ନୂଆଦିଲ୍ଲୀ: ଦୁଇ ଦିନ ନିରବତା ପରେ ଏବେ ମେଣ୍ଟ ରାଜନୀତି ହଲଚଲ ହୋଇଛି। କାରଣ ଆଜି ସଂଧ୍ୟାରେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଛି ଓଡିଶା ନିର୍ବାଚନକୁ ନେଇ ରଣନୀତି। ଏହି ବୈଠକରେ ସାମ୍ଭବ୍ୟ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ଚାଲିଛି। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି। ଏମାନେ ଗତ 10 ତାରିଖ ଦିନ ପୁଣି ଥରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେହିଦିନଠାରୁ ସେମାନେ ଦିଲ୍ଲୀରେ ଅବସ୍ଥାନ କରିଛନ୍ତି। ତେବେ ଆଜି ରାତି ସୁଦ୍ଧା କିଛି ଖବର ଆସିପାରେ ବୋଲି ଜଣାପଡିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି। ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି। ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ,…
ଭୁବନେଶ୍ବର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶା ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି । ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜ, ବ୍ରାହ୍ମଣୀ ନଦୀ ଉପରେ ତାଙ୍କ ନାମରେ ସେତୁ ପ୍ରତିଷ୍ଠା ସହିତ ସ୍ମୃତି ସଂଗ୍ରହାଳୟ ଏବଂ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟ କରାଯାଇଛି। ଏଥିପାଇଁ ପବିତ୍ର ମୋହନ ସ୍ମୃତି ପରିଷଦ ଗଭୀର ସନ୍ତୋଷ ପ୍ରକାଶ କରିଛି। ପରିଷଦ ପକ୍ଷରୁ ଆଜି ପବିତ୍ର ମୋହନଙ୍କ ନାତୁଣୀ ରଞ୍ଜିତା ରାଣୀ ପ୍ରଧାନ. ଓ ସମିତିର ଅନ୍ୟ ସଦସ୍ୟ ମାନେ ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ…
ଭୁବନେଶ୍ବର: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି। ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦…
ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିରୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିର ର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଗଲା।
ନୂଆଦିଲ୍ଲୀ: ଖୁବ ଶିଘ୍ର ବିଜେପି ତାହାର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯାଉଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଣ୍ଟ୍ରାଲ ଇଲେକସନ କମିଟ ବା ସିଇସି ବୈଠକ ବସି ପ୍ରାର୍ଥୀ ତାଲିକା ଚୁଡାନ୍ତ କରାଯାଇଛି। ତେବେ ଏହି ବୈଠକରେ ଓଡିଶା ଆସନ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବାର ଜଣାପଡିଛି। ଓଡିଶା ପରି ରାଜ୍ୟର ଆସନ ଘୋଷଣା ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ନ ହେବା ମେଣ୍ଟ ପ୍ରସଂଗକୁ ସୂଚେଇ ଦେଉଛି। କାରଣ ଓଡିଶାର ଆସନ ବୁଝାମଣା ଏ ପର୍ଯ୍ୟନ୍ତ ଚୁଡାନ୍ତ ରୂପ ରେଖ ନେଇ ପାରି ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ବିଜେପିର ଶୀର୍ଷ ନେତୃତ୍ବ ଓଡିଶା ପ୍ରାର୍ଥୀ ଘୋଷଣା କରିପାରୁ ନାହାଁନ୍ତି। ଯଦି ମେଣ୍ଚ ହୋଇ ନ ଥାଆନ୍ତା ତେବେ ଓଡିଶା ପ୍ରାର୍ଥୀ ନିଶ୍ଚିତ ଘୋଷଣା ହୋଇ ଥାଆନ୍ତା। ବର୍ତ୍ତମାନ ସିଇସି ବୈଠକରେ ସାତୋଟି ରାଜ୍ୟର ଆସନ ଉପରେ ଆଲୋଚନା ହୋଇଛି। ସେଗୁଡିକ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସବୁ କଲ୍ୟାଣ ଯୋଜନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। ସୂଚନାଯୋଗ୍ୟ ଯେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଅନେକ ଥର ପୁରୀ ଗସ୍ତ କରିଛନ୍ତି । ଏହି ଅବସରରେ ସେବାୟତମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ସେବାୟତମାନଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ସେବାୟତ ଓ ତାଙ୍କ ପରିବାର ପାଇଁ…
ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। ଆମ ରାଜ୍ୟରେ ଥିବା 7,200ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ 50 ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ ବୋଲି କହି ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍ପିଟାଲ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ। କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆମେ ସମସ୍ତେ ଯଦି ନିଜ ଗାଁ ନିଜ ମାଟି ପାଇଁ ଦାୟିତ୍ୱର ସହ କାମ…
ଭୁବନେଶ୍ବର: ୫-‘ଟି’ ଉପକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍ରୁମ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସଂପ୍ରସାରଣ କର୍ମଚାରୀଙ୍କ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ। ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ୧୧ଟି ତାଲିମ ପ୍ରତିଷ୍ଠାନର ନବନିର୍ମିତ ସ୍ମାର୍ଟ କ୍ଲାସ୍ରୁମ୍ଗୁଡ଼ିକର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ୫-‘ଟି’ ଉପକ୍ରମରେ ସ୍ମାର୍ଟ କ୍ଲାସ୍ରୁମ୍ ପ୍ରଚଳନ ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମରେ…
ଭୁବନେଶ୍ବର: ବିଜେଡି ବିଜେପି ମେଣ୍ଟକୁ ନେଇ କେବଳ ଓଡିଶା କାହିଁକି ସାରା ଦେଶରେ ଚାଲିଛି ଚର୍ଚ୍ଚା। କାରଣ ଲୋକସଭା ନିର୍ବାଚନରେ ଜିତିବା ପାଇଁ କେଉଁ ଦଳ କଣ କରୁଛି ତାହା ଉପରେ ସମସ୍ତଙ୍କର ନଜର। ତେବେ ଓଡିଶାରେ ବିଜେଡି ବିଜେପିକୁ ନେଇ ଜୋରଦାର ଚର୍ଚ୍ଚା ଦିଲ୍ଲୀ ଦରବାରରେ ଚାଲିଛି। ଦେଶର ଖ୍ୟାତନାମା ସାମ୍ବାଦିକମାନେ ଏହାକୁ ନେଇ ବହୁ ଆକଳନ କରିଛନ୍ତି। ସେହିପରି ଦେଶର ଅନ୍ୟତମ ସାମ୍ବାଦିକ ରାଜଦୀପ ସରଦେଶାଇ ଓଡିଶା ମେଣ୍ଟକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ସୃଷ୍ଟି ହୋଇଛି କମ୍ପନ। ଏଥିରେ ରାଜଦୀପ କହିଛନ୍ତି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ବିଳମ୍ବିତ ରାତିରେ ଚୁଡାନ୍ତ ହେଲା। ଏଥିରେ ଲୋକସଭାରେ ବିଜେଡି 13ଟି ଆସନ ଏବଂ ବିଜେଡି 8ଟି ଆସନରେ ଲଢେଇ କରିବ। ସେହିପରି ସେ ବିଧାନସଭା ଆସନ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ସେଥିରେ…
ଭୁବନେଶ୍ବର: ମେଣ୍ଟ ନେଇ ସାରା ରାଜ୍ୟ ପଡୁଛି ଉଠୁଛି। ହେଲେ ଗତକାଲି ଏହି ମେଣ୍ଟ ନେଇ ସେପରି ଚର୍ଚ୍ଚା ଆଲୋଚନା କିଛି ଜଣାପଡି ନାହିଁ। ହେଲେ ବର୍ତ୍ତମାନ ନେତାଙ୍କଠାରୁ କର୍ମି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ମେଣ୍ଟ କାହିଁକି। ଏହା ଦ୍ବାରା ବିଜେପିର ଲାଭ ହେବ କି ? ଏହାଦ୍ବାରା ବିଜେଡିର କ୍ଷତି ହେବ କି ? ଯଦି ନାହିଁ ତେବେ କାହିଁକି ଏପରି ଚାଲିଛି ବୋଲି ସମସ୍ତଙ୍କ ମଧ୍ୟରେ ବଡ ଆଲୋଚନା। ବର୍ତ୍ତମାନ ଏହି ମେଣ୍ଟକୁ ନେଇ ରାଜ୍ୟ ବିଜେପି ସବୁଠାରୁ ଉତକ୍ଷିପ୍ତ। କାରଣ ସେମାନେ ବିଜେଡି ସହିତ ପୁଣି ମେଣ୍ଟ କଲେ ହୁଏତ ସେମାନଙ୍କର ଅସ୍ତିତ୍ବ ହଜିଯିବାର ସମ୍ଭାବନା ସୃଷ୍ଟି ହେବ। ସେମାନେ ଯେତେ ପରିଶ୍ରମ କରି ଆଜି ଦଳକୁ ଯେଉଁ ସ୍ତରକୁ ଆଣିଛନ୍ତି ମେଣ୍ଟ ହେଲେ ତାହା ପୁଣି ପଚିଶ ବର୍ଷ ତଳକୁ ଖସିଯିବ। ସେପଟେ ମେଣ୍ଟ ନ କଲେ ମଧ୍ୟ ବିଜେଡି ଏକାକୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପାଳନ କରି ଦେଶରେ ଏକ ଇତିହାସ ସୃଷ୍ଟି କରିଛନ୍ତି। ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଂଟି। ସ୍ୱାଧୀନତାର ଅମୃତକାଳର ଅବଶିଷ୍ଟ ୨୫ ବର୍ଷରେ ଭାରତକୁ ବିଶ୍ୱଦରବାରରେ ଛିଡା କରାଇବା ଲକ୍ଷ୍ୟରେ ମୋଦିଜୀ ଅହରହ କାର୍ଯ୍ୟରତ। ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି। ଏହି…
ଭୁବନେଶ୍ବର: ରେମୁଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସୁଦର୍ଶନ ଜେନା ଆଜି ବିଧିବଦ୍ଧ ଭାବେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ତାଙ୍କର ଶତାଧିକ କର୍ମିଙ୍କ ସହ ଓଡିଶା ପ୍ରଭାରୀ ଡ଼.ଅଜୟ କୁମାର ,ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତି ରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ ସୁଦର୍ଶନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସୁଦର୍ଶନ 2009 ମସିହାରେ ରେମୁଣାରୁ ବିଜେଡି ବିଧାୟକ ଥିଲେ। ଏହାପରେ ତାଙ୍କୁ 2014ରେ ଦଳ ଟିକେଟ ଦେଇଥିଲା। ହେଲେ ସେ ହାରିଯାଇଥିଲା। ଫଳରେ ଦଳ 2019 ରେ ତାଙ୍କୁ ଆଉ ଟିକେଟ ନ ଦେଇ ସୁଧାଂଶୁ ପରିଡାଙ୍କୁ ଟିକେଟ ଦେଇଥିଲା।
ନୂଆଦିଲ୍ଲୀ: ଆଜି ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଶାହାଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ପୂର୍ବରୁ ରାଜ୍ୟପାଳ ଦାସ ଓଡିଶାର ବିଭିନ୍ନ ଜିଲ୍ଲା, ସହର ଗ୍ରାମାଞ୍ଚଳ ମାରାଥନ ଗସ୍ତ କରି ସେଠାକାର ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ସେ କହୁଥିଲେ ରାଜ୍ୟର ସ୍ଥିତି ସଂପର୍କରେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ତେବେ ଏହି ଗସ୍ତର ସେହି ଉଦ୍ଦେଶ୍ୟ ନା ଆଉ କିଛି ରହିଛି ତାହା ଜଣାପଡି ନାହିଁ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ଓଡିଶାର ଦୀର୍ଘତମ ସେତୁ ରାକଡୋର- ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁ।…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ପ୍ରଦେଶ ମହିଳା କଂଗ୍ରେସର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଉପ ସଭାନେତ୍ରୀ – ସଂଗୀତା ସିଂଦେଓ, ପ୍ରଣତୀ ମିଶ୍ର, ଦେବସ୍ମିତା ସାମଲ, ଜ୍ୟୋତିର୍ମୟୀ ବାଗ, ଜବାମଣି ଟୁଡୁ, ଶୋଭାମୟୀ ସିଂ ସାଧାରଣ ସଂପାଦିକା – ସ୍ନେହଲତା ଚୌଧୁରୀ, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମୋନାଲିସା ଦାସ, ଅମିତାବାଳା ଆଚାର୍ଯ୍ୟ, ନମିତା ମାଝୀ, ସୁପ୍ରଭା ବରାଇ, ସୁକାନ୍ତି ସରାଫ, ମହେନ୍ଦ୍ରୀ ସାହୁ, ରିତାଶ୍ରୀ ମହାନ୍ତି, ସ୍ନେହଲତା ମହାପାତ୍ର, ବାସନ୍ତୀ ସାମଲ, ମିନତି ନାୟକ, ନିଳିମା ଅଗ୍ରୱାଲା, ମାଧବୀ ସେନାପତି ସମ୍ପାଦିକା- ଲିପ୍ସାଚାନ୍ଦ ପଲାଇ, କିରଣବାଳା ମହାନ୍ତି, ସ୍ୱର୍ଣ୍ଣଲତା ବାନରା, ଗୋରେତି ଖେସ, ସୁଦିପ୍ତା ଦାସ, ଗୌରୀ ଦାସ, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ପଦ୍ମାବତି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ…
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କେବେ ନିର୍ବାଚନ ହେବା, କେବେ ତାରିଖ ଘୋଷଣା ହେବ ସେ ନେଇ ଲାଗି ରହିଛି ଆଶା ଆଶଙ୍କା। ଏପରି ପରିସ୍ଥିତରେ ଆସିଛି ଏକ ବଡ ଖବର। ତାହା ହେଲା ଯେ, ଆସନ୍ତା 14 କିମ୍ବା 15 ତାରିଖରେ ଘୋଷଣା ହେବ ଲୋକସଭା ସହିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ଏ ନେଇ ଭାରତ ନିର୍ବାଚନ କମିଶନରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏଥିରେ କୁହାଯାଇଛି ଯେ,ବର୍ତ୍ତମାନ ଭାରତ ନିର୍ବାଚନ କମିଶନରେ ଦୁଇ ଜଣ ସଦସ୍ୟଙ୍କ ପଦବୀ ଖାଲି ରହିଛି। ଆସନ୍ତା 15 ତାରିଖରେ ଏହି ଦୁଇ ପଦବୀରେ ଦୁଇଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେମାନେ ଦାୟିତ୍ବ ନେବା ପରେ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି।

