Author: Samikhsya Bureau

ସମୀକ୍ଷା ବ୍ୟୁରୋ ୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି ।  ଶାସ୍ତ୍ରୀ ଭବନ ପରିସରରେ ପିଆଇବି କନଫରେନ୍ସ ହଲ୍‌ରେ ପୁରସ୍କାର ପ୍ରଦାନ ସମାବେଶର ଉତ୍ସବ ଆୟୋଜନ କରାଯାଇଛି । ଫିଚର ଫିଲ୍ମରେ ୩୧ଟି ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ । ୨୩ଟି ନନ୍‌ଫିଚର୍‌ ଫିଲ୍ମ  ଓ ୩୧ଟି ଫିଚର ଫିଲ୍ମ ପାଇଁ ଏହି ପୁରସ୍କାର ଦିଆଯିବ । ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲୀ ଷ୍ଟେଟ୍‌ ପାଇଁ ଉତ୍ତରାଖଣ୍ଡକୁ ପୁରସ୍କାର ମିଳିବ । ପ୍ରତ୍ୟେକ ବର୍ଷ ନ୍ୟାସନାଲ୍‌ ଆଓ୍ବାର୍ଡର ଘୋଷଣା ଅପ୍ରେଲ୍‌ ମାସରେ କରାଯାଉଥିବାବେଳେ ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଏହି ୬୬ ତମ ଜାତୀୟ ପୁରସ୍କାରରେ ବଲିଉଡ୍‌ଫିଲ୍ମ  ଅନ୍ଧାଧୁନ୍‌ ବାଜି ମାରିଛି। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ଶ୍ରେଷ୍ଠ ଅଭିନେତାର ୩ଟି ପୁରସ୍କାର ପାଇଥିବାବେଳେ ’ଉରି’ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ପାଇଛି । ‘ଅନ୍ଧାଧୁନ୍‌’ର ନିର୍ଦ୍ଦେଶନା ଦେଇଥିଲେ…

Read More

କେନ୍ଦ୍ର ସରକାର ଦେଶର ୧୭ଟି ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି କିନ୍ତୁ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥାନକୁ ସ୍ଥାନିତ କରାଯାଇନାହିଁ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟର ସବୁ ବିଜେପି ସାଂସଦ ଏନେଇ ଚିଠି ଦେଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କ କୁ ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବା ଦାବି କରିଛନ୍ତି ରାଜ୍ୟ ବିଜେପି ସାଂସଦମାନେ । ଉଲ୍ଳେଖନୀୟ ପର୍ଯ୍ୟଟନସ୍ଥଳୀ ସୂଚୀରେ କୋଣାର୍କ ଏବଂ ଜଗନ୍ନାଥ ମନ୍ଦିରକୁ ସ୍ଥାନ ଦେବା ନେଇ ସମୀକ୍ଷା କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟ୍ଟେଲଙ୍କୁ ସାଂସଦମାନେ ଅନୁରୋଧ କରିଛନ୍ତି ।

Read More

ଭାରତର ରୋହନ ବୋପାନ୍ନା ଏବଂ କାନାଡାର ଡେନିସ୍‌ ସାପୋଭାଲୋଭ୍‌ କୋପ୍‌ ରୋଜର୍ସ ଏଟିପି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବୋପାନ୍ନା-ସାପୋଭାଲୋଭ୍‌ଙ୍କ ଯୋଡି ଗ୍ରେଟ୍‌ ବ୍ରିଟେନ୍‌ର କାଇଲ୍‌ ଏଡ୍‌ମଣ୍ଡ ଏବଂ ଟେଲର ଫ୍ରିଟ୍ଜଙ୍କୁ 6-3 ଏବଂ 6-4 ସେଟ୍‌ରେ ପରାସ୍ତ କରିଛନ୍ତି । ମଣ୍ଟ୍ରିଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ସେମି ଫାଇନାଲ୍‌ରେ ନେନୋଇଟ୍ ପେର୍‌ ଏବଂ ଷ୍ଟାନ୍‌ ଓ୍ବାରିୟାଙ୍କାଙ୍କ ଯୋଡିଙ୍କୁ ଭେଟିବେ । ବୋପାନ୍ନା-ସାପୋଭାଲୋଭ୍‌ ଯୋଡି ମ୍ୟାଚ୍‌ରେ ବିଜୟୀ ହେବାକୁ ମାତ୍ର 61 ମିନିଟ୍‌ ସମୟ ନେଇଥିଲେ ।

Read More

ସିପିଆଇ(ଏମ)ର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଶୁକ୍ରବାର ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଛି। ୟେଚୁରୀଙ୍କ ସହିତ ତାଙ୍କ ସହଯୋଗୀ ଡି. ରାଜାଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ। ଗତ ଗୁରୁବାର ୟେଚୁରୀ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଚିଠି ଲେଖି ଶୁକ୍ରବାର କାଶ୍ମୀର ଗସ୍ତ କରିବେ ବୋଲି ଜଣାଇଥିଲେ। ଗସ୍ତ ସମୟରେ ସେ କୌଣସି ବାଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରୁଥିବା ଚିଠିରେ ଦର୍ଶାଇଥିଲେ। କିନ୍ତୁ ଶୁକ୍ରବାର ସେ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ପୁଲିସ ସହରରେ ପ୍ରବେଶ କରିବାକୁ ଅନୁମତି ନ ଦେବା ସହିତ ସେଠାରେ ଅଟକ ରଖିଥିଲା। ଗତ ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଥିଲା।

Read More

ଶୁକ୍ରବାର କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୁରାଇବାକୁ ମନା କରିଛି ଆମେରିକା । ଭାରତର କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇଛି ଆମେରିକା । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶୁକ୍ରବାର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପିଓଙ୍କୁ ଭେଟିବା ପରେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନ ପୁରାଇବାର ନିଷ୍ପତ୍ତି ନେଇଛି ଆମେରିକା । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ମାତ୍ର ଶୁକ୍ରବାର କାଶ୍ମୀର ପ୍ରସଙ୍ଗରେ ଆମେରିକାର କୌଣସି ଭୂମିକା ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକୀୟ ଗୃହ ବିଭାଗ ମୁଖପାତ୍ର ମୋର୍ଗାନ ଅର୍ଟାଗସ୍‌ । ମାତ୍ର ଉଭୟ ରାଷ୍ଟ୍ର ଶାନ୍ତି ଆପଣେଇବା ଉଚିତ୍‌ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଏହା ସହିତ ଇମ୍ରାନ୍‌ ଖାନ୍‌ଙ୍କ ଆବେଦନକୁ ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ଅଗ୍ରାହ୍ୟ କରାଯାଇଛି । ସିମଳା ରାଜିନାମା ଅନୁଯାୟୀ କାଶ୍ମୀର ମାମଲାରେ…

Read More

କୁଏତ୍‌ରୁ ଫେରିବେ ୧୫ ଓଡ଼ିଆ ଶ୍ରମିକ । ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଛି ଭାରତୀୟ ଦୂତାବାସ ।  କୁଏତ୍‌ରେ ଫସିଥିବା କେନ୍ଦ୍ରାପଡ଼ାର ୧୫ଜଣ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ଏହି ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ କୁଏତ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଥିଲେ ବୈଜୟନ୍ତ ଏହି ଶ୍ରମିକମାନଙ୍କ ପରିବାର ଲୋକେ ଏନେଇ ବୈଜୟନ୍ତଙ୍କ ସହାୟତା ଲୋଡିଥିଲେ । ଇଦ୍‌-ଉଲ୍‌-ଜୁହା ପରେ ଏହି ଶ୍ରମିକମାନେ ଘରକୁ ଫେରିବା ନେଇ ସୂଚନା ମିଳିଛି । ୧୫ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ମୋଟ୍‌ ୧୭ ଜଣ ଶ୍ରମିକ ଫେରୁଥିବାର ସୂଚନା ରହିଛି ।

Read More

ରାଜ୍ୟରେ ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପତକା ଉତ୍ତୋଳନ ନେଇ ଏକ ସୂଚୀ ଜାରି ହୋଇଛି । ତେବେ କିଏ କେଉଁଠି ପତାକା ଉତ୍ତୋଳନ କରିବା ନେଇ ଏକ ସୂଚୀ ଜାରି ହୋଇଛି ।  ରାଜ୍ୟର ରାଜଧାନୀ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରିବେ । ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ,  ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଅନୁଗୁଳ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ରାପଡ଼ା, ପଦ୍ମନାଭ ବେହେରା କଳାହାଣ୍ଡି, ପ୍ରତାପ ଜେନା ମୟୂରଭଞ୍ଜ,  କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଢେଙ୍କାନାଳ, ସୁଦାମ ମାରାଣ୍ଡି ସୁନ୍ଦରଗଡ଼, ସୁଶାନ୍ତ ସିଂ କନ୍ଧମାଳ, ନବ ଦାସ ବଲାଙ୍ଗିର, ଟୁକୁନି ସାହୁ ନୟାଗଡ଼, ଜଗନ୍ନାଥ ସାରକା କେଉଁଝର, ଦିବ୍ୟଶଙ୍କର ମିଶ୍ର ସମ୍ବଲପୁର, ଅଶୋକ ଚନ୍ଦ୍ର ପଣ୍ଡା ବାଲେଶ୍ବର, ସମୀର ରଞ୍ଜନ ଦାଶ…

Read More

ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା ଓ ଝାରଖଣ୍ଡ ଆଦି ଚାରୋଟି ରାଜ୍ୟର ବିଧାନସଭା  ନିର୍ବାଚନ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ବିଜେପି ଲାଗିପଡ଼ିଲାଣି। ଦିଲ୍ଲୀ ଛାଡ଼ି ଅନ୍ୟ ତିନୋଟି ରାଜ୍ୟରେ ବିଜେପିର ସରକାର ରହିଥିବାବେଳେ ବିଜେପି ବିଧାନସଭାରେ ଉତ୍ତମ ପ୍ରଦର୍ଶନ ତଥା ଦିଲ୍ଲୀରେ କ୍ଷମତା ପାଇଁ ଜୋରସୋର୍ ଉଦ୍ୟମ କରୁଛି। ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍‌ ଶାହା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ୍‌କରଙ୍କୁ ଦିଲ୍ଲୀର ନିର୍ବାଚନୀ ପ୍ରଭାବୀ ନିଯୁକ୍ତ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ନିତ୍ୟାନନ୍ଦ ରାୟଙ୍କୁ ସହ ନିର୍ବାଚନ ପ୍ରଭାରୀ ରୂପେ ଚୟନ କରିଥିବାବେଳେ ବିଜେପିର ରାଷ୍ଟ୍ରୀୟ  ଉପାଧ୍ୟକ୍ଷ ଶ୍ୟାମ ଜାଜୁଙ୍କୁ ପ୍ରଦେଶ ସଙ୍ଗଠନର ପ୍ରଭାରୀ ଓ ରାଷ୍ଟ୍ରୀୟ ସଚିବ ତରୁଣ ଚୁଘଙ୍କୁ ସହ ପ୍ରଭାରୀ ରୂପେ ଦାୟିତ୍ବ ଦେଇଛନ୍ତି। ସେହିପରି ହରିୟାଣା ପାଇଁ ନରେନ୍ଦ୍ର ସିଂହ ତୋମାରାଙ୍କୁ ନିର୍ବାଚନୀ…

Read More

ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ବିବାଦ ଉପରେ ସୁପ୍ରିମ୍‌କୋର୍ଟର ଶୁଣାଣି ଜାରି ରହିଛି । ସର୍ବୋଚ୍ଚ ଅଦାଲତ ନିଜର ପରମ୍ପରାକୁ ଭାଙ୍ଗି ଏହି ମାମଲାକୁ ସପ୍ତାହ ସମସ୍ତ ୫ଟି କାର୍ଯ୍ୟଦିବସରେ ଶୁଣାଣି କରିବେ ବୋଲି ଗତକାଲି ନିଷ୍ପତ୍ତି ନେଇଥିଲେ । ତେବେ ଏହାକୁ ସୁନ୍ନୀ ଓ୍ବାକ୍ଫ ବୋର୍ଡ ଏହା ଉପରେ ଅସମର୍ଥନ ଜାହିର କରିଛି । ଶୁକ୍ରବାର ଦିନ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହେବା ବେଳକୁ ଏହାକୁ ନେଇ ସୁନ୍ନୀ ଓ୍ବାକ୍ପ ବୋର୍ଡର ଓକିଲ ମୁଖ୍ୟ ବିଚାରପତିଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି । ଶୁକ୍ରବାର ଦିନ ଶୁଣାଣୀ ଆରମ୍ଭ ସମୟରେ ମୁସଲିମ୍‌ ପକ୍ଷ ତାଙ୍କ ପକ୍ଷ ରଖି ଅପିଲ୍‌ କରିଛନ୍ତି ଯେ, ସପ୍ତାହର ସମସ୍ତ ପାଞ୍ଚ ଦିନ ଶୁଣାଣିରେ କୋର୍ଟକୁ ସାହାଯ୍ୟ କରିପାରିବେ ନାହିଁ। ସୁନ୍ନୀ ଓ୍ବାର୍କ ବୋର୍ଡ ତରଫରୁ ଓକିଲ ରାଜୀ ଧଓ୍ବନ ଅଦାଲତରେ କହିଛନ୍ତି ଯେ, ଏହା କେବଳ ଗୋଟିଏ ସପ୍ତାହର ମାମଲା ନୁହେଁ,…

Read More

କେରଳରେ ଆସିଥିବା ବନ୍ୟାରେ ସବୁଠୁାର ଅଧିକ କ୍ଷତିଗ୍ରସ୍ତ ହୋଇଛି ଓ୍ବାୟନାଡ଼ ଜିଲ୍ଲା । ଓ୍ବାୟନାଡ଼ର ସାଂସଦ ରାହୁଲ ଗାନ୍ଧି ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହୋଇଛନ୍ତି । ରାହୁଲ୍‌ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ମୋଦିଙ୍କୁ କହିଛନ୍ତି । ଏହାପୂର୍ବରୁ ରାହୁଲ୍‌ ନିଜ ସଂସଦୀୟ କ୍ଷେତ୍ରରେ ବନ୍ୟା ସ୍ଥିତି ବେଶ୍‌ ଗମ୍ଭୀର ଥିବାର କହିବା ସହିତ ଏହା ଉପରେ ପୂରା ଟିକିନିଖି ଖବର ରଖୁଥିବାର କହିଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କେରଳର ମୁଖ୍ୟମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଏ ବିଷୟରେ କଥା ହୋଇଛନ୍ତି ।

Read More

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ 607.97 ଫୁଟରେ ପହଞ୍ଚିଛି । ଡ୍ୟାମକୁ ସେକେଣ୍ଡ ପିଛା 1 ଲକ୍ଷ 90 ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପିଛା 6 ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ନିକଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ 3ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା । ଯାହା ଦ୍ୱାରା ଜଳ ଧାରଣ କ୍ଷମତା ନିକଟରେ ପହଞ୍ଚିଥିବା ଜଳସ୍ତରକୁ କମ କରାଯାଇଥିଲା ।

Read More

କୃଷିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା କାଳିଆ ଯୋଜନାର ଅବଧିରେ ବୃଦ୍ଧି ଘଟାଯାଇଛି । ଆସନ୍ତା 5 ବର୍ଷ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । କୃଷି ଏବଂ କୃଷକ ଏବଂ ମହିଳା ଚାଷୀଙ୍କ ବିକାଶ ପାଇଁ ଏହି ଯୋଜନା ଆସନ୍ତା 5 ବର୍ଷ ପାଇଁ ଲାଗୁ କରାଯିବା ନେଇ କୃଷି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ କୃଷି ଯୋଜନା 2019 ଅନୁଯାୟୀ ଶୁକ୍ରବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ଏହି ଯୋଜନାରେ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯିବା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ତିନିଦିନ ପୂର୍ବରୁ ଏହି ଯୋଜନାରେ ରହିଥିବା ଅଯୋଗ୍ୟ ହିତାଧିକାରୀଙ୍କ ନାମ କଟାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଥିଲେ । ଏହି ଯୋଜନାରେ ସମୁଦାୟ 51 ଲକ୍ଷ…

Read More

ଆସନ୍ତା 12 ତାରିଖରୁ ଆଉ ଏକ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗତ 6 ତାରିଖରୁ ରାଜ୍ୟରେ ଲଗାତାର ବର୍ଷା ହୋଇଥିଲା । କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଗତକାଲିଠାରୁ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିଥିଲା । ଏତତ୍ ବତୀତ ଆସନ୍ତା 12 ତାରିଖରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଉତର ଓଡିଶାରେ ବର୍ଷା ହେବ । ବର୍ତ୍ତମାନ ସୁଦ୍ଧା 8 ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି । ଯାହା ଆଗାମୀ ଦିନରେ ଭରଣା ହୋଇଯିବ ବୋଲି ବିଭାଗ କହିଛି ।

Read More

ମେକ୍ସିକୋର ଏକ ପୋଲରୁ ଝୁଲନ୍ତା ଅବସ୍ଥାରେ 19ଟି ଶବ ଜବତ କରାଯାଇଛି । ଦୁଇଟି ଗ୍ୟାଙ୍ଗ ମଧ୍ୟରେ ସଙ୍ଘର୍ଷ ଘଟିଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି । ଗୁରୁବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏହି ଘଟଣା ଘଟିଥିଲା । ଗୋଟିଏ ଗୋଷ୍ଠୀର ସଦସ୍ୟ ମାନେ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କୁ ହତ୍ୟା କରି ବ୍ରିଜ୍‌ରେ ଝୁଲାଇ ଦେଇଥିଲେ । ସେହିପରି ଅନ୍ୟ ଏକ ଗୋଷ୍ଠୀର 3 ଜଣ ସଦସ୍ୟଙ୍କ ଶବ ରାସ୍ତାରୁ ଅଳ୍ପ ଦୂରରେ ପଡିଥିବା ନଜର ଆସିଥିଲା । ଝୁଲନ୍ତା ଶବ ମଧ୍ୟରେ ଦୁଇ ଜଣ ମହିଳୂା ରହିଛନ୍ତି । ସମାନ ଭାବରେ ସରକାରଙ୍କ ବିରୋଧରେ ପ୍ରତିବାଦ କରି 2011-12ରେ 30 ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା ।

Read More

ଟି-20 ମ୍ୟାଚର ଶୃଙ୍ଖଳାକୁ 3-0ରେ ଜିତିବା ପରେ ବିରାଟ କୋହଲିଙ୍କ ଟିମର ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ କରି ଦିଆଯାଇଛି । ବର୍ଷା ଯୋଗୁଁ ମ୍ୟାଚ କେବଳ 13 ଓଭର ଖେଳ ସମ୍ଭବ ହୋଇଥିଲା । ଯେଉଁଥିରେ ୱେଷ୍ଟଇଣ୍ଡିଜ ଗୋଟିଏ ୱିକେଟ ହରାଇ 54ରନ କରିପାରିଥିଲା । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ଲାଗି ରହିଥିଲା ଏବଂ 2 ଘଣ୍ଟା ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା । ଏହା ପରେ ପୁଣି ବର୍ଷା ଲାଗିରହିଥିଲା । ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଭଲ ସ୍କୋର କରିପାରି ନଥିଲେ । ସେ 31 ବଲ ଖେଳି ମାତ୍ର 4 ରନ କରିଥିଲେ । ଇଭିନ ଲୁଇସ 40 ରନ ଓ ସାଈ ହୋପ 6 ରନ କରିଥିବା ବେଳେ ମ୍ୟାଚ୍‌ ବନ୍ଦ ରହିଥିଲା ।

Read More

ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢୁଆ ବିମାନ ଗୁରୁବାର ରାତି ଆସାମର ତେଜପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିରକ୍ଷା ବିଭାଗର ମୁଖପାତ୍ର ଲେଫନାଣ୍ଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି, ବିମାନର ଦୁଇ ଜଣ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କର କୌଣସି କ୍ଷତି ହୋଇନାହିଁ । ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ସୁଖୋଇ-30 ଏମକେଆଇ ଲଢୁଆ ବିମାନ ଏକ ନିୟମିତ ତାଲିମ ମିଶନରେ ଥିଲା । ରାତି ପ୍ରାୟ ସାଢେ ଆଠଟା ସମୟରେ ମିଲନପୁର ଅଂଚଳରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ସୁଖୋଇ ବିମାନ ଏକ କ୍ଷେତକୁ ଖସିପଡ଼ିଥିଲା । ସେ କହିଛନ୍ତି ଦୁର୍ଘଟଣା ଯୋଗୁଁ କୌଣସି କ୍ଷୟକ୍ଷତି ଘଟିନାହିଁ । ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ସ୍ଥାନୀୟ ଲୋକେ ଉଭୟ ପାଇଲଟଙ୍କୁ ତେଜପୁରସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ଚଳିତ ଅଧିବେଶନରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଜେଡି ଓ ବିଜେପିର ସାଂସଦମାନଙ୍କୁ ପ୍ରାୟ ସବୁ ବିତର୍କରେ, ଶୂନ୍ୟକାଳରେ ଓ ପ୍ରଶ୍ନୋତ୍ତର ରେ ଉତ୍ସାହର ସହିତ ଭାଗ ନେଉଥିବାର ଦେଖିବାକୁ ମିଳୁଛି। ଏପରିକି କୋରାପୁଟରୁ ନିର୍ବାଚିତ ଏକମାତ୍ର କଂଗ୍ରେସ ଲୋକସଭା ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା। ତେବେ ସଂସଦର ଏହି ବିଶେଷ ଅଧିବେଶନରେ କେବଳ ଜଣେ ସଦସ୍ୟଙ୍କ ମୁହଁ ଦିଶୁନଥିଲା, ସେ ହେଲେ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ। ଯଦିଓ ରାଜ୍ୟସଭା ସଚିବାଳୟ ତରଫରୁ ସେ କିଛି ପ୍ରଶ୍ନ ପଚାରିଥିବାର ତଥ୍ୟ ମିଳୁଛି, ହେଲେ ସେଗୁଡିକ ସେମିତି ବିଶେଷ ଗୁରୁତ୍ଵ ବହନ କରେନାହିଁ। ସେ କୌଣସି ବିତର୍କରେ ଭାଗନେବା, ଆଲୋଚନା କରିବା…

Read More

ତିନି ବିଖ୍ୟାତ ବ୍ୟକ୍ତିଙ୍କୁ ମିିଳିଲା ରତ୍ନ । ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ମିଳିଛି । ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିଛି । ଏହି ସମ୍ମାନ ପ୍ରଦାନ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଜାନୁଆରୀ ୨୫ ତାରିଖରେ ଏହି ସମ୍ମାନ ପ୍ରଦାନ ନେଇ ସୂଚନା ମିଳିଥିଲା । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ହେଉଛି ଭାରତ ରତ୍ନ ।

Read More

ସମୀକ୍ଷା ବ୍ୟୁରୋ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି । ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ (ଏସଟିୟୁ) ଲାଗି ଏହି ବସଗୁଡ଼ିକୁ ମଞ୍ଜୁରି ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଇନ୍ଧନ ବିଶିଷ୍ଟ ପରିବହନକୁ ଆହୁରି ଅଧିକ ବୃଦ୍ଧି କରିବା । ଏହି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୫୦ଟି ବସ ମିଳିବ ବୋଲି ଜଣାପଡିଛି। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁଏହି ବସ୍ ମିଳିବ। ଭାରୀ ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟସିଟି, ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ୱତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି…

Read More

ବହୁ ଚର୍ଚ୍ଚିତ  ଅଯୋଧ୍ୟା ମାମଲାରେ ଶୁକ୍ରବାର ମଧ୍ୟ ଶୁଣାଣି ହେବ। ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟଦିବସରେ ଏହି ମାମଲାର ଶୁଣାଣି ହେବ। ସାଧାରଣତଃ ସାମ୍ବିଧାନିକ ପୀଠ ମଙ୍ଗଳ, ବୁଧ ଓ ଗୁରୁବାର  ହିଁ  ବସିଥାଏ। ଏହା ପୂର୍ବରୁ ସିଜେଆଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଗୁରୁବାର ମାମଲାରେ କ୍ରମାଗତ ତୃତୀୟ ଦିନ ଶୁଣାଣି କରିଛନ୍ତି। ଏହି ସମୟରେ ହିନ୍ଦୁ ପକ୍ଷ ନିଜର ଦଲିଲ ରଖିଛନ୍ତି। ଯଦି ସପ୍ତାହର ୫ ଦିନ ଶୁଣାଣି ହେବ, ତେବେ ୪୯୧ ବର୍ଷର ଅଯୋଧ୍ୟା ମାମଲାର ଶୀଘ୍ର ନିଷ୍ପତ୍ତି ଆସିବା ନେଇ ସମ୍ଭାବନା ରହିଛି। ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

Read More

ଆଜିଠାରୁ ମେଲ୍‌ବୋର୍ଣ୍ଣଠାରେ ୧୦ ଭାରତୀୟ ଫିଲ୍ମୋତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ଭାରତୀୟ ସିନେମାର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଶାହରୁଖ୍‌ ଖାନ୍‌, ବିଜୟ ସେଥୁପତି, ଗାୟତ୍ରୀ ଶଙ୍କର, ତବୁ, କରଣ ଜୋହର, ଶ୍ରୀରାମ ରାଘବନ୍‌, ରୀମା ଦାସ ଓ ଜୋୟା ଅଖତରଙ୍କ ପରି ଲୋକପ୍ରିୟ ଅଭିନେତା ଓ ନିର୍ମାତା ନିର୍ଦ୍ଦେଶକ ଏଠାରେ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ବଲିଉଡ୍‌ ଫିଲ୍ମ ଅନ୍ଧାଧୁନ୍‌, ଗଲି ବୟ, ବଧାଇ ହୋ ଓ ସୁଇ ଧାରା ପରି ଫିଲ୍ମଗୁଡ଼ିକ ମନୋନୀତ ହୋଇଛନ୍ତି । ତେବେ ବିଜୟ ସେଥୁପତିଙ୍କ ତାମିଲ୍‌ ସୁପରହିଟ୍‌ ଫିଲ୍ମ ‘ଡିଲକ୍ସ’ ପାଇଁ ଶ୍ରେଷ୍ଠ ଅଭିନେତା ଓ ଏହି ଫିଲ୍ମର ନିର୍ଦ୍ଦେଶକ ତ୍ୟାଗରାଜନ୍‌ କୁମାରାଜାଙ୍କୁ ସମ୍ମାନିତ କରାଯାଇଛି । ସୁପରଷ୍ଟାର୍‌ ଶାହରୁଖ୍‌ ଏହି ଅବସରରେ ଦର୍ଶକଙ୍କୁ ସମ୍ବୋଧିତ କରିଥିବାବେଳେ ନିର୍ମାତା ନିର୍ଦ୍ଦେଶକ ମଞ୍ଚ ସମ୍ଭାଳି ଥିଲେ । ଅଗଷ୍ଟ ୮ରୁ ଅଗଷ୍ଟ ୧୫ ମଧ୍ୟରେ…

Read More