Author: Samikhsya Bureau

ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ଆକଳନ କରାଯାଇଛି । ଭୀଷଣ ବର୍ଷା ନେଇ 5ଟି ଜିଲ୍ଲାକୁ ରେର୍ଡ ୱାର୍ଣ୍ଣିଂରେ ରଖାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ସମ୍ବଲପୁର, ଦେଓଗଡ଼, ବରଗଡ଼,ନୂଆପଡ଼ା ଓ ବଲାଙ୍ଗୀର ରେଡ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…

Read More

ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି20 ମ୍ୟାଚରେ ୱେଷ୍ଟଇଣ୍ଡିଜକୁ 7 ୱିକେଟ​‌ରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ 3 ମ୍ୟାଚ୍‌ର ଟି20 ସିରିଜ୍‌କୁ କ୍ଲିନ ସୁଇପ୍ କରିଛି । ସିରିଜରେ ପ୍ରଥମ 2 ଟି ଟି20 ମ୍ୟାଚ୍ ଜିତି ଭାରତ 2-0ରେ ଆଗୁଆ ରହିଥିଲା । ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ 147 ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଲୋକେଶ ରାହୁଲ ଏବଂ ଶିଖର ଧାୱନ ବିଫଳ ହୋଇଥିଲେ ମଧ୍ୟ ବିରାଟ କୋହଲି (59, 45ବଲ, 6 ଚୌକା) ଏବଂ ଋଷବ ପନ୍ତ (65, 42 ବଲ୍, 4 ଚୌକା, 4ଛକା) ଭାରତକୁ ବିଜୟୀ କରାଇଥିଲେ । ବ୍ରାଥୱେଟଙ୍କୁ ଛକା ମାରି ପନ୍ତ 5 ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ଶେଷ କରିଥିଲେ ।

Read More

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି । ସୁଷମା ସ୍ବରାଜଙ୍କ ତିରୋଧାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୁଇଦିନିଆ ଶୋକ ଘୋଷଣା କରାଯାଇଛି । ବୁଧବାର ଦିନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍‌ କରି ଏହି ବିଷୟ ସମ୍ପର୍କରେ ଘୋଷଣା କରିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ବାଗ୍ନି ନେତ୍ରୀ, ତଥା ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀର ଏଏମଏସରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ସତ୍ବେ ତାଙ୍କର ଜୀବନ ବଞ୍ଚାଇବାର ସମ୍ଭବ ହୋଇ ନ ଥିଲା। ସୁଷମା 2016 ମସିହାରେ ବିଦେଶ ଯାଇ କିଡନୀ ଟ୍ରାନସପ୍ଲାନଟ କରିଥିଲେ। ସେହିଦିନଠାରୁ ସେ ଶାରୀରିକ ଭାବେ ଦୁର୍ବଳ ଅନୁଭବ କରିଥିଲେ। ଏହି କାରଣରୁ ସେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ନ ଥିଲେ। ଶାରୀରିକ ଦୁର୍ବଳତା ସତ୍ବେ ସୁଷମା ବୈଦେଶିକ ମନ୍ତ୍ରୀ ଭାବେ ବିଭିନ୍ନ ଦେଶ ଭ୍ରମଣ କରି ଭାରତର ବୈଦେଶିକ ନିତିକୁ ସୁଦୃଢ କରିପାରିଥିଲେ। ସୁଷମାଙ୍କୁ ଟ୍ବିଇଟର ଶାସନର ଜନନୀ ବୋଲି କୁହାଯାଏ। କାରଣ ସେ ମନ୍ତ୍ରୀ ଥିବା ବେଳେ ତାଙ୍କୁ କୌଣସି ବ୍ୟକ୍ତି…

Read More

ସମୀକ୍ଷା ବ୍ୟୁରୋ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ସୁଷମା ସ୍ବରାଜଙ୍କର ପରଲୋକ ଘଟିଛି।ବିଜେପିରେ ଅଟଳ-ଆଡଭାନୀ ଯୁଗର ଉତ୍ତର ଦାୟାଦ ଭାବରେ ସେ ଦୀର୍ଘ ବର୍ଷ ଧରି ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିଲେ। ଅତି ଅଳ୍ପ ବୟସରୁ ନିର୍ବାଚନ ରାଜନୀତିରେ ପାଦ ଥାପିଥିବା ସୁଷମା ସ୍ଵରାଜ ମାତ୍ର ୨୫ ବର୍ଷ ବୟସରେ ହରିଆନା ବିଧାନସଭାକୁ ନିର୍ବାଚିତ ହେବା ସହିତ ୨୭ ବର୍ଷ ବୟସରେ ହରିଆନା ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିଲେ। ଲୋକଦଳ ନେତା ଚୌଧୁରୀ ଦେବିଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ କନିଷ୍ଠତମ କ୍ୟାବିନେଟ ମନ୍ତ୍ରୀ। ୧୯୯୦ ପରଠୁ ଜାତୀୟ ରାଜନୀତିରେ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା ବଢି ଚାଲିଥିଲା। ୧୯୯୨ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣା ପରଠାରୁ ବିଜେପିର ଯେଉଁ ଉତ୍ଥାନ ପର୍ବ ଆରମ୍ଭ ହୋଇଥିଲା ସେଥିରେ ସୁଷମାଙ୍କର ବିଶେଷ ଯୋଗଦାନ ରହିଥିଲା। ଅଟଳ-ଆଡଭାନୀ ଓ ଯୋଷୀଙ୍କ ପରେ ଯେଉଁ ତରୁଣ ବିଜେପି…

Read More

ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ତଥା ଜମ୍ମୁକାଶ୍ମୀରର ପୁର୍ନଗଠିତ ବିଲ୍‌କୁ ରାଜ୍ୟସଭାରେ ପାସ୍‌ କରିବାର ଗୋଟିଏ ଦିନ ପରେ ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ତାଙ୍କର ହତ୍ୟାର ଷଡଯନ୍ତ୍ର ଚାଲିଛି । ଏବଂ ଗୃହମନ୍ତ୍ରୀ ଅମିତ୍‌ ଶାହା ଜମ୍ମୁ କାଶ୍ମୀର ମାମଲାରେ ସଂସଦରେ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ଫାରୁକ୍‌ । ସେ କହିଛନ୍ତି, “ଯେତେବେଳେ ଫାଟକ ଖୋଲିବ ଏବଂ ଲୋକେ ଯେତେବେଳେ ବାହାରକୁ ବାହାରିବେ, ଆମେ ଲଢ଼େଇ କରିବୁ, ଆମେ କୋର୍ଟକୁ ଯିବୁ। ଆମେ ନା ବନ୍ଧୁକ ଚଲେଇବୁ, ନା ଗ୍ରେନେଡ୍‌ ଫୋପାଡ଼ିବୁ, ନା ପଥର ଫିଙ୍ଗିବୁ, ଆମେ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇରେ ବିଶ୍ୱାସ କରୁ।  ବର୍ତ୍ତମାନ ଫାରୁକ୍‌ ଗୃହବନ୍ଦୀ ଅଛନ୍ତି। ଏତଦ୍‌ବ୍ୟତୀତ ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ଗିରଫ ହୋଇ ସାରିଛନ୍ତି।

Read More

ଅନୁଗୁଳ ଭରତପୁର ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ । ମାସକ ପରେ ସେମାନଙ୍କୁ ଚାକିରିକୁ ନିୟମିତ କରାଯିବ ବୋଲି ସୂଚନା ରହିଛି । ଏମ୍‌ସିଏଲ୍‌ କୋଇଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଲୋକମାନେ ଧାରଣାରେ ବସିଥିଲେ । ଏହା ପରେ ଆଜି ଏଡିଏମ୍‌ ତପନ ଶତପଥୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ମୃତକଙ୍କ ପରିବାର ଲୋକ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

Read More

ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର କାଣ୍ଡର ପୀଡିତା ଓ ତାଙ୍କର ପରିବାରଙ୍କୁ ସିବିଆଇ ଦ୍ୱାରା ଯୋଗେଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି । ପୀଡିତା ଓ ତାଙ୍କ ପରିବାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କର ଓକିଲଙ୍କୁ ମଧ୍ୟ ଲକ୍ଷ୍ନୌରୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ଟ୍ରୋମା ସେଣ୍ଟରରେ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁଯାୟୀ, ଉନ୍ନାଓ ଗଣଦୁଷ୍କର୍ମର ପୀଡିତାଙ୍କୁ ଗତକାଲି କଡା ସୁରକ୍ଷା ମଧ୍ୟରେ ଏୟାରଲିପ୍ଟ କରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । କେଜିଏମୟୁର ପ୍ରଭାରୀ କହିଛନ୍ତି କି, ଓକିଲ ଏବେ କୋମାରେ ଅଛନ୍ତି ।

Read More

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ନିମନ୍ତେ ଗତକାଲି ରାଜ୍ୟସଭାରେ ବିଲ୍‌ ପାଶ କରାଯାଇଥିଲା । ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ସମର୍ଥନ କରାଯାଇଥିବା ବେଳେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ମଙ୍ଗଳବାର ଦିନ ଅଭିନେତାରୁ ରାଜନେତା ବନିଥିବା କମଲ୍‌ ହାସନ୍‌ କେନ୍ଦ୍ର ସରକାରଙ୍କ ଏହି ପ୍ରଚେଷ୍ଟାକୁ ସମାଲୋଚନା କରିଛନ୍ତି । ଗତବର୍ଷ ନିଜର ରାଜନୈତିକ ଦଳ ମକ୍କଲ ନିଧି ମୟମ ଗଠନ କରିଥିବା ହାସନ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଛନ୍ତି । ଟିଏମ୍‌ସି ଏବଂ କଂଗ୍ରେସ ସହିତ ମିଳିତ ଭାବରେ ଏହି ବିଲ୍‌କୁ ବିରୋଧ କରିଛନ୍ତି କମଲ୍‌ ହାସନ୍‌ । ଏକ ନିୟମ ଲାଗୁ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହି ବିଲ୍‌ ଦେଶରେ ଗଣତନ୍ତ୍ରର ହତ୍ୟା କରିଛି ଏବଂ ଏହି ବିଲ୍‌ ଲାଗୁ କରିବା ଦ୍ବାରା ବିଜେପି ମୁସ୍‌ଲିମ୍‌…

Read More

କେନ୍ଦ୍ର ସରକାରଙ୍କ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ନେଇ କଂଗ୍ରେସ ସରକାରଙ୍କୁ ବିରୋଧ କରୁଥିବାବେଳେ କଂଗ୍ରେସ ଭିତରେ କିନ୍ତୁ ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି ।  ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ଏହି ବିଲ୍‌କୁ  ଦୃଢ ବିରୋଧ କରିଥିବାବେଳେ ଦଳ ଭିତରେ କିନ୍ତୁ ଏହାକୁ ନେଇ ଅନ୍ତଃକନ୍ଦଳ ଦେଖାଯାଇଛି । ରାୟବେରଲୀର କଂଗ୍ରେସ ବିଧାୟିକା ଅଦିତି ସିଂ ଏହି ବିଲ୍‌କୁ ଖୋଲାଖୋଲି ସମର୍ଥନ କରିଥିବାବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ଦଳରୁ ଇସ୍ତଫା ଦେଇଛନ୍ତି । ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ବିବେଦୀ ଓ ଦିପେନ୍ଦ୍ର ସିଂହ ହୁଡ୍ଡା ପ୍ରମୁଖ ଏନେଇ ସରକାରଙ୍କୁ ସମର୍ଥନ କରିଛନ୍ତି ।

Read More

ସାଲେପୁରର ବିଭିନ୍ନ ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ଏବଂ ବଜ୍ରପାତ ଘଟିଛି । ବଜ୍ରପାତରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ନିଶ୍ଚିନ୍ତକୋଇଲି ନିକଟସ୍ଥ ପାଳଦା ଗ୍ରାମରେ ଏକ ବିଲରେ ବଜ୍ରପାତ ଘଟି ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ରାମକୃଷ୍ଣପୁରରେ ଘଟିଥିବା ବଜ୍ରପାତରେ ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ଟରଣ୍ଟୋ ଓପନର ପୂର୍ବତନ ଚାମ୍ପିୟନ୍‌ ତଥା ଓ୍ବିମ୍ବିଲଡନ୍‌ ଚାମ୍ପିୟନ୍‌ କାରୋଲିନ୍‌ ଓ୍ବାଜ୍‌ନିଆକି ଟରଣ୍ଟୋ ଓପନ୍‌ ଡବ୍ଲ୍ୟୁଟିଏ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି । 6-4 ଏବଂ 6-2 ସେଟ୍‌ରେ ୟୁଲିଆ ପୁତିନ୍‌ତ୍ସେଭାଙ୍କୁ ପରାସ୍ତ କରିଥିଲେ । ବିଶ୍ବ ମାନ୍ୟତାରେ 15 ତମ ସ୍ଥାନରେ ରହିଥିବା ଓ୍ବାଜନିଆକି ମାତ୍ର 90 ମିନିଟ୍‌ ସମୟୂ ନେଇ ଦ୍ବିତୀୟ ରାଉଣ୍ଡ ସ୍ଥାନ ସୁରକ୍ଷିତ କରିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ଓ୍ବାଜ୍‌ନିଆକି କୌଣସି ଟାଇଟଲ୍‌ ହାସଲରେ ସଫଳ ହୋଇନଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ବିଶ୍ବର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ସାରାପୋଭାଙ୍କ ସମ୍ମୁଖୀନ ହେବେ । ସେହିପରି ଅନ୍ୟ ଦୁଇ ଖେଳାଳି ଆସଲେଘ ବାର୍ଟ୍ଟି ଏବଂ ନାଓମି ଓସାକାଙ୍କୁ ପ୍ରଥମ ରାଉଣ୍ଡ ବାଇ ମିଳିଛି ।

Read More

କେଦାର ମିଶ୍ର କହିବାରେ କୌଣସି ସନ୍ଦେହ ନାହିଁ ଯେ ସମ୍ବିଧାନର ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଓ ସେହି ଧାଡିକୁ ପଢି ଗୃହମନ୍ତ୍ରୀ ସାରା ଦେଶ ଆଗରେ ପ୍ରଶ୍ନ ରଖିଲେ ଯେ, ଅସ୍ଥାୟୀ କହିଲେ କଣ ସତୁରୀ ବର୍ଷ?(ମନେ ରଖିଥାନ୍ତୁ, ଏଇ ସମାନ କଥା ଆରକ୍ଷଣ ଉଚ୍ଛେଦ ବେଳେ ମଧ୍ୟ ଉଠିବ)  ୱାଜିବ ପ୍ରଶ୍ନ, ହେଲେ ଏହା କଣ ସତରେ ଅସ୍ଥାୟୀ ଥିଲା କି? ଯେତେବେଳେ ଏହି ଧାରା ପ୍ରଣୟନ ହେଉଥିଲା ସେତେବେଳେ କାଶ୍ମୀରର ଆଇନଗତ ପରିସ୍ଥିତି ଓ ଭାରତ ସହ ଏହାର ମିଶ୍ରଣକୁ ନେଇ ବୈଧାନିକ ପ୍ରକ୍ରିୟା ଚାଲୁଥିଲା। ତେଣୁ ଏହି ଧାରାକୁ କାଶ୍ମୀର ଲୋକଙ୍କ ଦ୍ଵାରା ନିର୍ବାଚିତ ସମ୍ବିଧାନ ପ୍ରଣୟନ ସଭା  ଗଠନ ଯାଏ ଅସ୍ଥାୟୀ ବୋଲି କୁହାଯାଇପାରେ।କାଶ୍ମୀର ସମ୍ବିଧାନ ସଭା ୧୯୫୪ ମସିହାରେ ନିଜର ସମ୍ବିଧାନ ପ୍ରଣୟନ କଲା, ତାର ଏକମାତ୍ର କାରଣ ହେଉଛି, ଭାରତର ସମ୍ବିଧାନ ସଭାରେ କାଶ୍ମୀରର ଅଂଶିଦାରିତା ନଥିଲା। ୨୭…

Read More

ଚଳିତ ବର୍ଷ ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ପ୍ୟାରେଡ୍‌ ଉତ୍ସବରେ ୪ଟି ଗ୍ରୁପ୍‌ ଅଂଶଗ୍ରହଣ କରିବେ । ଏହି ଗ୍ରୁପ୍‌ ମଧ୍ୟରେ ରହିଛନ୍ତି –  ଟେରିଟୋରିଆଲ୍‌ ଆର୍ମି, ତେଲେଙ୍ଗାନା ପୋଲିସ୍‌, ସେଣ୍ଟାଲ୍‌ ଆର୍ମଡ୍ର ପୋର୍ସ, ଓଡ଼ିଶା ସ୍ପେଶାଲ୍‌ ଆର୍ମ୍ରଡ୍‌ ପୋଲିସ୍‌ ପ୍ରମୁଖ । ଏନେଇ ସୂଚନା ଦେଇଛନ୍ତି ଟୁଇନ୍‌ ସିଟି କମିଶନର ସତ୍ୟଜିତ୍‌ ମହାନ୍ତି । ପୂର୍ବରୁ ପ୍ୟାରେଡ୍‌ ସ୍ଥାନ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇଥିଲା ଏବଂ ପ୍ୟାରେଡ୍‌ ପାଇଁ  ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡିୟମ୍‌ ଓ ଏକାମ୍ରରେ ପରେଡ୍‌ ପାଇଁ ସ୍ଥାନ ଠିକ୍‌ କରିଥିଲେ । ସମସ୍ତ ସ୍ଥାନ ତଦାରଖ ପରେ…

Read More

ଗତକାଲି 600 ପଏଣ୍ଟ ତଳକୁ ଖସିଥିବା ସେନସେକ୍ସ ଆଜି ଉପରକୁ ଉଠିଛି । ମଙ୍ଗଳବାର ଦିନ ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀ 60 ପଏଣ୍ଟ ଉପରକୁ ଉଠିଛି । ଏହା ସହିତ ନିଫ୍‌ଟୀ ପୁନର୍ବାର 10900 ପଏଣ୍ଟରେ ପହଞ୍ଚି 11 ହଜାର ପଏଣ୍ଟର ନିକଟତର ହୋଇଛି । ଏହି ସମୟରେ ବ୍ୟାଙ୍କିଙ୍ଗ ଏବଂ ଅଟୋ ମୋବାଇଲ୍‌ ସେକ୍ଟରର ସେୟାରରେ ବୃଦ୍ଧି ଘଟିଛି । ସେନସେକ୍ସ 214.59 ପଏଣ୍ଟ ବୃଦ୍ଧି ସହିତ 36914.80 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟୀ ଏହି ସମୟରେ 68.65 ପଏଣ୍ଟ ବୃଦ୍ଧି ସହିତ 10931.25 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ ଏବଂ ନିଫ୍‌ଟୀର ଅଭିବୃଦ୍ଧି ହାର ଯଥାକ୍ରମେ 0.59 ପ୍ରତିଶତ ଏବଂ 0.63 ପ୍ରତିଶତ ରହିଛି । ଇଣ୍ଡସଇଣ୍ଡ ବ୍ୟାଙ୍କ, ହିରୋ ମୋଟୋକର୍ପ, ଟାଟା ମୋଟର୍ସ, ୟେସ୍‌ ବ୍ୟାଙ୍କ ଏବଂ ଆକ୍ସିସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 1.07 ପ୍ରତିଶତ ବୃଦ୍ଧି ଘଟିଛି ।

Read More

ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ଦୁର୍ବଳ କରିବା ଓ ରାଜ୍ୟକୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ନେଇ କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ନେଇ ରାହୁଲ୍‌ ଗାନ୍ଧି ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ୍‌ ଗାନ୍ଧି ଏହି ବିଷୟ ଉପରେ ମଙ୍ଗଳବାର  ଏକ ଟୁଇଟ୍‌ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି  ସମ୍ବିଧାନର ଉଲ୍ଲଂଘନ କରୁଛି  ଏବଂ ଏହା ରାଷ୍ଟ୍ରୀୟ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ  । ରାଷ୍ଟ୍ରୀୟ ଅଖଣ୍ଡତା ପାଇଁ ଜମ୍ମୁ କାଶ୍ମୀରରକୁ ଏକତରଫା ଭାବରେ ଭାଗ କରାଯାଇପାରିବ ନାହିଁ । ଦେଶ ଲୋକଙ୍କୁ ନେଇ ନିର୍ମାଣ ହୋଇଥାଏ, ଭୂମିବା କ୍ଷେତ୍ରକୁ ନେଇ ନୁହେଁ । କାର୍ଯ୍ୟକାରୀ ଶକ୍ତିର  ଦୂରପୁଯୋଗ କରିବା ଆମ ରାଷ୍ଟ୍ରୀୟ ସୁରକ୍ଷାକୁ ଗୁରୁତର ବିପଦରେ ପକାଇ ପାରେ । କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ କଂଗ୍ରେସ ଦଳ ଦୃଢ ବିରୋଧ କରୁଛି । ରାଜ୍ୟସଭାରେ ମଧ୍ୟ ଜମ୍ମୁକାଶ୍ମୀର ପୁର୍ନଗଠିତ ବିଲ୍‌ ବିପକ୍ଷରେ କଂଗ୍ରେସ…

Read More

ଡିଜିପି ଆର. ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା। ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ଜଣାପଡ଼ିଛି। ଶର୍ମା ଲୋକାଯୁକ୍ତ ସଦସ୍ୟ ହୋଇଥିବାରୁ ଡିଜିପି ବଦଳିବେ। ଖୁବ୍‌ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ସ୍ପଷ୍ଟ ହୋଇଛି। ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି ଆର.ପି. ଶର୍ମା ।

Read More

କୃଷକ ଏବଂ କୃଷଗିକୁ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ସଂଶୋଧନ ହେବ ବୋଲି ଜଣାପଡିଛି । ଏହି ତାଲିକାରେ ରହିଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ନୂତନ ଭାବରେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯିବ । କାଳିଆ ଯୋଜନା ନିମନ୍ତେ ରହିଥିବା ଓ୍ବେବ୍‌ସାଇଟ୍‌ରେ 51 ଲକ୍ଷ ଲୋକଙ୍କ ନାମ ରହିଛି । ଏହା ମଧ୍ୟରୁ 37 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଥିବା ବେଳେ 14 ଲକ୍ଷ ଭୂମିହୀନ କୃଷକ ରହିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାଦ ଦିଆଯିବା ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ସମସ୍ତ ପଞ୍ଚାୟତ, ବ୍ଲକ୍‌ ଏବଂ ଜିଲ୍ଲାରେ ଏକ କମିଟି ଗଠନ ହେବ ଏବଂ କମିଟି ଗଠନ କରାଯିବ ବୋଲି ଗର୍ଗ ସୂଚନା ଦେଇଛନ୍ତି । ସେହିପରି ଯେଉଁ ହିତାଧିକାରୀ ସ୍ବେଚ୍ଛାକୃତ ଭାବରେ ନିଜର ନାମ ପ୍ରତ୍ୟାହାର…

Read More

ଆଜି ଲୋକସଭାରେ ଉପସ୍ଥାପନ ହୋଇଛି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି।ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟସଭାର ଅନୁମୋଦନ ପରେ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ଓ ଧାରା ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବିତ ବିଲ୍‌ ଆଜି ଲୋକସଭାରେ ଆଗତ ହୋଇଛି। ବିରୋଧଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଅମିତ୍ ଶାହା ବିଲ୍‌ ଉପସ୍ଥାପନ କରି ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ବି ଆମର ବୋଲି କହିଛନ୍ତି। ଶ୍ରୀ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ପିଓକେ ମଧ୍ୟ ଏହା ମଧ୍ୟରେ ଆସୁଛି। ଆମେ କଶ୍ମୀର ପାଇଁ…

Read More

ଉତ୍ତରାଖଣ୍ଡ ତେହରିରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି  । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସଟି ଖାଇ ମଧ୍ୟକୁ ଖସିଯିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡ ତେହରି ଗରୱାଲ କାଙ୍ଗସାଲିରେ ଏକ ସ୍କୁଲ ବସ ୧୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ଏହି ସ୍କୁଲ ବସଟି ଖାଇରେ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଅଘଟଣରେ ୭ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ଏଡିଆରଏଫ ଟିମ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରିଛି । ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଏହି ଦୁର୍ଘଟଣାରେ କିଛି ପିଲାଙ୍କ ହାତ, ଗୋଡ଼ ଓ ଚେହେରାରେ ଗଭୀର ଆଘାତ ଲାଗିଛି। ମୃତ ଶିଶୁଙ୍କ ପରିଚୟ ମଧ୍ୟ ଠିକ୍‌ରେ ହୋଇପାରିନାହିଁ ।  ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି । ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି…

Read More

କେନ୍ଦ୍ରୀୟ ଚୀନ୍‌ରେ ଭୟଙ୍କର ବର୍ଷା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ନିଖୋଜ ହୋଇଛନ୍ତି । କେନ୍ଦ୍ରୀୟ ଚୀନ୍‌ର ହୁବେଇ ପ୍ରଦେଶରେ ମଙ୍ଗଳବାର ଭୟଙ୍କର ବର୍ଷା ହେବା ଫଳରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିଲା । ଏହା ଫଳରେ 6 ଜଣ ନିହତ ହେବା ସହିତ 6 ଜଣ ନିଖୋଜ ଅଛନ୍ତି । ଏହି ପ୍ରଳୟଙ୍କାରୀ ବନ୍ୟାରେ ସହରର ଅଳ୍ପ କିଛି ସ୍ଥାନରେ ରାସ୍ତା ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ବିଛିନ୍ନ ହୋଇଛି ।

Read More