Author: Samikhsya Bureau

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟି20 ମ୍ୟାଚ୍‌ରେ 4 ଓ୍ବିକେଟ୍‌ରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଓ୍ବିଣ୍ଡିଜ୍‌ ନିର୍ଦ୍ଧାରିତ ଓଭରରେ ମାତ୍ର 98 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହା ସହିତ ଷଷ୍ଠ ଭାରତୀୟ ଖେଳାଳି ଭାବରେ ପଦାର୍ପଣରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହେବାର ସୌଭାଗ୍ୟ ହାସଲ କରିଛନ୍ତି ନବଦୀପ ସାଇନି । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ବୋଲିଂ ଓପନ୍‌ କରିଥିବା ସୁନ୍ଦର ପ୍ରଥମ ଓଭରରେ ସଫଳତା ପ୍ରଦାନ କରିଥିଲେ । ତୃତୀୟ ବୋଲର ଭାବରେ ଆସିଥିବା ନବଦୀପ୍‌ ସାଇନି ଭାରତୀୟ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଓ୍ବିଣ୍ଡିଜ୍‌ର 9 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର୍‌ ଛୁଇଁ…

Read More

ସମାଜବାଦୀ ପାର୍ଟି ନେତା ତଥା ଲୋକସଭା ସାଂସଦ ଆଜମ୍‌ ଖାନ୍‌ଙ୍କ ଅଡୁଆ ବଢିଛି । ଶନିବାର ସୁଦ୍ଧା ଆଜମ୍‌ ଖାନ୍‌ଙ୍କ ବିପକ୍ଷରେ 27ଟି ମାମଲା ରୁଜୁ କରାଯାଇଛି । କୃଷକଙ୍କ ଜମି ଜବରଦଖଲ ଏବଂ ନିଜ ବିଶ୍ବବିଦ୍ୟାଳୟରେ ବିରଳ ଏବଂ ପୁରାତନ ପୁସ୍ତକ ରଖିବା ନେଇ ଆଜମ୍‌ଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅଖିଳେଶ ଯାଦବ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ଆଜମ୍‌ଙ୍କ ବିରୋଧରେ ଜୁଲାଇ 11 ପରଠାରୁ ଏହି ସମସ୍ତ ମାମଲା ରୁଜୁ କରାଯାଇଥିବା ନେଇ ରାମପୁର ଏସ୍‌ପି ଅଜୟ ପାଲ ଶର୍ମା ପ୍ରକାଶ କରିଛନ୍ତି । ଏହି ମାମଲା ମଧ୍ୟରେ 24ଟି ଜମି ଅଧିଗ୍ରହଣକୁ ନେଇ ରହିଥିବା 3ଟି ବିରଳ ପୁସ୍ତକକୁ ନେଇ ରହିଛି । ଧାରା 323, 342, 447, 389 ଏବଂ 506 ଅନୁସାରେ ଆଜମ୍‌ଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମଙ୍କୁ 10…

Read More

ଶନିବାର ଟେକ୍ସାସର ଏକ ଓ୍ବାଲ ମାର୍ଟରେ ଜଣେ ଆତତାୟୀଙ୍କ ଗୁଳିଚାଳନାରେ 20 ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ 26 ଜଣ ଆହତ ହୋଇଛନ୍ତି । ଟେକ୍ସାସର ଏଲ୍‌ ପାସୋରେ ରହିଥିବା ଓ୍ବାଲମାର୍ଟଟି ଭିଡ ଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା । ଡାଲାସ୍‌ର ଜନୈକ 21 ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ପରେ ଯୁବକ ଜଣକ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜାତିଆଣ ମନ୍ତବ୍ୟ କାରଣରୁ ଯୁବକ ଜଣ ଏହି ପଦକ୍ଷେପ ନେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ବୋଲି ଟେକ୍ସାସ ପୋଲିସ ମୁଖ୍ୟ ଗ୍ରେଗ୍‌ ଆଲେନ୍‌ ପ୍ରକାଶ କରିଛନ୍ତି । ଟେକ୍ସାସ୍‌ ମେୟର ଗ୍ରେଗ୍‌ ଆବୋଟ୍‌ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

କ୍ରମାଗତ ଦ୍ବିତୀୟ ଦିନ ପାଇଁ ଆକ୍ସନ୍‌ ମୋଡ୍‌ରେ ରହିଛି କମିଶନରେଟ ପୋଲିସ୍‌ । ବରଗଡର ଚିଲିପୋଖରୀ ଅଞ୍ଚଳରେ ସଙ୍ଗଠିତ ଏନ୍‌କାଉଣ୍ଟରରେ ପୋଲିସ୍‌ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୁଇ ଅପରାଧୀଙ୍କ ନାମ ସିପୁନ କବି ଏବଂ ହରେକୃଷ୍ଣ ସ୍ବାଇଁ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ପୋଲିସ୍‌ ଏକ ମାଉଜର, ଏକ ଖେଳନା ବନ୍ଧୁକ, ଗାଡି ଏବଂ ପଇସା ଜବତ କରିଛି । ପୋଲିସ୍‌କୁ ଦେଖି ଉଭୟ ଅପରାଧୀ ଖସିଯିବାକୁ ଉଦ୍ୟମ କରି ଗୁଳିଚାଳନା କରିଥିଲେ । ପୁଲିସ୍‌ ପକ୍ଷରୁ ପାଲଟା ଗୁଳିଚାଳନାରେ ଉଭୟ ଅପରାଧୀ ଆହତ ହୋଇଥିଲେ । ଉଭୟଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଏହି ଦୁଇ ଅଭିଯୁକ୍ତ ଗତକାଲି ଏନ୍‌କାଉଣ୍ଟରରେ ଆହତ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି ବୋଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Read More

କେଦାର ମିଶ୍ର   ଯଦି ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀଙ୍କ କଥାକୁ ବିଶ୍ଵାସ କରାଯାଏ ତାହେଲେ ଦେଶର ଦୀର୍ଘତମ ମାଟିବନ୍ଧ ହୀରାକୁଦ ବିପଜ୍ଜନକ ସ୍ଥିତିରେ ରହିଛି। ଗତକାଲି ଅର୍ଥାତ ୨ ଅଗଷ୍ଟ ଦିନ ଲୋକସଭାରେ  ବନ୍ଧ ସୁରକ୍ଷା ବିଲ-୨୦୧୯ ପ୍ରସଙ୍ଗରେ ଆଲୋଚନା କରି ବରଗଡର ବିଜେପି ସାଂସଦ ସୁରେଶ ପୂଜାରୀ ଗୋଟେ ଆତଙ୍କଜନକ କଥା କହିଛନ୍ତି। ବିଲ ର ପ୍ରାବଧାନ ବା ବ୍ୟବସ୍ଥା ଉପରେ କିଛି ନକହି ଶ୍ରୀ ପୂଜାରୀ ହୀରାକୁଦ ନଦୀବନ୍ଧ ଏକ ପ୍ରକାର ଭାଙ୍ଗିଯିବା ଅବସ୍ଥାରେ ରହିଛି ବୋଲି କହିଥିଲେ। କେଉଁ ସୂତ୍ର ଓ ତଥ୍ୟ ଆଧାରରେ ସେ ଏ କଥା କହୁଛନ୍ତି, ତାହା ମଧ୍ୟ ଆମକୁ ଜଣାନାହିଁ। ସୁରେଶ ପୂଜାରୀଙ୍କ ନିଜ ଭାଷାରେ- I think, the Hirakud dam is dying a natural death. So, it needs immediate repairing. Unless it is repaired this dam may collapsed at…

Read More

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଆସେସ୍‌ ଟେଷ୍ଟରେ ଇଂଲଣ୍ଡ 90 ରନ୍‌ର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 284 ରନ୍‌ ସଂଗ୍ରହ କରିଥିବା ବେଳେ ତୃତୀୟ ଦିବସର ଦ୍ବିତୀୟ ସେସନ୍‌ ସୁଦ୍ଧା ଇଂଲଣ୍ଡ ସମସ୍ତ ଓ୍ବିକେଟ୍‌ ହରାଇ 374 ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଓପ୍‌ନର ରୋରି ବର୍ନସ ଚଳିତ ଆସେସ୍‌ର ଦ୍ବିତୀୟ ଶତକ ହାସଲ କରିଥିଲେ । ବର୍ନ୍ସଙ୍କ ବ୍ୟତୀତ ଅଧିନାୟକ ଜୋ ରୁଟ୍‌ (57) ଏବଂ ବେପ୍‌ ଷ୍ଟୋକ୍ସ (50) ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଭାଗରେ କ୍ରିସ୍‌ ଓକ୍ସ (37*) ଏବଂ ଷ୍ଟୁଆର୍ଟ ବ୍ରଡ୍‌(29) 9ମ ଓ୍ବିକେଟ୍‌ରେ 65 ରନ୍‌ର ଭାଗିଦାରୀ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍‌ସ ଏବଂ ନାଥାନ ଲିୟନ୍‌ 3ଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଜେମ୍‌ସ ପ୍ୟାଟ୍ଟିନ୍‌ସନ ଏବଂ ପିଟର ସିଡିଲ୍‌ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର…

Read More

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ବିଧାନସଭାରେ ସରକାର ଉପସ୍ଥାପନା କରାଯାଇଛି । 4 ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ଗତକାଲି  ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । ଏହି ଘଟଣାରେ ହେବା ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ମଧ୍ୟ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏସଆଇଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେପ୍ଟେମ୍ବର 4 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

Read More

ଉନ୍ନାଓ ଦୁଷ୍କର୍ମ ପୀଡିତା ନିମୋନିଆରେ ପୀଡିତ ଥିବା ନେଇ ସୂଚନା ମିଳିଛି । ଶନିବାର ଦିନ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଗତ ରବିବାରର ଦୁର୍ଘଟଣା ପରେ ଯୁବତୀ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି । ଯୁବତୀ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ କିଙ୍ଗ ଜର୍ଜ ମେଡିକାଲ୍‌ ୟୁନିଭର୍ସିଟିର ସନ୍ଦୀପ ତିଓ୍ବାରୀ ସୂଚନା ଦେଇଛନ୍ତି । ଯୁବତୀଙ୍କ ଅବସ୍ଥା ସାଧାରଣ ରହିଥିଲେ ମଧ୍ୟ ସେ ବିପଦମୁକ୍ତ ନୁହନ୍ତି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦିଲ୍ଳୀ ସ୍ଥିତ ଏମ୍ସକୁ ପୀଡିତାଙ୍କୁ ସ୍ଥାନାନ୍ତର କରିବା ପାଇଁ ଦାବି କରାଯାଇଥିବା ବେଳେ ଆସନ୍ତା ଅଗଷ୍ଟ 5 ତାରିଖରେ ଏହା ଉପରେ ସୁପ୍ରିମକୋର୍ଟ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଆଜି ହେଉଛି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ। ଠିକ୍ ୧୯୩୪ ମସିହା ଆଜିର ଦିନରେ ବିଶ୍ବଭୂଷଣ ହରିଚନ୍ଦନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାରର ଅନେକ ମନ୍ତ୍ରୀ ରାଜଭବନ ଯାଇ ବିଶ୍ବଭୂଷଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତମାସରେ ବିଶ୍ବଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଶପଥ ନେବାର କିଛିଦିନ ପରେ ସେ ପ୍ରଶାସନିକ କ୍ଷେତ୍ରରେ ଆଣିଛନ୍ତି ଅନେକ ସଂସ୍କାର। ଖୋଦ୍ ରାଜ୍ୟପାଳଙ୍କ ନାମ ପୂର୍ବରୁ ମହାମହିମ ବା His Excellency ନ ଲଗାଇବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କୌଣସି ଚିଠିରେ ନାମ ପୂର୍ବରୁ ଏହି ଶଦ୍ଦ ନ ଲଗାଇବା ପାଇଁ ସେ ଜଣାଇ ଦେଇଥିଲେ। ଫଳରେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟପାଳଙ୍କୁ  His Excellency ବୋଲି ଉଚ୍ଚାରଣ…

Read More

ଆର୍‌ ମାଧବନ୍‌ ଏବଂ ବିଜୟ ସେଥୁପତି ଅଭିନୀ ବ୍ଲକବଷ୍ଟର ତାମିଲ ଫିଲ୍ମ ବିକ୍ରମ ବେଧାର ତାମିଲ ରିମେକ୍‌ରେ ପୁନର୍ବାର ଏକତ୍ର ନଜର ଆସିବାକୁ ଯାଉଛନ୍ତି ସୈଫ୍‌ ଏବଂ ଆମିର୍‌ । ବଲିଉଡ୍‌ ସୁପରଷ୍ଟାର ସୈଫ ଅଲ୍ଲୀ ଖାନ୍‌ ଏବଂ ମିଷ୍ଟର ପରଫେକ୍ସନସିଷ୍ଟ ଆମିର ଖାନ୍‌ ଦିଲ୍‌ ଚାହତା ହୈ ପରେ ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ମୂଳ ତାମିଲ ଫିଲ୍ମର ନିର୍ଦ୍ଦେଶକ ଦ୍ବୟ ପୁଷ୍କର-ଗାୟତ୍ରୀ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ନୀରଜ ପାଣ୍ଡେ ଏବଂ ରିଲାଏନ୍ସ ଏହି ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ସୈଫ୍‌ ଫିଲ୍ମ ପାଇଁ ସମ୍ମତି ପ୍ରଦାନ କରିଥିବା ସମ୍ପର୍କରେ ନୀରଜ ସୂଚନା ଦେଇଛନ୍ତି । ଫିଲ୍ମରେ ମାଧବନ୍‌ଙ୍କ ଭୂମିକାରେ ସୈଫ୍‌ ନଜର ଆସିବେ ଏବଂ ବିଜୟ ସେଥୁପତିଙ୍କ ଭୂମିକାରେ ଆମିର ନଜର ଆସିବେ ବୋଲି ଜଣା ପଡିଛି । ଲାଲ ସିଂ ଚଢା ପରେ ଆମିର ଏହି ଫିଲ୍ମର…

Read More

ସମ୍ବଲପୁର ରେଳୱେ ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସମ୍ବଲପୁର ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା । କୈାଣସି କାରଣ ଯୋଗୁଁ ମାଲବାହୀ ଟ୍ରେନରେ ନିଆଁ ଲାଗି ଧୂଆଁ ବାହାରୁଥିବା ପଡ଼ିଥିଲା । ଟ୍ରେନର 2ଟି ବଗିରେ ନିଆଁ ଲାଗି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡ ପଛର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କୋଇଲା ବୋଝେଇ ମାଲଗାଡ଼ିରେ ଅଗ୍ନିକାଣ୍ଡ ଘଟି କୈାଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଅଳ୍ପ କିଛି ଟ୍ରେନର ଯାତାୟତରେ ବାଧା ସୃଷ୍ଟି ହୋଇଛି ।

Read More

72 ତମ ସ୍ୱାଧିନତା ଦିବସ ପାଳନ କରିବାକୁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ଅନ୍ୟସ୍ଥାନରେ ହୋଇପାରେ ସ୍ୱାଧିନତା ଦିବସ ପରେଡ଼ । ରାଜଧାନୀ ଭୁବନେଶ୍ୱରରେ ଆଜି ପୋଲିସ ଡିଜି ପରେଡ଼ ସ୍ଥାନ ବଦଳାଇବା ପାଇଁ ବିକଳ୍ପ ଭାବେ ୩ଟି ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ଡିଜି ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ,କଳିଙ୍ଗ ଷ୍ଟାଡିୟମ ବୁଲି ଦେଖୁଛନ୍ତି । ଏହିସବୁ ସ୍ଥାନ ପରିଦର୍ଶନରେ ଡିଜିପିଙ୍କ ସହ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ କେଉଁସ୍ଥାନରେ ପରେଡ଼ ହେବ ସେନେଇ ଚୟନ ପ୍ରକ୍ରିୟା ଶେଷ ହୋଇନାହିଁ । ସ୍ଥାନ ପରିବର୍ତ୍ତନ ନେଇ ସୋମବାର ଦିନ ଗୃହ ବିଭାଗ ବୈଠକରେ ନିଷ୍ପତି ନିଆଯିବ ।

Read More

ରାଜ୍ୟରେ ବେପାରୁଆ ଗାଡ଼ି ଚାଳନା କାରଣରୁ ଅନେକ ଦୁର୍ଘଟଣା ଘଟୁଛି । ଯାତ୍ରୀ ଧାରଣ କ୍ଷମତାର ସୀମା ଉଲଙ୍ଘନ କରି ଆଜି କେନ୍ଦୁଝରରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିବାରୁ 15 ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ଏକ ଅଟୋରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସି ଯାଉଥିଲେ । ଫଳରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା । ଫଳରେ ସମସ୍ତ ଯାତ୍ରୀ ତଳେ ପଡ଼ିଯାଇଥିଲେ । ଏହି ଦୁର୍ଘଟଣାରେ 15 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ବେଳେ ତାଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ଭାରତୀୟ ଦଳ ଆଜି ଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଫ୍ଲୋରିଡାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ କୋହଲିଙ୍କ ଅଧିନାୟକତ୍ବରେ ଭାରତ ଖେଳିବ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ ନିମନ୍ତେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯାଇଛି । ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି କିମ୍ବା ଶିଖର ଧଓ୍ବନ୍‌ ଓପନ୍‌ କରିବାର ସମ୍ଭାବନା ରହିଛି । କେଏଲ୍‌ ରାହୁଲ୍‌ 4 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଖଲୀଲ ଅହମ୍ମଦ ପେସ୍‌ ବିଭାଗର ନେତୃତ୍ବ ନେବେ । ଦୀପକ ଚହର ଏବଂ ନବଦୀପ ସାଇନି ଅନ୍ୟତମ ପେସ୍‌ ବୋଲର ଭାବରେ ଖେଳି ପାରନ୍ତି । ସ୍ପିନ୍‌ ବିଭାଗରେ ଦୁଇ ଅଭିଜ୍ଞ ସ୍ପିନର କୁଲଦୀପ୍‌ ଏବଂ ଚହଲଙ୍କ ଅନୁପସ୍ଥିତିରେ କୃଣାଲ ପାଣ୍ଡ୍ୟା ଏବଂ ଓ୍ବାଶିଂଟନ୍‌ ସୁନ୍ଦର ସ୍ପିନ୍‌ ବିଭାଗ ସମ୍ଭାଳିବେ । ଅପର ପକ୍ଷରେ ଓ୍ବିଣ୍ଡିଜ୍‌ ପକ୍ଷରୁ ଆଣ୍ଡ୍ରେ ରସେଲ୍‌ ଆହତ ହେବା…

Read More

ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେବା ପରେ ସବିଆଇ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁଳଦୀପ ସେନ୍‌ଗାରଙ୍କୁ ପୁଲିସ ରିମାଣ୍ଡରେ ନେବା ପରେ ଏବେ ଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକ ଚାଳକ ଓ କ୍ଲିନରକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ସିବିଆଇ ପକ୍ଷରୁ ରାମବାବୁ କନୌଜିଆ ଅଭିଯୁକ୍ତଙ୍କ 7ଦିନିଆ ରିମାଣ୍ଡର ଦାବି କରିଥିଲେ । ସିବିଆଇର ବିଶେଷ ନ୍ୟାୟିକ ମାଜିଷ୍ଟ୍ରେଟ ଅନୁରାଧା ଶୁକ୍ଳା ଏହି ମାମଲାର ଶୁଣାଣୀ କରିଛନ୍ତି । ଉନ୍ନାଓ ଦୁଷ୍କର୍ମ ପୀଡିତା ନିଜ ସମ୍ପର୍କୀୟଙ୍କ ସହିତ ଉନ୍ନାଓରୁ ରାଏବରେଲୀରୁ ଯାଉଥିବା ସମୟରେ ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ।

Read More

ଶନିବାର ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା । ଜମ୍ମୁ କାଶ୍ମୀରରେ ଧାର 35 ଏ ଉଚ୍ଛେଦ କରାଯିବା ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ ବୋଲି ଅବଦୁଲ୍ଲା ଏହି ବୈଠକ ପରେ ପ୍ରକାଶ କରିଛନ୍ତି । ରାଜ୍ୟପାଳ ଏ ନେଇ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ବୋଲି ଅବଦୁଲ୍ଳା କହିଛନ୍ତି । ଏହି ପ୍ରସଙ୍ଗ ଉପରେ ରାଜ୍ୟପାଳ ଖୁବ୍‌ ଶୀଘ୍ର ନିଜର ମତ ଉପସ୍ଥାପନ କରିବେ ବୋଲି ଅବଦୁଲ୍ଲା କହିଛନ୍ତି । ଶୁକ୍ରବାର ରାତିରେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ରାଜ୍ୟପାଳଙ୍କୁ ଭେଟିବା ପରେ ଆଜି ଅବଦୁଲ୍ଲା ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏହା ଏକ ଅଣ ରାଜନୈତିକ ବୈଠକ ଥିଲା ବୋଲି ଅବଦୁଲ୍ଲା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 17 ତମ ଲୋକସଭା ନିର୍ବାଚନ ପୂର୍ବରୁ ଧାର 35(ଏ) ଏବଂ 370 ଉଚ୍ଛେଦ କରିବାର ପ୍ରତିଶ୍ରୁତି ଦେଇଥିଲା ବିଜେପି ।

Read More

ରାଷ୍ଟ୍ରୀୟ ସାହାସିକତା ପୁରସ୍କାର ପ୍ରାପ୍ତ କେନ୍ଦ୍ରାପଡା ବାଳକ ସିତୁ ମଲ୍ଲିକ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରୁ ସାହାସିକତା ପୁରସ୍କାର ଗ୍ରହଣ କରିଥିବା ସିତୁ ନିଜ ଭାଇଙ୍କ ସହିତ ଯାଉଥିବା ବେଳେ ଏକ ଟ୍ରକ ସହିତ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ । ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଶନିବାର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଜନଗରର ଜରିମୂଳାରେ ଏହି ଦୁର୍ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସିତୁ ଗତବର୍ଷ ଫେବୃୟାରୀରେ ଏକ କୁମ୍ଭୀର ମୁଖରୁ ନିଜ ଦାଦାଙ୍କୁ ଉଦ୍ଧାର କରିଥିଲେ ।

Read More

ଆଫଗାନିସ୍ତାନରେ ଚାଲିଥିବା 18 ବର୍ଷର ଯୁଦ୍ଧର ଅବସାନ ଘଟାଇବା ନିମନ୍ତେ ଶାନ୍ତି ଆଲୋଚନା ଆଜିଠାରୁ ପୁନର୍ବାର ଆରମ୍ଭ ହୋଇଛି । କାତାରର ରାଜଧାନୀ ଦୋହାରେ ଏହି 8 ପର୍ଯ୍ୟାୟ ବିଶିଷ୍ଟ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି । ଆଫଗାନିସ୍ତାନରୁ ସେନା ବାହିନୀ ହଟାଇବା ନିମନ୍ତେ ଏହି ଶାନ୍ତି ଆଲୋଚନାରେ ବିଚାର କରାଯିବ ବୋଲି ଜଣାପଡିଛି । ତାଲିବାନର ପ୍ରତିନିଧିଙ୍କ ସହିତ ଆମେରିକାର ସଚିବ ଆଲୋଚନା କରିବେ ବୋଲି ଜଣାପଡିଛି । ଆମେରିକା ରାଷ୍ଟ୍ରଦୂତ ଜାଲାମି ଖାଲିଜାଦ୍‌ ଶୁକ୍ରବାର ରାତିରେ ଏହି ଶାନ୍ତି ଆଲୋଚନା ସମ୍ପର୍କରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ତାଲିବାନ୍‌ ଆତଙ୍କୀଙ୍କ ପକ୍ଷରୁ ବିଭିନ୍ନ ସମୟରେ କରାଯାଉଥିବା ଆକ୍ରମଣକୁ ବନ୍ଦ କରାଗଲେ ଏହି ଶାନ୍ତି ଆଳୋଚନା ସଫଳ ହେବ ଏବଂ ଖୁବ୍‌ ଶୀଘ୍ର ଆଫଗାନ୍‌ ମାଟିରୁ ସୈନ୍ୟ ପ୍ରତ୍ୟାହାର କରି ନିଆଯିବ ବୋଲି ଟ୍ବିଟ୍‌ କରିଛନ୍ତି ଖାଲିଜାଦ୍‌ ।

Read More

ପଞ୍ଜାବର ଜନୈକ ଯୁବକ ନିଜ ପରିବାରର ଚାରି ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ରାତିରେ 27 ବର୍ଷୀୟ ସନ୍ଦୀପ ସିଂ ନିଜ ପରିବାରର 4 ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନିହତଙ୍କ ମଧ୍ୟରେ ସନ୍ଦୀପଙ୍କ ତିନି ବର୍ଷର ଝିଆରି ମଧ୍ୟ ରହିଥିବା ପ୍ରକାଶ। ମୋଗାର ନଥୁଓ୍ବାଲ୍‌ ଗ୍ରାମରେ ଏହି ଘଟଣା ଘଟିଥିଲା। ନିଜ ବାପା, ମା, ଭଉଣୀ ଏବଂ ତିନି ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜକୁ ହତ୍ୟା କରିଛନ୍ତି ସନ୍ଦୀପ। ଶନିବାର ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ କେବଳ ସନ୍ଦୀପଙ୍କ ଜେଜେବାପା ଜୀବନ୍ତ ରହିଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି।

Read More

ସୁରକ୍ଷା ବଳଙ୍କ ସହିତ ଏନ୍‌କାଉଣ୍ଟରରେ 7 ନକ୍ସଲ ନିହତ ହୋଇଛନ୍ତି । ଶନିବାର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ 7 ନକ୍ସଲ ନିହତ ହେବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଛତିଶଗଡର ବଗନଣ୍ଡି ଜିଲ୍ଲାର ସୀତା ଗୋଟା ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ରିପୋର୍ଟ ପ୍ରସ୍ତୁତ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଥିବା ଜଣାପଡିଛି । ସକାଳ 7ଟା ସମୟରୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ପୋଲିସ 8ଟି ବନ୍ଧୁକ ଏବଂ ଦୁଇଟି ରାଇଫଲ୍‌ ଜବତ କରିଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ରିପୋର୍ଟ ପ୍ରସ୍ତୁତ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଥିବା ଜଣାପଡିଛି ।

Read More

ଓ୍ବିଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତ ‘ଏ’ ଦଳ ଦୃଢ ସ୍ଥିତିରେ ରହିଛି । 278 ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ 185/3 ସହ ଦୃଢ ସ୍ଥିତିରେ ରହିଛି । ଭାରତ ଏ ପକ୍ଷରୁ ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାଞ୍ଚଲ 68 ରନ୍‌ ସଂଗ୍ରହ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 81 ରନ୍‌ ସଂଗ୍ରହ କରିଛନ୍ତି । ପ୍ରଥମ ଓ୍ବିକେଟ୍‌ରେ ଉଭୟ 150 ରନ୍‌ ଯୋଡିଥିଲେ । ତୃତୀୟ ଦିନର ଖେଳ ଆରମ୍ଭ ବେଳକୁ ଓ୍ବିଣ୍ଡିଜ୍‌ 12/4ରୁ ଖେଳ ଆରମ୍ଭ କରିଥିଲା । ଦଳ ପକ୍ଷରୁ ସୁନୀଲ ଅମ୍ବ୍ରୀସ (71) ରନ୍‌ର ଇନିଂସ ଖେଳିଥିଲେ ମଧ୍ୟ କ୍ରିଷ୍ଣପା ଗୌତମ 17 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଦଳ ମାତ୍ର 149 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ପ୍ରଥମ ଇନିଂସରେ ଓ୍ବିଣ୍ଡିଜ୍‌ ଏ 318 ରନ ସଂଗ୍ରହ କରିଥିବା…

Read More