୍ରା କରିବାକୁ ମିଳିଥିଲା । ସକାଳ 6 ଟା ପରଠାରୁ ସମୁଦାୟ 32ଟି ଷ୍ଟେସନ୍ରେ ଏହି ଅବ୍ୟବସ୍ଥା ଜାରି ରହିଥିଲା । ଅପରାହ୍ନ 11 ଟା ପର୍ଯ୍ୟନ୍ତ ଏକହି 32ଟି ଷ୍ଟେସନ୍ରେ ମାଗଣା ଯାତ୍ରାର ସୁଯୋଗ ମିଳିଥିଲା । ବିଭିନ୍ନ ସମୟରେ ଏହି ସ୍ବୟଂଚାଳିତ ଟିକେଟ୍ ମେସିନ୍ରେ ସମସ୍ୟା ଦେଖାଦେଉଥିବାର ଅଭିଯୋଗ ଆସିଛି ।
ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ୍ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର କରିଥିଲେ, ଯେଉଁଥିପାଇଁ ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ ନିବାସ ଗୋଏଲ୍ କପିଲ୍ ମିଶ୍ରାଙ୍କ ଉପରେ ଦଳ ବିରୋଧୀ ଆଇନ୍ ଲଗାଇ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଗତକାଲି କପିଲ୍ ମିଶ୍ରା ବିଜେପିରେ ଯୋଗ ଦେବେ ବୋଲି ଟୁଇଟ୍ରେ ସୂଚନା ଦେଇଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସ୍ବାଗତ କରିଛନ୍ତି ଭୁଟାନ୍ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ । ଏଠାରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଏହି ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି। ଏହାସହିତ ଭାରତ-ଭୁଟାନ ମଧ୍ୟରେ କେତେକ ଦ୍ୱିପାକ୍ଷିକ ଚୁକ୍ତି ଏହି ଅବସରରେ ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ମୋଦି ଦ୍ୱିତୀୟ ଥର ପାଇଁ ଦାୟିତ୍ବ ନେବାପରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ଏଠାରେ ପ୍ରଧାନମନ୍ତ୍ରୀ ୧୦ଟି ଚୁକ୍ତି ସ୍ବାକ୍ଷର କରିବା ସହିତ ୫ଟି ପରିଯୋଜନାକୁ ଲୋକାର୍ପଣ କରିବେ। ଏହା ସହିତ ଏଠାରେ ରୁପେ କାର୍ଡର ମଧ୍ୟ ଶୁଭାରମ୍ଭ କରିବେ ବୋଲି ଜଣାପଡିଛି ।
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ସଙ୍ଗୀନ ଅବସ୍ଥା ଧାରଣ କରିଛି କେରଳର ବନ୍ୟା ପରସ୍ଥିତି । କେରଳରେ ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି ପାଇଛି । ଏହା ସହିତ 29 ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି । 14ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ବିଭିନ୍ନ ଜିଲ୍ଲାରେ 805ଟି ରିଲିଫ୍ କ୍ୟାମ୍ପ କରାଯାଇଥିବା ବେଳେ 41253 ପରିବାରର 129517 ଜଣଙ୍କୁ ରିଲିଫ୍ ପ୍ରଦାନ କରାଯାଉଛି । ଅବସ୍ଥାରେ ସୁଧାର ଆସୁଥିବା ବେଳେ ବନ୍ୟା ପରସ୍ଥିତିର ମୁକାବିଲା ପାଇଁ 173ଟି ଏନ୍ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ମାଲାପ୍ପୁରମ୍ର 21 ଜଣ, ଓ୍ବାୟାନାଡର 7 ଜଣ ଏବଂ କୋଟ୍ଟାୟମ୍ର ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି । 1185ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ 12761ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।
ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଧାରା 144 ଉଠିବା ପରେ ଧିରେ ଧିରେ ପରସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଜମ୍ମୁରେ 2ଜି ଇଣ୍ଟରନେଟ୍ ସେବା ସହିତ ଭଏସ୍ କଲ୍ ସେବା ଶନିବାର ଠାରୁ ଆରମ୍ଭ ହୋଇଛି । ଏହା ସହିତ ରଜୌରୀରେ ମଧ୍ୟ ଧାରା 144 ଉଠାଇ ଦିଆଯାଇଛି । ଗତକାଲି କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଲ୍ୟାଣ୍ଡଲାଇନ୍ ସେବା ଆରମ୍ଭ ନିମନ୍ତେ ଘୋଷଣା କରାଯାଇଥିଲା । ଶନିବାର 17ଟି ଏକ୍ସଚେଞ୍ଜରେ ବିଏସ୍ଏନ୍ଏଲ୍ର ସେବା ଆରମ୍ଭ କରାଯାଇଛି । ମଧ୍ୟ କାଶ୍ମୀରର ବଡଗାମ୍, ସୋନା ମାର୍ଗ ଏବଂ ମଣିଗାମରେ ଏହି ସେବା ପୁନର୍ବାର ଆରମ୍ଭ ହୋଇଛି । ସେହିପରି ଶ୍ରୀନଗର ବିମାନବନ୍ଦର , ସିଭିଲ୍ ଲାଇନ୍ସ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏହି ସେବା ଆରମ୍ଭ କରାଯାଇଛି ।
କେଦାର ମିଶ୍ର ବିଜେଡ଼ିର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଏହା ଏକ ପାରମ୍ପରିକ ପ୍ରକ୍ରିୟା। ନୂଆ ସରକାର ଗଠନ ହେବା ପରେ ବିଭିନ୍ନ କମିଶନ ଓ କର୍ପୋରେସନରେ ଶାସକ ଦଳର ନେତାମାନଙ୍କୁ ଥଇଥାନ କରାଯାଇଥାଏ। ଗତ ଦେଢମାସ ଧରି ଏହି ପଦ ପଦବୀକୁ ନେଇ ଭିନ୍ନ ଭିନ୍ନ ଅନୁମାନ ଓ ଆକଳନ କରାଯାଉଥିଲା। ପରିଶେଷରେ ଗତକାଲି ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ନିଯୁକ୍ତି ଦିଆ ଯାଇଛି। ସ୍ଵାଭାବିକ ଭାବରେ ବିଭିନ୍ନ କମିଶନ, କର୍ପୋରେସନ ଓ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି ହୋଇଛି। ତେବେ ପ୍ରଥମଥର ଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ପରାମର୍ଶଦାତା ଓ ଉପଦେଷ୍ଟା ଭାବେ କିଛି ନେତାଙ୍କୁ ନିଯୁକ୍ତି ଦିଆ ଯାଇଛି। ଏହି ଉପଦେଷ୍ଟା ଓ ପରାମର୍ଶଦାତାମାନେ ବାସ୍ତବରେ କରିବେ କଣ, ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ। ନୂଆ କରି ଉପଦେଷ୍ଟା ଭାବରେ…
ରାଉରକେଲାରେ ଅବସ୍ଥିତି ଏନଆଇଟି ପରିସରରୁ ଜଣେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସ୍ପଷ୍ଟ ହୋଇନାହିଁ । ଏହା ପରିସରରେ ଥିବା ଏକ କ୍ୱାଟର୍ସ ଦୁଇ ଦିନ ହେଲା ବନ୍ଦ ହୋଇ ରହିଥିଲା । ଘର ଭିତରୁ କୌଣସି ଶବ୍ଦ ଶୁଭୁ ନଥିଲା । ଆଜି ସକାଳେ ନିକଟରେ ରହୁଥିବା କିଛି ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ କବାଟ ଭାଙ୍ଗି ଘରେ ପଶି ଶିକ୍ଷାନୁଷ୍ଠାନର ଜଣେ ସହକାରୀ ଅଧ୍ୟାପକ ଓ ତାଙ୍କ ପତ୍ନୀଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ । ମୃତଦେହଟି ଅଧ୍ୟାପକ ଆର ଜଲାନ ଓ ତାଙ୍କ ପତ୍ନୀଙ୍କର ହୋଇଥିବା ଜଣାପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପେହ୍ଲୁ ଖାନ୍ ଗଣହତ୍ୟା ମାମଲାରେ 6 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜସ୍ଥାନ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସମାଲୋଚନା ପରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ତିନି ଜଣିଆ ଏସ୍ଆଇଟି ଟିମ୍ ଗଠନର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଲଓ୍ବାର କୋର୍ଟ ପେହଲୁ ଖାନ୍ ଗଣ ହତ୍ୟା ମାମଲାର ତଦନ୍ତରେ ଅନେକ ଭୁଲ୍ ରହିଥିବାର ଦର୍ଶାଇଥିଲେ । ଏହାପରେ ପୂର୍ବତନ ପୋଲିସ୍ ଅଧିକାରୀଙ୍କୁ ନେଇ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ଡିଆଇଜି ନୀତିନ ଦୀପ୍ ବ୍ଲାଗାନ୍, ଏସ୍ପି ସମୀର କୁମାର ସିଂ ଏବଂ ସହକାରୀ ଏସ୍ପି ସମୀର କୁମାର ଦୁବେଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । 15 ଦିନ ମଧ୍ୟରେ ଏହି କମିଟି ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିବ । ରାଜସ୍ଥାନରେ ଗଣହତ୍ୟା ନିମନ୍ତେ କୌଣସି ସ୍ଥାନ ନାହିଁ ବୋଲି…
ଶୁକ୍ରବାର ଜମ୍ମୁ କାଶ୍ମୀରରେ କଂଗ୍ରେସ ମୁଖ୍ୟ ଏବଂ ମୁଖପାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ମୋଦି ସରକାର ଅସମ୍ମାନ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଘୁଲାମ ଅହମ୍ମଦ ମୀର ଏବଂ ମୁଖପାତ୍ର ରବୀନ୍ଦର ଶର୍ମାଙ୍କୁ ଗିରଫ କରାଯାଇଥିଲା । ଏହାପରେ ରାହୁଲ ଟ୍ବିଟ୍ଟର ଜରିଆରେ ସରକାରଙ୍କୁ ସମାଲୋଚନା କରିଥିଲେ । ସରକାରଙ୍କ ଏହି ପାଗଳାମୀ କେବେ ଶେଷ ହେବ ବୋଲି ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଥିଲେ ରାହୁଲ । ଗତକାଲି ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ କଟକଣା ଉଠିବା ଏବଂ ଲ୍ୟାଣ୍ଡଲାଇନ୍ ଚାଲୁ ହେବାର ଘୋଷଣା ପରେ ଏହି ଦୁଇ ନେତାଙ୍କୁ ଗିରଫ କରାଯାଇଥିଲା ।
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଶୁକ୍ରବାର ମିଳିତ ଜାତିସଂଘ ପକ୍ଷରୁ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲେ । ପାକିସ୍ତାନର ଘନିଷ୍ଠ ସହଯୋଗୀ ଚୀନ୍ର ଅନୁରୋଧରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ଭାରତ ଏବଂ ପାକିସ୍ତାନର ରାଜନୈତିକ ବ୍ୟକ୍ତିବିଶେଷ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୈଦ୍ ଅକବରୁଦ୍ଦିନ ଭାରତର ପ୍ରତିନିଧିତ୍ବ କରିଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ସମ୍ପୂର୍ଣ୍ଣ ଭାବରେ ଭାରତର ଅନ୍ତରୀଣ ବ୍ୟାପାର ଏବଂ ଏହା ଉପରେ ଅନ୍ୟ କୌଣସି ଦେଶର ନିଷ୍ପତ୍ତି ଭାରତ ଗ୍ରହଣ କରିବ ନାହିଁ ବୋଲି ଅକବରୁଦ୍ଦିନ ପ୍ରକାଶ କରିଥିଲେ । ଇସଲାମାବାଦ ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରଦାନ କରି ଆସୁଛି ତେଣୁ ପାକିସ୍ତାନ ଅନ୍ୟ ରାଷ୍ଟ୍ରର ଅନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ପରିବର୍ତ୍ତେ ଆତଙ୍କବାଦକୁ ବନ୍ଦ କରି ଆଲୋଚନା କରିବା ଉଚିତ୍ ବୋଲି ଅକବରୁଦ୍ଦିନ୍ ପ୍ରକାଶ କରିଥିଲା ।…
ଶୁକ୍ରବାର ରାତ୍ରିରେ ଅନୁଷ୍ଠିତ ହୋଇଯାଈଛି ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଖାଲି ହେବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ବି ପି ଦାସ କମିଶନଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆହୁରି 6ଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ 75 ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବ । ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଚତୁଃପାର୍ଶ୍ଵ ଜାଗା ଖାଲି କରାଯିବ ବୋଲି ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ମିଶି ଜିଲ୍ଲାପାଳ ଯୋଜନା ପ୍ରସ୍ତୁତ କରିବେ…
ସମୀକ୍ଷା ବ୍ୟୁରୋ ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ହେଲେ ରବି ଶାସ୍ତ୍ରୀ । ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର କୋଚ ପଦ କାଏମ ରଖିଛନ୍ତି । ପୁଣି ଥରେ ତାଙ୍କୁ କୋଚ ଦାୟିତ୍ବ ମିଳିଛି । ପୂର୍ବତନ କ୍ରିକେଟର କପିଳ ଦେବଙ୍କ ନେତୃତ୍ଵାଧୀନ କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ରବି ଶାସ୍ତ୍ରୀଙ୍କୁ ପୁଣି ଥରେ କୋଚ ଦାୟିତ୍ବ ପ୍ରଦାନ କରିଛନ୍ତି । ରବି ଶାସ୍ତ୍ରୀ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର କୋଚ ଦାୟିତ୍ବରେ ରହିବେ। ବିସିସିଆଇ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କପିଳ ଦେବ ଏହି ଘୋଷଣା କରିଛନ୍ତି । ମୁଖ୍ୟ କୋଚ୍ ପଦବୀ ପାଇଁ ରବି ଶାସ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଏବଂ ରବୀନ ସିଂହ, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍ ମୁଡ୍ଡୀ, ମାଇକ ହାସନ ଏବଂ ଫିଲ ସିମନ୍ସ ପ୍ରମୁଖଙ୍କ ସାକ୍ଷାତାକର ନିଆଯାଇଥିଲା ।

