ଭୁବନେଶ୍ବର: ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପରକୁ ଜଣେ ବ୍ୟକ୍ତି ଟମାଟୋ ମାଡ କରିଛି। ଆଜି ପାଣ୍ଡିଆନ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଗସ୍ତ ବେଳେ ଏହି ଘଟଣା ଘଟିଛି। ଲୋକଟି ଟମାଟୋ ଫିଙ୍ଗି ପଳାଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ତାକୁ କାବୁ କରିଥିଲେ। ପରେ ପୋଲିସ ତାଙ୍କୁ କବଜା କରିଥିଲା। ତେବେ ଏହି ଘଟଣା ପରେ ମଧ୍ୟ ପାଣ୍ଡିଆନ ସେହି କାର୍ଯ୍ୟକ୍ରମକୁ ବାତିଲ କରି ନ ଥିଲେ। ସେ ସେଠାରେ ଉପସ୍ଥିତ ଲୋକଙ୍କୁ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୋ ଉପରକୁ ଟମାଟୋ ଫିଙ୍ଗ, ଚପଲ ଫିଙ୍ଗ, ଗୁଳି ମାର ମୁଁ କେବେ ଅଟକିବି ନାହିଁ। ମୁଁ ଆପଣମାନଙ୍କୁ ଦେଖାକରିବାକୁ ଆସିବି। ସମସ୍ୟା ବୁଝିବାକୁ ଆସିବି। ତେବେ ଯେଉଁ ବ୍ୟକ୍ତି ଟମାଟୋ ମାରିଛି ସେ କଂଗ୍ରେସର ଜଣେ କର୍ମି ବୋଲି ଜଣାପଡିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହି ଲକ୍ଷ୍ୟ ନେଇ ଆମର 5T…
ଭୁବନେଶ୍ବର: ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଓଡିଶାରେ ବେଶ ଚର୍ଚ୍ଚା ଚାଲିଛି। କାରଣ ନିକଟରେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗ ଦେବା ପରେ ଏହି ଜିଲ୍ଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପରେ ପରେ ଦଳ ଏହି ଜିଲ୍ଲାର ସଭାପତିଙ୍କୁ ବଦଳାଇବା ସହିତ ସଂଗଠନ ସ୍ତରରେ ଅଦଳବଦଳ କରିଛି। ବର୍ତ୍ତମାନ କେନ୍ଦ୍ରାପଡାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେଲା , ଓଡିଶାର ଏକଦା ଟାଣୁଆ ନେତା ଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିବେ। ବର୍ତ୍ତମାନ ବିଜୟ ମହାପାତ୍ର ରାଜନୀତିରୁ ଏକ ପ୍ରକାରର ଦୂରେଇ ଗଲେଣି। ସେଥିପାଇଁ ସେ ତାଙ୍କ ପୁଅଙ୍କୁ ମଇଦାନକୁ ଆଣିବା ପାଇଁ ଆଗ୍ରହୀ ଅଛନ୍ତି। ତେବେ ପୁଅ ବିଜେପି ରେ ନ ମିଶି ବିଜେଡିରେ ମିଶୁ ବୋଲି କୁଆଡେ ବିଜୟ ଚାହୁଁଛନ୍ତି। ତେବେ ଏ ନେଇ ବିଜେଡି ତରଫରୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି। ବିଜୟକୁ ହୁଏତ ବିଜେଡି…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଗରମ ପ୍ରବାହ ଆରମ୍ଭ ହୋଇଗଲାଣି। ମାଘ ମାସରେ ଯେପରି ଗରମ ହେଉଛି ସେଥିରୁ ଜଣାପଡିଛି ଯେ, ଗ୍ରୀଷ୍ଣ ଋତୁରେ କଣ ହେବ ପରିସ୍ଥିତି। ତେବେ ଏହି ଗ୍ରୀଷ୍ଣ ପ୍ରବାହ ପୂର୍ବରୁ ରାଜ୍ୟ ସରକାର ଜାରି କରିଛନ୍ତି ପରାମର୍ଶ। ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ଜନସାଧାରଣ ତାହାକୁ ପାଳନ କରିବା ପାଇଁ ନିବେଦନ କରାଯାଇଛି। ସେଗୁଡିକ ହେଲା.. ଗ୍ରୀଷ୍ମ ପ୍ରବାହ ଜନିତ ରୋଗ ଓ କ୍ଷୟକ୍ଷତି ରୋକିବା ପାଇଁ ଜନସଚେତନତା ହେଉଛି ଚାବିକାଠି । ତେଣୁ ଗ୍ରୀଷ୍ମ ପ୍ରବାହ ଜନିତ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା, ବିପଦ ଚିହ୍ନଟ କରିବା, ଉକ୍ତ ବିପଦରୁ ମଣିଷ ଓ ପଶୁପକ୍ଷୀଙ୍କୁ ରକ୍ଷା କରିବା ପାଇଁ ‘କ’ଣ ଓ କ’ଣ କରିବେ ନାହିଁ’ ଏବଂ ଯଦି କେହି ପ୍ରଭାବିତ ହୁଅନ୍ତି ତେବେ କ’ଣ କରିବେ ସେ ନେଇ ତୁରନ୍ତ ସଚେତନତା ଅଭିଯାନ ଆରମ୍ଭ କରାଯାଇପାରିବ। ନାଗରିକ ସମାଜ ସଂଗଠନଗୁଡ଼ିକ…
ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ଥାନା ହାତୀବାରି ଗ୍ରାମରେ ଅଗ୍ନିକାଣ୍ଡ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ହାତିବାରୀ ଗ୍ରାମରେ ଆଜି ଅପରାହ୍ନରେ ତ୍ରିନାଥ ଶବରଙ୍କ ପରିବାରବର୍ଗ ରୋଷେଇ କରୁଥିବା ବେଳେ ହଠାତ ଚାଳ ଘରେ ନିଆଁ ଧରିଦେଇଥିଲା। ଫଳରେ ତ୍ରିନାଥଙ୍କ ଏକ ବଖରା ଚାଳ ଘର ଏବଂ ପଡୋଶୀ ଶରତ ଶବରଙ୍କ ଏକ ବଖରା ଚାଳ ଘର ଓ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଉଭୟ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ତୁରନ୍ତ ସରକାରୀ ସାହାଯ୍ୟପାଇଁ ସାଧାରଣରେ ଦାବି ହେଉଛି।
ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଏବଂ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ସହ ମିଶି ଷଡଯନ୍ତ୍ର କରି, ଚାକିରୀ ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ତାହାର ଅସଲ ଚେହେରା ଦେଖାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଇପ୍ସିତା ସାହୁ। ଆଜି ସାମ୍ବାଦିକମାନଙ୍କୁ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଭାବୀ ଜ୍ୱାଇଁକୁ ଟାଟା ମୋଟର୍ସର ଏମଡି ଦର୍ଶାଇ ନିଜ ନିର୍ବାଚନ ମଣ୍ଡଳୀର ବେକାର ଗରିବ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିଲେ। ଠକେଇ ମାମଲା ଧରା ପଡିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ ଗିରଫ ହୋଇଥିଲେ ଏବଂ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ରାଜ୍ୟର ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ। ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ। ଆଜି ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍ ଚାଲିଲା ଏବଂ ଏହା ଦ୍ୱାରା ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ। ବାଲେଶ୍ୱର ଜିଲ୍ଲାର ୩୧୫ଟି ପଞ୍ଚାୟତରେ ୪୮ଟି ବସ୍ ଚାଲିଲା ଓ ୨୦ଲକ୍ଷ ୪୨ ହଜାର ଲୋକ ଉପକୃତ ହେଲେ। ନୂଆପଡାର ୧୨୩ଟି ପଞ୍ଚାୟତରେ ୨୫ଟି ବସ୍ ଚାଲିଲା…
ଭୁବନେଶ୍ବର: ବିଶ୍ବ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନପୀଠ ପୁରସ୍କାରରେ ଭୂଷିତ ବିଶିଷ୍ଟ ସାହିତ୍ୟିକ ପଦ୍ମ ବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଅତନୁଙ୍କ କବିତାରେ ତିନୋଟି ମୁଖ୍ୟ କଥା ରହିଛି- ତାଙ୍କ ବାପା, ବୋଉ ଏବଂ ଚିତ୍ରୋତ୍ପଳା ନଦୀ। ଏମାନଙ୍କ ଉପରେ ସେ କବିତା ଲେଖିଛନ୍ତି। “ସବ୍ୟସାଚୀର ଶବ୍ଦ” ଅନୁଭୂତିର କବିତା ବୋଲି ଦର୍ଶାଇ ସେ କହିଥିଲେ ଯେ, ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ। ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ପୁସ୍ତକ ଉପରେ…
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୬ ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସନ୍ଧ୍ୟ। ୬ ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଶିକ୍ଷକ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ବ୍ଲକ, ଆଲୁମିନ୍, ଏସ୍ଏମ୍ସି, ବିଇଓ, ଜିଲ୍ଲାକୁ ପୁରସ୍କୃତ କରାଯାଇ ଅନ୍ୟମାନଙ୍କୁ ଅଭିପ୍ରେରିତ କରିବା ଏହାର ଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ନିମନ୍ତେ ସମଗ୍ର ଭାରତବର୍ଷରେ ଏହା ଅଦ୍ବିତୀୟ କାର୍ଯ୍ୟକ୍ରମ। ଏହି ପୁରସ୍କାର ଅନ୍ତର୍ଗତ ଅଭିନବ କାର୍ଯ୍ୟ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ସହ ସଫଳତାର ସହିତ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରି ଆଗକୁ ବଢିବାରେ ସହାୟତା ଓ ଉତ୍ସାହ ଦେବା ଏହାର ଏକମାତ୍ର ଲକ୍ଷ୍ୟ। ବିଦ୍ୟାଳୟ ଏବଂ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଓ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତ ମାର୍ଗଦର୍ଶନ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଚଳନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ। ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ ।
ବଲାଙ୍ଗିର: ଆଜି ସକାଳୁ ଭିଜିଲାନ୍ସ ଏକ ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଏବଂ ରେକର୍ଡ କିପରଙ୍କୁ ଧରିଛି। ସେ ଜଣଙ୍କର ଜମି ପଟ୍ଟା ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। ତାଙ୍କ ହାତରୁ ରଂଗବୋଳା ୧୦ ହଜାର ଟଙ୍କା ଜବତ କରାଯିବା ସହିତ ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି। ଘଟଣାରୁ ଜଣାପଡିଛି ଯେ, ବଲାଙ୍ଗିର ଜିଲ୍ଲା ମୁରିବାହଲ ତହସିଲର ବରିଷ୍ଠ ରାଜସ୍ବ ଅଧିକାରୀ ତଥା ରେକର୍ଡ କିପର ଅଛନ୍ତି ହେଭଲେଟ ବାର୍ଲା। ସେ ଜଣଙ୍କର ଜମି ମ୍ୟୁଟେସନ କରି ପଟ୍ଟା ପ୍ରଦାନ କରିବାକୁ ଲାଞ୍ଚ ମାଗିଥିଲେ। ସଂପୃକ୍ତି ବ୍ୟକ୍ତି ବାରମ୍ବାର ତାଙ୍କ ଅଫିସକୁ ଆସିଥିଲେ ମଧ୍ୟ ସେ ତାହା କରାଇ ନ ଦେଇ ୨୦ ହଜାର ଟଙ୍କା ଦାବୀ କରିଥିଲେ। ଫଳରେ ସଂପୃକ୍ତି ଜମି ମାଲିକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ବାର୍ଲା ପ୍ରଥମ କିସ୍ତି ଭାବେ ୧୦ ହଜାର ଟଙ୍କା ନେବେ ବୋଲି ନିଷ୍ପତି ହୋଇଥିଲା।…
ଭୁବନେଶ୍ବର: ସବୁ ଚର୍ଚ୍ଚା ଶେଷ କରି ଆଜି ଭୁବନେଶ୍ବରର ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ସେ ବହୁ ପୂର୍ବରୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଏବେ ରାଜନାଥ ସିଂ ବ୍ରହ୍ମପୁରରେ ସମାବେଶ କରିବା ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି। ଆଜି ସକାଳେ ପ୍ରଦୀପ ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦଳ ତରଫରୁ ସ୍ବାଗତ କରାଯାଇ ତାଙ୍କୁ ଭିତରକୁ ନିଆଯାଇଥିଲା। ଏହାପରେ ମନମୋହନ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେଲେ ବୋଲି ଘୋଷଣା କରି ଦଳୀୟ ଉତ୍ତରୀୟ ପିନ୍ଧାଇଥିଲେ। ଦଳରେ ସାମିଲ ହେବା ପରେ ପ୍ରଦୀପ କହିଛନ୍ତି ଯେ, ବର୍ତ୍ତମାନ ଶ୍ରେଷ୍ଠ ଭାରତ ଶ୍ରେଷ୍ଠ ଓଡିଶା ଗଠନ କରିବାର ସମୟ ଆସିଛି। ଗୋଟିଏ ଥର ବିଜେପିକୁ ଶାସନ କ୍ଷମତା ଦିଅନ୍ତୁ ବୋଲି ସେ ସାଧାରଣରେ ଅପିଲ କରିଥିଲେ। ଆସନ୍ତାକାଲି ରାଜନାଥ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଓଡିଶା ନିଯୁକ୍ତି ପର୍ବ କାର୍ୟ୍ୟକ୍ରମରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ଆଜି ଅପରହ୍ନରେ ଲୋକସେବା ଭବନ କନଭେନସ ହଲରେ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ପ୍ରଦାନ କରିବେ। ଏଥରେ ରାଜ୍ୟ କର୍ମଚାରୀ ବୀମା ନିର୍ଦ୍ଦେଶଳାୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବ୍ରୋଟୋରୀ ଟେକନସିଆନ, ୮ ଜଣ ଏଏନଏମ, ୯ ଜଣ ଏକ୍ସରେ ଟେକନସିଆନ ଏବଂ ୮ ଜଣ ଓଟି ସହାୟକ ନିଯୁକ୍ତ ହେବେ। ସେହିପରି ରାଜ୍ୟ ପ୍ରଦୂଷଣ ବୋର୍ଡରେ ୧୧ ଜଣ କନିଷ୍ଠ ସହାୟକ, ହସ୍ତଶିଳ୍ପ ନିର୍ଦ୍ଦେଶଳାୟରେ ୪୮ ଜଣ ବିକାଶ ଅଧିକାରୀ, ୭ ଜଣ ସମବାୟ ସମିତି ନିରୀକ୍ଷକ ଏବଂ ୩ ଜଣ ସମୀକ୍ଷକ ନିଯୁକ୍ତି ହେବେ। ସେହିପରି କାରଖାନା ବାଷ୍ପିତ ନିର୍ଦ୍ଦେଶଳାୟରେ ୯ ଜଣ ସହକାରୀ ନିର୍ଦ୍ଦେଶକ ନିଯୁକ୍ତି ଦିଆଯିବ।
ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଣ୍ଡିୟମର ବିକାଶ ଦିଗରେ ଆଲୋଚନା କରିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳୁ ସେ କଟକ ଯାଇ ଏହାର ବ୍ଲୁପ୍ରିଣ୍ଟିଂ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କ ସହିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡିଆନ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ। ପ୍ରଣବ ଦାସଙ୍କ ସହିକ ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ସାଥୀରେ ଥିଲେ।
ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ବରରେ କରିବ ବିଶାଳ ମହିଳା ସମ୍ମିଳନୀ। ଯାହାର ନାମ ରଖାଯାଇଛି ନାରୀ ନ୍ୟାୟ ସମ୍ମିଳନୀ। ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତା ନେଇ ମହିଳାମାନେ ନବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ପ୍ରତି ଲଗାତାର ଭାବେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନପାଇଁ ଆହ୍ୱାନ ଦେଇଛନ୍ତି। ଆଜି ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ଏଥିରେ ସାମିଲ ହେବେ ବୋଲି ଜଣାପଡିଛି।
ଭୁବନେଶ୍ବର: ବର୍ତ୍ତମାନ ଆକ୍ସନ ମୁଡରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଜଣେ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ମହାକାଳପଡା ନିର୍ବାଚନ ମଣ୍ଡଳୀର ଚିତ୍ତରଂଜନ ଦାସ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନୋଟିସ। ଏହା ପୂର୍ବରୁ ଦଳ କେନ୍ଦ୍ରାପଡା ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତି କରିଛି। ସେ ହେଉଛନ୍ତି ଧିରେନ କୁମାର ସାହୁ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ନିକଟରେ କେନ୍ଦ୍ରପଡା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିଲା। ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଦଳ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ସହିତ ଜଣଙ୍କୁ ନିଲମ୍ବନ କରିଛି।
ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ। ସେହିପରି ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ତେବେ ଏହି ସମାବଶରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି। ନିକଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ସାକ୍ଷାତ କରିଥିଲେ ବିଜେପି ସଭାପତି ମନମୋହନ ସାମଲ। ସେତେବେଳେ ମଧ୍ୟ ପ୍ରଦୀପ ବିଜେପିରେ ମିଶିବେ ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶାବାସୀ ଶାଗୁଆ ଦେଖି ସାରିଲେଣି, ଆଗରୁ ଧଳା ଦେଖିଥିଲେ। ଏବେ ଗେରୁଆ…
ଭୁବନେଶ୍ବର: ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି। ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ୱରରେ ଚାଲିଥିବା ପ୍ରଥମ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ବ୍ୟାପକ ମାନସମନ୍ଥନ ହୋଇଛି। ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଦିନ ଉଦ୍ଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନଙ୍କ…
ଆଲେଖ୍ୟ:- ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି। ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା। ଅନେକ ବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି। ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ଆଗକୁ ଆଲୋକବର୍ତ୍ତିକା ଭଳି ପଥ ପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି। ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ। ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନଥିଲା। ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା। ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ…
ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି…

