Author: Samikhsya Bureau

ସୁରକ୍ଷା ବଳଙ୍କ ସହିତ ଏନ୍‌କାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ସୁରକ୍ଷାବଳଙ୍କ ସହିତ ସଙ୍ଗଠିତ ହୋଇଥିବା ଏହି ଏନ୍‌କାଉଣ୍ଟର ଦବାଂକୋଟା ଜଙ୍ଗଲରେ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ବଳ ଏବଂ ପୋଲିସର ମିଳିତ ସର୍ଚ୍ଚ ଅପରେସନ୍‌ ସକାଳ ୬ଟାରେ କରାଯାଇଥିଲା ଏବଂ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା ବୋଲି ପି ସୁନ୍ଦରାଜ କହିଛନ୍ତି। ରାୟପୁରରୁ ୫୦୦ କିମି ଦୂରରେ ଅବସ୍ଥାପିତ ଦବାଙ୍କୋଟା ଗ୍ରାମରେ ସଙ୍ଗଠିତ ଏହି ଏନ୍‌କାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଘଟଣାସ୍ଥଳରୁ ନକ୍ସଲମାନେ ଫେରାର ହୋଇଯାଇଥିବା ଜଣା ପଡିଛି। ଘଟଣାସ୍ଥଳରୁ ଏକାଧିକ ବ୍ୟକ୍ତିଙ୍କ ରକ୍ତନମୁନା ମିଳିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଓ୍ବିମ୍ବିଲଡନ୍‌ରେ ଅଭ୍ୟାସ ପିଚ୍‌ ଖରାପ କରିବା ମାମଲାରେ ପୂର୍ବତନ ଚାମ୍ପିୟନ୍‌ ସେରେନା ଓ୍ବିଲିୟମ୍ସଙ୍କୁ ୧୦ ହଜାର ଡଲାର ଅର୍ଥରାଶିରେ ଦଣ୍ଡିତ କରାଯାଇଛି। ଓ୍ବିମ୍ବିଲଡନ୍‌ର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ସାରିଥିବା ବେଳେ ସୋମବାର କାର୍ଲା ସୁଆରେଜ୍‌ଙ୍କୁ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛନ୍ତି ସେରେନା। ଇଟାଲୀର ଫାବିଓ ଫୋଗନିନିଙ୍କୁ ୩ ହଜାର ଡଲାରର ଅର୍ଥ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ତୃତୀୟ ରାଉଣ୍ଡ ପରାଜୟ ପରେ ଓ୍ବିମ୍ବିଲଡନ୍‌ରେ ବୋମା ପଡିଯିବା ଦରକାର ବୋଲି କହିଥିବାରୁ ଏହି ଦଣ୍ଡାଦେଶ କରାଯାଇଛି। ଅଷ୍ଟ୍ରେଲିଆର ନିକ୍‌ କିର୍ଗିଓସ୍‌ଙ୍କ ଉପରେ ଦୁଇଟି ଅର୍ଥ ଦଣ୍ଡ ଲଗା ହୋଇଛି। ପ୍ରଥମ ରାଉଣ୍ଡରେ ନିକ୍‌ଙ୍କୁ ୩ ହଜାର ଡଲାରର ଅର୍ଥଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ରାଉଣ୍ଡ ପାଇଁ ୫ ହଜାର ଡଲାର ପ୍ରଦାନ କରାଯିବ। ଅଣ ଖେଳୁଆଡ ମନୋଭାବ ପାଇଁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଦ୍ବିତୀୟ ରାଉଣ୍ଡରେ କିର୍ଗିଓସ୍‌ ନାଦାଲଙ୍କ ନିକଟରୁ ୪ଟି ସେଟ୍‌ରେ ପରାସ୍ତ ହୋଇଥିଲେ।

Read More

ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ବୈଠକ ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିବା ଠାକ୍‌ରେ ଏକ ସଙ୍ଗରେ ସୋନିଆଙ୍କୁ ଭେଟିଛନ୍ତି। ନିର୍ବାଚନରେ ଇଭିଏମ୍‌ ପରିବର୍ତ୍ତେ ବାଲାଟ୍‌ ପେପରର ବ୍ୟହାର ନେଇ ଅରୋରାଙ୍କୁ ଭେଟି ଦାବି ଜଣାଇଥିଲେ। ଚଳିତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରତିଦ୍ବନ୍ଦିତା କରି ନଥିବା ବେଳେ କଂଗ୍ରେସ ଏନ୍‌ସିପି ସହିତ ମେଣ୍ଟ କରିଥିଲା। ଏହି ମେଣ୍ଟ ବିଫଳ ହୋଇଥିବା ବେଳେ କଂଗ୍ରେସ ଏବଂ ଏମ୍‌ଏନ୍‌ଏସ୍‌ର ନୂତନ ସମୀକରଣ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

Read More

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯିବ । ମଂଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ 3ଟାରେ ଏହି ମ୍ୟାଚ ଖେଳିବ । ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଟିମ ଅପେକ୍ଷା ଉଭୟ ଦେଶର ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ନିଜକୁ ଶକ୍ତିଶାଳୀ ଟିମ ବୋଲି ପରିଚୟ ଦେଇ ସାରିଛି । ଭାରତୀୟ ଟିମ 9ଟି ମ୍ୟାଚ ଖେଳି 7ଟିରେ ବିଜୟ ହାସଲ କରିଥିବା ବେଳେ କେବଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏଯାଏଁ ଭାରତ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ପରାସ୍ତ କରିଛି । ଅଙ୍କ ତାଲିକାରେ 15 ପଏଣ୍ଟ ହାସଲ କରି ପ୍ରଥମ…

Read More

ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଚାଲିଥିବାବେଳେ ଏକ ଲଜ୍ଜା ଜନକ ଘଟଣା ଘଟିଯାଇଛି। ବସ୍‌ରେ ଯାତ୍ରା କରୁଥିବା ଜଣେ ଆଦିବାସୀ ନାବାଳିକକୁ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ବସ୍‌ର ହେଲ୍‌ପର ବୋଲି ଅଭିଯୋଗ ହୋଇଛି। ଆଦିବାସୀ ନାବାଳିକା ଜଣକ କେନ୍ଦୁଝରରୁ ପୁରୀକୁ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ଆସିଥିଲା। ବସ୍‌ ଷ୍ଟାଣ୍ଡ୍‌ରେ ଥିବାବେଳେ ବସ୍‌ର ଜଣେ ହେଲପର୍‌ ତାଙ୍କୁ ବଳାତ୍କାର କରିଛନ୍ତି। ଶରଧାବାଲି ନିକଟରେ ନାବାଳିକାଟି କାନ୍ଦୁଥିବା ଦେଖି କୁମ୍ଭାରପଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା। ପିସିଆର୍‌ ଭ୍ୟାନ୍‌ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଥାନାକୁ ଚଲାଇ ଚଲାଇ ନେଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି।

Read More

କେଦାର ମିଶ୍ର  କର୍ଣ୍ଣାଟକରେ ଯେଉଁ ସରକାର ୨୩, ମଇ, ୨୦୧୮ ରେ ଶପଥ ଗ୍ରହଣ କଲା, ପ୍ରଥମ ଦିନରୁ ହିଁ ସେ ସରକାର ଭେଣ୍ଟିଲଟରରେ ରହି ଆସିଛି। ପ୍ରଥମ ଓ ଦ୍ଵିତୀୟ ବୃହତ୍ତମ ଦଳ ସେଠି ସରକାର ଗଠନର ସୁଯୋଗ ପାଇଲେ ନାହିଁ। କାରଣ ତୃତୀୟ ପକ୍ଷ ପାଖରେ ଥିବା ସଂଖ୍ୟା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। ୨୨୫ ସଂଖ୍ୟା ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ନିର୍ବାଚନ ଫଳାଫଳରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନଥିଲା। ଏହାର ପରିଣତି ସ୍ୱରୂପ ମାତ୍ର ୩୭ ଆସନ ପାଇଥିବା ଧର୍ମ ନିରପେକ୍ଷ ଜନତା ଦଳର ନେତା ଏଚ.ଡି.କୁମାରସ୍ଵାମୀ କଂଗ୍ରେସର ୭୯ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ। ୭୯+୩୭=୧୧୬ ଆସନକୁ ନେଇ ସରକାର ଗଢିବାରେ କିଛି ଅସୁବିଧା ନଥିଲା। ହେଲେ ଅଳ୍ପ ବହୁମତର ସରକାରକୁ ଅସ୍ଥିର କରି ନିଜ ନିଜ କ୍ଷମତା ଦଖଲର ଷଡଯନ୍ତ୍ର ଏ ପ୍ରକାର ପୃଷ୍ଠଭୂମିରେ ପ୍ରଶସ୍ତ ହୋଇଯାଏ। ଯଦିଓ ଦଳ ବଦଳ…

Read More

ସମୀକ୍ଷା ବ୍ୟୁରୋ ଏଣିକ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅବହେଳିତ ବ୍ୟକ୍ତିମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସଂସ୍କୃତି ବିଭାଗ ତରଫରୁ ଆସିଥିବା ସୁପାରିଶକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଦୟନୀୟ ଜୀବନ ବିତାଉଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେମାନଙ୍କ ମଧ୍ୟରେ ଜଳପୁରୁଷ ଦଇତାରି ନାୟକ,କମଳା ପୂଜାରୀ,ଜିତେନ୍ଦ୍ରୀୟ ହରିପାଲ ପ୍ରମୁଖ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପାଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଭଲ ନାହିଁ ବୋଲି କୁହାଯାଇଥିଲା। ଏହିପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏପରି ସମ୍ମାନ ହାସଲ କରିଥିଲେ ମଧ୍ୟ ସେମାନଙ୍କ ନିକଟରେ ବଞ୍ଚିବାର ସାମର୍ଥ୍ୟ ନାହିଁ। ଏହିପରି ଅଭିଯୋଗ ଆସିବା ପରେ ସଂସ୍କୃତି ବିଭାଗ ସେମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସୁପାରିଶ କରିଥିଲେ। ତାହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି। ତେବେ ଏହିପରି ବିଶେଷ ବ୍ୟକ୍ତିଙ୍କୁ ବାଛିବା ପାଇଁ…

Read More

ଶାହିଦ୍‌ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଫିଲ୍ମ ‘କବିର୍‌ ସିଂ’ ରେକର୍ଡ କରୁଛି । ମାତ୍ର ୧୩ ଦିନ ଭିତରେ ୨୦୦ କୋଟି କ୍ଲବ୍‌ରେ ପ୍ରବେଶ କରିସାରିବା ପରେ ଏବେ ବିଦେଶରେ ଜଲ୍‌ଓ୍ବା ଦେଖାଇବା ଆରମ୍ଭ କରିଛି । ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିଛି ‘କବିର ସିଂ’। ‘କବିର ସିଂ’ ଅଷ୍ଟ୍ରେଲିଆରେ ‘ଉରି’, ‘ଗଲି ବୟ’, ‘ଭାରତ’ ସହ ଦକ୍ଷିଣ ଭାରତୀୟ ଫିଲ୍ମ ‘ପେଟା’ ଓ ‘ମହର୍ଷି’କୁ ମଧ୍ୟ ପଛରେ ପକାଇ ଦେଇଛି।  ବହୁତ ଶୀଘ୍ର ଏହି ଫିଲ୍ମଟି ୩୦୦ କୋଟି କ୍ଲବ୍‌ରେ ପ୍ରବେଶ କରିବ ବୋଲି ସୂଚନା ରହିଛି । ଦକ୍ଷିଣ ଭାରତୀୟ ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡି’ର ଏହା ହିନ୍ଦୀ ରିମେକ୍‌ ।

Read More

ଝାରସୁଗୁଡ଼ା ବେଦାନ୍ତ କାରଖାନା ଜିଏପି ପ୍ଲାଣ୍ଟରେ ନିଆଁ ଲାଗିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମଗ୍ର କାରଖାନା ସିଲ କରି ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜିଏପି ପ୍ଳାଣ୍ଟକୁ ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ସୁରକ୍ଷା ଯାଂଚ କରାଯିବା ପାଇଁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଲ ସହ ସମଗ୍ର କାରଖାନାରେ ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ହେବା ପରେ ରିପୋର୍ଟ ଆସିଲେ ସମୀକ୍ଷା କରାଯିବ । ଶନିବାର ଦିନ ଝାରସୁଗୁଡ଼ା ଝାରସୁଗୁଡ଼ାର ଆଲୁମିନିୟମ ଉତ୍ପାଦ କାରଖାନାରେ ଭୟାଭହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୭ଜଣ ଆହତ ହୋଇଥିଲେ।

Read More

ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ନିର୍ବାଚନ ଅସିଦ୍ଧ ସହ ନିହାରଙ୍କୁ ବିଜୟୀ ଘୋଷଣା ଲାଗି ଆବେଦନ ହୋଇଛି। ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ନନ୍ଦିନୀ ଦେବୀ ମାମଲା କରିଛନ୍ତି। ରମେଶ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ଆଣିଛନ୍ତି ନନ୍ଦିନୀ ଦେବୀ। ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟରେ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍‌ରେ  ପରାସ୍ତ କରିଥିଲେ।

Read More

ରାଜ୍ୟରେ ଏ ବର୍ଷ ସଡ଼କ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଇଛି । ଚଳିତ ବର୍ଷରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଛି । ମଦ୍ୟପାନ ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରିବା ଦ୍ବାରା ଅଧିକାଂଶ ଦୁର୍ଘଟଣାର କାରଣ ବୋଲି କହିଛନ୍ତି ପରିବହନ ସଚିବ । ଆଜି ସଡକ ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ । ରାଜଧାନୀ ଭୁବନେଶ୍ୱର ଏହା ସବୁଠାରୁ ଅଧିକ ବୋଲି ସଚିବ କହିଛନ୍ତି । ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ।

Read More

ଚକ୍ରଧର ବିଶ୍ବଶ୍ରୀ ସାଧାରଣତଃ ଘରଟିଏ ନିର୍ମାଣ କରିବା ପୂର୍ବରୁ ସମସ୍ତେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେବା ଉଚିତ। କାରଣ ବାସ୍ତୁ ଅନୁସାରେ ଘରଟିଏ ନ କଲେ ଘର ଉପରେ ବିପଦ ପଡିବାର ସମ୍ଭାବନା ରହିଛି। ଏପରିକି ଘରର ଲୋକଙ୍କୁ ଉନ୍ନତି ନ ହେବା ସଙ୍ଗେ ରୋଗ ସବୁବେଳେ ମାଡି ବସିଥାଏ। ଏପରିକି ଅକାଳ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ଘରର ମାଷ୍ଟର ବେଡ ରୁମ କୁହନ୍ତୁ କିମ୍ବା ରୋଷେଇ ଘର, ଏସବୁ କେଉଁ ଦିଗରେ ରହିବା ଉଚିତ ତାହା ହଜାର ବର୍ଷ ପୁରୁଣା ବାସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। ଅନେକ ଏହାକୁ ହେୟଜ୍ଞାନ କରୁଥିଲେ ମଧ୍ୟ ଏଥିରେ ଅନେକ ସତ୍ୟତା ରହିଛି। ଯେଉଁମାନେ ଏପରି କଥାକୁ ବିଶ୍ବାସ କରନ୍ତି ନାହିଁ ସେମାନେ ଅନ୍ତତଃ ଜାଣିବା ଦରକାର ଯେ, ବାସ୍ତୁରେ ଲାଭ ନ ହେଲେ ମଧ୍ୟ କିଛି କ୍ଷତି ହେଉ ନାହିଁ। ତେଣୁ ଏହି ଶାସ୍ତ୍ର ଅନୁସାରେ ଘରଟିଏ…

Read More

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ପୁରୀ ଜିଲ୍ଲା, ଅସ୍ତରଙ୍ଗ ବ୍ଲକର ଉଦୟକଣି, ତଣ୍ଡାହାର ତଥା କେନ୍ଦ୍ରାପଡ଼ାର ବଗପାଟିଆ କଲୋନିରେ ରହୁଥିବା ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ଲୋକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଓ୍ବାଟର ଇନିସିଏଟିଭ୍‌ ଓଡ଼ିଶାର ଆବାହକ ରଞ୍ଜନ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ ହେବା ନେଇ ଏକ  ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ରଞ୍ଜନ କୁମାର ପଣ୍ଡା । ଏହି ଚିଠିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ସିସୁଅ ପଞ୍ଚାୟତର ଉଦୟକଣି ଗ୍ରାମବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ ଅଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ବଗପାଟିଆ ଥଇଥାନ କଲୋନିର ବର୍ତ୍ତମାନ ପରିସ୍ଥିତି ବିଷୟରେ ମଧ୍ୟ ଏହି ଚିଠି ଜରିଆରେ ଉଲ୍ଲେଖ କରିଛନ୍ତି ପଣ୍ଡା। ସେହିପରି ବିସ୍ଥାପିତମାନଙ୍କର ସମସ୍ୟାକୁ ମଧ୍ୟ ଏହି ଚିଠିରେ ବର୍ଣ୍ଣନା କରିବା ସହିତ ଏହା ଉପରେ ମୁଖ୍ୟମନ୍ତ୍ରୀ…

Read More

କର୍ଣ୍ଣାଟକର ରାଜନୈତିକ ବ୍ୟବସ୍ଥାକୁ ସୁଧାରିବାର ପ୍ରୟାସ କରିଛି କଂଗ୍ରେସ । କ୍ୟାବିନେଟ୍‌ ସଂପ୍ରସାରଣ ନେଇ ସମସ୍ତ ମନ୍ତ୍ରୀ ଏକ ସଙ୍ଗରେ ଇସ୍ତଫା ଦେଇଥିବା ଜଣାପଡିଛି । ଜୁଲାଇ 8 ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳଙ୍କ ସହିତ ଦଳୀୟ ନେତାଙ୍କର ବୈଠକ ପରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି । ଇସ୍ତଫା ଦେଇଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ପଦବୀ ପ୍ରଦାନ ନିମନ୍ତେ ପୁନର୍ବାର କ୍ୟାବିନେଟ୍‌ ସଂପ୍ରସାରଣ କରିବାକୁ ଚାହୁଁଛି କଂଗ୍ରେସ । ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦଳ ଏପରି ନିଷ୍ପତ୍ତି ନେଇଛି ବୋଲି କେସି ଭେନୁଗୋପାଳ କହିଛନ୍ତି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସମସ୍ତ ବିଧାୟକ ଏକା ସାଙ୍ଗରେ ଏହି ନିଷ୍ପତ୍ତି ନେଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି ।

Read More

ଆଜି ରାଜ୍ୟର 6ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କଟକ ଓ ଭଦ୍ରକ । ଅପରାହ୍ନ 5ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି ।

Read More

ଜାତିପ୍ରଥାକୁ ନେଇ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ଆର୍ଟିକିଲ୍‌ 15 ବିରୋଧରେ ଦାୟର କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଫିଲ୍ମ ବିରୋଧରେ କୌଣସି ଅଭିଯୋଗ ଥିଲେ ସିବିଏଫ୍‌ସି ନିକଟରେ ଅଭିଯୋଗ କରନ୍ତୁ ସୁପ୍ରିମ୍‌କୋର୍ଟରେ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଭାରତୀୟ ବ୍ରାହ୍ମଣ ସମାଜ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । ଫିଲ୍ମରେ ଜାତିପ୍ରଥାକୁ ଭୁଲ ଭାବରେ ଦେଖା ଯାଇଥିବା ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ବନାରସ୍‌ ମେଡିଆ ଓ୍ବାର୍କ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲାଇସେନ୍ସ ଋଦ୍ଦ କରିବା ନିମନ୍ତେ କରାଯାଇଥିବା ଅନୁରୋଧକୁ ମଧ୍ୟ କୋର୍ଟ ଖାରଜ କରିଥିଲେ ।

Read More

ଗ୍ରାହକଙ୍କ ବ୍ୟାଙ୍କ ତଥ୍ୟକୁ କିଛି ହ୍ୟାକର ହ୍ୟାକ୍‌ କରିବା ଅଭିଯୋଗରେ ବ୍ରିଟିଶ୍‌ ଏୟାରଓ୍ବେଜ୍‌କୁ 183 ମିଲିୟନ୍‌ ପାଉଣ୍ଡର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ବ୍ରିଟିଶ୍‌ ଏୟାରଓ୍ବେଜ୍‌ରେ ଯାତ୍ରା କରିଥିବା 1 ହଜାରରୁ ଅଧିକ ଯାତ୍ରୀଙ୍କ ବ୍ୟାଙ୍କ ଖାତାର ତଥ୍ୟ ଚୋରି ହୋଇଥିବା ଅଭିଯୋଗରେ ଏହି ଅର୍ଥ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏକ ବର୍ଷ ପୂର୍ବରୁ ଏକ ହ୍ୟାକିଂ ସଂସ୍ଥା ପକ୍ଷରୁ ଯାତ୍ରୀ ମାନଙ୍କ ତଥ୍ୟ ହ୍ୟାକ୍‌ କରାଯାଇଥିଲା। 2017ର ନିୟମ ଅନୁଯାୟୀ କମ୍ପାନୀର ବାର୍ଷିକ ଆୟର 1.5 ପ୍ରତିଶତ ଅର୍ଥ ପ୍ରଦାନ କରାଯିବା ଉଚିତ୍‌ । ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲେକ୍ସ କ୍ରୁଜ୍‌ ସରକାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଏହି 15 ଦିନିଆ ହ୍ୟାକିଂ ସମସ୍ୟାର ସମାଧାନ ହୋଇ ସାରିଛି ଏବଂ କୌଣସି ଯାତ୍ରୀଙ୍କ ପାସପୋର୍ଟ ତଥ୍ୟ ହସ୍ତାନ୍ତର ହୋଇନାହିଁ ବୋଲି କହିଛନ୍ତି କ୍ରୁଜ୍‌ । ଦଣ୍ଡାଦେଶ କମ୍‌ କରାଯିବା…

Read More

ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରି କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ଏହି ମିଶନକୁ ଜିଏସଏଲବି ଏମକେ-୩ ରକେଟ୍ ଲଂଚ୍ କରାଯିବ । ଏହାର ଓଜନ ୩୮୦୦ କିଲୋ । ଏଥିରେ ୩ ମଡ୍ୟୁଲ ଆର୍ବିଟର, ଲେଣ୍ଡର ଏବଂ ରୋବର ରହିବ ।  ଏହାକୁ ରବିବାର ଦିନ ଲଂଚ୍ ପ୍ୟାଡକୁ ନିଆଯିବ । ମିଶନର ସଫଳତା ପରୀକ୍ଷଣ କରିବା ପାଇଁ ଅପରେଶନାଲ ପ୍ରସ୍ତୁତି ଗୁଡିକ ଜୁଲାଇ ୧୩ରେ ଯାଂଚ୍ କରାଯିବ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଦ୍ୱିତୀୟ ଥର ପାଇଁ ମିଶନ ପ୍ରସ୍ତୁତ କରିଛି । ଏହା ପୂର୍ବରୁ ଚନ୍ଦ୍ରାୟନ-୧ ଭାରତ ୨୦୦୯ରେ ପଠାଇଥିଲା ।

Read More

ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ ଯୋଗଦେବାରୁ ସେ ଭଡା ରହୁଥିବା ଘରର ମାଲିକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଖାଲି କରିବାକୁ କହିଛନ୍ତି। ଆଉ ଏହାକୁ ନେଇ ଏବେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ଶନିବାର ଭାଜପାରେ ଯୋଗ ଦେଇଥିବା କଥା ଘର ମାଲିକ ଜାଣିବା ପରେ ତାଙ୍କୁ ଖରାପ ବ୍ୟବହାର କରିବା ସହ ତୁରନ୍ତ ଘର ଖାଲି କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ପୋଲିସର କହିବା କଥା ହେଲା ଘର ମାଲିକ ଉକ୍ତ ମହିଳାଙ୍କୁ ୪ ହଜାର ଟଙ୍କା ବିଜୁଳି ବିଲ୍‌ ମାଗିବାରୁ ଉଭୟଙ୍କ ଭିତରେ ମତାନ୍ତର ହୋଇଛି। ଯାହାକୁ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗଦେବା କଥା ଯୋଡି ଦିଆଯାଇଛି। ତେବେ ଏହି ମାମଲାରେ ପୋଲିସ୍‌ ଯାଞ୍ଚ ଆରମ୍ଭ କରିଛି ।

Read More

ଭାରତୀୟ କ୍ରିକେଟର ପ୍ରିନ୍ସ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି 47 ବର୍ଷରେ ପଦାର୍ପଣ କରିଛନ୍ତି । ଜୁଲାଇ ; 1972 ମସିହାରେ ପଶ୍ଚିମବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ସୌରଭ । ଭାରତୀୟ କ୍ରିକେଟ୍‌କୁ ଏକ ନୂତନ ଦିଶା ପ୍ରଦାନ କରିଥିବା ଗାଙ୍ଗୁଲି ଭାରତୀୟ ଅଧିନାୟକ ଭାବରେ ବିଦେଶରେ ଭଲ ପ୍ରଦର୍ଶନ କରିଥିଲେ । ନିଜ କ୍ୟାରିୟରରେ ଗାଙ୍ଗୁଲି 113ଟି ଟେଷ୍ଟ, 311ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । 113 ଟେଷ୍ଟରୁ 42.17ର ହାରାହାରି ସହିତ 7212 ରନ୍ ସଂଗ୍ରହ କରିଥିବା ବେଳେ ତନ୍ମଧ୍ୟରେ 16ଟି ଶତକ ଏବଂ 35ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ଦିନିକିଆରେ ଗାଙ୍ଗୁଲି 311ଟି ଦିନିକିଆରୁ 11363 ରନ୍‌ ସଂଗ୍ରହ କରିଛନ୍ତି । 41.02 ହାରାହାରି ସହିତ 22ଟି ଶତକ ଏବଂ 72 ଅର୍ଦ୍ଧଶତକ ହାସଲ କରିଛନ୍ତି ଗାଙ୍ଗୁଲି । ଟେଷ୍ଟରେ ଗାଙ୍ଗୁଲି 32ଟି ଓ୍ବିକେଟ୍‌ ହାସଲ କରିଥିବା ବେଳେ ଦିନିକିଆରେ 100 ଓ୍ବିକେଟ…

Read More

ରଙ୍ଗାଚରଣ ପ୍ରଧାନ  “ହାଁ ……. ଜବ୍ ତକ୍ ହୈ ଜାନ୍ ମେଁ ନାଚୁଙ୍ଗି ।” ଆପଣ ଶୋଲେ ଦେଖିଛନ୍ତି ନା ? ଯଦି ଦେଖିଥିବେ, ଆପଣଙ୍କର ମନେଥିବ, ସିନେମାର ଶେଷ ଆଡକୁ ବାସନ୍ତୀ ଏହି ଗୀତ ଗାଇ ଭଙ୍ଗା ଟୁକୁଡା କାଚ ଉପରେ ନାଚୁଛି । ସେତେବେଳେ ବାସନ୍ତୀର ବୟଫ୍ରେଣ୍ଡ ବୀରୁ ହାତକୁ ଡକାୟତ ସର୍ଦ୍ଦାର ଗବର ସିଂ ବାନ୍ଧି ଦେଇଛି , ଆଉ ବାସନ୍ତୀକୁ କହୁଛି ନାଚ୍ । ନାଚ୍ ନହେଲେ ବୀରୁକୁ ମାରିଦେବି । ଯେ ପର୍ଯ୍ୟନ୍ତ ବାସନ୍ତୀର ପାଦ ଦୁଇଟା ନାଚୁଥିବେ ସେ ପର୍ଯ୍ୟନ୍ତ ବୀରୁର ନିଃଶ୍ବାସ ପ୍ରଶ୍ବାସ ଚାଲିଥିବ । ଦର୍ଶକମାନେ ନର୍ଭସ୍ । ସେତିକିବେଳେ ବୀରୁର ସାଙ୍ଗ ଜୟ ଆସି ଗବର୍ ସିଂ କବଳରୁ ଦୁହିଙ୍କୁ ବଞ୍ଚାଉଛି ଓ ତା’ପରେ ବୀରୁ ଓ ବାସନ୍ତି ଖୁସିରେ ଏକାଠି ଜୀବନ ବିତାଉଛନ୍ତି । ଶୋଲେ ମନେ ଅଛି ନା ଭୁଲିଗଲେଣି ମ ? ପ୍ରକୄତରେ  ମୁଁ…

Read More