ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଅଧିକାଂଶ ପ୍ରାବଧାନକୁ ହଟାଯିବା ଭାରତର ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ହତାଶ ହୋଇ ପଡ଼ିଛି । ସବୁ ମୋର୍ଚ୍ଚାରେ ବିଫଳ ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇ ଜାମ୍ମୁ-କାଶ୍ମୀରରେ ହିଂସା ଭିଆଇବାକୁ ଉଦ୍ୟମ ଚଳାଇଛି । ମାତ୍ର ଭାରତୀୟ ସୁରକ୍ଷାବଳଙ୍କ ସତର୍କତା ଯୋଗୁଁ ପାକିସ୍ତାନର ଏହି ହୀନ ଚକ୍ରାନ୍ତ ସଫଳ ହୋଇ ପାରିନାହିଁ । ସେନା ସୂତ୍ର ମୁତାବକ ପାକିସ୍ତାନୀ ସେନା ଦ୍ଵାରା ମଙ୍ଗଳବାର ରାତିରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ବଡ଼ ଚକ୍ରାନ୍ତକୁ ପଣ୍ଡ କରିଛନ୍ତି । ସୂତ୍ର ମୁତାବକ ମଙ୍ଗଳବାର ରାତିରେ ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ବିପୁଳ ପରିମାଣରେ ଗୁଳିବର୍ଷଣ କରିଥିଲେ । କୁହାଯାଉଛି ଯେ, ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଭାରତୀୟ ସୀମାରେ ଅନୁପ୍ରବେଶ…
Author: Samikhsya Bureau
ମୋର ପ୍ରିୟ ଦେଶବାସୀ, (୧) ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଦେଶବିଦେଶରେ ରହୁଥିବା ଭାରତମାତାର ସବୁ ସନ୍ତାନଙ୍କ ପାଇଁ ଏକ ଖୁସି ଓ ଆବେଗର ଦିବସ । ଦେଶମାତୃକାକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଯେଉଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ ଅଦମ୍ୟ ସଂଘର୍ଷ, ସାହସ ଏବଂ ନିଷ୍ଠା ପ୍ରଦର୍ଶନ ପୂର୍ବକ ଚରମ ବଳିଦାନ ଦେଇଛନ୍ତି ଏହି ଅବସରରେ ଆମେ କୃତଜ୍ଞତାର ସହ ସେମାନଙ୍କୁ ସ୍ମରଣ କରୁଛୁ । (୨) ଦେଶର ଏକ ଘଡ଼ିସନ୍ଧି ମୁହୂର୍ତରେ ସ୍ୱାଧୀନ ଭାରତର ୭୨ବର୍ଷ ଆମେ ପୂର୍ଣ୍ଣ କରିବାକୁ ଯାଉଛୁ । ଆଉ କେଇ ସପ୍ତାହ ପରେ ଅକ୍ଟୋବର ୨ ତାରିଖରେ ଆମେ ଆମ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା । ସେ ଦେଶମାତୃକାର ମୁକ୍ତି କ୍ଷେତ୍ରରେ ଆଲୋକବର୍ତିକା ଥିଲେ । ସ୍ୱାଧୀନତା ହାସଲରେ ସଫଳତା ଏବଂ ସକଳ…
ପହଲୁ ଖାନ୍ ଗୋଷ୍ଠୀ ହତ୍ୟା ମାମଲାରେ ଆଜି ଅଲବର୍ ଜିଲ୍ଲା ନ୍ୟାୟାଳୟ ଶୁଣାଣୀ କରିଛନ୍ତି । ଅଦାଲତ ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୭ରେ ହୋଇଥିବା ଗୋ ତସ୍କରୀ ସନ୍ଦେହରେ ପହୁଲ୍ ଖାନ୍କୁ ପିଟି ପିଟି କରି ଭିଡ ହତ୍ୟା କରାଯାଇଥିଲା । ଏହି ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଭିତରେ ଦୁଇଜଣ ନାବାଳକ ରହିଥିଲେ । ତେବେ ନାବାଳକଙ୍କ ଅଭିଯୋଗର ଶୁଣାଣି ଜୁଭେନାଇଲ୍ କୋର୍ଟରେ ହେଉଛି। ତେବେ ପ୍ରମାଣ ଅଭାବରୁ ଏହି ମାମଲାରେ ସମସ୍ତେ ମୁକ୍ତି ପାଇଛନ୍ତି। ୫୦ ବର୍ଷୀୟ ପେହଲୁ ଖାନ, ତାଙ୍କର ଦୁଇ ପୁଅ ଓ ଆଉ କିଛି ସହଯୋଗୀ ଗୋ-ମାଂସ ଚାଲାଣା କରୁଥିବା ଅଭିଯୋଗ ହୋଇଥିଲା। ୨୦୧୯ରେ ସାରା ଭାରତବର୍ଷରେ ଗୋସୁରକ୍ଷା ନାମରେ ପାଖାପାଖି ୮ଟି ହିଂସାକାଣ୍ଡ ଘଟିଛି । କେବଳ ହରିୟାଣା ନୁହେଁ, କର୍ଣ୍ଣାଟକ, ଆସାମ, ଝାରଖଣ୍ଡ, ମଧ୍ୟପ୍ରଦେଶ, ୟୁପି ଓ ବିହାର ଆଦି…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଓ ଚୀନ୍ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଭାରତ ଓ ଚୀନ୍ ଏବେ ବିକାଶଶୀଳ ରାଷ୍ଟ୍ର ନୁହଁନ୍ତି ବରଂ ବିକଶିତ ରାଷ୍ଟ୍ର । କିନ୍ତୁ ସେମାନେ ବିଶ୍ବ ବ୍ୟବସାୟ ସଂଗଠନ (ଡବ୍ଲୁଟିଓ) ଟ୍ୟାଗ୍ ପାଇ ବହୁ ସୁବିଧା ହାସଲ କରୁଛନ୍ତି । ଏହି ଟ୍ୟାଗ୍ ପାଇଥିବା ଦେଶ ନିଜ ଇଚ୍ଛା ଅନୁସାରେ ସୀମା ଶୁଳ୍କ ଓ ଅନ୍ୟାନ୍ୟ ଟିକ୍ସ ବିଦେଶ ରାଷ୍ଟ୍ରର ସାମଗ୍ରୀ ଓ ଦ୍ରବ୍ୟ ଉପରେ ଲଗାଇ ପାରିବେ । ଟ୍ରମ୍ପ୍ ଦାବି କରି କହିଛନ୍ତି ଯେ, ସେ ଏବେ ଏହାକୁ ଆଗକୁ ହେବାକୁ ଦେବେନି ଏବଂ ଏହି ଟ୍ୟାଗ୍ ହଟାଯିବ ବୋଲି କହିଛନ୍ତି । ଟ୍ରମ୍ପ୍ ଆମେରିକାର ଉତ୍ପାଦ ଉପରେ ଅଧିକ ହାର ଶୁକ୍ଳ ଲାଗୁ କରିବା ନେଇ ଅନେକ ଥର ଭାରତକୁ ସମାଲୋଚନା କରିଛନ୍ତି । ସେହିପରି ବର୍ତ୍ତମାନ ଚୀନ ଓ ଆମେରିକା ମଧ୍ୟରେ ‘ଟ୍ରେଡ୍ ଓ୍ବାର’…
ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ସ୍ବେଚ୍ଛାକୃତ ଅବସର ନେଲେ ଆଦିତ୍ୟ ପାଢୀ । ଆସନ୍ତା ଫେବୃଆରୀରେ ନିଜ ପଦବୀରୁ ଇସ୍ତଫା ନେଇଥା‘ନ୍ତେ । ନୂଆ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କ ଅନୁମୋଦନ ଦେଇଛନ୍ତି । ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ହେବା ନେଇ ଆଜି ଵିଧିଵଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୩ ଵ୍ୟାଚ୍ର ପ୍ରଶାସନିକ ଅଧିକାରୀ ହେଉଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ତେବେ ଆଦିତ୍ୟଙ୍କ ପରେ ମୁଖ୍ୟ ଶାସନ ସଚିବ କିଏ ହେବେ, ତା’କୁ ନେଇ ଲାଗିରହିଛି ଚର୍ଚ୍ଚା । ତେବେ ମିଳିଥିବା ସୂଚନା ବର୍ତ୍ତମାନର ଉନ୍ନୟନ କମିଶନର ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଅସୀତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଆଗରେ ରହିଛନ୍ତି । ସେହିପରି ଏହି ପଦବୀ ପାଇ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଥିବା…
ଅଜିତ୍ କୁମାରଙ୍କ ଫିଲ୍ମ ନେରକୋଣ୍ଡା ପାରାବି ତାମିଲନାଡୁ ବକସ ଅଫିସ୍ରେ କମାଲ୍ କରୁଛି । ବଲିଉଡ୍ ଫିଲ୍ମ ପିଙ୍କର ଅଫିସିଆଲ୍ ରିମେକ୍ ନେରକୋଣ୍ଡା ପାରାବି 5 ଦିନ ମଧ୍ୟରେ 60 କୋଟିରୁ ଅଧିକ ବ୍ୟବସାୟ କରିଲାଣି । ଫିଲ୍ମଟି ମାତ୍ର 5 ଦିନ ମଧ୍ୟରେ ସୁପରହିଟ୍ ଘୋଷିତ ହୋଇସାରିଲାଣି । ଏହା 2019ରେ ଅଜିତ୍ଙ୍କ ଦ୍ବିତୀୟ ସୁପରହିଟ୍ ଫିଲ୍ମ । ପୂର୍ବରୁ ଜାନୁୟାରୀରେ ରିଲିଜ୍ ହୋଇଥିବା ବିଶ୍ବାସମ୍ ମଧ୍ୟ ବକ୍ସ ଅଫିସ୍ରେ 160 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି କୋର୍ଟରୁମ୍ ଡ୍ରାମାର ବଜେଟ୍ କମ୍ ରହିଥିବା ବେଳେ ଫିଲ୍ମରେ ଅଜିତ୍ଙ୍କ ବ୍ୟତୀତ ଶ୍ରଦ୍ଧା ଶ୍ରୀନାଥ, ବିଦ୍ୟା ବାଲାନ, ଅଭିରାମୀ ଏବଂ ଆଣ୍ଡ୍ରିଆ ଟାଇରାଙ୍ଗ ପ୍ରମୁଖଙ୍କ ଅଭିନୟ ଚମତ୍କାର ରହିଛି । ଫିଲ୍ମକୁ ଉଭୟ ସିଙ୍ଗଲ ସ୍କ୍ରିନ୍ ଏବଂ ମଲ୍ଟି ପ୍ଲେକ୍ସରେ ଚମତ୍କାର ବ୍ୟବସାୟ କରିଛି ।
ଦେଶ ଛାଡି ପଳାୟନ କରୁଥିବା ଜନୈକ କାଶ୍ମୀରି ନେତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ପ୍ରଶାସନିକ ସେବାରୁ ରାଜନୀତିରେ ଯୋଗ ଦେଇଥିବା ଶାହ ଫୈଜଲ୍ଙ୍କୁ ଦିଲ୍ଲୀରୁ ଗିରଫ କରାଯିବା ପରେ ପୁନର୍ବାର କାଶ୍ମୀର ଫେରାଇ ଦିଆଯାଇଛି । ଶାହ ଫୈଜଲ୍ଙ୍କୁ ବର୍ତ୍ତମାନ ଗୃହବନ୍ଦୀ ଭାବରେ ରଖାଯିବ । ନିଜ ସମୟର ୟୁପିଏସ୍ସି ଟପ୍ପର ରହିଥିବା ଗତବର୍ଷ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ଫୈଜଲ୍ ରାଜନୀତିରେ ଯୋଗ ଦେଇଥିଲେ । ଧାରା 370 ଉଚ୍ଛେଦ ନେଇ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିବା ସହିତ ବିରୋଧ କରିଥିଲେ ।
ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି ମୁନୀର ଖାଁ ସୂଚନା ଦେଇଛନ୍ତି। ତେବେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ଯୋଗାଣ ସ୍ବାଭାବିକ ହେବା ପାଇଁ କିଛି ଦିନ ଲାଗିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି ହୋଇଥିଲା।
ଫିଲ୍ମ ଅଭିନେତା ରଜନୀକାନ୍ତଙ୍କ କୃଷ୍ଣ- ଅର୍ଜୁନ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛନ୍ତି ଅସଦୁଦ୍ଦିନ୍ ଓଓ୍ବେସୀ । ହାଇଦ୍ରାବାଦ ସାଂସଦ ଓଓ୍ବେସୀ କହିଛନ୍ତି ଯଦି ମୋଦି-ଶାହାଙ୍କ ଯୋଡି କୃଷ୍ଣ-ଅର୍ଜୁନ ଯୋଡି ଅଟନ୍ତି ତାହେଲେ ପାଣ୍ଡବ ଏବଂ କୌରବ କିଏ ବୋଲି ପ୍ରଶ୍ନ କରିଛନ୍ତି । ଇଦ୍ ଅବସରରେ ଓଓ୍ବେସୀଙ୍କ ଦଳ ଏଆଇଏମ୍ଆଇଏମ୍ର ହାଇଦ୍ରାବାଦ ସ୍ଥିତ କାର୍ଯ୍ୟାଳୟରେ ଏହି ମନ୍ତବ୍ୟ ଦେଇଛନ୍ତି ଓଓ୍ବେସୀ । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ରଜନୀକାନ୍ତ ମୋଦି ଏବଂ ଶାହାଙ୍କୁ ପ୍ରଶଂସା କରିଥିଲେ । ଉଭୟଙ୍କୁ କୃଷ୍ଣ ଅର୍ଜୁନ ଭାବରେ ଅଭିହିତ କରିଥିଲେ ରଜନୀକାନ୍ତ । ଧାରା 370ର ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରର ବିଭାଜନ ଭାରତୀୟ ଇତିହାସରେ ତୃତୀୟ ଭୁଲ୍ । 1953 ମସିହାରେ ଶେଖ ଅବଦୁଲ୍ଲାଙ୍କ ଗିରଫ ଏବଂ 1987 ନିର୍ବାଚନରେ ବୁଥ୍ ରିଗିଂ ପରେ ଏହା ତୃତୀୟ ଐତିହାସିକ ଭୁଲ୍ ବୋଲି ଓଓ୍ବେସୀ କହିଛନ୍ତି । ସେହିପରି…
ରଙ୍ଗାଚରଣ ପ୍ରଧାନ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ସତୁରୀ ଦଶକରେ ମୁକ୍ତିଲାଭ କରିଥିବା ଫିଲିମ୍ ‘ଅମର ଆକବର ଆନ୍ଥୋନୀ’ ଦେଖିଥିବେ, ସେମାନଙ୍କର ମନେଥିବ କେମିତି ତିନି ଜଣ ପୁଅଙ୍କର ଦେହରୁ ଏକସଙ୍ଗେ ରକ୍ତ ସଂଗ୍ରହ ହୋଇ ସୀଧା ସଳଖ ମା’ ଦେହରେ ପ୍ରବେଶ କରୁଥିଲା। ଏହି ଫିଲିମର ସୁଟିଂ ଚାଲିଥିଲା ବେଳେ ଫିଲିମଟିର ଅନ୍ୟତମ ନାୟକ ଅମିତାଭ ବଚନ ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କୁ ଏପରି ନକରିବାକୁ ଅନେକ ବୁଝାଇଥିଲେ। ଆଜି ପର୍ଯ୍ୟନ୍ତ ବି ଚିକିତ୍ସା ବିଜ୍ଞାନରେ ଏପରି କରିବା ସମ୍ଭବ ହୋଇନାହିଁ। କିନ୍ତୁ ମନମୋହନ ଦେଶାଇ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ କହିଥିଲେ ‘ବ୍ୟସ୍ତ ହୁଅନି, ଭାରତୀୟ ଲୋକେ ଉଦ୍ଭଟ କଳ୍ପନା ବା ଫାଣ୍ଟାସିକୁ ଭଲ ପାଆନ୍ତି’। ସତକୁ ସତ ଫିଲିମଟି ଅପାର ବ୍ୟବସାୟିକ ସଫଳତା ହାସଲ କରିଥିଲା। କେବଳ ସତୁରୀ ଦଶକ ନୂହେଁ, ଆଜି ବି ରଜନୀକାନ୍ତଙ୍କ ଦ୍ବାରା ଅଭିନୀତ ଅତିଶୟ କାଳ୍ପନିକ ଚଳଚିତ୍ର ସୁପରହିଟ୍ ହେଉଛି। ସେସବୁ ଫିଲିମରେ…
ରାଜ୍ୟରେ ଗାର୍ଡ ଅଫ୍ ଅନର୍ ବ୍ୟବସ୍ଥା ଉଚ୍ଛେଦ କଲେ ସରକାର । ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର୍। କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ ମିଳିବ ଗାର୍ଡ ଅଫ୍ ଅନର୍ । ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଓ ଉତ୍କଳ ଦିବସରେ କେବଳ ଗାର୍ଡ ଅଫ୍ ଅନର୍ ଦିଆଯିବ ବୋଲି ସୂଚନା ରହିଛି । କିନ୍ତୁ ପୂର୍ବଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ଗାର୍ଡ ଅଫ୍ ଅନର୍ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳଙ୍କୁ ଦିଆଯିବ ଗାର୍ଡ ଅଫ୍ ଅନର୍ । ଲୋକାୟୁକ୍ତ, ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କ ଜଜ୍ଙ୍କୁ ବି ମିଳିବ ଗାର୍ଡ ଅଫ୍ ଅନର୍ । ସେହିପରି ସ୍ବାଧୀନତା ସଂଗ୍ରାମୀଙ୍କୁ ମାନ୍ୟବର ଭାବେ ସମ୍ବୋଧନ ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ।
ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳ । କୌଣସି ଦଳ ଟଙ୍କା ଯାଚିଥିବା ଘଟଣାକୁ ସେ ପ୍ରତ୍ୟାଖାନ କରିଛନ୍ତି । ପୂର୍ବରୁ ଦଳ ବଦଳ ପାଇଁ ଆନ୍ୟ ଦଳ ପକ୍ଷରୁ ତାଙ୍କୁ ଟଙ୍କା ଯଚା ଯାଇଥିବା ଚର୍ଚ୍ଚା ହୋଇଥିଲା । ସେ କହିଛନ୍ତ ଯେତେବେଳେ ଯାଏଁ ଦଳ ଭଲ ଲାଗିବ ସେ ଦଳରେ ରହିବେ । ପିସିସି ସଭାପତି ହେବାକୁ ତାଙ୍କର ଆଶା ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି ବୋଲି କହିଛନ୍ତି । ତୃଣମୁଳ ସ୍ତରରେ ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହୋଇ କାମ କରିବା ଆବଶ୍ୟକତା ରହିଛି ସେ କହିଛନ୍ତି । ଜୁମ୍ବୋ ନୁହେଁ, ଛୋଟ କମିଟି କରି ଦାୟିତ୍ବ ନ୍ୟସ୍ତ କରିବା ଦରକାର । ୟସେହିପରି ଅନ୍ୟ ଦଳ ସହ ଡିଲ୍ କରି ସଂସଦରେ ଅନୁପସ୍ଥିତି ଚର୍ଚ୍ଚାରେ ଉତ୍ତର ଦେଇ କହିଛନ୍ତି…
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍ଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି । ଗତକାଲି ରାଜ୍ୟପାଳ ରାହୁଲଙ୍କୁ ଜମ୍ମୁ କାଶ୍ମୀର ଆସିବା ପାଇଁ ଆମନ୍ତ୍ରଣ ପ୍ରଦାନ କରିଥିବା ବେଳେ ସ୍ବତନ୍ତ୍ର ବିମାନ ପଠାଇବାର ବ୍ୟବସ୍ଥା କରିବା ନେଇ କହିଥିଲେ । ଏହାର ଜବାବରେ ରାହୁଲ କହିଛନ୍ତି ମୁଁ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିବାକୁ ଚାହୁଁଛି ମାତ୍ର ବିନା କୌଣସି ସର୍ତ୍ତରେ । ରାହୁଲ ନିଜ ଟ୍ବିଟ୍ଟରେ ମଲିକ୍କୁ ମାଲିକ(ପ୍ରଭୁ) ଭାବରେ ଲେଖିଥିଲେ । ପ୍ରଥମେ ରାହୁଲ ଜମ୍ମୁ କାଶ୍ମୀରରେ ହିଂସା ଚାଲିଛି ଏବଂ ତାଙ୍କୁ ପ୍ରବେଶ କରି ଲୋକଙ୍କ ସହିତ କଥ ହେବାର ସୁଯୋଗ ମିଳୁନାହିଁ ବୋଲି ଟ୍ବିଟ୍ କରିଥିଲେ । ଏହାପର ଠାରୁ ଉଭୟ ମଲିକ୍ ଏବଂ ରାହୁଲଙ୍କ ମଧ୍ୟରେ ଏହି ଟ୍ବିଟ୍ ଲଢେଇ ଜାରି ରହିଛି ।
ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଫଳରେ ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୩.୪ପ୍ରତିଶତ ବର୍ଷା ରେକର୍ଡ଼ ହୋଇଥିବା ବେଳେ ୧୭ଟି ବ୍ଲକରେ ୧୦୦ରୁ ୨୦୦ମିମି ବର୍ଷା ରେକର୍ଡ଼ ହୋଇଛି । ୧୯ଟି ବ୍ଲକର ୧୪୨ଟି ଗାଁର ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଏସ୍ଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟରେ ଲଗାଣ ବର୍ଷା ହେବା କାରଣରୁ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଟଳିଯାଇଛି ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ । ୮ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ବନ୍ୟା ପ୍ରଭାବିତ ଅଂଚଳରେ ୧୫ଟି ଓଡ୍ରାଫ ଟିମ ,୩ଟି ଏନଡିଆରଏଫ ଟିମ, ଅଗ୍ନିଶମ ବାହିନୀ ମୁତୟନ ଅଛଝନ୍ତି । ଚଳିତ ଥର ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇଛି । ଆଗରୁ ସେଠାରେ ଏପରି ବର୍ଷା କେବେ ହୋଇ ନଥିଲା । ଗତ ୨୪ଘଣ୍ଟାରେ ବଲାଙ୍ଗୀରରେ…
ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସ୍ବାଧୀନତା ଦିବସ ଅବସରରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍ର ଗୋଟିଏ ଦିନ ପରେ ଅଭିନନ୍ଦନ ପାକିସ୍ତାନ ସମ୍ମୁଖରେ ପ୍ରଦର୍ଶନ କରିଥିବା ନିଜର ବୀରତ୍ୱ ପାଇଁ ଏହି ସମ୍ମାନ ପାଇବେ। ଅଭିନନ୍ଦନ ୨୭ ଫେବୃଆରୀରେ ମିଗ-୨୧ ବାଇସନ୍ରେ ପାକିସ୍ତାନର ଏଫ୍-୧୬ ବିମାନକୁ ପିଛା କରିବା ସହିତ ଏକ ବିମାନକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲେ ପାକିସ୍ତାନ ମାଟିରେ । ସେହିପରି ଆଇଏଏଫ୍ର ସ୍କ୍ପାଡନ୍ ଲିଡର୍ ମିଣ୍ଟି ଅଗ୍ରଓ୍ବାଲ୍ଙ୍କୁ ଯୁଦ୍ଧ ସେବା ପଦକରେ ସମ୍ମାନିତ କରାଯିବ ।
ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପ୍କୁ ଧ୍ବଂସ କରିଥିବା ବାୟୁସେନାର ପାଇଲଟଙ୍କୁ ସମ୍ମାନିତ କରାଯିବ । ସ୍ବତନ୍ତ୍ରତା ଦିବସ ଅବସରରେ ଉଇଙ୍ଗ୍ କମାଣ୍ଡର୍ ଅମିତ୍ ରଂଜନ୍, ସ୍ବାର୍କଡନ୍ ଲିଡର୍ ରାହୁଲ୍ ବସୋୟା, ପଙ୍କଜ ଭୁଜେଡ୍, ବିକେଏନ୍ ରେଡ୍ଡି, ଶଶାଙ୍କ ସିଂଙ୍କୁ ବାୟୁ ସେନା ପଦକ (ବୀରତ୍ବ) ଦିଆଯିବ । ଏହି ସମସ୍ତ ଅଧିକାର ମିରାଜ୍ ୨୦୦୦ ଲଢୁଆ ବିମାନର ପାଇଲଟ୍ । ଏମାନେ ସମେସ୍ତ ପାକିସ୍ତାନର ବାଲାକୋଟ୍ ସହରର ଜୈସ୍-ଏ-ମହମ୍ମଦ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲେ । ଜମ୍ମକାଶ୍ମୀର ଫୁଲ୍ଓ୍ବାମାରେ ସିଆରପିଏଫ୍ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ରେ ପଶି ଏୟାର ଷ୍ଟ୍ରାଇକ୍ କରିଥିଲେ । ଭାରତୀୟ ବାୟୁସେନା ବାଲାକୋଟ୍ ଆତଙ୍କୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର ଠିକଣା ସ୍ଥାନକୁ ଟାର୍ଗେଟ୍ କରିଥିଲେ । ଏବଂ ଏହି ଅପରେସନ୍ର କୋଡନାମ ରହିଥିଲା ଅପରେସନ୍ ବନ୍ଦର ।
ତେଲେଙ୍ଗାନାର ମେଡକର ଏକ ଆଦିବାସୀ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ବିଦ୍ୟାଳୟର ୧୫୦ ଛାତ୍ରୀଙ୍କ କେଶ କାଟିବା ଘଟଣା ସାମ୍ନାକୁ ଆସିଛି । ଆଦିବାସୀ ବିଦ୍ୟାଳୟର ହଷ୍ଟେଲରେ ପାଣିର ଘୋର ଅଭାବ ପାଇଁ ଛାତ୍ରୀଙ୍କର କେଶ କଟାଯାଇଥିବାର ଅଭିଯୋଗ ହୋଇଛି । ଏହି ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣା ଜବରଦସ୍ତି ୧୫୦ଜଣ ଛାତ୍ରୀଙ୍କ କେଶ କାଟିଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାପରେ ଏହି ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରତି ବିରୋଧ ପ୍ରଦର୍ଶନ କରାଯାଇଛି । ତେବେ ଏହି ଅଭିଯୋଗ ଉପରେ ଅଧ୍ୟକ୍ଷ ଜଣକ ଖାରଜ କରିବା ସହିତ ସଫାସୁତୁରା ପାଇଁ କେଶ କାଟିଥିବାର କହିଛନ୍ତି । କିଛି ଛାତ୍ରୀଙ୍କ ମୁଣ୍ଡରେ ଉକୁଣି ତଥା ଚର୍ମ ସଂକ୍ରମଣ ହୋଇଥିବାରୁ ଏଭଳି କରିଛନ୍ତି ବୋଲି ଅଧ୍ୟକ୍ଷ ଜଣକ କହିଛନ୍ତ । ଏହି ଘଟଣାକୁ ନେଇ ଅଭିଭାବକଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ୍ ପାଇଁ ଏକ କମିଟି…
ସମୀକ୍ଷା ବ୍ୟୁରୋ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ ଓ ଏହି କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣାଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ସମ୍ମାନ ମିଳିବ । ଚଳିତ ବର୍ଷ ୫୬ ଜଣ ବ୍ୟକ୍ତିଙ୍କୁ ଅଗ୍ନି ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ । ଏଥିମଧ୍ୟରୁ ବୀରତା ପାଇଁ…
ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପ୍ରଥମେ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ ଭାବେ 7 ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ନେଇ ଏହା ସହ ଡାକବାଜି ଯନ୍ତ୍ର ଏବଂ ସତର୍କ ସାଇରନ ମାଧ୍ୟମରେ ଜଳଭଣ୍ଡାର ଗେଟ ଖୋଲାଯିବା ପରେ ମହାନଦୀ ଭିତରକୁ ସ୍ଥାନୀୟ ଲୋକଙ୍କ ବାରଣ କରିବା ସହ ଗୃହପାଳିତ ପଶୁଙ୍କୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଉଛି । କିଛି ଦିନ ହେବ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ବିପଦ ସୃଷ୍ଟି କରୁଥିଲା । ତେଣୁ କ୍ରମାଗତ ଭାବେ ଡ୍ୟାମର ଜଳପତନ ବଢି ଥିବାରୁ ଆଜି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଆଜି ହୀରାକୁଦ ଡ୍ୟାମର 7 ନମ୍ବର ଗେଟ ଖୋଲାଯାଇ ଚଳିତ…
ସମୀକ୍ଷା ବ୍ୟୁରୋ ଫନି ବାତ୍ୟା ପ୍ରପୀଡିତଙ୍କୁ ସାହାର୍ଯ୍ୟ କରିବା ପାଇଁ ଡିଏଭି ପରିଚାଳନା କମିଟ୍ ଆଗେଇ ଆସିଛି। ବାତ୍ୟାରେ କ୍ଷତିଗସ୍ତ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ କମିଟ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦୁଇ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ରାଜ୍ୟ ଲୋକସେବା ଭବନରେ କମିଟର ସଦସ୍ୟ ଏବଂ ଭୁବନେଶ୍ବର ଡିଏଭି ସ୍କୁଲର ପ୍ରିନସପାଲମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଚେକ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରୁ ଡିଏଭି କଲେଜ ପରିଚାଳନା କମିଟର ସଭାପତି ଡ ପୁନମ ସୁରୀ ଏବଂ ତାଙ୍କର ଧର୍ମପତ୍ନୀ ମଣି ସୁରୀ ଏବଂ ନିର୍ଦ୍ଦେଶକ ଡ.ନିଶା ପେସିନ ଏହି ଚେକ ଦେଇଛନ୍ତି। ଏଥିରେ ଡିଏଭିର ଆଞ୍ଚଳିକ ଅଧିକାରୀ ଡ କେ.ସି ଶତପଥୀ, ଏଲ.ଏନ ପ୍ରଧାନ ଏବଂ ଡ ସୁଜାତା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ଡିଏଭି ପରିଚାଳନା କମିଟ୍ ସମାଜିକ ସହଯୋଗ କାର୍ଯ୍ୟରେ ଭାଗ ନେଇଥାଏ। ଶିକ୍ଷା ସଂସ୍କାରଠାରୁ ଆରମ୍ଭ କରି…
ଉପସାଗରୀୟ ରାଷ୍ଟ୍ର ଜାପାନ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମର ସମ୍ମୁଖୀନ ହୋଇଛି । ବିଗତ ଏକ ସପ୍ତାହ ମଧ୍ୟରେ ଜାପାନରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି । ବୁଧବାର ଜାପାନର ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହି ସମୟରେ ସମୁଦାୟ 12000 ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କେବଳ ଜାପାନର ରାଜଧାନୀ ଟୋକିଓରେ 1460 ଜଣ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଭିନ୍ନ ଅଞ୍ଚଳରେ ତାପମାତ୍ରା 102 ଡିଗ୍ରୀ ଫାରେନ୍ହିଟ୍ ରହିଥିବା ବେଳେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଅବସ୍ଥା ଜାରି ରହିବ ବୋଲି ଜଣାପଡିଛି ।

