ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରିପ କରାଯାଇଛି । ଏହାର ପ୍ରଭାବରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ । ଏଥିପାଇଁ 8 ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ସପରି 14ଟି ଜିଲ୍ଲାରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବ ।
Author: Samikhsya Bureau
ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁଁ ଗୁରୁବାର ସଞ୍ଜ ନଇଁବା ପୂର୍ବରୁ ସରଧାବାଲିରେ ପହଞ୍ଚି ସାରିଥିଲେ ତିନି ରଥ । ରଥ ଉପରେ ସାରା ରାତି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ଅଥାତ୍ ଶୁକ୍ରବାର ଆଡପ ମଣ୍ଡପକୁ ବିଜେ କରିବେ ଦାରୁଦିଅଁ । ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ସରିବା ପରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ଯାଇ ଆଡପମଣ୍ଡପ ତଥା ଜନ୍ମବେଦିରେ ବିଜେ କରିବେ । ଜନ୍ମବେଦିରେ ଦାରୁଦିଅଁ ଶନିବାରଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ।
ଦୁଇ ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଦତ୍ତା ଏବଂ ସ୍ବରା ଭାସ୍କର ନିଜର ଆସନ୍ତା ବଲିଉଡ୍ ଫିଲ୍ମରେ ସମଲିଙ୍ଗୀ ପାର୍ଟନର ଭୂମିକାରେ ନଜର ଆସିବେ । ସର୍ବଦା ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରିବା ପାଇଁ ଉଭୟ ଅଭିନେତ୍ରୀ ପ୍ରସିଦ୍ଧ ଥିବା ବେଳେ ଏହି ଚରିତ୍ରକୁ ସଠିକ୍ ଭାବରେ ନିଭାଇ ପାରିବେ ବୋଲି ଆଶା କରାଯାଉଛି । ଫରାଜ୍ ଆରିଫ୍ ଅନ୍ସାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ଶୀର୍ କୁର୍ମା ରହିଛି । ଏଲ୍ଜିବିଟିକ୍ୟୁ ଜାତି ସମୁଦାୟ ନିମନ୍ତେ ଏହି ଦୁଇ ଅଭିନେତ୍ରୀ ସର୍ବଦା ନିଜର ସ୍ବର ଉତ୍ତୋଳନ କରିଥାନ୍ତି ତେଣୁ ଏହି ଭୂମିକା ନିମନ୍ତେ ଏହି ଦୁଇ ଅଭିନେତ୍ରୀ ଶ୍ରେଷ୍ଠ ବିକଳ୍ପ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହି ଦୁଇ ଅଭିନେତ୍ରୀଙ୍କ ବ୍ୟତିତ ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରି ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଦୁଇ ମହିଳାଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଏବଂ ଏହାକୁ ନେଇ ସମାଜର…
ଦିଲ୍ଲୀ ପୋଲିସ୍ ପକ୍ଷରୁ 200 କିଗ୍ରାର ମାରିଜୁଆନା ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀର ଗୋବିନ୍ଦପୁରୀ ପୋଲିସ୍ ପକ୍ଷରୁ ଜବତ କରାଯାଇଥିବା ଏହି ମାରିଜୁଆନା ଓଡିଶାରୁ ଦିଲ୍ଳୀକୁ ଚାଲାଣ କରାଯାଉଥିଲା । କାଲକାଜି ନିକଟରେ ଏକ ଚେକ୍ପୋଷ୍ଟ ନିକଟରେ ଟ୍ରକ୍ରେ ଚାଲାଣ କରାଯାଉଥିବା 205 କିଗ୍ରା ମାରିଜୁଆନା ସହିତ 2 ଜଣଙ୍କୁ ଗିରଫ କରାଯାଇଥିଲା । ଦୁଇ ଗିରଫ ଅଭିଯୁକ୍ତଙ୍କୁ ପୋଲିସ ରାଜେଶ କୁମାର ଏବଂ କହ୍ନୈୟା ଲାଲ ଭାବରେ ଚିହ୍ନଟ କରିଛି । ଉଭୟ ଉତ୍ତର ପ୍ରଦେଶର ବୁଲନ୍ଦ ସହରର ବାସିନ୍ଦା ଅଟନ୍ତି । ଉଭୟଙ୍କୁ ପୋଲିସ୍ ପକ୍ଷରୁ ପଚରା ଉଚୁରା ଜାରି ରହିଛି ।
ଏନସାଇକ୍ଲୋପିଡିଆ ଭଳି ଆସିବ ‘ଗାନ୍ଧୀପିଡିଆ’। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା ଏବଂ ଦର୍ଶନଶାସ୍ତ୍ର ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରାଇବା ଲାଗି ଗାନ୍ଧୀପିଡିଆ ପ୍ରସ୍ତୁତ କରାଯିବ। ନ୍ୟାଶନାଲ କାଉନ୍ସିଲ ଫର ସାଇନ୍ସ ମ୍ୟୁଜିୟମ ଦ୍ବାରା ଏହା ପ୍ରସ୍ତୁତ କରାଯିବ ବୋଲି ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି। ଗାନ୍ଧିଜୀଙ୍କ 150 ତମ ଜୟନ୍ତୀ ପାଳନକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗାନ୍ଧିଜୀଙ୍କ 150 ତମ ଜୟନ୍ତୀ ଉତ୍ସବ ଲାଗି ନରେନ୍ଦ୍ର ମୋଦୀ ସରକାର ବିଶ୍ଵବ୍ୟାପୀ କାର୍ଯ୍ୟକ୍ରମ କରିବା ଲାଗି ଯୋଜନା କରିଛନ୍ତି। ବିଭିନ୍ନ ଦେଶରେ ବଡ଼ ବଡ଼ ଅଟ୍ଟାଳିକାରେ ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଛି।
ସମୀକ୍ଷା ବ୍ୟୁରୋ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ୨୦୧୯-୨୦ର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଥମ ଥର ପାଇଁ ଜଣେ ମହିଳା ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିଛନ୍ତି । ସ୍ବାଧିନତା ପରଠାରୁ ଚାଲିଥିବା ବ୍ରିଫକେସ ପ୍ରଥାକୁ ଶେଷ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏହି ପରମ୍ପରାକୁ ଭାଙ୍ଗି ବ୍ରିଫକେସ ବଦଳରେ ଗୋଟିଏ ଫୋଲ୍ଡରରେ ବଜେଟର ଦସ୍ତାବିଜକୁ ଆଣିଥିଲେ । ଚଳିତ ବଜେଟ୍ରେ ଗାଁ, ଗରିବ ଓ ଚାଷୀଙ୍କୁ ପ୍ରାଥମିକତା ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ସେହିପରି ଶସ୍ୟରେ ସବ୍ସିଡି, ଉତ୍ପାଦ ଶୁଳ୍କ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟସରକାରମାନଙ୍କ ସହିତ ମିଶି କରି କାମ କରିଥିବାର ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ।ଏହି ଅବସରରେ ୨୦ ଟଙ୍କିଆ ନୂଆ ମୁଦ୍ରା ଆସିବା ନେଇ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଚଳିତ ଥର…
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ ଉପସ୍ଥାପନ କରିବା ସହିତ ଗ୍ରାମାଞ୍ଚଳର ସଡକ ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ 1.25 ଲକ୍ଷ କିମିର ସଡକର ନିର୍ମାଣ ତଥା ମରାମତି କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ସହିତ ତୃତୀୟ ପର୍ଯ୍ୟାୟର ଯୋଜନା ନିମନ୍ତେ 80 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । 2019-20 ଆର୍ଥିକ ବର୍ଷରେ 7 ହଜାର କିମି ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ 3936.04 କୋଟିର ବ୍ୟୟ ବରାଦର ଲକ୍ଷ୍ୟ ରଖାଯାଇଛି ।
ଚଳିତ ବଜେଟ୍ରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇଛନ୍ତି ସରକାର । ଦେଶର ପ୍ରତ୍ୟୋକ ଏସ୍ଏଚ୍ଜିର ସଦସ୍ୟାଙ୍କୁ ମୁଦ୍ରା ଯୋଜନା ଅଧୀନରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ନାରୀ ତୁ ନାରାୟଣୀ ଯୋଜନାରେ ମହିଳାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ସୀତାରମଣ ସୂଚନା ଦେଈଛନ୍ତି । ଗ୍ରାମୀଣ ମହିଳାଙ୍କ ବିକାଶରେ ଏସ୍ଏଚ୍ଜି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏସ୍ଏଚ୍ଜି ଜରିଆରେ ମହିଳାଙ୍କୁ ସଶକ୍ତ କରାଯିବାର ଯୋଜନା କରାଯାଉଛି ବୋଲି ସୀତାରମଣ ପ୍ରକାଶ କରିଥିଲେ ।
ଶୁକ୍ରବାର ସଂସଦରେ ବଜେଟ୍ ଉପସ୍ଥାପନ ଅବସରରେ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1.95 କୋଟି ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଦୁଇଟି ଆର୍ଥିକ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ଯୋଜନାରେ ଘର ସମ୍ପୂର୍ଣ୍ଣ କରିବା ନିମନ୍ତେ 314 ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ 114 ଦିନକୁ ହ୍ରାସ କରାଯାଇଥିବା ନେଇ ସୀତାରମଣ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ଘରକୁ ବିଦ୍ୟୁତ୍, ଏଲ୍ପିଜି ଏବଂ ଟଏଲେଟ୍ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।
ଗତକାଲି ରଥଯାତ୍ରା ବେଳେ ଜଣେ ବାଳକର ମୃତ୍ୟୁକୁ ନେଇ ବାଣପୁର ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବାଣପୁର ବନ୍ଦ ଡାକରା ସହିତ ଧାରଣାରେ ବସି ରହିଥିଲେ । ଏହାପରେ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ୫ଲକ୍ଷ, ତହସିଲଦାରଙ୍କ ପକ୍ଷରୁ ୪ଲକ୍ଷ, ଚକାଦେବ ରଥଯାତ୍ରା ପୂଜା କମିଟି ପକ୍ଷରୁ ମଧ୍ୟ ସହାୟତା ଘୋଷଣାର ପ୍ରତିଶ୍ରୁତି ଦିଆଯାଇଛି । ଅସୁସ୍ଥ ଥିବା ସତ୍ତ୍ବେ ଘଟଣାସ୍ଥଳରେ ପହଞ୍ଚି ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ସମବେଦନା ପ୍ରଦାନ କରିବା ସହିତ ୩୦ ହଜାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ରାଜା ମାନବେନ୍ଦ୍ର ମହାରଥା ମୃତ ଶିଶୁର ଘରକୁ ଆସି ସମବେଦନା…
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ନେଇ ସରକାର ଏକ ନୂତନ ଘୋଷଣା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଏଣିକି ସରକାର 100 ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବୀମା କ୍ଷେତ୍ରରେ ପ୍ରଥମ ଥର ପାଇଁ ଏଫ୍ଡିଆଇ ଲାଗୁ କରାଯାଇଥିବା ବେଳେ ବିମାନ ସେବା, ଗଣମାଧ୍ୟମ, ଭିଡିଓ ଗ୍ରାଫିକ୍ସ ପ୍ରଭୃତି ଶିଳ୍ପରେ 100 ପ୍ରତିଶତ ଏଫ୍ଡିଆଇକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବରୁ 2018ରେ ଏଫ୍ଡିଆରେ 13 ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ 2018-19ରେ 6 ପ୍ରତିଶତର ଅଭିବୃଦ୍ଧି ସହିତ 64 ବିଲିୟନ୍ ଡଲାର ଏଫ୍ଡିଆଇ ଆସିଛି ।
ଚଳିତ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି। ଜୁଲାଇ 5 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ କୃଷି ଏବଂ କୃଷକଙ୍କୁ ଗୁରୁତ୍ବ ପ୍ରଦାନ କରିଛନ୍ତି ସୀତାରମଣ। ଏହି ବଜେଟ୍ରେ ସୀତାରମଣ ଜିରୋ ବଜେଟ୍ କୃଷି ପ୍ରଣାଳୀ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ଏହି ପ୍ରଣାଳୀ ଭାରତର କିଛି ରାଜ୍ୟରେ ଲାଗୁ ହୋଇ ସାରିଥିବା ବେଳେ ସମଗ୍ର ଦେଶରେ ଏହା ଲାଗୁ କରିବାକୁ ଚାହୁଁଛନ୍ତି ସୀତାରମଣ। ଏହିତ ପ୍ରକ୍ରିୟା ନେଇ ସମଗ୍ର ଦେଶରେ କୃଷକଙ୍କୁ ପ୍ରଶିକ୍ଷିତ କରାଯିବ ଏବଂ 2022 ସୁଦ୍ଧା ଦେଶରେ କୃଷକଙ୍କ ଆୟ ଦୁଇ ଗୁଣା କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ବଜେଟ୍ ଅବସରରେ ପ୍ରକାଶ କରିଛନ୍ତି ସୀତାରମଣ। ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରକ୍ରିୟା 25 ବର୍ଷ ପୂର୍ବରୁ ସୁଭାଷ ପାଲେକରଙ୍କ ଦ୍ବାରା ପ୍ରଚଳନ କରାଯାଇଥିଲା। ଏହି ପ୍ରକ୍ରିୟାରେ କୌଣସି ରାସାୟନିକ ସାର ଏବଂ ରାସାୟନିକ ପଦାର୍ଥ ବ୍ୟବହାରର…
ଚକୋଲେଟ୍ ଦେବା ବାହାନାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ କରିଛି ଯୁବକ । ଦୁଇ ଭଉଣୀଙ୍କ ସହିତ ଦାଦା ପୁଅ ଭାଇ ଦୁଷ୍କର୍ମ କରିଛି । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଂଚଳରେ । ଦୁଇ ଭଉଣୀଙ୍କ ବୟସ 11 ଓ 7 ବର୍ଷ ହୋଇଥିବା ଜଣାପଡ଼ିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ ମଙ୍ଗଳବାର ଦିନ ଦୁଇ ଭଉଣୀ ଖେଳୁବାବେଳେ ଦାଦାପୁଅ ଭାଇ ଚକୋଲେଟ ଦେବା ବାହାନାରେ ସେମାନଙ୍କୁ ନିଜ ଘରକୁ ଡାକି ନେଇଥିଲା । ପ୍ରଥମେ ମୋବାଇଲ୍ରେ ସେ ଦୁଇ ଭଉଣୀଙ୍କୁ କାର୍ଟୁନ ଭିଡ଼ିଓ ଦେଖାଇଥିଲା । ପରେ ସେମାନଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ପିଶାଚ ଭାଇ ଦୁଇ ଭଉଣୀଙ୍କ ସହିତ ବଳାତ୍କାର କରିଥିଲା । ଏ ଘଟଣା ବାହାରେ ପ୍ରଘଟ ନ କରିବାକୁ ହତ୍ୟା ଧମକ ମଧ୍ୟ ଦେଇଥିଲା ।…
ଚଳିତ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ। ଏହା ସହିତ ପ୍ରଥମ ଥର ଲାଗି ଏଥର ବ୍ରିଫକେସ ବଦଳରେ ବହି-ଖାତାରେ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ବିନା ବ୍ରିଫକେସ୍ରେ ସଂସଦକୁ ପ୍ରବେଶ କରିଥିଲେ । ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଥିଲେ, ଚଳିତ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛି। ଦେଶର ପ୍ରତ୍ୟେକ ନାଗରିକ ପରିବର୍ତ୍ତନ ଅନୁଭବ କରୁଛନ୍ତି। ବିଶ୍ବର ବିଶ୍ବର ଷଷ୍ଠ ବୃହତ୍ତମ ଅର୍ଥନୀତି ଭାରତ ଖୁବ୍ଶୀଘ୍ର ଏକ ପାଞ୍ଚ ଟ୍ରିଲିୟନ୍ ଅର୍ଥନୀତିର ରାଷ୍ଟ୍ର ଭାବରେ ପରିଗଣିତ ହେବ ବୋଲି ନିର୍ମଳା କହିଛନ୍ତି। ଦେଶବାସୀ ଦେଶକୁ ପ୍ରାଥମିକତା ଦେଇଛନ୍ତି । ସୁରକ୍ଷିତ ରାଷ୍ଟ୍ର ନିମନ୍ତେ ସୁରକ୍ଷିତ ନାଗରିକକୁ ସରକାର ସର୍ବଦା ପ୍ରାଥମିକତା ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଥିଲେ, ପୂର୍ବ…
ଚଳିତ ସରକାରର ପ୍ରଥମ ବଜେଟ୍ ଆଜି ଆଗତ ହେବାକୁ ଯାଉଛି । ଏହି ବଜେଟ୍ ପ୍ରଭାବରେ ଭାରତୀୟ ସେୟାର ବଜାର ଉର୍ଦ୍ଧ୍ବମୁ୍ଖୀ ରହିଛି । ଦ୍ବିତୀୟ ଥର ପାଇଁ ସେନ୍ସେକ୍ସ 40 ହଜାର ପଏଣ୍ଟ ଅତିକ୍ରମ କରିଛି । ସେନ୍ସେକ୍ସ 114.67 ପଏଣ୍ଟ ଉପରକୁ ଉଠିବା ସହିତ 40022.73 ପଏଣ୍ଟରେ ପହଞ୍ଚିଛି । ନିଫ୍ଟୀ ଏହି ସମୟରେ 31.85 ପଏଣ୍ଟ ବୃଦ୍ଧି ପାଇବା ସହିତ 12000 ପଏଣ୍ଟର ନିକଟତର ହୋଇଛି । ଏହି ସମୟରେ ନିଫ୍ଟୀ 11978.60 ପଏଣ୍ଟରେ ରହିଛି । ଏହି ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲ୍ ଆଣ୍ଡ ଟି, ଏଚ୍ୟୁଏଲ୍, କୋଟାକ, ଏଚ୍ଡିଏଫ୍ସି, ଏସିଆନ୍ ପେଣ୍ଟସ୍, ବଜାଜ ଅଟୋ ଏବଂ ଆରଆଇଏଲ୍ର ଅଂଶଧନ ମୂଲ୍ୟରେ ବୃଦ୍ଧି ଘଟିଛି । ଏହି ସମସ୍ତ କମ୍ପାନୀର ଅଂଶଧନରେ 1.14 ପ୍ରତିଶତର ଅଭିବୃଦ୍ଧି ଘଟିଛି ।
ଚଳିତ ମାସ ଜୁଲାଇ 17 ତାରିଖରେ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ମାମଲାର ରାୟ ପ୍ରକାଶ ପାଇବ ଆଇସିଜେ। ପାକିସ୍ତାନ ଜେଲରେ ବନ୍ଦୀ ଥିବା ଏହି ଭାରତୀୟ ନାଗରିକଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହା ଉପରେ ଭାରତ ଓ ପାକିସ୍ତାନ ସମେତ ବିଶ୍ବର ଅନେକ ଦେଶର ଦୃଷ୍ଟି ରହିଛି। ଚଳିତ ବର୍ଷ ଫେବୃଆରୀ 18 ରୁ 21 ତାରିଖ ପର୍ଯ୍ୟନ୍ତ ଶେଷଥର ଆଇସିଜେରେ ଏହି ମାମଲାର ଶୁଣାଣି ହୋଇଥିଲା। ନେଦରଲାଣ୍ଡସ୍ଥିତ ଦ ହେଗ୍ର ପିସ୍ ପ୍ୟାଲେସରେ ଫେବୃଆରୀ 18ରୁ 21 ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ନିଜର ପକ୍ଷ ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଓ ଦଲିଲ ଶୁଣିବା ପରେ ଆଇସିଜେ ନିଜ ରାୟ ସଂରକ୍ଷିତ ରଖିଥିବା କୁହାଯାଉଛି। ଏହି କ୍ରମରେ ଚଳିତ ମାସ 17 ସୁଦ୍ଧା ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ଜଣା ପଡିଛି।
ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲାରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଶୁକ୍ରବାର ଦିନ ଘଟିଥିବା ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ରାଷ୍ଟ୍ରୀୟ ରାଇଫଲ୍ସ, ଏସ୍ଓଜି, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ୍ ପକ୍ଷରୁ ମିଳିତ ଭାବରେ ଏହି ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସୋପିଆଁର ଇମାମ ସାହିବ୍ର ନରଓ୍ବାନି ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସର୍ଚ୍ଚ ଅପରେସନ୍ କରା ଯାଇଥିଲା । ଆତଙ୍କୀଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ପରେ ପାଲଟା ଗୁଳି ଚାଳନାରେ ଜଣେ ଆତଙ୍କୀ ନିହତ ହୋଇଥିଲେ । ଏହି ଘଟଣା ପରେ ଅନ୍ୟ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଏନ୍କାଉଣ୍ଟର ଜାରି ରହିଛି । ଇମାମ ସାହିବ୍ର ନରଓ୍ବାନି ଅଞ୍ଚଳରେ ଏହି ଘଟଣା ପରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି ।
ଶୁକ୍ରବାର କେନ୍ଦ୍ର ସରକାର 2019-20 ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ। ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ତାଙ୍କର ବଜେଟ୍ ଭାଷଣ ରଖିବେ। ଦ୍ବିତୀୟବାର କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କର ଏହା ହେଉଛି ପ୍ରଥମ ବଜେଟ୍। ତେବେ ଚଳିତବର୍ଷ ଦ୍ବିତୀୟ ଥର ପାଇଁ ମଧ୍ୟ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରାଯିବ। ଦେଶରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ଫେବୃଆରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ଅନ୍ତରୀଣ ବଜେଟ୍କୁ ମିଶାଇଲେ ଏହା ହେଉଛି ଦେଶର 89ତମ ବଜେଟ୍। ସାଧାରଣତଃ କେନ୍ଦ୍ର ବଜେଟ୍ ଉପସ୍ଥାପନର ସମୟସୀମା 90 ରୁ 120 ମିନିଟ୍ ମଧ୍ୟରେ ରହିଥାଏ। ଚଳିତଥର ବଜେଟ୍ରେ ମଧ୍ୟ ଏହି ସମାନ ଅବଧି ଆଶା କରାଯାଉଛି।
କେଦାର ମିଶ୍ର କିଛି ବର୍ଷ ତଳେ ଭୁବନେଶ୍ୱର ଚାରି ନମ୍ବର ସ୍ଥିତ ବିଧାୟକ କଲୋନୀରେ ବୁଲୁ ବୁଲୁ ଗୋଟେ ଲମ୍ବା କାର ଉପରେ ନଜର ପଡିଥିଲା। ଆଖି ଝଲସେଇ ଦେଲା ଭଳି ସେ କାରଟିକୁ ଦେଖି ତାର ଦାମ କେତେ ହୋଇଥିବ ବୋଲି ଆମେ ଗୁଗୁଲ ରେ ଖୋଜିଲୁ। ଗୁଗୁଲର ଉତ୍ତର ଆସିଲା ଏହି ମୋଡ଼େଲର ସର୍ବନିମ୍ନ ମୂଲ୍ୟ କୋଟିଏ ପଚିଶ ଲକ୍ଷ ଟଙ୍କା। ଓଡିଶାର କିଏ ସେ ବିଧାୟକ ଯେ କୋଟିଏ ପଚିଶ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି, ଏ କୌତୁହଳ ମନକୁ ଆସିବା ସ୍ଵାଭାବିକ। ତେବେ ଖବର ମିଳିଲା ଯେ ଗାଡିର ମାଲିକ ଜଣେ ପ୍ରାକ୍ତନ ରାଜା। ଦକ୍ଷିଣ ଓଡିଶାର ଏକ ରାଜା ପରିବାରରୁ ଆସି ବିଧାୟକ ହୋଇଥିବା ଏହି ବ୍ୟକ୍ତିଙ୍କର ରାଜକୀୟ ସଉକି ମରି ନଥିଲା। ଏମିତି ଆମର ବହୁ ବିଧାୟକ ଅଛନ୍ତି, ଯେଉଁମାନେ କି ଗୋଟେ ଗୋଟେ ଛୋଟମୋଟ ରାଜା ବା ରାଣୀ। ଅନେକ ତ…
ଆଜି ରଥଯାତ୍ରା ବେଳେ ବାଣପୁରରେ ଏକ ଦୁର୍ଘଟଣା ଘଟି ଜଣେ ବାଳକର ମୃତ୍ୟୁ ଘଟିଛି। ବାଳକଟିର ନାମ ହେଉଛି ସୁନୀଲ ପାତ୍ର। ବାଣପୁରର ଐତିହାସିକ ପଲଟନ ପଡିଆରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଧୂମଧାମରେ ରଥଯାତ୍ରାର ଆୟୋଜନ କରାଯାଇଥିଲା। ହେଲେ ରଥଟଣା ବେଳେ ଦୁର୍ଘଟଣା ଘଟି ଏହି ବାଳକର ମୃତ୍ୟୁ ଘଟିଛି। ଏହାପରେ ସାଧାରଣରେ ବେଶ୍ ଉତ୍ତେଜନା ଦେଖା ଦେଇଥିଲା। ଲୋକମାନେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରି ରାସ୍ତା ରୋକ କରିଥିଲେ। ଏପରିକି ଥାନା ଆଗରେ ମଧ୍ୟ ଧାରଣା ଦେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଠା କରିଛନ୍ତି। ହେଲେ ଲୋକମାନେ କ୍ଷତିପୂରଣ ଦାବି କରି ଧାରଣାରେ ବସିରହିଛନ୍ତି। ସାଧାରଣତଃ ଏହି ରଥଯାତ୍ରା ସ୍ଥାନୀୟ ପ୍ରଶାସନ ଦ୍ବାରା ନିୟନ୍ତ୍ରଣ କରାଯାଇଥାଏ। ସେଥିପାଇଁ ପୋଲିସ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଏସବୁ ସତ୍ବେ ଏହି ବାଳକର…
ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସ ପୋଲାଣ୍ଡରେ ଚାଲିଥିବା ପୋଜନାନ୍ ଆଥଲେଟିକ୍ସ ଗ୍ରାଁ ପ୍ରିର ୨୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ୱାର୍ଲ୍ଡ ଜୁନିୟର ଓ ୪୦୦ ମିଟରରେ ଜାତୀୟ ରେକର୍ଡ ହାସଲ କରିଥିବା ହିମା ଗତକିଛି ମାସ ହେବ ପିଠିଜନିତ ସମସ୍ୟାରେ ରହିଥିଲେ। କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ୨୦୦ ମିଟର୍ ଦୂରତାକୁ ୨୩.୬୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ନିଜର ପ୍ରଥମ ଚାମ୍ପିଅନଶିପରେ ଭାଗ ନେଉଥିବା ହିମା ନିଜର ବ୍ୟକ୍ତିଗତ (୨୩.୧୦) ଶ୍ରେଷ୍ଠ ପ୍ରଦର୍ଶନ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଭାରତର ଅନ୍ୟତମ ସ୍ପ୍ରିଣ୍ଟର୍ ଭିକେ ବିସ୍ମୟା ୨୩.୭୫ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଚତୁର୍ଥ ସ୍ଥାନରେ ରହିଥିଲେ। । ସେହିପରି ଜାତୀୟ ରେକର୍ଡଧାରୀ ଭାରତୀୟ ଶଟପୁଟ୍ ଥ୍ରୋୟର୍ ତେଜିନ୍ଦରପାଲ୍ ସିଂହ ତୁର୍ ବ୍ରୋଞ୍ଜ ପଦକ ଜିତିଛନ୍ତି।…

