ସାରା ଦେଶରେ ସ୍ବାଧୀନତା ଦିବସ ସହ ରାକ୍ଷୀ ପୂର୍ଣ୍ଣିମା ମହା ଆଡମ୍ବରରେ ପାଳନ କରାଯାଉଛି । ରାକ୍ଷୀ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଅତୀତର ସ୍ମୃତିଚାରଣ କରିଛନ୍ତି । ପ୍ରିୟଙ୍କା ନିଜ ଟୁଇଟର୍ରେ ଏକ ଫେଟା ସେୟାର୍ କରିଛନ୍ତି । ଯେଉଥିରେ ସେ ତାଙ୍କ ଭାଇ ରାହୁଲ୍ ଗାନ୍ଧିଙ୍କ ସହ ନଜର ଆସିଛନ୍ତି । ଏହି ଫଟୋଟି ତାଙ୍କ ପିଲାବେଳର ଫଟୋ । ପ୍ରିୟଙ୍କା ଏହି ଫଟୋକୁ ସେୟାର କରି ଲେଖିଛନ୍ତି – ‘ମୋତେ ଲାଗେ ଜିନିଷ ଯେତେ ପୁରୁଣା ହେଲେ ବି ବଦଳେ ନାହିଁ, କାରଣ, ଦୁନିଆର ସବୁଠୁ ଭଲ ହେଉଛନ୍ତି ମୋ’ ଭାଇ @ ରାହୁଲ୍ ଗାନ୍ଧି ।‘
Author: Samikhsya Bureau
ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ଦିବସ ପାଳିତ ଅବସରରେ ପାକିସ୍ତାନରେ ମଧ୍ୟ ଗୁଞ୍ଜି ଉଠିଛି ସମବେତ ଜୟ ହିନ୍ଦ୍ ସ୍ବର। ପାକିସ୍ତାନର ବାଲୁଚିସ୍ତାନ ବାସିନ୍ଦା ଭାରତକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ୧୯୪୮ ମାର୍ଚ୍ଚ ୨୭ରେ ପାକିସ୍ତାନ ବାଲୁଚିସ୍ତାନକୁ ବଳପୂର୍ବକ ଅଧିକୃତ କରିଥିଲା। ସେବେଠାରୁ ଏଠାକାର ବାସିନ୍ଦା ପାକିସ୍ତାନରୁ ଅଲଗା ହେବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ବାଲୁଚିସ୍ଥାନର ଗ୍ବାଦର ବନ୍ଦର ଇରାନ୍, ଭାରତ ଏବଂ ଆଫଗାନିସ୍ତାନ ମଝିରେ ରହିଛି। ପାକିସ୍ତାନ ନ ଯାଇ ସିଧା ଭାରତରୁ ଏହା ମଧ୍ୟ ଦେଇ ଆଫଗାନିସ୍ତାନରେ ପହଞ୍ଚିହେବ। ୧୯୪୭ ଅଗଷ୍ଟ ୧୧ରେ ବ୍ରିଟିଶ୍ କବଳରୁ ବାଲୁଚିସ୍ତାନକୁ ମୁକ୍ତି ମିଳିଥିଲା। ତେବେ ପାକିସ୍ତାନ ଏହି ଅଞ୍ଚଳକୁ ନିଜର ଅଂଶ ଭାବେ ଗ୍ରହଣ କରିଛି। ଏହି ଅଞ୍ଚଳ ଦୀର୍ଘ ସମୟ ଧରି ପାକିସ୍ତାନ ସରକାରଙ୍କ ଉପେକ୍ଷାର ଶିକାର ହେଉଥିବା କୁହାଯାଉଛି। ଏଠାକାର ବାସିନ୍ଦା ସ୍ବାଧୀନତା ପାଇଁ ପାକିସ୍ତାନ ବିରୋଧରେ ସଂଗ୍ରାମ…
ବଲିଉଡ୍ରେ ସତୁରୀ ଓ ଅଶୀ ଦଶକରେ ନିଜ ଚୁଲ୍ବୁଲ୍ ହସ ଦ୍ବାରା ରାଜ୍ କରୁଥିବା ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଆଜି ପରଲୋକ ହୋଇଯାଇଛି । ଫୁସ୍ଫୁସ୍ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭେଣ୍ଟିଲେଟରରେ ଥିବା ସମୟରେ ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ୧୯୭୪ ମସିହାରେ ଫିଲ୍ମ ‘ରାଜା କାକା’ରେ କିରଣ କୁମାର୍ଙ୍କ ବିପକ୍ଷରେ ନଜର ଆସି ପ୍ରଥମେ ବଲିଉଡ୍ରେ ପାଦ ଦେଇଥିଲେ । କିନ୍ତୁ ‘ରଜନୀଗନ୍ଧା’ ଫିଲ୍ମରେ ସେ ପରିଚିତି ହାସଲ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଥିଲେ ଅଭିନେତା ଅମୋଲ୍ ପାଲେକର୍ । ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଛୋଟୀ ସୀ ବାତ୍’, ‘ପତି ପତ୍ନୀ ଔର୍ ଓ୍ବ’, ‘ମୁକ୍ତି’, ମେରା ଜୀବନ୍, ଇନ୍କାର୍, କିତାବ୍, ମମତା, ସଫେଦ୍ ଝୁଟ୍, ମଗରୁର୍, ମିରା, ସ୍ବୟଂମ୍ବର, ସବୁତ୍, ପ୍ୟାରା…
୭୩ ତମ ସ୍ବାଧୀନତା ଦିବସ ଅବସରରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତକୁ ସ୍ବାଧୀନତା ଦିବସର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହିତ ଟୁଇଟ୍ରେ ଭାରତ ଓ ଇସ୍ରାଏଲ୍ରେ ବନ୍ଧୁତ୍ବ କଥା ମଧ୍ୟ ଉପସ୍ଥାପନ କରିଛନ୍ତି । ଭାରତ ଓ ଇସ୍ରାଏଲ୍ର ବନ୍ଧୁତ୍ବ ଖୁବ୍ ଦୃଢ । କେବଳ ସହଯୋଗୀ ରାଷ୍ଟ୍ର ରୂପେ ନୁହେଁ, ବରଂ ବିଭିନ୍ନ କାରଣ ପାଇଁ ଭାରତ ଓ ଇସ୍ରାଏଲ୍ର ବନ୍ଧୁତ୍ବ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେହିପରି ଭାରତର ସ୍ବାଧୀନତା ଦିବସ ଅବସରରେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୋ’ ସରକାର କାର୍ଯ୍ୟକ୍ରମକୁ କଂଗ୍ରେସ ମଧ୍ୟ ତୀବ୍ର ସମାଲୋଚନା କରିଛି । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସରକାରଙ୍କ ଏକ ପ୍ରହସନ । ଥାନାରେ ଦୁର୍ନୀତି ଭର୍ତ୍ତି ହୋଇଥିବାବେଳେ ମେଡ଼ିକାଲରେ ଭିତ୍ତିଭୂମି ନାହିଁ । ଏପରି ସ୍ଥିତିରେ ଯୋଜନା କିପରି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । ସେହିପରି ଏହି ଯୋଜନା ସମ୍ପର୍କରେ ଏଆଇସିସି ସମ୍ପାଦକ ଶରତ ରାଉତ ପ୍ରତିକ୍ରିୟା ରଖିଛନ୍ତି । ମୋ’ ସରକାର କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହିତ, ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶରତ । ମୁଖ୍ୟମନ୍ତ୍ରୀଙ୍କ ସଦ୍ଭାବନା ଆସିଛି, ଏଥର ଲୋକଙ୍କ ସମସ୍ୟା ବୁଝିବେ । କିନ୍ତୁ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନ, ଗରିମା ଓ ଧ୍ୟାନ ନାହିଁ ବୋଲି କହିଛନ୍ତି ଶରତ । ସେହିପରି କଂଗ୍ରେସ ଦଳ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସକୁ ଆଉ…
ରାଜ୍ୟ ସରକାରଙ୍କ ‘ମୋ’ ସରକାର’ ଯୋଜନା ପ୍ରସଙ୍ଗକୁ ନେଇ ବିଜେପି ଅଭିଯୋଗ କରିବା ପରେ ଏହା ଉପରେ ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମିଛ କହିନାହାନ୍ତି, ବରଂ ବିରୋଧୀଙ୍କୁ ଏହା ମିଛ ଲାଗୁଛି ବୋଲି କହିଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାହା ଅଭିଯୋଗ ଆସେ, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତି । ଏବେ ବିରୋଧୀ ଦେଖନ୍ତୁ ଏହି ଯୋଜନାର କିପରି ଗାଁ ଗହଳିର ଲୋକମାନେ ଲାଭ ଉଠାଉଛନ୍ତି । ସେହିପରି ଥାନା, ବ୍ଲକ୍ ଓ ତହସିଲ ସ୍ତରରୁ ଯାହା ଅଭିଯୋଗ, ତାହାର ସମାଧାନ ମୁଖ୍ୟମନ୍ତ୍ରୀ କରନ୍ତି । ସେହିପରି ପ୍ରଶାସନିକ ସ୍ତରରେ ଆବଶ୍ୟକତା ଦୃଷ୍ଟିରୁ ନିଯୁକ୍ତି ନେଇ ପଦେକ୍ଷପ ନିଅନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାତରେ କୌଣସି ନିର୍ଦ୍ଦେଶ ଅଫିସରଙ୍କ ପାଖକୁ ଯାଏନି ବୋଲି କହିଛନ୍ତି ପ୍ରମିଳା ।
ରାଜ୍ୟସରକାରଙ୍କ ମୋ’ ସରକାର କାର୍ଯ୍ୟକ୍ରମକୁ ବିଜେପିର ତୀବ୍ର ସମାଲୋଚନା । ମୋ’ ସରକାର ଏକ ହାସ୍ୟାସ୍ପଦ କଥା, ମିଛ କହିବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଦାବି କରିଛି ବିଜେପି । ଅଭିଯୋଗ ଶୁଣିବାକୁ ଯାହାର ଧୈର୍ଯ୍ୟ ନାହିଁ ସେ ଫୋନ୍ରେ କ’ଣ ସମସ୍ୟା ବୁଝିବେ । ଯାହାର କଥା କହିବାର ଦକ୍ଷତା ନାହିଁ ସେ ଫୋନ୍ରେ କ’ଣ ସମସ୍ୟା ବୁଝିବେ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଆଜି ୭୩ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ‘ମୋ ସରକାର’ ଯୋଜନା ଆରମ୍ଭ କରାଯିବ ବୋଲି କହିଥିଲେ । ଏହି ଯୋଜନାକୁ ଟାର୍ଗେଟ୍ କରିଛି ବିଜେପି । ସେହିପରି ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଅଫିସରଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ପୂର୍ବରୁ ଏଭଳି ହେଉନଥିଲା, ୨୦ ବର୍ଷ ହେଲାଣି ଏଭଳି ହେଉଛି । ତୃତୀୟ ମହଲାର…
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମହଗାଁ-ଗୋଡ଼ାଲରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟସ୍ଥ ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଧିର ବିରୁଆ ଓ ଟୁବୁଲିଆ ବିରୁଆ। ସେମାନଙ୍କ ଘର ଝାରଖଣ୍ଡରେ। ସୂଚନା ଅନୁସାରେ, ସିନାପାଲି ବ୍ଲକ୍ ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ଖମ୍ବ ପୋତା କାମ କରିବାକୁ ଏକ ଠିକା ସଂସ୍ଥା ଦ୍ୱାରା ଝାରଖଣ୍ଡର ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଆଜି ସକାଳେ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ।ହଠାତ୍ ପାଦ ଖସି ଯିବାରୁ ସୁଧିର ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଟୁବୁଲିଆ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା।
ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କର ପବିତ୍ର ଦିନଟିଏ । ଭଉଣୀଟିଏ ସୁରକ୍ଷା ପାଇଁ ଏକ ଡୋରି ଟାଣି ଦିଏ ଭାଇର ହାତରେ । ସୁରକ୍ଷାର ରକ୍ଷାସୂତ୍ର ହେଉଛି ରକ୍ଷା ବନ୍ଧନ । ଭାଇ ଓ ଭଉଣୀଙ୍କର ପବିତ୍ର ସମ୍ପର୍କ ହେଉଛି ଏହି ରାକ୍ଷୀ ପୂର୍ଣ୍ଣିମା । ସହରଠାରୁ ଗ୍ରାମ ସବୁଠି ଏହି ପର୍ବ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଉଛି । ଆଜି ଉତ୍ତର ପ୍ରଦେଶରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ସକାଳୁ ସକାଳୁ ଆନନ୍ଦିବେନ୍ ଯୋଗୀ ଆଦିତ୍ୟନାଥଙ୍କ ଘରେ ପହଞ୍ଚି ତାଙ୍କୁ ରାଖୀ ବାନ୍ଧିଥିଲେ। ସୀମାରେ ମଧ୍ୟ ଯବାନ୍ମାନଙ୍କ ହାତରେ ମହିଳାମାନେ ରାଖି ବାନ୍ଧିଛନ୍ତି ।
ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍ ଧୁମ୍ଧାମ୍ରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। କମାର ମୋହସିନ ଶେଖ ପାକିସ୍ତାନୀର କରାଚିରେ ରହୁଥିଲେ। କିନ୍ତୁ ସେ ଭାରତରେ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ଜଣେ ପେଣ୍ଟର। ବାହାଘର ପରେ ସେ ଭାରତ ଚାଲି ଆସିଥିଲେ ଏବଂ ସେବେଠାରୁ ଗୁଜରାଟର ଅହମଦାବାଦରେ ରହୁଛନ୍ତି।
ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପୂର୍ବାହ୍ନ ୧୧ଟା ୩୦ପରେ ଗେଟ ଖୋଲିବା ଆରମ୍ଭ ହୋଇଥିଲା। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ବୁଧବାର ହୀରାକୁଦ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଥିଲା। ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଅପରାହ୍ନ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଉଛି।
ଜଳେଶ୍ୱର ରାଜପୁରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଚିକିତ୍ସା ସମୟରେ ଜଣେ ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ଗୋପୀକିଶନ ଭଟ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର ଉପରକୁ ଢେଲାମାଡ କରି ରାସ୍ତାରୋକ କରିଛନ୍ତି । ଜଳେଶ୍ୱର ରାଜପୁରରୁ ଚିକିତ୍ସା ପାଇଁ ବାଳକ ଜଣକ ଯାଇଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରେ ପହଞ୍ଚିବା ପରେ ବାଳକ ବଞ୍ଚିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ ।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି କେଜ୍ରିଓ୍ବାଲ । ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା ପାଇଁ ଆପ୍ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବାର ଦିଲ୍ଲୀବାସୀଙ୍କ ପାଇଁ କେଜ୍ରିଓ୍ବାଲ୍ ବହୁ ଲୋକପ୍ରିୟ ଘୋଷଣା କରିଛନ୍ତି । ପୂର୍ବରୁ ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟୟକୁ ଦେୟମୁକ୍ତ କରିଥିବାବେଳେ ୧୧ ହଜାର ଓ୍ବାଇ-ଫାଇ୍ ସ୍ପଟ୍ ଲଗାଇବାର ଯୋଜନା ରଖିଛନ୍ତି ।
ଗୁଗୁଲ୍ ଆଜି ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ । ଏକ ସୁନ୍ଦର ଡୁଡୁଲ୍ ମାଧ୍ୟମରେ ଦେଶବାସୀଙ୍କ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛି । ଏଥିରେ ଶିକ୍ଷା, କଳା, ଶକ୍ତି ଓ କରୁଣାକୁ ପ୍ରଦର୍ଶିତ କରାଯାଇଛି । ଏଥିର ସଂସଦ ଭବନ, ଇସ୍ରୋର ମିଶନ ମଙ୍ଗଳ, ମେଟ୍ରୋ ଟ୍ରେନ୍, ଭାରତୀୟ ଟେକ୍ସଟାଇଲ୍, ବନ୍ୟଜନ୍ତୁ ଓ ବିଭିନ୍ନତା ଭିତରେ ଏକତା ଓ ଭାରତର ସଂସ୍କୃତିକୁ ସ୍ଥାନିତ କରାଯାଇଛି । ଶୈବାଳିନୀ କୁମାର ଏହି ଡୁଡୁଲ୍କୁ ତିଆରି କରିଛନ୍ତି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତା ପାଇଥିଲା ।
ମୁଖ ଶାସନ ସଚିବ ହେଲେ ଅସିତ୍ ତ୍ରିପାଠୀ । ୧୯୮୬ ବ୍ୟାଚ୍ର ଆଇଏଏସ୍ ଅଫିର ଅସିତ୍ ତ୍ରିପାଠୀ ଉନ୍ନୟନ କମିଶନ ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଆଦିତ୍ୟ ପାଢୀଙ୍କ ପଦବୀରେ ଅସିତ୍ ତ୍ରିପାଠୀ ଅବସ୍ଥାପିତ ହୋଇଛନ୍ତି । ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ନିର୍ବାଚନ କମିଶନର ହେବା ପରେ ଗତକାଲି ନିଜ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ସେହିପରି ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଦିଆଯାଇଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଆର୍, ବାଲାକ୍ରିଷ୍ଣନ୍ଙ୍କୁ ସିଏମ୍ଓ ପରାମର୍ଶଦାତା, କ୍ରିଷ୍ଣନ୍ କୁମାରଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଆସନ୍ତା ୧୯ ତାରିଖରୁ ଏହି ନୂତନ ନିଯୁକ୍ତି କାର୍ଯ୍ୟକାରୀ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ ଏକ ବଡ ଘୋଷଣା କରିଛନ୍ତି । ଏବେ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ରହିବେ । ଏହି ଏସ୍ଡିଏସ୍ ତିନି ସେନା ବାହିନୀ-ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଏଥିସହ ଏମାନଙ୍କୁ ଉପଯୁକ୍ତ ନେତୃତ୍ୱ ପ୍ରଦାନ କରିବ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜଳ, ସ୍ଥଳ, ବାୟୁସେନା ସହ ମିଶି କାମ କରିବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଦେଶର ଶକ୍ତି ବଢିବ । ଏହାଦ୍ୱାରା ସେନାର ତିନି ଅଙ୍ଗରେ କାମ କରିବା ଖୁବ୍ ସହଜ ହେବ ।
ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ର 16 ଟି ଗେଟ୍ । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ 11.30 ପରେ ଗେଟ୍ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଗତ କାଲି ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଥିଲା । ଗତ କାଲି ପୂର୍ବାହ୍ନ 11.30 ରେ 7 ନମ୍ବର ଗେଟ୍ ଖୋଲାଯାଇଥିବା ବେଳେ ଅପରାହ୍ନ 2ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି 16ଟି ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ। ହୀରାକୁଦ କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଗତକାଲି ରାତି ସୁଦ୍ଧା 612.23 ଫୁଟ୍ରେ ପହଞ୍ଚିଛି । ଜଳଭଣ୍ଡାରକୁ 2 ଲକ୍ଷ 57 ହଜାର 659 କ୍ୟୁସେକ୍…
ସମୀକ୍ଷା ବ୍ୟୁରୋ ଆପଣଙ୍କ ସରକାର ଆପଣଙ୍କ ପାଖରେ ପହଁଚିବ। ଆପଣଙ୍କର ସମସ୍ୟା ସଂପର୍କରେ ଅଫିସରମାନେ ଫୋନ କରି ପଚାରିବେ। ରାଜ୍ୟରେ ଖୁବ୍ ଶିଘ୍ର ଆରମ୍ଭ ହେବ “ମୋ ସରକାର ଯୋଜନା”। ସ୍ବାଧିନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ପତାକା ଉତ୍ତୋଳନ ପରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଏ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଦ୍ବାରା ଏ ସରକାର ହୋଇଛି। ତେଣୁ ସେହି ଲେକଙ୍କ କଥା ବୁଝିବାକୁ ସରକାରଙ୍କ ପାଖକୁ ଆଉ ଲୋକେ ଆସିବେ ନାହିଁ। ସେମାନଙ୍କ କଥା ବୁଝିବାକୁ ଅଫିସରମାନେ ଫୋନ କରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଥାନାରୁ ଏହି ଯୋଜନା ଆରମ୍ଭ ହେବ। ପୋଲିସ ଅଧିକାରୀ ଲୋକଙ୍କୁ ଫୋନ କରି କେମିତି ଅଛନ୍ତି କିପରି ଅଛନ୍ତି ବୁଝିବେ। ଏହାପରେ ଅକ୍ଟୋବର 2 ଗାନ୍ଧୀ ଜୟନ୍ତରୁ…
ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଛି। ତୃତୀୟ ତଥା ଶେଷ ଦିନିକିଆକୁ ଭାରତ ୬ ୱିକେଟରେ ବିଜୟୀ ହୋଇଛି । ଏଥି ସହିତ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି । ଟି-୨୦ ପରେ ଦିନିକିଆ ସିରିଜକୁ ମଧ୍ୟ ନିଜ ନାମରେ କରିଛି । ବିରାଟ କୋହଲି (୧୧୪)ଙ୍କ ସହିତ ଶ୍ରେୟସ ଆୟର ଭଲ ପାର୍ଟନରଶିପ କରିଥିଲେ । ଆୟର ୪୧ଟି ବଲ ଖେଳି ୬୫ ରନ ଯୋଡ଼ିଥିଲେ । ଶିଖର ଧାଓ୍ବନ ଓ ଋଷଭ ପନ୍ତଙ୍କୁ ଗୋଟିଏ ଓଭରରେ ହରାଇଥିଲା । ଏଭଳି ଏକ ବିପର୍ଯ୍ୟୟ ସମୟରେ କୋହଲି ଓ ଆୟର ୧୨୦ ରନ ଭାଗିଦାରୀ ହୋଇଥିଲେ । କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜି ପୁରସ୍କାର ଦିଆଯାଇଥିଲା । ରୋହିତ ଶର୍ମା ଆଉଟ ହେବା ପରେ ଭାରତକୁ…
କେଦାର ମିଶ୍ର କଥାଟି ବର୍ତ୍ତମାନ ପାଇଁ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଭିତ୍ତିହୀନ ନୁହେଁ। ଓଡିଶାରେ ବିଜୁ ଜନତା ଦଳ ଭିତରେ ଏକ ବଡ ଧରଣର ବିଭାଜନ ସୃଷ୍ଟି କରିବାକୁ ବିଜେପି ତରଫରୁ ଏକ ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ ହୋଇଛି। ଯଦିଓ ବିଧାନସଭାରେ ବିଜେପିର ମାତ୍ର ୨୩ ଜଣ ବିଧାୟକ ରହିଛନ୍ତି, ତଥାପି ବିଜେଡିରେ ବିରାଟ ବିଭାଜନ ସୃଷ୍ଟି କରି ଓଡିଶା ଦଖଲ କରିବାକୁ ବିଜେପି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଜରିଆରେ ବିଜେଡ଼ିର ପ୍ରାୟ ୫୨ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ଉପାୟରେ ଘରଭେଦୀ ହେବାକୁ ପ୍ରବର୍ତ୍ତାଯାଉଛି। ଉତ୍ତର ପୂର୍ବ ରାଜ୍ୟ ସିକିମରେ ବିଜେପି ଯାହା କରିଛି, ଓଡିଶାରେ ଠିକ ତାହାର ପୁନରାବୃତ୍ତି ହୋଇ ପାରିବ ବୋଲି, ବିଜେପି ଆଶା କରୁଛି। ଗତ ଏପ୍ରିଲ ମାସରେ ସିକିମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ଆସନ ଜିତି ନଥିବା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶର ଜନତାଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନର ଅଭିନନନ୍ଦନ ଜଣାଇଛନ୍ତି । ମୋଦି ନିଜର ଟୁଇଟର ଆକାଉଣ୍ଟରେ ଦେଶର କୋଟି କୋଟି ଜନତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ଆଜି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବେ । ଏଥି ସହିତ ମୋଦି ଏଠାରୁ ଦେଶର ଜନତାକୁ ସମ୍ବୋଧିତ କରିବେ । ଲାଲକିଲ୍ଲାରୁ ମୋଦି ୬ଷ୍ଠ ଥର ପାଇଁ ଗୁରୁବାର ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ମୋଦିଙ୍କ ସହିତ ଭାରତୀୟ ବାୟୁସେନାର ୩ ଜଣ ମହିଳା ଅଧିକାରୀ ଉପସ୍ଥିତ ରହିବେ । ଫ୍ଲାଇଙ୍ଗ ଅଫିସର ପ୍ରୀତମ ସାଙ୍ଗୱାନ ମୋଦିଙ୍କୁ ଜାତୀୟ ପତାକା ଉଡାଇବାରେ ସାହାଯ୍ୟ କରିବେ । ଫ୍ଲାଇଟ ଲେଫ୍ଟନାଣ୍ଟ ଜ୍ୟୋତି ଯାଦବ ଓ ପ୍ଲାଇଟ ଲେଫ୍ଟନାଣ୍ଟ ମାନସୀ ଗେଦା ମୋଦିଙ୍କ ଉଭୟ ପାଶ୍ୱର୍ରେ ମୁତୟନ ରହିବେ । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୬…

